spot_img
Home Blog Page 1571

ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବାଦ: ୧୭ରେ ପହଞ୍ଚିଲା ମି-ଠୁ ମାମଲା

ନନ୍ଦିଘୋଷ ବ୍ୟୁରୋ: ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଢୁଛି ମି-ଠୁ ବିବାଦ। ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା ସଂଖ୍ଯା ପହଞ୍ଚିଛି ୧୭ରେ। ବିଭିନ୍ନ ସଂଗଠନରୁ କର୍ମକର୍ତ୍ତାଙ୍କ ଇସ୍ତଫାର ସୁଅ ଚାଲିଥିବାବେଳେ କେତେକ ତାରକା ଓ ଫିଲ୍ମ ନିର୍ମାତାଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି। ଅଭିନେତ୍ରୀ ସୋନିଆ ମହ୍ଲାରଙ୍କ ଅଭିଯୋଗ ଏବେ ଚର୍ଚ୍ଚାର କାରଣ ହୋଇଛି। ବିଗତ ୨୦୧୩ରେ ତାଙ୍କୁ ଜଣେ ଅଭିନେତା ଯୌନ ନିର୍ଯାତନା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। କେରଳ ସରକାରଙ୍କ ଦ୍ବାରା ଗଠିତ ଏସଆଇଟି ନିକଟରେ ଏହି ଅଭିଯୋଗ କରିଛନ୍ତି ସୋନିଆ। ପୂର୍ବରୁ ଅଭିନେତା ଏମ. ମୁକେଶ ଓ ଜୟସୂର୍ଯ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ମିନୁ ମୁନୀର। ଅଭିନେତା ତଥା ସିପିଏମ ଏମଏଲଏ ମୁକେଶଙ୍କ ବିରୋଧରେ ମୁନି ଅଭିଯୋଗରେ କହିଥିଲେ ଯେ ମୁକେଶଙ୍କ ନିର୍ଦ୍ଦେଶ ପାଳନ ନ କରିବାରୁ ତାଙ୍କ ସଦସ୍ଯତା ରଦ୍ଦ ହୋଇଥିଲା। ପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ରଞ୍ଜିତଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବଙ୍ଗାଳୀ ଅଭିନେତ୍ରୀ ଶ୍ରୀଲେଖା ମିତ୍ର।

ଦେଶର ସର୍ବଶ୍ରେଷ୍ଠ ସିଓଓଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଶାର ଏଲୋରା ଷଡ଼ଙ୍ଗୀ

ନନ୍ଦିଘୋଷ ବ୍ୟୁରୋ: ଦେଶର ଜଣାଶୁଣା ବିଜନେସ୍ ମ୍ୟଗାଜିନ ଟ୍ରେଡ଼ଫ୍ଲକ ତରଫରୁ ଦେଶର ସର୍ବଶ୍ରେଷ୍ଠ ସିଓଓଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜଣେ ଓଡ଼ିଆ ମହିଳା। ସାମ୍ବାଦିକତାରୁ ସମାଜସେବା, ତାପରେ କର୍ପୋରେଟ ସେକ୍ଟରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ଏଲୋରା ଷଡ଼ଙ୍ଗୀ। ଭୁବନେଶ୍ବରର ଏକ ଲଜିଷ୍ଟିକ କମ୍ପାନୀରେ ଚିଫ୍ ଅପରେଟିଂ ଅଫିସର ଭାବେ କାମ କରୁଥିବା ଏଲୋରା ଟ୍ରେଡ଼ଫ୍ଲକ ମ୍ୟାଗାଜିନ୍ ତରଫରୁ ଦେଶର ସର୍ବଶ୍ରେଷ୍ଠ ୧୦ଜଣ ସିଓଓଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଯଦିଓ ଅନେକ ଆଗକୁ ଗଲେଣି, ହେଲେ ଲଜିଷ୍ଟିକ କ୍ଷେତ୍ରରେ ଏପରି ସଫଳତା ପାଇବା ଖୁସିର ବିଷୟ। ଶ୍ରେଷ୍ଠ ୧୦ ଜଣ ସିଓଓ ତାଲିକାରେ ଇନଫୋସିସ୍, ଏୟାରଟେଲ, ରିଲାଏନ୍ସ ଭଳି କମ୍ପାନୀର ଅଧିକାରୀମାନେ ସ୍ଥାନ ପାଇଛନ୍ତି। ଜଣେ ମହିଳା କିପରି କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କୁ ସାଙ୍ଗରେ ନେଇ ସ୍ନେହ ମମତା ଡ଼ୋରିରେ ବାନ୍ଧି ଟାର୍ଗେଟରେ ପହଞ୍ଚିପାରନ୍ତି, ତାର ଉଦାହରଣ ପାଲିଟିଛନ୍ତି ଏଲୋରା ଷଡ଼ଙ୍ଗୀ। ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଯଯାତି କେଶରୀ ମହାନ୍ତି।

