spot_img
Home Blog Page 1566

ଭିଜିଲାନ୍ସ ଜାଲରେ ବାଲେଶ୍ବର ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟର କନିଷ୍ଠ କିରାଣୀ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ହୋଇଛି ରେଡ। ଶେରଗଡରେ ଥିବା ଘର, ମାର୍କେଟ କମ୍ପ୍ଲେକ୍ସରେ ଚଢାଉ ଜାରି ରହିଛି। ଭିଜିଲାନ୍ସର ୨ ଜଣ ଅତିରିକ୍ତ ଡିଏସପି, ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ରେଡରେ ସାମିଲ ଅଛନ୍ତି। ବାଲେଶ୍ବର ଅଙ୍ଗାରଗାଡ଼ିଆସ୍ଥିତ ଏକ ୩ ମହଲା କୋଠା, ଖନ୍ତାପଡା ଭୂଇଁପଦାସ୍ଥିତ ପୈତୃକ ଘର, ମାଧଗଡ଼ସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ନୀଳଗିରି କାହାଳିଆସ୍ଥିତ ସମ୍ପର୍କୀୟଙ୍କ ଘର, ଖନ୍ତାପଡ଼ା ଭୂଇଁପଦାସ୍ଥିତ ସମ୍ପର୍କୀୟଙ୍କ ଘର, ବାଲେଶ୍ବର କଲେକ୍ଟୋରେଟସ୍ଥିତ କାର୍ଯ୍ୟାଳୟରେ ହୋଇଛି ରେଡ।..

ଭାଇଜାନଙ୍କ ବଡିଗାର୍ଡ ଶେରା କିଣିଲେ ମହଙ୍ଗା ଗାଡି, ଯାହାର ଦାମ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ : ସଲମାନ ଖାନ କୁଆଡେ ଗଲେ, ଯିଏ ତାଙ୍କୁ ଛାଇ ପରି ଅନୁସରଣ କରନ୍ତି ସେ ହେଉଛନ୍ତି ଶେରା ।  ୧୯୯୫ ମସିହାରୁ ସେ ସଲମାନ ଖାନଙ୍କୁ ସୁରକ୍ଷା ଦେଉଛନ୍ତି। ସେ ଏକ ଫିଲ୍ମ ସେଟ୍ ହେଉ କି ଆୱାର୍ଡ ଫଙ୍କସନ୍ କିମ୍ବା ପାର୍ଟି… ଶେରା ସଲମାନ ଖାନଙ୍କ ସହିତ ପ୍ରାୟତଃ ଦେଖାଯାଆନ୍ତି । ଗତ ୨୯ବର୍ଷ ଧରି ଶେରା ପ୍ରତ୍ୟେକ ସୁଖ ଏବଂ ଦୁଃଖରେ ସଲମାନ ଖାନଙ୍କ ପାଖରେ ଠିଆ ହୋଇଥାନ୍ତି । ଶେରା ବର୍ତ୍ତମାନ ସଲମାନ ଖାନଙ୍କ ପରିବାରର ଏକ ଅଂଶ। ସଲମାନ ଖାନ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିବାବେଳେ ଶେରାଙ୍କ ଜୀବନ ଶୈଳୀ ମଧ୍ୟ କାହାଠାରୁ କମ୍ ନୁହେଁ। ସଲମାନ ଖାନଙ୍କ ସହ ତାଙ୍କ ଅଙ୍ଗରକ୍ଷୀମାନେ ମଧ୍ୟ ହେଡଲାଇନରେ ରହିଛନ୍ତି। ଲୋକମାନେ ତାଙ୍କ ଏବଂ ତାଙ୍କ ପରିବାର ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ । ଶେରା ଅନେକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଲମାନ ଖାନଙ୍କ ସହ ରହିବେ। ସୋସିଆଲ ମିଡିଆରେ ଶେରା ମଧ୍ୟ ବହୁତ ସକ୍ରିୟ । ଇନଷ୍ଟାଗ୍ରାମରେ ତାଙ୍କର ଏକ ମିଲିୟନ୍ ଫୋଲର୍ସ ଅଛନ୍ତି।

