spot_img
Home Blog Page 1588

ଚିକିଟିରେ ବିଜେଡି ଫ୍ୟାକ୍ଟ ଫାଣ୍ଡଡିଂ ଟିମ୍

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ମଦମୃତ୍ଯୁ ପାଇଁ କିଏ ଦାୟୀ । ଗ୍ରାଉଣ୍ଡକୁ ଯାଇ ଘଟଣାର ତଦନ୍ତ କରୁଛି ବିଜେଡି । ବିଜୁ ଜନତା ଦଳର ୪ ଜଣିଆ ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍ ଚିକିଟି ରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି । ଲୋକଙ୍କୁ ଭେଟି ଆଲୋଚନା କରିବା ସହ ଘଟଣା କେଉଁଥିପାଇଁ ଘଟିଲା କିଏ ଦାୟୀ ସେନେଇ ଅନୁଧ୍ଯାନ କରୁଛନ୍ତି। ନିରଞ୍ଜନ ପୂଜାରୀଙ୍କ ନେତୃତ୍ବରେ ଗଠିତ ଟିମରେ ଉଷା ଦେବୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଓ ବିକ୍ରମ କୁମାର ପଣ୍ଡା ଟିମରେ ରହିଛନ୍ତି । ଘଟଣାସ୍ଥଳକୁ ଯାଇ ଅନୁଧ୍ଯାନ କରିବା ପରେ ଟିମ୍ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବ। ପରେ ପରବର୍ତ୍ତୀ କାର୍ଯ୍ଯପନ୍ଥା ଗ୍ରହଣ କରାଯିବ ।

 

ଆମେରିକାରେ ବନ୍ଧାହେଲେ ଭାରତୀୟ ଡାକ୍ତର, ରଖିଥିଲେ ୧୩ ହଜାର ଅଶ୍ଲୀଳ ଭିଡିଓ କ୍ଲିପ୍

ନନ୍ଦିଘୋଷ ବ୍ୟୁରୋ: ଡାକ୍ତରଙ୍କୁ ଲୋକେ କଳି ଯୁଗର ଭଗବାନ ବୋଲି ମାନନ୍ତି । କିନ୍ତୁ ଆମେରିକାରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଡାକ୍ତର ଜଣକ ନାବାଳିକାଙ୍କଠାରୁ ଆରମ୍ଭ କରି ମହିଳାଙ୍କୁ କରିଥିଲେ ଦୁଷ୍କର୍ମ । ଚିକିତ୍ସା ନାଁରେ ଦୁଷ୍କର୍ମ କରୁଥିବା ଭଳି ଅଭିଯୋଗ ହୋଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସେ ମହିଳାଙ୍କ ପୋଷାକ ବଦଳାଇବା ଏବଂ ସେମାନଙ୍କ ଅଶ୍ଲୀଳ ଭିଡିଓ ମଧ୍ୟ ରଖିଛନ୍ତି । ବିଭିନ୍ନ ସ୍ଥାନରେ ସିସିଟିଭି ମାଧ୍ୟମରେ ଏହାକୁ ଉଠାଇଛନ୍ତି । ୧୩ ହଜାର ଭିଡିଓ କ୍ଲିପ ଜବତ କରିଛି ପୋଲିସ । ତେବେ ଆମେରିକାରେ ଧରା ପଡ଼ିଥିବା ଏହି ଡାକ୍ତର ଜଣକ ଭାରତର । ସେ ୨୦୧୧ ମସିହାରୁ ଯାଇ ଆମେରିକାରେ ରହିଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ ହେବେ କି, ଡାକ୍ତରଙ୍କୁ ଖୋଦ ତାଙ୍କ ପତ୍ନୀ ଧରାଇଛନ୍ତି । ସ୍ବାମୀଙ୍କ ପାପ ଏତେ ବଢ଼ି ଯାଇଥିଲା କି, ଶେଷରେ ସ୍ତ୍ରୀ ସ୍ବାମୀଙ୍କ ଗୁମର ଖୋଲିଛନ୍ତି ।

