spot_img
Home Blog Page 1465

ଜନ୍ମମାଟିରେ କମଳା ହାରିସଙ୍କ ପାଇଁ ପୂଜାର୍ଚ୍ଚନା

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉତ୍କଣ୍ଠା ବଢୁଥିବା ବେଳେ ଏବେ ବି କିଛି ସ୍ଥାନରେ ଭୋଟିଂ ଜାରି ରହିଛି । କିଏ ବାଜି ମାରିବ ତାକୁ ନେଇ ସମସ୍ତେ ଚାହିଁ ରହିଛନ୍ତି । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କମଳା ​​ହାରିସଙ୍କ ବିଜୟ ପାଇଁ ତାଙ୍କ ଜନ୍ମମାଟି ଥିରୁଭରୁର ଜିଲ୍ଲାର ଥୁଲସେନ୍ଦ୍ରପୁରମ୍ ଗାଁର ଲୋକମାନେ ପୂଜାର୍ଚ୍ଚନା କରିଛନ୍ତି । କମଲା ହାରିସ୍ ଦକ୍ଷିଣ ଏସିଆର ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ହୋଇପାରନ୍ତି  । ଲକ୍ଷ ଲକ୍ଷ ଆମେରିକୀୟ ବର୍ତ୍ତମାନ ନିଜର ମତଦାନ ସବ୍ୟସ୍ତ କରୁଛନ୍ତି। ଏଭଳି ପରିସ୍ଥିତିରେ ହଜାର ହଜାର ମାଇଲ ଦୂରରେ ଥିବା ଲୋକମାନେ କମଳା ହାରିସଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି  ।  କମଳା ହାରିସ ବିଜୟ ହୁଅନ୍ତୁ, ଏହି ଆଶାରେ ଗ୍ରାମବାସୀ ମନ୍ଦିରରେ ପ୍ରାର୍ଥନା କରିବା ସହିତ ବ୍ୟାନର ଲଗାଇ ଖୁସି ମନାଉଛନ୍ତି । କେବଳ ସେତିକି ନୁହେଁ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ବ୍ୟାନରରେ କମଳାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଗ୍ରାମବାସୀ। ୨୦୨୦ ଅଗଷ୍ଟରେ କମଳା ଉପରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରେଟ୍ ପ୍ରାର୍ଥୀ ଭାବରେ ମନୋନୀତ ହେବାପରେ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା । ସେହିବର୍ଷ ଉପରାଷ୍ଟ୍ରପତି ନିର୍ବାଚନରେ କମଳାଙ୍କ ବିଜୟ ପରେ ପୁରା ଗାଁ ଉତ୍ସବ ପାଳନ କରିଥିଲା । ଥୁଲସେନ୍ଦ୍ରପୁରମ୍ କମଳାଙ୍କ ଜେଜେବାପା ତଥା ପୂର୍ବତନ ଭାରତୀୟ କୂଟନୀତିଜ୍ଞ ପି.ବି ଗୋପାଳନଙ୍କ ପୈତୃକ ଗ୍ରାମ । କମଳାଙ୍କ ମାତା ଶ୍ୟାମଳା ପି.ବି ଗୋପାଳନଙ୍କ ଝିଅ ।

ପରଲୋକରେ ଗାୟିକା ଶାରଦା ସିହ୍ନା

ନୂଆଦିଲ୍ଲୀ :  ଆରପାରିରେ ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନା । ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଶାରଦା । ସ୍ବାସ୍ଥ୍ରଅବସ୍ଥା ବିଗିଡିବାରୁ ସେ କିଛି ଦିନ ହେବ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଶାରଦାଙ୍କ ବିୟୋଗରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

୧୯୫୨ ଅକ୍ଟୋବର ୧ ତାରିଖରେ ବିହାରର ସୁପୋଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଶାରଦା । ନିଜର ଚମତ୍କାର କଣ୍ଠ ପାଇଁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶାରଦାଙ୍କୁ ବିହାରର କୋକିଳ ବ୍ୟତୀତ ଭୋଜପୁରୀ କୋକିଲା, ଭିଖାରୀ ଠାକୁର ସମ୍ମାନ, ବିହାର ରତ୍ନ, ମିଥିଲି ବିଭୂତି ସହିତ ଅନେକ ସମ୍ମାନ ମିଳିଛି । ଶାରଦା ସିହ୍ନା ଭୋଜପୁରୀ, ମଗହୀ ଓ ମୈଥଲି ଭାଷାରେ ବିବାହ ଓ ଛଠର ଗୀତ ଗାଇଛନ୍ତି, ଯାହା ଲୋକଙ୍କ ମଧ୍ୟରେ ବହୁ ପ୍ରଚଳିତ । ୨୦୧୮ରେ ଗାୟିକା ଶାରଦା ସିହ୍ନାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶାରଦା ସିହ୍ନା ଛଠ୍‌ ପୂଜା ଉପରେ ଆଧାରିତ ‘ହୋ ଦୀନାନାଥ’ ଗୀତକୁ ଲୋକେ ବେଶ୍ ପ୍ରଶଂସା କରିଥିଲେ।

ଘରେ ଶୋଇଥିବା ବେଳେ ନିଆଁ ଲାଗି ମାଆ ଓ ଝିଅଙ୍କ ମୃତ

ସମ୍ଵଲପୁର  : ସମ୍ଵଲପୁର ମାନେଶ୍ଵରରେ ନିଆଁ ଲାଗି ମାଆ ଝିଅଙ୍କ ମୃତ୍ୟୁ। ଘରେ ଶୋଇଥିବା ବେଳେ ନିଆଁ ଲାଗି ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ନେହଲତା ଦୀକ୍ଷିତ ଓ ସୈରେନ୍ଦ୍ରୀ ଦିକ୍ଷୀତ। ସ୍ନେହଲତାଙ୍କ ବୟସ ପ୍ରାୟ ୯୦ ବର୍ଷ ହେବ ଓ ସୈରେନ୍ଦ୍ରୀଙ୍କ ବୟସ ପ୍ରାୟ ୬୦ ବର୍ଷ। ସେମାନେ ଦ୍ଵିତୀୟ ମହଲାରେ ରହୁଥିଲେ। ନିଆଁ ଲାଗିଥିବାର ଖବର ପରେ ଅଗ୍ନିଶମ ବାହିନୀ ଆସି ନିଆଁ  ଲିଭାଇଥିଲେ। କେମିତି ନିଆଁ ଲାଗିଲା, ଏଯାଏ ସ୍ପଷ୍ଟ ହୋଇନି। ପୋଲିସ ଆସି ତଦନ୍ତ କରୁଛି। ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚିଛି।  ସେପଟେ ମୃତକଙ୍କ ସାନ ଝିଅ ଅଭିଯୋଗ କରିଛନ୍ତି, ଜମି ବାଡ଼ି ପାଇଁ ମାଆ ଓ ବଡ଼ ଭଉଣୀଙ୍କୁ ହତ୍ଯା କରାଯାଇଛି। ନିଜର ଭାଇ ଓ ଭାଉଜ ଏହି କାଣ୍ଡ କରିଥିବା ସେ ଅଭିଯୋଗ କରିଛନ୍ତି। ପୁଅ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି।

ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର, ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ବର : ଇଡକୋ ଜୁନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଇଡକୋ ଜୁନିୟର୍ ମ୍ୟାନେଜର ବିଜୟ ଉଦୟସିଂଙ୍କ ଘର ସମେତ ଭୁବନେଶ୍ଵର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଚଢ଼ାଉରେ ୮ଜଣ ଡିଏସପି ୮ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି । ଆର୍ଯ୍ୟବିହାର ୫୦୪ ପ୍ଳଟରେ, ପୁରୀ ବାଲୁଖଣ୍ଡ ୪୩୦ B ବ୍ଲକ୍ ଚତୁର୍ଥ ମହଲାରେ ଥିବା ଫ୍ଲାଟ୍ ରେ, ଜଙ୍କିଆ ମୁଣ୍ଡମ୍ବାରେ ଥିବା ପୈତୃକ ଘରେ, ଭୁବନେଶ୍ଵର ଇଡକୋ କାର୍ଯ୍ୟାଳୟରେ, ଜଙ୍କିଆଠାରେ ଥିବା କ୍ରସରରେ ଓ ଭୁବନେଶ୍ଵର ସାମନ୍ତରାପୁରଠାରେ ଥିବା ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢାଉ ଜାରି ରହିଛି ।

୭ ଦିନ ଯାଏଁ ପାଗରେ ପରିବର୍ତ୍ତନ ନାହିଁ

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି ।  ଆଜିଠାରୁ ୭ ଦିନ ଯାଏଁ  ପାଗ କୌଣସି ପରିବର୍ତ୍ତନ ନାହିଁ ।   ଆଦ୍ରତା ଓ ଗୁଳୁଗୁଳି  ପାଇଁ  କାଁଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା  ୨୪ ଘଣ୍ଟାରେ  କିଛି କିଛି ଜିଲ୍ଲା ବିଶେଷକରି ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର , କଟକ, ଗଂଜାମ  ଓ ପୁରୀ ଜିଲ୍ଲାର ଗୋଟେ ଓ ଦୁତି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା  ହେବ ବୋଲି ଆକଳନ କରାଯାଇଛି ।  ସେହିପରି  ଆସନ୍ତାକାଲି କେନ୍ଦ୍ରାପଡା,ଜଗତସିଂପୁର ,କଟକ,ଗଂଜାମ , ଗଜପତି, କନ୍ଧମାଳ ନୟାଗଡ ମୟୂରଭଞ୍ଜ କେନ୍ଦୁଝର ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା  ହେବାକୁ ଥିବା ବେଳେ  ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରରହିବ । ସେପଟେ ବାୟୁମଣ୍ଡଳରେ ଆଦ୍ରତାର ପରିମାଣ ମାତ୍ରାଧିକ ଥିବାରୁ ଶୀତ ଅନୁଭବ ହେଉନାହିଁ । ଏହାସହ ଦିନର ତାପମାତ୍ରା ମଧ୍ୟ  ସ୍ୱାଭାବିକ ଠାରୁ ସାମାନ୍ୟ ଉପରେ ରହୁଛି । ଧୀରେ ଧୀରେ ଶୀତ ଯଦିଓ ପଡ଼ିଲାଣି କିନ୍ତୁ ଏହିସବୁ କାରଣରୁ ତାହା ଅନୁଭବ ହେଉନାହିଁ । ଆଉ କିଛିଦିନ ପରେ ଅର୍ଥାତ ଆଗାମୀ ସପ୍ତାହ ଆଡକୁ ଶୀତ  ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି  ପାଣିପାଗ କେନ୍ଦ୍ର । ଅନ୍ୟପଟେ ଗତ ୨୪ ଘଂଟାରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୪ ଡିଗ୍ରୀ ରେକର୍ଡ ହୋଇଥିବା  ବେଳେ  ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି ।

ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି । ମନ୍ଦିର ବାହାରେ ଥିବା ହୁଣ୍ଡି ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି । ଏହାସହ  ଗର୍ଭଗୃହରେ ରହିଥିବା ମା’ଙ୍କ ରୂପାର ଛତା ସହ ରୂପାର ମୁଖାକୁ ଚୋରିକରି ନେଇଛନ୍ତି  । ଆଜି ଭୋରରୁ ପୂଜକ ମନ୍ଦିର ଖୋଲିବା ସମୟରେ ତାଲା ଭାଙ୍ଗି ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । କେବଳ ଗୋଟିଏ ତାଲା ନୁହେଁ ବରଂ ଗର୍ଭଗୃହକୁ ଯିବା ନିମନ୍ତେ ରହିଥିବା ତିନୋଟି କବାଟର ତାଲାକୁ ଭାଙ୍ଗି କବାଟ ଖୋଲି ଚୋର ମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି । ଗୋଟିଏ ପଟେ ମନ୍ଦିରରେ ଆଲୋକିକରଣ ବ୍ୟବସ୍ଥା ନଥିବା ବେଳେ ସିସିଟିଭି ଥାଇ ମଧ୍ୟ କାମ କରୁନାହିଁ । ତେଣୁ ଏଭଳି ଚୋରି ହୋଇଛି । ଆଉ ଏଥିପାଇଁ ମନ୍ଦିର ପ୍ରଶାସନ ହିଁ ଦାୟୀ ବୋଲି କହିଛନ୍ତି ଭକ୍ତ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତାରାତାରିଣୀ ମନ୍ଦିରରେ ତହସିଲଦାର ଏବଂ ଆରାଇ ଉପସ୍ଥିତ ଅଛନ୍ତି । ମାଙ୍କ ସେବାରେ ବିଳମ୍ବ ପାଇଁ ତହସିଲଦାର ଦୁଃଖି ପ୍ରକାଶ କରିବାସହିତ ସେବା କାର୍ଯ୍ୟ ଠିକରେ ଚାଲିବା ପାଇଁ ସେବାୟତ ଏବଂ ଏସଡିପିଓଙ୍କ ସହ ଆଲୋଚନା କରିଛନ୍ତି ତହସିଲଦାର ।

ଦୀର୍ଘ ଦିନ ପରେ ପାଇଲେ ଅଧିନାୟକତ୍ୱ, ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳିଛନ୍ତି ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ : ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଡେଭିଡ ୱାର୍ନର ଦୀର୍ଘ ସମୟ ପରେ ଅଧିନାୟକତ୍ୱ ପାଇଛନ୍ତି । ଅଷ୍ଟ୍ରେଲୀୟ କ୍ରିକେଟ୍ ଦ୍ବାରା ଏହି ପ୍ରତିବନ୍ଧକ ହଟାଯିବା ପରେ ୱାର୍ନର ବର୍ତ୍ତମାନ ବିଗ୍ ବ୍ୟାସ ଲିଗରେ ସିଡନୀ ଥଣ୍ଡରଙ୍କୁ ଅଧିନାୟକ କରୁଥିବା ଦେଖିବାକୁ ମିଳିବ । ବାସ୍ତବରେ ଅଷ୍ଟ୍ରେଲୀୟ କ୍ରିକେଟ୍ ୱାର୍ଣ୍ଣରଙ୍କ ଉପରେ ୫ ବର୍ଷର ପ୍ରତିବନ୍ଧକ ଲଗାଇଥିଲା, ୱାର୍ଣ୍ଣର ଅଷ୍ଟ୍ରେଲିଆ କ୍ରିକେଟ୍ ରେ କୌଣସି ଦଳର ଅଧିନାୟକ ହୋଇପାରି ନଥିଲେ ।

ଏହି ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିଗ୍ ବ୍ୟାସ୍ ଲିଗ୍ ର ନୂଆ ସିଜନରେ ଅଧିନାୟକ ହେବାକୁ ପ୍ରସ୍ତୁତ  । ସିଡନୀ ଥଣ୍ଡରର ଅଧିନାୟକ ହେବା ପରେ ଡେଭିଡ ୱାର୍ନର କହିଛନ୍ତି, “ଏହି ସିଜନରେ ପୁନର୍ବାର ଥଣ୍ଡର ଅଧିନାୟକ ହେବା ମୋ ପାଇଁ ବହୁତ କିଛି । ମୁଁ ଆରମ୍ଭରୁ ଦଳର ଏକ ଅଂଶ ଥିଲି ଏବଂ ବର୍ତ୍ତମାନ ମୋ ନାମ ସାମ୍ନାରେ ଏକ ‘C’ ସହିତ ଫେରିବା ଭଲ ଲାଗେ  । ମୁଁ ଆଗରୁ ନେତୃତ୍ୱ ନେବାକୁ ଏବଂ ଆଗାମୀ ଯୁବ ପ୍ରତିଭାମାନଙ୍କ ସହ ମୋର ଅଭିଜ୍ଞତା ବାଣ୍ଟିବାକୁ ଅପେକ୍ଷା କରିଛି। ”

୨୦୧୮ ମସିହାରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା | ଯେଉଁଥିରେ ୱାର୍ଣ୍ଣର ବଲ୍ ଟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ପରେ ଅଷ୍ଟ୍ରେଲିଆ କ୍ରିକେଟ୍ ୱାର୍ଣ୍ଣରକୁ ୫ ବର୍ଷ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ର କୌଣସି ଦଳର ଅଧିନାୟକ ହେବାକୁ ବାରଣ କରିଥିଲା । ଗତ ମାସରେ କ୍ରିକେଟ୍ ଅଷ୍ଟ୍ରେଲିଆର ଆଚରଣ ସଂହିତା ଆୟୋଗର ଏକ ନିଷ୍ପତ୍ତି ବର୍ତ୍ତମାନ ୱାର୍ଣ୍ଣରଙ୍କୁ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବାକୁ ଅନୁମତି ଦେଇଛି ।

ଡେଭିଡ ୱାର୍ନର ଦୀର୍ଘ ଦିନ ଧରି ଆଇପିଏଲରେ ଦିଲ୍ଲୀ ରାଜଧାନୀ ପାଇଁ କ୍ରିକେଟ୍ ଖେଳିଛନ୍ତି ।  ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ୱାର୍ନର ଦିଲ୍ଲୀ ଦଳର ଅଧିନାୟକତ୍ୱ କରିଛନ୍ତି । ଏହା ବ୍ୟତୀତ ୱାର୍ଣ୍ଣର ତାଙ୍କ ଅଧିନାୟକତ୍ୱ ସମୟରେ ସନରାଇଜର୍ସ ହାଇଦ୍ରାବାଦକୁ ଆଇପିଏଲ୍ ଟାଇଟଲ୍ ଜିତିଛନ୍ତି ।

‘ଭୁଲ ଭୁଲେୟା -୩’ ବନାମ ‘ସିଙ୍ଘମ ଏଗେଇନ’: କାହାର କେତେ ରୋଜଗାର ?

ମୁମ୍ବାଇ: ଅଜୟ ଦେବଗନ୍ ଏବଂ ଅକ୍ଷୟ କୁମାରଙ୍କ ‘ସିଙ୍ଘମ ଏଗେଇନ’ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ ଭୁଲେୟା -୩’ ଗୋଟିଏ ଦିନରେ ରିଲିଜ ହୋଇଥିଲା ।  ଗୋଟିଏ ପଟେ ଏକ ଭୟଙ୍କର-କମେଡି ଫିଲ୍ମ ଏବଂ ଅନ୍ୟ ପଟେ ଏକ ଆକ୍ସନ୍ ଚଳଚ୍ଚିତ୍ର ଅଛି  । ଏଭଳି ପରିସ୍ଥିତିରେ ଦର୍ଶକମାନେ କ’ଣ ଦେଖିବେ ସେ ବିଷୟରେ କେବଳ ଗୋଟିଏ ବିକଳ୍ପ ଅଛି  । ନଭେମ୍ବର ୧ରେ ମୁକ୍ତିଲାଭ କରିଥିବା ଉଭୟ ଚଳଚ୍ଚିତ୍ର ହେଉଛି ମଲ୍ଟି ଷ୍ଟାରର୍ ଯାହା ପାଇଁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ  । ଯଦିଓ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଆଡଭାନ୍ସ ବୁକିଂରେ ଆଗୁଆ ଥିଲା, ତଥାପି ‘ବାଜିରାଓ’ ବାଜି ମାରି ନେଇଛି । ବର୍ତ୍ତମାନ ଉଭୟ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ରିଲିଜ ହେବାର ୫ ଦିନ ହେଲା ।

ଅଜୟ ଦେବଗନ୍, ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ସିଙ୍ଘମ ଏଗେଇନ’ ଚଳଚ୍ଚିତ୍ରର ରୋଜଗାରରେ ସାମାନ୍ୟ ହ୍ରାସ ଘଟିଛି  । ଯେଉଁଥିରେ ପ୍ରତମ ଦିନରେ ଭଲ ସଂଗ୍ରହ ହୋଇଥିଲା । ବର୍ତ୍ତମାନ ପୂର୍ବ ଦିନର ରୋଜଗାର ବିଷୟରେ କହିବାକୁ ଗଲେ, ସ୍କାନିଲ୍କର ରିପୋର୍ଟ ଅନୁଯାୟୀ, ୫ ନଭେମ୍ବରରେ ଏହି ଫିଲ୍ମ ୧୩.୫୦ କୋଟି ଟଙ୍କା ରୋଜଗାର କରିଛି  । ବର୍ତ୍ତମାନ ଏହାର ମୋଟ ସଂଗ୍ରହ ୧୫୩.୨୫ କୋଟିରେ ପହଞ୍ଚିଛି ।

କାର୍ତ୍ତିକ ଆର୍ଯ୍ୟନଙ୍କ ଭୟଙ୍କର କମେଡି ଚଳଚ୍ଚିତ୍ର ‘ଭୁଲ ଭୁଲେୟା -୩’ ‘ବିଷୟରେ  କହିବାକୁ ଗଲେ କାର୍ତ୍ତିକ ଆର୍ଯ୍ୟନ୍, ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରକୁ ଲୋକମାନେ ଅପେକ୍ଷା କରିଥିଲେ କିନ୍ତୁ ବର୍ତ୍ତମାନ ରୋଜଗାର ଦିନକୁ ଦିନ ହ୍ରାସ ପାଉଛି । ସ୍କାନିଲ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମ ୫ଦିନରେ ୧୩ କୋଟି ଟଙ୍କା ସଂଗ୍ରହ କରିଛି । ଏହି ପରିସ୍ଥିତିରେ ଫିଲ୍ମର ମୋଟ ସଂଗ୍ରହ ୧୩୭ କୋଟି ଟଙ୍କା ହୋଇଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଆଗରେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଗଣତିର ପ୍ରାଥମିକ ରିପୋର୍ଟ ଅନୁସାରେ ଆଗୁଆ ଅଛନ୍ତି ଡୋନାଲଡ ଟ୍ରମ୍ପ। ସେ ୯ ରାଜ୍ୟରେ ଜିତିଛନ୍ତି। ତାଙ୍କୁ ମିଳିଲାଣି ୯୫ଟି ଇଲେକଟୋରାଲ କଲେଜ। ସେପଟେ କମଳା ହାରିସ ୫ ରାଜ୍ୟ ହାତେଇଛନ୍ତି। ତାଙ୍କୁ ମିଳିଛି ୨୭ଟି ଇଲେକଟୋରାଲ କଲେଜ। । ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ୍ ୫୩୮ ।  ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଚଳିତ ନିର୍ବାଚନରେ କମଳା ହାରିସ ଓ ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ଆଗରେ ଅଛନ୍ତି ଟ୍ରମ୍ପ। ପୁରା ଅନ୍ତର୍ଜାତୀୟ ସମୁଦାୟ ଆମେରିକାର ଏହି ରାଷ୍ଟ୍ରପତି ନିର୍ବାଚନ ଉପରେ ନଜର ରଖିଛି। କିଛି ସ୍ଥାନରେ ଏବେ ବି ଭୋଟିଂ ଚାଲିଛି।

ଆମ୍ବ ଗଛକୁ ଧକ୍କା ଦେଲା କାର, ୨ ମୃତ

କୋଣାର୍କ : ଗତ ବିଳମ୍ବିତ ରାତ୍ରରେ କୋଣାର୍କ ଜୁଣେଇ ଛକ ନିକଟରେ ଦୁର୍ଘଟଣା । ଆମ୍ବ ଗଛକୁ ଧକ୍କା ଦେଲା ଦ୍ରୁତଗାମୀ କାର । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକ ନିଆଳି ଥାନା ଅନ୍ତର୍ଗତ ବିନିସପୁର ଗାଁର ବିଶ୍ଵଜିତ୍ ସାହୁ ଓ ପ୍ରଦୀପ ସାହୁ ହୋଇଥିବା ବେଳେ ଗୁରୁତର ଜଣଙ୍କ ହେଲେ ତପନ ସାହୁ  । ଗତ ରାତିରେ ଦୁର୍ଘଟଣା ହୋଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । କୋଣାର୍କ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣା ହୋଇଛି ।