spot_img
Home Blog Page 1561

କାହିଁକି ମୁମ୍ବାଇର ତାଜ୍ ହୋଟେଲରେ ବିହାହ କରିନଥିଲେ ସଚିନ୍ ? ଶାଶୁ କହିଲେ..

ନନ୍ଦିଘୋଷ ବ୍ୟୁରୋ: ସଚିନ ତେନ୍ଦୁଲକର। କ୍ରିକେଟର ଭଗବାନ ଜଣାଶୁଣା ସଚିନଙ୍କ ପ୍ରେମ କାହାଣୀ ପ୍ରାୟ ସମସ୍ତଙ୍କୁ ଜଣାନଥିବ । ତେବେ ସଚିନଙ୍କ ଶାଶୁ ଆନ୍ନାବେଲା ମେହେଟ୍ଟା ନିଜ ପୁସ୍ତକ ମାଇଁ ’ପେସେଞ୍ଜ ଟୁ ଇଣ୍ଡିଆ’ରେ ବର୍ଣ୍ଣନା କରିଛନ୍ତି । ଯେଉଁଥିରେ ସେ ସଚିନଙ୍କ ପ୍ରେମ ଆରମ୍ଭରୁ ବିବାହ ପର୍ଯ୍ୟନ୍ତ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି କି, ସଚିନ ଏବଂ ଅଞ୍ଜଳିଙ୍କ ପ୍ରଥମ ଦେଖା ଏୟାରପୋର୍ଟରେ ହୋଇଥିଲା । ସଚିନଙ୍କଠାରୁ ବୟସରେ ବଡ଼ ହୋଇଥିବା ଅଞ୍ଜଳି କିନ୍ତୁ ପ୍ରଥମ ଦେଖାରେ ପ୍ରେମରେ ପଡ଼ି ଯାଇଥିଲେ । ସିନ ମଧ୍ୟ ଅଞ୍ଜଳିଙ୍କୁ ଭଲ ପାଇ ବସିଥିଲେ । ତେବେ ଅଞ୍ଜଳି ସଚିନଙ୍କ ଜାଣି ନଥିଲେ । ତାଙ୍କ ସାଙ୍ଗ ସାହାର୍ଯ୍ୟ ନମ୍ବର ମଧ୍ୟ ନେଇଥିଲେ ।

ପରେ ସଚିନ ଅଞ୍ଜଳିଙ୍କ ଘର ନମ୍ବରକୁ ଫୋନ କରିଥିଲେ । ମାତ୍ର ଫୋନ ଅଞ୍ଜଳିଙ୍କ ମା ଉଠାଇଥିଲେ । ଏବଂ ସେ କହିଥିଲେ କି ଅଞ୍ଜଳି ନାହିଁ । ଆସିବା ପରେ ଯେତେବେଳେ ଅଞ୍ଜଳିଙ୍କୁ କହିଥିଲେ ସେ ନଜାଣିବା ପରି ହୋଇଥିଲେ । ମାତ୍ର ସେମାନେ ଡେଟ କରୁଥିଲେ । ଆଉ ବିବାହ କରିବା ପାଇଁ ସ୍ଥିର କରିଥିଲେ । ମାତ୍ର ସଚିନ ସେତେବେଳେ ମାତ୍ର ୧୯ ବର୍ଷରୀ ହୋଇଥିଲେ । ଆଇନ ଅନୁସାରେ ୨୧ ବର୍ଷରେ ବିବାହ କରିବା ପାଇଁ କୁହାଯାଇଥିଲା । ଆଉ ଉଭୟ ପରିବାର ଏସମ୍ପର୍କରେ ଆଲୋଚନା କରିଥିଲୁ । ଆଉ ୨ ବର୍ଷ ଉଭୟ ଉଭୟଙ୍କ କାମରେ ବିବାହ କରିଥିଲେ । ଆଉ ପରେ ଅଞ୍ଜଳିଙ୍କ ଘରେ ବିବାହ ଅନୁଷ୍ଠିତ ହୋଇଥିଲା । ସେମାନେ ତାଜ ହୋଟେଲରେ ବିବାହ କରାଇବା ପାଇଁ ଯୋଜନା କରିଥିଲେ । ମାତ୍ର ସେହି ଡେଟରେ କୌଣସି ଫାଙ୍କା ନଥିଲା ଫଳରେ ବିବାହ ଅନୁଷ୍ଠିତ ହୋଇନଥିଲା ।

