spot_img
Home Blog Page 1547

ଲାଲବାଗଚା ରାଜା ଗଣେଷଙ୍କ ପାଇଁ ୧୬ କୋଟିର ମୁକୁଟ ଦେଲେ ଅନନ୍ତ ଅମ୍ବାନୀ

ମୁମ୍ବାଇ: ଗଣେଶ ପୂଜା ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁମ୍ବାଇର ପ୍ରସିଦ୍ଧ ‘ଲାଲବାଗଚା ରାଜା’ଙ୍କ ପ୍ରତିମୂର୍ତ୍ତିରୁ ପରଦା ହଟାଇ ଦିଆଯାଇଛି। ଏଥର ବାପ୍ପା ମେରୁନ ରଙ୍ଗର ପୋଷାକରେ ନଜର ଆସିଛନ୍ତି ଏବଂ ତାଙ୍କ ମସ୍ତକରେ ଏକ ସୁନା ମୁକୁଟ ଲାଗିଥିବା ଦେଖିବାକୁ ମିଳିଛି।

ସୂଚନାନୁସାରେ ଏଥର ରିଲାଏନ୍ସ ଫାଉଣ୍ଡେସନ ଲାଲବାଗ ରାଜାଙ୍କ ପ୍ରତିମୂର୍ତ୍ତିକୁ ୨୦ କିଲୋଗ୍ରାମ ସୁନାରେ ନିର୍ମିତ ମୁକୁଟ ପ୍ରଦାନ କରିଛି। ଏହି ମୁକୁଟର ମୂଲ୍ୟ ୧୬ କୋଟି ଟଙ୍କା ରହିଛି। ଏହି ମୁକୁଟରେ ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଥରଗୁଡ଼ିକ ମଧ୍ୟ ଖଚ୍ଚିତ ହୋଇଛି। ପ୍ରତିବର୍ଷ ଅମ୍ବାନୀ ପରିବାର ଲାଲବାଗ ରାଜାଙ୍କୁ କୋଟି କୋଟି ଟଙ୍କା ଦାନ କରନ୍ତି। ଚଳିତ ବର୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ମୁକୁଟ ଦାନ କରିଛନ୍ତି।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ମଧ୍ୟ ଲାଲବାଗ ରାଜା ସହିତ ବହୁତ ପୁରୁଣା ସମ୍ପର୍କ ରହିଛି। ଅନନ୍ତ ଅମ୍ବାନୀ ପ୍ରତିବର୍ଷ ଲାଲବାଗର ରାଜାଙ୍କୁ ଦେଖା କରିବାକୁ ଯାଇ ତାଙ୍କୁ ନୈବେଦ୍ୟ ଅର୍ପଣ କରନ୍ତି।

ବର୍ଷକରେ ବିରାଟ କୋହଲିଙ୍କ ରୋଜଗାର ୮୪୭ କୋଟି, ଧନୀ ତାଲିକାରେ ନବମ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଟିମ୍‌ର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ବିଶେଷକରି ଯଦି ଆମେ କ୍ରିକେଟରଙ୍କ କଥା କହିବା ବର୍ତ୍ତମାନର ସମୟରେ ସେମାନଙ୍କ ଅପେକ୍ଷା କାହାର ଅଧିକ ରୋଜଗାର ନାହିଁ  । କ୍ରିକେଟ୍ ପଡ଼ିଆ ଭିତରେ ଏବଂ ବାହାରେ ସର୍ବାଧିକ ରୋଜଗାର କରୁଥିବା କ୍ରିକେଟରଙ୍କ ମଧ୍ୟରେ ସେ ଶୀର୍ଷରେ ଅଛନ୍ତି। ଏହା ପୁଣି ଥରେ ପ୍ରମାଣିତ ହୋଇଛି  । କାରଣ ଗତ ୧୨ ମାସ ମଧ୍ୟରେ କୋହଲି ସମଗ୍ର ବିଶ୍ୱରେ କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ରୋଜଗାର କରିଛନ୍ତି  ।

ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ଆୟ ୮୪୭ କୋଟି ଟଙ୍କା ଥିଲା। ତଥାପି, ସର୍ବାଧିକ ରୋଜଗାର ଦୃଷ୍ଟିରୁ ସେ ୯ ନମ୍ବରରେ ରହିଲେ  । ଏହି ତାଲିକାର ଶୀର୍ଷରେ ପର୍ତ୍ତୁଗାଲର ସୁପରଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଅଛନ୍ତି, ଯାହାର ରୋଜଗାର ୨୦୮୧ କୋଟି ଥିଲା।

