spot_img
Home Blog Page 1407

ବିମାନ ବନ୍ଦର ନିକଟରେ ବାଘ ଆତଙ୍କ ଘଟଣା , ମିଳିଲାନି ବାଘ, ଦେଖାଗଲା ବଣଭୂଆଁ

ଭୁବନେଶ୍ବର  : ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ ଘଟଣା । ମିଳିଲାନି ବାଘ, ଦେଖାଗଲା ବଣଭୂଆଁ । ବାଘ ବୁଲୁଥିବା ଭାବି ଯନ୍ତା ବସା ଯାଇଥିଲା। ଏପରିକି କୁକୁଡ଼ା ଲୋଭ ଦେଖାଇ କାବୁ କରିବାକୁ ହୋଇଥିଲା ଯୋଜନା। ରାତିରେ ଲଗାଯାଇଥିଲା ଟ୍ରାପ୍ କ୍ୟାମେରା ସହ ଯନ୍ତା। ଶେଷରେ ବାଘ ବଦଳରେ ବଣଭୂଆଁ ବୋଲି ଦେଖିବାକୁ ମିଳିଛି। ଏବେ ବି ଯନ୍ତା ବସାଯାଇଛି। ଘଟଣାର ଅନୁଧ୍ୟାନ ପାଇଁ ପହଞ୍ଚୁଛନ୍ତି ନନ୍ଦନକାନନ ଟିମ୍। ଗତକାଲି ବନ ବିଭାଗ ରେଞ୍ଜରଙ୍କ ସହ ସ୍ବତନ୍ତ୍ର ଟିମ୍ କ୍ୟାମେରା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସଂପୃକ୍ତ  ଅଞ୍ଚଳକୁ ଲୋକଙ୍କୁ ନ ଯିବାକୁ ବନ ବିଭାଗର ପକ୍ଷରୁ ବାରଣ କରାଯାଇଥିଲା। ବିମାନ ବନ୍ଦର ଡମ୍ପିଂ ୟାର୍ଡ ନିକଟରେ ବାଘ ଦେଖା ଯିବା ପରେ କାବୁ କରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲା। ଗଛରେ ବାଘକୁ ଦେଖି ସୂଚନା ଦେଇଥିଲେ ଜଣେ ସଫେଇ କର୍ମଚାରୀ । ପାଦଚିହ୍ନ ଚିହ୍ନଟ ପାଇଁ ବରିଷ୍ଠ ଅଧିକାରୀ ଓ ଏକ୍ସପର୍ଟମାନଙ୍କ ସହଯୋଗ ଲୋଡ଼ିଥିଲା ନଗର ବନବିଭାଗ ।

ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ମଦ୍ୟପ ସ୍ବାମୀ

ବାଲିଗୁଡା : ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ମଦ୍ୟପ ସ୍ବାମୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ନୂଆମୁଣ୍ଡା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ମଧୁମତି ବେହେରାଦଲାଇ । ନିଶାସକ୍ତ ସ୍ବାମୀ ଚନ୍ଦ୍ରକାନ୍ତ ବେହେରା ଦଳାଇକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ପାରିବାରିକ କଳହକୁ ନେଇ ଧାରୁଆ ଅସ୍ତ୍ରରେ ମଧୁମତିଙ୍କ ବେକକୁ କାଟିବା ସହ ଶରୀରର ଅନେକ ସ୍ଥାନରେ ଆଘାତ ଦେଇଥିଲା ସ୍ବାମୀ ଚନ୍ଦ୍ରକାନ୍ତ। ଘଟଣା ସ୍ଥଳରେ ହିଁ ମଧୁମତିଙ୍କ ମୃତ୍ୟୁ ହୋଇଯାଇଥିଲା । ଅଭିଯୋଗ ପରେ ଘଟଣା ସ୍ଥଳରେ ତୁମୁଡ଼ିବନ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଚନ୍ଦ୍ରକାନ୍ତକୁ ଅଟକ ରଖିଛି ପୋଲିସ ।

ମେକ୍ସିକୋରେ ମର୍ମନ୍ତୁଦ ଦୁର୍ଘଟଣା। ୨୪ ମୃତ, ଏକାଧିକ ଆହତ

ମେକ୍ସିକୋ  : ମେକ୍ସିକୋ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମେକ୍ସିକୋ କେନ୍ଦ୍ରୀୟ ରାଜମାର୍ଗରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟର-ଟ୍ରଲି ସହ ଯାତ୍ରୀବାହୀ ବସ୍ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡି ଖାଲରେ ପଡିଯାଇଥିଲା । ଫଲରେ ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜକାଟେକସ୍ ଗଭର୍ଣ୍ଣରଙ୍କ ସୂଚନା ମୁତାବତ, ଶନିବାର ଏହି ଦୁର୍ଘଟଣା ଘଟିଛି । ମେକ୍ସିକୋର କେନ୍ଦ୍ରୀୟ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସକୁ ମକ୍କା ଭର୍ତ୍ତି ଟ୍ରାକ୍ଟର ପଛକୁ ଧକା ଦେଇଥିଲା । ଖବର ପାଇ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୫ଗୁରୁତରଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହି ଘଟଣାରେ   ମୋଟ୍ ୨୪ଜଣଙ୍କ ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ବସ୍ ଆମେରିକା-ମେକ୍ସିକୋ ସୀମାରେ ଥିବା ଚିହୁଆହୁଆ ରାଜ୍ୟର ସିୟୁଡାଡ ଜୁଆରେଜକୁ ଯାଉଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ମେକ୍ସିକୋର ବାସିନ୍ଦା ଥିଲେ।