ଆଉ ଏକ ରୋମାଞ୍ଚକ କଥା ବର୍ଣ୍ଣନା କରିଛନ୍ତି କି, ଯେତେବେଳେ ସେମାନଙ୍କ ବିବାହ ହୋଇଥିଲା ଗଣମାଧ୍ୟମ ଏସମ୍ପର୍କରେ ଜାଣିନଥିଲା । ଆଉ ଯେତେବେଳେ ଜାଣିବାକୁ ପାଇଲେ ସେମାନେ ଅଞ୍ଜଳି କିଏ ବୋଲି ଖୋଜିବାକୁ ଲାଗିଲେ । ମାତ୍ର ଫଟୋ ପାଇନଥିଲେ । ସେମାନେ ଏକ ପାସଫଟୋକୁ ଲଗାଇ ଖବର ପରିବେଶଣ କରିଥିଲେ । ଯାହାକି ତାଙ୍କ କଲେଜରେ ପାଠ ପଢ଼ିବା ସମୟର ଥିଲା । ଏମିତିକି ସେମାନଙ୍କ ବିବାହ ଉତ୍ସବରେ ବହୁ କମ ଲୋକ ଯୋଗ ଦେଇଥିଲେ ।

ବିମାନରେ ବୋମା ଗୁଜବ, ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ନନ୍ଦିଘୋଷ ବ୍ୟୁରୋ: ବିମାନରେ ବୋମା ଗୁଜବରୁ ଜରୁରୀକାଳୀନ ଅବତରଣ। ନାଗପୁର ଏୟାରପୋର୍ଟରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କଲା ଇଣ୍ଡିଗୋ ବିମାନ। ମଧ୍ୟପ୍ରଦେଶ ଜବଲପୁରରୁ ହାଇଦ୍ରାବାଦ ଯାଉଥିଲା ଏହି ବିମାନ। ବିମାନର ଟଏଲେଟରେ ଏକ କାଗଜ ଟୁକୁଡା ମିଳିଥିଲା। ଏଥିରେ ବିମାନରେ ବୋମା ଥିବା ନେଇ ଥିଲା ଲେଖା। ଯେଉଥିଲେ ଲେଖାଯାଇଥିଲା ବ୍ଲାଷ୍ଟ।  ଏହାପରେ ବିମାନରେ ବୋମା ଗୁଜବ ସୃଷ୍ଟି ହୋଇଥିଲା। ଯାତ୍ରୀଙ୍କ ମଧ୍ୟରେ ବୋମାନ ଗୁଜବ ପରେ ବିମାନକୁ ନାଗପୁର ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନରେ ଥିଲେ ମୋଟ ୬୯ ଯାତ୍ରୀ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଜିଛି। ବିମାନର ଥିବା ଯାତ୍ରୀଙ୍କ ସମସ୍ତ ଆସବାବପତ୍ର ଯାଞ୍ଚ କରାଯାଉଛି। ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଯାଞ୍ଚ କରାଯାଉଛି। ବିମାନ ନିକଟରେ ଫାୟାର ଗାଡ଼ି, ଆମ୍ବୁଲାନ୍ସ , ସିଆଇଏସଏଫ ସୁରକ୍ଷଆକର୍ମୀ ସହ ଅନ୍ୟ ସହାୟତ ଦଳ ଉପସ୍ଥିତ ଅଛନ୍ତି। ବିମାନର ଯାଞ୍ଚ କରାଯାଉଛି।