ବିରାଟଙ୍କର ଅନେକ ରୋଜଗାରର ଉତ୍ସ ରହିଛି । ସେ ବିସିସିଆଇ ଚୁକ୍ତିନାମାର ଟପ୍ ଗ୍ରେଡରେ ଅନ୍ତର୍ଭୁକ୍ତ । ଯେଉଁଥିପାଇଁ ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିଥାଏ  । ତା’ପରେ ବର୍ଷସାରା ଟେଷ୍ଟ, ODI ଏବଂ ଟି -20 ମ୍ୟାଚ୍ ଖେଳିବା ପାଇଁ ବିଭିନ୍ନ ଶୁଳ୍କ ମଧ୍ୟ ପାଇଥାନ୍ତି  । ଏଥିରୁ ସେମାନେ ପ୍ରାୟ ଏକରୁ ଦେଢ କୋଟି ଟଙ୍କା ରୋଜଗାର କରିଥାନ୍ତି  । ଏହା ବ୍ୟତୀତ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରତ୍ୟେକ ସିଜନରେ କୋହଲିଙ୍କୁ ୧୫ କୋଟି ଟଙ୍କା ଦେଇଥାଏ। କ୍ରିକେଟ୍ କ୍ଷେତ୍ରରୁ ଏହି ଆୟ ପରେ ତାଙ୍କର ପ୍ରକୃତ ଆୟ ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଆସିଥାଏ । ଯେଉଁଥିରେ ଏମଆରଏଫ, ପୁମା, ଅଡି, ଏଚଏସବିସି, ଆମେରିକାନ ଟୁରିଷ୍ଟର, ଫିଲିପ୍ସ ସମେତ ଘରୋଇ ଏବଂ ବିଦେଶୀ କମ୍ପାନୀ ଅନ୍ତର୍ଭୁକ୍ତ  ।

କେବଳ ଏତିକି ନୁହେଁ, କୋହଲି ନିଜେ ଡିଜିଟ ଇଣ୍ଡିଆ, ୱାନ୍ ଏଇଟ୍‌ କମ୍ୟୁନ୍, ରଙ୍ଗ୍‌ ସହିତ ଅନେକ କମ୍ପାନୀର ମାଲିକ କିମ୍ବା ଅଂଶୀଦାର ଅଟନ୍ତି। ସମ୍ପ୍ରତି ଏହା ମଧ୍ୟ ପ୍ରକାଶ ପାଇଛି ଯେ କୋହଲି ଗତ ଆର୍ଥିକ ବର୍ଷରେ ୬୬ କୋଟି ଟଙ୍କା ଆୟକର ପ୍ରଦାନ କରିଛନ୍ତି । ଯାହା ଭାରତର କ player ଣସି ଖେଳାଳିଙ୍କ ପାଇଁ ସର୍ବାଧିକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୫ ବର୍ଷ ବୟସରେ ମଧ୍ୟ ଟି -୨୦ ଇଣ୍ଟରନ୍ୟାସନାଲରୁ ଅବସର ନେବା ପରେ କୋହଲିଙ୍କ ଆୟ ଏବଂ ବ୍ରାଣ୍ଡ ମୂଲ୍ୟରେ କୌଣସି ହ୍ରାସ ଘଟିନାହିଁ।

 

ଶ୍ରେଷ୍ଠ ୧୦ ସର୍ବାଧିକ ରୋଜଗାରକ୍ଷମ ଖେଳାଳି

  1. କ୍ରିଷ୍ଟିଆନୋ ରୋନାଲଡୋ (ଫୁଟବଲ୍) – ୨୦୮୧ କୋଟି
  2. ଜନ୍ ରୋଡ୍ରିଗେଜ୍ (ଗଲ୍ଫ) – ୧୭୧୨ କୋଟି
  3. ଲିଓନେଲ ମେସି (ଫୁଟବଲ୍) – ୧୦୭୪ କୋଟି
  4. ଲେବ୍ରନ୍ ଜେମ୍ସ (ବାସ୍କେଟବଲ୍) – ୯୯୦ କୋଟି
  5. କିଲିଆନ୍ ମବାପେ (ଫୁଟବଲ୍) – ୮୮୧ କୋଟି
  6. ଜିଆନିସ୍ ଆଣ୍ଟେଟୋକାଉନମ୍ପୋ (ବାସ୍କେଟବଲ୍) – ୮୭୩ କୋଟି
  7. ନେମାର ଜୁନିଅର। (ଫୁଟବଲ) – ୮୬୪ କୋଟି
  8. କରିମ୍ ବେଞ୍ଜେମା (ଫୁଟବଲ୍) – ୮୬୪ କୋଟି
  9. ବିରାଟ କୋହଲି (କ୍ରିକେଟ୍) – ୮୪୭ କୋଟି
  10. ଷ୍ଟିଫେନ୍ କ୍ୟୁରୀ (ବାସ୍କେଟବଲ୍) – ୮୩୧ କୋଟି

ଷ୍ଟେଟ୍ ମ୍ୟୁଜିୟମ୍‌ରେ ହଜାର ହଜାର ବର୍ଷର ପୂରାତନ ଗଜାନନ ମୂର୍ତ୍ତି

ଭୁବନେଶ୍ବର: ଷ୍ଟେଟ୍ ମ୍ୟୁଜିୟମ୍‌ରେ ଗଜାନନ । ହଜାର ହଜାର ବର୍ଷର ପୂରାତନ ମୂର୍ତ୍ତି । ତାଳପତ୍ର, ପଟ୍ଟଚିତ୍ର ଠାରୁ ଆରମ୍ଭ କରି ଆଧୁନିକ ସମୟର ମୂର୍ତ୍ତି ରହିଛି । ପୂର୍ବପୂରୁଷଙ୍କ କାରିଗରୀ ବିଦ୍ୟାର ଝଲକରେ ବିଘ୍ନରାଜଙ୍କୁ ଦେଖୁଛନ୍ତି ଲୋକେ । ସପ୍ତମରୁ ଚତୁର୍ଦ୍ଦଶ ଶତାଦ୍ଦୀ ମଧ୍ୟରେ ଚିହ୍ନଟ ହୋଇଥିବା ମୂର୍ତ୍ତି ଗୁଡିକ ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି ।

କେବଳ ପୂରାତନ ମୂର୍ତ୍ତି ନୁହେଁ ଗଜାନନଙ୍କର ବିଭିନ୍ନ ମୁଦ୍ରା ବି ଦେଖିବାକୁ ମିଳିଛି । ବିଶେଷ କରି ପଞ୍ଚମୁଖୀ ଗଣେଶ, ଡ୍ୟାନ୍ସିଂ ଗଣେଶ, ଦଶାବତାର ଗଣେଶ, ନବମ ଶତାଦ୍ଦୀର ଗଣେଶ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି । ଯାହାକୁ ପ୍ରତିଦିନ ହଜାର ହଜାର ଛାତ୍ରଛାତ୍ରୀ ଦେଖିବା ସହ ବର୍ଷ ବର୍ଷ ତଳେ ଲୋକମାନେ କିଭଳି ଗଣେଶଙ୍କ ମୂର୍ତ୍ତି ନିଖୁଣ ଭାବରେ ନିର୍ମାଣ କରୁଥିଲେ ତାହା ଜାଣିବାକୁ ପାଉଛନ୍ତି ।

ଏହାସହ ଅଗ୍ରପୂଜ୍ୟଙ୍କ ଏକ ବିରାଟ ପିତ୍ତଳ ମୂର୍ତ୍ତି ମ୍ୟୁଜିୟମ୍ର ମୁଖଶାଳାରେ ଶୋଭାପାଉଛି । ଯାହା ୫ଶହ ବର୍ଷ ପୂର୍ବର ବୋଲି କୁହାଯାଉଛି । ତେବେ କେବେଳ ଆଧୁନିକ ଯୁଗରେ ନୁହେଁ ବଂର ହଜାର ହଜାର ବର୍ଷ ପୂର୍ବେ ଲୋକମାନେ ବିଘ୍ନ ବିନାଶକଙ୍କ ପୂଜା ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି ବୋଲି ପ୍ରମାଣ ରହିଛି ।

