spot_img
Home Blog Page 1598

ଅବ୍ୟବସ୍ଥା ଘେରରେ ବ୍ରହ୍ମପୁର ଏମକେସିଜି ମେଡିକାଲ

0

ବ୍ରହ୍ମପୁର : ଅବ୍ଯବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲ । ଘରୋଇ ସଂସ୍ଥାର ମନମାନୀ ଯୋଗୁଁ ହନ୍ତସନ୍ତ ଲୋକେ । ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ନିୟମିତ ବେଡସିଟ୍ ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ଏକାଧିକ ଦିନ ଧରି ଅପରିଷ୍କାର ବେଡସିଟ୍ ଉପରେ ଶୋଉଛନ୍ତି ରୋଗୀ । ବେଡସିଟ୍ ଦାୟିତ୍ବରେ ଥିବା ଘରୋଇ ସଂସ୍ଥାର ଅବହେଳା ଯୋଗୁଁ ଘାଣ୍ଟି ହେଉଛନ୍ତି ରୋଗୀ । ଏନେଇ ଦାୟିତ୍ୱରେ ଥିବା ଆଂଶିକା ସର୍ଭିସ୍ ସଂସ୍ଥାର ସୁପରଭାଇଜର କହିଛନ୍ତି, ସଫା କରାଯିବା ପରେ ୱାର୍ଡକୁ ବେଡସିଟ ଫେରସ୍ତ କରାଯାଉଛି । ପ୍ରତ୍ୟେକ ବର୍ଷ ନୂତନ ବେଡସିଟ ମଧ୍ଯ କ୍ରୟ କରାଯାଉଛି । ଗୋଟିଏ ଶଯ୍ୟା ପିଛା ୭ଟି ବେଡସିଟ ପ୍ରଦାନ କରାଯାଉଛି । ତେବେ ସଂସ୍ଥାର ଠିକାଦାର ଭୁବନେଶ୍ବରରେ ରହି ଅପେରେଟ କରୁଥିବାରୁ ଏପରି ଅବ୍ଯବସ୍ଥା ଥିବା କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ଠିକାଦାରଙ୍କ କହିବା ଅନୁଯାଇ ପ୍ରତିଦିନ ୮ଶହ ବେଡସିଟ ସଫେଇ ହେଉଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ଯଦି ଏହା ସତ ତାହାହେଲେ ରୋଗୀଙ୍କୁ ଠିକରେ ମିଳୁନାହଁ କାହିଁକି ? ଅନ୍ୟପଟେ ଅନେକ ରୋଗୀ ବେଡ ନ ପାଇ ଚଟାଣରେ ଚିକିତ୍ସିତ ହେଉଛନ୍ତି ହେଲେ ସେମାନଙ୍କୁ ମଧ୍ଯ କୌଣସି ପ୍ରକାର ସୁବିଧା ମିଳିପାରୁ ନାହିଁ । ଫଳରେ ରୋଗୀଙ୍କ ସମ୍ପର୍କୀୟ ଓ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏକପାଖିଆ ଭାବେ ସରିଲା ବିଧାନସଭାର ଜ୍ଞାନସଂସ୍କାର କାର୍ଯ୍ୟକ୍ରମ

ଭୁବନେଶ୍ବର : ଏକପାଖିଆ ଭାବେ ସରିଲା ବିଧାନସଭାରେ ନୂତନ ବିଧାୟକମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଦ୍ଵିତୀୟ ତଥା ଅନ୍ତିମ ଦିବସରେ ନୂତନ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।  ଏଥିରେ ବହୁ ସଂଖ୍ଯକ ବିଜେପି ବିଧାୟକ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଛନ୍ତି । ଉଦଯାପନୀ ଦିବସରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ । ହରିବଂଶ ଓ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଓପ୍ରଶିକ୍ଷକ ଭାବେ ବିଧାୟକ ମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶିକ୍ଷଣ ଦେଇଛନ୍ତି । ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଯାପନୀ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକବର୍ଦ୍ଧନ ସିଂଦେଓ ତଥା ବିଜେପିର ବହୁ ବିଧାୟକ ଉପସ୍ଥିତ ରହିଥିଲେ । ଏହି ପ୍ରଶିକ୍ଷଣ ବେଶ ଲାଭଦାୟୀ ହେବ ବୋଲି ବିଜେପି ବିଧାୟକମାନେ କହିଛନ୍ତି । ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିବା ବେଳେ ଆଗାମୀ ଦିନରେ ବିରୋଧୀ ଦଳର ବିଧାୟକମାନଙ୍କୁ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ କରାଯିବାକୁ ଉଦ୍ୟମ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ।