ରେଭେନ୍ସା ୟୁନିଭରସିଟି ନାଁ ପରିବର୍ତ୍ତନ ପ୍ରସ୍ତାବକୁ ବିଜେଡିର ବିରୋଧ

ନନ୍ଦିଘୋଷ ବ୍ୟୁରୋ: କଟକ ରେଭେନ୍ସା ୟୁନିଭରସିଟିର ନାଁ ପରିବର୍ତ୍ତନ ପ୍ରସ୍ତାବକୁ କଡ଼ା ସମାଲୋଚନା କରିଛି ବିଜେଡି । ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ରେଭେନ୍ସା ବ୍ରାଣ୍ଡ ତିଆରି ପାଇଁ ବହୁ କଷ୍ଟ କରିବାକୁ ପଡ଼ିଛି। ଏହାକୁ ସରକାର ନଷ୍ଟ କରନ୍ତୁ ନାହିଁ। ରେଭେନସା ହେଉଛି ଉଚ୍ଚ ଶିକ୍ଷାର ଏକ ବଡ଼ ଅନୁଷ୍ଠାନ। ନାଁ ବଦଳାଇବା ପ୍ରସ୍ତାବ ଦେଇ ମନ୍ତ୍ରୀ ନିଜର ହୀନ ମାନସିକତା ଦେଖାଇଥିବା କହିଛନ୍ତି ଲେଖାଶ୍ରୀ ।  ସେପଟେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ରେଭେନସା ହେଉଛି ଓଡ଼ିଶାର ଗର୍ବ ଓ ଗୌରବ। ଓଡ଼ିଶା ଅସ୍ମିତାର ଆଳ ଦେଖାଇ କେନ୍ଦ୍ରମନ୍ତ୍ରୀ ନାଁ ପରିବର୍ତ୍ତନ କଥା କହିଛନ୍ତି। ଏହା ସମସ୍ତଙ୍କୁ ଚିନ୍ତିତ କରିଛି। ସେ ସମୟରେ ରେଭେନ୍ସା ପାଇଁ ଶିକ୍ଷାର ପ୍ରସାର ପ୍ରସାର  ହୋଇଥିଲା। ଧର୍ମେନ୍ଦ୍ର ବାବୁ ମଝିରେ ମଝିରେ ବିଳି ବିଳେଇ ହେଉଛନ୍ତି। ଦେଶର ଶିକ୍ଷାମନ୍ତ୍ରୀ ଭାବେ ସେ ଶିକ୍ଷକ ଓ ଛାତ୍ରଙ୍କ ଉନ୍ନତି କଥା ଚିନ୍ତା କରିବା ଉଚିତ। ଲେନିନ ଚେତାଇ ଦେଇଛନ୍ତି, ରେଭେନ୍ସାକୁ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରେ ପୁରାନ୍ତୁ ନାହିଁ। ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ଶିକ୍ଷା ମନ୍ତ୍ରୀ।

ବାଂଲାଦେଶରେ ହିନ୍ଦୁ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରୁଛନ୍ତି ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ନିର୍ଯାତନା । ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବା ପରଠାରୁ ବଢ଼ିବାରେ ଲାଗିଛି ହିନ୍ଦୁ ବିରୋଧୀ କାର୍ଯ୍ୟ । ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଇସ୍ତଫା ଦେବା ଲାଗି ବାଧ୍ୟ କରାଯାଉଛି । ଏପରିକି ବିକ୍ଷୋଭ କରିବା ସହ ଚାପ ମଧ୍ୟ ପକାଯାଉଛି । ଯେଉଁ କାରଣରୁ ସେମାନେ ବାଧ୍ୟ ହୋଇ ଚାକିରୀ ଛାଡ଼ୁଛନ୍ତି । ପାଖାପାଖି ୫୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ନିଜର ପଦରୁ ଇସ୍ତଫା ଦେଇଥିବା ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏକ ବାଂଲାଦେଶ ଖବର ମୁତାବକ, ଗତ ୧୮ ତାରିଖରେ ଆଜିମପୁର ସରକାରୀ ବାଳିକା ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ହିନ୍ଦି ଶିକ୍ଷୟିତ୍ରୀ ଗୀତାଞ୍ଜଳି ବାରୁଆଙ୍କ ବିରୋଧରେ ନାରାବାଜି ଲଗାଇଥିଲେ ଛାତ୍ରୀ । ବିଦ୍ୟାଳୟର କିଛି ଶିକ୍ଷକ ଜାଣିଶୁଣି ଏଭଳି କରିଥିଲେ । ପ୍ରଥମେ ତାଙ୍କୁ ଅପମାନିତ କରିବା ସହ ପରେ ଅଫିସ ଘେରାଉ କରିଥିଲେ । ଶେଷରେ ବାଧ୍ୟ ହୋଇ ସେ ନିଜର ଚାକିରୀ ହରାଇଥିଲେ । ଏଭଳି ଅନେକ ପ୍ରଫେସର ମଧ୍ୟ ଅଛନ୍ତି ଯେଉଁମାନେ କି, ସିଧାସଳଖ ଏଭଳି ଅଭିଯୋଗ ଆଣିଛନ୍ତି । ସେମାନଙ୍କୁ ଚାକିରୀ ଛାଡ଼ିବାକୁ ବାଧ୍ୟ କରାଯାଇଛି । ଏପରିକି ଚାକିରୀ ନଛାଡ଼ିଲେ ମାରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ନନ୍ଦିଘୋଷ ବ୍ୟୁରୋ: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଅବପାତଟି ଛତିଶଗଡ଼ ମୁହାଁ ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷିବ। ଗତକାଲିର ଅବପାତ ଆଜି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂରେ ରହିଛି। ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ଅବପାତ। ବିଶାଖାପାଟଣା ଠାରୁ ୯୦ କିମି ଏବଂ ମାଲକାନଗିରି ଠାରୁ ୧୨୦ କିମି ଦୂରରେ ରହିଛି।

ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ପରେ ଦୁର୍ବଳ ହୋଇ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ। ପ୍ରଭାବରେ ଆଜି ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ। ଉପକୂଳ ଓଡିଶାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ।ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ବାଲେଶ୍ଵର ରେମୁଣା ହତ୍ୟା ଓ ଦୁଷ୍କର୍ମ ମାମଲା, ‘ଶାସକ ଦଳ ଚାପରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ’

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ରେମୁଣା ନାବାଳିକା ଦୁଷ୍କର୍ମ ଓ ହତ୍ୟାର ଉପଯୁକ୍ତ ତଦନ୍ତ ଏବଂ ପୀଡ଼ିତାଙ୍କ ପରିବାରରକୁ ଅତିକମରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛି  ବିଜେଡି। ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ଵରେ ଦଳର ଏକ ଟିମ୍ ପୀଡ଼ିତାଙ୍କ ଘରକୁ ଯାଇ ପରିବାରକୁ ଭେଟିଥିଲେ। ସେଠାରୁ ଫେରିବା ପରେ ଲେଖାଶ୍ରୀ ଏକ ପ୍ରେସମିଟ କରି କହିଛନ୍ତି- ଶାସକ ଦଳ ଚାପରେ ଏହି ଘଟଣାକୁ ଚାପି ଦେବାକୁ ପ୍ରଶାସନ ଚେଷ୍ଟା କରୁଛି।  ଆଦିବାସୀଙ୍କୁ ସମ୍ମାନ ଦେବା କଥା ବିଜେପି ମାର୍କେଟିଂ କରୁଛି, କିନ୍ତୁ ଆଦିବାସୀ ନାବାଳିକାକୁ ନ୍ୟାୟ ନ ମିଳିବ ଦୁର୍ଭାଗ୍ୟଜନକ। ବିଜେପିର ବିଧାୟକ, ମନ୍ତ୍ରୀ କି ସାଂସଦ ଏଯାଏ ପୀଡ଼ିତାଙ୍କ ପରିବାରକୁ ଭେଟି ନାହାନ୍ତି। ଆଦିବାସୀ ମହିଳାଙ୍କୁ ନିର୍ଯାତନା ବନ୍ଦ ଦାବି କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିବା ମଧ୍ୟ କହିଛନ୍ତି ଲେଖାଶ୍ରୀ। ଅଭିଯୋଗ ଅନୁସାରେ ଗତ ୨୭ ତାରିଖରେ ରେମୁଣା ନୂଆପାଢ଼ୀରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ୩୦ ତାରିଖରେ ଦୁର୍ଗନ୍ଧ ହେବା ପରେ ଲୋକେ ପୋଲିସକୁ ଜଣାଇଥିଲେ। ଏହା ପରେ ଘଟଣା ପଦାକୁ ଆସିଥିଲା।

 

ଦଳରେ ମିଳିଥିଲା ସ୍ଥାନ କିନ୍ତୁ ଅଣ୍ଡର-୧୯ ବିଶ୍ବକପ ଖେଳିପାରିବେନି ରାହୁଲ ଦ୍ରାବିଡଙ୍କ ପୁଅ

ନନ୍ଦିଘୋଷ ବ୍ୟୁରୋ: ଅଣ୍ଡର-୧୯ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିବାବେଳେ ଦଳରେ ସ୍ଥାନ ପାଇଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ପୁଅ ସମିତ । ଯାହାକୁ ନେଇ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ଦଳରେ ସ୍ଥାନ ପାଇଥିବା ସତ୍ତ୍ବେ ଖେଳିବାର ସୁଯୋଗ ପାଇବେନି ସମିତ । କାରଣ ୨୦୨୬ରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ବେଳକୁ ସମିତ ୨୦ ବର୍ଷ ବୟସ୍କ ହୋଇଥିବେ । ଏଣୁ ସେ ଖେଳିବାର ସୁଯୋଗ ପାଇବେ ନାହିଁ । ଜଣେ ଅଲରାଉଣ୍ଡରଭାବେ ତାଙ୍କ ଦଳରେ ସାମିଲ କରାଯାଇଥିଲା । ସେ ବ୍ୟାଟିଂ ସାଙ୍ଗକୁ ମିଡିୟମ ଗତିରେ ମଧ୍ୟ ବୋଲିଂ କରିବାର ଦକ୍ଷତା ରଖିଥିଲେ । ମାତ୍ର ୨ ମାସ ଅଧିକ ବୟସ ହୋଇଥିବାରୁ ଟୁର୍ଣ୍ଣାମେଣ୍ଟରୁ ସେ ଓହରିବେ । କର୍ଣ୍ଣାଟକ ୨୦୨୩-୨୪ ଅଣ୍ଡର-୧୯ କୁଚ ବିହାର ଟ୍ରଫି ଜିତିଥିଲା । ଏହି ଦଳର ସଦସ୍ୟ ରହିଥିଲେ ସମିତ । ତାଙ୍କ ପ୍ରଦର୍ଶନକୁ ଦେଖି ଭାରତୀୟ ଅଣ୍ଡର-୧୯ ଦଳରେ ସ୍ଥାନ ମିଳିଥିଲା । କିନ୍ତୁ ସେ ଖେଳିବାର ସୁଯୋଗ ପାଇବେ ନାହିଁ ।

କନିଷ୍ଠ ଯନ୍ତ୍ରୀଙ୍କ ଅପାର ସମ୍ପତ୍ତି, ୧୪ ଲକ୍ଷରୁ ଅଧିକ ଟଙ୍କାର ନଗଦ କ୍ଯାସ ଠାବ

ନନ୍ଦିଘୋଷ ବ୍ୟୁରୋ: ଗିରଫ କନିଷ୍ଠ ଯନ୍ତ୍ରୀଙ୍କ ଅପାର ସମ୍ପତ୍ତି। ଗତ କାଲି ରାୟଗଡ଼ା କାଶିପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ ରାତିଯାକ କନିଷ୍ଠ ଯନ୍ତ୍ରୀଙ୍କ ଫରେଷ୍ଟ କଲୋନୀ ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ଭୋର ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଚଢ଼ାଉ ସମୟରେ ତାଙ୍କ ବାସଭବନରୁ ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା, ୨୫ ଭରି ସୁନା ମିଳିଛି। ଏହାସହ ଟିକିରିରେ ୩ ମହଲା ଗୋଟିଏ ଫ୍ଲାଟ ରହିଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ। ରାୟଗଡାରେ ସ୍ତ୍ରୀଙ୍କ ନାଁରେ ୪ଟି ପ୍ଲଟ,  ୨ ଚକିଆ ଦୁଇଟି ଓ ୪ ଚକିଆ ଦୁଇଟି ଗାଡି ଠାବ ହୋଇଛି। କନିଷ୍ଠ ଯନ୍ତ୍ରୀଙ୍କ ବାସଭବନରେ ଚଢ଼ାଉ ଶେଷ ପରେ ଏହି ଭିଜିଲାନ୍ସ ବିଭାଗର ଏକ ଟିମ ଟିକିରି ଅଭିମୁଖେ ଗସ୍ତ କରିଛି। ସେଠାରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ରାୟଗଡ଼ା ଦୁର୍ନୀତି ନିବାରଣ ବିଭାଗ ଲାଞ୍ଚ ନେବା ମାମଲାରେ ଗିରଫ କରିଛି।  ରାୟଗଡ଼ାର DFO କଲୋନୀରେ ଥିବା ବାସଭବନରେ ଠିକାଦାର କ୍ଷେତ୍ର ମାଝିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଥିଲେ। MGNRGA  କାମ ବାବଦରେ ବିଲ କରାଇଦେବାକୁ କହି ଟଙ୍କା  ମାଗିଥିଲେ। ଏହାପରେ ଠିକାଦାର ଜୟପୁର ଭିଜିଲାନ୍ସଙ୍କ ଦ୍ୱାରାସ୍ତ ହୋଇଥିଲେ। ଗତକାଲି ସନ୍ଧ୍ୟାରେ ଠିକାଦାରଙ୍କ ଠାରୁ ୨୫ ହଜାର ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ଚଢ଼ାଉରେ ଜୟପୁର ଭିଜିଲାନ୍ସ ବିଭାଗର ଅରୁଣ ସାହୁଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ ସାମିଲ ହୋଇଥିଲେ। ଭିଜିଲାନ୍ସ ବିଭାଗ ଗିରଫ କରିବା ସମୟରେ ଦେହ ଅସୁସ୍ଥ ହେବାରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ତାଙ୍କ ରକ୍ତଚାପ ବଢିଥିବା ଡାକ୍ତର କହିଥିଲେ। ତେବେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ ।

ଖରାପ ଫର୍ମରେ ସୂର୍ଯ୍ୟକୁମାର ଯାଦବ! ଭାରତୀୟ ଦଳରେ ହେବେ ତ ସାମିଲ ?

ନନ୍ଦିଘୋଷ ବ୍ୟୁରୋ: ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ସମସ୍ତ ଖେଳାଳିଙ୍କୁ କହିଛନ୍ତି କି, ଘରୋଇ କ୍ରିକେଟରେ ଭାଗ ନେବାକୁ । ଏଣୁ ଏବେ ସମସ୍ତେ ଏଥିରେ ବ୍ୟସ୍ତ ଅଛନ୍ତି । ବୁଚିବାବୁ ଟୁର୍ଣ୍ଣାମେଣ୍ଟ ଚାଲିଥିବାବେଳେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଖେଳୁଛନ୍ତି । ଫିଲ୍ଡି ସମୟରେ ଆହତ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ଯେଉଁଥି ପାଇଁ ତାଙ୍କ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ ଏକାଡେମୀକୁ ଯିବାକୁ ପଡ଼ିଛି । ତେବେ ଆସନ୍ତା ୪ ତାରିଖରୁ ବିସିସିଆଇ ପକ୍ଷରୁ ଆୟୋଜିତ ଦିଲ୍ଲୀପ ଟ୍ରଫି ଖେଳାଯିବାକୁ ଯାଉଛି । ଯଦି ସୂର୍ଯ୍ୟ କୁମାର ଯାଦବ ଠିକ୍ ନହୁଅନ୍ତି ତାହେଲେ ଖେଳିନପାରନ୍ତି ।

ଅନନ୍ତପୁର ଏବଂ ବାଙ୍ଗାଲୋରରେ ଦିଲ୍ଲୀପ ଟ୍ରଫି ଖେଳାଯିବାକୁ ଯାଉଛି । ୬୦ ଜଣ ଖେଳାଳି ଚୟନ ହୋଇଥିବାବେଳେ ୪ଟି ଟିମ ହୋଇଛି । ଋତୁରାଜ ଗାଏକ୍ବାଡଙ୍କ ଟିମରେ ରହିଛନ୍ତି ସୂର୍ଯ୍ୟ । ଯଦି ଠିକ ସମୟରେ ସୁସ୍ଥ ନହୁଅନ୍ତି ତାହେଲେ ବଡ଼ କ୍ଷତି ସହିବ ଗାଏକ୍ବାଡଙ୍କ ଟିମ । ସେପଟେ ବୁଚିବାବୁ ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ସୂର୍ଯ୍ୟକୁମାର ଯାଦବ । ସେ ୩୮ ବଲରୁ ମାତ୍ର ୩୦ ରନର ପାଳି ଖେଳିଥିଲେ ।

ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆନନ୍ଦ ବଜାରରେ ବିଶୃଙ୍ଖଳାକୁ ରୋକିବା ପାଇଁ ଏହି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଦୁଇଟି ସିଫ୍ଟରେ ଡ୍ୟୁଟି କରିବେ ୨୦ ଜଣ କର୍ମଚାରୀ। ପ୍ରଥମଥର‌ ପାଇଁ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ଲାଗି ନିଆଯାଇଛି ଏଭଳି ପଦକ୍ଷେପ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।