ବାବୁ ପିଉଥିଲେ ୩୦ ହଜାର ଟଙ୍କାର ଦାମୀ ମଦ, ଜଳକା ଭିଜିଲାନ୍ସ

ଭୁବନେଶ୍ବର: ଝାରପଡା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ବାଇଁଙ୍କ ଘର ଓ ପ୍ଲଟ ଦେଖି କାବା ହୋଇଛି ଭିଜିଲାନ୍ସ। ବାବୁ ପିଉଥିଲେ ୩୦ ହଜାର ଟଙ୍କାର ଦାମୀ ମଦ । ଛାପା ବେଳେ ଜଳକା ହେଲା ଭିଜିଲାନ୍ସ। ଜବତ କଲା ଲକ୍ଷାଧିକ ଟଙ୍କାର ମଦ ବୋତଲ ।

ଜେଲରେ କଏଦୀଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦେବା ପାଇଁ ଲକ୍ଷାଧିକ ଟଙ୍କା ଟଙ୍କା ନେବା ଓ ଜେଲ ଭିତରେ ଅନ୍ତେବାସୀଙ୍କୁ ନିଶା ଚାଲାଣ ଭଳି ସାଙ୍ଘାତିକ ଅଭିଯୋଗ ପାଇବା ପରେ ଝାରପଡା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ବାଇଁଙ୍କ ଘର ଓ ପ୍ଲଟ ରେଡ୍ କରିଥିଲା ଭିଜିଲାନ୍ସ। ଦେଢ଼କୋଟି ମୁଲ୍ୟର ଝାରପଡା ଘର ରହିଛି ।

ଭୁବନେଶ୍ୱର, ବଲାଙ୍ଗୀର, ଢେଙ୍କାନାଳରେ ରହିଛି କୋଟି କୋଟି ଟଙ୍କାର ୪ ଟି ପ୍ଲଟ। ଘରୁ ମିଳିଛି ପୁଳା ପୁଳା ସୁନା ଓ ଦାମୀ ଜିନିଷ । ୨୦୦୧ ମସିହାରେ ଆସିଷ୍ଟାଣ୍ଟ ଜେଲର ଭାବେ କାମ ଆରମ୍ଭ କରିଥିବା ସତ୍ୟପ୍ରକାଶ ୨୦୦୮ ମସିହାରେ ଜେଲର ଭାବେ ପଦୋନ୍ନତି ପାଇ କଣ୍ଟାବାଞ୍ଜି ଜେଲରେ କାମ କରୁଥିଲେ । ୨୦୨୦ ରେ ସେ ସୁପରିଟେଣ୍ଡେଣ୍ଟ ଭାବେ ପଦୋନ୍ନତି ପାଇଥିଲେ । କିନ୍ତୁ ଝାରପଡା ଜେଲରେ ଥିବା ସମୟରେ ତାଙ୍କ ବିରୋଧରେ ଚିଟଫଣ୍ଡ ଠକଙ୍କୁ ଅନୁକମ୍ପା ଦେଖାଇବା, ଜେଲରେ ଥିବା ଅପରାଧୀଙ୍କ ପାଖୁ ନିଶା ପଠାଇବା ଆଦି କାର୍ଯ୍ୟରେ ଲିପ୍ତ ଥିବା ନେଇ ଅଭିଯୋଗ ହେବା ସହ ବାବୁଙ୍କ ବିରୋଧରେ ପଡିଥିଲା ପୁଳା ପୁଳା ପିଟିସନ ।

କୁଆଡେ ଗଲେ ଲୋକୋ ପାଇଲଟ ରଙ୍ଗ ବାହାଦୂର ସିଂ? ଦୁଇ ଦିନରୁ ମିଳୁନି ପତ୍ତା

ଟିଟିଲାଗଡ: ଦୁଇ ଦିନ ହେଲାଣି ଟ୍ରେନ ଡ୍ରାଇଭର ରଙ୍ଗ ବାହାଦୁର ସିଂହଙ୍କ ପତ୍ତା ନାହିଁ। ଗତ ବୁଧବାର ସେ ଟିଟିଲାଗଡ଼ରୁ କଣ୍ଟାବାଞ୍ଜି ଯିବା ପାଇଁ ଏକ ପ୍ୟାସେଞ୍ଜର ଟ୍ରେନରେ ଚଢ଼ିଥିଲେ। କଣ୍ଟାବାଞ୍ଜିରୁ ଗୋଟିଏ ମାଲଗାଡ଼ି ନେବାର ଥିଲା। କିନ୍ତୁ ଅଭିଯୋଗ ଅନୁସାରେ ରଙ୍ଗ ବାହାଦୁର କାର୍ଯ୍ୟରେ ଯୋଗ ଦେଇନଥିଲେ।

ବହୁତ ସମୟ ପର୍ଯ୍ୟନ୍ତ ଅଫିସକୁ ନ ଆସିବାରୁ ରଙ୍ଗ ବାହାଦୁରଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ତାହା ସମ୍ଭବ ହୋଇନଥିଲା। ଏହା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର, ରେଳ ବିଭାଗ କି ସହକର୍ମୀ କାହା ପାଖରେ ଖବର ନାହିଁ, କୁଆଡ଼େ ଗଲେ ରଙ୍ଗ ବାହାଦୁର।

ପ୍ରକୃତରେ ସେ କଣ୍ଟାବାଞ୍ଜିରେ ପହଞ୍ଚିଛନ୍ତି କି ନାହିଁ, ତାହା ମଧ୍ୟ ଏବେ ସନ୍ଦେହ ଘେରରେ। ଟିିଟିଲାଗଡ଼ RPF ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି, ରଙ୍ଗବାହାଦୁରଙ୍କୁ ଅପହରଣ କରାଯାଇଛି। ଜମି ବିବାଦ ପାଇଁ ତାଙ୍କୁ ଅପହରଣ କରାଯାଇଛି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ଭାରତୀୟ ମାର୍କେଟରେ ବଡ଼ ବିପର୍ଯ୍ୟୟ, ନିବେଶକ ହରାଇଲେ ୫ ଲକ୍ଷ କୋଟି ଟଙ୍କା

ମୁମ୍ବାଇ: ଭାରତୀୟ ମାର୍କେଟରେ ବଡ଼ ଧରଣର ବିପର୍ଯ୍ୟୟ। ସେନସେକ୍ସ ୧୧ ଶହ ପଏଣ୍ଟ ଖସିଥିବା ବେଳେ ନିଫଟି ୨୪ ହଜାର ୯ ଶହ ପଏଣ୍ଟ ତଳକୁ ଖସିଛି। ଏହା ଦ୍ଵାରା ମାର୍କେଟରୁ ଯାଇଛି ୫ ଲକ୍ଷ କୋଟି ଟଙ୍କା। ଗୋଟିଏ ଦିନରେ ଏତେ ଟଙ୍କା ହରାଇଛନ୍ତି ଭାରତୀୟ ନିବେଶକ। ଆମେରିକାର ମାର୍କେଟର ସ୍ଥିତିକୁ ନେଇ ଯେଉଁ ଆଶଙ୍କା ଦେଖାଦେଇଛି, ତାର ପ୍ରଭାବ ପଡ଼ିଛି ଭାରତୀୟ ମାର୍କେଟରେ।

ଆଜି ଆମେରିକାର ନିଯୁକ୍ତି ଡାଟା ଆସିବାର ଅଛି। ଆଶଙ୍କା କରାଯାଉଛି, ଏହା କମିପାରେ। ଅର୍ଥାତ ଆମେରିକାର ବହୁତ ଲୋକ ବେକାରୀ ଥିବାର ରିପୋର୍ଟ ଆସିବ ବୋଲି ଆଶଙ୍କା କରାଯାଉଛି। ଏହାର ଅର୍ଥ ଆମେରିକା ମାର୍କେଟରେ ଆଗକୁ ମାନ୍ଦାବସ୍ଥା ଦେଖା ଦେଇପାରେ। ଆମେରିକାର ଅର୍ଥନୀତି ପ୍ରଭାବିତ ହେଲେ ସାରା ବିଶ୍ଵର ଅର୍ଥନୀତି ପ୍ରଭାବିତ ହୋଇଥାଏ। ଏହି କ୍ରମରେ ଭାରତୀୟ ମାର୍କେଟରେ ବି ପ୍ରଭାବ ପଡ଼ିପାରେ।

ସେହି ଆଶଙ୍କା ଯୋଗୁଁ ଆଜିର ମାର୍କେଟରେ ଏହି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଭାରତୀୟ ମାର୍କେଟ ଆଜି ତଳକୁ ଖସିବାର ଆଉ ଏକ କାରଣ ହେଲା-ଲୋନ୍ ଓ ଡିପୋଜିଟ୍ ବୃଦ୍ଧି ଡାଟା ଆସିବା ଆଗରୁ ବ୍ୟାଙ୍କ ଷ୍ଟକ୍ ଗୁଡ଼ିକର ପ୍ରାଇସ୍ ଖସିଛି। ଅନ୍ୟ ଦେଶରେ ବି ଆର୍ଥିକ ସ୍ଥିତି ସେତେଟା ଭଲ ନାହିଁ, ଯାହାର ପ୍ରଭାବ ପଡ଼ିଛି ଭାରତୀୟ ମାର୍କେଟରେ। ଭାରତୀୟ ମାର୍କେଟରୁ FII ଅର୍ଥାତ ବିଦେଶୀ ନିବେଶକମାନେ ନିଜ ପୁଞ୍ଜି ପ୍ରତ୍ୟାହାର କରି ନେଇଛନ୍ତି।

ସେପ୍ଟେମ୍ବର ମାସରେ ୬୮୮ କୋଟି ଟଙ୍କାର FII ପ୍ରତ୍ୟାହାର ହୋଇଛି। ଏସବୁର ପ୍ରଭାବ ପଡ଼ିଛି ଭାରତୀୟ ମାର୍କେଟରେ ଏବଂ ଆଜି ଦେଖିବାକୁ ମିଳିଛି ବିପର୍ଯ୍ୟୟ।

ଲାଟିନ ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଣନିଶ୍ବାସୀ ହୋଇ ୩ ଶ୍ରମିକ ମୃତ

ବାରଙ୍ଗ: ଲାଟିନ ଟାଙ୍କି ନେଲା ଜୀବନ । ଲାଟିନ ଟାଙ୍କିର ସେଣ୍ଟ୍ରିଂ ଖୋଲିବାକୁ ଯାଇ ୩ ଜଣଙ୍କ ମୃତ୍ୟୁ । ଟାଙ୍କି ଭିତରେ ଅଣ ନିଶ୍ୱାସୀ ହୋଇ ସେମାନଙ୍କ ଜୀବନ ଯାଇଛି ।  ବାରଙ୍ଗ ଥାନା ନରଣପୁରରେ ଘଟିଛି ଘଟଣା ।

ଅଭିଯୋଗ ଅନୁସାରେ, ନରଣପୁରରେ ନୂତନ ଭାବରେ ନିର୍ମାଣ ହୋଇଥିବା କୋଠା ଘରର ପାଇଖାନା ଟାଙ୍କିର ଛାତ ପଡିଥିଲା । ଆଜି ତିନି ଜଣ ଶ୍ରମିକ ସେହି ଛାତର ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଟାଙ୍କି ଭିତରେ ଅଣ ନିଶନିଶ୍ୱାସୀ ହୋଇ ପଡିଯାଇଥିଲେ । ବାହାରେ ଥିବା ଅନ୍ୟ ଶ୍ରମିକମାନେ ସେମାନଙ୍କୁ ଡାକ ଦେଇଥିଲେ ବି କିଛି ଉତ୍ତର ପାଇ ନଥିଲେ । ପରେ ଏନେଇ ବାରଙ୍ଗ ଅଗ୍ନିଶମ ଓ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ପରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବିଜେଡି ନେତାଙ୍କ ନାଁରେ ମିଛ ମାମଲା ପ୍ରସଙ୍ଗ, ହୁଲୁସ୍ତୁଲ ହେଲା ବିଧାନସଭା

ଭୁବନେଶ୍ବର: ସେଭ୍ ରେଭେନ୍ସା ନାଁରେ ମଶାଲ ରାଲି ବେଳେ ବିଜେଡି ନେତା  ବ୍ୟୋମକେଶ ରାୟ, ଲେନିନ ମହାନ୍ତି ଏବଂ ଏକ୍ରାମ ଖାନଙ୍କ ନାଁରେ ମାଲଗୋଦାମ ଥାନାରେ ମିଛ ଏତଲା ପ୍ରସଙ୍ଗ । ବିଧାନସଭାରେ ବିଜେଡି ବିଧାୟକଙ୍କ ପ୍ରତିବାଦ । ମାମଲା ପ୍ରତ୍ୟାହାର ଦାବିରେ ଗୃହ ହୁଲୁସ୍ତୁଲ ।

ଶୂନ୍ୟକାଳରେ ବ୍ୟୋମକେଶଙ୍କୁ ସମର୍ଥନ କରିଛନ୍ତି ବିଧାୟକ ଗଣେଶ୍ବର ବେହେରା । ସେ କହିଛନ୍ତି, ଭିନ୍ନ ମତକୁ ଚାପିବାକୁ ଅପଚେଷ୍ଟା କରାଯାଇଛି । ପ୍ରତିହିଂସା ପରାୟଣ ରାଜନୀତି ରାଜ୍ୟରେ ମୁଣ୍ଡ ଟେକିଲାଣି । ବିଧାୟକଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି । ଯିଏ ମିଥ୍ୟା ମକଦ୍ଦମା କରିଛି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଘଟଣାର ନିରପେକ୍ଷ ତଦନ୍ତ ଦେଉ । ଏଭଳି ଅଭିସନ୍ଧି ପଛର ରହସ୍ୟକୁ ଉନ୍ମୋଚିତ କରାଯାଉ ।

ଆଗକୁ ସେ କହିଛନ୍ତି, ମାମଲା ରୁଜୁ ବେଳେ ଆର୍ମ ଆକ୍ଟ ଲଗାଯାଇଛି । ମାରଣାସ୍ତ୍ର ଧରିଥିଲେ ତ ଏହା ଲାଗିଥାନ୍ତା । ମାଲଗୋଦାମ ଆଇଆଇସି ଉପସ୍ଥିତ ଥିଲେ । କୌଣସି ମାରଣାସ୍ତ୍ର ମିଳିନି । ଶାସକ ଦଳର ପ୍ରରୋଚନାରେ ଏହା ହୋଇଛି ।

ମିଛ ମାମଲାକୁ ନେଇ ବିଜେଡି ବିଧାୟକମାନେ ଏହାର ପ୍ରତିବାଦ କରିଥିଲେ । ମାମଲା ପ୍ରତ୍ଯାହାର ଦାବି କରି ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିବାରୁ ବାଚସ୍ପତି ଗୃହକୁ ୧୨ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ବିଜେଡିରୁ ରାଜ୍ୟସଭା ସାଂସଦ ସୁଜିତ କୁମାର ବହିଷ୍କୃତ

ଭୁବନେଶ୍ବର: ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡିରୁ ବହିଷ୍କୃତ । ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ କଲେ ବହିଷ୍କାର । ୨୦୨୦ରେ ରାଜ୍ୟସଭାକୁ ପଠାଇଥିଲା ବିଜେଡି । ସେ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ଧୋକା ଦେଇଥିବା ଅଭିଯୋଗ । ସୁଜିତଙ୍କ ବହିଷ୍କାର ନେଇ ନବୀନ ସୋସିଆଲ ମିଡିଆ ସାଇଟରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍ କରି ଏନେଇ ନବୀନ ସୂଚନା ଦେଇଛନ୍ତି ।

ବିଜେଡିରୁ ବହିଷ୍କାର ହେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁଜିତ । କାର୍ଯ୍ୟକାଳ ସରିବାର ଦୁଇ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।

ଦେବଗଡ଼ ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଲାଗି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବିଜେଡି ଓ ବିଜେପି କାଉନସିଲର

ଦେବଗଡ଼: ଦେବଗଡ଼ ପୌର ପରିଷଦ ରାଜନୀତି ସରଗରମ । ପୌର ଉପାଧ୍ଯକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଲାଗି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବିଜେଡି ଓ ବିଜେପି କାଉନସିଲର । ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କୁ ଆବେଦନ ପତ୍ର ପ୍ରଦାନ କଲେ ଦୁଇ ଦଳର ୮  କାଉନସିଲର ।

କାଉନସିଲ ବୈଠକରେ ପ୍ରସ୍ତାବ ଗ୍ରହଣ କିମ୍ବା ପୌର ପରିଷଦର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭଳି ସଙ୍ଗୀନ ଅଭିଯୋଗ ନେଇ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ମଞ୍ଜୁରୀ ପାଇଁ ଦରଖାସ୍ତ କରିଛନ୍ତି କାଉନସିଲର ।

ସୂଚନାଯୋଗ୍ୟ, ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ବିଜେଡିର ୪, ବିଜେପିର ୬ ଓ ଜଣେ ସ୍ବାଧୀନ କାଉନସିଲର ଅଛନ୍ତି । ପୌରାଧ୍ଯକ୍ଷା ପଦବୀ ବିଜେଡି ହାତରେ ଓ ପୌର ଉପାଧ୍ୟକ୍ଷ ପଦବୀ ବିଜେପି ହାତରେ ରହିଛି ।