୨ କୋଟି ଭାରତୀୟ ମୁଦ୍ରା ବଣ୍ଡରେ ଆମେରିକାରେ ଜେଲରେ ରଖାଯାଇଛି । ୨ଜଣେ ୨ ବର୍ଷର ନାବାଳିକାଙ୍କ ଭିଡିଓ କ୍ଲିପ ମଧ୍ୟ ଉତ୍ତୋଳନ କରିଥିବାର ଭିଡିଓ ଦେଖିବାକୁ ମିଳିଛି । ଅଗଷ୍ଟ ୮ ତାରିଖରେ ଡାକ୍ତର ଜଣ ଗିରଫ ହୋଇଛନ୍ତି । କିନ୍ତୁ ଖବରରୁ ଜଣା ପଡ଼ିଛି କି, ଏହା ପୂର୍ବରୁ ତାଙ୍କ ନାମରେ କୌଣସି ଅପରାଧିକ ମାମଲା ରହିନଥିଲା । ଶେଷ ଖବର ସୁଦ୍ଧା ୧୩ ହଜାର କ୍ଲିପ ପୋଲିସର ହସ୍ତଗତ ହୋଇଥିବାବେଳେ  ଆହୁରି ଅନେକ କ୍ଲିପ ରହିଥିବା ଅନୁମାନ କରାଯାଉଛି । ହଉଏତ ସେ କ୍ଲାଉଡ ଷ୍ଟୋରେଜରେ ଅପଲୋଡ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

କୋଲକାତା ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲା ସିବିଆଇ

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ଯା ଘଟଣା । ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲା ସିବିଆଇ। ଏହା ସହ ପଶ୍ଚିମବଙ୍ଗ ସରକାର ବି ନିଜ ରିପୋର୍ଟ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ସିବିଆଇ। ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ଗତ ୨୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ଦେଇଥିଲେ ନିର୍ଦ୍ଦେଶ।

ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କପିଳ ସିବଲ, ମାନେକ ଗୁରୁସ୍ବାମୀ, ସଞ୍ଜୟ ବାସୁ, ଆସ୍ଥା ଶର୍ମାଙ୍କ ସମେତ ୨୧ ଜଣେ ଓକିଲ ପ୍ରତିନିଧିତ୍ବ କରୁଥିବାବେଳେ କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ମାଧବୀ ସିଂହଲ, ଅର୍କାଜ କୁମାର, ସ୍ବାତୀ ଗିଲଦିୟାଲ, ଏମକେ ମାରୋରିଆ। ଗତ ମଙ୍ଗଳବାର ସୁପ୍ରିମକୋର୍ଟରେ ମାମଲାର ହୋଇଥିଲା ଶୁଣାଣି।

ଘଟଣାରେ କ୍ଷୁବ୍ଧ ହୋଇ ହସ୍ପିଟାଲରେ ଡାକ୍ତରଙ୍କ ନିରାପତ୍ତା ନେଇ ୧୦ ଜଣିଆ   ନ୍ଯାସନାଲ ଟାସ୍କ ଫୋର୍ସ ଗଠନ କରିଥିଲେ ସୁପ୍ରିମକୋର୍ଟ । ମାମଲାର ଶୁଣାଣି କରି ୩ଜଣିଆ ଖଣ୍ଡପୀଠ କହିଥିଲେ, ସରକାରୀ ହସ୍ପିଟାଲରେ ଡାକ୍ତରମାନଙ୍କ ସୁରକ୍ଷା ଅତି ଦୁର୍ବଳ। ଘଟଣା ଘଟିବାର ଦୀର୍ଘ ସମୟ ପରେ କାହିଁକି ବିଳମ୍ବରେ ଏଫଆଇଆର ଦାୟର ହେଲା ବୋଲି ପ୍ରଶ୍ନ କରିଥିଲେ ଖଣ୍ଡପୀଠ। ପ୍ରାଥମିକ ସ୍ତରରେ ପିଜି ଛାତ୍ରୀଙ୍କ ହତ୍ଯା ଘଟଣାକୁ କାହିଁକି ପ୍ରିନସିପାଲ ଆତ୍ମହତ୍ଯା ଘଟଣା ଦର୍ଶାଇଲେ ।

