ନନ୍ଦିଘୋଷ ବ୍ୟୁରୋ: ଚିକିଟିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟଣା । ମେଡିକାଲରେ ଏବେ ମଧ୍ୟ ୧୪ ଜଣ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ଗୁରୁତର ନେଇ ବିଜେଡି । ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି । ଏହି ଟିମରେ ଚିକିଟିର ପୂର୍ବତନ ବିଧାୟିକା ଉଷା ଦେବୀ, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ରହିଛନ୍ତି । ଘଟଣାର ଅନୁଧ୍ୟାନ କରିବା ପରେ ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ । ବୁଧବାର ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ପ୍ରତାପ ଦେବ ଏଭଳି ସୂଚନା ଦେଇଛନ୍ତି ।
ଚିକିଟି ବିଷାକ୍ତ ମଦ : ଆଉ ଜଣେ ମୃତ
ନନ୍ଦିଘୋଷ ବ୍ୟୁରୋ: ଚିକିଟି ମଦ ବିଷାକ୍ତ ମଦ ପିଇ ମେଡିକାଲରେ ଭର୍ତ୍ତି ହୋଇଥିବା ଘଟଣା । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି । ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ସେପଟେ ଏବେ ଆହୁରି ୧୪ ଜଣ ମେଡିକାଲରେ ଚିକତ୍ସିତ ହେଉଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ଏବେ ୨ ଜଣଙ୍କ ମୃତ୍ୟୁ ହୋଇଛି ।
ଅଲଟାଇମ ଓ୍ବାଲ୍ଡ ପ୍ଲେଇଙ୍ଗ ୧୧ ଟିମ ବାଛିଲେ ଗମ୍ଭୀର, ଜଣେ ବି ନାହାନ୍ତି ଭାରତୀୟ ଖେଳାଳି
ନନ୍ଦିଘୋଷ ବ୍ୟୁରୋ: ଅଲଟାଇମ ଓ୍ବାଲ୍ଡ ପ୍ଲେଇଙ୍ଗ ୧୧ ଟିମ ବାଛିଲେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । ଏହି ୧୧ ଜଣିଆ ଟିମରେ ୩ ଜଣ ପାକିସ୍ତାନୀ ଖେଳାଳିଙ୍କୁ ସ୍ଥାନ ଦେଇଥିବାବେଳେ ଜଣେ ହେଲେ ଭାରତୀୟ ଖେଳାଳିଙ୍କ ନାଁ ନାହିଁ । ଯାହାକୁ ନେଇ ଗମ୍ଭୀରଙ୍କୁ ମଧ୍ୟ ଟ୍ରୋଲ କରୁଛନ୍ତି ୟୁଜର୍ସ । ଗମ୍ଭୀରଙ୍କ ଟିମରେ ରହିଛନ୍ତି ଆଦାମ ଗିଲଖ୍ରୀଷ୍ଟ (ଅଷ୍ଟ୍ରେଲିଆ), ମାଥ୍ୟୁ ହେଡେନ (ଅଷ୍ଟ୍ରେଲିଆ), ଏବି ଡି ଭିଲିୟର୍ସ (ଦକ୍ଷିଣ ଆଫ୍ରିକା), ବ୍ରାଏନ ଲାରା (ୱେଷ୍ଟଇଣ୍ଡିଜ), ଆଣ୍ଡ୍ରିୟୁ ସାଇମଣ୍ଡସ୍ (ଅଷ୍ଟ୍ରେଲିଆ), ଇନଜାମାମ ଉଲ ହକ (ପାକିସ୍ଥାନ), ଅବଦୁଲ ରଜାକ (ପାକିସ୍ଥାନ), ମୁଥିଆ ମୁରଲୀଥରଣ (ଶ୍ରୀ) ଲଙ୍କା), ଶୋଏବ ଅଖତର (ପାକିସ୍ଥାନ), ମୋର୍ନେ ମର୍କେଲ (ଦକ୍ଷିଣ ଆଫ୍ରିକା), ଆଣ୍ଡ୍ରିୟୁ ଫ୍ଲିଣ୍ଟଫ (ଇଂଲଣ୍ଡ) ।
ବନ୍ଦ ବେଳେ ପୋଲିସଠାରୁ ଲାଠି ମାଡ଼ ଖାଇଲେ ଏସଡିଏମ୍
ନନ୍ଦିଘୋଷ ବ୍ୟୁରୋ: ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ଦେଶର ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଲାଠିମାଡ଼ ମଧ୍ୟ କରାଯାଇଛି । ତେବେ ପୋଲିସ ଲାଠିମାଡ଼ କରିଥିବାବେଳେ ଖୋଦ ଏସଡିଏମ ମଧ୍ୟ ଲାଠିମାଡ଼ ଖାଇଥିବାର ଏକ ଭିଡିଓ କ୍ୟାମେରାରେ କଏଦ ହୋଇଛି । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଛି । ତେବେ ଏହି ଭିଡିଓଟି ଆସିଛି ବିହାରର ପାଟନାରୁ । ଯେଉଁଥିରେ ଏସଡିଏମ ଶ୍ରୀକାନ୍ତଙ୍କୁ ଲାଠିମାଡ଼ ଖାଇଥିବା ଦେଖିବାକୁ ମିଳିଛି । ଅଶାନ୍ତ କରୁଥିବା ଆନ୍ଦୋଳନକାରୀଙ୍କ ଉପରେ ଲାଗିମାଡ଼ ହୋଇଛି ।
ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ଯ ବିଜେପି ଦୁଇ ଫାଳ, ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ଯ ବିଜେପି ଦୁଇ ଫାଳ । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିରେ ଦୁଇ ପ୍ରାର୍ଥୀ । ଦଳୀୟ ପ୍ରାର୍ଥୀ ହିସାବରେ ମମତା ମହାନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ଯ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନର ଶେଷ ମୁହୂର୍ତ୍ତରେ ପ୍ରାର୍ଥିପତ୍ର ଭରିଛନ୍ତି ଜଗନ୍ନାଥ । ଜଗନ୍ନାଥଙ୍କ ପ୍ରାର୍ଥିତ୍ବ ପାଇଁ ବିଜେପିର ୧୦ ବିଧାୟକ ପ୍ରସ୍ତାବକ ଓ ସମର୍ଥକ ଭାବେ ଦସ୍ତଖତ କରିଛନ୍ତି । ବିଜେପିରୁ ଦୁଇ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଦଳରେ ଗୋଷ୍ଠୀ ବିବାଦ ଓ ଅନ୍ତକନ୍ଦଳ ରହିଥିବା ସନ୍ଦେହ କରାଯାଉଛି । ମମତା ମହାନ୍ତ ବିଜେଡିରୁ ରାଜ୍ଯସଭା ସାଂସଦ ରହିଥିଲେ । ପରେ ବିଜେଡି ଓ ରାଜ୍ଯସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ମମତା ରାଜ୍ଯସଭାରୁ ପ୍ରାର୍ଥୀ ହେବେ ବୋଲି ବିଜେପି ସଂସଦୀୟ କମିଟି ଗତକାଲି ଘୋଷଣା କରିଥିଲା । ଆଜି ସକାଳେ ମମତା ଉପନିର୍ବାଚନ ପାଇଁ ମୁଖ୍ଯମନ୍ତ୍ରୀ, ରାଜ୍ଯ ବିଜେପି ସଭାପତି ଓ ଅନ୍ଯ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ । ଏବେ ଜଗନ୍ନାଥ କାହିଁକି ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଜଗନ୍ନାଥ ବିଜେପିରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡ଼ା ହେଉଛନ୍ତି କି ବୋଲି ପ୍ରଶ୍ନ ଉଠିଛି । ତେବେ ଦଳୀୟ ପ୍ରାର୍ଥୀ ହିସାବରେ ମମତାଙ୍କ ନାଁ ଘୋଷଣା ହୋଇଥିବାବେଳେ କିଭଳି ଜଗନ୍ନାଥଙ୍କ ସପକ୍ଷରେ ୧୦ ବିଧାୟତ ପ୍ରସ୍ତାବକ ରହିଲେ ତାହା ମଧ୍ଯ ପ୍ରଶ୍ନ ଘେରରେ ।
https://www.youtube.com/watch?v=YP6dpJ5nfZ8
ସିମବକ୍ସ ମାମଲାରେ ପଚରାଉଚରା ଲାଗି ଭୁବନେଶ୍ୱରରେ ପହଞ୍ଚିଛି NIA ଟିମ
ଭୁବନେଶ୍ବର: ସିମବକ୍ସ ମାମଲାରେ ପଚରାଉଚରା ଲାଗି ଭୁବନେଶ୍ୱରରେ ପହଞ୍ଚିଛି NIA ଟିମ । ଟିମର ଜଣେ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୫ ଦିନିଆ ରିମାଣ୍ଡରେ ଥିବା ମାଷ୍ଟରମାଇଣ୍ଡ ଅସଦୁର ଜମାନର ଏଜେଣ୍ଟ ରାଜୁ ମଣ୍ଡଳ ଠାରୁ ତଥ୍ୟ ଓଗାରିବା ପାଇଁ NIA ଭୁବନେଶ୍ବର ଆସିଛି । ସେପଟେ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳ ଗିରଫ ହେବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ପୂର୍ବରୁ ଦେଇଥିଲେ ଥାନାରେ ଏତଲା।
ପଶ୍ଚିମବଙ୍ଗର ଏକ ଥାନାରେ ରାଜୁର ମିସିଂ ରିପୋର୍ଟ ଦେଲେ ଘର ଲୋକ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୋଲିସ। ରାଜୁର ଲାଷ୍ଟ ଲୋକେସନ ଲକ୍ଷ୍ମୀସାଗର୍ ଥାନା ସୋ କରିଥିଲା। ଲକ୍ଷ୍ମୀସାଗର ଥାନା ପୋଲିସ ସହ ପଶ୍ଚିମବଙ୍ଗ ପୋଲିସ କଥା ହେବା ପରେ ପରିବାର ଲୋକ ରାଜୁ ଗିରଫ ହେବା ନେଇ ସୂଚନା ପାଇଥିଲେ। ଗିରଫ ସୂଚନା ପାଇବା ପରେ ରାଜୁ ମଣ୍ଡଳ ପରିବାର ଲୋକ ଓକିଲ ସହ ଲକ୍ଷ୍ମୀସାଗର ଥାନା ଆସିଥିଲେ।
ଏଥିସହ ପରିବାର ଲୋକଙ୍କୁ ମଧ୍ୟ ରାଜୁ ସମ୍ପର୍କରେ ଅଧିକ ପଚରଉଚରା କରିଛି ଲକ୍ଷ୍ମୀସାଗର ଥାନା ପୋଲିସ।ଗତକାଲି ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ରେଡ଼ କରିଥିଲା ପୋଲିସ । ରାଞ୍ଚି ହାଜି ସୋହେଲ ମଲ୍ଲିକ ମୋୖଲନା ଆଜାଦ କଲୋନୀ ରେ ହୋଇଥିଲା ରେଡ଼ । ୭୫୦୦ ଟଙ୍କା ମାସିକ ଦେଇ ସେଠାରେ ଘର ଭଡା ନେଇଥିଲା ରାଜୁ।
ପାରମ୍ପରିକ ନୃତ୍ଯଗୀତ, ବାଦ୍ଯରେ ହକି ହିରୋଙ୍କୁ ସ୍ବାଗତ କଲା ଓଡିଶା
ଭୁବନେଶ୍ଵର: ରାଜଧାନୀରେ ପହଞ୍ଚିଲା ଭାରତୀୟ ହକି ଟିମ୍। ଅଲିମ୍ପିକ୍ସ ପଦକ ବିଜେତା ହକି ଟିମ୍ ଭୁବନେଶ୍ଵର ଏୟାରପୋର୍ଟରେ ପହଞ୍ଚିବା ପରେ ପାରମ୍ପରିକ ନୃତ୍ଯଗୀତ, ବାଦ୍ଯରେ ସେମାନଙ୍କୁ ସ୍ବାଗତ କରାଯାଇଛି। କ୍ରୀଡ଼ା ମନ୍ତ୍ରୀଙ୍କ ସମେତ କ୍ରୀଡ଼ା ବିଭାଗର ଅଧିକାରୀ ମଧ୍ଯ ଉପସ୍ଥିତ ଅଛନ୍ତି।
ହକି ଖେଳାଳିମାନେ ଏକ ଶୋଭାଯାତ୍ରାରେ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ଯାଇଛନ୍ତି । ସେଠାରେ ଅଲିମ୍ପିକ୍ସ ହକି ହିରୋଙ୍କୁ ରାଜ୍ଯ ସରକାରଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯିବ। ଆଗାମୀ ଦିନରେ ହକି ଟିମରେ ଯେମିତି ଅଧିକରୁ ଅଧିକ ଓଡ଼ିଆ ଖେଳାଳି ସାମିଲ ହେବେ, ସେଥିପାଇଁ ରାଜ୍ଯ ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ। ୨୦୩୬ ଅଲମ୍ପିକ୍ସ ଆୟୋଜନ କରିବାକୁ ଭାରତ ସରକାର ବିଚାର କରୁଥିବା କହିଛନ୍ତି ସୂର୍ଯ୍ଯବଂଶୀ ସୂରଜ।
ସେପଟେ ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ହକି ଟିମକୁ ସ୍ୱାଗତ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଜୀବନ ନେଲା ବିଷାକ୍ତ ମଦ, ଚିକିଟି ବଜାରରେ ଶବ ରଖି ଧାରଣାରେ ଗ୍ରାମବାସୀ
ଚିକିଟି: ଗଞ୍ଜାମ ଚିକିଟି ବିଷାକ୍ତ ମଦ୍ୟପାନ ଘଟଣା। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ଅସୁସ୍ଥଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଚିକିଟି ଜେନାପୁର ବାସୀଙ୍କ ଧାରଣା। ଜିଲ୍ଲାରେ ସମ୍ପୂର୍ଣ୍ଣ ମଦ ବନ୍ଦ କରିବାକୁ ଆନ୍ଦୋଳନକାରୀ ଦାବି କରିଥିବାବେଳେ ସରକାର ଆସି ଆଲୋଚନା କରିବାକୁ ଦାବି କରିଛନ୍ତି। ଚିକିଟି ବଜାର ଉପରେ ଶବ ରଖି ଜେନାପୁରବାସୀ ଧାରଣା ଦେଇଛନ୍ତି।
ସେପଟେ ନୂଆଁ ଗାଁ ପୋଲିସ ଏହି ଘଟଣାରେ ଗିରଫ କରିଥିବା ୭ ଅଭିଯୁକ୍ତଙ୍କୁ ରାତିରେ କୋର୍ଟଚାଲାଣ କରିଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ଜେଲ ପଠାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ନିର୍ମଳା ସାହୁ, ବାୟା ସାହୁ, ବାପିନୀ ସାହୁ, ରବି ସାହୁ ଓ ଦେବରାଜ ବିଷୋୟୀ। ଗତକାଲି ରାତିରେ ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ଯୁର ବେହେରାଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଚିକିଟି ଜେନାପୁର ବାସିନ୍ଦା।