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିର୍ଦ୍ଧୁମ ବର୍ଷା । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକ ଲଘୁଚାପ ର ରୂପ ନେବ । ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ । ପରବର୍ତ୍ତୀ ଦୁଇ ଦିନରେ ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ର ପ୍ରଦେଶ ମୁହାଁ ହୋଇ ସ୍ଥଳଭାଗ ଅତିକ୍ରମ କରିବ । ପ୍ରଭାବର ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ନିର୍ଧୁମ ବର୍ଷା ହେବ ।

ପ୍ରବଳ ବର୍ଷା ନେଇ ଆଜି ୧୯ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବର୍ଷା ସମୟରେ ତଳି ଅଞ୍ଚଳ ରେ ଜଳବନ୍ଦୀ ସମସ୍ୟା, ପାହାଡି ଅଞ୍ଚଳରେ ଭୂସ୍ଖଳନ, ସହରାଞ୍ଚଳ ରେ କୂତ୍ରିମ ବନ୍ୟା, କଚ୍ଚା ରାସ୍ତା ଘର ଭାଙ୍ଗିବା ନେଇ ସତର୍କ କରିଚି ପାଣିପାଗ କେନ୍ଦ୍ର । ସେହିଭଳି ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ କୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୩୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।  ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡିଶାରେ ଲାଗିରହିବ ବର୍ଷା । ୧ ତାରିଖରୁ ବର୍ଷାର ପରିମାଣ କମିବ । ବର୍ଷା ସମୟରେ ଘଣ୍ଟାପ୍ରତି ୩୫ ରୁ ୪୫ କିଲୋମିଟର ବେଗରେ ବହିବ ପବନ । ଝଟକା ପବନର ବେଗ ଘଣ୍ଟାପ୍ରତି ୫୫ କିମି ହୋଇପାରେ । ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ସେଥିପାଇଁ ୩୦ ଓ ୩୧ ରେ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଆଇସିସି ଟେଷ୍ଟ ରାଙ୍କିଂ: ଜାଣନ୍ତୁ କିଏ କେତେ ନମ୍ବର ସ୍ଥାନରେ..