ଦେଶବ୍ଯାପୀ ଡାକ୍ତରଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଘଟଣାର ତଦନ୍ତ ପରିସରକୁ ଅଧିକ ବ୍ଯାପ୍ତ କରିବା ସମ୍ଭାବନା ସୃଷ୍ଟି କରିଛି। କୋର୍ଟଙ୍କ ଉପରେ ଭରସା ରଖିବାକୁ ଡାକ୍ତରଙ୍କୁ ଅପିଲ କରିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ଆହୁରି କହିଥିଲେ, ଯଦି ମହିଳାମାନେ କାମକୁ ଯିବାକୁ ଅକ୍ଷମ ଏବଂ କର୍ମକ୍ଷେତ୍ରର ପରିସ୍ଥିତି ନିରାପଦ ନୁହେଁ ତେବେ ଏହା ସ୍ବୀକାର କରିବାକୁ ହେବ ଯେ ସେମାନଙ୍କ ସମାନତାର ଅଧିକାରକୁ ଅଗ୍ରାହ୍ଯ କରାଯାଉଛି ।

ବିଜେପିର ନିଜ ପ୍ରାର୍ଥୀଙ୍କ ଉପରେ ଭରସା ନାହିଁ : ଅରୁଣ ସାହୁ

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯସଭା ନିର୍ବାଚନରେ ଦୁଇ ଜଣ ବିଜେପି ନେତା ପ୍ରାର୍ଥିପତ୍ର ଦାଖଲ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ଅରୁଣ ସାହୁ। ସେ କହିଛନ୍ତି, ଗତକାଲି ବିଜେପି ଧାର ନେଇଥିବା ପ୍ରାର୍ଥୀଙ୍କୁ ନେଇ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ। କିଛି ସମୟ ପରେ ଆଉ ଜଣେ ବିଜେପି ନେତା ବିଜେପି ବିଧାୟକଙ୍କ ସମର୍ଥନରେ ନାମାଙ୍କନ ଭରିଲେ। ଏହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଜଣା ପଡୁଛି ସେମାନଙ୍କର ନିଜ ପ୍ରାର୍ଥୀ ଉପରେ ଭରସା ନାହିଁ। ନ ହେଲେ ସେମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଯେଉଁ ବିଧାୟକମାନଙ୍କ ସମର୍ଥନରେ ଅନ୍ୟ ପ୍ରାର୍ଥୀ ନାମାଙ୍କନ କଲେ, ସେଥିରେ ଦଳୀୟ ସ୍ୱୀକୃତି ଥିଲା କି? ସେମାନେ ସ୍ପଷ୍ଟ କରନ୍ତୁ, ଦ୍ଵିତୀୟ ପ୍ରାର୍ଥୀ କଣ ପାଇଁ? ଦ୍ଵିତୀୟ ପ୍ରାର୍ଥୀ ଓ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ କି ବିଜେପି? ଯଦି ସେମାନେ ଏହା ସ୍ପଷ୍ଟ ନ କରନ୍ତି, ତା ହେଲେ ଧରି ନିଆଯିବ, ବିଜେପିରେ ବିଶ୍ୱାସ ଓ ଭରସାର ସଙ୍କଟ ଦେଖା ଦେଇଛି।

ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହଟ୍ଟଗୋଳ, ଦିନ ୧୧ଟା ୩୦ ଯାଏ ଗୃହ ମୁଲତବୀ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନ । ଗୃହ ଆରମ୍ଭରୁ ହଟ୍ଟଗୋଳ । ଚିକିଟି ମଦ ମୃତ୍ୟୁ ଘଟଣାକୁ ନେଇ ଗୃହରେ ଗର୍ଜିଲେ ବିରୋଧୀ । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି । ବିଜେଡି ଏବଂ କଂଗ୍ରେସ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟ ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

