spot_img
Home Blog Page 1521

ମାତ୍ର ୩୦୦ ମିଟର ଦୂରରେ ଥିଲା ଆକ୍ରମଣକାରୀ ତଥାପି ବଞ୍ଚିଗଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଠିକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣିଥରେ ହତ୍ୟା ଉଦ୍ୟମ କରାଯାଇଛି  । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରମ୍ପ  । ଫ୍ଲୋରିଡା ସ୍ଥିତ ଇଣ୍ଟରନ୍ୟାସନାଲ ଗଲ୍‌ଫ କୋର୍ସରେ ଖେଳୁଥିବା ସମୟରେ ଆତତାୟୀ ତାଙ୍କୁ ଟାର୍ଗେଟ କରିଥିଲେ  । କିନ୍ତୁ ଏ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି  । ଆକ୍ରମଣକାରୀ ଦୂରବୀନରେ ଏକେ ୪୭ ରାଇଫଲ ସଂଯୋଗ କରି ଟ୍ରମ୍ପଙ୍କୁ ଟାର୍ଗେଟ କରିଛି  । ଦ୍ବିତୀୟ ଥର ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯାଇଛି  । ଏହା ପୂର୍ବରୁ ଜୁଲାଇରେ ପେନସିଲଭେନିଆ ରାଲିରେ ହତ୍ୟା ଉଦ୍ୟମ କରାଯାଇଥିଲା  ।

ଦ୍ବିତୀୟ ଥର ହତ୍ୟା ଉଦ୍ୟମ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ନିଜ ୱେବସାଇଟରେ ପୋଷ୍ଟ କରିଛନ୍ତି  । ‘‘ସେ ଲେଖିଛନ୍ତି ଡର ନାହିଁ, ମୁଁ ସୁରକ୍ଷିତ । ମୁଁ ସମ୍ପୂର୍ଣ୍ଣ ଠିକ ଅଛି  । ମୋତେ କେହି ଅଟକାଇ ପାରିବେନି . ମୁଁ କେବେ ହାରିବିନି’’  ।

ଏହି ଆକ୍ରମଣ ପରେ ସିକ୍ରେଟ ସର୍ଭିସ ଏଜେଣ୍ଟ ଆକ୍ରମଣକାରୀକୁ ଗିରଫ କରିଥିଲେ  । ଟ୍ପମ୍ପ ଗଲ୍‌ଫ ଖେଳିବା ସମୟରେ ମାତ୍ର ୩୦୦ରୁ ୫୦୦ ମିଟର ଦୂରରେ ଟ୍ରମ୍ପକୁ ଆକ୍ରମଣ କରିଥିଲା ଆତତାୟୀ  । ଦୂରବୀକ୍ଷଣ ଲାଗିଥିବା ଏକେ ୪୭ ଧରି ଏକ ବୁଦାରେ ସେ ଲୁଚିଥିଲା  । କିନ୍ତୁ ଠିକ୍‌ ସମୟରେ ଅଙ୍ଗରକ୍ଷୀଙ୍କ ନଜର ତା ଉପରେ ପଡିବାରୁ ଟ୍ରମ୍ପ ଜୀବନରକ୍ଷା କରିପାରିଥିଲେ  ।

ବିଶ୍ବକର୍ମା ପୂଜା ପାଇଁ ଚଳଚଞ୍ଚଳ ପାରାଦୀପ ସହର

ଭୁବନେଶ୍ବର: ଆଜି ହେଉଛି ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡିଶାର ପୂରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି । ପୂଜା ପାଇଁ ପାରାଦୀପ ସହର ଚଳଚଞ୍ଚଳ ହୋଇ ଉଠିଛି ।

ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜାକୁ ନେଇ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ । ବିଭିନ୍ନ ଶିଳ୍ପାନୁଷ୍ଠାନରେ ମଧ୍ୟ ଧୁମଧାମରେ ପାଳନ ହେଉଛି ବିଶ୍ବକର୍ମା ପୂଜା । ରାଉରକେଲାରେ ଦେବଶିଳ୍ପୀଙ୍କ ଆରାଧନା ପାଇଁ ବିଶେଷ ଆୟୋଜନ କରାଯାଇଛି ।

ଆଜି ଉତ୍ତର ଓଡ଼଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ ଆଲର୍ଟ

ଭୁବନେଶ୍ବର: ଆଜି ଉତ୍ତର ଓଡ଼଼ିଶାରେ ହେବ ପ୍ରବଳ ବର୍ଷା । ବଙ୍ଗୋପସାଗରେ ସୃଷ୍ଟ ଗଭୀର ଅବପାତର ତୀବ୍ରତା ଅଧିକ ରହିଛି । ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ ବୋଲି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ସେହିପରି କେନ୍ଦୁଝର ବାଲେଶ୍ୱର ଓ ସୁନ୍ଦରଗଡ଼କୁ ଅରଞ୍ଜ ଓ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି । ଏଣୁ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଉତ୍ତର ଉପକୂଳରେ ଥିବା ଧାମରା ଏବଂ ପାରାଦୀପ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । କାଲିଠୁ ବର୍ଷା କମିବା ସହ ଗରମ ଗୁଳୁଗୁଳି ଆରମ୍ଭ ହେବ । ସେପଟେ ଜୁନ ୧ ତାରିଖରୁ ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୯୬୩ ଦଶମିକ ୫ ମିଲିମିଟର ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ୮ ପ୍ରତିଶତ ନିଅଁଟିଆ ବର୍ଷା ରେକର୍ଡ କରାଯାଇଛି ।

ଗଲ୍‌ଫ ଖେଳୁଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ

ୱାଶିଂଟନ: ଗଲ୍‌ଫ କୋର୍ସରେ ଡୋନାଲଡ ଟ୍ରମ୍ପଙ୍କୁ ଗୁଳିମାଡ। ଟ୍ରମ୍ପ ଗଲଫ ଖେଳୁଥିବା ବେଳେ ଏହି ଗୁଳିକାଣ୍ଡ ହୋଇଛି। ଟ୍ରମ୍ପ ସୁରକ୍ଷିତ ଥିବା ତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି। ଫ୍ଲୋରିଡ଼ାର ୱେଷ୍ଟ ପାମ୍ ବିଚ୍ ନିକଟରେ ଏହି ଘଟଣା ଘଟିଛି। ସେଠାରେ ଟ୍ରମ୍ପ ଗଲ୍ଫ ଖେଳୁଥିଲେ। ଗୁଳିକାଣ୍ଡ ନେଇ ଜଣକୁ ଅଟକ ରଖାଯାଇଛି।

ପ୍ରକୃତରେ ଟ୍ରମ୍ପଙ୍କୁ ହତ୍ଯା ଉଦ୍ଯମ ହୋଇଥିଲା କି ନାହିଁ, ସେ ନେଇ ତଦନ୍ତ କରୁଛି ପୋଲିସ। କିଏ ଗୁଳି ଚଳାଇଥିଲା, କାରଣ କଣ କିଛି ସ୍ପଷ୍ଟ ହୋଇନାହିଁ। ସିକ୍ରେଟ ସର୍ଭିସର ସୁରକ୍ଷା ବଳୟରେ ଅଛନ୍ତି ଟ୍ରମ୍ପ୍। ଏହା ଆଗରୁ ମଧ୍ୟ ଥରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପ୍ରଚାର ବେଳେ ତାଙ୍କୁ ଗୁଳି କରାଯାଇଥିଲା। କିନ୍ତୁ କାନକୁ ଛୁଇଁ ଗୁଳି ଚାଲି ଯାଇଥିବାରୁ ବର୍ତ୍ତି ଯାଇଥିଲେ ଟ୍ରମ୍ପ।

ବିଡିଓଙ୍କୁ ବହିଷ୍କାର କରା ନଗଲେ ବିଜେଡିର ବ୍ଲକ ଘେରାଉ ଚେତାବନୀ

ପାରାଦୀପ: କୁଜଙ୍ଗ ବ୍ଲକ ସଭାଗୃହରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା । ବିଡିଓଙ୍କ ନିର୍ଦ୍ଦେଶରେ ମହିଳା ଜନ ପ୍ରତିନିଧିଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଅଭିଯୋଗ ।

ଦଳ ପକ୍ଷରୁ କୁହାଯାଇଛି, ଗତ ୩ ମାସ ହେଲା ବିଭିନ୍ନ କାର୍ଯ୍ୟର ବିଲ୍ ଦେଉନାହିଁ ବ୍ଲକ ପ୍ରଶାସନ । ଅଧା ହୋଇଥିବା କାମକୁ ଅନ୍ୟ ଠିକାଦାରଙ୍କୁ ଦିଆଯାଉଛି । ଏହି ବିଷୟରେ ଆଲୋଚନା ପାଇଁ ବିଡିଓ ୧୩ ତାରିଖ ଦିନ ୧୧ ଟା ସମୟ ଦେଇଥିଲେ । ମାତ୍ର ବିଡିଓ ଦିନ ୩ଟା ବେଳେ ପୋଲିସ ପ୍ରୋଟେକ୍ସନରେ ପହଞ୍ଚିଥିଲେ । ପଞ୍ଚାୟତ ସଭାଗୃହରେ  ପାଖାପାଖି ୩୧ ଜଣ ସରପଞ୍ଚ, ସମିତି ସଭ୍ଯ ଓ ଜିଲ୍ଲା ପରିଷଦ ସଭ୍ଯଙ୍କ ଉପସ୍ଥିତିରେ ଚାଲିଥିଲା ଆଲୋଚନା । ମାତ୍ର ହଠାତ୍ ବିଜେପି ସମର୍ଥିତ ଜଣେ ସରପଞ୍ଚ ଆମ ବିଡିଓଙ୍କୁ ବଞ୍ଚାଅ ବୋଲି ଚିତ୍କାର କରିଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା କିଛି ଅସାମାଜିକ ଯୁବକ ଭିତରେ ପଶି ଚେୟାର ଫିଙ୍ଗିବା ସହିତ ମାରପିଟ କରିଥିଲେ ।

ବିଜେଡି ପକ୍ଷରୁ କୁହାଯାଇଛି, ପୋଲିସ ଓ ବିଡିଓଙ୍କ ଉପସ୍ଥିତିରେ ଜନ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି । ବ୍ଲକର ସିସିଟିଭି ଯାଞ୍ଚ କଲେ ସମସ୍ତ ଘଟଣା ସାମ୍ନାକୁ ଆସିବ । ବିଡିଓଙ୍କ ବହିଷ୍କାର ଓ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ଆସନ୍ତା ୨୦ ତାରିଖରେ ବ୍ଲକ ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବିଜେଡି ଜିଲ୍ଲା ଉପସଭାପତି ପିତାମ୍ବର ତରାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଶ୍ରମିକ ନେତା ବାପି ସାର୍ଖେଲ, ବ୍ଲକ ଅଧ୍ୟକ୍ଷା ନିନାରାଣୀ ବେହେରା, ବିଜେଡି ବ୍ଲକ କାର୍ଯ୍ୟକାରୀ ସଭାପତି ସୁଢଳ ସ୍ବାଇଁ ପ୍ରମୁଖ ୨୧ ଜଣ ସରପଞ୍ଚ, ସମିତି ସଭ୍ଯ ଓ ଜିଲ୍ଲା ପରିଷଦ ସଦସ୍ଯ ଉପସ୍ଥିତ ଥିଲେ ।

ପୁରୀ ଶ୍ରୀନଅରରେ ସୁନିଆ ଉତ୍ସବ ପାଳିତ

ପୁରୀ: ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀନଅରରେ ପାଳିତ ହୋଇଛି ସୁନିଆ ଉତ୍ସବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ନୂଆ ସାଲ ଓ ଅଙ୍କର ହୋଇଛି ପ୍ରବେଶ । ରାଜତନ୍ତ୍ର ଲୋପ ପାଇଥିଲେ ବି ପାରମ୍ପରିକ ଭାବରେ ବଞ୍ଚି ରହିଛି ପରମ୍ପରା । ଏହି ପରମ୍ପରା ଅନୁସାରେ ଆରମ୍ଭ ହୋଇଛି ନବବର୍ଷ । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ୬୮ ଅଙ୍କର ପ୍ରବେଶ ହୋଇଥିବାବେଳେ ଚଳିତବର୍ଷ ମହାରାଜ ଗଜପତିଙ୍କ ୧୪୩୨ ସାଲ ପ୍ରବେଶ ହୋଇଛି ।

ଏହି ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆର ବିଶେଷ ପର୍ବ ପାଳିତ ହୋଇଥିଲା ।

ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନୀତି ସମ୍ପାଦନ କରାଯାଇଥିଲା । ଏହି ଅବସରରେ ଶ୍ରୀନହର ପକ୍ଷରୁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା  l ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଥିଲେ । ଏହି ଅବସରରେ ପରିବେଶ ସନ୍ତୁଳିନ ପାଇଁ ଶ୍ରୀକ୍ଷେତ୍ରରେ ଥିବା ମଠ ମହନ୍ତମାନଙ୍କ ପକ୍ଷରୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ରୁଦ୍ରାକ୍ଷ ବୃକ୍ଷ ପ୍ରଦାନ କରାଯାଇଥିଲା ।

ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ଅଭିଯୋଗ

ସୁକମା: ଅନ୍ଧ ବିଶ୍ବାସର କୁପରିଣତି । ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଏମିତି ଘଟଣା ଘଟିଛିଛତିଶଗଡ଼ ସୁକମା ଜିଲ୍ଲାରେ । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି ।

କୋଣ୍ଟା ଥାନା ପୋଲିସ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ କିଛି ଲୋକେ ଗୁଣି ଗାରେଡି କରୁଥିବା ନେଇ ସଂପୃକ୍ତ ପରିବାରକୁ ସନ୍ଦେହ କରିଥିଲେ । ସେମାନଙ୍କ ପରିବାର ଜଣକୁ ଗୁଣି ହୋଇଥିବା ସନ୍ଦେହରେ ଗ୍ରାମର କିଛି ଲୋକ ଘରେ ପଶି ୫ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ଖବର ପାଇ କୋଣ୍ଟା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

ନକଲି ନଡ଼ିଆ ତେଲ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ

ବ୍ରହ୍ମପୁର: ଅସଲି ବ୍ରାଣ୍ଡ ଭଳି ଦିଶୁଥିବା ବୋତଲରେ ନକଲି ଅପମିଶ୍ରିତ ତେଲ । ବାହାରକୁ ଦେଖିଲେ ଭାବିବେ ଏହା ଅସଲି ବ୍ରାଣ୍ଡେଡ୍ କମ୍ପାନୀର ନଡ଼ିଆ ତେଲ । ନାମ ଲେଖା ହୋଇଛି ଶିବାନୀ । ଏମିତି ଏକ ନକଲି ନଡ଼ିଆ ତେଲ କାରଖାନା ଉପରେ ଚଢ଼ାଉ କରିଛି ବ୍ରହ୍ମପୁର ପୋଲିସ ।

ନଡିଆ ତେଲ ଆଣି ସେଥିରେ ଲିକ୍ୱିଡ ପାରାଫିନ ଓ ଅନ୍ୟାନ୍ୟ ପୋଡା ତେଲ ମିଶାଇ କରାଯାଉଛି ନଡ଼ିଆ ତେଲ । ନଡ଼ିଆ ତେଲର ବାସ୍ନା ପାଇଁ ମିଶାଯାଉଥିଲା ଏସେନ୍ସ । ଅର୍ଥାତ୍ ଅସଲି ନଡିଆ ତେଲ ଭଳି ବାସ୍ନା ବାହାରିବା ପାଇଁ ଏହି ଏସେନ୍ସ ମିଶାଯାଥିଲା । ଛୋଟ ଘର ଭିତରେ ଦୀର୍ଘ ବର୍ଷ ଧରି ଚାଲିଥିଲା ଏହି ନକଲି ତେଲ କାରଖାନା । କମ୍ପାନୀ ଏହାର ସୁରାକ ପାଇବା ପରେ ଲିଗାଲ ଟିମ୍ ପକ୍ଷରୁ ବଡ ବଜାର ଥାନାରେ କରାଯାଇଥିଲା ଅଭିଯୋଗ ।

ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରି ଶାସ୍ତ୍ରୀନଗର ଚତୁର୍ଥ ଲାଇନ୍ରୁ ଏହି ନକଲି ନଡ଼ିଆ ତେଲ କମ୍ପାନୀ ଠାବ କରିଛି । ବ୍ରାଣ୍ଡ, ଟ୍ରେଡମାର୍କ, ଅକ୍ଷର ଓ ଅନ୍ୟାନ୍ୟ ବିକ୍ରି ସମ୍ବନ୍ଧିତ ତଥ୍ୟ ଲୁଚାଇବା ଅଭିଯୋଗରେ ଚଢ଼ାଉ ହୋଇଥିଲା । ଏହି ଅଭିଯୋଗରେ ବାପପୁଅଙ୍କୁ ଗିରଫ କରିଛି ପୋଲିସ ।

ୱାର୍ଲଡ ସ୍କିଲସ ୨୦୨୪ ଉଦଯାପିତ: ଭାରତୀୟ ପ୍ରତିଯୋଗୀ ଦେଖାଇଲେ କମାଲ

ନୂଆଦିଲ୍ଲୀ: ସରିଲା ଦକ୍ଷତା ବିକାଶର ମହାକୁମ୍ଭ ୱାର୍ଲଡ ସ୍କିଲସ ୨୦୨୪ । ଫ୍ରାନ୍ସର ଲିୟୋନ ସହରରେ ଚାରି ଦିନ ଧରି ଚାଲିଥିବା ପ୍ରତିଯୋଗିତାରେ ଅନୁଭୂତି ସାଉଁଟିଲେ ଭାରତ ସମେତ ବହୁ ରାଷ୍ଟ୍ରର ପ୍ରତିନିଧି । ମ୍ୟାନୁଫାକ୍ଚରିଂ, ୱାଟର ଟେକ୍ନୋଲୋଜି ଠାରୁ ଆରମ୍ଭ କରି ହେଲଥ ଆଣ୍ଡ ସୋସିଆଲ କେୟାର, ବ୍ୟୁଟି ଥେରାପି, ହେୟାର ଡ୍ରେସିଂ ପରି କ୍ଷେତ୍ରରେ ଚମକିଛି ଭାରତ ।

ୱାର୍ଲଡ ସ୍କିଲସ ପ୍ରତିଯୋଗିତାର ଶେଷ ଦିନରେ ଜଲୱା ଦେଖାଇଥିଲେ ଭାରତୀୟ ପ୍ରତିଯୋଗୀ । ମ୍ୟାନୁଫାକ୍ଚରିଂ, ୱାଟର ଟେକ୍ନୋଲୋଜି, ରୋବୋଟିକ୍ସ ସିଷ୍ଟମ, ହେଲଥ ଆଣ୍ଡ ସୋସିଆଲ କେୟାର, ବ୍ୟୁଟି ଥେରାପି, ହେୟାର ଡ୍ରେସିଂ ପରି କ୍ଷେତ୍ରରେ ଚମକିଛି ଭାରତ ।

ଭାରତୀୟ ଚାହିଁଲେ ସାରା ଦୁନିଆକୁ ସୁନ୍ଦର କରି ପାରିବେ । ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି ପ୍ରତିଯୋଗୀ । ବିଦେଶୀ ଯୁବତୀଙ୍କୁ କେସ୍ ଷ୍ଟଡି ଭାବେ ନେଇ ନୂଆ ଲୁକ ଦେଉଛନ୍ତି ଭାରତୀୟ ବ୍ୟୁଟିସିଆନ । ପ୍ରେରଣା ସାଜିଛନ୍ତି ଆସାମର ପ୍ରୀତିଶା ବର୍ମନ । ପ୍ରତିଯୋଗିତା ସରିବା ପରେ ଭାରତ ମାତା କି ଜୟ ନାରାରେ କମ୍ପିଥିଲା ୱାର୍ଲଡ ସ୍କିଲସ ଆରେନା । ସେପଟେ ଜଣେ ନିମୋନିଆ ରୋଗୀଙ୍କୁ ନର୍ସିଂ ସେବା ଯୋଗାଇ ଖ୍ଯାତି ସାଉଁଟିଛନ୍ତି ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ମାଇକ୍ରୋ ବାୟୋଲୋଜି ଛାତ୍ରୀ ଦିଶା ଦର୍ଶିନୀ । ଜଣେ ଭାରତୀୟ ନର୍ସ କିପରି ବିଦେଶୀ ରୋଗୀଙ୍କ ଭାଷା ଓ ସଙ୍କେତ ବୁଝି ସେବା ଯୋଗାନ୍ତି ତାହାକୁ ପ୍ରତିଫଳିତ କରିଥିଲେ ଦିଶା ।

ଚଳିତ ଥର ବିଶ୍ୱର ୧୪୦୦ ପ୍ରତିଯୋଗୀ ୬୨ କ୍ଷେତ୍ରରେ ଅଂଶଗ୍ରହଣ କରିଥିଲେ । ଏଥିରୁ ୫୨ଟି କ୍ଷେତ୍ରରେ ଭାରତର ୬୦ ପ୍ରତିଯୋଗୀ ପ୍ରତିନିଧିତ୍ବ କରିଥିଲେ । ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହେଉଥିବା ୱାର୍ଲଡ ସ୍କିଲସ କୌଣସି ଅଲମ୍ପିକ୍ସ ଠାରୁ କମ ନୁହେଁ । ପ୍ରତି ସଂସ୍କରଣରେ ଏହାର ବେଞ୍ଚମାର୍କ ପରିବର୍ତ୍ତନ ହେବା ସହ ପ୍ରତିଯୋଗିତାର ମାନଦଣ୍ଡ ବୃଦ୍ଧି ପାଉଛି। ଚଳିତ ସଂସ୍କରଣରେ ସ୍ବର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ସହ ମେଡାଲ ଅଫ ଏକସିଲେନ୍ସ ପାଇଁ କଡା ଟକ୍କର ଦେଖିବାକୁ ମିଳିଥିଲା । ୨୦୨୬ରେ ସାଙ୍ଘାଇରେ ହେବ ପରବର୍ତ୍ତୀ ମହାକୁମ୍ଭ ।

ବିଜେଡି ସରକାର ସମୟରେ ମେଡିକାଲ କଲେଜର ଭିତ୍ତିଭୂମି ବିକାଶର ସୁଫଳ ମିଳୁଛି ଏବେ

ଭୁବନେଶ୍ବର: ବିଜେଡି ସରକାର ସମୟରେ ରାଜ୍ୟର ମେଡିକାଲ କଲେଜ ଗୁଡିକର ଭିତ୍ତିଭୂମିର ବଡ ଧରଣର ବିକାଶ ଘଟିଥିବାରୁ ଏବେ ଏହାର ସୁଫଳ ମିଳୁଛି । କଟକ ଏସସିବି ମେଡିକାଲ କଲେଜର ହେମାଟୋଲୋଜି ବିଭାଗକୁ ସେଣ୍ଟର ଫର ଏକ୍ସିଲେନ୍ସିର ମାନ୍ୟତା ଦିଆଯାଇ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ସ୍ବାସ୍ଥ୍ୟ ସମନ୍ଧୀୟ ଏଭଳି ଗବେଷଣାମୂଳକ ପିଏଚଡି ପାଠ୍ୟକ୍ରମରେ ଏହା ଓଡିଶାର ପ୍ରଥମ ପିଏଚଡି କାର୍ଯ୍ୟକ୍ରମ । ଏଭଳି ମାନ୍ୟତା ମିଳିବା ପରେ ବିଭାଗର ବରିଷ୍ଠ ତଥା ଯୁବ ଡାକ୍ତରମାନେ କେକ୍ କାଟି ଖୁସି ମନେଇଛନ୍ତି ।