ନିକଟରେ ସଲମାନ ଖାନଙ୍କ ବଡିଗାର୍ଡ ଶେରା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି: ଭଗବାନଙ୍କ କୃପାରୁ ଆମେ ପରିବାରର ଅନ୍ୟ ସଦସ୍ୟଙ୍କୁ ସ୍ୱାଗତ କରିଛୁ। ପ୍ରକୃତରେ ଶେରା ଏକ ବିଳାସପୂର୍ଣ୍ଣ କାର ରେଞ୍ଜ ରୋଭର ସ୍ପୋର୍ଟ କିଣିଛନ୍ତି ।  ସେ ତାଙ୍କ ନୂଆ କାର ସହିତ ଫୋଟ ଉଠାଇଥିବା ନଜର ଆସିଛନ୍ତି । ଶେରା ମଧ୍ୟ ଜଣେ ସେଲିବ୍ରିଟିଙ୍କଠାରୁ କମ୍ ନୁହଁନ୍ତି ।

କ୍ରିକେଟରୁ ଅବସର ନେଲେ ଭାରତୀୟ ବାମହାତୀ ପେସର୍

ନନ୍ଦିଘୋଷ ବ୍ୟୁରୋ : ଟିମ୍ ଇଣ୍ଡିଆର ବାମହାତୀ ଦ୍ରୁତ ବୋଲର ବରିନ୍ଦର ସ୍ରାନ୍ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାଇଁ ବରିନ୍ଦର ୬ଟି ଦିନିକିଆ ଏବଂ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ କ୍ରିକେଟକୁ ବିଦାୟ ଦେଇଛନ୍ତି । ସୋସିଆଲ ମିଡିଆରେ ନିଜର ନିଷ୍ପତ୍ତି ଘୋଷଣା କରି ୩୧ ବର୍ଷିୟ ବରିନ୍ଦର କହିଛନ୍ତି ଯେ ଏହା ସନ୍ୟାସ ନେବା ଠିକ୍ ସମୟ ଅଟେ । ବରିନ୍ଦର ୨୦୧୫-୧୬ ରେ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ତା’ପରେ ୨୦୧୬ରେ ସେ ଜିମ୍ବାୱେ ଗସ୍ତରେ ଭାରତ ପାଇଁ ଦୁଇଟି ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

ବରିନ୍ଦର ସ୍ରାନ୍ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ମୁଁ କ୍ରିକେଟରୁ ଅବସର ନେଉଛି । ମୁଁ କୃତଜ୍ଞତା ସହିତ ମୋର ଯାତ୍ରାକୁ ଦେଖୁଛି  । ୨୦୦୯ରେ ବକ୍ସିଂରୁ କ୍ରିକେଟ୍ କୁ ପରିବର୍ତ୍ତନ କରିବା ପରେ, ଏହି ଖେଳ ମୋତେ ଅଗଣିତ ଏବଂ ଅବିଶ୍ୱସନୀୟ ଅନୁଭୂତି ଦେଇଥିଲା  । ଦ୍ରୁତ ବୋଲିଂ ମୋ ପାଇଁ ଭାଗ୍ୟବାନ ହେଲା । ଏବଂ ସମ୍ମାନଜନକ ଆଇପିଏଲ୍ ଫ୍ରାଞ୍ଚାଇଜ୍ ପ୍ରତିନିଧିତ୍ୱ କରିବାର ଉପାୟ ଖୋଲିଲା  । ଯାହା ଫଳସ୍ୱରୂପ ୨୦୧୬ରେ ଭାରତର ପ୍ରତିନିଧିତ୍ୱ କରିବାର ସର୍ବୋଚ୍ଚ ସମ୍ମାନ ।  ଯଦିଓ ମୋର ଆନ୍ତର୍ଜାତୀୟ କ୍ୟାରିଅର୍ ସ୍ୱଳ୍ପ ଥିଲା । କିନ୍ତୁ ମୁଁ ଏହି ସ୍ମୃତିକୁ ସବୁଦିନ ପାଇଁ ମନେ ରଖିବି, ମୋତେ ସଠିକ୍ ପ୍ରଶିକ୍ଷକ ଏବଂ ପରିଚାଳନା ପ୍ରଦାନ କରିଥିବାରୁ ମୁଁ ସର୍ବଦା ଭଗବାନଙ୍କ ନିକଟରେ କୃତଜ୍ଞ ରହିବି ଯିଏ ମୋ ଯାତ୍ରା ସମୟରେ ମୋତେ ସମର୍ଥନ କରିଥିଲେ  ।

ବରିନ୍ଦର ସ୍ରାନ୍ ୬ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୭ଟି ଓ୍ବିକେଟ ନେଇଥିବା ବେଳେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୬ଟି ୱିକେଟ୍ ନେଇଛନ୍ତି। ବରିନ୍ଦର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ, କିଙ୍ଗସ ଏକାଦଶ ପଞ୍ଜାବ, ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ। ୨୦୧୫ ରୁ ୨୦୧୯ ମଧ୍ୟରେ ୨୪ ଟି ମ୍ୟାଚରେ ୧୮ ଟି ୱିକେଟ୍ ନେଇଥିଲେ | ସେ ୨୦୨୦-୨୧ ବିଜୟ ହଜାରେ ଟ୍ରଫିରେ ମଧ୍ୟପ୍ରଦେଶ ବିପକ୍ଷରେ ପଞ୍ଜାବ ପାଇଁ ତାଙ୍କର ଶେଷ ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳିଥିଲେ।

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଚଳିତ ବର୍ଷର ବଜେଟକୁ ମିଳିବ ଅନୁମୋଦନ

ପୁରୀ : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଶ୍ରୀମନ୍ଦିର ପାଇଁ ବଜେଟ ଆଗତ କରାଯିବ l ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଅର୍ଥ ସବ କମିଟି ବୈଠକ l ଏହି ବୈଠକରେ ଚଳିତ ବର୍ଷର ବଜେଟ ଆଗତ କରାଯାଇଥିଲା l ଚଳିତ ବର୍ଷ ୩୮୬ କୋଟି ଟଙ୍କାର ବଜେଟ୍ ରହିଛି । ଆଜି ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦନ କରାଯିବ । ତେବେ ଆଗାମୀ ଦିନରେ ଭକ୍ତ ମାନେ ଯେଭଳି ଗୋଲ୍ଡ ବଣ୍ଡ କିଣି ପାରିବେ ସେନେଇ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ । ମହାପ୍ରଭୁଙ୍କ ପାଇଁ ନୂଆ ସୁବର୍ଣ୍ଣ ଅଳଙ୍କାର ସେଟ୍ ଗଠନ ପାଇଁ ମଧ୍ୟ ଆଲୋଚନା ହେବ । ସେହିପରି ରତ୍ନଭଣ୍ଡାର ମୁଖ୍ୟ ଦ୍ଵାରକୁ ରୂପା କରିବା, ପ୍ରତି ଜିଲ୍ଲା ସଦର ମହକୁମାରେ ହୁଣ୍ଡି ସ୍ଥାପନ ସହ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ସ୍ଥାପନ ନେଇ ଆଲୋଚନା ହେବ । ରଥଯାତ୍ରାରେ ଆଡପ ପହଣ୍ଡିର ବିଭ୍ରାଟ ଘଟଣାର ୩ ଜଣିଆ ତଦନ୍ତ କମିଟି ରିପୋର୍ଟ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟିରେ ଉପସ୍ଥାପନ କରାଯିବ ।

ଭଣ୍ଡାରୀ ଝର ନିକଟରେ ଦନ୍ତାହାତୀର ମୃତ୍ୟୁ

ଟାଙ୍ଗୀ : ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଦମଣ ଭୂମି ଭଣ୍ଡାରୀ ଝର ନିକଟରେ ଦନ୍ତାହାତୀର ମୃତ୍ୟୁ। ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି। ପୂର୍ବରୁ ଏହି ଜାଗାରେ ଗତ ଜୁଲାଇ ମାସରେ ଏକ ଦନ୍ତା ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲା। ଗତ କିଛି ବର୍ଷ ହେଲା ଚନ୍ଦକା ଜଙ୍ଗଲ ଛାଡି ଟାଙ୍ଗୀ ରେଞ୍ଜରେ ଡେରା ପକାଇଛନ୍ତି ହାତୀପଲ।  ପୂର୍ବରୁ ଏହି ହାତୀପଲରେ ହାତୀ ସଂଖ୍ୟା ୨୩ ଥିବା ବେଳେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୫ରେ ସୀମିତ ରହିଛି।  ହାତୀଙ୍କ ଗତିଵିଧି ଉପରେ ନଜର ରଖାଯାଇଛି। ହାତୀ ମୃତ୍ଯୁକୁ ନେଇ ବନବିଭାଗର ଦାୟିତ୍ବବୋଧ ଉପରେ ପ୍ରଶ୍ନ ଉଠିଛି।..

ଆଜି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ନବମ ଦିନ

ଭୁବନେଶ୍ବର : ଆଜି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ନବମ ଦିନ । ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି ।  ବିଦ୍ୟାଳୟ ଓ ଗଣଶିକ୍ଷା,  ଉଚ୍ଚଶିକ୍ଷା,  ଶିଳ୍ପ,  ଅନୁସୂଚିତ ଜନଜାତି,  ଅନୁସୂଚିତ ଜାତି ଉନ୍ନୟନ ଏବଂ  ସଂଖ୍ଯା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ,  କ୍ରୀଡା ଓ ଯୁବ କଲ୍ୟାଣ,  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,  ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି,  ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନ କାଳ ରହିଛି ।  ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଉଠାଇବେ ।  ଅପରାହ୍ନରେ ଶିଳ୍ପ, ଏମଏସଏମଇ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି ।  ବିରୋଧୀ ମୁଲତବୀ ପ୍ରସ୍ତାବ ବି ଆଣିପାରନ୍ତି ।

ନିଖୋଜ ନାବାଳିକାର ଗଳିତ ମୃତଦେହ ଉଦ୍ଧାର

ବାଲେଶ୍ବର: ରେମୁଣାସ୍ଥିତ ବାଲେଶ୍ଵର ଆଲଏଜ ନିକଟରେ ନିଖୋଜ ନାବାଳିକାର ଗଳିତ ମୃତଦେହ ଉଦ୍ଧାର। ମୃତଦେହ ଉଦ୍ଧାର କରିଛି ପୋଲିସ। ତିନିଦିନ ହେଲା ନାବାଳିକାଜଣକ ନିଖୋଜ ଥିବା ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଥିଲା। ଏକ ପରିତ୍ୟକ୍ତ ବନ୍ଦ କୋଠରୀ ଭିତରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ  ଘର ଭିତରୁ ନିଖୋଜ ଥିବା ନାବାଳିକାର ମୃତଦେହ ଉଦ୍ଧାର କରିଛି । ନଅ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

ଆଜି ରାଜ୍ୟରେ ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି

ଭୁବନେଶ୍ବର : ଆଜି ରାଜ୍ଯରେ ହେବ ଭୀଷଣ ବର୍ଷା । ଭାସିବ ଦକ୍ଷିଣ ଓଡ଼ିଶା ! । ଧସିବ ମାଟି ଅତଡା, ଭାଙ୍ଗିବ କଚ୍ଚା ଘର, ସୃଷ୍ଟି ହୋଇପାରେ ଆକସ୍ମିକ ବନ୍ୟା ସ୍ଥିତି । ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ୩ ଜିଲ୍ଲା ଗଜପତି, କୋରାପୁଟ ଏବଂ ମାଲକାନଗିରିକୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଖୁବଶୀଘ୍ର ଘନୀଭୂତ ହୋଇ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପନେବ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ନିକଟରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର।  ଗଜପତି, କୋରାପୁଟ ଏବଂ ମାଲକାନଗିରିରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ଅଧିକ ରହିଛି । ଏଥିସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଗଞ୍ଜାମ, ରାୟଗଡା, କଳାହାଣ୍ଡି ଏବଂ ନବରଙ୍ଗପୁରରେ ୭୦ ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି । ସେହିଭଳି ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲା ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । କାଲି କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ବହିବ ପବନ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କତା ପରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଆଜି କୋରାପୁଟ ଓ ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷା ଅନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଭୀଷଣ ବର୍ଷା ପାଇଁ ରେଡ୍ ଓ୍ବାର୍ଣ୍ଣିଂ ଥିବାରୁ ସ୍କୁଲ ଛୁଟି। ସମ୍ଭାବ୍ଯ ବିପଦ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଆଜି ପ୍ରକାଶ ପାଇବ ନିଟ-ପିଜି ସ୍କୋର କାର୍ଡ

ଭୁବନେଶ୍ବର : ଆଜି ପ୍ରକାଶ ପାଇବ ନିଟ-ପିଜି ସ୍କୋର କାର୍ଡ। ସ୍କୋର କାର୍ଡ ପ୍ରକାଶ କରିବ ନ୍ଯାସନାଲ ବୋର୍ଡ ଅଫ ଏଗଜାମିନେସନସ ଫର ମେଡିକାଲ ସାଇନ୍ସ ବା ଏନବିଇଏମଏସ। natboard.edu.in ଓ nbe.edu.in. ୱେବ ସାଇଟରେ ପ୍ରକାଶ ପାଇବ ସ୍କୋର କାର୍ଡ। ଗତ ଅଗଷ୍ଟ ୨୩ରେ ପ୍ରକାଶ ପାଇଥିଲା ଫଳ। ଗତ ଅଗଷ୍ଟ ୧୧ ତାରିଖରେ ଦୁଇଟି ସିଫ୍ଟରେ ହୋଇଥିଲା ନିଟ-ପିଜି। ଦେଶର ୧୭୦ ସହରର ୪୧୬ କେନ୍ଦ୍ରରେ ହୋଇଥିଲା ପରୀକ୍ଷା। ପ୍ରଥମ ସିଫ୍ଟରେ ପଞ୍ଜିକୃତ ୧ ଲକ୍ଷ ୭ ହଜାର ୨୭୬ ଜଣଙ୍କ ମଧ୍ଯରୁ ପରୀକ୍ଷା ଦେଇଥିଲେ ୧ ଲକ୍ଷ ୭ ହଜାର ୯୫୯ ଜଣ। ସେହିପରି ଦ୍ବିତୀୟ ସିଫ୍ଟରେ ପଞ୍ଜିକୃତ ୧ ଲକ୍ଷ ୧୪ ହଜାର ୨୬୪ ଜଣଙ୍କ ମଧ୍ଯରୁ ପରୀକ୍ଷା ଦେଇଥିଲେ ୧ ଲକ୍ଷ ୮ ହଜାର ୧୭୭ ଜଣ। ଏମଡି, ଏମଏସ, ଡିଏନବି ବା ଡିପ୍ଲୋମା କୋର୍ସରେ ଆଡମିସନ ଲାଗି ହୋଇଥାଏ ନିଟ-ପିଜି। ପ୍ରତି କ୍ଷେତ୍ରରେ ରହିଥାଏ ଭିନ୍ନ ଭିନ୍ନ କଟଅଫ ପର୍ସେଣ୍ଟେଜ।

ଆଜି ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ

ଭୁବନେଶ୍ବର : ଆଜି ଅନୁଷ୍ଠିତ ହେବ ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ବୈଠକ । ଶଙ୍ଖ ଭବନରେ ସକାଳ ସାଢେ ୯ଟାରୁ ଦିନ ଦୁଇଟା ପର୍ଯ୍ଯନ୍ତ ବୈଠକ ବସିବ । ଏଥିରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଏବଂ ରାଜ୍ଯ କର୍ମକର୍ତ୍ତା ଉପସ୍ଥିତ ରହିବେ ।  ବିଜେଡି ସଭାପତି  ନବୀନ ପଟ୍ଟନାୟକ କାର୍ଯ୍ଯକ୍ରମରେ  ଯୋଗଦେଇ ଦିଗଦର୍ଶନ ପ୍ରଦାନ କରିବେ । ବିଜୁ ଛାତ୍ର ଜନତା ଦଳ କିଭଳି ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବ ସେନେଇ ଗୁରୁମନ୍ତ୍ର ଦେବେ ନବୀନ । ବୈଠକରେ ଆଗାମୀ ଦିନର କାର୍ଯ୍ଯକ୍ରମ ଓ ସାଂଗଠନିକ ଖସଡ଼ା ପ୍ରସ୍ତୁତ ହେବ । ବିସିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ ତୃଣମୂଳସ୍ତରରୁ ଦଳର ସଂଗଠନ ସୁଦୃଢ କରିବାକୁ ଦିଗରେ ପଦକ୍ଷେପ ନେବାକୁ କାର୍ଯ୍ଯପନ୍ଥା ସ୍ଥିର କରାଯିବ । ବିଜେଡିର ସମସ୍ତ କର୍ମକର୍ତ୍ତା ସମାଜିକ ଗଣମାଧ୍ଯମରେ କିଭଳି ଅଧିକ କ୍ରିୟାଶୀଳ ହେବେ ସେଥିପାଇଁ ଦୃଷ୍ଟି ଦିଆଯିବ । ଛାତ୍ର ସଂସଦ ନିର୍ବାଚନ କରିବାକୁ ବିଜେପି ପ୍ରତିଶୃତି ଦେଇଥିଲା । ହେଲେ ସରକାରକୁ ଆସିବା ପରେ ନିଜ କଥା ରଖିବାରେ ବିଫଳ ହୋଇଛି । ଏହି ପ୍ରସଙ୍ଗକୁ ନେଇ ଦଳର ଆଭିମୁଖ୍ଯ କିପରି ରହିବ ସେନେଇ ଆଲୋଚନା ହୋଇପାରେ ।