ସରକାରୀ ବିକ୍ରୟ କେନ୍ଦ୍ରରେ ବାହାରୁଛି ପଚା ଆଳୁ ,ଚିନ୍ତାରେ ଖାଉଟି

ଗଞ୍ଜାମ :  ପଚା ଆଳୁକୁ ନେଇ ଚିନ୍ତାରେ ଆଳୁ ବ୍ୟବସାୟୀ । ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଥିବା ବେଳେ ଅଧିକ ପଚା ବାହାରୁଥିବାରୁ କାନ୍ଦିଲେଣି ବ୍ୟବସାୟୀ । ଫଳରେ କିଲୋପିଛା ୪୦-୪୫ ଟଙ୍କାରେ ବିକ୍ରି କରୁଛନ୍ତି ବେପାରୀ । ଗୋଦାମ ବାହାରେ ଗଡୁଛି ଶହ ଶହ କୁଇଣ୍ଟାଲର ପଚା ଆଳୁ । ଇଏ ହେଉଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କଇଠରାର ଦୃଶ୍ୟ । ଗୋଟିଏ ଆଳୁ ଗାଡ଼ିରୁ ୩-୪ ଟନ ଆଳୁ ପଚା ବାହାରୁ ଥିବାରୁ କ୍ଷତି ସହୁଛନ୍ତି ଗୋଦାମ ମାଲିକ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଆଳୁ ଆସେ । ହେଲେ ଏବେ କିଛି ଦିନ ହେଲା ଗାଡ଼ି ସବୁ ଛତିଶଗଡ ବିହାର ଦେଇ ବୁଲି ବୁଲି ଓଡ଼ିଶାକୁ ଆସୁଛି ।  ଯାହା ଫଳରେ ଦୁଇଦିନ ଭିତରେ ଓଡ଼ିଶାରେ ପହଞ୍ଚୁଥିବା ଆଳୁ ଗାଡ଼ି ଏବେ ଓଡ଼ିଶାରେ ପହଞ୍ଚିବାକୁ ୫ ରୁ ୭ ଦିନ ଲାଗି ଯାଉଛି l ଆଳୁ ଗାଡ଼ି ବ୍ୟବସାୟୀଙ୍କ ପାଖରେ ବିଳମ୍ବରେ ପହଞ୍ଚୁଥିବାରୁ ବାଟରେ ପଚି ନଷ୍ଟ ହୋଇଯାଉଥିବା କହିଛନ୍ତି ବ୍ୟବସାୟୀ  ।