ଶିଶୁ କନ୍ୟାକୁ ମାଆର ନିସ୍ତୁକ ମାଡ଼, ମାଆକୁ ଥାନାରେ ଅଟକ ରଖିଛି ପୋଲିସ

ବାଣପୁର : ୧୬ ମାସ ଶିଶୁକୁ ମାଆର ଅମାନୁଷିକ ଅତ୍ୟାଚାରର ଭିଡିଓ ଭାଇରାଲ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା  ଭଗବତୀ ସାହିର ଏହି ଘଟଣା ବୋଲି ସୂଚନା ରହିଛି । ଜନ୍ମିତା ମାଆ ଘଟାଇଛି ଏହି କାଣ୍ଡ l ମାଆ ହୋଇ ୧୬ ମାସର ଶିଶୁ କନ୍ୟାକୁ ନିସ୍ତୁକ ମାଡ଼ ମାରୁଥିବା ଦେଖିବାକୁ ମିଳିଛି  l ଶିଶୁକୁ ମାଡ଼ ମାରିବାର ଭିଡିଓ କରି ଓଡ଼ିଶା ବାହାରେ ରହୁଥିବା ସ୍ୱାମୀ ପାଖକୁ ପଠାଇଛି ସ୍ତ୍ରୀ । ମହିଳା ଜଣକ ଗମ୍ଭାରୀମୁଣ୍ଡା ନିକଟସ୍ଥ ହରିଚନ୍ଦନପୁର ଗାଁର ପ୍ରମୋଦ ନାୟକଙ୍କ ସ୍ତ୍ରୀ ବନିତା ନାୟକ l ପ୍ରମୋଦ  କେରଳରେ କାମ କରୁଥିବା ବେଳେ ସ୍ତ୍ରୀ ଘର ଛାଡି ବାଣପୁରର ଭଗବତୀ ସାହିରେ ଭଡାଘରେ ରହୁଥିବା ପରିବାର ଲୋକେ ଅଭିଯୋଗ କହିଛନ୍ତି l କୌଣସି କାରଣ ନେଇ ସେଠାରେ ୧୬ମାସର ଶିଶୁକୁ ତଣ୍ଟି ଚିପି ବେକରେ ଗୋଡ ଥୋଇ ମାଡ଼ ମାରିଛି ସ୍ତ୍ରୀ । ଅସହ୍ୟ ମରଣାତ୍ମକ ଆକ୍ରମଣ କରିଵା ସହ ସ୍ୱାମୀ ପାଖକୁ ପଠାଇଛି ଭିଡିଓ l ଏନେଇ ଛୁଆର ବାପ ତାଙ୍କ ପରିବାରକୁ ଜଣାଇବା ପରେ ଛୁଆକୁ ସୁରକ୍ଷା ଦେବା ପାଇଁ ବଡ଼ବାପା ମାଧବ ନାୟକ ଓ ପରିବାରର ସମସ୍ତ ଲୋକ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି l ବାଣପୁର ପୋଲିସ ଅଭିଯୋଗ ପାଇ ଶିଶୁ କନ୍ୟା ସ୍ମୁତି ନାୟକକୁ ଉଦ୍ଧାର କରିବା ସହ  ମାଆ ବନିତା ନାୟକକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି l