ତାଙ୍କର ମୃତ୍ଯୁ ନେଇ ସୂଚନା ଦେଇଛନ୍ତି ସାନପୁଅ ଶିବ ବେହେରା। ମୃତକଙ୍କ ଶବ ଏମକେସିଜି ମେଡିକାଲ କଲେଜ ଏଫଏମଟିରେ ଶବ ରହିଥିବା ସୂଚନା ମିଳିଛ। ସ୍ଥାନୀୟ ଅଞ୍ଚଳରେ ବିଷାକ୍ତ ଦେଶୀ ମଦ ପିଇ ୨୦ ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଅସୁସ୍ଥଙ୍କୁ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ପୁତ୍ର ତଥା ବିଜୁ ଜନତା ଦଳ ଯୁବ ନେତା ଯୁବରାଜ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚି ଅସୁସ୍ଥମାନଙ୍କ ସହ ଆଲୋଚନା କରିଛନ୍ତି। ଚିକିଟି NAC ଅଧ୍ୟକ୍ଷା ସମେତ ବିଜେଡିର ଏକ ଟିମ ମେଡିକାଲରେ ପହଞ୍ଚି ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ମଦମୁକ୍ତ ନାରା ଦେଉଥିବା ବିଜେପି ସରକାର ଉପରେ ବର୍ଷିଛନ୍ତି ଶ୍ରୀରୂପ ଦେବ। ମଦ ବନ୍ଦ କରିବା ଲାଗି ଗତ ଫେବୃଆରୀରୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ ବି ପ୍ରଶାସନ ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି।
ଦ୍ବିତୀୟ ଥର ପାଇଁ ଟପ ସେଣ୍ଟ୍ରାଲ ବ୍ୟାଙ୍କର ଚୟନ ହୋଇଛନ୍ତି ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ: ପୁଣି ଥରେ ବିଶ୍ବରେ ଚମକିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦ୍ବିତୀୟ ଥର ପାଇଁ ଟପ ସେଣ୍ଟ୍ରାଲ ବ୍ୟାଙ୍କର ଚୟନ ହୋଇଛନ୍ତି ଶକ୍ତିକାନ୍ତ ଦାସ । ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ ତାଙ୍କୁ ଏ ପ୍ଲସ ରେଟିଂ ମିଳିଛି । ମହଙ୍ଗା ନିୟନ୍ତ୍ରଣ, ଇକୋନମିକ ଗ୍ରୋଥ, କରେନ୍ସୀର ସ୍ଥାୟିତ୍ବ ଓ ସୁଧ ହାର ନିୟନ୍ତ୍ରଣ ପାଇଁ ଶକ୍ତିକାନ୍ତ ଦାସଙ୍କୁ ଏହି ସମ୍ମାନ ମିଳିଛି ।
ବିଶ୍ବ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ଗତ ୧୯୯୪ରୁ ପ୍ରକାଶିତ ହୋଇ ଆସୁଛି । ଏଥିରେ ଦୁନିଆର ୧୦୧ ଜଣ ସେଣ୍ଟ୍ରାଲ ବ୍ୟାଙ୍କରଙ୍କ କାର୍ଯ୍ୟକାଳର ପ୍ରଦର୍ଶନ କରାଯାଇଥାଏ । ଗତ ବର୍ଷ ବି ଶକ୍ତିକାନ୍ତଙ୍କୁ ଏ ପ୍ଲସ ରେଟିଂ ମିଳିଥିଲା । ଏହି ରିପୋର୍ଟ କାର୍ଡରେ ଗ୍ରେଡ ଏ ରୁ ଗ୍ରେଡ ଏଫ ପର୍ଯ୍ୟନ୍ତ ରାଙ୍କ୍ ରହିଥାଏ । ଏକ ବର୍ଷ ମଧ୍ୟରେ କେଉଁ ସେଣ୍ଟ୍ରାଲ ବ୍ୟାଙ୍କର କଣ ପ୍ରଦର୍ଶନ ରହିଛି ତାହା ଗ୍ଲୋବାଲ ଫାଇନାନ୍ସ ମାଗାଜିନ ପ୍ରକାଶ କରିଥାଏ ।
ଶକ୍ତିକାନ୍ତ ଦାସ ଆରବିଆଇର ୨୫ତମ ଗଭର୍ଣ୍ଣର ଅଟନ୍ତି । ୧୯୮୦ ବ୍ୟାଚର ସେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅଟନ୍ତି । ଶକ୍ତିକାନ୍ତଙ୍କ ନେତୃତ୍ବରେ ଆରବିଆଇ ଦେଢ ବର୍ଷ ଧରି ସୁଧ ଦର ସ୍ଥିର ରହିଛି । ଏହା ସହ ମହଙ୍ଗା ନିୟନ୍ତ୍ରଣ କରିଛନ୍ତି ଆରବିଆଇ । ସେହିପରି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶ ୮ ପ୍ରତିଶତରୁ ଅଧିକ ଆର୍ଥିକ ବୃଦ୍ଧି ଦର ବି ହାସଲ କରିଛି ।
ଅଳିଆ ଆମଦାନୀ କରି ବିଦ୍ୟୁତ ଉତ୍ପାଦନ କରୁଛି ସ୍ୱିଡେନ୍
ନନ୍ଦିଘୋଷ ବ୍ୟୁରୋ: ଅଳିଆ ଆବର୍ଜନା ମୁକ୍ତ ପାଇଁ ଭାରତରେ ସ୍ୱଛ ଭାରତ ଅଭିଯାନ ଆରମ୍ଭ ହୋଇ ୧୦ ବର୍ଷରୁ ଅଧିକ ହେଲାଣି । ଏହା ଭିତରେ ଭାରତ କେତେ ସଫା ହେଇଛି ତା’ ସମସ୍ତେ ଜାଣନ୍ତି । ଅଳିଆକୁ ଭାରତରେ କେବଳ ଅଳିଆ ବୋଲି ଗଣାଯାଏ । ଅଳିଆରୁ ଅର୍ଥ ଉପାର୍ଜନ ହୋଇପାରେ ଏହା ହୁଏତ ଆମେ ଏଯାଏଁ ଜାଣି ପାରିନାହୁଁ । ତେଣୁ ଭାରତ ଅଳିଆ ଅବର୍ଜନାରେ ଭର୍ତ୍ତି ।
ଅଳିଆ କେତେ କାମର ତାହା ସୁଇଡେନର ଉଦାହରଣ ନେଲେ ଜଣା ପଡ଼ିବ । ସୁଇଡେନରେ ସଫେଇ ଏତେ ଦମଦାର ଯେ,ସେଠାରେ ଏବେ ଅଳିଆ ଖୋଜିଲେ ବି ମିଳୁନି । ଅଳିଆ ନମିଳିବାରୁ ସୁଇଡେନର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଗୁଡିକ ବନ୍ଦ ହେବା ପରିସ୍ଥିତିକୁ ଆସିଯାଇଥିଲା । କାରଣ ସୁଇଡେନ୍ ଅଳିଆରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଏନର୍ଜି ପ୍ଲାଣ୍ଟ ସ୍ଥାପନ କରିଥିଲା । କିନ୍ତୁ ଅଳିଆ ନ ମିଳିବାରୁ ସେ ପ୍ଲାଣ୍ଟ ସବୁ ବନ୍ଦ ହେବାକୁ ବସିଥିଲା ।
ଏହି ସମୟରେ ସୁଇଡେନ ସରକାର ନରୱେକୁ ସାହାଯ୍ୟ ମାଗିଥିଲେ । ନରୱେ ସରକାର ନିଜ ଦେଶର ଅଳିଆକୁ ସୁଇ଼ଡେନକୁ ପଠାଇଥିଲେ । ତେବେ ମାଗଣାରେ ନୁହେଁ । ଏଥିପାଇଁ ନରୱେ ଅର୍ଥ ନେଇଥିଲା । ଏବେ ଭାବନ୍ତୁ ଅଳିଆ କେତେ କାମର.. ଆଉ ଆପଣ କ’ଣ ଭାବୁଛନ୍ତି.. ଭାରତ ସରକାର ସୁଇଡେନ ସହିତ ଯୋଗାଯୋଗ କରି ନିଜ ଅଳିଆ ଏକ୍ସପୋର୍ଟ କରିବା ଉଚିତ କି ? ମତାମତ ଦିଅନ୍ତୁ