ଏଥର ଗଣେଶ ପୂଜାରେ ଶୁଭିବନି ଡିଜେ

ଭୁବନେଶ୍ବର : ଏଥର ଗଣେଶ ପୂଜାରେ ବାଜିବନି ଡିଜେ । ଡିଜେ ବାଜି ଗତବର୍ଷ ଜୀବନ ଗଲାପରେ ପୋଲିସର କଡା ନିଷ୍ପତ୍ତି । ସେହିପରି ଚାନ୍ଦା ମାଗିଲେ ବନ୍ଧାହେବେ ପୂଜା କମିଟି ସଦସ୍ୟ । ଆସୁଛି ଅଗ୍ର ପୂଜ୍ୟ, ବିଘ୍ନ ବିନାଶକ ଗଜାନନଙ୍କ ପୂଜା । ଡିଜେ ନୁହେଁ, ଏଥର ଗଣେଶ ପୂଜା ଓ ଭସାଣିବେଳେ ରାଜଧାନୀରେ ବାଜିବ ପାରମ୍ପରିକ ବାଦ୍ୟ । ଉଭୟ ମେଲୋଡି, ଭସାଣିରେ ବନ୍ଦ ହେଲା ଡିଜେ । ସେପ୍ଟେମ୍ୱର ୭ ତାରିଖରେ ଗଣେଶ ପୂଜା । ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ । ଏ ନେଇ ଏକ କୋ ଅର୍ଡିନେସନ ମିଟିଂ କମିଶନରେଟ ପୋଲିସ ଓ ରାଜଧାନୀର ବିଭିନ୍ନ କମିଟି ମଧ୍ୟରେ ଅନୁଷ୍ଠିତ ହୋଇଛି । ପୂଜାକୁ କିଭଳି ନିଶାମୁକ୍ତ କରାଯିବ ସେ ନେଇ ଗୁରୁତ୍ୱାରୋପ କରିଛନ୍ତି ଡିସିପି । ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ପୋଲିସ ଅନୁମତି ଜରୁରୀ । ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି । ସେଭଳି ଘଟଣା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟ୍ରାଫିକ ମ୍ୟାନେଜମେଣ୍ଟ ବା ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ ।

ସିସିଟିଭି ନଜରରେ ରହିବ ସାରା ସହର । କ୍ରାଉଡ ମ୍ୟାନେଜମେଣ୍ଟ ପାଇଁ ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି । ୭ ରେ ପୂଜା ପରେ ୮, ୧୧ ଓ ୧୨ ତାରିଖରେ ଭସାଣ ପାଇଁ ସ୍ଥିର କରାଯାଇଛି । ଆସନ୍ତା ୨୨ ତାରିଖରୁ ଡିସିପି ଅଫିସ ଲାଇସେନ୍ସ ସେଲରୁ ଅନୁମତି ପାଇଁ ଫର୍ମ ଗ୍ରହଣ କରିବେ ପୂଜା କମିଟି । କୋର୍ଟରୁ ନୋଟାରୀ ବଣ୍ଡ ମିଳିବା ପରେ ବିଏମସି, ଅଗ୍ନିଶମ, ବିଦ୍ୟୁତ ବିଭାଗରୁ NOC ଆଣିବେ । ପରେ R and B ଓ Watco ରୁ ଅନୁମତି ନେଇ ଏହାକୁ ଥାନାରେ ଦାଖଲ କରିବେ । ପୋଲିସର ସମସ୍ତ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି ରାଜଧାନୀର ସମସ୍ତ ପୂଜା କମିଟି ।

 

ଟିଏମସି ସାଂସଦଙ୍କୁ ପୋଲିସର ନୋଟିସ୍

0

କୋଲକାତା : କୋଲକାତା ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଫସିଗଲେ ଟିଏମସି ସାଂସଦ । ମିଛ ଖବର ପ୍ରସାର କରିବା ଅଭିଯୋଗରେ ଟିଏମସି ସାଂସଦ ସୁଖେନ୍ଦୁ ଶେଖର ରୟଙ୍କୁ କୋଲକାତା ପୋଲିସ ନୋଟିସ ପଠାଇଛି । କୋଲକାତା ଆରଜି କର ମେଡିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଭୁଲ୍ ତଥ୍ୟ ପୋଷ୍ଟ କରିଥିବା ଅଭିଯୋଗ କରି ଏହି ନୋଟିସ ପଠାଇଛି କୋଲକାତା ପୋଲିସ । ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଶୁଖେନ୍ଦୁ ଶେଖର ରୟ କୋଲକାତା ମେଡିକାଲ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ସୋସିଆଲ ମିଡିଆରେ କରିଥିବା କିଛି ପୋଷ୍ଟକୁ ନେଇ ନୋଟିସ ଜାରି ହୋଇଥିଲା। ହତ୍ଯାକାଣ୍ଡ ସ୍ଥଳରେ ୩ ଦିନ ପରେ ସନ୍ଧାନୀ କୁକୁର ନେଇ ପୋଲିସ ଯାଞ୍ଚ କରିଥିଲେ ବୋଲି ପୋଷ୍ଟ କରିଥିଲେ ସାଂସଦ। ସୁଖେନ୍ଦୁ ଶେଖର ରୟଙ୍କ ଏହି ପୋଷ୍ଟକୁ ମିଛ ଖବର ବୋଲି ଦାବି କରିଛି କୋଲକାତା ପୋଲିସ। ଆଜି ଅପରାହ୍ନ ୪ଟା ସୁଦ୍ଧା ସୁଖେନ୍ଦୁଙ୍କୁ ପୋଲିସ ନିକଟରେ ହାଜର ହେବାକୁ ଥିଲା ଡେଡଲାଇନ୍ ।

