spot_img
Home Blog Page 1539

ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ସଂଚାର ବ୍ୟୁରୋ: ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ। ଦିଲ୍ଲୀରେ ଚିହ୍ନଟ ଆକ୍ରାନ୍ତ ମଙ୍କିପକ୍ସ ପଜିଟିଭ ଥିବା ଜଣାପଡ଼ିଛି। ସନ୍ଦେହରେ ସଂଗରୋଧରେ ବ୍ଯକ୍ତି ଜଣଙ୍କୁ ରଖାଯାଇଛି। ତେବେ ସନ୍ଦିଗ୍ଧ ଜଣଙ୍କର ରିପୋର୍ଟ ନୂଆ ଷ୍ଟ୍ରେନର ନଥିବା ଜଣାପଡିଛି।  ଏହି ଷ୍ଟ୍ରେନରେ ଏତେଟା ବିପଦ ନାହିଁ। ପ୍ରୋଟୋକଲ ଅନୁଯାୟୀ ଆଡଭାଇଜରି ଜାରି ହୋଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଜଳ, ସ୍ଥଳ, ଆକାଶ ଦେଇ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି।ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ଥିତି ତଦାରଖ କରାଯାଉଛି। ମଙ୍କିପକ୍ସ ରୋକିବାକୁ ପ୍ରତିଷେଧକମୂଳକ ପଦକ୍ଷେପ ସହ ଲକ୍ଷଣ ଏବଂ କାରଣ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି।

ଡିସିପିଙ୍କୁ ଭେଟିଲେ ପୂର୍ବତନ ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟଳୟରେ ପୂର୍ବତନ ବିଜେପି ମେୟର ପ୍ରାର୍ଥୀ ସୁନିତି ମୁଣ୍ଡ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗତ ୪ ତାରିଖରେ ତାଙ୍କ ସହ ଯେଭଳି ବ୍ୟବହାର କରାଗଲା ତାକୁ ନେଇ ସେ ମାନସିକ ଭାବେ ଆଘାତ ପାଇଛନ୍ତି ବୋଲି କହିଛନ୍ତି। ଏପରିକି ସାମାଜିକ ସ୍ତରରେ ମଧ୍ୟ ତାଙ୍କର ମାନହାନି ହୋଇଛି। ଅନ୍ୟପଟେ ସେ ଦଳର କୌଣସି କ୍ଷତି କରିନାହାନ୍ତି ବୋଲି କହିଛନ୍ତି। ସୁଧାଂଶୁ ନାୟକ ଯିଏ ଭଣ୍ଡାରିପୋଖରୀରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ ତାଙ୍କ ପାଇଁ ସୁନୀତିଙ୍କର ଥିବା ଏକ ମିଡ଼ିଆ ଫାର୍ମ ନିର୍ବାଚନ କାମ କରିଥିଲା। ଯେଉଁଥି ପାଇଁ ସେ ଆକାଉଣ୍ଟ ଜରିଆରେ ଟଙ୍କା ଆଣିଥିଲେ। ହେଲେ ସେ ଏଥିପାଇଁ ଧମକ ଦେବା ସହ ତାଙ୍କ ରାଜନୈତିକ କ୍ୟାରିଅର ସ୍ମାଶ କରିଦେବେ ବୋଲି ଧମକ ଦେଇଥିଲେ। ଆଉ ସେଥିରେ ସେ ସଫଳ ହୋଇଛନ୍ତି। କିଛି କୁଚକ୍ରୀଙ୍କୁ ଧରି ତାଙ୍କୁ ଦଳରୁ ନିଲମ୍ୱନ କରିଛନ୍ତି ବୋଲି ଅଭିଯୋଗ କହିଛନ୍ତି। ତେଣୁ ଦଳର ବରିଷ୍ଠ ଅଧିକାରୀମାନେ ଏହାକୁ ନେଇ ବିଚାର କରିବେ। ହେଲେ ଏବେ ମାନସିକ ଭାବେ ଆଘାତପ୍ରାପ୍ତ ଥିବାରୁ ଡିସିପି ଅଫିସ୍ ଆସି ଆଲୋଚନା କରିଥିବା କହିଛନ୍ତି ସୁନିତି।