ବାତ୍ୟା ପରେ ବଢିଲା ଦୁଃଖ । ମୁଣ୍ଡରୁ ଉଡାଇ ନେଲା ଛପର, ଚାଷ ଜମିରେ ଲୋଟିଛି ଫସଲ

ଭୁବନେଶ୍ବର : ବାତ୍ୟା ଦାନା ଦେଇଯାଇଛି ଅସୁମାରୀ ଦୁଃଖ । ମୁଣ୍ଡରୁ ଉଡାଇ ନେଇଛି  ଛପର । ବର୍ଷକର ଦାନାରେ ଭରିଦେଇଛି ପାଣି । ବାଲେଶ୍ବରରୁ ଭଦ୍ରକ, କେନ୍ଦ୍ରାପଡାରୁ କେନ୍ଦୁଝର ସବୁଠି ବାତ୍ୟା ଜନିତ ବର୍ଷା ବିତ୍ପାତ । ମୟୂରଭଞ୍ଜରେ ବି ମାଡି ଯାଇଛି ବର୍ଷା ପାଣି । ବାଲେଶ୍ବର ରେମୁଣା ବ୍ଲକରେ ଶହ ଶହ ଏକର ଚାଷ ଜମିରେ ଲୋଟିଛି ସୁନାର ଫସଲ । ପରିବା କ୍ଷେତରେ ୬ ଫୁଟ ଉଚ୍ଚର ପାଣି । ବାତ୍ୟା ଓ ବନ୍ୟା ଯୋଗୁ ଜିଲ୍ଲାର ୩ ହଜାର ୧୪୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି  । ଭୋଗରାଇ, ଜଳେଶ୍ବର ଓ ନୀଳଗିରି ବ୍ଲକରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି ।  ସେପଟେ କାଂଶବାଂଶ ନଦୀର ଜଲସ୍ତର ବଢ଼ି ଅନେକ ଗାଁକୁ ପାଣି ପଶୁଥିବା ଦେଖିବାକୁ ମିଳିଛି । ଗଣ୍ଡିବେଡ଼ ମାର୍କୋଣା  ଆନନ୍ଦପୁର ନିକଟରେ ରାସ୍ତା ଉପରେ ଚାଲିଛି ପାଣି। ଯାତାୟତ ଏକ ପ୍ରକାର ଠପ ହୋଇ ଯାଇଛି । ଖଇରା ଏବଂ ଔପଦା ବ୍ଲକର ଅନେକ ଲୋକ ପ୍ରଭାବିତ ହୋଇଛନ୍ତି l ବାଉରିପଦାର ଲୋକେ ବାତ୍ୟା ଆଶ୍ରୟସ୍ଥଳୀରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ବାତ୍ୟା ଯୋଗୁ ଭଦ୍ରକ ଜିଲ୍ଲା ଆରଡ଼ି, ଧାମନଗର, ବାସୁଦେବପୁର ଓ ଚାନ୍ଦବାଲି ଆଦି ଅଞ୍ଚଳରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା। ଭାଙ୍ଗିଯାଇଛି ଘର, ଉଜୁଡିଯାଇଛି ସୁନାର ଫସଲ । ବର୍ଷଯାକର ପେଟପାଟଣା ଚିନ୍ତାରେ ଏବେ ଚାଷୀ । ବାସୁଦେବପୁର ବ୍ଲକର ଦାନା ତାଣ୍ଡପ ରଚିଛି  । କେଉଁଠି ଘରର ଚାଳ ଛପର ଉଡିଯାଇଛି ତ କେଉଁଠି ଆଜବେଷ୍ଟ ଘର ଭାଙ୍ଗିଯାଇଛି । ଘର ଭାଙ୍ଗି ଯିବା ପରେ ବେସାହାରା ହୋଇଛନ୍ତି ପରିବାର  । ଅନ୍ୟର ସାହାଯ୍ୟ  ଓ  ସହଯୋଗ ଅପେକ୍ଷା କରିଛନ୍ତି  ବିପନ୍ନ ।  ଯାଜପୁର ବିଞ୍ଝାରପୁରରେ ବି ସୀମା ଲଂଘିଛି ଚାଷୀଙ୍କ ଦୁର୍ଦ୍ଦଶା । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି ସମ୍ପୂର୍ଣ୍ଣ ଧାନ ଫସଲ। ହେଲେ ଏପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଚାଷୀଙ୍କ ନିକଟରେ ପହଞ୍ଚିନଥିବା ଅଭିଯୋଗ ହୋଇଛି । ବଡ଼ଚଣା ବ୍ଲକରେ ବି ଏକର ଏକର ବିରି ଫସଲ ସହ ପନିପରିବା ଚାଷ ପ୍ରଭାବିତ ହୋଇଛି। କେନ୍ଦୁଝର ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ହାଟଡ଼ିହି ବ୍ଲକରେ ଶହ ଶହ ହେକ୍ଟର ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତରକୁ ଲକ୍ଷ କରି ବାରିପଦା ସହରର ତଳି ଅଂଚଳରେ ରହୁଥିବା ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଛି। ଜିଲ୍ଲା ପ୍ରଶାସନ ଏଵଂ ବାରିପଦା ପୌରପରିଷଦ ଅଧିକାରୀ ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ରାଜ୍ୟର ଆର୍ଥିକ ସ୍ବାୟତ୍ତତା ହ୍ରାସ କରିବାକୁ କେନ୍ଦ୍ର କରୁଛି ଷଡଯନ୍ତ୍ର !

ଭୁବନେଶ୍ବର: ରାଜ୍ୟଗୁଡିକୁ ଦୁର୍ବଳ କରିବାକୁ କେନ୍ଦ କରୁଛି ଷଡଯନ୍ତ୍ର । ୨୦୨୬ ମାର୍ଚ୍ଚ ପରେ ସେସ୍ ଟିକସକୁ ଜିଏସଟିରେ ମିଶ୍ରଣ କରିବାକୁ ଚାଲିଛି ମସୁଧା । ଏ ନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଗଲାଣି । ଏପରି କରିବା ଫଳରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ରାଜ୍ୟ ବେଶୀ କ୍ଷତିଗ୍ରସ୍ତ ହେବେ । ସେପଟେ ଜିଏସଟି ସ୍ଲାବରେ ପରିବର୍ତ୍ତନ ହେଲେ ସାଧାରଣ ଲୋକଙ୍କ ଉପରେ ଅଧିକ ଟିକସ ବୋଝ ପଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏବେ ଦାବି ଉଠିଛି ସେସ୍ ଟିକସକୁ ପୂର୍ବ ପରି ଚାଲୁ ରଖାଯାଉ । ନଚେତ୍ ସେସ୍ ଆଦାୟ କ୍ଷମତା ରାଜ୍ୟକୁ ଦିଆଯାଉ ।

