spot_img
Home Blog Page 1472

ସତ୍ୟନଗର ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଆଶୀର୍ବାଦ ନେଲେ ନବୀନ

ଭୁବନେଶ୍ୱର: ପବିତ୍ର ଖ୍ରୀଷ୍ଟମାସ ଅବସରରେ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ସତ୍ୟନଗରସ୍ଥିତ ଚର୍ଚ୍ଚରେ ପହଞ୍ଚି ସେଠାରେ କେକ୍ କାଟିଥିଲେ ନବୀନ। ଏହା ସହ ସେଠାରେ ଥିବା ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ ପଟ୍ଟନାୟକ।

ନବୀନଙ୍କୁ ପାଖରେ ପାଇ ସେଠାରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଭାବବିହ୍ୱଳ ହୋଇଥିଲେ ଲୋକେ । ଚର୍ଚ୍ଚର ବିକାଶ ପାଇଁ ପୂର୍ବତନ ସରକାର ଅନୁଦାନ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ ଶ୍ରଦ୍ଧାଳୁ।

‘ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କୁ କରାଯାଇପାରେ ଗିରଫ’ !

ନୂଆଦିଲ୍ଲୀ:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କୁ କରାଯାଇପାରେ ଗିରଫ। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ। ବିଭିନ୍ନ ମିଛ ମାମଲାରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି କେଜରିୱାଲ। ମହିଳା ସମ୍ମାନ ଯୋଜନା, ସଞ୍ଜୀବନୀ ଯୋଜନା ପରି କେତେକ ଜନହିତକର କାର୍ଯ୍ୟକ୍ରମ କରାଯାଉଥିବାରୁ କେତେକ ମହଲ କ୍ଷୁବ୍ଧ ହୋଇଛନ୍ତି। ଏହି କାରଣରୁ ତାଙ୍କୁ ଗିରଫ କରାଯାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆପ ସରକାରର ଏଜେଣ୍ଡାକୁ ନେଇ ଦଳର ବହୁ ନେତାଙ୍କ ଉପରେ ଚଢାଉ କରାଯିବା ସମ୍ଭାବନା ରହିଛି।

ଜଳେଶ୍ବରରେ ଗହଣା ଦୋକାନରୁ ଲୁଟ୍, ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର: ଜଳେଶ୍ବରରେ ଗହଣା ଦୋକାନରୁ ଲୁଟ୍ । ଦୋକାନ ଭିତରେ ପଶି ନଗଦ ୫ ଲକ୍ଷ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାରରେ ଥିବା ମାଳତୀ ଜୁଏଲାର୍ସରୁ ଲୁଟ ହୋଇଛି । ଦୋକାନୀ ପାଣି ଆଣିବାକୁ ଯାଇଥିବା ବେଳେ ଟଙ୍କା ଏବଂ ଗହଣା ବ୍ଯାଗ ନେଇ ଚମ୍ପଟ ମାରିଛି ଦୁର୍ବୃତ୍ତ। ୫ ଲକ୍ଷ ନଗଦ ଟଙ୍କା ସହ ୩୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି। ଏନେଇ ତଦନ୍ତ କରୁଛି ପୋଲିସ ।

ଦୁଷ୍କର୍ମ ଓ ଏସିଡ୍ ଆକ୍ରମଣ ପୀଡିତାଙ୍କୁ ମାଗଣା ଚିକିତ୍ସା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଏକ ବଡ ନଷ୍ପତ୍ତି ଶୁଣାଇଛନ୍ତି । ଦୁଷ୍କର୍ମ, ଏସିଡ୍ ଆକ୍ରମଣ ଓ ଯୌନ ହିଂସାର ଶିକାର ହୋଇଥିବା ପୀଡିତା ମାଗଣା ଚିକିତ୍ସା ପାଇବାର ହକଦାର । କୌଣସି ସରକାରୀ ବା ଘରୋଇ ହସ୍ପିଟାଲ୍ ବା ନର୍ସିଂହୋମ୍ ମନା ପୀଡିତାଙ୍କ ଠାରୁ କୌଣସି ଫି’ ଆଦାୟ କରିପାରିବେ ନାହିଁ  । ପୀଡିତାଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ହସ୍ପିଟାଲ ବାଧ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ ଓ ଜଷ୍ଟିସ୍ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ମାମଲାରେ ସୋମବାର ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଦାଲତ ଓ ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ)ର ବାରମ୍ବାର ହସ୍ତକ୍ଷେପ ସତ୍ତ୍ୱେ ନିଜ ବାପାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଜଣେ ପୀଡ଼ିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା। ଖଣ୍ଡପୀଠ କହିଛନ୍ତି, ମାଗଣା ଚିକିତ୍ସା ପୀଡ଼ିତାଙ୍କ ପାଇଁ ଆବଶ୍ୟକ ଯେକୌଣସି ପରୀକ୍ଷା, ନିଦାନ ଓ ଦୀର୍ଘକାଳୀନ ଚିକିତ୍ସା ସେବା ପର୍ଯ୍ୟନ୍ତ ମଧ୍ୟ ବିସ୍ତାରିତ ହୋଇଥାଏ। ଏଭଳି ପୀଡ଼ିତାଙ୍କୁ ଆବଶ୍ୟକତା ଅନୁଯାୟୀ ଶାରୀରିକ ଓ ମାନସିକ ପରାମର୍ଶ ମଧ୍ୟ ପ୍ରଦାନ କରାଯିବ। ଅଦାଲତ ଡାକ୍ତରଖାନାଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି।

ଅଦାଲତ କହିଛନ୍ତି ଯେ, ଦିଲ୍ଲୀର ପ୍ରତ୍ୟେକ ଚିକିତ୍ସା କେନ୍ଦ୍ରରେ ଯୌନ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ପାଇଁ ମାଗଣାରେ ଚିକିତ୍ସା ଉପଲବ୍ଧ ଅଛି ବୋଲି ଏକ ବୋର୍ଡ ଲଗାଇବାକୁ ପଡ଼ିବ। ରୋଗୀ ଆବଶ୍ୟକତା ଅନୁଯାୟୀ ହସ୍ପିଟାଲରେ ଆଡମିସନ ନେଇ ଚିକିତ୍ସିତ ହେଉ ବା ବାହାରୁ ଆସି ଚିକିତ୍ସିତ ହେଉ ନା କାହିଁକି ଉଭୟ ପରିସ୍ଥିତିରେ ହସ୍ପିଟାଲଗୁଡ଼ିକ ମାଗଣା ଚିକିତ୍ସା ପ୍ରଦାନ କରିବେ।

 

ବିସ୍ଫୋରଣରେ ବୁଡିଗଲା ଋଷର କାର୍ଗୋ ଜାହାଜ

ନନ୍ଦିଘୋଷ ବ୍ୟୁରୋ:  ଭୂମଧ୍ୟ ସାଗରରେ ବୁଡିଗଲା ଋଷର କାର୍ଗୋ ଜାହାଜ। ସ୍ପେନ ଓ ଆଲଜେରିଆ ମଧ୍ୟରେ ଜାହାଜଟି ଗତି କରୁଥିବାବେଳେ ଇଞ୍ଜିନ ରୁମରେ ବିସ୍ଫୋରଣ ଘଟିବାରୁ ଘଟିଥିଲା ଦୁର୍ଘଟଣା। ଏନେଇ ସୂଚନା ଦେଇଛି ଋଷର ବୈଦେଶିକ ମନ୍ତ୍ରାଳୟ। ଜାହାଜରେ ଥିବା ୧୪ ଜଣ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ୧୨ ଦିନ ତଳେ ସେଣ୍ଟ ପିଟସବର୍ଗ ପୋର୍ଟରୁ ଉର୍ଷା ମେଜର ନାମକ ଏହି ଜାହାଜ ଯାତ୍ରାରମ୍ଭ କରିଥିଲା। ଜାହାଜରେ ୨ଟି କ୍ରେନ ରହିଥିଲା। ଏହା ଋଷର ପୂର୍ବାଞ୍ଚଳରେ ଥିବା ଭ୍ଲାଦିଭୋସ୍ତକକୁ ଯିବାର ଥିଲା। ଲାଇଫବୋଟ ଥିବାରୁ ୧୪ କ୍ରିଉ ମେମ୍ବର ଉଦ୍ଧାର ହୋଇଯାଇଥିଲେ। ୨ ଜଣ ନିଖୋଜ ଥିବା ସୂଚନା ମିଳିଛି। ୨୦୨୨ ମସିହାରୁ ଉର୍ଷା ମେଜର ଜାହାଜ ଆମେରିକାର କଟକଣା ପରିସରଭୁକ୍ତ ଥିଲା। ୨୦୦୯ରେ ଏହି ଜାହାଜର ନିର୍ମାଣ ହୋଇଥିଲା। ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଏହି ଜାହାଜ ଉପରେ କଟକଣା ଲଗାଇଥିଲା ଆମେରିକା।

ଭାଇ ହେଲା ଭଗାରୀ; ପରସ୍ପର ମଧ୍ୟରେ ହଣାକଟା

ନନ୍ଦିଘୋଷ ବ୍ୟୁରୋ: ଜମିଜମାକୁ କେନ୍ଦ୍ରକରି ଭାଇ ଭାଇ ମଧ୍ୟରେ ହଣାକଟା । ଏଥିରେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁରେ ୩ ଭାଇଙ୍କ ମଧ୍ୟରେ ହୋଇଛି ଏହି ଗଣ୍ଡଗୋଳ।

ସୂଚନା ଅନୁଯାୟୀ, ପୈତୃକ ଜମିରେ ନୂତନ ଘର କରିବା ପାଇଁ ଜମି ଭାଗ ବଣ୍ଟାକୁ ନେଇ ହଣାକଟା ହୋଇଛି। ଧାରୁଆ ଅସ୍ତ୍ର ପରସ୍ପରକୁ ଆକ୍ରମଣ କରିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରା ଯାଇଛି। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ କରିଛି। କିଛି ମାସ ହେଲା ଖୋଜାପଲ୍ଲୀ ଗ୍ରାମର ୩ଭାଇ କୈଳାସ ସାହୁ, ଅନାଥ ସାହୁ, କବି ସାହୁ ଙ୍କ ମଧ୍ୟରେ ଜମି ପାଇଁ ଝଗଡା ଲାଗି ରହିଥିଲା ଗତକାଲି ସଂଧ୍ୟାରେ ପାଟି ତୁଣ୍ଡ ପରେ ତାହା ହିଂସାର ରୂପ ନେଇଥିଲା।

ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ ୧୫ ମୃତ

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନ ପକତିକା ପ୍ରଜାତନ୍ତ୍ର ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ। ବର୍ମଲ ଜିଲ୍ଲାରେ ହୋଇଥିବା ଏୟାରଷ୍ଟ୍ରାଇକରେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ମହିଳା ଓ ଶିଶୁ। ମୃତ୍ୟୁସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି। ଲମନ ଗାଁ ସମେତ ୭ଟି ଗ୍ରାମକୁ କରାଯାଇଥିଲା ଟାର୍ଗେଟ। କେବଳ ଲମନ ଗାଁର ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଛି। ବୋମାବର୍ଷଣରେ ସାମିଲ ହୋଇଥିଲେ ପାକିସ୍ତାନୀ ଜେଟ୍। ବର୍ମଲର ମୁର୍ଗବଜାର ଗାଁ ଧୂଳିସାତ ହୋଇଛି। ଆକ୍ରମଣର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି।

ରିପୋର୍ଟ ଅନୁଯାୟୀ, ଏହାର ଜବାବ ଦିଆଯିବ ବୋଲି ଧମକ ଦେଇଛି ତାଲିବାନର ପ୍ରତିରକ୍ଷା ମନ୍ତ୍ରାଳୟ। ଏହି ଭୂଖଣ୍ଡର ସାର୍ବଭୋମର ସୁରକ୍ଷା କରାଯିବ ବୋଲି କହିଛି ତାଲିବାନ। ବିଶେଷ କରି ୱାଜିରସ୍ତାନୀ ଶରଣାର୍ଥୀଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ତେବେ ତାଲିବାନର କେତେକ ଆଡ୍ଡାସ୍ଥଳୀ ଉପରେ ଏହି ହମଲା କରାଯାଇଥିବା କୁହାଯାଇଛି। ଏହି ବୋମା ମାଡକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ଯରେ ସମ୍ପର୍କ ତିକ୍ତ ହୋଇଛି। ପାକିସ୍ତାନ ବାହିନୀ ଉପରେ ତେହରିକ-ଇ-ତାଲିବାନ ପାକିସ୍ତାନ ବା ଟିଟିପିର ଆକ୍ରମଣ ବଢୁଥିବାରୁ ଏହାର ଜବାବ ଦେଇଛି ପାକିସ୍ତାନ।