ନନ୍ଦିଘୋଷ ବ୍ୟୁରୋ: ଆଇସିସି ଟେଷ୍ଟ ରାଙ୍କିଂରେ ଭାରତୀୟ ଖେଳାଳିଙ୍କ ସଫଳତା । ଟପ୍ ୧୦ ଭିତରେ ରହିଛନ୍ତି ରୋହିତ, କୋହଲି ଏବଂ ଜୟସ୍ବାଲ । ବିରାଟ କୋହଲି ୮ ନମ୍ବର ସ୍ଥାନରେ ରହିଥିବାବେଳେ ଜୟସ୍ବାଲ ସପ୍ତମ ସ୍ଥାନରେ ରହିଛନ୍ତି । ସେପଟେ ଅଧିନାୟକ ରୋହିତ ଶର୍ମା ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ରହିଛନ୍ତି । ଇଂଲଣ୍ଡର ଦକ୍ଷ ବ୍ୟାଟତସମ୍ୟାନ ଜୋ ରୁଟ ଏବେ ଏକ ନମ୍ବରରେ ରହିଛନ୍ତି । ସେପଟେ ପାକିସ୍ତାନୀ କ୍ରିକେଟର ବାବର ଆଜମ ଏକ ନମ୍ବର ସ୍ଥାନରେ ଥିବାବେଳେ ସେ ତଳକୁ ଖସି ଯାଇଛନ୍ତି । ସେ ଏବେ ତୃତୀୟ ସ୍ଥାନକୁ ଖସିଛନ୍ତି । ଅଷ୍ଟ୍ରେଲିୟ କ୍ରିକେଟର ସ୍ମିଥ ଏବେ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି । ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରେ ବାବରଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ପାଇଁ ପଏଣ୍ଟ କମିଯାଇଛି । ଯାହା ଫଳରେ ସେ ତଳକୁ ଖସିଛନ୍ତି ।

ଯଦି ବୋଲିଂ କଥା କହିବା ତାହେଲେ ରବିଚନ୍ଦ୍ରନ ଅଶ୍ବିନୀ ଏବେ ଶୀର୍ଷରେ ରହିଛନ୍ତି । ବୁମରା ଏବେ ତୃତୀୟ ସ୍ଥାନରେ ରହିଥିବାବେଳେ ରବିନ୍ଦ୍ର ଜାଡେଜା ସପ୍ତମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ତାଲିକା କଥା ଯଦି କହିବା ତାହେଲେ ଅଶ୍ବିନୀ ଏକ ନମ୍ବର ଏବଂ ଜାଡେଜା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଟପ ଟେନ ମଧ୍ୟରେ ଅକ୍ଷର ପଟେଲ ମଧ୍ୟ ରହିଛନ୍ତି । ସେ ଷଷ୍ଠ ସ୍ଥାନରେ ରହିଛନ୍ତି ।

ପାଠପଢା ଚାଲିଥିବା ବେଳେ ଅସୁସ୍ଥ ହେଲେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ପାଠପଢା ଚାଲିଥିବା ବେଳେ ଅସୁସ୍ଥ ହେଲେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତ ହାଇସ୍କୁଲ ଓ ହସିମୁଦୀନ ସ୍କୁଲରେ । ହାଇସ୍କୁଲରେ ସକାଳ ପ୍ରାର୍ଥନା ଶେଷ ହେବା ପରେ ପ୍ରଥମ ପିରିୟଡ ଚାଲିଥିଲା । ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କମନରୁମରେ ବିଶ୍ରାମ ଦିଆଯାଇଥିଲା । ପରେ ଜଣକ ପରେ ଜଣେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ବାନ୍ତି କରିଥିଲେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଫିଲ୍ମ ’ଏମରଜେନ୍ସି’ ବିବାଦ ଭିତରେ ଏମିତି କହିଲେ କଙ୍ଗନା