କହି ରଖୁଛୁ କି, ଚିକିଟି ବିଷାକ୍ତ ମଦ ପିଇବା ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ବିଷାକ୍ତ ମଦ ପିଇ ୨ ଜଣଙ୍କ ଜୀବନ ଯାଇଥିବାବେଳେ ଏବେ ମଧ୍ୟ ୧୪ ଜଣରୁ ଅଧିକ ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସରକାରଙ୍କୁ ଏହି ଘଟଣାରେ ଦୋଷ ଦେଉଛନ୍ତି ବିରୋଧୀ ।

ନନ୍ଦିଘୋଷ ଟିଭିର ମହାପ୍ରଭାବ, ଜାଲ ପ୍ରମାଣପତ୍ର ଧାରୀଙ୍କ ଚାକିରି ଗୋଲ୍

ନନ୍ଦିଘୋଷ ବ୍ୟୁରୋ: ନନ୍ଦିଘୋଷ ଟିଭିର ମହାପ୍ରଭାବ। ଖବର ପ୍ରସାରଣ ପରେ ଜାଲ ପ୍ରମାଣପତ୍ର ଧାରୀଙ୍କ ଚାକିରି ଗୋଲ । ଦଶମ ପାସର ଜାଲ ସାର୍ଟିଫିକେଟ ଦେଇ ସିଆରପି ଚାକିରି କରିଥିବା ମହିଳାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ନିର୍ଦେଶ ଦେଲେ ଡେରାବିଶ ବ୍ଲକ ପ୍ରଶାସନ । ଡେରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତ ଗରାମ ଗାଁର ସିଆରପତ ରାଜଶ୍ରୀ ପରିଜା ଏକ ବର୍ଷ ତଳେ ଏହି ଚାକିରି ପାଇବା ପାଈଁ ନିଜ ଭଉଣୀଙ୍କ ଦଶମ ଶ୍ରେଣୀ ସାର୍ଟିଫିକେଟକୁ ଏଡିଟିଂ କରି ଦାଖଲ କରିଥିଲେ । ଶକୁନ୍ତଳା ବିଦ୍ୟା ନିକେତନରୁ ଦଶମ ପାସ କରିଥିବା ଏକ ଜାଲ ସାର୍ଟିଫିକେଟ ତଥା ନକଲି ପ୍ରମାଣପତ୍ର ତିଆରି କରି ଡେରାବିଶ ବିଏଲଏଫଙ୍କୁ ଦେଇଥିଲେ।  ସିଆରସି ପୋଷ୍ଟ ପାଈଁ ପ୍ରଥମ ସ୍ଥାନରେ ରହି ଚାକିରି ପାଇଥିଲେ। କିନ୍ତୁ ସମାନ ପୋଷ୍ଟ ପାଈଁ ଦ୍ଵିତୀୟ ସ୍ଥାନରେ ଥିବା ମହିଳା ରିନା ପ୍ରତାପ ସୂଚନା ଅଧିକାର ଆଇନ ବଳରେ ରାଜଶ୍ରୀ ପରିଜାଙ୍କ ପ୍ରକୃତ ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ସେହି ଶକୁନ୍ତଳା ବିଦ୍ୟାନିକେତନକୁ ମଗାଇ ଥିଲେ । ତେବେ ସ୍କୁଲ ପକ୍ଷରୁ ଦିଆଯାଇଥିବା ଆର୍ଟିଆଇ ତଥ୍ୟ ଆଧାରରେ ରାଜଶ୍ରୀ ଉକ୍ତ ସ୍କୁଲ ରେ ସେହି ବର୍ଷ ପରୀକ୍ଷା ଦେଇନଥିଲେ । କିନ୍ତୁ ତାଙ୍କ ଭଉଣୀ ଭାଗ୍ୟଶ୍ରୀ ପରିଜା ସେଠି ପଢୁଥିଲେ ବୋଲି ସୂଚନା ମିଳିଥିଲା। ମାଷ୍ଟର ମାଇଣ୍ଡ ରାଜଶ୍ରୀ ନକଲି ପ୍ରମାଣପତ୍ର ତିଆରି କରି ଦାଖଲ କରିଥିବା ପ୍ରମାଣିତ ହେବା ପରେ ଡେରାବିଶ ବିଡ଼ିଓ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିବାକୁ  ନିଶ୍ଚିନ୍ତ କୋଇଲି ବିଇଓଙ୍କୁ ଚିଠି ଲେଖି ଥିଲେ। ତେବେ ବିଇଓ ଙ୍କ ଠୁ ଡେରାବିଶ ବିଡ଼ିଓ ଦାସରଥୀ ଜେନା ରାଜଶ୍ରୀ ପରିଜାଙ୍କ ବିରୁଦ୍ଧରେ ସମ୍ପୂର୍ଣ ପ୍ରମାଣ ପାଇବା ପରେ ଆଜି ଡେରାବିଶ ବ୍ଲକ ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ମିଳିତ ବୈଠକ କରି ରାଜଶ୍ରୀ ପରିଜା ଙ୍କୁ ବହିଷ୍କାର କରାଇବା ପାଇଁ ନିର୍ଦେଶ ନାମା ଜାରି କରିଛନ୍ତି। ଏଥି ସହ ରାଜଶ୍ରୀ ନେଇଥିବା ସବୁ ଦରମା ଟଙ୍କା ଫେରସ୍ତ କରିବେ ବୋଲି ନିର୍ଦେଶ ନାମା ରେ ଉଲ୍ଲେଖ ଅଛି । ଜଅଁରା ବାରିମୂଳ ପଞ୍ଚାୟତର ଜିପିଏଲେଫଙ୍କୁ ଜାଲ ପ୍ରମାଣପତ୍ର ଧାରୀ ରାଜଶ୍ରୀ ପରିଜାଙ୍କୁ ବହିଷ୍କାର କରିବା ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି ।