ସୌରଭ ଗାଙ୍ଗୁଲୀଙ୍କ ଭବିଷ୍ୟବାଣୀ! ଏହି ଖେଳାଳି ହେବେ ଟେଷ୍ଟର ମହାନ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଟେଷ୍ଟ କ୍ରିକେଟରେ ଶ୍ରେଷ୍ଟ ବ୍ୟାଟ୍ସମ୍ୟାନଙ୍କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଯେଉଁଥିରେ ସେ ବିରାଟ କିମ୍ବା ଜୋ ରୁଟଙ୍କୁ ସ୍ଥାନ ଦେଇନାହାନ୍ତି । ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ଆଇସିସି ରାଙ୍କିଂରେ ଆଗରେ ରହିଛନ୍ତି ଜୋ ରୁଟ୍ । ଟେଷ୍ଟ କ୍ରିକେଟରେ ସେ ସର୍ବାଧିକ ସ୍କୋର କରିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦିଅନ୍ତି । କିନ୍ତୁ ଗାଙ୍ଗୁ ଟେଷ୍ଟ କ୍ରିକେଟର ସର୍ବଶ୍ରେଷ୍ଠ ଖେଳାଳିଭାବେ ଋଷଭ ପନ୍ଥଙ୍କୁ ବାଛିଛନ୍ତି । ସେ କହିଛନ୍ତି କି, ଟେଷ୍ଟ କ୍ରିକେଟରେ ପନ୍ଥ ଭଲ ପ୍ରଦର୍ଶନ କରିବେ । ସେ ପରବର୍ତ୍ତୀ ସମୟରେ ଶ୍ରେଷ୍ଠ ଖେଳାଳି ହେବେ । ଯଦି ତାଙ୍କୁ ଲଗାତାର ସୁଯୋଗ ମିଳେ ତାହେଲେ ଟେଷ୍ଟ କ୍ରିକେଟରେ ଉଚ୍ଚକୋଟିର ପ୍ରଦର୍ଶନ କରିବେ । ସେପଟେ ମହମ୍ମଦ ସାମିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ କହିଛନ୍ତି କି, ସେ ଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରିବେ । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଯିବାକୁ ପଡ଼ିବ । ଦଳ ପାଇଁ ତାଙ୍କର ବୋଲିଂ ଆବଶ୍ୟକତା ରହିଛି ।

ପୁରୀ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ । ଦିନ ସାଢେ ୧୦ରୁ ସାଢେ ୧୧ଟା ମଧ୍ୟରେ ଉପକୂଳ ଅତିକ୍ରମ କରିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ବିଶେଷ କରି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଭୀଷଣ ବର୍ଷା ନେଇ ୧୦ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ଟି ଜିଲ୍ଲାକୁ ଅରେଞ୍ଜ ଏବଂ ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରେଡ ଆଲର୍ଟରେ ଥିବା ଜିଲ୍ଲା ଗୁଡିକ ହେଲା  ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା, କଳାହାଣ୍ଡି, ରାୟଗଡା ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।କାଲି ସକାଳ ପର୍ଯ୍ୟନ୍ତ ସର୍ବାଧିକ ବର୍ଷାର ପ୍ରଭାବ ରହିବ । କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଝାରସୁଗୁଡା, ବରଗଡ ଏବଂ ନୂଆପଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଗଭୀର ଅବପାତଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେଟି ପଶ୍ଚିମବଙ୍ଗ, ଝାଡଖଣ୍ଡ ଦେଇ ଛତିଶଗଡ ମୁହାଁ ହେବ।