ରାଜ୍ୟକୁ ଦୁର୍ବଳ କରିବା ମୁଡରେ ରହିଛି କେନ୍ଦ୍ର । ରାଜ୍ୟର ଆର୍ଥିକ ସ୍ବାୟତ୍ତତାକୁ ସଂକୁଚିତ କରିବାକୁ କରୁଛି ମସୁଧା । ୨୦୨୬ ମାର୍ଚ୍ଚ ପରେ ସେସ୍ ଟିକସକୁ ଜିଏସଟି ସହିତ ମିଶ୍ରଣ କରିବାକୁ ମନ୍ତ୍ରିସ୍ତରୀୟ ଗୋଷ୍ଠୀରେ ଚାଲିଛି ମନ୍ତ୍ରଣା । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇଟି ବୈଠକ ଅନୁଷ୍ଠିତ ହେଲାଣି । ଜିଏସଟି ସହିତ ମିଶିଲେ କେନ୍ଦ୍ର ସେସ୍ ଅର୍ଥରୁ ଅଧା ମାରି ନେଇଯିବ । ଅଧା ଅର୍ଥ ରାଜ୍ୟ ହରାଇବ । ମଦ, ସିଗାରେଟ୍, ଟବାକୋ, ଟବାକୋ ଉତ୍ପାଦ, ଲମ୍ବା ଲକଜରି କାର୍ ଓ କୋଇଲା ଉପରେ କେନ୍ଦ୍ର ସରକାର ଲକ୍ଷାଧିକ କୋଟି ସେସ୍ ଆଦାୟ କରୁଛନ୍ତି । ବ୍ୟବସ୍ଥା ହେଲା ରାଜ୍ଯକୁ ୫ ବର୍ଷ କ୍ଷତିପୂରଣ ଅବଧି ସରିବା ପରେ ଯେଉଁ ରାଜ୍ୟରେ ଏହିସବୁ ଜିନିଷ ବ୍ୟବହାର ହେବ ସେହି ରାଜ୍ୟକୁ କ୍ଷତିପୂରଣ ବାବଦରେ ଋଣ ଆକାରରେ ପ୍ରଦାନ କରାଯିବ । ଏଥିପାଇଁ ସେସ୍ ଆଦାୟ ସୀମାକୁ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ସଂପ୍ରାସାରଣ କରାଗଲା । ଏବେ ଏହି ଅର୍ଥକୁ ନିଜ ଟ୍ରେଜେରିକୁ ନେବାକୁ କେନ୍ଦ୍ର କରୁଛି ଚାଲ୍ । ଏହାସହ ଜିଏସଟି ସ୍ଲାବରେ ପରିବର୍ତ୍ତନ କରି ଉଚ୍ଚ ଟିକସ ବସାଇବାକୁ ମଧ୍ୟ କେନ୍ଦ୍ର ଯୋଜନା କରୁଥିବା ଅଭିଯୋଗ ହୋଇଛି । ଦାବି ଉଠିଛି ପୂର୍ବ ପରି ଏହିସବୁ ଜିନିଷ ଉପରେ କେନ୍ଦ୍ର ସେସ୍ ବ୍ୟବସ୍ଥା ଜାରି ରଖୁ । ନଚେତ୍ ରାଜ୍ୟକୁ ଏହି ସେସ୍ ଆଦାୟ କରିବାର କ୍ଷମତା ସମ୍ପୂର୍ଣ୍ଣ କେନ୍ଦ୍ର ପ୍ରଦାନ କରୁ । ତା’ହେଲେ ଦୁର୍ବଳ ଆର୍ଥିକ ସ୍ଥିତିରେ ଥିବା କେତେକ ରାଜ୍ୟର ଆର୍ଥିକ ସ୍ଥିତି ସୁଧୁରି ପାରିବ ।

ଅର୍ଥ ବିଶେଷଜ୍ଞ ବି କେନ୍ଦ୍ର ସରକାରଙ୍କ ଏପରି ବିଚାରକୁ ସମାଲୋଚନା କରିଛନ୍ତି । ସେସ୍ ଅର୍ଥ ନିର୍ଦ୍ଦିଷ୍ଟ ସମୟ ଓ ଗୋଟିଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଲାଗୁ ହୋଇଥାଏ । ଆଦାୟ ହେଉଥିବା ଅର୍ଥ ସେସ୍ ପୁଲରେ ଜମା ହୋଇଥାଏ । ସେଥିରୁ ରାଜ୍ୟକୁ କିଛି ଅର୍ଥ କେନ୍ଦ୍ର ଦେଇଥାଏ । ଓଡ଼ିଶାର କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଦାବି ହୋଇଆସୁଥିଲେ ବି କେନ୍ଦ୍ର ଶୁଣୁନି । ଏହାସହ ଓଡ଼ିଶାର କୋଇଲାରୁ କେନ୍ଦ୍ରୀୟ କମ୍ପାନୀ ଓ କେନ୍ଦ୍ର ସରକାର ସେସ୍ ଆଦାୟ କରି ମାଲାମାଲ୍ ହେଉଛନ୍ତି । କିନ୍ତୁ ଏହାର ସିଂହଭାଗ ଓଡ଼ିଶାକୁ ମିଳୁନି ।

ପୂର୍ବ ବିଜେଡି ସରକାର କେନ୍ଦ୍ର ଆଦାୟ କରୁଥିବା ସେସ୍ ଅର୍ଥର ସିଂହଭାଗ ରାଜ୍ୟକୁ ଦେବାକୁ ବାରମ୍ବାର କେନ୍ଦ୍ର ପାଖରେ ଦାବି କରିଆସୁଥିଲେ । ଏବେ ସମୟ ଆସିଛି ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ସିନ୍, ଡିମେରିଟ୍ ଓ ଲକଜରି ସାମଗ୍ରୀ ଉପରୁ କେନ୍ଦ୍ର ଆଦାୟ କରୁଥିବା ସେସ୍ ଅର୍ଥ ବିଗତ ୧୦ ବର୍ଷ ଭିତରେ କେଉଁ ରାଜ୍ୟକୁ କେତେ ମିଳିଛି ଓ ଭିତ୍ତିଭୂମି ନିର୍ମାଣ ବାବଦରେ କେତେ ଖର୍ଚ୍ଚ ହୋଇଛି ତାର ହିସାବ ବିରୋଧୀ କେନ୍ଦ୍ରକୁ ମାଗିବା ଦରକାର ବୋଲି ଦାବି ଉଠିଛି ।

ପଦାରେ ପଡ଼ିଲା କୋଟିଆ ପ୍ରସଙ୍ଗରେ ମୋହନ ସରକାରଙ୍କ ଆନ୍ତରିକତା

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ଓଡ଼ିଶାର ବିଜେପି ସରକାରଙ୍କ ଆନ୍ତରିକତା କେତେ ତାହା ପଦାରେ ପଡିଛି । ଗୋଟିଏ ପଟେ ଡବଲ ଇଞ୍ଜିନ ସରକାରର କଥା କହୁଥିବା ବିଜେପି ଆନ୍ଧ୍ରର ମନମାନି ସତ୍ତ୍ୱେ ମଧ୍ୟ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ପାଟି ଫିଟାଉ ନାହାଁନ୍ତି । ସେପଟେ ଆଇନଗତ ଲଢେଇରେ ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ବେଳେ ଓଡ଼ିଶାର କେହି ବି ଉପସ୍ଥିତ ନ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ଯକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉତ୍କଳ ସମ୍ମିଳନୀ ସମେତ ଅନ୍ୟାନ୍ୟ ଜନ ସଂଗଠନ ।

କୋଟିଆ ଦଖଲ ପାଇଁ ଆନ୍ଧ୍ର ନିଜର ସବୁ ଶକ୍ତି ଲଗାଇ ଦେଇଛି । ବିଭିନ୍ନ ମାଧ୍ୟମରେ ଚକ୍ରାନ୍ତ କରି କୋଟିଆ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲଗାତର ଉଦ୍ୟମ ଜାରି ରଖିଛି । ଓଡିଶାର ବିଜେପି ସରକାର କିନ୍ତୁ ଏ ନେଇ ଆଦୌ ଚିନ୍ତିତ ନ ଥିବା ଦେଖିବାକୁ ମିଳୁଛି । କୋଟିଆ ମାମଲାରେ ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ଅରିଜିନାଲ ସୁଟ ସଂଶୋଧନ ଆବେଦନ ଉପରେ ଶୁଣାଣି ସମୟରେ ଖୋଦ ଓଡିଶା ପକ୍ଷରୁ କୌଣସି ପ୍ରତିନିଧି ଉପସ୍ଥିତ ନଥିଲେ । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସରକାରଙ୍କର ଏହା ଏକ ବଡ଼ ଭୁଲ ବୋଲି କହିଛି ଉତ୍କଳ ସମ୍ମିଳନୀ । ଓଡିଶାର ତତ୍କାଳୀନ ସରକାର ୨୦୨୩ ରେ ସମ୍ବିଧାନର ୧୩୧ ଧାରା ଉଚ୍ଛେଦ ପାଇଁ ଆବେଦନ କରିଥିଲେ । ତେଣୁ ଏହି ଉଦ୍ୟମ ବେଳେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଭାବେ କେହି ଉପସ୍ଥିତ ହେବା ନିହାତି ଆବଶ୍ୟକ ବୋଲି କହିଛି ଉତ୍କଳ ସମ୍ମିଳନୀ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି ଉତ୍କଳ ସମ୍ମିଳନୀ । କୋଟିଆ ଶୁଣାଣି ବେଳେ ଓଡ଼ିଶାର ପ୍ରତିନିଧି ଉପସ୍ଥିତ ନ ରହିବାକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଓଡ଼ିଆ ଅସ୍ମିତା ପରିଷଦ । ଆମ ଶରୀରରୁ ହାତ କାଟିଦେବା ଯାହା ଆନ୍ଧ୍ର ହାତକୁ କୋଟିଆକୁ ଟେକି ଦେବା ସେୟା ବୋଲି କହିଛି ପରିଷଦ ।