ନବୀନଙ୍କ ଦୂରଦୃଷ୍ଟିର ମିଳୁଛି ସୁଫଳ । ରାଜ୍ଯ ସ୍ବାସ୍ଥ୍ଯସେବାରେ ଆସିଛି ଉନ୍ନତି । ଏସସିବି ହେମାଟୋଲୋଜି ବିଭାଗକୁ ମିଳିଛି ସେଣ୍ଟର ଫର ଏକ୍ସିଲେନ୍ସି ମାନ୍ଯତା । ବିଜେଡି ସରକାର ଅମଳରେ ଗତ ଦଶନ୍ଧୀରେ ସାରା ରାଜ୍ଯରେ ସ୍ବାସ୍ଥ୍ୟସେବା ଓ ମେଡିକାଲ କଲେଜ ଗୁଡିକର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଆଉ ଏବେ ଏହାର ସୁଫଳ ଏସସିବି ମେଡିକାଲ କଲେଜର ହେମାଟୋଲୋଜି ବିଭାଗକୁ ମିଳିଛି । ବିଭାଗକୁ ସେଣ୍ଟର ଫର ଏକ୍ସିଲେନ୍ସିର ମାନ୍ୟତା ପ୍ରଦାନ କରାଯାଇ ଏଠାରେ ତୁରନ୍ତ ଗବେଷଣାତ୍ମକ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରିବାକୁ ଓଡିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ଓଡିଶାରେ କୌଣସି ମେଡିକାଲ କଲେଜରେ କୌଣସି ବିଷୟରେ ପିଏଚଡିର ବ୍ୟବସ୍ଥା ନଥିଲା । ରାଜ୍ୟର ଡାକ୍ତର ଉଚ୍ଚତର ଗବେଷଣା ବା ପିଏଚଡି ପାଇଁ ବାହାରକୁ ଯାଉଥିଲେ ।

ଏସସିବି ହେମାଟୋଲୋଜି ବିଭାଗକୁ ଏହି ଗବେଷଣାତ୍ମକ ପିଏଚଡି ପାଠ୍ୟକ୍ରମର ଉତ୍କର୍ଷ କେନ୍ଦ୍ର ଭାବେ ବଛାଯିବା ପରେ ବିଭାଗରେ ବରିଷ୍ଠ ଓ ଯୁବ ଡାକ୍ତରମାନେ କେକ୍ କାଟି ଖୁସି ମନାଇଛନ୍ତି । ଏହାଦ୍ବାରା ନୂଆ ନୂଆ ଚିକିତ୍ସା ପଦ୍ଧତି ଓ ବୈଷୟିକ ଚିକିତ୍ସା କୌଶଳ ସଂପର୍କରେ ଡାକ୍ତର ଓ ରିସର୍ଚ୍ଚ କର୍ମଚାରୀ ଅବଗତ ହୋଇ ପାରିବେ । ଆଗକୁ ବାହାର ରାଜ୍ୟର ଡାକ୍ତରମାନେ ଏଠାକୁ ଗବେଷଣା ପାଇଁ ଆସିବାର ସୁଯୋଗ ସୃଷ୍ଟି ହେବ ।

ପୂର୍ବରୁ ରାଜ୍ୟର ମେଡିକାଲ କଲେଜଗୁଡିକ ସାଧାରଣ ଶିକ୍ଷାନୁଷ୍ଠାନ ଗୁଡିକୁ ପରିଚାଳନା କରୁଥିବା ବିଶ୍ବବିଦ୍ୟାଳୟ ଅଧୀନରେ ଥିଲା । ଦେଢବର୍ଷ ତଳେ ବିଜେଡି ସରକାର ଓଡିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପରେ ମେଡିକାଲ କଲେଜର ଗୁଣାତ୍ମକ ବିକାଶ ପାଇଁ ପଥ ପରିଷ୍କାର ହୋଇଛି ।