ସାମ୍ନାକୁ ଆସିଲା ଜଣେ ଅସହାୟ ମହିଳାଙ୍କ ଦୁଃଖ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ଭୁବନେଶ୍ୱରରେ ଜଣେ ଅସହାୟ ମହିଳାଙ୍କ ଦୁଃଖ କାହାଣୀ । ପ୍ରେମ ବିବାହ କରିଥିଲେ ବୋଲି ଗାଳି ଖାଇ ଖାଇ ଦିନ ସରିଗଲା । ବାପ ଘରୁ ଯୌତୁକ ଆଣିଲେନି ବୋଲି ପ୍ରତିଦିନ ଭାଗ୍ୟ ସହ ପରୀକ୍ଷା ଦେବାକୁ ପଡୁଥିଲା । ଲୁହ ଗଡି ଗଡି ଦିନ କାଟୁଥିଲେ । ସ୍ୱାମୀ ଏସବୁକୁ ସହି ପାରିଲେନି କି କାହାକୁ କହି ପାରିଲେନି ।ଶେଷରେ ଆତ୍ମହତ୍ୟାର ରାସ୍ତା ବାଛିନେଲେ ।ଏକୁଟିଆ ଛୋଟ ଛୁଆକୁ ସାଙ୍ଗରେ ଧରି ଶ୍ୱଶୁର ଘରେ ବଞ୍ଚିବା ମୋ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିଲା । ଭାବିବେ ସ୍ୱାମୀଙ୍କ ମୃତ୍ୟୁ ପରେ ସବୁକିଛି ଠିକ ହୋଇଯିବ । ହେଲେ ଶ୍ୱଶୁର ଘର ଲୋକେ ଘରେ ଭର୍ତି କରି ଦେଉନଥିବାରୁ ଏବେ ନ୍ୟାୟ ମାଗି ଲିଙ୍ଗରାଜ ଥାନା ଓ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ଜଣଙ୍କ ।

କେନ୍ଦ୍ର ଓ ରାଜ୍ଯ ବିଜେପି ସରକାରର ପ୍ରତାରଣା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ଆପ୍

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଓ ରାଜ୍ଯର ବିଜେପି ସରକାରର ପ୍ରତାରଣା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ଆମ୍ ଆଦମୀ ପାର୍ଟି । ମାସକୁ ୩୦୦ ୟୁନିଟ ମାଗଣା ବିଜୁଳି, ସୁଭଦ୍ରା ଧୋକା ଓ ବାର୍ଦ୍ଧକ୍ଯ ଭତ୍ତା ପ୍ରସଙ୍ଗରେ ରାଜ୍ଯବାସୀଙ୍କୁ ବିଜେପିର ଧୋକା ବିରୋଧରେ ପ୍ରତିବାଦ କରିବ ଦଳ । ଭୁବନେଶ୍ଵର ପିଏମଜି ଛକରେ ଆସନ୍ତା ୧୩ ତାରିଖ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଆପ୍ ଓଡ଼ିଶା ଶାଖା ତରଫରୁ ସୂଚନା ଦିଆଯାଇଛି  । ଦଳର ଅଭିଯୋଗ ଅନୁସାରେ, ମାଗଣା ବିଜୁଳି ଦେବାକୁ ବିଜେପି ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିଲା । ସବୁ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବା କହି କେବଳ ୨୧ରୁ ୬୦ ଵର୍ଷର ମହିଳାଙ୍କୁ ଵର୍ଷକୁ ୧୦ ହଜାର ଟଙ୍କା ଦେବାକୁ କହି ବିଜେପି ଅସଲ ରୂପ ଦେଖାଇଛି । ସେହିପରି ସବୁ ଭତ୍ତା ହିତାଧିକାରୀଙ୍କୁ ୩ ହଜାର ୫୦୦ ଟଙ୍କା ଭତ୍ତା ଦେବାକୁ କହି କେବଳ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ହୋଇଛି । ବିଜେପି ସରକାରର ଏହି ପ୍ରତାରଣା ବିରୋଧରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ।

 

ହରିୟାଣା ନିର୍ବାଚନ : ୨୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ନିର୍ବାଚନରେ କଂଗ୍ରେସ ଏବଂ ଆପ ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ଏଥିରେ ପଡ଼ିଛି ଜବନିକା । ସୋମବାର ଆପ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୨୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାବେଳେ ଏଥିରୁ ସ୍ପଷ୍ଠଭାବେ ଜଣା ପଡ଼ିଛି କି, କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବ ।

ଟଙ୍କା ଡିଲ୍ ମାମଲା: ମମତା କହିଲେ ମୁଁ କେଉଁଠି ଟଙ୍କା ଦେବା କହିଥିଲି ପ୍ରମାଣ ଦେଖାଅ

ନନ୍ଦିଘୋଷ ବ୍ୟୁରୋ: କୋଲାକାତା ଦୁଷ୍କର୍ମ ହତ୍ୟା ଘଟଣାକୁ ନେଇ ଏଯାବତ ତାତି କମିନାହିଁ । ବିରୋଧୀ ବିଜେପି ମମତା ବାନାର୍ଜୀଙ୍କୁ ଟାର୍ଗେଟ କରୁଥିବାବେଳେ ଏହାର ଜବାବ ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବିଜେପି ନେତା ମମତାଙ୍କୁ ଟାର୍ଗେଟ କରି କହିଥିଲେ କି, ଘଟଣାକୁ ଚପାଇ ଦେବା ପାଇଁ ମମତା ପୀଡ଼ିତାଙ୍କ ପରିବାରକୁ ଟଙ୍କା ଦେବାକୁ କହିଥିଲେ । ଏହାକୁ ସିଧାସଳଖ ମନା କରିଛନ୍ତି ମମତା । ଖୋଲା ଚ୍ୟାଲେଞ୍ଜ ଦେବା ସହ ପୀଡ଼ିତାଙ୍କ ପରିବାରକୁ କହିଛନ୍ତି କି, କେବେ ଆଉ କେଉଁ ଟଙ୍କା ଅଫର କରାହୋଇଥିଲା ଏହାର ପ୍ରମାଣ ଅଛି କି ?

ସିଏମ୍ ମମତା ବାନାର୍ଜୀ କହିଛନ୍ତି, ‘ମୁଁ କେଉଁଠାରେ ଟଙ୍କା ବିଷୟରେ କଥାବାର୍ତ୍ତା କରିଛି ପୀଡିତାଙ୍କ ପରିବାର ପ୍ରମାଣ ଉପସ୍ଥାପନ କରିବା ଉଚିତ୍। ଏହା ହେଉଛି ନାଟକ ଏବଂ ପ୍ରଚାର | ପ୍ରକୃତରେ, ମହିଳା ପ୍ରଶିକ୍ଷକ ଡାକ୍ତରଙ୍କ ପୀଡିତାଙ୍କ ପରିବାର କୋଲକାତା ପୋଲିସକୁ ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ଯେତେବେଳେ ସେମାନଙ୍କ ଝିଅର ମୃତଦେହ ସେମାନଙ୍କ ସାମ୍ନାରେ ରଖାଯାଇଥିଲା ସେତେବେଳେ ଜଣେ ପୋଲିସ କର୍ମଚାରୀ ସେମାନଙ୍କୁ ଟଙ୍କା ପ୍ରଦାନ କରିଥିଲେ।

ପୀଡିତାଙ୍କ ପିତାମାତା କହିଛନ୍ତି ଯେ ସେମାନେ ଶରୀରକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, କିନ୍ତୁ ସେମାନଙ୍କ ଉପରେ ଅନେକ ଚାପ ପଡିଛି। ଶତାଧିକ ପୋଲିସ ତାଙ୍କୁ ଘେରି ରହିଥିଲେ। ଏପରି ପରିସ୍ଥିତି ସୃଷ୍ଟି ହେଲା, ଯାହା ପରେ ଆମେ ଶେଷ ରୀତିନୀତି ପାଇଁ ପ୍ରସ୍ତୁତ ହେବାକୁ ବାଧ୍ୟ ହେଲୁ | ସବୁକିଛି ଶୀଘ୍ର କରାଯାଇଥିଲା, ଶେଷ ରୀତିନୀତି ପାଇଁ ଟଙ୍କା ମଧ୍ୟ ପରିବାରରୁ ନିଆଯାଇ ନଥିଲା | କିଛି ପୋଲିସ ଖାଲି କାଗଜରେ ଦସ୍ତଖତ ଆଣିବାକୁ ଚେଷ୍ଟା କରିଥିଲେ, ଯାହାକୁ ସେମାନେ ଚିରି ଫିଙ୍ଗି ଦେଇଥିଲେ। ଟଙ୍କା ଯାଚିବା ଘଟଣାକୁ ନେଇ ବିରୋଧୀମାନେ ମମତାଙ୍କୁ ଘେରିଥିବାବେଳେ ସେ ସିଧାସଳଖ ଏହାକୁ ଟାର୍ଗେଟ କରିଛନ୍ତି ।