ଆଇନଗତ ଲଢେଇ ବେଳେ ଓକିଲ ରହୁ ନାହାଁନ୍ତି । ଏହାଦ୍ବାରା ମୋହନ ସରକାର କୋଟିଆ ପ୍ରସଙ୍ଗରେ କେତେ ଯତ୍ନବାନ ତାହା ଜଣାପଡିଯାଇଛି ବୋଲି କହିଛି ଓଡିଶା ବିକାଶ ପରିଷଦ । ବିଜେପି ସରକାର ଯେତିକି ତତ୍ପର ହେବା କଥା ତାହା ନହୋଇ କେବଳ ଉପର ଠାଉରିଆ ମନ୍ତବ୍ୟ ଦେବାରେ ବ୍ୟସ୍ତ । ତୁରନ୍ତ ଏ ପ୍ରସଙ୍ଗରେ ଧ୍ୟାନ ନ ଦେଲେ ଓଡ଼ିଶାବାସୀ କ୍ଷମା ଦେବେନି ବୋଲି ଚେତାଇ ଦେଇଛି ପରିଷଦ । ଏହାକୁ ରାଜ୍ଯ ସରକାର ଅଣଦେଖା ନ କରିବାକୁ ଦାବି କରିଛି । ସେପଟେ ଆଇନଜୀବୀଙ୍କ କହିବା କଥା ଏଭଳି ସମ୍ବେଦନଶୀଳ ଘଟଣାର ଶୁଣାଣି ବେଳେ ଆଇନଜୀବୀ ଉପସ୍ଥିତ ନ ରହିଲେ ବି କୌଣସି ପ୍ରତିନିଧି ଉପସ୍ଥିତ ରହିବା କଥା । ରାଜ୍ୟ ସରକାର କୌଣସି ଆବଶ୍ୟକ ଦସ୍ତାବିଜ ଦେଇ ନଥିବେ । ସେଥିପାଇଁ ଅସୁବିଧା ହୋଇଥାଇ ପାରେ ।

କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ କାର୍ଡ ଦିଆଯିବା ସହ ନିର୍ବାଚନ କରାଯିବା ଓ ଅନ୍ୟାନ୍ୟ ମନଇଚ୍ଛା ନିର୍ମାଣ କରାଯାଉଛି । ତେଣୁ ଏଭଳି ସ୍ଥିତିରେ ରାଜ୍ୟର ବିଜେପି ସରକାର ଏସବୁକୁ ଅଣଦେଖା କରିବା କୋଟିଆକୁ ସଂକଟରେ ପକାଇଥିବା ଚର୍ଚ୍ଚା ହେଉଛି ।

ବାତ୍ୟା ‘ଦାନା’କୁ ନେଇ ସରକାରଙ୍କୁ ପଞ୍ଚାନନଙ୍କ ତାତ୍ସଲ୍ୟ

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ନେଇ ରାଜ୍ୟ ସରକାରଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ତାତ୍ସଲ୍ୟ । ଅଭିଯୋଗ କରିଛନ୍ତି, ବାତ୍ୟା ନେଇ ଲୋକଙ୍କୁ ଆତଙ୍କିତ କଲେ ରାଜ୍ୟ ସରକାର । ପୂର୍ବରୁ ଓଡ଼ିଶା କେତେ ଭୟଙ୍କର ବାତ୍ୟାକୁ ସଫଳତାର ସହ ମୁକାବିଲା କରିଆସିଛି । ମହାବାତ୍ୟା ପରେ ଫାଇଲିନ୍‌, ହୁଡହୁଡ୍, ୟସ୍‌, ଫନି ଓ ଅମ୍ଫାନ୍‌ ଭଳି ବାତ୍ୟାରେ ଘଣ୍ଟା ପ୍ରତି ପ୍ରାୟ ୨୦୦ କି.ମି. ପବନ ବହିଥିଲା । ରାଜ୍ୟରେ ପୂର୍ବ ସରକାର ସମୟରେ ଦୁର୍ବିପାକ ମୁକାବିଲା ନେଇ ବଳିଷ୍ଠ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା । ଏବର ଡବଲ ଇଞ୍ଜିନ ସରକାର ନିଜର ବଡ଼ିମା ଦେଖାଇଛନ୍ତି ।

ସରକାର ଗତ ସପ୍ତାହେ ତଳୁ ଏହି ବାତ୍ୟାକୁ ନେଇ ଏପରି ବଢ଼େଇ ଚଢ଼େଇ ପ୍ରଚାର କଲେ, ଲାଗିଲା ଯେ ପୁଣି ଥରେ ଯେପରି ମହାବାତ୍ୟା ପରି ସ୍ଥିତି ସୃଷ୍ଟି ହେବ । ପ୍ରଥମେ କହିଲେ ୧୪ ଜିଲ୍ଲା ପ୍ରଭାବିତ ହେବ । ପରେ ଏହାକୁ ବଦଳାଇ ୧୧ ଓ ୯ ଜିଲ୍ଲା ପ୍ରଭାବିତ ହେବ ବୋଲି ପ୍ରଚାର କଲେ । ବାସ୍ତବରେ ହେଲା ବେଳକୁ ୩ ଜିଲ୍ଲା ପ୍ରଭାବିତ ହେଲା ।