ଧରାବତରଣ କଲେ ପ୍ରଭୁ ଯୀଶୁ, ସବୁଠି ଉତ୍ସାହର ମାହୋଲ

ଭୁବନେଶ୍ୱର: ଧରାବତରଣ କଲେ ପ୍ରଭୁ ଯୀଶୁ। ବଡ଼ଦିନ ପାଇଁ ସବୁଠି ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ଚର୍ଚ୍ଚ ମାନଙ୍କରେ ଭିଡ଼ ଜମାଇଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ବିଭିନ୍ନ ଚର୍ଚ୍ଚରେ ପାଳିତ ହୋଇଛି ପ୍ରଭୁ ଯୀଶୁଙ୍କ ଜନ୍ମ ଉତ୍ସବ। ସାମୂହିକ ପ୍ରାର୍ଥନା ସହିତ ବାଇବେଲ ପାଠ ହୋଇଛି। ଚର୍ଚ୍ଚକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଛି ଦିବସ। ବଡ଼ଦିନ ଲାଗି ପୁରପଲ୍ଲୀ, ସହର ସବୁଠି ଉତ୍ସାହ।

ସେହିଭଳି ଦେଶରେ ବିଭିନ୍ନ ଜାଗାରେ ଧୁମଧାମରେ ବଡ଼ ଦିନ ପାଳନ କରାଯାଉଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ବିଭିନ୍ନ ସହରରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି ।

୩୦୦ ଫୁଟ ଗଭୀର ଘାଇକୁ ଖସିଲା ଆର୍ମି ଟ୍ରକ, ୫ ଯବାନ ମୃତ

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ପୁଞ୍ଚରେ ବଡ଼ ଧରଣର ଅଘଟଣ। ୩୦୦ ଫୁଟ ଗଭୀର ଘାଇକୁ ଖସିଲା ଏକ ଆର୍ମି ଟ୍ରକ । ଦୁର୍ଘଟଣାରେ ୫ ଯବାନଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ଯାରେ ଘାରୋଆ ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ୬ଟି ଟ୍ରକରେ ଯବାନମାନେ ବାନୋଇକୁ ଯାଉଥିବାବେଳେ ବାଟରେ ଘଟିଥିଲା ଅଘଟଣ। ମୃତାହତ ଯବାନମାନେ ହ୍ବାଇଟନାଇଟ କର୍ପ୍ସର ଯବାନ ଥିଲେ। ଏହି ଦୁର୍ଘଟଣାର ତଦନ୍ତ କରାଯାଉଛି।

ସମ୍ଭବତଃ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ଏହି ଅଘଟଣ ପଛରେ ଆତଙ୍କବାଦୀ ହାତ ନଥିବା ସୂଚନା ମିଳିଛି। ଏହି ଘଟଣାରେ ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

ନାଫିଥ୍ରୋମାଇସନ ଆଣ୍ଟିବାୟୋଟିକ ଦେବ ୧୦ ଗୁଣା ଲାଭ

ନନ୍ଦିଘୋଷ ବ୍ୟୁରୋ: ଆଣ୍ଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ । କୋଭିଡରେ ବ୍ୟବହାର ହେଉଥିବା ମାକ୍ରୋଲାଇଡ୍ସ୍, ଆଜିଥ୍ରୋମାଇସିନ୍ ଆଉ କାମ ଦେଉନି । ଏହାର ଉପଚାର ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ୩୦ ବର୍ଷର ଗବେଷଣା ପରେ ଆବିଷ୍କାର ହୋଇଛି ନୂଆ ଆଣ୍ଟିବାୟୋଟିକ୍ ନାଫିଥ୍ରୋମାଇସିନ୍ । ଯାହାକି ଶ୍ବାସ ଜନିତ ସଂକ୍ରମଣ ରୋଗ ଓ ଅନ୍ୟ ସଂକ୍ରମଣ ଜନିତ ରୋଗକୁ ଭଲ କରିବାରେ ଅବ୍ୟର୍ଥ ସାବ୍ୟସ୍ତ ହୋଇପାରେ । ତେବେ ବିଶ୍ବ ସ୍ତରରେ ଏହାର ଆଦୃତି କେତେ ହେବ ସେ ନେଇ ଏ ପର୍ଯ୍ୟନ୍ତ ଗବେଷଣା ହୋଇନି । ବିଶେଷଜ୍ଞଙ୍କ ମତ ଆସନ୍ତା ବର୍ଷ ଆଡ଼କୁ ଭାରତୀୟ ବଜାରରେ ଏହି ନୂଆ ଆଣ୍ଟିବାୟୋଟିକ ଉପଲବ୍ଧ ହେଲେ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ।

କାଳ ହେଲାଣି ଆଣ୍ଟିବାୟୋଟିକର ମନଇଚ୍ଛା ବ୍ୟବହାର । ଆଜିଥ୍ରୋମାଇସିନ୍ ଓ ମାକ୍ରୋଲାଇଡ୍ସ ଆଣ୍ଟିବାୟୋଟିକ୍ସ ଏବେ ଲୋକଙ୍କୁ ଧରୁନି । ଗୋଷ୍ଠୀଗତ ଭାବେ ଲୋକଙ୍କ ଦେହରେ ଚରିଗଲାଣି ଆଣ୍ଟି ମାଇକ୍ରୋବାୟାଲ ରେଜିଷ୍ଟାନସ୍ ବା AMR । ୩୦ ବର୍ଷର ଗବେଷଣା ପରେ ଭାରତୀୟ ବୈଜ୍ଞାନିକ ବାହାର କରିଛନ୍ତି ନୂଆ ଆଣ୍ଟିବାୟୋଟିକ ନାଫିଥ୍ରୋମାଇସିନ୍ । ଭାରତୀୟ ଫାର୍ମାସ୍ଯୁଟିକାଲ କମ୍ପାନୀ ଓ୍ବାକର୍ହଡ଼୍ ଦ୍ବାରା ପ୍ରସ୍ତୁତ ବ୍ରାଣ୍ଡ୍ ‘ମିକ୍ନେଫ’ । ଯାହାକି ଗୋଷ୍ଠୀଗତ ଡ୍ରଗ ରେଜିଷ୍ଟାନସ୍ ବିରୋଧରେ କାମ କରିପାରିବ । ଆଜିଥ୍ରୋମାଇସିନ୍ ବର୍ଗର ଯେଉଁ ଔଷଧ ରୋଗୀକୁ ଯଦି କାମ ଦେବନି । ସେହି ବ୍ୟକ୍ତିକୁ ଏହି ନୂଆ ଆଣ୍ଟିବାୟୋଟିକ ଅମୋଘ ଅସ୍ତ୍ର ଭଳି ୧୦ ଗୁଣ ରୋଗ ଉପଶମ କରିପାରିବ ।

ଶ୍ବାସଜନିତ ସଂକ୍ରମଣ ଓ ଅନ୍ୟ ସଂକ୍ରମଣ ରୋକିବାରେ ଏହି ଔଷଧକୁ ସଫଳତାର ସହ ବ୍ୟବହାର କରିହେବ । କୋଭିଡ ପରେ ସାଧାରଣତଃ ଛୋଟ ପିଲା ଓ ବୟସ୍କଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ଦେଖାଦେଉଛି । ନୂଆ ଆଣ୍ଟିବାୟୋଟିକ୍ ସୁରକ୍ଷିତ ଓ କମ ପାର୍ଶ୍ବ ପ୍ରତିକ୍ରିୟା କରୁଥିବା ଗବେଷଣାରୁ ଜଣାପଡ଼ିଛି । ଭେଷଜ ବିଶେଷଜ୍ଞଙ୍କ ମତ ଯେ କୌଣସି ଔଷଧକୁ ଡାକ୍ତରଙ୍କ ବିନା ପରାମର୍ଶରେ ମାତ୍ରାଧିକ ଓ ଅଧିକ ଦିନ ଧରି ବ୍ୟବହାର କଲେ ସମ୍ପୃକ୍ତ ବ୍ୟକ୍ତି ଦେହରେ ସେହି ଔଷଧ ଆଉ କାମ କରିବନି । ନୂଆ ଆଣ୍ଟିବାୟୋଟିକକୁ ଯଦି ଲୋକେ ମନଇଚ୍ଛା ବ୍ୟବହାର କରିବେ ତାକୁ ପ୍ରତିହତ କରିବା ପାଇଁ ମାଇକ୍ରୋଅଣୁଜୀବ ବା AMR ସକ୍ଷମ ହେବେ ।

ବରିଷ୍ଠ ନ୍ୟୁରୋ ସର୍ଜନଙ୍କ ମତରେ ଭାରତୀୟ ବୈଜ୍ଞାନିକଙ୍କ ଏହି ଗବେଷଣା ଏବେ ବିଶ୍ବସ୍ତରରେ ମାନ୍ୟତା ପାଇନି । ସାଧାରଣତଃ ଗୋଟିଏ ପ୍ରକାର ଆଣ୍ଟିବାୟୋଟିକ ଉଦ୍ଭାବନ ପାଇଁ ବହୁ ବର୍ଷ ଲାଗିଥାଏ ।  ପ୍ରଥମେ ଏହାକୁ ପଶୁମାନଙ୍କ ଦେହରେ ପ୍ରୟୋଗ କରାଯାଇ ଅଧ୍ୟୟନ କରାଯାଏ । ପରେ ପଶୁ ଓ କିଛି ମଣିଷ । ଗୋଷ୍ଠୀଗତ ଭାବେ ପରୀକ୍ଷାନିରୀକ୍ଷା ପରେ ବିଶ୍ବସ୍ତରରେ ଚୟନ ହୋଇଥିବା ଦେଶର ଅଧିକାଂଶ ଲୋକଙ୍କ ସହମତି ଆଧାରରେ ଏହାକୁ ପ୍ରୟୋଗ କରି ଏହାର ଆରୋଗ୍ୟ କ୍ଷମତା ଚୂଡ଼ାନ୍ତ ହୋଇଥାଏ । ନୂଆ ଆଣ୍ଟିବାୟୋଟିକ ଏ ପର୍ଯ୍ୟନ୍ତ ବିଶ୍ବସ୍ତରରେ ଓ ବିଶେଷକରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନ୍ୟତା ପାଇବା ବାକି ଅଛି । ତେଣୁ ଏହା ଉପରେ ଆହୁରି ଅଧିକ ଗବେଷଣା ଜାରି ଅଛି । ଯଦି ଭାରତୀୟଙ୍କ ଦେହରେ ନୂଆ ଔଷଧ କାମ ଦେବ ସମାନ ଔଷଧ ଅନ୍ୟଦେଶର ଲୋକଙ୍କ ଦେହରେ ସଫଳତାର ସହ କାମ ଦେବ ବୋଲି ଗ୍ୟାରେଣ୍ଟି ନାହିଁ । ଏ ନେଇ ଅଧିକ ଅଧ୍ୟୟନ ଆବଶ୍ୟକ ।

ଗୋଟିଏ କଥା ସ୍ପଷ୍ଟ ଯେ କୌଣସି ଔଷଧକୁ ଡାକ୍ତରଙ୍କ ବିନା ପରାମର୍ଶରେ ବ୍ୟବହାର କରିବା ଆଦୌ ଅନୁଚିତ । ରୋଗ ହେଲେ ଆବଶ୍ୟକ ନ ପଡ଼ିଲେ ଆଣ୍ଟିବାୟୋଟିକ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । କାରଣ ଆଣ୍ଟିବାୟୋଟିକ ଖରାପ ଜୀବାଣୁକୁ ନଷ୍ଟ କରିବା ସହିତ ଶରୀରରେ ଥିବା ଭଲ ଜୀବାଣୁକୁ ବି ନଷ୍ଟ କରି ଦେହକୁ ଦୁର୍ବଳ କରିଦେଇଥାଏ ।