spot_img
Home Blog Page 1595

ସିମବକ୍ସ ଘଟଣା, ରାଜୁ ମଣ୍ଡଳକୁ ନେଇ ରାଞ୍ଚି ଯାଉଛି ସ୍ପେଶାଲ ସ୍କ୍ୱାଡ଼ ଓ ଲକ୍ଷ୍ମୀସାଗର ଥାନା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଆଉ କିଛି ସମୟ ପରେ ଝାଡ଼ଖଣ୍ଡ ର ରାଞ୍ଚି ରୁ ଠାବ ହେବ ସିମ ବକ୍ସ । ତୃତୀୟ ଦିନ ରିମାଣ୍ଡ ବେଳେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚି ଯାଉଛି ସ୍ପେଶାଲ ସ୍କ୍ୱାଡ଼ ଓ ଲକ୍ଷ୍ମୀସାଗର ଥାନା ପୋଲିସ । ପ୍ରଥମେ ମଙ୍ଗରାଜ ପଏଣ୍ଟ ଓ ପରେ ମଧୁପାଟଣା ପରେ ଏବେ ପୁଣି ସୁଦୂର ରାଞ୍ଚି ରୁ ମିଳିବାକୁ ଯାଉଛି ସିମ ବକ୍ସ ଅଡ୍ଡା । କେବଳ ସେତିକି ନୁହେଁ ସ୍ଲିପର ସେଲ ଭାବେ କାମ କରୁଥିବା ରାଜୁ ର ମାଷ୍ଟରମାଇଣ୍ଡ ଥିବା ଆସାଦୁର ଜମାନ କଟକ ରୋଡରେ ରହୁଥିବା ଲିଙ୍ଗରାଜ ହୋଟେଲ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ । କାରଣ ଜଣେ ବିଦେଶୀ ଭାବେ ଆସାଦୁର ସେହି ହୋଟେଲରେ ରହୁଥିଲେ ସୁଦ୍ଧା ଫର୍ମ ସି ପୂରଣ କରିନଥିଲା ହୋଟେଲ । ଯାହାଫଳରେ ପୁରା ସିଣ୍ଡିକେଟ ଜାଣିବାରେ ବିଫଳ ହୋଇଥିଲା ପୋଲିସ । ଟୁଇନ ସିଟିରୁ ଏପର୍ଯ୍ୟନ୍ତ ମୋଟ ୧୨ ଟି ସିମବକ୍ସ ମିଳିଛି ।

ସିମବକ୍ସ ହଇଚଇ ଭିତରେ ପୂର୍ବରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ଯକର ତଥ୍ଯ । କଟକକୁ ଆସିଥିଲା ବଂଲାଦେଶର ଅସଦୁର ଜମାନ । ଅସଦୁର ହିଁ କଟକର ଭଡ଼ାଘରେ ଖଞ୍ଜିଥିଲା ସିମବକ୍ସ । ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ କଟକ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗରରେ ଏକ ଭଡା ଘର ନେଇଥିଲା । ଲୁଗା ବ୍ୟବସାୟ କରିବାକୁ କହି ଘର ଭଡ଼ା ନେଇଥିଲା ରାଜୁ । ମାସିକ ଆଠ ହଜାର ଟଙ୍କା ଫୋନ୍ ପେରେ ଘର ଭଡ଼ା ଦେଉଥିଲା । ଡିସେମ୍ବରରେ ବାଂଲାଦେଶର ୩୦ ବର୍ଷୀୟ ଅସଦୁର ଜମାନ କଟକ ଆସିଥିଲା । ଏହି ଭଡ଼ା ଘରେ ସେ ସିମବକ୍ସ ଖଞ୍ଜିଥିବା ବେଳେ ରାଜୁ ଏହାର ରକ୍ଷଣାବେକ୍ଷଣ କରୁଥିଲା ।

ଅସଦୁର ଭାରତକୁ ଭିସା କରି ଓଡ଼ିଶା ଆସିଥିଲା । ଏହାର ବୈଧତା ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରହିଥିଲା । ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅଗରତାଲା ଦେଇ ଭାରତ ଆସି ଡିସେମ୍ବର ୨୪ ତାରିଖରେ ପୁଣି ବଂଲାଦେଶ ଫେରିଥିଲା । ରାଜେନ୍ଦ୍ର ନଗର ଘରୁ ୫ଟି ସିମବକ୍ସ ସହ ୪୦ଟି ସିମ କ୍ଯାରିୟର, ଗୋଟିଏ ମୋଡେମ ଏବଂ ୨୩୬ଟି ଆକ୍ଟିଭ୍ ସିମ୍ ସମେତ ମୋଟ ୫୪୬ଟି ସିମ୍ ଜବତ ହୋଇଛି । କୋଡ଼ୱାର୍ଡରେ ଚାଲିଥିଲା ସିମବକ୍ସ କାରବାର । ରାଜୁ ମଣ୍ଡଳକୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେବା ପରେ ଏଭଳି ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ । ସାଇଣ୍ଟିଫିକ ଟିମ ମେସିନ ଗୁଡିକୁ ସିଜ କରିବା ସହ ଆରମ୍ଭ କରିଛି ଛାନଭିନ । ରାଜୁଠାରୁ ମିଳିଥିବା ଇନପୁଟ ମୁତାବକ ବାଂଲାଦେଶ, ପାକିସ୍ତାନ ସହ ଚାଇନାକୁ ଏହି ସିମବକ୍ସ ଦ୍ୱାରା କରାଯାଉଥିଲା କଲ । ଲିକ କରାଯାଉଥିଲା ଗୁରୁତ୍ୱପୂର୍ଣ୍ଣ ଡାଟା ।

ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ନନ୍ଦିଘୋଷ ବ୍ୟୁରୋ: ଆଜି ବି ତୁହାକୁ ତୁହା ଭିଜିବ ଓଡ଼ିଶା । କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୨୧ରୁ ବର୍ଷାର ପ୍ରଭାବ କମିବ ବୋଲି ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ବଙ୍ଗଳାଦେଶ ଓ ତତସଂଲଗ୍ନ ଅଂଚଳରେ ସଦୃଶ ଲଘୁଚାପ ସକ୍ରିୟ ରହିଛି। ଏହା ଅଧିକ ଘନୀଭୁତ ହୋଇ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୱେଲମାର୍କ ଲୋ-ପ୍ରେସରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏନେଇ ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, ରାୟଗଡା, ଗଂଜାମ କୋରାପୁଟ, ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା ।

ଆଜିଠୁ ଆରମ୍ଭ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ।ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଶୋକ ପ୍ରସ୍ତାବ ଆଗତ ହେବ। ବିଭିନ୍ନ କମିଟି ରିପୋର୍ଟ ଓ କାଗଜ ଉପସ୍ଥାପନ ହେବ। ସେପ୍ଟେମ୍ବର 10ରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ। ସେପ୍ଟେମ୍ବର 13 ଯାଏ ଚାଲିବ ଅଧିବେଶନ।  ରାଜ୍ଯ ସରକାରଙ୍କୁ ଘେରିବାକୁ ବିରୋଧୀ ସବୁ ରଣନୀତି କରିଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛି ଶାସକ ଦଳ। ଆଳୁ, ଦରବୃଦ୍ଧି, ପୋଲାଭରମ, ଭତ୍ତା ପ୍ରବଞ୍ଛନା, ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗ, ଭୂତ ରାସନ କାର୍ଡ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ। କେନ୍ଦ୍ରୀୟ ଅନୁଦାନ ଦେବାରେ ମୋଦି ସରକାରର ଟାଳଟୁଳ ନୀତି ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ମଧ୍ଯ ପ୍ରସଙ୍ଗ କରିବେ ବିରୋଧୀ। ଅନ୍ୟପଟେ ମୋହନ ସରକାରଙ୍କର ଦୁଇ ମାସର କାମକୁ ନେଇ ଗୃହରେ ବିରୋଧୀଙ୍କ ମୁକାବିଲା କରିବାକୁ ରଣନୀତି କରିଛି ବିଜେପି। ଆସନ୍ତାକାଲିଠାରୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ। ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ,ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ,ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନ କାଳ ରହିଛି।