ବାତ୍ୟା ନହେଲା ପୂର୍ବରୁ ସରକାର ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିବା ପ୍ରଚାର କଲେ । ଏବେ କହୁଛନ୍ତି ୮ ଲକ୍ଷ ଲୋକ ସ୍ଥାନାନ୍ତର ହୋଇଛନ୍ତି । ସରକାରଙ୍କ ଘନ ଘନ ପ୍ରଚାର ଯୋଗୁଁ ବାତ୍ୟା ପ୍ରଭାବ ପକାଉ ନଥିବା ଅଞ୍ଚଳର ଲୋକେ ବିକଳରେ ଚଢ଼ା ଦାମରେ ଜିନିଷ କିଣି ହଇରାଣ ହରକତ ହେଲେ । ଏଥିରେ କେବଳ ବେପାରୀ ଗୋଷ୍ଠୀଙ୍କର ଫାଇଦା ହେଲା ବୋଲି ସେ କହିଛନ୍ତି ।

ବାତ୍ୟା ମୁକାବିଲାରେ ଓଡ଼ିଶା ମଡେଲ ଓ ନବୀନଙ୍କ ଦୂରଦୃଷ୍ଟିକୁ ସୁମିତ ଅଓ୍ବସ୍ତିଙ୍କ ପ୍ରଶଂସା

ଭୁବନେଶ୍ବର: ବାତ୍ଯା ମୁକାବିଲାରେ ଓଡ଼ିଶା ମଡେଲକୁ ପୁଣି ପ୍ରଶଂସା । ବିଶିଷ୍ଟ ସାମ୍ବାଦିକ ତଥା ଉପସ୍ଥାପକ ସୁମିତ ଅୱସ୍ତି ବାତ୍ଯା ମୁକାବିଲା ନେଇ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଡେଲକୁ କରିଛନ୍ତି ଭୂୟସୀ ପ୍ରଶଂସା । ଭୟଙ୍କର ଓ ଅତ୍ୟଧିକ ଭୟଙ୍କର ବାତ୍ଯାର ମୁକାବିଲାରେ ନବୀନଙ୍କ ଦୂରଦୃଷ୍ଟି ବେଶ୍ ଉପାଦେୟ ହୋଇଛି ବୋଲି କହିଛନ୍ତି ସୁମିତ ।

ସେ କହିଛନ୍ତି, ବାତ୍ଯା ସଂକଟ ବେଳେ କିପରି ଏହାର ମୁକାବିଲା କରାଯାଇପାରିବ ସେ ନେଇ ନବୀନଙ୍କ ଭିଜନ ଆଜି ବାଟ ଦେଖାଇଛି । ପ୍ରଥମେ ଭବିଷ୍ଯତ ବାଣୀ, ପରେ ବାତ୍ଯାର ମାର୍ଗ ଓ ତୀବ୍ରତା ଟ୍ରାକ କରିବା, ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା, ସେମାନଙ୍କୁ ସ୍ଥାୟୀ ଓ ମଜଭୁତ ଆଶ୍ରୟ ସ୍ଥଳରେ ଥଇଥାନ କରିବା ସହ ଖାଦ୍ଯପେୟ, ଔଷଧ ଇତ୍ଯାଦିର ବ୍ଯବସ୍ଥା କରିବା କେବଳ ନବୀନଙ୍କ ଦୂରଦୃଷ୍ଟିର ପରିଣାମ ବୋଲି କହିଛନ୍ତି ସୁମିତ । ଏସବୁ ସଠିକ୍ ଯୋଜନା, ସଠିକ୍ ଟିମ ୱାର୍କର ଫଳ ବୋଲି ସେ କହିଛନ୍ତି।

