spot_img
Home Blog Page 1471

ନାଗା ଚୈତନ୍ୟ- ସାମନ୍ଥା ଛାଡ଼ପତ୍ର ବିବାଦ, ସୋସିଆଲ ମିଡିଆରେ ଏମିତି ଲେଖିଲେ ସାମନ୍ଥା

ନନ୍ଦିଘୋଷ ବ୍ୟୁରୋ: ଜଣାଶୁଣା ସାଉଥ ଅଭିନେତ୍ରୀଙ୍କ ଛାଡ଼ପତ୍ର ୨୦୨୧ରୁ ହୋଇଥିଲେ ସୁଦ୍ଧା ଏହାକୁ ନେଇ ଏଯାବତ ବିବାଦ ଥମିନି । ଏହି ଦମ୍ପତ୍ତିଙ୍କୁ ଦର୍ଶକେ ବେଶ ପସନ୍ଦ କରୁଥିବାବେଳେ ଏମାନଙ୍କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ତେବେ ଛାଡ଼ପତ୍ର ବିବାଦକୁ ନେଇ ରାଜନୀତି ମହଲରେ ମଧ୍ୟ ହେଡଲାଇନ ପାଲଟିଛି । ତେଲେଙ୍ଗାନାର ମନ୍ତ୍ରୀ କୋଣା ଚିତ୍ରଲେଖା ନିଜର ଅଭିଭାଷଣରେ କହିଥିଲେ କି, ରାଜନୈତିକ କାରଣରୁ ନାଗା ଚୈତନ୍ୟ ଏବଂ ସାମନ୍ଥାଙ୍କ ଛାଡ଼ପତ୍ର ହୋଇଛି । ଯାହାକୁ ନେଇ ଏବେ ତର୍କ ବିତର୍କ ଦେଖିବାକୁ ମିଳିଛି । ତେବେ ଏହି ବିବାଦ ଭିତରେ ମୁହଁ ଖୋଲିଛନ୍ତି ସାମନ୍ଥା । ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ଏହାକୁ ନେଇ ଏକ ପୋଷ୍ଟ କରିଛନ୍ତି ସାମନ୍ଥା ।

ସାମନ୍ଥା ଲେଖିଛନ୍ତି କି, ଆମେ ନିଜର ନିଷ୍ପତ୍ତି ଅନୁସାରେ ଛାଡ଼ପତ୍ର ନେଇଛି । ଏହା ଆମର ବ୍ୟକ୍ତଗତ ବ୍ୟାପାର । ଦୟାକରି ଏହାକୁ ରାଜେନୖତିକ କରଣ କରନ୍ତୁ ନାହିଁ । ସେପଟେ ମନ୍ତ୍ରୀଙ୍କ ଏଭଳି ବିବାଦୀୟ ବୟାନକୁ ନେଇ ନାଗା ଚୈତନ୍ୟ ମଧ୍ୟ ନିନ୍ଦା କରିଛନ୍ତି । କହି ରଖୁଛୁ କି, ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ବିବାହ ହୋଇଥିଲା । ଏହି ସାଉଥ ଷ୍ଟାର ଦମ୍ପତ୍ତିଙ୍କ ବୈବାହିକ ସମ୍ପର୍କ ୪ ବର୍ଷ ରହିଥିଲା । ୨୦୨୧ ମସିହାରେ ଏମାନଙ୍କ ଛାଡ଼ପତ୍ର ହୋଇଥିଲା । ସାମନ୍ଥା ଏବେ ନିଜର କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଅନ୍ୟପଟେ ନାଗା ଚୈତନ୍ୟ ଦ୍ବିତୀୟ ବିବାହ କରିବାର ଯୋଜନା କରୁଛନ୍ତି ।

ବନ୍ଧୁକ ମୁନରେ ଗହଣା ଦୋକାନୀଙ୍କ ଠାରୁ ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ବନ୍ଧୁକ ମୁନରେ ଗହଣା ଦୋକାନୀଙ୍କ ଠାରୁ ଲୁଟ୍। ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ଗହଣା ଦୋକାନୀଙ୍କୁ ଆକ୍ରମଣ କରିବା ସହ ମୁଣ୍ତ ରେ ବନ୍ଧୁକ ଲଗାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ଯାଗ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଡେମୁରିଆ ମାର୍କେଟରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହୋଇଛି ଲୁଟ। ସମ୍ପତିଆ ଗାଁର ଘନଶ୍ଯାମ କାମିଳାଙ୍କ ତେମୁରିଆ ମାର୍କେଟରେ ଏକ ଗହଣା ଦୋକାନ ରହିଛି। ସବୁଦିନ ଭଳି ଦୋକାନ ବନ୍ଦ କରି ଯାଉଥିବାବେଳେ ନିଛାଟିଆ ରାସ୍ତାରେ ୩  ଦୁର୍ବୁର୍ତ୍ତ । ଗାଡି ଅଟକାଇଥିଲେ। ମୁଣ୍ତରେ ବନ୍ଧୁକ ଲଗାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ଯାଗ ଛଡାଇ ନେଇ ଏକ କଳା ରଙ୍ଗ ର ଆପାଚିରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ଜଳେଶ୍ବର ପୋଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଜଣଙ୍କୁ ଅଟକ ରଖିଛି।

ଇରାନ- ଇସ୍ରାଏଲ ଯୁଦ୍ଧ, ଭାରତ ସହୁଛି କ୍ଷତି

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ଥମିବାର ନାଁ ନେଉନି । ଦିନକୁ ଦିନ ଯୁଦ୍ଧ ପରିସ୍ଥିତି ବଢ଼ୁଥିବାବେଳେ ଭାରତ ପାଇଁ ବଢ଼ୁଛି ଚିନ୍ତା । ଯୁଦ୍ଧ ପାଇଁ ଭାରତ ବାଣିଜ୍ୟ କ୍ଷେତ୍ରରେ କ୍ଷତି ସହୁଛି । ଯାହାକି ସିଧା ସଳଖ ଅର୍ଥନୀତି ଉପରେ ପ୍ରଭାବ ପକାଉଛି । GTRI କହିଛି କି, ଏହି ବିବାଦ ଇସ୍ରାଏଲ୍, ଜୋର୍ଡାନ ଏବଂ ଲେବାନନ୍ ଭଳି ଦେଶ ସହ ଭାରତର ବାଣିଜ୍ୟକୁ କ୍ଷତି ପହଞ୍ଚାଉଛି। ରପ୍ତାନିକାରୀମାନଙ୍କର ଏକ ଅଗ୍ରଣୀ ସଂଗଠନ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରପ୍ତାନି ସଂଗଠନ (FIEO) କହିଛି ଯେ ଇରାନ-ଇସ୍ରାଏଲ୍ ବିବାଦର ବିଶ୍ବ ବାଣିଜ୍ୟ ଏବଂ ବିଶ୍ବ ଅର୍ଥନୀତିକୁ ଅନେକାଂଶରେ ପ୍ରଭାବିତ କରିବାର ସାମର୍ଥ୍ୟ ରହିଛି। FIEO ମହାନିର୍ଦ୍ଦେଶକ ଅଜୟ ସାହା କହିଛନ୍ତି ଯେ ଇରାନ ତୈଳ ବଜାରରେ ଏକ ପ୍ରମୁଖ ବ୍ୟବସାୟୀ | ଦ୍ୱନ୍ଦ୍ୱରେ ଯେକ  କୌଣସି ବୃଦ୍ଧି ତୈଳ ଯୋଗାଣରେ ବାଧା ସୃଷ୍ଟି କରିପାରେ, ଯାହା ଅଧିକ ମୂଲ୍ୟକୁ ନେଇପାରେ, ଯାହା ବିଶ୍ବ  ଅର୍ଥନୀତିକୁ ପ୍ରଭାବିତ କରିବ, ବିଶେଷ କରି ତୈଳ ଆମଦାନୀ ଉପରେ ନିର୍ଭରଶୀଳ | ତେଲ ଦର ପୂର୍ବରୁ ବ୍ୟାରେଲ ପିଛା ଚାରି ଡଲାର ବୃଦ୍ଧି ପାଇଛି | ଇରାନ ଏବଂ ଇସ୍ରାଏଲ ସହ ଭାରତର ବାଣିଜ୍ୟିକ ସମ୍ପର୍କ ଭଲ ରହିଛି । ଏଣୁ ଯୁଦ୍ଧ ଲାଗି ରହିଥିବାବେଳେ ଏହାର କ୍ଷତି ସିଧା ସଳଖଭାବେ ଭାରତ ଉପରେ ପଡ଼ିଛି ।