ସମରଝୋଳ ଛକ ନିକଟରେ ସଡ଼କ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କ ଶୋକପ୍ରକାଶ, ମୃତକଙ୍କ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସମରଝୋଳ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଭୀର ଦୁଃଖପ୍ରକାଶ। ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ସିଏମ୍। ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସେପଟେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଗୁରୁତର ଆହତମାନଙ୍କୁ ୧ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆହତମାନଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଭୟରେ ଯାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଏୟାର ଇଣ୍ଡିଆର ଏକ ବିମାନରେ ରହିଛି ବୋମା । ଏଭଳି ଧମକ ମିଳିଥିବାବେଳେ ଯାତ୍ରୀଙ୍କ ମଧ୍ୟରେ ଖେଳି ଯାଇଛି ଭୟର ବାର୍ତ୍ତାବରଣ । ମୁମ୍ବାଇରୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ। କେରଳ ଥିରୁଭନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ଏୟାର ଇଣ୍ଡିଆର ବିମାନ ୬୫୭ ମୁମ୍ବାଇରୁ ଉଡ଼ାଣ ଭରିଥିଲା। ପରେ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଏହାକୁ କେରଳର ଥିରୁଭନନ୍ତପୁରମରେ ଜରୁରୀ ଅବତରଣ କରାଯାଇଛି।

ମମ୍ବାଇରୁ ଥିରୁବନ୍ତପୁରମ୍‌ରେ ପହଞ୍ଚିଥିବା ଏୟାର ଇଣ୍ଡିଆର ବିମାନ AI 657ରେ ବୋମା ଥିବା ଧମକ ମିଳିବା ପରେ ପୂରା ବିମାନ ବନ୍ଦରରେ ଏମରଜେନ୍ସି ଘୋଷଣା କରାଯାଇଛି।ଏହାପରେ ଏୟାର ଇଣ୍ଡିଆ ବିମାନ AI 657କୁ ବିମାନ ବନ୍ଦରରେ ନିରାପଦରେ ଅବତରଣ କରାଯାଇଥିଲା। ଏହି ବିମାନଟିକୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି। କ୍ରୁ ସଦସ୍ୟଙ୍କ ସମେତ ବିମାନରେ ମୋଟ ୧୩୫ ଯାତ୍ରୀ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ସେପଟେ ବିମାନ ବନ୍ଦର ଅଧିକାରୀମାନେ ସମ୍ପୂର୍ଣ୍ଣ ବିମାନର ଯାଞ୍ଚ ଜାରି ରଖିଛନ୍ତି।

 

ପଶ୍ଚିମବଙ୍ଗରୁ ଆସିଲା ଆଳୁ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିଲା ଆଳୁ। ପଶ୍ଚିମବଙ୍ଗ ସରକାରଙ୍କ ସହିତ ବ୍ଯବସାୟୀଙ୍କ ଆଲୋଚନା ପରେ ଗତ ରାତିରୁ ଆଳୁ ଟ୍ରକ ଓଡ଼ିଶା ଆସିଛି।ଏହା ସହ ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ  ନିକଟରେ ଥିବା ନାକା ପଏଣ୍ଟକୁ ହଟାଇ ଦିଆ ଯାଇଛି। ଏହା ଦ୍ଵାରା ଲକ୍ଷ୍ମଣ ନାଥ ଚେକପୋଷ୍ଟ ଦେଇ ଓଡିଶାକୁ ବହୁ ଆଳୁ ଟ୍ରକ ଆସିଛି। ଗତକାଲି ପଶ୍ଚିମବଙ୍ଗ ସରକାର ଓ ଆଳୁ ବ୍ୟବସାୟୀଙ୍କ ଏକ ବୈଠକ ହୋଇଥିଲା। ଏହା ପରେ ଧର୍ମଘଟକୁ ପ୍ରତ୍ୟାହାର କରି ନେଇଛନ୍ତି ଆଳୁ ବ୍ୟବସାୟୀ। ଆଜିଠାରୁ ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ଓଡ଼ିଶାକୁ ସ୍ବାଭାବିକ ହେବ। ରେଟ୍ ମଧ୍ଯ କମିବ ବୋଲି ଆଶା କରାଯାଉଛି।

ପଡ଼ିଆ ବାହାରର ହିରୋ: ରୋହିତ କହିଲେ ଏମାନଙ୍କ ପାଇଁ ଜିତିଲୁ ଟି-୨୦ ବିଶ୍ବକପ

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ଟି-୨୦ ବିଶ୍ବକପ ଜିତି ଦ୍ବିତୀୟଥର ଲାଗି ଭାରତ ଇତିହାସ ସୃଷ୍ଟି କରିଛି । ଭାରତୀୟ କ୍ରିକେଟ ଦଳର ଏଭଳି କିର୍ତ୍ତିମାନକୁ ସମସ୍ତେ ପ୍ରଂଶସା କରିଛନ୍ତି । ତେବେ ବିଜୟ ପଛରେ ୩ ଜଣ ହିରୋଙ୍କ ବଡ଼ ଅବଦାନ ରହିଥିବା କହିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି କି, ଆମେ ଖେଳୁଥିଲୁ କିନ୍ତୁ ଫିଲ୍ଡ ବାହାରେ ଥିବା ୩ ଜଣଙ୍କ ପ୍ରମୁଖ ଭୂମିକା ରହିଛି । ଯେଉଁ ମାନଙ୍କ ସହଯୋଗରେ ଆମେ ବିଶ୍ବକପ ଜିତାବରେ ସକ୍ଷମ ହୋଇଛି । ତେବେ ଏହି ତିନିଜଣ ହେଉଛନ୍ତି ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ବିସିସିଆଇ ସଚିବ ଜୟ ଶାହା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଏମାନଙ୍କ ବିନା ଆମେ ବିଶ୍ବକପ ଜିତିବା ସମ୍ଭବ ହୋଇନଥାନ୍ତା ବୋଲି ରୋହିତ କହିଛନ୍ତି । ଏହି ତିନିଜଣଙ୍କ ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବା କହିଛନ୍ତି ରୋହିତ ।