ବିଷାକ୍ତ ମଦ ପିଇ ୧୫ ଅସୁସ୍ଥ

ନନ୍ଦିଘୋଷ ବ୍ୟୁରୋ: ବିଷାକ୍ତ ମଦ ପିଇ ୧୫ ଅସୁସ୍ଥ । ସମସ୍ତେ ମେଡିକାଲରେ ଭର୍ତି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ  ମାଉନ୍ଦପୁରଠାରେ ଘଟିଛି ଏହି ଘଟଣା ।  ବିଷାକ୍ତ ଦେଶୀ ମଦ ପିଇ ୧୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । କରବାଲୁଆ ଏବଂ ଆଖ ପାଖ ଗାଁ ର କିଛି ଲୋକ ନିକଟସ୍ଥ ଗାଁ ମାଉନ୍ଦପୁର ଠାରେ ଦେଶୀ ମଦ ପିଇବା ପରେ ଅସୁସ୍ଥ ହୋଇଛନ୍ତି ।  ଅଧିକାଂଶ ଅସୁସ୍ଥ ମାନେ ଚିକିଟି ବ୍ଲକ କରବାଲୁଆ ଜେନାପୁର ଗ୍ରାମର । ସମସ୍ତଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ବଜ୍ରପାତ ରୋକିବ ତାଳଗଛ, ସରକାରୀ ସ୍ତରରେ ପ୍ରସ୍ତୁତ ହୋଇଛି ବିଗ୍ ପ୍ଲାନ

ନନ୍ଦିଘୋଷ ବ୍ୟୁରୋ: ବଜ୍ରପାତରେ ଆଉ ଯିବନି ଜୀବନ । ସେଥିପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ବଡ଼ ଯୋଜନା । ସାରା ରାଜ୍ୟରେ ଲାଗିବ ତାଳ ଗଛ । ଯାହା ବଜ୍ରପାତକୁ କରିବ ପ୍ରତିରୋଧ । ସେପ୍ଟେମ୍ୱର ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୧୯ ଲକ୍ଷ୍ ତାଳ ଗଛ ଲଗାଇବା ନେଇ ପ୍ରକ୍ରିୟା ଆରମ୍ଭ କରିଛି ବନବିଭାଗ। ସେପଟେ ତାଳଗଛ ଲଗାଯିବା ପୂର୍ବରୁ ବଜ୍ରପାତ ହେଉଥିବା ହଟସ୍ପଟ ଚିହ୍ନଟ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଭୂବିଜ୍ଞାନୀ ।