ପଶ୍ଚିମ ଏସିଆ ଦେଶକୁ ଭାରତ କ’ଣ ରପ୍ତାନି କରେ?

ପଶ୍ଚିମ ଏସୀୟ ଦେଶକୁ ଭାରତର ରପ୍ତାନୀର ପ୍ରମୁଖ ସାମଗ୍ରୀଗୁଡ଼ିକରେ ବାସମତି ଚାଉଳ, ମନୁଷ୍ୟକୃତ ସୂତା, ବସ୍ତ୍ର, ରତ୍ନ ଏବଂ ଅଳଙ୍କାର, ସୂତା ସୂତା ଏବଂ କପଡା ଅନ୍ତର୍ଭୁକ୍ତ | ଭାରତ ହେଉଛି ଏସିଆର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ | ଅବଶ୍ୟ, ଦ୍ୱିପାକ୍ଷିକ ବାଣିଜ୍ୟ ବାଣିଜ୍ୟରେ ମୁଖ୍ୟତଃ ହୀରା, ପେଟ୍ରୋଲିୟମ ଉତ୍ପାଦ ଏବଂ ରାସାୟନିକ ପଦାର୍ଥ ପ୍ରାଧାନ୍ୟ ଦେଇଥାଏ | ସାମ୍ପ୍ରତିକ ବର୍ଷଗୁଡିକରେ ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି ଏବଂ ଉଚ୍ଚ-ବୈଷୟିକ ଉତ୍ପାଦ, ଯୋଗାଯୋଗ ପ୍ରଣାଳୀ ଏବଂ ଚିକିତ୍ସା ଉପକରଣ ଭଳି କ୍ଷେତ୍ରରେ ବାଣିଜ୍ୟରେ ଅଭିବୃଦ୍ଧି ଘଟିଛି |

 

ଗଛ ଉପରେ ଚଢ଼ିଲେ ଆସୁଛି ନେଟଓ୍ବର୍କ, ଲୋକେ ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ: ଉପାନ୍ତରେ କନ୍ଦାଉଛି ନେଟୱର୍କ । 2 ଜି ବଦଳରେ ଏବେ ଲୋକେ 5 ଜି ଦେଖିସାରିଲେଣି। ଆଉ ଗୋଟିଏ କ୍ଳିକରେ ଦୁନିଆର ସବୁ କଥା ଜାଣିଲେଣି। ହେଲେ ଏବେବି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖଲିଗଡ଼ ଗାଁରେ ନେଟୱର୍କ ଲୋକଙ୍କ ପାଇଁ ସାତସପନ ପାଲଟିଛି । କିଏ ହାତରେ ମୋବାଇଲ ଧରି ପଥର ଉପରେ ଠିଆହୋଇ ନେଟୱର୍କ ଖୋଜୁଛି ତ ଆଉ କିଏ ଗଛରେ ଚଡ଼ି ଯାଉଛି । ଗାଁରେ ମୋବାଇଲ ଟାୱାରା ନିର୍ମାଣ ହୋଇଥିଲେ ବି ତାହା ଏପର୍ଯ୍ଯନ୍ତ କାର୍ଯ୍ଯକ୍ଷମ ହୋଇପାରିନାହିଁ ।

କିଏ ଗଛତଳେ, କିଏ ମଞ୍ଚା ଉପରେ, ତ କିଏ ରାସ୍ତା ମଝିରେ। କେହି ଏଠାକୁ ଖୁସିରେ ଯାଇନାହାନ୍ତି।  ଟିକେ ନେଟୱାର୍କ ପାଇବାକୁ ଏ ବିକଳ ଅବସ୍ଥା। ଡିଜିଟାଲ ଯୁଗ, ଡିଟିଟାଲ୍ ଇଣ୍ଡିଆର ବଡ ବଡ ନାରା ଏବଂ ବ୍ଯାନର ପଛପଟେ ଯେମିତି ଲୁଚିଯାଇଛି ପ୍ରକୁତ ସତ୍ଯ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖଲିଗଡ଼ ଗାଁରେ ଦେଖିବାକୁ ମିଳୁଛି ଏଭଳି କିଛି ଦୃଶ୍ୟ । ଏଠାକାର ଲୋକେ ଏବେବି ନେଟୱର୍କ ଟିକକ ଖୋଜିଖୋଜି ନୟାନ୍ତ ହେଉଛନ୍ତି । ନେଟୱର୍କ ପାଉନଥିବାରୁ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସକୁ ଫୋନ କରିବା ପାଇଁ ହେଉ କି ଶିକ୍ଷକଙ୍କୁ ଏମଡିଏମ ରିପୋର୍ଟ ଦେବା ପାଇଁ ହେଉ ଲୋକଙ୍କୁ ବିପଦପୂର୍ଣ୍ଣ ଭାବେ ଗଛ ଚଢିବାକୁ ପଡୁଛି ।

ଅନ୍ଯପଟେ ଗାଁର ସମସ୍ଯା ସଂପର୍କରେ ଲୋକେ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ପରେ ଗାଁରେ ଜାଗା ଚିହ୍ନଟ ହୋଇ ବିଏସଏନଏଲ ଟାୱାର ନିର୍ମାଣ ହୋଇଥିଲା । ଟାୱାର ନିର୍ମାଣକୁ ଏକ ବର୍ଷ ବିତିଯାଇଥିଲେ ବି ଟାୱାର କାର୍ଯ୍ଯକ୍ଷମ ହୋଇପାରିନାହିଁ । ଫଳରେ ଲୋକଙ୍କ ସମସ୍ଯା ସମାଧାନ ହୋଇପାରୁନାହିଁ । ଶୀଘ୍ର ଗାଁରେ ଥିବା ଟାୱାର କାର୍ଯ୍ଯକ୍ଷମ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

ଆଜିଠୁ ଆରମ୍ଭ ଆଇସିସି ମହିଳା କ୍ରିକେଟ ବିଶ୍ଵକପ୍

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା କ୍ରିକେଟ ବିଶ୍ଵକପ୍। ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ଏଥିରେ ଭାରତ ସମେତ ୧୦ଟି ଦେଶ ଭାଗ ନେଉଛନ୍ତି। ସାରଜାହରେ ଆଜି ପ୍ରଥମ ମ୍ୟାଚରେ ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ହେବ ମୁକାବିଲା। ଅକ୍ଟୋବର ୨୦ରେ ଫାଇନାଲ ଖେଳାଯିବ। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି। ଭାରତ ଗୃପ ଏ ରେ ରହିଛି। କ୍ୟାପଟେନ ହରମନପ୍ରୀତ କହିଛନ୍ତି, ଆମେ ଉତ୍ତମ ପ୍ରଦର୍ଶନ ପାଇଁ ସବୁ ପ୍ରକାର ଚେଷ୍ଟା କରିବୁ। ଗତକାଲି ଦୁବାଇରେ ଅନୁଷ୍ଠିତ ହୋଇଥିଲା କ୍ଯାପଟେନ୍ସ ଡେ।

ପରିବା ଦେଖିଲେ ଡର ଲାଗୁଛି, ଦାମ ଶୁଣିଲେ ମୁଣ୍ଡ ବିନ୍ଧୁଛି

ନନ୍ଦିଘୋଷ ବ୍ୟୁରୋ: ଆକାଶ ଛୁଆଁ ହୋଇଛି ପରିବା ଦର । କଞ୍ଚା ପନିପରିବା ସାଙ୍ଗକୁ ରସୁଣ ଓ ପିଆଜ ଦରରେ ଲଗାମ ନାହିଁ । ଗ୍ରାହକଙ୍କ ପକେଟକୁ ବାଧୁଛି ଦର । ଦୁଇ ଦିନ ତଳେ ଖସିଥିବା ଦର ଏବେ ବହୁମାତ୍ରାରେ ବୃଦ୍ଧି ପାଇଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ବାଇଗଣ ୧୨୦, ଟମାଟୋ ୮୦, ବିନ୍ସ ୮୦ , କ୍ୟାପ୍ସିକମ୍ ୧୦୦ , ପିଆଜ ୬୫ ଥିବାବେଳେ ରସୁଣ ପହଞ୍ଚିଛି ୩୨୦ରେ ।

ଦର କଲାଣି ଦୁର୍ବିସହ । ଆଳୁ ଦାମ ତଳମୁହାଁ ହେଉଥିବା ବେଳେ ପିଆଜ ଦର ଆକାଶ ଛୁଉଁଛି । ବିନା ଛୁଙ୍କରେ ଡାଲି ବନୁଛି । ସନ୍ତୁଳାରେ ପରିବା ନାହିଁ । ଆମିଷ ଠାରୁ ଅଧିକ ପଡୁଛି ନିରାମିଷ ମିଲ୍ । ବଜାର ଗଲେ ପକେଟ୍ ଖାଲି । ଘରେ ବସିଲେ ଉପାସରେ ଶୋଇବାକୁ ପଡୁଛି । ରାଜ୍ୟ ଦରଦାମ ବୃଦ୍ଧିକୁ ନେଇ ଏବେ ଚିନ୍ତାରେ ଖାଉଟି । କେବେ ଖସିବ, କାହିଁକି ବଢୁଛି ରେଟ୍ । ଗ୍ରାହକଙ୍କ ମନରେ ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଛି । ବର୍ଷା ଯୋଗୁଁ ପରିବା ନଷ୍ଟ । ରାଜ୍ୟବାସୀଙ୍କ ଚାହିଦା ଅନୁଯାୟୀ ପରିବା ଅମଳ ହେଉନଥିବା କାରଣରୁ ଦର ଉପରେ ଲଗାମ ନାହିଁ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ।

ଆଜି ବି ବଜାରରେ ଢେର ଅଧିକ ରହିଛି ପରିବା ଦର । ବିଲାତି ଦର କିଲୋପ୍ରତି ୮୦ ଟଙ୍କାରୁ ୯୦ ଟଙ୍କା ଥିବା ବେଳେ ବାଇଗଣ ଦର କିଲୋପ୍ରତି ୧୨୦ଟଙ୍କା, ବିନ୍ସ କିଲୋପ୍ରତି ୮୦ ରୁ ୯୦ଟଙ୍କା, ଭେଣ୍ଡି କିଲୋ ୬୦ ଟଙ୍କା ରହିଛି । ସେହିଭଳି ଜହ୍ନି ୫୦ ଟଙ୍କାରୁ ୬୦ ଟଙ୍କା ବୃଦ୍ଧି ପାଇଥିବା ବେଳେ କ୍ୟାପସିକମ ୧୦୦ ଟଙ୍କା ରହିଛି । ପୂର୍ବରୁ ବଜାରରେ ସବୁଠୁ କମ ଦାମରେ ବିକ୍ରି ହେଉଥିବା ଅମୃତ ଭଣ୍ଡାର ଦାମ ଶୁଣିଲେ ବି ଆଶ୍ଚର୍ଯ୍ୟ ଲାଗୁଛି । ଏବେ ଅମୃତ ଭଣ୍ଡା ୨୦ ଟଙ୍କାରୁ ୩୦ ଟଙ୍କାରେ ବିକ୍ରି ହେଉଛି ।

