spot_img
Home Blog Page 1562

ପୁଅର ଫିସ୍ ଦେବାକୁ ଆଣିଥିଲେ ହାତ ଉଧାରୀ, ସୁଝିବାରରେ ବିଳମ୍ବ ହେବାରୁ ମାରିଦେଲା..

ନନ୍ଦିଘୋଷ ବ୍ୟୁରୋ: ନିର୍ଦ୍ଦୟ ହେଲା ସୁଧ ବେପାରୀ । ସୁଧ ପରିଶୋଧ କରିବାରେ ବିଳମ୍ବ ହେବାରୁ ମାରି ଦେଇଥିବା ଅଭିଯୋଗ । ମଧ୍ୟପ୍ରଦେଶରୁ ଆସିଛି ଏଭଳି ଖବର । ପୁଅର ଫିସ୍ ଭରିବା ପାଇଁ ବାପା ଉଦ୍ଧାର କରିଥିଲେ । ମାତ୍ର ଦେବାରେ ବିଳମ୍ବ ହେବାରୁ ଋଣଦାତା ପିଟିପିଟି ହତ୍ୟା କରିଛି । ପୋଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୁଧ ଦେଇଥିବା ବ୍ୟକ୍ତି ଏବଂ ତାଙ୍କ ସାଙ୍ଗ ମିଶି ମାଡ଼ ମାରିଥିଲେ । ଗୁରୁତର ଆହତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ପୋଲିସ ଖବର ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ପୁଅର ପାଠପଢ଼ା ପାଇଁ ୨୦ ହଜାର ଟଙ୍କା ଉଦ୍ଧାର ନେଇଥିଲେ । ସେ ଏକ ସେଲୁନରେ କାମ କରୁଥିବାବେଳେ ପରିବାର ବହୁ କଷ୍ଟରେ ଚଳୁଥିଲା । ଏଣୁ ଟଙ୍କା ସୁଝିବା ପାଇଁ ଯେଉଁ ସମୟ ଦେଇଥିଲେ ସେହି ସମୟ ମଧ୍ୟ ପରିଶୋଧ କରିପାରିନଥିଲେ । ଏଣୁ ସୁଧ ଦେଇଥିବା ବ୍ୟକ୍ତି ଜଣକ ତାଙ୍କୁ ଏକ ମନ୍ଦିର ନିକଟକୁ ଦେଖା କରିବାକୁ ଡାକିଥିଲେ । ଏହାପରେ ସାଙ୍ଗ ସହ ମିଶି ନିର୍ଦ୍ଧୁମ ମାଡ଼ ମାରିଥିଲେ ।

ଆଜିଠୁ ଦେଶରେ ପରିବର୍ତ୍ତନ ହେବାକୁ ଯାଉଛି ଏହିସବୁ ନିୟମ

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଦେଶରେ ଅନେକ ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଗୁଗଲ ଠାରୁ ଆରମ୍ଭ କରି ଆଧାର, ୟୁପିଆଇ ଏବଂ ମୋବାଇଲ ସେବା ସମ୍ପର୍କୀତ କାର୍ଯ୍ୟ କ୍ଷେତ୍ରରେ କେତେକ ନିୟମ ବଦଳିବ । ତେବେ ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ବ୍ୟବହାରକାରୀଙ୍କ ଡିଜିଟାଲ ଏବଂ ଆର୍ଥୀକ କାରବାରକୁ ଅଧିକ ସୁରକ୍ଷିତ ଏବଂ ସହଜ କରିବା । ଏହାଛଡା ଏହି ନୂଆ ନିୟମ ଗ୍ରାହକଙ୍କ ଗୋପନୀୟତା, ସୁରକ୍ଷା ଏବଂ ଆର୍ଥୀକ କାରବାର ଉପରେ ପ୍ରଭାବ ପକାଇବ । ଆଜିଠୁ ଗୁଗଲ ଏହାର ପ୍ଲେ ଷ୍ଟୋର ନୀତିରେ ପରିବର୍ତ୍ତନ ଆଣିବ । ଏହା ଅଧିନରେ ଗୁଗଲ ପ୍ଲେଷ୍ଟାରରୁ ଅନେକ ନିମ୍ନମାନର ଆପ ହଟାଇ ଦିଆଯିବ । ଗୁଗଲ କହିଛି ଯେ, ଏହି ଆପ ଗୁଡିକ ମାଲଓ୍ବେରର ଏକ ଉତ୍ସ ହୋଇପାରେ ଏବଂ ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ବିପଦ ଆଣିପାରେ । ଆଣ୍ଡ୍ରଓ୍ବେଡ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସୁରକ୍ଷା ଏବଂ ଗୋପନୀୟତାକୁ ଉନ୍ନତ କରିବାକୁ ଏହି ପଦକ୍ଷେପ ନିଆଯାଉଛି । ଅନ୍ୟପଟେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆର ନିୟମ ଅନୁଯାୟୀ ଆଜିଠୁ ରୁପେ କ୍ରେଡିଟ କାର୍ଡ ଓ ୟୁପିଆଇ କାରବାର ଶୁଳ୍କ ରିଓ୍ବାଡ ପଏଣ୍ଟରୁ କଟାଯିବ ନାହିଁ । ଏହି ନିୟମ କାର୍ଯ୍ୟକାରୀ କରିବାକୁ ସମସ୍ତ ବ୍ୟାଙ୍କକୁ ସୂଚନା ଦିଆଯାଇଛି।

 

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ। କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟ ରାତିରେ ଉପକୂଳ ଅତିକ୍ରମ କରିବ । ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ।ବର୍ତ୍ତମାନ କଳିଙ୍ଗପଟ୍ଟନମ ଠାରୁ ୮୦ କିମି, ଗୋପାଳପୁର ଠାରୁ ୧୮୦ କିମି ଦୂରରେ ରହିଛି ଅବପାତ। ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଫଳରେ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, କଳାହାଣ୍ଡି,କନ୍ଧମାଳ,ରାୟଗଡ଼ା, ଗଜପତି ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହୁଥିବାରୁ ୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୨୪. ୯ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ୯୦୬. ୫ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ  ଅଧିକ ବର୍ଷା ହୋଇଥିବା  ବେଳେ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ: ପରଲୋକରେ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ। ଆଜି ଭୋର ୪ଟା ସମୟରେ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଛି। ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ହୋଇ ସମ୍ବଲପୁରର ଅନେକ ଜନହୀତକର କାର୍ଯ୍ୟ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ସମୟରେ ଅଶ୍ବିନୀ ବିଧାୟକ ରହିଥିଲେ। ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ସମ୍ବଲପୁର କଂଗ୍ରେସ ଜିଲ୍ଲା ସଭାପତି ଓ AICC ସଦସ୍ୟ ରହିଥିଲେ। ବ୍ରଜରାଜନଗର ସ୍ଥିତ ହରିଓଁ ବିହାର ବାସଭବନରେ ପାଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି।

ଆଜିଠୁ ମହଙ୍ଗା ହେଉଛି ଏଲପିଜି ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କେଉଁଠି କେତେ ରହିଛି ଦାମ

ନନ୍ଦିଘୋଷ ବ୍ୟୁରୋ: ସେପ୍ଟମ୍ବର ପହିଲା ଅର୍ଥାତ ଆଜିଠୁ ମହଙ୍ଗା ହେଉଛି ଏଲପିଜି ସିଲିଣ୍ଡର । ତୈଳ ମାର୍କେଟିଂ କମ୍ପାନୀ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ତେବେ ଘରୋଇ ସିଲିଣ୍ଡରରେ କୌଣସି ମୂଲ୍ୟ ବୃଦ୍ଧି ହୋଇନାହିଁ । ଯଦି ଆପଣ ଆଇଓସିଏଲର ଓ୍ବେବସାଇଟକୁ ଦେଖିବେ ତାହେଲେ ଜାଣିପାରିବେ । ଦିଲ୍ଲୀରୁ ମୁମ୍ବାଇ ସମସ୍ତ ବାଣିଜ୍ୟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି । ରବିବାର ସକାଳ ୬ଟାରୁ ଏହି ନୂଆ ବର୍ଦ୍ଧିତ ମୂଲ୍ୟ ଲାଗୁ ହେଉଛି । ସିଲିଣ୍ଡର ପିଛା ୩୯ ଟଙ୍କା ଅଧିକ ଦେବାକୁ ପଡ଼ିବ ।

କେଉଁ ରାଜ୍ୟରେ କେତେ ଟଙ୍କା

ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୧୬୫୨.୫୦ ପଇସାରୁ ୧୬୯୧.୫୦ କୁ ବୃଦ୍ଧି କରାଯାଇଛି । କୋଲକାତାରେ ୧୭୬୪.୫୦ରୁ ୧୮୦୨.୫୦ କୁ ବୃଦ୍ଧି କରାଯାଇଛି । ତେବେ ଦିଲ୍ଲୀରେ ୩୯ ଟଙ୍କା ବୃଦ୍ଧି ପାଇଥିବାବେଳେ କୋଲକାତାରେ ୩୮ ଟଙ୍କା ବଢ଼ିଛି ।

ଅବକାରୀ କନେଷ୍ଟବଳ ଚାକିରୀ ପାଇଁ ଫିଜିକାଲ ଟେଷ୍ଟବେଳେ ୧୦ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରରୋ: ଫିଜିକାଲ ଟେଷ୍ଟ ବେଳେ ଚାଲିଗଲା ୧୦ ଜଣଙ୍କ ଜୀବନ । ଝାଡ଼ଖଣ୍ଡରୁ ଆସିଲା ଏଭଳି ଖବର । ଅବକାରୀ କନେଷ୍ଟବଳ ପାଇଁ ଫିଜିକାଲ ଟେଷ୍ଟବେଳେ ଏଭଳ ଅଘଟଣ ଘଟିଛି । ତେବେ ଏହାକୁ ନେଇ ଏବେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ ବିଜେପି ସରକାରଙ୍କୁ ଘେରିବା ସହ ଭୁଲ ପରିଚାଳନା ପାଇଁ ଏଭଳି ଘଟିଥିବା କହିଛନ୍ତି । ସେପଟେ ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା କୁହାଯାଇଛି । କାହିଁକି ପ୍ରାର୍ଥୀଙ୍କ ଏଭଳି ଅକାଳ ମୃତ୍ୟୁ ହେଲା ଏହା ପଛର କାରଣ ଖୋଜା ଯାଉଛି । ଏହାସହ ପରୀକ୍ଷା ହେଉଥିବା କେନ୍ଦ୍ରରେ ମେଡିକାଲ ଟିମ, ପାନୀୟ ଜଳଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା ରହିଥିଲା । ମାତ୍ର ଏଭଳି ଅଘଟଣ କାହିଁକି ହେଲା ତାହା ସ୍ପଷ୍ଠ ହୋଇନାହିଁ । ଏହାର ତଦନ୍ତ ଜାରୀ ରହିଛି ।

ସେପଟେ ବିଜେପି ପକ୍ଷରୁ କୁହାଯାଇଛି କି, ୧୦ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ସହ ପରିବାରର ଜଣକୁ ସରକାରୀ ଚାକିରୀ ପ୍ରଦାନ କରାଯାଉ । ସେପଟେ ପୋଲିସ ପକ୍ଷରୁ କୁହାଯାଇଛି କି, ତଦନ୍ତ ଜାରି ରହିଛି ।

ମୁକୁନ୍ଦପ୍ରସାଦ ହତ୍ୟା ଘଟଣା: ୧୬୩ ଧାରା ବଳବତ୍ତର

ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣାକୁ ୮ଦିନ ବିତିଲା। ଏବେ ବି ସଂପୃକ୍ତ ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଛି। ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରିଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଗଣ୍ଡଗୋଳ ଘଟଣାକୁ ନେଇ ଗତ ୨୫ ତାରିଖରେ ୪ଟି ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ୩ ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ କ୍ରାଇମସିନ୍ ରିକ୍ରିଏଟ୍ କରିବା ପରେ ହାଜତକୁ ପଠାଇ ଦେଇଛି।

ଆଜିଠୁ ଆରମ୍ଭ ହେବ ସୁଭଦ୍ରା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଆରମ୍ଭ ହେବ ସୁଭଦ୍ରା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା । ଉଭୟ ଅନଲାଇନ ଓ ଅଫଲାଇନ ମୋଡରେ ଆବଦେନ ଗ୍ରହଣ କରାଯିବ । ସ୍ବଚ୍ଛଳ ବର୍ଗକୁ ଛାଡିଦେଲେ ୨୧ରୁ ୬୦ ବର୍ଷ ବୟଷ ମଧ୍ୟରେ ସବୁ ଯୋଗ୍ୟ ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ସାମିଲ ହେବାକୁ ଆବେଦନପତ୍ର ଗ୍ରହଣର ସମୟସୀମା ଧାର୍ଯ୍ୟ କରାଯାଇନାହିଁ । ଆଧାର କାର୍ଡ ନଥିଲେ ଯୋଗ୍ୟ ହିତାଧିକାରୀ ବି ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ । ତେଣୁ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆଗ୍ରହୀ ମହିଳା ଆଧାର କାର୍ଡ କରିବା ଉଚିତ ବୋଲି ସେ କହିଛନ୍ତି ।