ବିସ୍କୁଟ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ମହାରାଷ୍ଟ୍ର : ବିସ୍କୁଟ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ। ମହାରାଷ୍ଟ୍ର ଛତ୍ରପତି ଶମ୍ଭାଜୀ ନଗର ଜିଲ୍ଲାସ୍ଥିତ ଏକ ସ୍କୁଲରେ ଅଘଟଣ । ପୁଷ୍ଟିକର ଖାଦ୍ଯ କାର୍ଯ୍ୟକ୍ରମରେ ଦିଆଯାଇଥିବା ବିସ୍କୁଟ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍କୁଟ ଖାଇବା ପରେ ପରେ ପିଲାମାନେ ବାନ୍ତି କରିବା ଦେଖାଯାଇଥିଲା । କେକେଟ ଜଲଗାଁ ନାମକ ଗ୍ରାମରେ ଥିବା ଏକ ବିଦ୍ୟାଳୟରେ ଘଟିଛି ଅଘଟଣ । ପିଲାମାନେ ଅସୁସ୍ଥ ହେବା ଜଣାପଡିବା ପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ପିଲାମାନେ ସୁସ୍ଥ ଥିବା ସୂଚନା ମିଳିଛି । ଗୁରୁତର ହୋଇଥିବା ୭ ଛାତ୍ରଛାତ୍ରୀଙ୍କୁ ଛତ୍ରପତି ଶମ୍ଭାଜିନଗର ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଏହି ଘଟଣାର ତଦନ୍ତ କରାଯାଉଛି ।

କୋଲକାତା ଲଜ୍ଜା : ଶୁଣାଣି କରିବେ ସୁପ୍ରିମକୋର୍ଟ

କୋଲକାତା : କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ  ।  ୩ ଜଣିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି  । ଅଗଷ୍ଟ ୨୦ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି  ଡି. ଓ୍ବାଇ ଚନ୍ଦ୍ରଚୂଡ , ଜେବୀ ପାରଦିବାଲ୍ ଓ ମନୋଜ ମିଶ୍ରାଙ୍କ ଦ୍ବାରା ମିଳିତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ ।

ମଙ୍ଗଳବାର ଦିନ ସିଜିଆଇ ଜଷ୍ଟିସ୍ ଡି. ଓ୍ବାଇ ଚନ୍ଦ୍ରଚୂଡ , ଜଷ୍ଟିସ୍ ଜେବୀ ପାରଦିବାଲ୍ ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଦ୍ବାରା ମିଳିତ ଖଣ୍ଡପୀଠ ପ୍ରଥମେ ଏହି ମାମଲାର ଶୁଣାଣି କରିବେ । ମଙ୍ଗଳବାର ଦିନ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ମାମଲାରେ କୋଲକାତାର ଏହି ମାମଲା ୬୬ ନଂ ସିରିଏଲ୍ ରେ ରହିଛି  ।  କିନ୍ତୁ ପ୍ରାଥମିକତା ଆଧାରରେ ଏହି ମାମଲାର ପ୍ରଥମେ ଶୁଣାଣି ହେବ ବୋଲି ୩ ଜଣିଆ ଖଣ୍ଡପୀଠ କହିଛନ୍ତି  ।

ସୂଚନା ଅନୁସାରେ , ୧୭ ଅଗଷ୍ଟରେ ଦେଶବ୍ୟାପୀ ହିଂସା ଏବଂ ଡାକ୍ତର ସଂଘଙ୍କ ପ୍ରତିବାଦକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା  । ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଥିବା ଚିଠିରେ କୋଲକାତାରେ ଅଗଷ୍ଟ ୯ରେ ହୋଇଥିବା ପିଜି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ଏହି ମାମଲାକୁ ନିଜ ଅକ୍ତିଆରରେ ନିଅନ୍ତୁ ବୋଲି ଅନୁରୋଧ କରାଯାଇଥିଲା ।

ଆବଦେନକାରୀ ଡାକ୍ତର ମୋନିକା ସିଂହଙ୍କର ଓକିଲ ସତ୍ୟମ ସିଂହ ଅଦାଲତକୁ ଅନୁରୋଧ କରିଥିଲେ ଯେ , ୧୪ ଅଗଷ୍ଟରେ ଆରଜି କର ମେଡିକାଲ୍ କଲେଜରେ ହୋଇଥିବା ହିଂସାର ନିରପେକ୍ଷ ତଦନ୍ତ କରାଯାଉ ।

ପୁଣି ଉପାସରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ

0

ଖାଡା ଉପାସରେ ମହାପ୍ରଭୁ ଲିଙ୍ଗରାଜ । ଗତକାଲି ସଂନ୍ଧ୍ୟା ଧୂପ ପରଠାରୁ ଉପାସରେ ଅଛନ୍ତି ଲିଙ୍ଗରାଜ । ବଡୁ ଓ ପୂଜାପଣ୍ଡା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି । ପଇତା ଲାଗିକୁ ନେଇ ଗତ ଚାରିବର୍ଷ ହେବ ଏହି ସମୟରେ ଏଭଳି ସମସ୍ୟା ଦେଖାଦେଉଛି । ୨୦୧୯ ମସିହା ପର୍ଯ୍ୟନ୍ତ ପୂଜାପଣ୍ଡାମାନେ ପ୍ରଥମେ ପଇତା ଲାଗି କରୁଥିଲେ ପରେ ବଡୁ ନିଯୋଗ କରୁଥିଲେ । ହେଲେ ୨୦୨୧ ମସିହାଠୁ ବଡୁ ନିଯୋଗ ପୂଜାପଣ୍ଡା ନିଯୋଗକୁ ପଇତାଲାଗି ନୀତି କରିବାକୁ ଦେଲେନାହିଁ । ତାହା ପରଠୁ ବିବାଦ ଆରମ୍ଭ ହୋଇଛି। ଦେବୋତ୍ତରରେ ମାମଲା ଚାଲିଥିଲେ ମଧ୍ଯ ନିଷ୍ପତ୍ତି କିଛି ବାହାରିପାରିନି । ଫଳରେ ଗତକାଲି ସଂନ୍ଧ୍ୟା ଧୂପ ପରଠୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଅଛି ।

ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଦୁଇ ନିଯୋଗର ବିବାଦ ପାଇଁ ମହାପ୍ରଭୁ ଲିଙ୍ଗରାଜ କାହିଁକି ଉପାସରେ ରହିବେ ବୋଲି ଶ୍ରଦ୍ଧାଳୁମାନେ ପ୍ରଶ୍ନ କରିଛନ୍ତି । ପୂଜାପଣ୍ଡା ଓ ସୁଆର ସେବକ ମାନେ ନିଜ ସ୍ବାର୍ଥ ପାଇଁ ମହାପ୍ରଭୁଙ୍କୁ ଉପାସରେ ରଖିବା ଏମାନଙ୍କର ଅଭ୍ୟାସ ହୋଇଗଲାଣି। ତୁରନ୍ତ ରାଜ୍ୟ ସରକାର ଓ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସମାଧାନ କରିବାର ଆବଶ୍ୟକତା ରହିଛି । ପରମ୍ପରା ଅନୁସାରେ ୨୭ ଗୋଟି ପଇତା ଲାଗି କରାଯାଏ । ପୂଜାପଣ୍ଡା ସେବକମାନେ ୩ ପଟ ପଇତା ଲାଗି କରିବା ପାଇଁ ଜିଦ୍ କରୁଛନ୍ତି ।

ତେଣୁ ପ୍ରସଙ୍ଗ ଏବେ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ଦେବୋତ୍ତର କୋର୍ଟରେ ରହିଛି । ତେଣୁ କୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ପଇତା ଲାଗି ନୀତିକୁ ଛାଡ଼ି ଅନ୍ୟ ସବୁ ନୀତି ବନ୍ଦ ହେବନାହିଁ । ଲିଙ୍ଗରାଜ ଆଇନ ବା ସତ୍ଵଲିପି ହୋଇ ଗଲେ ଠାକୁରଙ୍କ ନୀତି ଆଉ ବନ୍ଦ ହୋଇ ପାରିବ ନାହିଁ । ମାମଲା କୋର୍ଟରେ ଅଛି ତେଣୁ ସରକାର ଓ ପ୍ରଶାସନ ବି ହସ୍ତକ୍ଷେପ କଲେ କିଛି ଲାଭ ହେବ ନାହିଁ ବୋଲି କହିଛନ୍ତି ବଡୁ ନିଯୋଗ ସମ୍ପାଦକ । ଅନ୍ୟପଟେ ପୂଜାପଣ୍ଡା ନିଯୋଗ ଏହି ଘଟଣା ପାଇଁ ବଡୁ ନିଯୋଗକୁ ଦାୟୀ କରିଛନ୍ତି ।

କଂଗ୍ରେସରେ ତାରା ବୋମା , ଅସନ୍ତୋଷ ଝାଡିଲେ ତାରା ବାହିନୀପତି

ଭୁବନେଶ୍ବର : ଭାଙ୍ଗିଗଲେଣି କଂଗ୍ରେସ କର୍ମୀ । ଦଳୀୟ ସ୍ବାର୍ଥ ବଦଳରେ ନିଜ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା କରୁଛନ୍ତି କଂଗ୍ରେସ ନେତା । ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି, କଂଗ୍ରେସରେ କାହାର ମତ କାହା ସହ ଠିକ ରହୁନି । ଦଳରେ ଏବେ ବିଭାଜନ ସୃଷ୍ଟି ହେଲାଣି । ଏଭଳି ସ୍ଥିତିରେ କେବଳ ନିଜେ ବଞ୍ଚିଲେ ବାପାର ନାଁ ବୋଲି ମତ ଦେଇଛନ୍ତି ତାରା । ଗାନ୍ଧୀ ପରିବାର ହେଉଛନ୍ତି କଂଗ୍ରେସ ଦଳର ବସ୍ । ସେମାନେ ଯାହା ନିଷ୍ପତ୍ତି ନେବେ ତାକୁ ମାନିବାକୁ ପଡ଼ିବ । ଏବେ ସ୍ଥିତି ଅନୁସାରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହେବା ଦରକାର ବୋଲି ତାରା କହିଛନ୍ତି ।