 

ସେମିକଣ୍ଡକ୍ଟର କ୍ଷେତ୍ରର ବିକାଶର ଶ୍ରେୟ କେବଳ ନବୀନଙ୍କର…

ନନ୍ଦିଘୋଷ ବ୍ୟୁରୋ: ସେମିକଣ୍ଡକ୍ଟର ଡିମାଣ୍ଡକୁ ପୂରଣ କରିବା ପାଇଁ ନବୀନଙ୍କ ଉଦ୍ୟମ ସଫଳ ହୋଇଛି। ତାଙ୍କ ଉଦ୍ୟମକୁ ଓଡ଼ିଶାବାସୀ ଭୁଲି ନାହାନ୍ତି । ୧୨ ହଜାର କୋଟିର ବ୍ୟୟବରାଦଠୁ ଅଢେଇ ଲକ୍ଷ କୋଟିର ବ୍ୟୟବରାଦ ଏକ ଅଗ୍ନିପଥ ଥିଲା। ଓଡ଼ିଶାରେ ଯଦି ସେମିକଣ୍ଡକ୍ଟର ପାଇଁ ବାତାବରଣ ତିଆରି ହୋଇଛି ତାର ଶ୍ରେୟ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୋଲି କହିଛନ୍ତି ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତା ନବୀନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। ନବୀନଙ୍କ ଭିଜନ ଓ ଆକ୍ସନ ପାଇଁ ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିପ୍ଳବ ଆସିଛି । ବିଜେଡି ସୁପ୍ରିମୋଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ହିଁ ଓଡ଼ିଶାକକୁ ବିଶ୍ବ ଦରବାରରେ ପରିଚିତ କରାଇଛି ।

ସେ ଓଡ଼ିଶାର ଆର୍ଥିକ ଶକ୍ତିର ବୃଦ୍ଧି ଦିଗରେ ନିରନ୍ତର କାମ କରିଥିଲେ । ଟ୍ରିଲିୟନ ଡଲାର ଇକୋନୋମିରେ ପହଞ୍ଚାଇବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ହିଁ ସହଯୋଗୀ ହେବ ବୋଲି ନବୀନ ବୁଝିସାରିଥିଲେ । ନୂଆ ଷ୍ଟାର୍ଟ ଅପକୁ ରାଜ୍ଯକୁ ଆଗକୁ ନେଇପାରିବ। ସେଥିପାଇଁ ଓ-ହବ ସୃଷ୍ଟି କରିଥିଲେ । ପିଲାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରତିଷ୍ଠା କରିଥିଲେ । ୨୪ ବର୍ଷର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଇନ୍ଫୋଭ୍ୟାଲି ୧ ଓ ୨ ପ୍ରତିଷ୍ଠା କରିଥିଲେ ।  ଯେଉଁଥିପାଇଁ ବଡ଼ ବଡ଼ କମ୍ପାନୀ ଡେଲଏଟ, କଗନିଜାଣ୍ଟ ଭଳି କମ୍ପାନୀ ଓଡ଼ିଶାରେ ପହଂଚିପାରିଲେ। ଗାଁ ଗାଁରେ କିଭଳି ଆଇଟି, ଇଲେକ୍ଟ୍ରୋନିକ୍ସ, ଇଣ୍ଟରନେଟର ସୁବିଧା ପହଂଚିପାରିବ ତାକୁ ନେଇ ଉଦ୍ୟମ କରିଥିଲେ । ସେଥିପାଇଁ ବ୍ୟାପକ ଆଇଟିଆଇ ଓ ପଲିଟେକ୍ନିକ ପ୍ରତିଷ୍ଠା ହେଲା।

ନବୀନଙ୍କ ଏପରି ଭିଜନକୁ ଆଜି ସଫଳତା ମିଳିଥିବାବେଳେ ଦଳୀୟ ନେତା ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଯେଉଁ ଅଞ୍ଚଳରେ ଶିଳ୍ପ ପହଂଚିପାରିବ ବୋଲି କେହି ଚିନ୍ତା କରି ନଥିଲେ ସେଠି ଶିଳ୍ପ ପହଞ୍ଚିଛି । ରିବନ କଟିଙ୍ଗ ସେରିମନି, ଲୋକଙ୍କ ସାମ୍ନାକୁ ଟିଭି ମାଧ୍ୟମରେ ଆସିଵା, ବାହାବା ନେବା ପାଇଁ କେବେ ନବୀନ ଉଦ୍ୟମ କରି ନାହାନ୍ତି। ତାଙ୍କ ସମୟରେ ଦୁବାଇ, ସିଙ୍ଗାପୁର ଯାଇ ବ୍ୟାପକ ଗ୍ଲୋବାଲ ରୋଡ ଶୋ ହୋଇଥିଲା। ଯାହା ଆଜି ପୁଂଜି ଆଣିବାରେ ଓଡ଼ିଶାକୁ ସଫଳ କରିଛି।

 

ରିଙ୍କୁଙ୍କ ପାଇଁ ଖୁସି ଖବର, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ପାଇଲେ ସ୍ଥାନ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ସ୍ଥାନ ପାଇନାହାନ୍ତି । ଯାହାକୁ ନେଇ ରିଙ୍କୁଙ୍କ ମନ ଦୁଃଖ ରହିଥିବା କୁହାଯାଇଥିଲା । ଅନ୍ୟପଟେ ବିସିସିଆଇ ପକ୍ଷରୁ ଆୟୋଜିତ ଦିଲ୍ଲୀପ ଟ୍ରଫିରେ ମଧ୍ୟ ସ୍ଥାନ ପାଇନଥିଲେ ରିଙ୍କୁ । ମାତ୍ର ଏବେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଲାଗି ଟିମ ଘୋଷଣା ହେବା ପରେ କିଛି ଖେଳାଳି ଇଣ୍ଡିଆ ବି’ ଟିମରୁ ସାମିଲ ହୋଇଛନ୍ତି । ଏଣୁ ବି ଟିମରେ ଖେଳିବେ ରିଙ୍କୁ । ଚୟନକର୍ତ୍ତା ଯେତେବେଳେ ତାଙ୍କୁ ଦିଲ୍ଲୀପ ଟ୍ରଫିରେ ସାମିଲ କରିନଥିଲେ ସେତେବେଳେ ବେଶ ଦୁଃଖିତ ଥିଲେ ରିଙ୍କୁ । କହିଥିଲେ କି, ମୋର ପରିଶ୍ରମର କିଛି ମୂଲ୍ୟନାହିଁ । ଏପରିକି ସେ ବିରକ୍ତ ହୋଇଯାଇଥିଲେ । ମାତ୍ର ଏବେ ଚୟନକର୍ତ୍ତା ପୁଣିଥରେ ଦଳରେ ସାମିଲ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ।

ରିଙ୍କୁଙ୍କ ଜଣେ ଟି-୨୦ ଖେଳାଳିଭାବେ ସମସ୍ତେ ବେଶ ଭଲଭାବେ ଜାଣନ୍ତି । ମାତ୍ର ପ୍ରଥମ ଶ୍ରେଣୀ କ୍ରିକେଟରେ ମଧ୍ୟ ତାଙ୍କର ଭଲ ରେକର୍ଡ ରହିଛି । ପ୍ରଥମ ଶ୍ରେଣୀରେ ସେ ୪୭ଟି ମ୍ୟାଚ ଖେଳିଛନ୍ତି । ଏଥିରେ ସେ ୩୧୭୩ ରନ ସଂଗ୍ରହ କରିଛନ୍ତି । ଏଥିରେ ୭ ଶତକ ଏବଂ ୨୦ ଅର୍ଦ୍ଧଶତକ ରହିଛି । ହାରାହାରି ୫୪ରୁ ଅଧିକ ସ୍କୋର କରିଛନ୍ତି । ଏବେ ଦିଲ୍ଲୀପ ଟ୍ରଫିରେ ସେ ଖେଳିବାର ସୁଯୋଗ ପାଇଥିବାବେଳେ କେମିତି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।