ବନ୍ଧା କୋବି ୪୦ ଟଙ୍କା, ଫୁଲକୋବି ଗୋଟା ୬୦ ଟଙ୍କା,  ପୋଟଳ ୫୦ ଟଙ୍କା, ଗାଜର ଓ ବିଟ ଦର ୨୦ ରୁ ୪୦ ଟଙ୍କାରେ ପହଞ୍ଚିଛି । ଯଦିଓ  ଆଳୁ ଦର ସ୍ଵାଭାବିକ ରହିଛି କିନ୍ତୁ ପିଆଜ ଦର ୫୦ ରୁ ୬୫ କୁ ବୃଦ୍ଧି ପାଇଛି।  ସେହିପରି କିଲୋପ୍ରତି ୪୦୦ ରୁ ୩୨୦କୁ ସାମନ୍ୟ ଖସିଛି ରସୁଣ ଦର । ନିୟମିତ ପରିବା ଦର ଅହେତୁକ ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି । ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା । ଏବେ ୫୦୦ ରୁ ୧୦୦୦ ଟଙ୍କାରେ ବି ବ୍ୟାଗ ଭର୍ତ୍ତି ହେଉନାହିଁ । ସେହିପରି ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । କାରଣ ଖାଉଟିମାନେ ଏକ କିଲୋ ବଦଳରେ ଅଢେଇ ଶହ ଗ୍ରାମ କିମ୍ବା ୫ ଶହ ଗ୍ରାମ ପରିବା ନେଉଛନ୍ତି ।

ବିଭିନ୍ନ ରାଜ୍ଯର ଜେଲରେ ଜାତିଭିତ୍ତିକ ପାତରଅନ୍ତର ପ୍ରସଙ୍ଗ, ଆଜି ରାୟ ଶୁଣାଇବେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟ ଖଣ୍ଡପୀଠ

ନନ୍ଦିଘୋଷ ବ୍ୟୁରୋ:  ବିଭିନ୍ନ ରାଜ୍ଯର ଜେଲରେ ଜାତିଭିତ୍ତିକ ପାତରଅନ୍ତର ପ୍ରସଙ୍ଗ। ଆଜି ରାୟ ପ୍ରଦାନ କରିବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର। ଏହି ମାମଲାରେ ଗତ ଜାନୁଆରୀରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ୧୧ ରାଜ୍ଯ ଓ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ତଲବ କରିଥିଲେ ଅଦାଲତ। ଜେଲ୍ ଭିତରେ ଜାତିଭିତ୍ତିରେ କାମ ବଣ୍ଟନ କରାଯିବା ନେଇ ଜେଲ୍ ମାନୁଆଲଗୁଡିକରେ ବ୍ଯବସ୍ଥା ରହିଛି ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା। କେରଳର ଉଦାହରଣ ଦେଇ ପିଟିସନରେ ଦର୍ଶାଯାଇଛି- କେରଳ ମାନୁଆଲ ଅନୁସାରେ ଜଣେ ଲୁଟେରା, ଘରଭାଙ୍ଗି  ଲୁଟ୍ କରୁଥିବା ବ୍ଯକ୍ତି, ଡକାଏତ ଓ ଚୋରଙ୍କୁ ଅଲଗା ଭାବେ ମାନ୍ଯତା ଦିଆଯାଇଛି ଏବଂ ଅନ୍ଯ ଦୋଷୀ ସାବ୍ଯସ୍ତ କଏଦୀଙ୍କଠାରୁ ଅଲଗା ରଖାଯାଇଥାଏ। ସେହିପରି ପଶ୍ଚିମବଙ୍ଗ ଜେଲରେ ଉଚ୍ଚଜାତିର ଅନ୍ତେବାସୀଙ୍କୁ ରୋଷେଇ ଓ ନିମ୍ନଜାତିର ଅନ୍ତେବାସୀଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ। ପୂର୍ବରୁ ଏନେଇ କେନ୍ଦ୍ର ଗୃହ ବ୍ଯାପାର ମନ୍ତ୍ରାଳୟ ଓ ଅନ୍ଯମାନଙ୍କୁ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ। ସମ୍ବିଧାନର ଧାରା ୩୨ ଅନୁସାରେ ମହାରାଷ୍ଟ୍ର କଲ୍ଯାଣର ସୁକନ୍ଯା ସନ୍ଥଙ୍କ ପକ୍ଷରୁ ଏହି ପିଟିସନ ଦାୟର ହୋଇଥିଲା।

ଆଜି ପ୍ରଥମ ପର୍ଯ୍ୟାୟ ବିଜେଡି ପଦଯାତ୍ରାର ଦ୍ବିତୀୟ ଦିନ

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରଥମ ପର୍ଯ୍ୟାୟ ବିଜେଡି ପଦଯାତ୍ରାର ଦ୍ବିତୀୟ ଦିନ । ଓଡ଼ିଶାର ସ୍ବାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେଇଛି ଦଳ। ରାଜ୍ଯରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶୃତି ନେଇ ଲୋକଙ୍କୁ ସଚେତନ କରାଯାଉଛି । ପ୍ରଥମ ଥର ପାଇଁ ବିରୋଧୀ ଦଳରେ ଥାଇ ପଦଯାତ୍ରା କରୁଛି ବିଜେଡି । ସବୁ ନିର୍ବାଚନ ମଣ୍ଡଳିର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରାଯାଉଛି । ଏଥର ଦୁଇଟି ପର୍ଯ୍ଯାୟରେ ୧୫ ଦିନ ଧରି ବିଜେଡି ପଦଯାତ୍ରା ହେଉଛି  । ଗତକାଲିଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ୬ ତାରିଖ ପର୍ଯ୍ଯନ୍ତ ପ୍ରଥମ ପର୍ଯ୍ୟାୟ ଚାଲିବ ।  ଅକ୍ଟୋବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ଯାୟ ପଦଯାତ୍ରା ହେବ । ସେହିପରି ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ। ଜିଲ୍ଲା ସଭାପତି ଓ ରାଜ୍ୟ କମିଟି ଏହାର ତଦାରଖ କରିବେ । ପଦଯାତ୍ରା ସମୟରେ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ବିକାଶ ସହିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ବିଜେଡି ସରକାର କରିଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯିବ। ଏହାସହ ବିଜେପି ସରକାରର ବିଫଳତା, ପ୍ରତାରଣା ଓ ନାରୀ ନିର୍ଯାତନା ଆଦି ପ୍ରସଙ୍ଗରେ ରାଜ୍ୟବାସୀଙ୍କ ଜଣାଇବ ବିଜେଡି।

ଢେଙ୍କାନାଳରେ ଥମିବାର ନାଁ ଧରୁନି ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳରେ ଥମିବାର ନାଁ ଧରୁନି ଦୁର୍ଘଟଣା । ଯାଉଛି ନୀରିହ ଜୀବନ । ନୀରବଦ୍ରଷ୍ଟା ସାଜିଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷ । ପ୍ରତ୍ଯେକ ଦିନ ରାଜରାସ୍ତାରେ ଯାଉଛି ଅନେକ ଯାତ୍ରୀଙ୍କ ଜୀବନ । ଗତ କିଛି ଦିନ ତଳେ ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ଛକ ନିକଟରେ ଘଟିଥିବା ଲୋମ ଟାଙ୍କୁରା ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ସେପଟେ ଏନଏଚ ୫୫ ଓ ୫୩ ରାସ୍ତାର ଅବସ୍ଥା ମଧ୍ଯ ଶୋଚନୀୟ ହୋଇପଡିଛି ।

ଢେଙ୍କାନାଳରେ ଥମିବାର ନାଁ ଧରୁନି ଦୁର୍ଘଟଣା । ଯାଉଛି ନୀରିହ ଜୀବନ । ନୀରବଦ୍ରଷ୍ଟା ସାଜିଛନ୍ତି ଏନଏଚଆଇ କର୍ତ୍ତୃପକ୍ଷ । ପ୍ରତ୍ଯେକ ଦିନ ରାଜରାସ୍ତାରେ ଯାଉଛି ଅନେକ ଯାତ୍ରୀଙ୍କ ଜୀବନ । କିଏ ମା ଓ ବାପାକୁ ହରାଉଛି ତ କିଏ ତା ଛୁଆକୁ ହରାଉଛି । କିଛି ଦିନ ତଳେ ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ଛକ ନିକଟରେ ଘଟିଥିବା ଲୋମ ଟାଙ୍କୁରା ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ମାଆ ଆଗରେ ତାର ଦୁଇ ଯାଆଁଳା ପିଲା ଟ୍ରକ ତଳେ ଚାପିହୋଇ ମୃତ୍ଯୁବରଣ କରିଥିଲା । ମାଆଟି ରାସ୍ତା ଉପରେ ତା ମୃତ ପିଲାଙ୍କୁ କୋଳରେ ଧରି ବାହୁନି ବାହୁନି କାନ୍ଦୁଥିବାର ଦୃଶ୍ଯ ସମସ୍ତଙ୍କୁ ବ୍ଯଥିତ କରିଥିଲା । ଘଟଣା ପରେ ଉତ୍ତ୍ଯକ୍ତ ଲୋକେ ରାସ୍ତାରୋକ କରିଥିଲେ । ଫଳରେ କିଛି ସମୟ ପାଇଁ କଟକ-ଅନୁଗୁଳ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଘଟଣା ସ୍ଥଳରେ ରାସୋଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ଉତ୍ତ୍ଯକ୍ତ ଲୋକେ ସବୁ ଧାରଣାରୁ ଉଠିଥିଲେ ।

ଦୁର୍ଘଟଣା ପରେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଇବା ପାଇଁ ପୋଲିସ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି । ତଥାପି ରାସ୍ତାରେ ଭାରିଯାନ ଚଳାଚଳ ହେଉଥିବା ନେଇ ଅଭିଯୋଗ ହେଉଛି । ଅନ୍ଯପଟେ ଢେଙ୍କାନାଳ ଦେଇ ଯାଇଥିବା ଏନଏଚ ୫୫ ଓ ୫୩ ରାସ୍ତାର ଅବସ୍ଥା ମଧ୍ଯ ଶୋଚନୀୟ ହୋଇପଡିଛି । ବର୍ଷା ଦିନେ ରାସ୍ତାର ଅବସ୍ଥା କହିଲେ ନସରେ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଥିବା ବେଳେ ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି । ଯାହାକୁ ନେଇ ଗତ କିଛି ଦିନ ତଳେ ମନ୍ତ୍ରୀ ରବି ନାୟକଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଉତ୍ୟକ୍ତ ଲୋକେ ଏନଏଚ ୫୫ କୁ ୩ ଘଣ୍ଟା ଧରି ବନ୍ଦ ରଖିବା ସହିତ ମନ୍ତ୍ରୀଙ୍କୁ ଅଟକ ରଖିଥିଲେ। ସେପଟେ ଦୁର୍ଘଟଣାକୁ ଆଖି ଆଗରେ ରଖି ଜିଲ୍ଲାପାଳ ଢେ଼ଙ୍କାନାଳ ମହିଶିଆଁ ପାଟ ଛକ, କଣ୍ଟା ନାଳୀ ବାଇପାସ୍ ଓ ଗୋବିନ୍ଦ ପୁର ଛକରେ ଓଭର ବ୍ରିଜ ନିର୍ମାଣ ପାଇଁ ଏନଏଚ ବିଭାଗକୁ ଚିଠି ଲେଖିଛନ୍ତି। ସେପଟେ ଦୁର୍ଘଟଣାର ହଟସ୍ପଟ ପାଲଟିଥିବା ସ୍ଥାନ ମାନଙ୍କରେ ୭ ଦିନ ମଧ୍ଯରେ ସ୍ପିଡ ଲିମିଟ କ୍ଯାମେରା ଲଗାଯିବ ବୋଲି ସଦର ତହସିଲଦାର କହିଛନ୍ତି ।

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ନନ୍ଦିଘୋଷ ବ୍ୟୁରୋ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । କ୍ରମଶଃ ଏହା ପଶ୍ଚିମ ଉତ୍ତର – ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବ । ହେଲେ ଏହା ଅଧିକ ଘନୀଭୂତ ଆଶଙ୍କା କମ୍ । ଏହା କେବଳ ଲଘୁଚାପ ହୋଇ ଉପକୂଳ ଅତିକ୍ରମ କରିବ । ବର୍ତ୍ତମାନ ଏହାକୁ ନେଇ କୌଣସି ବାତ୍ୟା ଭୟ ନଥିବା କହିଛନ୍ତି ଭାରତୀୟ ପାଣିପାଗ ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଏହାର ପ୍ରଭାବରେ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୪ ତାରିଖ ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢିବ ।