spot_img
Home Blog Page 1511

ବ୍ରହ୍ମପୁରରେ ପୁଣି ଧରାପଡ଼ିଲା ନକଲି ଗୁଟଖା କାରକାନା

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଉଁଶିଆପଲ୍ଲୀରେ ଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ । ବହୁ ପରିମାଣର ଗୁଟଖା ଓ ଗୁଟଖା ପ୍ରସ୍ତୁତି ସାମଗ୍ରୀ ସହ ମେସିନ ଠାବ ହୋଇଛି । ଗଞ୍ଜାମ ଜିଲ୍ଲା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିଲା ଏହି ବେଆଇନ ଗୁଟଖା । ଦୀର୍ଘ ଦିନ ଧରି ବେଆଇନ ଭାବେ ଗୁଟଖା ପ୍ରସ୍ତୁତି ହେବା ସହ ବିଭିନ୍ନ ଅଞ୍ଚଳକୁ ବିକ୍ରି ହେଉଥିଲା । ବିଭିନ୍ନ ନାମରେ ଗୁଟଖା ପ୍ରସ୍ତୁତି କରିବା ସହ ବାସ୍ନା ପାଇଁ ବିଭିନ୍ନ ସାମଗ୍ରୀ ମିଶାଯାଉଥିଲା । ସଦର ଥାନା ପୋଲିସ ଏକ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ଚଢ଼ାଉ କରିଛି ।

ନିକଟରେ ହୋଇଥିବା ନକଲି ତେଲ ଚଢ଼ାଉ ଲିଙ୍କ ପରେ ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ଚଢ଼ାଉ କରିଛି ।

ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ରାୟଗଡ଼ା ବନଖଣ୍ଡ ଅଧିକାରୀ ନାଁରେ ଆସିଲା ଅଭିଯୋଗ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ଘଟଣା। ରାୟଗଡ଼ା ବନଖଣ୍ଡ ଅଧିକାରୀ ନାଁରେ ଆସିଲା ଅଭିଯୋଗ। ମୃତକଙ୍କ ଭାଇ ରବିନାରାୟଣ ରାୟଗଡ଼ା ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କ ନାଁରେ ଟାଉନ ଥାନାରେ ଏତଲା ଦେଇଛନ୍ତି। ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ବେହେରା ସଞ୍ଜୟଙ୍କୁ ମାନସିକ ନିର୍ଯାତନା ଦେବା ସହ ସବୁବେଳେ ପିସି ମାଗୁଥିଲେ। ନଚେତ ନିଲମ୍ବିତ କିମ୍ବା ବହିଷ୍କାର କରିବାକୁ ଧମକ ଦେଉଥିଲେ। ସଞ୍ଜୟଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ୍ ନୋଟରେ ଏହା ଦର୍ଶାଯାଇଛି ବୋଲି ରବିନାରାୟଣ ଏତଲାରେ ଉଲ୍ଲେଖ କରିଛନ୍ତି। ତେଣୁ ସଞ୍ଜୟଙ୍କ ଆତ୍ମହତ୍ୟା ପାଇଁ ବନଖଣ୍ଡ ଅଧିକାରୀ ଦାୟୀ ବୋଲି ସେ ଅଭିଯୋଗ ଆଣିଛନ୍ତି। ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ
ପ୍ରଶାସନକୁ ନିବେଦନ କରିଛନ୍ତି।

ଡାକ୍ତରଖାନାରେ ମିଳିଲାନି ଚିକିତ୍ସା ଚାଲିଗଲା ୫ ମାସ ଶିଶୁର ଜୀବନ

ମୟୂରଭଞ୍ଜ: ଡାକ୍ତରଖାନାରେ ଚିକିତ୍ସା ନମିଳାବାରୁ ଚାଲିଗଲା ୫ ମାସ ଶିଶୁକନ୍ୟାର ଜୀବନ। ଅବହେଳା ପ୍ରତିବାଦରେ ମେଡିକାଲ ସାମ୍ନାରେ ଧାରଣାରେ ବସିଲେ ପରିବାର। ଘଟଣାଟି ଦେଖିବାକୁ ମିଳିଛି ଉଦଳା ମେଡିକାଲରେ। ସୂଚନା ଅନୁଯୀୟୀ,  କପ୍ତିପଦା ଥାନା ଦେୱାନବାହାଳୀ ଗ୍ରାମର ମଧୁସୂଦନ ରାଉତଙ୍କ ୫ ମାସର ଝିଅକୁ ବୁଧବାର ଆଶା ଦିଦି ଟୀକା ଦେଇଥିଲେ। ଟିକା ନେବାର କିଛି ଘଣ୍ଟା ପରେ ଶିଶୁଟି ଅସୁସ୍ଥ ହେବାକୁ ଆରମ୍ଭ କରିଥିଲା। ରାତିରେ ଶିଶୁଟିର ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଉଦଳା ମେଡିକାଲକୁ ନେଇଥିଲେ। ମେଡିକାଲରେ ପହଞ୍ଚି ଆଉଟଡୋରରେ ଦେଖାଇବା ପରେ ମେଡ଼ିସିନ ୱାର୍ଡକୁ ଡାକ୍ତର ପଠାଇଥିଲେ। ହେଲେ ଦୀର୍ଘ ସମୟ ମେଡ଼ିସିନ ୱାର୍ଡରେ ଥିଲେ ସୁଦ୍ଧା କୌଣସି ନର୍ସଙ୍କ ଦେଖା ମିଳିନଥିଲା। ନର୍ସ ଆସିଲାବେଳକୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଯାହାକୁ ନେଇ ଆଜି ସକାଳୁ ପରିବାର ଲୋକେ ମୃତଦେହ ଧରି ମେଡିକାଲ ସମ୍ମୁଖରେ ଧାରଣାରେ ବସିଛନ୍ତି।

ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଘର ବାହାରପଟୁ ତାଲା ପକାଇ ନିଆଁ ଲଗାଇଦେଲେ ପଡୋଶୀ

ଭଦ୍ରକ: ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଘର ବାହାରପଟୁ ତାଲା ପକାଇ ନିଆଁ ଲଗାଇଦେଲେ ପଡୋଶୀ। ଅଳ୍ପକେ ବର୍ତ୍ତିଗଲା ୬ ଜୀବନ। ଘଟଣାଟି ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକର ଧାମରା ଥାନା ଅଧିନ ନରସିଂହପୁର ଗାଁରେ। ପଡୋଶୀ ରବି ନାରାୟଣଙ୍କ ଦୁଇ ପୁଅଙ୍କ ସହ ବାଇକ ସାଇଡ ମରାକୁ ନେଇ ବଚସା ହୋଇଥିଲା। ସେହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କର ଦୁଇ ପୁଅ ଜଣେ ସାଙ୍ଗକୁ ଧରି ବିଳମ୍ବିତ ରାତିରେ ଲମ୍ବୋଦରଙ୍କ ଘରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ନିଆଁର ଝୁଲ ଘରେ ପଡିବା ପରେ ଘରୁ ବାହାରିବାକୁ ଉଦ୍ୟମ କରିଥିଲେ ପରିବାର ଲୋକେ। କିନ୍ତୁ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କବାଟ ଖୋଲିନଥିଲା। ବାଧ୍ୟହୋଇ ଶେଷରେ କବାଟ ତାଡି ଘରୁ ବାହରିବାପରେ କବାଟ ତାଲା ପଡିବା ସହ କିଛି ଯୁବକ ସେଠାରୁ ଦୌଡି ପଳାଇଥିଲେ। ଖବର ପାଇ ଧାମରା ଦମକଳବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲୋ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଅନ୍ୟପଟେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲମ୍ବୋଦର ଦାବି କରିଛନ୍ତି।

ପୁଣି ବୋରୱେଲ ଟ୍ରାଜେଡି: ରାଜସ୍ଥାନରେ ବୋରୱେଲ ମଧ୍ୟକୁ ଖସିପଡ଼ିଛି ଅଢେଇ ବର୍ଷର ଶିଶୁକନ୍ଯା

ନନ୍ଦିଘୋଷ ବ୍ୟୁରୋ: ପୁଣି ବୋରଓ୍ବେଲରେ ଫସିଲା ଶିଶୁ। ରାଜସ୍ଥାନ ଦୌସା ଅଂଚଳରେ ବୋରୱେଲ ମଧ୍ୟକୁ ଖସିପଡ଼ିଛି ଶିଶୁ। ୩୫ ଫୁଟ ଗଭୀର ବୋରଓ୍ବେଲରେ ଅଢ଼େଇ ବର୍ଷର ଶିଶୁକନ୍ୟା ନିରୁ ଫସିରହିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ। ପାଇପ ସାହାଯ୍ୟରେ ଅକ୍ସିଜେନ ସପ୍ଲାଏ କରାଯାଇଛି। କ୍ୟାମେରାରେ ଶିଶୁକନ୍ୟାର ଗତୁବିଧିକୁ କ୍ୟାପଚର କରାଯାଉଛି। ଶିଶୁକୁ ଖାଇବାକୁ ବିସ୍କୁଟ ଓ କ୍ଷୀର ମଧ୍ୟ ଦିଆଯାଇଛି।

ରେସକ୍ୟୁ ପାଇଁ SDRF ଓ NDRF ଟିମ୍କୁ ଡକାଯାଇଛି। ଶିଶୁକୁ ଉଦ୍ଧାର ପାଇଁ ଜେସିବି ଦ୍ବାରା ମାଟି ଖୋଳାଯାଉଥିବା ବେଳେ ବର୍ଷା ସାଜିଛି ବାଧକ। ଗତକାଲି ଘର ପାଖରେ ଖେଳୁଥିବା ସମୟରେ ସନ୍ଧ୍ୟା ୫ଟାରେ ଶିଶୁଟି ବୋରଓ୍ବେଲରେ ପଡିଯାଇଥିଲା।

ଲଗାଣ ବର୍ଷାରେ ବେହାଲ ବାଲେଶ୍ବର, ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ସୁବର୍ଣ୍ଣରେଖା

ବାଲେଶ୍ବର: ଲଗାଣ ବର୍ଷାରେ ବେହାଲ ବାଲେଶ୍ବର। ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ସୁବର୍ଣ୍ଣରେଖା। ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଗୁରୁବାର ସକାଳ ୬ ଟା ସୁଦ୍ଧା ୧୦.୮୦ ମିଟରରେ ପାଣି ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ପାଣି କମୁଥିଲେ ସୁଦ୍ଧା ଭୋଇରାଇର ୫୦ ଟି ଗାଁ ଓ ବାଲିଆପାଳ ବ୍ଲକର ୨୫ଟି ଗାଁ ଏବେ ପାଣି ଘେରରେ ରହିଛି। ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡି ମାରିବା ସହ ବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ଏବଂ ତାହ ସହିତ ଭୋଗରାଇ, ବାଲିଆପାଳ, ଜଳେଶ୍ଵର, ବସ୍ତା, ଅଞ୍ଚଳରେ ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ପଶି ନଦୀର ଭ୍ରମ ସୃଷ୍ଟି କରୁଛି।

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ ନାବାଳକ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଚାଞ୍ଚଲ୍ୟ। ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କୁତ୍ରା ଥାନାରେ ଗଣଦୁଷ୍କର୍ମ ନେଇ ଅଭିଯୋଗ କଲେ
ନିଜେ ପୀଡ଼ିତା । ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜୁ । ଗତ ୧୬ ତାରିଖରେ ଘଟିଥିଲା ଘଟଣା।

ପୀଡିତା ମଙ୍ଗଳବାର କୁତ୍ରା ଥାନାରେ ଏ ନେଇ ଏତଲା ଦେବା ପରେ କୁତ୍ରା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଯୁବତୀଙ୍କୁ ୩ ଜଣ ଦୁଷ୍କର୍ମ କରିଥିବା ବେଳେ ତାଙ୍କ ମଧ୍ୟରେ ଜଣେ ନାବାଳକ ଥିବା ନେଇ ସୂଚନା ରହିଛି।

ବିହାର ନାୱାଡ ଜିଲ୍ଲାରେ ଅଘଟଣ, ଦଳିତ ବସ୍ତିରେ ୮୦ ଘର ଜାଳିଦେଲେ ବାହୁବଳୀ

ନନ୍ଦିଘୋଷ ବ୍ୟୁରୋ: ବିହାର ନାୱାଡ ଜିଲ୍ଲାରେ ଅଘଟଣ। ଦଳିତ ବସ୍ତିରେ ଗୁଣ୍ଡାଗର୍ଦ୍ଦି କରି ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି ବାହୁବଳୀ । ବସ୍ତିରେ ୫୦ ରାଉଣ୍ଡ ଗୁଳିମାଡ କରିବା ସହ ଜାଳିଦେଇଛନ୍ତି ୮୦ ଘର। ନାୱାଡ ଜିଲ୍ଲାର କୃଷ୍ଣ ନଗର ଗାଁର ଘଟଣା। ଏହି ଘଟଣାରେ ଏକ ବଡ ଖବର ସାମ୍ନାକୁ ଆସିଛି । ପୋଲିସ ସୂଚନା ଅନୁଯାୟୀ, ଏହି ହିଂସାକାଣ୍ଡ ଜମି ବିବାଦକୁ ନେଇ ହୋଇଛି । ଏହି ଜମି ବିହାର ସରକାରଙ୍କ ହୋଇଥିବା ବେଳେ ଗୋଟେ ପକ୍ଷ ଲୋକ ଏବାକୁ ନିଜ ଜମି ବୋଲି ଦାବି କରୁଥିବା ବେଳେ ଅନ୍ୟପକ୍ଷ ଲୋକ ମଧ୍ୟ ଏହି ଜମିକୁ ନିଜର ବୋଲି ଦାବି କରିଛନ୍ତି। ଏହାକୁ ନେଇ ବସ୍ତିରେ ହିଂସାକାଣ୍ଡ ଘଟାଇଛନ୍ତି ବାହୁବଳୀ ।  ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଗାଁ ଲୋକ କହିଛନ୍ତି ଯେ, ବୁଧବାର ଦିନ ୧୦୦ ବାହୁବଳୀ ଦଳିତ ବସ୍ତିରେ ଆସି ପହଞ୍ଚିଥିଲେ । ବସ୍ତିରେ ୫୦ ରାଉଣ୍ଡ ଗୁଳିମାଡ କରିବା ସହ ଘର ଗୁଡିକରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ସ୍ଥାନୀୟ ଅଧିକାରୀ, ଡିଏମ୍ ଓ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି ।

ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ, ବ୍ରିଜ ଉପରେ ରହିଛି ସ୍କୁଟି, ଜୋତା, ମୋବାଇଲ୍ ଫୋନ୍

ଯାଜପୁର: ଯାଜପୁର ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ। ଖରସ୍ରୋତା ବ୍ରିଜ ଉପରୁ ନଦୀକୁ ଡେଇଁ ମହିଳା ନିଖୋଜ ଥିବା ସୂଚନା ମିଳିଛି। ବ୍ରିଜ ଉପରେ ନିଜର ସ୍କୁଟି ଜୋତା ,ମୋବାଇଲ୍ ଫୋନ୍ ଥୋଇ ଭରା ନଦୀକୁ ଡେଇଁ ପଡ଼ିଥିଲେ ଯୁବତୀ। ତେବେ ମହିଳାଙ୍କ ସ୍କୁଟିରେ କେତେକ ଡକ୍ୟୁମେଣ୍ଟ ଓ କାଗଜ ପତ୍ର ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି ମୋବାଇଲ୍ ଫୋନ୍ ଜୋତାକୁ ପୋଲିସ ଜବତ କରିଛି ।

ନିଖୋଜ ମହିଳା ମନ୍ଦାକିନୀ ସାମଲ ବୋଲି ଜଣାପଡ଼ିଥିବା ବେଳେ ଘର କେଉଁଠି ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ପୂର୍ବଶତ୍ରୁତାରୁ ରାଜଧାନୀରେ ବୋମାମାଡ଼, ଜଣେ ନାବାଳକ ଆହତ

ଭୁବନେଶ୍ୱର: ରାଜଧାନୀରେ ବୋମାମାଡ଼। ବାପୁଜୀନଗର କେଦାରପଲ୍ଲୀ ବସ୍ତିର ଦୁଇଟି ସ୍ଥାନରେ ହୋଇଛି ବୋମାମାଡ଼। ପୂର୍ବଶତ୍ରୁତାରୁ ବୋମାମାଡ଼ ହୋଇଥିବା ସୂଚନା। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି। କେଦାରପଲ୍ଲୀ ବସ୍ତିର ଲେନ୍ ୧ ଓ ଶିଶୁଭବନ ନିକଟସ୍ଥ ବରହମପୁର ଗଳି ବସ୍ତିରେ ବୋମାମାଡ ହୋଇଛି । ବୋମାମାଡ଼ରେ ଥରି ଉଠିଛି ବାପୁଜୀନଗର। ସିସିଟିଭି ଆଧାରରେ ଦୃର୍ବୁତ୍ତଙ୍କୁ ଖୋଜା ଜାରି ରଖିଛି ପୋଲିସ।

ବୋମାମାଡରେ ଜଣେ ନାବାଳକ ଆହତ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। ପ୍ରାଥମିକ ସ୍ତରରେ ପତିଆରା ପାଇଁ ଏହି କାଣ୍ଡ ଘଟା ଯାଇଥିବା ସୂଚନା ମିଳିଛି। ସେପଟେ ଘଟଣା ପରେ କ୍ୟାପିଟାଲ ଥାନା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସିସିଟିଭି ଆଧାରରେ ଦୃର୍ବୁତ୍ତଙ୍କୁ ଧରିବା ପାଇଁ ଚାରିଆଡ଼େ ମାରାଥନ୍ ରେଡ ଜାରି ରଖିଛି।