ନନ୍ଦିଘୋଷ ବ୍ୟୁରୋ: ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଅଭିନୀତ ଫିଲ୍ମ ଏରମଜେନ୍ସି ଆସନ୍ତା ମାସ ୬ ତାରିଖରେ ରିଲିଜ ହେବାକୁ ଯାଉଛି । ରିଲିଜ ହେବା ପୂର୍ବରୁ ବିବାଦରେ ରହିଥିବା ଏହି ଫିଲ୍ମକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଶିଖଙ୍କ ବିରୋଧରେ ଫିଲ୍ମରେ କିଛି ଦୃଶ୍ୟ ସ୍ଥାନ ପାଇଥିବାକୁ ନେଇ ପଞ୍ଜାବରେ ଫିଲ୍ମ ରିଲିଜ କରାଇ ଦେବାକୁ ଅପିଲ କରାଯାଇଛି । ଏମିତି କଙ୍ଗନାଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି । ତେବେ ଏହାକୁ ନେଇ ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବାକୁ ଯାଇ କଙ୍ଗନା କହିଛନ୍ତି କି, ବହୁ ଲୋକ ମୋତେ ଗାଳି ଦେଉଛନ୍ତି ଆଉ ହତ୍ୟା ଧମକ ଦେଇଛନ୍ତି । କିନ୍ତୁ ମୁଁ ଏହାକୁ ଡରେ ନାହିଁ । ଦେଶର ସ୍ବର ହେବାକୁ ଚାହୁଁଛି । ଏହି ଫିଲ୍ମଟି ତଥ୍ୟ ଉପରେ ଆଧାରିତ ଏଣୁ ଲୋକେ ସବୁକିଛି ଜାଣିବା ଦରକାର । ଏଣୁ ମୋତେ ଗୁଳି କଲେ ମଧ୍ୟ ମୋର ଡର ନାହିଁ ।

ପଞ୍ଜାବରେ ଫିଲ୍ମକୁ ନେଇ ରିଲିଜ ପୂର୍ବରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି । ରିଲିଜ ନକରାଇବା ପାଇଁ ଦାବି କରାଯାଇଥିବାବେଳେ ଟ୍ରେଲରରେ ଶିଖଙ୍କୁ ଭୁଲ ଢ଼ଙ୍ଗରେ ଚିତ୍ରଣ କରାଯାଇଥିବା ଅଭିଯୋଗ କରାଯାଇଛି । ଯେଉଁ କାରଣରୁ ଟ୍ରେଲରକୁ ଉଡ଼ାଇବା ସହ ଭୁଲ ମାଗିବା ପାଇଁ ମଧ୍ୟ ଦାବି କରାଯାଇଛି ।

ଯାଆଁଳା ନିକଟସ୍ଥ ହୋଟେଲ ସମ୍ମୁଖରେ ବୋମାମାଡ

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ଯାଆଁଳା ନିକଟସ୍ଥ ଏକ ହୋଟେଲ ସମ୍ମୁଖରେ ବୋମାମାଡ। ବୋମାମାଡରେ ଦୁଇଟି କାର କ୍ଷତିଗ୍ରସ୍ତ ହୋଇଛି। ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ବେଳେ, କାରଣ ଅଷ୍ପଷ୍ଟ ରହିଛି। ଖବର ପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ବୋମାମାଡ଼ରେ କାରର ପଛ ପଟ କାଚ ଭାଙ୍ଗି ଯାଇଛି।

ସ୍କୁଟି ଉପରରେ ଚଢ଼ିଗଲା ଟ୍ୟାଙ୍କର

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଭାଗୀରଥୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା। ଦମ୍ପତିଙ୍କୁ ଦଳି ଦେଲା  ପେଟ୍ରୋଲ ଟ୍ୟାଙ୍କର। ସ୍କୁଟି ଉପରକୁ ଚଢ଼ିଗଲା ଟ୍ୟାଙ୍କର। ଅଣ୍ଟା ଉପରେ ଚଢ଼ିଯିବାରୁ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି। ଏହା ପରେ ଉତ୍ୟକ୍ତ ଲୋକେ ଟ୍ରକ୍ କୁ ଭଙ୍ଗାରୁଜା କରିଛନ୍ତି। ଡ୍ରାଇଭର ଫେରାର ହୋଇ ଯାଇଛି। ଗୁରୁତର ଆହତ ହୋଇଥିବା ଦୁଇ ଜଣ ହେଲେ କଂସାରି ପଡ଼ାର ବିଷ୍ଣୁ ପ୍ରସାଦ ମିଶ୍ର ଓ ସଂଗୀତା କର। ସଂଗୀତା କୃଷି ଅଫିସରେ କାମ କରନ୍ତି। ତାଙ୍କୁ ଅଫିସରେ ଛାଡ଼ିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

 

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ଉଦବେଗ ପ୍ରକାଶ କଲେ ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବାବେଳେ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଘଟଣା ଘଟିବା ପରେ ପ୍ରଥମ ଥର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି କି, ଏହା ଏକ ଭୟଙ୍କର ଘଟଣା । ସେ କହିଛନ୍ତି, “କୌଣସି ସଭ୍ୟ ସମାଜ କେବେ ହେଲେ ଝିଅ ଓ ଭଉଣୀମାନଙ୍କ ବିରୋଧୀରେ ଏପରି ହତ୍ୟାଚାରକୁ ଅନୁମତି ଦେଇ ପାରିବ ନାହିଁ। ବହୁତ ହୋଇଗଲା। ଏହା ଉପରେ ବିରାମ ଲାଗିବା ଦରକାର। ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇବା ଉଚିତ। ନର୍ଭୟା ଘଟଣାର ଏହି ୧୨ ବର୍ଷ ମଧ୍ୟରେ ଅସଂଖ୍ୟ ଦୁଷ୍କର୍ମ ଘଟଣାକୁ ସମାଜ ଭୁଲି ଯାଇଛି। ଏହା ସାମୂହିକ ସ୍ମୃତିଲୋପ ଭାବକୁ ଦର୍ଶାଉଛି।”

 

ପୂର୍ବରୁ ଗୌତମ ଗମ୍ଭୀର ତୁଲାଇଥିଲେ, ଏବେ ହାଜିର ଭାର ସମ୍ଭାଳିବେ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ରଣନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ଆଇପିଏଲ ୨୦୨୨ ଏବଂ ୨୦୨୩ ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟର ମେଣ୍ଟରଭାବେ କାମ କରି ଦଳକୁ ଅନେକ ସଫଳତା ଦେଇଥିଲେ । ଗମ୍ଭୀର ଲକ୍ଷ୍ନୌର ମେଣ୍ଟର ଥିବାବେଳେ ଦଳ ଗୋଟିଏ ସିଜିନରେ ଫାଇନାଲ ଏବଂ ଅନ୍ୟ ଏକ ସିଜିନରେ କ୍ବାଲିଫାୟର ଖେଳିଥିଲା । ତେବେ ଗମ୍ଭୀର ଲକ୍ଷ୍ନୌ ଛାଡ଼ି ୨୦୨୪ ସିଜିନରେ କୋଲକାତାର ଦାୟିତବ ନେଇଥିଲେ ଆଉ ଦଳ ଚାମ୍ପିୟନ ହୋଇଛି । ତେବେ ୨୦୨୫ ଆଇପିଏଲ ସିଜିନ ପାଇଁ ଏବେଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଯେଉଁଥିରେ ଲକ୍ଷ୍ନୌ ସୁପର ଜାଏଣ୍ଟ ପୂର୍ବତନ ଭାରତୀୟ ଦୃତ ବୋଲର ଜାହିର ଖାନଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରିଛି ।

ଏହା ପୂର୍ବରୁ ଜାହିର ଖାନ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମେଣ୍ଟର ଭାବେ କାର୍ଯ୍ୟରତ ଥିଲେ । ଏବେ ଲକ୍ଷ୍ନୌ ତାଙ୍କୁ ଗୁରୁ ଦାୟିତ୍ବ ଦେଇଥିବାବେଳେ ସେ ୨ ବର୍ଷ ପାଇଁ ଚକ୍ତି କରିଛନ୍ତି । ତେବେ ଆନ୍ତର୍ଜାତୀୟ କ୍ରିକେଟରେ ୬୦୦ରୁ ଅଧିକ ଓ୍ବିକେଟ ଅକ୍ତିଆର କରିଥିବା ଜାହିରଙ୍କ ଘାତକ ବୋଲିଂ ପାଇଁ ସେ ବେଶ ଜଣାଶୁଣା ।