ବଜ୍ରପାତ ରୋକିବ ତାଳଗଛ । ସରକାରୀ ସ୍ତରରେ ପ୍ରସ୍ତୁତ ହୋଇଛି ବିଗ୍ ପ୍ଲାନ ।  ସାରା ରାଜ୍ୟରେ ତାଳ ଗଛ ଲଗାଇବାକୁ ଯୋଜନା । ତାଳଗଛ କଟାକୁ ବି ବ୍ୟାନ ଘୋଷଣା । ସାରା ରାଜ୍ୟରେ ବ୍ରଜପାତ ଯୋଗୁ ଗୋଟେ ପରେ ଗୋଟେ ଅଘଟଣ ଘଟୁଛି । ଅକାଳରେ ନିରୀହ ଲୋକଙ୍କ ପାଣବାୟୁ ଉଡି ଯାଉଛି   । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏଭଳି ଅଘଟଣ ରୋକିବାକୁ ସରକାରୀସ୍ତରରେ ନିଆଯାଇଛି ବଡ ନିଷ୍ପତ୍ତି ।  ତାଳ ବୃକ୍ଷ ଯେହେତୁ ବଜ୍ରପାତକୁ ପ୍ରତିରୋଧ କରେ ସେଥିପାଇଁ ସାରା ରାଜ୍ୟରେ ବ୍ୟାପକ ତାଳଗଛ ଲଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ୱର ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୧୯ ଲକ୍ଷ୍ ତାଳ ଗଛ ଲଗାଇବା ନେଇ ପ୍ରକ୍ରିୟା ଆରମ୍ଭ କରିଛି ବନବିଭାଗ ।  ଗତକାଲି ସୁଦ୍ଧା ରାଜ୍ୟର ବିଭିନ୍ନ ଜଙ୍ଗଲ ପରିସୀମାରେ ୧୦ ଲକ୍ଷ ତାଳ ଗୁଟୁମା ଲାଗିସାରିଛି । ଆଉ ସେପ୍ଟେମ୍ବର  ଶେଷ ସୁଦ୍ଧା  ବାକି ତାଳ ଗୁଟମା  ଲଗେଇ ମିଶନ ସାରିବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ। ଜଙ୍ଗଲ ପରିସୀମାରେ ତାଳ ଗଛ ଲାଗିବ ଦ୍ଵାରା ୩ ପ୍ରକାର ଲାଭ ମିଳିଥାଏ । ପ୍ରଥମ ବଜ୍ରପାତ ସଂଖ୍ୟା କମିବ, ଦ୍ଵିତୀୟରେ ହାତୀଙ୍କର ତାଳ ହେଉଛି ଭାରି ପ୍ରିୟ ଖାଦ୍ୟ । ଯାହା ଫଳରେ ସେମାନଙ୍କୁ ଜଙ୍ଗଲ ଭିତରେ ଖାଦ୍ୟ ମିଳିବ । ସେମାନେ ଆଉ ଜନବସତି ମୁହାଁ ହେବେ ନାହିଁ। ତୃତୀୟରେ  ଜଙ୍ଗଲର ପରିସୀମା ନିର୍ଣ୍ଣୟ ହେବାରେ ସହଜ ହେବ ବୋଲି କହିଛନ୍ତି  ପିସିସିଏଫ ।   ଏହା ବାଦ୍ ପୂର୍ବରୁ ଯେଉଁଭଳି ମନଇଚ୍ଛା  ତାଳ ଗଛ କଟା ଯାଉଥିଲା  ତାକୁ ରୋକିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।  ବର୍ତ୍ତମାନ ତାଳଗଛ କାଟିବା ପୂର୍ବରୁ ଜଙ୍ଗଲ ବିଭାଗ  ଅନୁମତି ନେବାକୁ ପଡିବ।

ସେପଟେ ତାଳଗଛ ଲଗାଯିବା ପୂର୍ବରୁ ବଜ୍ରପାତ ହେଉଥିବା ହଟସ୍ପଟ ଚିହ୍ନଟ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଭୂବିଜ୍ଞାନୀ । ତାଳଗଛ ବଜ୍ରପାତ ହାସର ଏକ ପ୍ରମୁଖ କାରଣ ହୋଇଥିଲେ ମଧ୍ୟ ଗଛ ବଢିବାକୁ ଦୀର୍ଘ ସମୟ ଲାଗିଥାଏ । ତେଣୁ ରାଜ୍ୟବ୍ୟାପୀ ହଟସ୍ପଟ ଚିହ୍ନଟ ସହ ସମ୍ବେଦନଶୀଳ ଅଞ୍ଚଳ ମାନଙ୍କରେ ଜନସଚେତନତା ଜରୁରୀ ବୋଲି କହିଛନ୍ତି ଭୂବିଜ୍ଞାନୀ । ଦୁଇ ଦିନରେ ମୟୂରଭଞ୍ଜ, ଭଦ୍ରକ,ଢେଙ୍କାନାଳ,ଯାଜପୁର,କେନ୍ଦ୍ରାପଡ଼ା,କଟକ ଓ ଗଞ୍ଜାମ ଜିଲ୍ଲାରେ ଏକାଧିକ ବଜ୍ରପାତ ଜନିତ ଦୁର୍ଘଟଣା ଘଟିଛି ।

ଦର ଖାଲି କରିଦେବ ଖାଉଟି ପକେଟ

ନନ୍ଦିଘୋଷ ବ୍ୟୁରୋ: ଆଗକୁ ଆଳୁ ଅଡୁଆ ଆହୁରି ବିଗିଡ଼ିବ। ଉତ୍ତରପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସୁନାହିଁ। ବିହାର ଓ ଛତିଶଗଡ଼ ଦେଇ ଓଡ଼ିଶାକୁ ଯେଉଁ ଆଳୁ ଆସୁଥିଲା ତାହା ବନ୍ଦ ହୋଇଯିବ। ଓଡ଼ିଶାକୁ ଲୁଚାଛପାରେ ବି ଆଳୁ ଦେବାକୁ ରୋକଠୋକ୍ ମନା କରିଛନ୍ତି ପଶ୍ଚିମବଂଗର ବ୍ୟବସାୟୀ। ୟୁପି, ପଶ୍ଚିମବଂଗ ଓ ପଂଜାବରୁ ଆଳୁ ନଆସିଲେ ଦର ବଢିବ। ରାଜ୍ୟରେ ଆଳୁ ସଂକଟ ସୃଷ୍ଟି ଦେବ। ରେଟ୍ ଆକାଶଛୁଆଁ ସମ୍ଭାବନା ରହିଛି। ଓଡ଼ିଶା ବଜାରରେ ଆଳୁ ମହଜୁଦ ନଥିବାରୁ ଅନ୍ୟ ରାଜ୍ୟରୁ ଆଳୁ ଆଣିବାକୁ ଅଣ୍ଟା ଭିଡ଼ିଲେଣି ବ୍ୟବସାୟୀ। ଦୂର ରାଜ୍ୟରୁ ଆଳୁ ଆସିଲେ ଖାଉଟିଙ୍କ ପକେଟ ଖାଲି କରିଦେବ ପଖାଳ କଂସାର ଏହି ସୁଆଦିଆ ଆଳୁ ।

ଆଗକୁ ଆଳୁ ସଂକଟ ଆହୁରି ଉତ୍କଟ ହେବ। ଉତ୍ତରପ୍ରଦେଶ ଆଳୁର ଚାହିଦା ଓଡ଼ିଶାରେ ନଥିବାବେଳେ କଲିକତାରୁ ଆଉ ଆସିବନି ଆଳୁ। ଯାହାକୁ ନେଇ ଚିନ୍ତାରେ ବ୍ୟବସାୟୀ। ଏହାକୁ ନେଇ ବଜାରରେ ଦେଖାଦେଇପାରେ ଆଳୁ ସଙ୍କଟ। ପଶ୍ଚିମବଙ୍ଗ ସରକାର ଓ ସେଠାକାର ବ୍ୟବସାୟୀଙ୍କ ମଧ୍ୟରେ ହୋଇପାରୁନି ବୁଝାମଣା। ପଶ୍ଚିମବଂଗ ବ୍ୟବସାୟୀ ସଂଘ ରୋକ୍ ଠୋକ୍ କହି ଦେଇଛି ଓଡ଼ିଶାକୁ ଆଉ ଗୋଟେ ବି ଆଳୁଗାଡ଼ି ଦେବ ନାହିଁ। ସେପଟେ ବିହାର ଓ ଛତିଶଗଡ ଦେଇ କୋଲକାତାରୁ ଯେଉଁ ଆଳୁଗାଡ଼ି ଆସୁଥିଲା ଆଉ ଆସିପାରିବନି। ମାସେ ହେବ ପଶ୍ଚିମବଙ୍ଗ ଆଳୁ ନଦେବାରୁ ଓଡିଶା ବଜାରରେ ଏହାର ପ୍ରଭାବ ପଡ଼ିଥିଲା। ଆଳୁ ଦର କ୍ରମାଗତ ଭାବେ ବଢି ଚାଲିଲା। ଯାହାକୁ ନିୟନ୍ତ୍ରଣ କରିବା ଦିଗରେ ସରକାରୀ କଳ ଫେଲ ମାରିଥିଲା। ହେଲେ କୋଲକାତାରୁ ଆଗକୁ ଯଦି ଆଳୁ ସମ୍ପୂର୍ଣ ବନ୍ଦ ହୋଇଯିବ ତାହେଲେ ଓଡ଼ିଶା ବଜାରରେ ଏହାର ବଡ଼ ପ୍ରଭାବ ପଡ଼ିବ।କାରଣ ଏବେଠୁ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ଭୁବନେଶ୍ୱର ୧ ନମ୍ବର ପରିବା ହାଟରେ ଆଳୁ ଆଉ ମହଜୁଦ ନାହିଁ କହୁଛନ୍ତି ବ୍ୟବସାୟୀ। ଆଉ ଯାହା ଆଳୁ ଅଛି ତାହା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି।

ମାସେ ଧରି ଆଳୁ ସମସ୍ୟାରେ ସାଧାରଣ ଲୋକ ଆଉଟୁ ପାଉଟୁ ହେଉଥିବା ବେଳେ ଆଗକୁ ପୁଣି  ଦେଖାଦେଇପାରେ ଆଳୁ ସଙ୍କଟ। ଉତ୍ତରପ୍ରଦେଶ ଆଳୁ ଉପରେ ଓଡ଼ିଶା ନିର୍ଭର କରିବାକୁ ପଡୁଥିବା ବେଳେ ତାହାର ମାନ, ସ୍ଵାଦ ସହିତ ରେଟ ବି ଅଧିକ ରହିବ କହିଛନ୍ତି ଗ୍ରାହକ। ସେପଟେ ରାଜ୍ୟ ବଣିକ ସଂଘ କହିଛି ଆଳୁ ନ ଆସିଲେ ଅନ୍ୟ ସ୍ଥାନରୁ ଆସିବ। ଯାହା ରେଟ ହେବ ଖାଉଟିଙ୍କୁ ଗ୍ରହଣ କରିବାକୁ ପଡିବ। ଆଳୁ ଦର ନିୟନ୍ତ୍ରଣ ନେଇ ସରକାରଙ୍କ ଅନେକ ପ୍ରୟାସ ପରେ ମଧ୍ୟ ବଜାରରେ ଦର ଖସୁନି। ପଶ୍ଚିମବଂଗ ଓ ଉତ୍ତରପ୍ରଦେଶରୁ ଆଳୁ ନଆସିଲେ ସ୍ଥିତି ଆହୁରି ଅଧିକ ବିଗିଡ଼ିଯିବ ।

ରାକ୍ଷୀ ବାନ୍ଧି ଘରକୁ ଫେରିବାବେଳେ ଦୁର୍ଘଟଣାରେ ଚାଲିଗଲା ଭାଇର ଜୀବନ

ନନ୍ଦିଘୋଷ ବ୍ୟୁରୋ: ରାକ୍ଷୀ ବାନ୍ଧି ଘରକୁ ଫେରିବାବେଳେ ବାଇକ୍ ଦୁର୍ଘଟଣାରେ ଚାଲିଗଲା ଭାଇର ଜୀବନ । ହିନ୍ଦୋଳ ଥାନା ଟାଙ୍ଗୀଶାଳ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ମୁନ ବେହେରା  ସକାଳେ ତାଙ୍କ ଭଉଣୀ ଘର ବରଡ଼ାପାଳ ଗାଁକୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ । ରାକ୍ଷୀବାନ୍ଧି ଭଉଣୀ ଘରେ ଦିନ ତମାମ ରହିବା ପରେ ସନ୍ଧ୍ୟା ୬ଟା ବେଳେ ନିଜ ଘରକୁ ଫେରିଥିଲେ । ରାସ୍ତାରେ କଂକ୍ରିଟ ମିକ୍ଚର୍ ମେସିନ ସହ ତାଙ୍କ ବାଇକ୍ ଦୁର୍ଘଟଣା ହୋଇଥିଲା । ପ୍ରବଳ ରକ୍ତଶ୍ରାବ ହେଉଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ହିନ୍ଦୋଳ ମେଡିକାଲ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୁନ ଗତ ୩ ମାସ ତଳେ ବିବାହ କରି ଥିବାବେଳେ ତାଙ୍କ ଭଉଣୀ ୩ ବର୍ଷ ତଳେ ବିବାହ କରିଥିଲେ । ଏହି ଘଟଣା ହିନ୍ଦୋଳ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ କଂଗ୍ରେସର ରଣନୀତି

ନନ୍ଦିଘୋଷ ବ୍ୟୁରୋ: କାଲିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବାରୁ ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ। ବିଧାନସଭାରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ।  ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବସିଥବା ବୈଠକରେ ଭିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି । ବିଶେଷକରି ପୋଲାଭରମ ପ୍ରକଳ୍ପକୁ ମୂଳ ପ୍ରସଂଗ କରିବ ଦଳ । ସେହିପରି ସ୍କୁଲରେ ଶିକ୍ଷକ ନିଯୁକ୍ତି, ପୁରୁଣା ପେନସନ ଲାଗୁ, ମହିଳା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା,ଛାତ୍ର ସଂସଦ ନିର୍ବାଚନ, ବେକାରୀ ସମସ୍ୟା, MSME ରେ ସବୁ ଜିଲ୍ଲାରେ ଶିଳ୍ପାନୁଷ୍ଠାନର ପୁନଃଉଦ୍ଧାର, କୃଷକ ସଶକ୍ତିକରଣ,ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଳୁ ମିଶନ ବିଫଳ ଓ ଶୀତଳ ଭଣ୍ଡାର ପ୍ରସଂଗକୁ ଉଠାଇବ କଂଗ୍ରେସ । ଭୁତ ବା ନକଲି କାର୍ଡଧାରୀଙ୍କୁ କେବେ ଧରିବେ, ଚାଉଳ ଦୁର୍ନୀତିର କେବେ ଖୁଲାସା କରିବେ ବିଜେପି ସରକାର । ଜାତିଭିତ୍ତିକ ଜନଗଣନା କରିବା ପାଇଁ ମଧ୍ୟ ଦାବି କରାଯିବ ବୋଲି ବିଧାୟକ ତାରା ପ୍ରସାଦ ବାହିନୀ ପତି ସୂଚନା ଦେଇ କହିଛନ୍ତି ।

ଦୁଃଖରେ ଚଳୁଛି ସଞ୍ଜୟଙ୍କ ପରିବାର

ନନ୍ଦିଘୋଷ ବ୍ୟୁରୋ: ହସ ଖୁସିରେ ବିତୁଥିବା ଜୀବନରେ ଯେମିତି ହଟାତ ଖୁସି ବାଟ ଭାଙ୍ଗି ଚାଲିଗଲା। କାରଣ ସୁନାର ସଂସାରରେ ମାଡି ଆସିଲା କ୍ୟାନସର ରୂପୀ କଳା ବାଦଲ। ଜୀବନ ଯନ୍ତ୍ରଣାରେ ଛଟପଟ ଘରର ମୁଖିଆ। ଜୀବନ ଯନ୍ତ୍ରଣାରେ ଛଟପଟ ଘରର ମୁଖିଆ । ଖଟରେ ବିତୁଛି ଜୀବନ । କାରଣ ସୁନାର ସଂସାରରେ ମାଡି ଆସିଛି କ୍ଯାନସର ରୂପୀ କଳା ବାଦଲ । ମାଲକାନଗିରି ଜିଲ୍ଲା ଏମଭି-୭୯ ଗାଁର ସଞ୍ଜୟ କୁଣ୍ଡୁ । ସଞ୍ଜୟଙ୍କ ପରିବାର କହିଲେ ଗୋଟିଏ ପୁଅ, ଦୁଇଟି ଝିଅ ଓ ସ୍ତ୍ରୀ ଏବଂ ତାଙ୍କ ମାଆ । ୧ ବର୍ଷ ହେବ ସଞ୍ଜୟ କ୍ଯାନସର ରୋଗର ପୀଡିତ ଅଛନ୍ତି । ମୁହଁରେ କ୍ଯାନସର ହେବା ଫଳରେ ଅପରସେନ କରିବାକୁ ପଡିଲା । ଅପରେସନ ପରେ କ୍ଯାନସର ଭଲ ହେବା ବଦଳରେ ବେଶୀ ଖରାପ ହେବାରେ ଲାଗିଛି । ତେଣୁ ଜୀବନକୁ ଏବେN ବୋଝ ଭାବୁଛନ୍ତି ସଞ୍ଜୟ।

ସଞ୍ଜୟ ରୋଗ ଶର୍ଯ୍ଯାରେ ଥିବାବେଳେ ବହୁ କଷ୍ଟରେ ଚଳୁଛନ୍ତି ପରିବାର । ଏବେ ଖାଇବା ପାଇଁ ପଇସା ଅଣ୍ଟୁ ନାହିଁ। ଓଳିଏ ଖାଇଲେ ଓଳିଏ ଓପାସ ରହୁଛନ୍ତି ପୂରା ପରିବାର । ବିଏସକେୱାଇ କାର୍ଡ ଜରିଆରେ ସଞ୍ଜୟଙ୍କ ଚିକିତ୍ସା କରାଯାଇଥିଲା । ହେଲେ ଏବେ ଅଧିକ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଥିବାରୁ ସ୍ୱାମୀଙ୍କୁ ଘରେ ରଖି କାନ୍ଦ ବୋବାଳିରେ ଦିନ କାଟୁଛନ୍ତି ପତ୍ନୀ । ତେଣୁ ସରକାରଙ୍କ ପାଖରେ ଚିକିତ୍ସା ନିମନ୍ତେ ସହାୟତା ଲୋଡିଛନ୍ତି ପରିବାର ।

 

ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ?

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ। ରାଜ୍ଯପାଳ ସିଭି ଆନନ୍ଦ ବୋଷ ଆଜି ଦିଲ୍ଲୀ ଗସ୍ତରେ ଯାଉଥିବାରୁ ଏହି ଚର୍ଚ୍ଚା ହେଉଛି। ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିବେ ପଶ୍ଚିମବଙ୍ଗ  ରାଜ୍ଯପାଳ। କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ଯା ଏବଂ ଏହା ପରବର୍ତ୍ତୀ ସ୍ଥିତି ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ସିଭି ଆନନ୍ଦ ବୋଷ। ତା ପରେ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେପଟେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ। ନିଜେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ଗ୍ରହଣ କରି ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ମାଗିଥିଲେ। ଆସନ୍ତାକାଲି ମଧ୍ଯ ଅଭିଯୁକ୍ତର ଲାଇ ଡିଟେକସନ୍ ଟେଷ୍ଟ ହେବ। କେନ୍ଦ୍ର ସରକାର ଓ  ଡାକ୍ତର ସଂଘର ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ପୂର୍ଣ୍ଣ ସୁରକ୍ଷା ଦାବିରେ ଆନ୍ଦୋଳନ ଜାରି ରଖିବାକୁ ଡାକ୍ତର ସଂଘ ନିଷ୍ପତ୍ତି ନେଇଛି। କେନ୍ଦ୍ର ସ୍ବାସ୍ଥ୍ଯ ସଚିବ ଅପୂର୍ବ ଚନ୍ଦ୍ରା ପ୍ରତିଶୃତି ଦେଇଛନ୍ତି-କେନ୍ଦ୍ର ସରକାରଙ୍କ ସବୁ ହସପିଟାଲରେ ୨୫ ପ୍ରତିଶତ ଅଧିକ ସିକ୍ଯୁରିଟି ଗାର୍ଡ ନିଯୁକ୍ତି କରାଯିବ। ମାର୍ଶାଲ ବି ନିୟୋଜିତ ହେବେ, ସିସିଟିଭି ଲଗାଯିବ। ଏହା ଡାକ୍ତର ସଂଘକୁ ସନ୍ତୁଷ୍ଟ କରିପାରିନାହିଁ। ତେଣୁ ସେମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ଜରୁରୀ ସେବା ଚାଲିଛି। ବନ୍ଦ ଅଛି ଓପିଡି।