ରାଜ୍ୟର ସବୁ ଅଙ୍ଗନୱାଡି କେନ୍ଦ୍ରରେ ସୁଭଦ୍ରା ପାଇଁ ଫର୍ମ ଉପଲବ୍ଧ ରହିବ । ମହିଳାମାନଙ୍କୁ ଫର୍ମ ପୂରଣ ଓ ଦାଖଲରେ ଅଙ୍ଗନୱାଡି କର୍ମୀ, ସିଆରପି, ଏମବିସି, ବ୍ୟାଙ୍କ ମିତ୍ର, କୃଷିମିତ୍ରମାନେ ସହଯୋଗ କରିବେ । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି । ବର୍ଷକୁ ଦୁଇ ଥର ମିଳିବ ସୁଭଦ୍ରା କିସ୍ତି। ମାର୍ଚ୍ଚ ଅନ୍ତର୍ଜାତିକ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ମିଳିବ ୫ହଜାର ଟଙ୍କା ଲେଖାଏଁ କିସ୍ତି । ଚଳିତବର୍ଷ ରାଖୀ ପୂର୍ଣ୍ଣିମା ସରିଯାଇଥିବାରୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଦିଆଯିବ । ରାଜ୍ଯର ପ୍ରାୟ ୧ କୋଟି ୩୦ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ ବୋଲି କହିଛନ୍ତି ମହିଳା ଓ ଶିଶୁ କଲ୍ଯାଣ ବିଭାଗ ଦାୟିତ୍ବରେ ଥିବା ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା ।

ଅବପାତର ରୂପ ନେଲା ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

0

ଭୁବନେଶ୍ବର: ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ। କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟ ରାତିରେ ଉପକୂଳ ଅତିକ୍ରମ କରିବ । ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ।ବର୍ତ୍ତମାନ କଳିଙ୍ଗପଟ୍ଟନମ ଠାରୁ ୮୦ କିମି, ଗୋପାଳପୁର ଠାରୁ ୧୮୦ କିମି ଦୂରରେ ରହିଛି ଅବପାତ।

ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଫଳରେ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, କଳାହାଣ୍ଡି,କନ୍ଧମାଳ,ରାୟଗଡ଼ା, ଗଜପତି ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହୁଥିବାରୁ ୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୨୪. ୯ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ୯୦୬. ୫ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି। ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର

ପୁରୀ: ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର l ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ପ୍ରତିକାର ପୂଜା ବିଧି ପାଇଁ ମୁକ୍ତି ମଣ୍ଡପ ପଣ୍ଡିତ ସଭା କଥାବାର୍ତ୍ତା ହୋଇଛୁ, ସେମାନେ ଖୁବଶୀଘ୍ର ସମୟ ନିର୍ଘଣ୍ଟ ବାହାର କରିବେ ବୋଲି କହିଛନ୍ତି ମନ୍ତ୍ରୀ l ଯାହା ଘଟିଲା ତାହା ଏକ ଦୁର୍ଘଟଣା ଥିଲା l ବଡ଼ ଠାକୁର ପଡ଼ିନାହାନ୍ତି କେବଳ ସେବାୟତଙ୍କ ପିଠିରେ ଭରା ଦେଇ ଅଛନ୍ତି l

ଅଘଟଣ ଦିନ ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିଲା l ଏନେଇ ତଦନ୍ତ ହୋଇସାରିଛି l ତେବେ ଅବହେଳା କାରଣରୁ ଏପରି ଅଘଟଣ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ଚଳିତ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ଆଡ଼ପ ବିଜେ ସମୟରେ ଅଘଟଣ ଘଟିଥିଲା ।

ପହଣ୍ଡିବେଳେ ଖସିପଡ଼ିଥିଲେ ବଡ଼ଭାଇ ବଳଭଦ୍ର। ସେବାୟତଙ୍କ ହାତରୁ ଖସିପଡ଼ିଥିଲେ ବଡ଼ ଠାକୁର। ଚାରମାଳ ଆଗକୁ ଝୁଙ୍କି ପଡିବା ଯୋଗୁଁ ୫ ଜଣ ସେବାୟତ ଆହତ ହୋଇଥିଲେ ।