କଟକ ମଧୁପାଟଣାରୁ ସିମବକ୍ସ ଠାବ, ଘଟଣାସ୍ଥଳରେ ପୋଲିସର ଛାନବିନ୍

କଟକ : ରାଜଧାନୀରୁ ସିମ ବକ୍ସ ଜବତ ଘଟଣାରେ ପୋଲିସର ତନାଘନା । ପୋଲିସକୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। କଟକରେ ମଧ୍ୟ ଅଛି ଆଉ ଏକ ସିମ ବକ୍ସ ସେଟ୍ ଅପ୍। ଖୁବଶୀଘ୍ର ଚଢାଉ ହେବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ଗୁରୁତ୍ବପୁର୍ଣ କଥା ହେଉଛି ହୱାଲା ଜରିଆରେ ଚାଲିଥିଲା ଆର୍ଥିକ କାରବାର। ଯାହା ବି ଟ୍ରାଞ୍ଜାକ୍ସନ୍ ହେଉଥିଲା ତାହା କ୍ୟାସ୍ ଆକାରରେ ହେଉଥିଲା । ବାଂଲାଦେଶରୁ ହୱାଲା ଜରିଆରେ ଆସୁଥିଲା ଭୁବନେଶ୍ୱରକୁ ଟଙ୍କା । ବାଂଲାଦେଶ ସୀମାରେ ଥିବା କିଛି ଦୋକାନରେ ଚାଲୁଥିଲା ଏହି ହୱାଲା କାରବାର ।

ନୋଟକୁ କୋଡ ହିସାବରେ ବ୍ୟବହାର କରି ହୱାଲା ମାଧ୍ୟମରେ ଆର୍ଥିକ କାରବାର ହେଉଥିଲା । ବାଂଲାଦେଶରୁ ଲୋକ ଆସି କଟକ ଓ ଭୁବନେଶ୍ବରରେ ସିମ୍ ବକ୍ସ ସେଟ୍ ଅପ୍ କରି ଯାଇଥିଲେ ବୋଲି କହିଛନ୍ତି ଡିସିପି । ଅନ୍ୟପଟେ  ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ । ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ନେଇ ଖୋଳତାଡ଼ କରିବ ପୋଲିସ । ୧୪ ଦିନ ରିମାଣ୍ଡରେ ଆଣିବାକୁ ହୋଇଥିଲା ଆବେଦନ। ମାଷ୍ଟରମାଇଣ୍ଡ ତଥା ବାଂଲାଦେଶୀ ଅସଦୁର ସମ୍ପର୍କରେ ଅଧିକ ହେବ ଖୋଳତାଡ଼ । ଆବଶ୍ୟକ ସ୍ଥଳେ NIA ଓ ଇଣ୍ଟରପୋଲର ସାହାଯ୍ୟ ନିଆଯାଇପାରେ । ପାକିସ୍ତାନ, ଚୀନ ଲିଙ୍କ ନେଇ କରାଯିବ ଜେରା । ପୂରା ସିଣ୍ଡିକେଟର ଗୁମର ଖୋଲିବ କମିଶନରେଟ ପୋଲିସ ।

ଗତ ଶୁକ୍ରବାର କେଶୁରା ନିକଟସ୍ଥ ମହାଦେବ ନଗରରେ ଥିବା ଭଡାଘରୁ ଠାବ ହୋଇଥିଲା ସିମ୍ ବକ୍ସ । ମୋଟ ୭ଟି ସିମ ବକ୍ସ ମିଳିଥିଲା । ୫ଟି ସିମ ବକ୍ସ ଇନଷ୍ଟଲ କରାଯାଇଥିବା ବେଳେ, ୨ଟି ସିମ ବକ୍ସ ରିଜର୍ଭ ରଖାଯାଇଥିଲା। ହଜାର ହାଜର ପ୍ରି-ଆକ୍ଟିଭେଟ ସିମ ମିଳିଥିବା ବେଳେ ୨୫୫ଟି ଆକ୍ଟିଭେଟ ସିମ୍ ମିଳିଥିଲା । ୩ଟି ସଂସ୍ଥାର ଇଣ୍ଟରନେଟ କନେକ୍ସନ ନିଆଯାଇଥିଲା । ଆଉ ଦୁଇଟି ସ୍ଥାନରେ ମଧ୍ୟ ଏହି ସିମ ବକ୍ସ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ କିଏ କିଏ ଏହି ସିଣ୍ଡିକେଟ ରେ ଅଛନ୍ତି ? କେଉଁ ଦେଶରେ ଏହାକୁ ଅପରେଟ କରାଯାଉଛି ? କେତେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି ସେ ନେଇ ଅଧିକ ଖୋଳତାଡ଼ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।