spot_img
Home Blog Page 1493

କ୍ଯାପଟେନ ଓ ବାନ୍ଧବୀଙ୍କୁ ନେଇ ସିନ୍‌ ରିକ୍ରିଏସନ କରୁଛି ଭରତପୁର ପୋଲିସ

ଭୁବନେଶ୍ବର: ଭରତପୁର ଥାନାରେ କ୍ଯାପଟେନ ଓ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଘଟଣା। ପୀଡ଼ିତା ଓ ପୁରୁଷ ବନ୍ଧୁଙ୍କୁ ନେଇ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ। ସେପଟେ ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ୍ ଟିମ୍ ପହଞ୍ଚି କରିଛି ଛାନବିନ। ସେପଟେ ଆର୍ମି ସୁରକ୍ଷାରେ ଥାନାରେ ପହଞ୍ଚିଥିଲେ କ୍ଯାପଟେନ ଓ ବାନ୍ଧବୀ। ଥାନା ଭିତରେ ସବୁ ଦିଗକୁ ନେଇ ଯାଞ୍ଚ କରିଛି ଟିମ୍।

ଭିଡିଓଗ୍ରାଫି ମାଧ୍ୟମରେ ତଦନ୍ତ ପ୍ରକ୍ରିୟାକୁ କରାଯାଇଛି ରେକର୍ଡିଂ। ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୋଲିସ ଥିଲେ ଉପସ୍ଥିତ। ଗତକାଲି ୪ଟାରେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଥାନାକୁ କ୍ରାଇମବ୍ରାଞ୍ଚ ଥାନାକୁ ଡାକିଥିଲେ। ହେଲେ ୩ ଘଣ୍ଟା ପରେ ବି ଟିମ ଆସି ନଥିଲେ ବୋଲି କୁହାଯାଉଛି। ଦେଶବ୍ଯାପୀ ଚହଳ ସୃଷ୍ଟି କରିଥିଲା ଭରତପୁର ଥାନା ନିର୍ଯାତନା ଘଟଣା।

ରାଜ୍ଯ ସରକାରଙ୍କ ଆଇନଶୃଙ୍ଖଳା ବ୍ଯବସ୍ଥା ଉପରେ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ଦେଶ ଓ ବିଦେଶରେ ବି ଚର୍ଚ୍ଚା ସୃଷ୍ଟି କରିଥିଲା ଘଟଣା। ପୋଲିସର ଥାର୍ଡ ଡିଗ୍ରୀ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର। ବିଚାର ବିଭାଗୀୟ ତଦନ୍ତ ଲାଗି ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।..

ଶଙ୍ଖ ଭବନରେ ନୂଆପଡ଼ା ଜିଲ୍ଲାର ଦଳୀୟ ସମୀକ୍ଷା କଲେ ନବୀନ

ଭୁବନେଶ୍ବର: ଶଙ୍ଖ ଭବନରେ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଜିଲ୍ଲାର ଦଳୀୟ ସମୀକ୍ଷା। ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀଙ୍କ ସହିତ ସଂଗଠନ ଓ ଦଳର ସ୍ଥିତି ନେଇ ଆଲୋଚନା କରିଛନ୍ତି।

ଦଳକୁ ଆହୁରି ସକ୍ରିୟ ରଖି ଆହୁରି ମଜଭୁତ କରିବା ହେଉଛି ଏହି ସମୀକ୍ଷା ବୈଠକର ମୁଖ୍ୟ ଲକ୍ଷ୍ୟ । ବିଜେଡିର ୨୪ ବର୍ଷର ଶାସନରେ ନବୀନ ସରକାର ଯେଉଁ ଲୋକାଭିମୁଖୀ କାମ କରିଥିଲେ, ସେ ସଂପର୍କରେ ଲୋକଙ୍କ ଅବଗତ କରାଇବା ଉପରେ ବି ଆଲୋଚନା ହୋଇଥିବା ଜଣାପଡ଼ିଛି।

ଏବେର ସରକାର ଯୋଗୁଁ ଭୟ ଓ ଆଶଙ୍କାରେ ରହିଛନ୍ତି ଆଦିବାସୀ: ବିଜେଡି

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ସମୟରେ ଆଦିବାସୀ ବିକାଶ ହୋଇଛି। ହେଲେ ଏବେର ସରକାର ଯୋଗୁଁ ଭୟ ଓ ଆଶଙ୍କାରେ ରହିଛନ୍ତି ଆଦିବାସୀ। ନବୀନ ସରକାକଙ୍କ ଅନେକ ଯୋଜନା ବନ୍ଦ କରାଯାଇଛି। ତେଣୁ ବିକାଶ ଏବେ ସ୍ୱପ୍ନ ହୋଇଛି ବୋଲି ଅଭିଯୋଗ କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି- ସବୁ ଜିଲ୍ଲାରେ ଆଦିବାସୀ ଆନ୍ଦୋଳନ କରୁଛନ୍ତି ଜଙ୍ଗଲ ଜମି ଆଇନ ପାଇଁ। ହେଲେ ସରକାର ଶୁଣୁନାହାନ୍ତି।

ପଶ୍ଚିମ ଓଡ଼ିଶାରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ରହିଛନ୍ତି। ହେଲେ ୧୮ ପ୍ରତିଶତ ଜିଏସଟି ଛାଡ ହେଲାନି। SDC ଜରିଆରେ ଅନୁଦାନ ଦେଇ କଳା ସଂସ୍କୃତି ବିକାଶ କରାଯାଉଥିଲା। ମାତ୍ର ତାହା ବନ୍ଦ ହୋଇଛି। ରାଜ୍ଯ ସରକାର ଆଦିବାସୀଙ୍କ ବିକାଶ ଚାହୁଁନାହାନ୍ତି। ୧୩୫ ବର୍ଗ ଏବେ ବି ଆଦିବାସୀ ମାନ୍ୟତା ଅପେକ୍ଷାରେ ଅଛନ୍ତି।

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବି ଆଦିବାସୀଙ୍କୁ ପାତର ଅନ୍ତର କରାଯାଇଛଇ। ଏ ଯାଏଁ ଆଦିବାସୀ ଜନଗଣନା ହୋଇନାହିଁ। ୧୦୦ ଦିନରେ କେବଳ ରଙ୍ଗ ବଦଳାଯାଇଛି ବୋଲି ଅଭିଯୋଗ କରିଛି ବିଜେଡି। ଓଡ଼ିଆ ଅସ୍ମିତା ନଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି। ସରକାର ମାଗଣା ବିଜୁଳି ଦେଲେନି। ସୁଭଦ୍ରା ଯୋଜନାରେ ବି ଟଙ୍କା ଠିକ ଭାବେ ମହିଳାଙ୍କୁ ମିଳୁନାହିଁ।

ନାବାଳିକାକୁ ରାଉରକେଲାରେ ଗଣଦୁଷ୍କର୍ମ, ତଦନ୍ତ ଆରମ୍ଭ

ରାଉରକେଲା: ସହରରେ ପୁଣି ଲଜ୍ଜା। ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ସିଭିଲ ଟାଉନସିପରୁ ୧୭ ବର୍ଷର ନାବାଳିକାକୁ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।‌ ଗତ ୨୨ ତାରିଖ ରାତିରେ ନାବାଳିକାକୁ ଉଠାଇ ନେଇ ପ୍ରଥମେ ଦୁଇଜଣ ଓ ପରେ ତିନି ଜଣ ଗଣ ଦୁଷ୍କର୍ମ କରିଛନ୍ତି।

ପ୍ଲାଣ୍ଟ ସାଇଟ ଥାନା ସାତତାଲା ଛକ ନିକଟସ୍ଥ ଏକ ଅନ୍ଧାରୁଆ ଜାଗାରେ କରିଛନ୍ତି ଗଣଦୁଷ୍କର୍ମ । ଏନେଇ ରଘୁନାଥପାଲି ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଅଭିଯୋଗ ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

IICଙ୍କୁ ତୀରମାଡ କରିଥିବା ଯୁବକକୁ କାବୁ କରିବାକୁ ସ୍ବତନ୍ତ୍ର ପୋଲିସ ଟିମର ଉଦ୍ୟମ

ସୁନ୍ଦରଗଡ଼: ମହୁଲପଦା ଥାନା ଆଇଆଇସିଙ୍କୁ ତୀରମାଡ କରିଥିବା ଯୁବକକୁ କାବୁ କରିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ ପକ୍ଷରୁ ଉଦ୍ୟମ। ଗତକାଲି ଅଭିଯୁକ୍ତ ବଡଜଲ ସ୍କୁଲର ତିନି ମହଲା ଛାତ ଉପରେ ରହି ମହୁଲପଦା ଥାନା ଆଇଆଇସିଙ୍କୁ ତୀରମାଡ କରିଥିଲେ। ଯୁଵକକୁ ଧରିଵାରେ ପୋଲିସକୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।

ଯୁବକଙ୍କୁ ଧରିବା ପାଇଁ ରାଉରକେଲାରୁ ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF ଟିମ ଗତରାତିରୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସଫଳ ହୋଇ ପାରିନାହାନ୍ତି। ଯୁବକଙ୍କ ନିକଟରେ ଧନୁତୀର, ଟାଙ୍ଗିଆ ଆଦି ଥିବାରୁ ତାଙ୍କୁକୁ ଧରିବାରେ ଅସୁବିଧା ହେଉଛି। ବଡଜଲ ସ୍କୁଲ ଛାତ ଉପରେ ବସି ଉତ୍ପାତ କରୁଥିବା ଯୁବକକୁ ଧରିଵା ପାଇଁ ଗତକାଲି ମହୁଲପଦା ଥାନା ଆଇଆଇସି ସଦଳବଳେ ଯାଇଥିଲେ ।

କିନ୍ତୁ ଯୁବକଙ୍କ ତୀର ମାଡ଼ରେ ମହୁଲପଦା ଥାନା ଆଇଆଇସି ଆହତ ହୋଇଥିଲେ‌ । ଯୁଵକ ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବାରୁ ଯୁଵକକୁ ଧରିଵା ପାଇଁ ଅଗ୍ନିଶମ ଵାହିନୀ ଓ ସ୍ଥାନୀୟ ପୋଲିସ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯୁବକଙ୍କୁ ଧରିବା ପାଇଁ ରାଉରକେଲାରୁ ସ୍ଵତନ୍ତ୍ର ପୋଲିସ ଟିମ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ DVF ଟିମ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଆହତ ଆଇ ଆଇ ସି ଙ୍କ ଵଣାଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ତୀରକୁ ଜଵତ କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଶତ୍ରୁ ସଂହାର ସହ ଆତଙ୍କୀ ମୁକାବିଲା ଲାଗି ଅସ୍ତରଙ୍ଗରେ ପ୍ରସ୍ତୁତ ନୌସେନା

0

ଅସ୍ତରଙ୍ଗ: ଶତ୍ରୁ ସଂହାର ସହ ଆତଙ୍କୀ ମୁକାବିଲା ଲାଗି ନୌସେନା ଜାଗତିଆର। ଅସ୍ତରଙ୍ଗ ଉପକୂଳରେ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯିବା

ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତେକ ବର୍ଷ ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ । ଏହି ସମରାଭ୍ଯାସରେ ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ, ସାଗର ମିତ୍ର ପ୍ରମୁଖ ସାମିଲ ହୋଇଛନ୍ତି। ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ୟରେ ଏହି ସମରାଭ୍ଯାସ ହୋଇଛି।

ବ୍ଲୁ ଫୋର୍ସ ଓ ରେଡ ଫୋର୍ସ ଦୁଇଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି।ଉପକୂଳକୁ ବ୍ଲୁ ବାହିନୀ ଜଗିରହିଥିବା ବେଳେ ରେଡ ବାହିନୀ ଶତ୍ରୁ ପକ୍ଷହୋଇ ଦୂର ସମୁଦ୍ରକୁ ଯାତ୍ରା କରି ପୁଣି ଉପକୂଳ ମୁହାଁହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଛି । ବ୍ଲୁ ବାହିନୀ ଉପକୂଳକୁ ରକ୍ଷା କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି। ବାହ୍ୟ ଶତ୍ରୁ ଠାରୁ ଉପକୂଳକୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ କରାଯାଇଥାଏ।

ପାରାଦୀପରେ ଆରମ୍ଭ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୨

ଜଗତସିଂହପୁର: ପାରାଦୀପରେ ଆରମ୍ଭ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୨ । ୨୬-୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟକ ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ। ତେବେ ଚଳିତ ବର୍ଷର ଦ୍ବିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇଦିନ ଧରି ଗଭୀର ସମୁଦ୍ରରେ ଆରମ୍ଭ ହୋଇଛି।

ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୮ ରୁ ଉର୍ଦ୍ଧ୍ବ ବିଭାଗ। ଗଭୀର ସମୁଦ୍ର ରେ ଇଣ୍ଡିଆନ ନ୍ୟାଭି, କୂଳରେ କୋଷ୍ଟଗାର୍ଡ , ମେରାଇନ ପୋଲିସ ଓ ମତ୍ସ୍ଯ ବିଭାଗ ପଇଁତରା ମାରିବା ସହିତ ଅନ୍ୟ ବିଭାଗ ଗୁଡିକ ସ୍ଥଳଭାଗରେ ଉପକୂଳ କୁ ସୁରକ୍ଷା ଯୋଗାଉଛନ୍ତି।

ନୌସେନା, ତଟରକ୍ଷୀବାହିନୀ, ସିଆଇଏସଏଫ, ମତ୍ସ୍ଯବିଭାଗ, ମେରାଇନ ପୋଲିସ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ , ବନ ବିଭାଗ, ପାରାଦ୍ଵୀପ ବନ୍ଦର ପ୍ରଭୃତିକୁ ଦୁଇଟି ବିଭାଗ ରେ ବିଭକ୍ତ କରାଯାଇଛି। ରେଡ ଟିମ ଆତଙ୍କବାଦୀଙ୍କ ରୂପରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହି ଆକ୍ରମଣ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ ।

ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍, ତଦନ୍ତ ପକ୍ରିୟାକୁ କରାଯାଉଛି ରେକର୍ଡିଂ

0

ଭୁବନେଶ୍ବର: ଭରତପୁର ଥାନାରେ କ୍ଯାପଟେନ ଓ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଘଟଣା। ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ୍ ଟିମ୍ ପହଞ୍ଚି କରିଛି ଛାନବିନ। ଥାନା ଭିତରେ ସବୁ ଦିଗକୁ ନେଇ ଯାଞ୍ଚ କରୁଛି ଟିମ୍। ଭିଡିଓଗ୍ରାଫି ମାଧ୍ୟମରେ ତଦନ୍ତ ପକ୍ରିୟାକୁ କରାଯାଉଛି ରେକର୍ଡିଂ। ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୋଲିସ ରହିଛନ୍ତି ଉପସ୍ଥିତ।

ସେପଟେ ପଥରଗାଡ଼ିଆ ଅଞ୍ଚଳରେ ପୀଡ଼ିତାଙ୍କ ସହିତ ଦୁର୍ବ୍ୟବହାର ହୋଇଥିବା ସ୍ଥାନକୁ ବି ଯାଇପାରେ ଟିମ୍। ଦେଶବ୍ଯାପୀ ଚହଳ ସୃଷ୍ଟି କରିଥିଲା ଭରତପୁର ଥାନା ନିର୍ଯାତନା ଘଟଣା। ରାଜ୍ଯ ସରକାରଙ୍କ ଆଇନଶୃଙ୍ଖଳା ବ୍ଯବସ୍ଥା ଉପରେ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ଦେଶ ଓ ବିଦେଶରେ ବି ଚର୍ଚ୍ଚା ସୃଷ୍ଟି କରିଥିଲା ଘଟଣା।

ପୋଲିସର ଥାର୍ଡ ଡିଗ୍ରୀ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର। ବିଚାର ବିଭାଗୀୟ ତଦନ୍ତ ଲାଗି ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଆଜିଠୁ ରାଜ୍ୟରେ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

0

କଟକ: ଆଜିଠୁ ରାଜ୍ୟରେ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ୧୫ ହଜାର କର୍ମଚାରୀ । ଏସମା ଆଦେଶକୁ ବି ମାନିବନି ମହାସଂଘ । ଆଜି ଓ କାଲି ଦୁଇଦିନ ଆନ୍ଦୋଳନ ଚାଲିବ । ତେବେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ । ଆଇସିୟୁ, ଓଟି ଭଳି ଏମରଜେନ୍ସିଂ ସେବା ସ୍ୱେଚ୍ଛାକୃତ ଭାବେ ଚଳାଇବେ ନର୍ସିଂ ଅଫିସର ।

ତେବେ ଦୁଇଦିନରେ ଯଦି ସରକାର ଦାବି ନଶୁଣନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ରୋଗୀ ସେବା ବନ୍ଦ କରିଦିଆଯିବ ବୋଲି ମହାସଂଘ ଚେତାବନୀ ଦେଇଛି । ଏପଟେ ଏସମାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ସବୁ CDMO ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଛି ନର୍ସିଂ ନିର୍ଦ୍ଦେଶାଳୟ । ଯଦି କୌଣସି ନର୍ସିଂ ଅଫିସର ଷ୍ଟ୍ରାଇକ କରୁଥିବେ ସେନେଇ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ନର୍ସିଂ କ୍ଷେତ୍ରରେ ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ, କର୍ମଚାରୀଙ୍କୁ କଣ୍ଟ୍ରାକଚ୍ୟୁଆଲରୁ ରେଗୁଲାର କରିବା ଆଦି ୧୦ ଦଫା ଦାବି ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇବ । ସଂଘର ଦାବି ଅନୁସାରେ, ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ଛଅ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରିରେ ମିଶାଇ ପଦୋନ୍ନତି, ଆର୍ଥିକ ସହାୟତା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, CHO ପଦବୀରୁ ଫେରାଇଆଣି କ୍ୟାଡ଼ର ପୋଷ୍ଟରେ ଅବସ୍ଥାପିତ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସରଙ୍କୁ ସ୍ଥାୟୀ ନିଯୁକ୍ତି ସହ ଠିକାସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜନ ଆଦେଶକୁ ପ୍ରତ୍ଯାହାର କରିବାକୁ ଦାବି ହୋଇଛି ।

ଆଜି ଗୋଆରେ ମନ୍ତ୍ରିସ୍ତରୀୟ ପ୍ୟାନେଲ ବୈଠକ, ଜିଏସଟି ହାରର ଯୁକ୍ତିଯୁକ୍ତତା ଉପରେ ନିଷ୍ପତ୍ତି

0

ପାଣାଜୀ: ଆଜି ଗୋଆରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରିସ୍ତରୀୟ ପ୍ୟାନେଲ ବୈଠକରେ ଜିଏସଟି ହାରର ଯୁକ୍ତିଯୁକ୍ତତା ଉପରେ ନିଷ୍ପତ୍ତି ନିଆଯିବ । ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧୀନରେ ଗଠିତ ୬ଜଣିଆ ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ବୈଠକ ଅଗଷ୍ଟ ୨୨ରେ ହୋଇଥିବାବେଳେ ସେପ୍ଟେମ୍ବର ୯ରେ ଜିଏସଟି ପରିଷଦ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ ।

ଅଗଷ୍ଟରେ ଅନୁଷ୍ଠିତ ବୈଠକରେ ଏହି ପ୍ୟାନେଲ କେନ୍ଦ୍ର ତଥା ରାଜ୍ୟଗୁଡ଼ିକର ଟିକସ ଅଧିକାରୀଙ୍କୁ ନେଇ ଗଠିତ ଫିଟମେଣ୍ଟ କମିଟିକୁ କିଛି ଉତ୍ପାଦ ଉପରେ ଟିକସ ହାର ପରିବର୍ତ୍ତନର ପ୍ରଭାବ ବିଶ୍ଲେଷଣ କରିବାକୁ ଏବଂ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଦାୟିତ୍ବ ଦେଇଥିଲା। ଜିଏସଟି ଏକ ଚାରିସ୍ତରୀୟ ଟିକସ ବ୍ୟବସ୍ଥା, ଯେଉଁଥିରେ ୫, ୧୨, ୧୮ ଓ ୨୮% ସ୍ଲାବ୍ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ସାଧାରଣତଃ ଟିକସ ଛାଡ଼ ଥାଏ, ଅଥବା ସର୍ବନିମ୍ନ ସ୍ଲାବ୍ ଲାଗୁ ହୋଇଥାଏ।

ଅନ୍ୟପକ୍ଷରେ ବିଳାସପୂର୍ଣ୍ଣ ଓ ଅବଗୁଣ ସାମଗ୍ରୀ ଉପରେ ସର୍ବାଧିକ ସ୍ଲାବର ଟିକସ ଲାଗିଥାଏ। ବିଳାଶପୂର୍ଣ୍ଣ ଓ ସାମଜ ପାଇଁ କ୍ଷତିକାରକ ସାମଗ୍ରୀ ଉପରେ ୨୮% ଜିଏସ୍ଟି ଲାଗିଥାଏ। ୧୨% ଓ ୧୮% ସ୍ଲାବ୍ର ଏକତ୍ରୀକରଣ ପାଇଁ ଆଲୋଚନା ଚାଲିଥିବାବେଳେ ଏପର୍ଯ୍ୟନ୍ତ ପ୍ରସ୍ତାବ ଦିଆଯାଇ ନାହିଁ। ତେବେ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଭଳି ରାଜ୍ୟ ବର୍ତ୍ତମାନ ଜିଏସଟି ସ୍ଲାବ୍ ପରିବର୍ତ୍ତନ ଚାହୁଁନାହାନ୍ତି।

ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଚନ୍ଦ୍ରୀମା ଭଟ୍ଟାଚାର୍ଯ୍ୟ ଅଗଷ୍ଟରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ପ୍ୟାନେଲ ବୈଠକରେ କହିଥିଲେ ଯେ, ଜିଏସ୍ଟି ସ୍ଲାବରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି କହିଥିଲେ। ସେହିପରି କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ କ୍ରିଷ୍ଣ ବାୟରେ କହିଥିଲେ ଯେ, ମନ୍ତ୍ରୀସ୍ତରୀୟ ପ୍ୟାନେଲକୁ ବିଶ୍ଲେଷଣ କରିବାକୁ ହେବ ଯେ, ବର୍ତ୍ତମାନ ଜିଏସଟି ସ୍ଲାବ୍ ପରିବର୍ତ୍ତନ ହେବାର ଆବଶ୍ୟକତା ଅଛି ନା ନାହିଁ। ଏହାକୁ ପରିବର୍ତ୍ତନ କରି ତୁମେ କଣ ପାଇବ ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ।