spot_img
Home Blog Page 1596

ବାପାଙ୍କୁ ‘ଇଞ୍ଜିନିୟର ପୁଅ କିନ୍ନର ବୋହୂ କରିଥିଲେ ହତ୍ୟା’

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ଅଯୋଧ୍ୟାନଗର ହତ୍ଯାକାଣ୍ଡ ଉପରୁ ହଟିଲା ପରଦା। ଘରେ ରହୁଥିବା କିନ୍ନର ସହ ବାପାକୁ ହତ୍ଯା କରିଥିଲା ପୁଅ। ହତ୍ଯାକାଣ୍ଡ ଘଟାଇ ଦେଇଥିଲେ ଦୁର୍ଘଟଣାର ରୂପ। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଯୋଧ୍ଯାନଗର ତୃତୀୟ ଲାଇନରେ ରହୁଥିବା ଗରିବବନ୍ଧୁ ପଣ୍ଡାଙ୍କ ମୃତ୍ଯୁ ରହସ୍ୟର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ଯାକାଣ୍ଡରେ ଇଂଜିନିୟର ପୁଅ ସନ୍ଦୀପ ପଣ୍ଡା ଓ ଘରେ ରହୁଥିବା କିନ୍ନର ଶ୍ରୀୟାର ହାତ ଥିବା କହିଛି ପୋଲିସ। ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘରେ ରହୁଥିବା କିନ୍ନର ଶ୍ରୀୟାଙ୍କ ପ୍ରକୃତ ନାଁ ପ୍ରବୀଣ କୁମାର ଶର୍ମାI ଘର ମହାରାଷ୍ଟ୍ର ଠାଣେ ଜିଲ୍ଲା କାଲପ୍ପା ଥାନା ଅନ୍ତର୍ଗତ ଶିବାଜୀନଗର ଅଞ୍ଚଳରେ। ସନ୍ଦୀପ ପୂର୍ବରୁ ବିବାହିତ। ସେ ମୁମ୍ବାଇରେ ଚାକିରୀ କରୁଥିଲେ। ସନ୍ଦୀପ ଜଣେ କିନ୍ନରଙ୍କ ସହ ସମ୍ପର୍କ ରଖିବାରୁ ତାଙ୍କ ପତ୍ନୀ ଛାଡି ଚାଲି ଯାଇଛନ୍ତି। ଉଭୟ ସନ୍ଦୀପ ଓ କିନ୍ନର ଶ୍ରୀୟା ୩ ମାସ ହେଲା ବାପା ଗରିବବନ୍ଧୁଙ୍କୁ ପାଖରେ ରହୁଥିଲେ। ଅନେକ ସମୟରେ ସେମାନେ ବାପା ଗରିବବନ୍ଧୁଙ୍କୁ ଗାଳିଗୁଲଜ ସହ ମାଡ଼ ମାରୁଥିବା ତଦନ୍ତରୁ ଜଣାପଡିଛି।୧୫ ତାରିଖ ରାତିରେ ଉଭୟ ନିଶାସକ୍ତ ଅବସ୍ଥାରେ ଗରିବବନ୍ଧୁଙ୍କ ସହ ଝଗଡ଼ା କରିଥିଲେ। ତାଙ୍କ ଉପରକୁ ଟେବୁଲ ଫ୍ୟାନ୍ ଓ ଷ୍ଟିଲ ଆଲମିରା ପକାଇ ଦେଇଥିଲେ। ୧୬ ତାରିଖ ଗରିବବନ୍ଧୁ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ MKCG ନେବାବେଳେ ମୃତ୍ୟୁ ଘଟିଥିଲା Iଏହାକୁ ଦୁର୍ଘଟଣାର ରୂପ ଦେବାକୁ ଘରର ବିଭିନ୍ନ ସ୍ଥାନରେ ପଡ଼ିଥିବା ରକ୍ତଛିଟାକୁ ପୋଛି ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଥିଲେ ଉଭୟ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ବାପା ଗରିବବନ୍ଧୁଙ୍କ ଛାତିର ହାଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା I ଏନେଇ ଡାକ୍ତରଙ୍କ ପକ୍ଷରୁ ଖବର ପରେ ହତ୍ୟା ସନ୍ଦେହ କରିଥିଲା ପୋଲିସ ।

ରାକ୍ଷୀରେ ପିଶାଚ ସାଜିଲା ଭାଇ, ଭାଇର ଛୁରାମାଡ଼ରେ ଭଉଣୀ ମୃତ

ନନ୍ଦିଘୋଷ ବ୍ୟୁରୋ: ରାକ୍ଷୀରେ ଭଉଣୀକୁ ମାରିଲା ଭାଇ। ଛୁରୀରେ ଭଉଣୀକୁ ଛୁରା ମାଡ଼ କରିଛି ଭାଇ। ହତ୍ୟା କରିବା ପରେ ଫେରାର ମାରିଛି। ବ୍ରହ୍ମପୁର ବଡବଜାର ଥାନା ଅଂଚଳରେ ଘଟିଛି ଏ ଚାଞ୍ଚଲ୍ୟକର ହତ୍ଯାକାଣ୍ଡ। ମୃତକ ହେଲେ ୧୩ ବର୍ଷୀୟା ପ୍ରଜକ୍ତା ପାଣିଗ୍ରାହୀ। ନିମଖଣ୍ଡି ଲୋଚପଡା ଅଞ୍ଚଳରେ ତାଙ୍କର ଘର। ବଡ଼ବଜାର ଜଗନ୍ନାଥ ବିହାରରେ ସପ୍ତମ ଲେନରେ ଥିବା ବଡବାପା ଘରକୁ ଆସିଥିଲେ। ହଠାତ୍ କୌଣସି କାରଣକୁ ନେଇ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଭଉଣୀ ପ୍ରଜକ୍ତାକୁ ଛୁରାମାଡ଼ କରିଥିଲେ।ପରେ ଆୟୁଷ୍ମାନ ପାଣିଗ୍ରାହୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ mkcg ମେଡିକାଲକୁ ଅଣାଯାଇଥିଲା। ପ୍ରଜକ୍ତାଙ୍କୁ ଡାକ୍ତର ମୃତ ଘୋଷଣା  କରିଥିବା ବେଳେ ଆୟୁଷ୍ମାନଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭୁବନେଶ୍ବର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।  ସେପଟେ ଛୁରାମାଡ କରି ଫେରାର ହେଉଥିବାବେଳେ ଅଭିଯୁକ୍ତ ଭଆଇଅ ହିଞ୍ଜିଳିକାଟୁରେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡିଛି।

ଦନ୍ତାହାତୀ ରାମୁର ମୃତ୍ଯୁ

ନନ୍ଦିଘୋଷ ବ୍ୟୁରୋ: ଚନ୍ଦକା ଜଙ୍ଗଲର ଦନ୍ତାହାତୀ ରାମୁର ମୃତ୍ଯୁ। ୪୦ ବର୍ଷ ବୟସରେ ତାର ମୃତ୍ଯୁ ହୋଇଛି। ଚନ୍ଦକା ଡିଏଫଓ ଶରତ ବେହେରା କହିଛନ୍ତି-ବିଦ୍ଯୁତ ଆଘାତରେ ରାମର ମୃତ୍ଯୁ ହୋଇଥିବା ସନ୍ଦେହ କରାଯାଉଛି। ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ଯ ମିଳିବ। ଭୁବନେଶ୍ବର ଉପକଣ୍ଠରେ ରାମୁ ବ୍ଯାପକ କ୍ଷୟକ୍ଷତି କରୁଥିଲା। ଚନ୍ଦକା ଓ ଡମପଡ଼ା ଅଭୟାରଣ୍ଯ ଅଞ୍ଚଳରେ ସେ ରହୁଥିଲା। ଗାଁଗଣ୍ଡା ଭିତରକୁ ପଶି ବ୍ଯାପକ କ୍ଷୟକ୍ଷତି କରୁଥିବାରୁ ରାମୁର ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ବହୁ ଚେଷ୍ଟା କରିଥିଲା। ଏପରିକି ରେଡିଓ କଲାର ବି ଲଗାଇବାକୁ ମଧ୍ୟ ଉଦ୍ଯମ ହୋଇଥିଲା। ଟ୍ରାଙ୍କୁଲାଇଜ୍ କରିବାକୁ ମଧ୍ଯ ବନ ବିଭାଗ ପ୍ରଚେଷ୍ଟା ଜାରି ରଖିଥିଲା। କିନ୍ତୁ ତାହା ସଫଳ ହୋଇପାରିନଥଲା। ଆଜି କିନ୍ତୁ ରାମୁର ମୃତ୍ଯୁ ହୋଇଛି।

୨୦ ଲକ୍ଷ ଟଙ୍କାର ସୁନା ଓ ନଗଦ ଲକ୍ଷେ ଟଙ୍କା ଲୁଟ

ନନ୍ଦିଘୋଷ ବ୍ୟୁରୋ: ୨୦ ଲକ୍ଷ ଟଙ୍କାର ସୁନା ଓ ନଗଦ ଲକ୍ଷେ ଟଙ୍କା ଲୁଟ । ରାଜଧାନୀ ଭୁବନେଶ୍ବରର ସହିଦନଗର ଥାନା ଅଞ୍ଚଳରେ ଏହି ଲୁଟ ହୋଇଛି । ସହିଦନଗର ଲେବଲ କ୍ରସିଂ ନିକଟରେ ଥିବା ଆପାର୍ଟମେଣ୍ଟରୁ ଲୁଟ ହେବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ଓ ସାଇଣ୍ଟିଫିକ ଟିମ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଲୁଟ ବେଳର Exclusive ଭିଜୁଆଲ । ଦୁଇଜଣ ଲୋକ ଲୁଟ କରୁଥିବା ବେଳର ସିସିଟିଭି ବର୍ତ୍ତମାନ ସାମ୍ନାକୁ ଆସିଛି । ଏ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ମାନସ ମହାପାତ୍ର।

‘ରାଜ୍ୟକୁ ଫେରିବେ ଓଡ଼ିଆ ଶ୍ରମିକ, ଆରମ୍ଭ ହୋଇଛି ପକ୍ରିୟା’

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟକୁ ଫେରିବେ ଓଡ଼ିଆ ଶ୍ରମିକ। ଆରମ୍ଭ ହେଲା ପକ୍ରିୟା। ବିଭାଗୀୟ ମନ୍ତ୍ରୀଙ୍କ ବୟାନ ପାରେ ବାଂଲାଦେଶରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ସ୍ବଦେଶ ଫେରିବା ନେଇ ଆଶା ସଞ୍ଚାର ହୋଇଛି। ବାଂଲାଦେଶରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ସେଠାରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ବିଭିନ୍ନ ଜିଲ୍ଲାରୁ କେତେ ଦାଦନ ଶ୍ରମିକ ବାଂଲାଦେଶ ଯାଇଛନ୍ତି ତାର ଏକ ତାଲିକା ପ୍ରସ୍ତୁତ ଚାଲିଛି। ସମସ୍ତ ଜିଲ୍ଲାର ଶ୍ରମ ଅଧିକାରୀଙ୍କୁ ଏ ଦାୟିତ୍ଵ ଦିଆଯାଇଛି। ଶ୍ରମ ଅଧିକାରୀମାନେ ନିଜ ନିଜ ଜିଲ୍ଲାର ତାଲିକା ପଠାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

ସରକାରୀ ତଥ୍ୟକୁ ନେଇ ଶ୍ରମିକଙ୍କ ସହ ଯୋଗାଯୋଗ ପରେ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ଆଣିବାକୁ ବ୍ୟବସ୍ଥା କରାଯିବ। ୧୫ ରୁ ୨୦ ଦିନ ମଧ୍ୟରେ ସମସ୍ତଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

ଆସନ୍ତା ବର୍ଷରୁ କଲେଜ ଓ ବିଶ୍ଵବିଦ୍ଯାଳୟରେ ହେବ ଛାତ୍ର ସଂସଦ ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ବର୍ଷରୁ କଲେଜ ଓ ବିଶ୍ଵବିଦ୍ଯାଳୟରେ ହେବ ଛାତ୍ର ସଂସଦ ନିର୍ବାଚନ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଆସନ୍ତା ବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବା ପାଇଁ ଆଇନ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିଛନ୍ତି।

ସେପ୍ଟେମ୍ବର ମାସରେ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ହେଲେ ନୂଆ ସରକାର ଗଠନ ହେବା ପରଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ପାରିବ ନାହିଁ। ଛାତ୍ର ସଂସଦ ନିର୍ବାଚନ ପାଇଁ କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡିକୁ ପ୍ରସ୍ତୁତ କରାଯିବ। ଆସନ୍ତା ବର୍ଷ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ନିଷ୍ପତି ହୋଇସାରିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

 ଆଜି ଆକାଶରେ ଦୃଶ୍ୟମାନ ହେବ ସୁପର ବ୍ଲୁ ମୁନ୍

ନନ୍ଦିଘୋଷ ବ୍ୟୁରୋ :  ଆଜି ଆକାଶରେ ଦୃଶ୍ୟମାନ ହେବ ସୁପର ବ୍ଲୁ ମୁନ୍। ରାକ୍ଷୀ ପୂର୍ଣ୍ଣିମାରେ ଆକାଶରେ ଝଲସିବ ନୀଳ ଜହ୍ନ। ଏହା ୨୦୨୪ ମସିହାର ପ୍ରଥମ ସୁପରମୁନ୍ ଭାବେ ଦେଖାଯିବ। ଏହି ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟକୁ ଲୋକେ ଖାଲି ଆଖିରେ ଦେଖିପାରିବେ । ଆକାଶ ମେଘମୁକ୍ତ ଥିଲେ ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରେ ଏହାକୁ ଖାଲି ଆଖିରେ ରାତି ସାରା ଦେଖିହେବ । ରାତି ୧୧ଟା ୫୬ରୁ କାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଏହା ଦେଖିବାକୁ ମିଳିବ। ଏକ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ଦ୍ବିତୀୟ ପୂର୍ଣ୍ଣିମାକୁ ନୀଳ ଜହ୍ନ ବା ନୀଳ-ସୁପରମୁନ୍ ଭାବେ ନାମିତ କରାଯାଏ ।

ସୁପରମୁନ୍ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ ଏହି ଶବ୍ଦଟି ଲୋକପ୍ରିୟ ହୋଇ ବହୁଳ ବ୍ୟବହାର ହୋଇଆସୁଛି। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯଦି ଚନ୍ଦ୍ର ଆମଠାରୁ ୩.୬୦ଲକ୍ଷ କିମି ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣିମା ପଡ଼େ, ତାହେଲେ ସେହି ଚନ୍ଦ୍ରକୁ ସୁପରମୁନ୍ କୁହାଯାଏ । ସେ ସମୟରେ ଆମକୁ ଚନ୍ଦ୍ର ବଡ଼ ଓ ଉଜ୍ଜ୍ବଳ ଦେଖାଯାଏ। ପ୍ରତିବର୍ଷ ଏଭଳି ଘଟଣା ଘଟିଥାଏ। ଆଜି ଚନ୍ଦ୍ର ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୯ ପ୍ରତିଶତ ବଡ଼ ଓ ୨୦ପ୍ରତିଶତ ଅଧିକ ଉଜ୍ଜ୍ବଳ ଦେଖାଯିବ । ଏହି ବିରଳ ସୁପର ବ୍ଲୁ ମୁନ୍ ବିଶ୍ୱବ୍ୟାପୀ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଅଲଗା ଅଲଗା ସମୟରେ ଦେଖାଯାଉଛି ।

ଭାଙ୍ଗିଲା ଶହ ଶହ ବର୍ଷର ପରମ୍ପରା; ଝୁଲଣ କୁଞ୍ଜରେ ଖଞ୍ଜାଯାଇଛି ଜୋତା ପିନ୍ଧା ଫାଇବର ମୂର୍ତ୍ତି

ପୁରୀ: ଭାଙ୍ଗିଲା ଶହଶହ ବର୍ଷର ପରମ୍ପରା। କାଗଜ ବଦଳରେ ସାକ୍ଷୀଗୋପାଳ ସ୍ଥିତ ଗୋପାଳଜୀଉ ମନ୍ଦିର ଝୁଲଣ କୁଞ୍ଜରେ ଖଞ୍ଜା ଯାଇଛି ଜୋତା ପିନ୍ଧା ଫାଇବର ମୂର୍ତ୍ତି। ଝୁଲଣ ମଣ୍ଡପରେ ଜୋତା ପିନ୍ଧା ମୂର୍ତ୍ତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପରମ୍ପରାକୁ ଦ୍ୱାହି ଦେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ବିନା ନୀତି ପ୍ରଣୟନରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଏଭଳି କାର୍ଯ୍ୟ କରିଛନ୍ତି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବବାସୀ ତ୍ରିପାଠୀ ପ୍ରତ୍ୟେକ ପର୍ବପର୍ବାଣୀରେ ଏହିଭଳି କାର୍ଯ୍ୟ କରିଥାନ୍ତି ବୋଲି ଅଭିଯୋଗ ହୋଇଆସୁଛି। ଯାହାକୁ ନେଇ ସାଧାରଣ ଭକ୍ତଙ୍କ ଠାରୁ ଆରମ୍ଭ କରି ସେବାୟତମାନେ ଘୋର ବିରୋଧ କରିଛନ୍ତି।

ଝୁଲଣ ମଣ୍ଡପରେ ପ୍ରତ୍ୟେକ ବର୍ଷ କାଗଜରେ ପ୍ରସ୍ତୁତ କଣ୍ଢେଇ, ସଖୀ, ଭୀମ ଅର୍ଜୁନଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ସବୁକୁ ସ୍ଥାନିତ କରାଯାଇଥାଏ। ହେଲେ ପରମ୍ପରା ଓ ସଂସ୍କୃତିକୁ ଜଳାଞ୍ଜଳି ଦେଇ ଚଳିତ ବର୍ଷ ଝୁଲଣ କୁଞ୍ଜକୁ ଅଧିକ ସୌନ୍ଦର୍ଯ୍ୟକରଣ କରିବାକୁ ଫାଇଭରରେ ପ୍ରସ୍ତୁତ ସଖୀ, କଣ୍ଢେଇ ଓ ଜୋତା ପିନ୍ଧା ଦୁଇଟି ବିଶାଳକାୟ ମୂର୍ତ୍ତିକୁ ସ୍ଥାନିତ କରାଯାଇଛି।

ଭୁବନେଶ୍ୱର ଓ କଟକରେ ସିମବକ୍ସ ଜବତ ଘଟଣା: କଟକ ରୋଡରେ ଏକ ହୋଟେଲରେ ରେଡ୍

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱର ଓ କଟକରେ ସିମ ବକ୍ସ ଜବତ ଘଟଣା । କଟକ ରୋଡରେ ଲିଙ୍ଗରାଜ ହୋଟେଲରେ ପୋଲିସର ଛାନଭିନ। ଅସଦୁର ଜମାନ ଓ ରାଜୁ ମଣ୍ଡଳ ଲିଙ୍ଗରାଜ ହୋଟେଲରେ ଥିବା ଖବର ପାଇବା ପରେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ହୋଟେଲରେ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ଅସଦୁର ଜମାନ ଓ ରାଜୁ ମଣ୍ଡଳ ଏଠାରେ କେତେଦିନ ରହିଥିଲେ। ହୋଟେଲରେ କଣ କରୁଥିଲେ। କେଉଁ ଲୋକ ତାଙ୍କୁ ଦେଖା କରିବାକୁ ଆସୁଥିଲା । ସେନେଇ ବିସ୍ତୃତ ତଥ୍ଯ ସଂଗ୍ରହ କରୁଛି ପୋଲିସ । ହୋଟେଲ କର୍ମଚାରୀଙ୍କୁ ମଧ୍ଯ ପଚରାଉଚରା କରାଯାଉଛି ।

ରବିବାର କଟକରୁ ସିମବକ୍ସ ଠାବପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ଯକର ତଥ୍ଯ । କଟକକୁ ଆସିଥିଲା ବଂଲାଦେଶର ଅସଦୁର ଜମାନ । ଅସଦୁର ହିଁ କଟକର ଭଡ଼ାଘରେ ଖଞ୍ଜିଥିଲା ସିମବକ୍ସ । କଟକ ରାଜେନ୍ଦ୍ର ନଗରରୁ ସିମବକ୍ସ ଜବତ ପରେ ଏଭଳି ସାଂଘାତିକ ସୂଚନା ଦେଇଛି କମିଶନରେଟ ପୋଲିସ । ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ କଟକ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗରରେ ଏକ ଭଡା ଘର ନେଇଥିଲା । ଲୁଗା ବ୍ୟବସାୟ କରିବାକୁ କହି ଘର ଭଡ଼ା ନେଇଥିଲା ରାଜୁ । ମାସିକ ଆଠ ହଜାର ଟଙ୍କା ଫୋନ୍ ପେରେ ଘର ଭଡ଼ା ଦେଉଥିଲା । ଡିସେମ୍ବରରେ ବାଂଲାଦେଶର ୩୦ ବର୍ଷୀୟ ଅସଦୁର ଜମାନ କଟକ ଆସିଥିଲା । ଏହି ଭଡ଼ା ଘରେ ସେ ସିମବକ୍ସ ଖଞ୍ଜିଥିବା ବେଳେ ରାଜୁ ଏହାର ରକ୍ଷଣାବେକ୍ଷଣ କରୁଥିଲା । ଅସଦୁର ଭାରତକୁ ଭିସା କରି ଓଡ଼ିଶା ଆସିଥିଲା । ଏହାର ବୈଧତା ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରହିଥିଲା । ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅଗରତାଲା ଦେଇ ଭାରତ ଆସି ଡିସେମ୍ବର ୨୪ ତାରିଖରେ ପୁଣି ବଂଲାଦେଶ ଫେରିଥିଲା ।

ସିମବକ୍ସର ସାଂଘାତିକ ସତ: କଟକକୁ ଆସିଥିଲା ବଂଲାଦେଶର ଅସଦୁର ଜମାନ

କଟକ: ସିମବକ୍ସ ହଇଚଇ ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ଯକର ତଥ୍ଯ । କଟକକୁ ଆସିଥିଲା ବଂଲାଦେଶର ଅସଦୁର ଜମାନ। ଅସଦୁର ହିଁ କଟକର ଭଡ଼ାଘରେ ଖଞ୍ଜିଥିଲା ସିମବକ୍ସ। କଟକ ରାଜେନ୍ଦ୍ର ନଗରରୁ ସିମବକ୍ସ ଜବତ ପରେ ଏଭଳି ସାଂଘାତିକ ସୂଚନା ଦେଇଛି କମିଶନରେଟ ପୋଲିସ । ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ କଟକ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗରରେ ଏକ ଭଡା ଘର ନେଇଥିଲା । ଲୁଗା ବ୍ୟବସାୟ କରିବାକୁ କହି ଘର ଭଡ଼ା ନେଇଥିଲା ରାଜୁ । ମାସିକ ଆଠ ହଜାର ଟଙ୍କା ଫୋନ୍ ପେ’ରେ ଘର ଭଡ଼ା ଦେଉଥିଲା । ଡିସେମ୍ବରରେ ବାଂଲାଦେଶର ୩୦ ବର୍ଷୀୟ ଅସଦୁର ଜମାନ କଟକ ଆସିଥିଲା । ଏହି ଭଡ଼ା ଘରେ ସେ ସିମବକ୍ସ ଖଞ୍ଜିଥିବା ବେଳେ ରାଜୁ ଏହାର ରକ୍ଷଣାବେକ୍ଷଣ କରୁଥିଲା । ଅସଦୁର ଭାରତକୁ ଭିସା କରି ଓଡ଼ିଶା ଆସିଥିଲା । ଏହାର ବୈଧତା ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରହିଥିଲା ।

ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅଗରତାଲା ଦେଇ ଭାରତ ଆସି ଡିସେମ୍ବର ୨୪ ତାରିଖରେ ପୁଣି ବଂଲାଦେଶ ଫେରିଥିଲା । ରବିବାର ରାତିରେ ପୋଲିସର ରେଡ ବେଳେ ରାଜେନ୍ଦ୍ର ନଗର ଘରୁ ୫ଟି ସିମବକ୍ସ ସହ ୪୦ଟି ସିମ କ୍ଯାରିୟର, ଗୋଟିଏ ମୋଡେମ ଏବଂ ୨୩୬ଟି ଆକ୍ଟିଭ୍ ସିମ୍ ସମେତ ମୋଟ ୫୪୬ଟି ସିମ୍ ଜବତ ହୋଇଛି । କୋଡ଼ୱାର୍ଡରେ ଚାଲିଥିଲା ସିମବକ୍ସ କାରବାର। ରାଜୁ ମଣ୍ଡଳକୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେବା ପରେ ଏଭଳି ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ । ସାଇଣ୍ଟିଫିକ ଟିମ ମେସିନ ଗୁଡିକୁ ସିଜ କରିବା ସହ ଆରମ୍ଭ କରିଛି ଛାନଭିନ । ରାଜୁଠାରୁ ମିଳିଥିବା ଇନପୁଟ ମୁତାବକ ବାଂଲାଦେଶ, ପାକିସ୍ତାନ ସହ ଚାଇନାକୁ ଏହି ସିମବକ୍ସ ଦ୍ୱାରା କରାଯାଉଥିଲା କଲ । ଲିକ କରାଯାଉଥିଲା ଗୁରୁତ୍ୱପୂର୍ଣ୍ଣ ଡାଟା । ତେବେ ସିମବକ୍ସକୁ ନେଇ ଉଠିଛି ଅନେକ ପ୍ରଶ୍ନ । କାହା କାହା ସହ ରହିଛି ଲିଙ୍କ ? ଆଉ କେଉଁ ଦେଶ ସହ ଓଡ଼ିଶାରୁ କରାଯାଇଛି କଣ୍ଟାକ୍ଟ ? ସିମବକ୍ସ ଜରିଆରେ କେଉଁ ତଥ୍ୟ ଆଦାନ ପ୍ରଦାନ ଚାଲିଥିଲା ? ଏହି ସିଣ୍ଡିକେଟର ମାଷ୍ଟର ମାଇଣ୍ଡ କିଏ ? କେଉଁଠି ରହି ଚଳାଇଥିଲା କଳା କାରବାର ?