ବାତ୍ୟା ପରିଚାଳନା ବାହାବା ନେବାକୁ ବ୍ୟସ୍ତ ରାଜ୍ୟ ସରକାରଙ୍କ ମୁଖା ଖୋଲିଲା ବିଜେଡି

ଭୁବନେଶ୍ବର: ବାତ୍ୟା ପରିଚାଳନାର ବାହାବା ନେବାରେ ବ୍ୟସ୍ତ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି ବିଜେଡି । ଲୋକଙ୍କ ପାଖରେ ନା ପହଞ୍ଚିଛି ରିଲିଫ ନା ମିଳିଛି ସହାୟତା । ବାତ୍ୟାର ଆକାର ବି ଛୋଟ ଥିଲେ ବି ଏହାକୁ ବଡ଼ ଦେଖାଇ ଶ୍ରେୟ ନେବାକୁ ରାଜ୍ୟ ସରକାର ଚେଷ୍ଟା କରିଥିବା ଦଳ କରିଛି ଅଭିଯୋଗ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ରୋଲ ମଡେଲ ନବୀନ ପଟ୍ଟନାୟକଙ୍କ ସହ ନିଜକୁ ତୁଳନା କରି କାମ କରିବାକୁ ଚେଷ୍ଟା କରି ଫେଲ ମାରିଥିବା ମୋହନ ସରକାର ହେଉଛନ୍ତି ଲୋକହସା । ବାତ୍ୟା ସହାୟତା, ସ୍ଥାନାନ୍ତର ପରି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ ଶ୍ବେତପତ୍ର ଦାବି କରିଛି ବିଜେଡି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସାରା ବିଶ୍ବରେ ସୁନାମ ଅର୍ଜନ କରିଛନ୍ତି । ଖାସ କରି ନବୀନଙ୍କ ଜିରୋ କାଜୁଆଲଟି ନୀତି ସଫଳ ପରିଚାଳନାର ଉଦାହରଣ ପାଲଟିଛି । ବର୍ତ୍ତମାନର ସରକାର ‘ଦାନା’ ବାତ୍ୟାରେ ଜିରୋ କାଜୁଆଲଟି ଦାବି କରୁଛି । ହେଲେ କେନ୍ଦ୍ରାପଡ଼ା ରାଜନଗରରେ ୩ ଜଣ ଓ କେନ୍ଦୁଝର ଟାମ୍ପଲାରେ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ବିଫଳତାକୁ ଲୋକଲୋଚନକୁ ଆଣିଛି ବିଜେଡି । ୧୫ ଦିନରୁ ଅଧିକ ହେଲା ବାତ୍ଯା ସମ୍ପର୍କରେ ସୂଚନା ସତ୍ତ୍ବେ ସରକାର ମୁକାବିଲା ପ୍ରସ୍ତୁତି କରିପାରିଲେ ନାହିଁ । ଯେଉଁଥି ପାଇଁ ସରକାର ଲୋକହସାର ପାତ୍ର ହୋଇଛନ୍ତି ।

୨୪ ବର୍ଷରେ ନବୀନ ଅନେକ ଭୟଙ୍କର ବାତ୍ୟାର ସାମ୍ନା ଜିରୋ କାଜୁଆଲଟି ସହ କରିଛନ୍ତି । ନବୀନଙ୍କ ମଡେଲକୁ ଜାତିସଂଘ ବି ପ୍ରଶଂସା କରିଥିଲା । ୧୯୯୯ରେ ମାତ୍ର ୨୩ ବହୁମୁଖୀ ଆଶ୍ରସ୍ଥଳୀ ଥିଲା । ହେଲେ ନବୀନକଙ୍କ ସମୟରେ ଏହା ୯୦୦କୁ ବୃଦ୍ଧି ପାଇଥିଲା । ବାତ୍ଯା ୟସରେ ୧୮୫ କି.ମି. ବେଗରେ ପବନ ଆସିଥିଲା । ବାତ୍ଯା ୟସ ବେଳେ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତେଣୁ ବାତ୍ଯା ଦାନାରେ କେତେ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି ତାହାର ସତ୍ଯ ସରକାର ସାମ୍ନାକୁ ଆଣନ୍ତୁ ବୋଲି ବିଜେଡି ଦାବି କରିଛି ।

ବିଜେପି ସରକାରକୁ ବାତ୍ୟା ପ୍ରସ୍ତୁତି କରିବାକୁ ଯଥେଷ୍ଟ ସମୟ ମିଳିଥିଲା । ହେଲେ ଏ ଅବ୍ୟବସ୍ଥାର କାରଣ କ’ଣ ବୋଲି ବିଜେଡି ପ୍ରଶ୍ନ କରିଛି । ବିଜେଡି କର୍ମୀ ଗ୍ରାଉଣ୍ଡରେ ସେବା ପାଇଁ ଅଛନ୍ତି ଓ ରହିବେ । ଏଯାଏଁ ଶଂଖ ଭବନ ହେଲ୍ପଲାଇନକୁ ୨୭୦୦ ଫୋନ କଲ୍ ଆସିଛି । ସେହି ଗ୍ରାଉଣ୍ଡ ରିପୋର୍ଟ କହୁଛି ଅନେକ ଲୋକ ଆଶ୍ରୟସ୍ଥଳୀରେ ପହଞ୍ଚି ପାରିଲେ ନାହିଁ । ଏପରି ସ୍ଥିତିରେ ସକରାରଙ୍କ ପ୍ରାକ୍-ପ୍ରସ୍ତୁତି କାଠଗଡ଼ାରେ ଠିଆ ହୋଇଛି ।

ସେହିପରି ଦଳୀୟ ଆଧାରରେ ବିଜେପି ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଗୁରୁତର ଅଭିଯୋଗ ଆଣିଛି ବିଜେଡି । ଖାଦ୍ୟ ନଥିବାରୁ ଆଶ୍ରୟସ୍ଥଳୀରୁ ଲୋକେ ପଳାଉଥିଲେ । ଶେଷ ସମୟରେ ୫ଟି ସ୍କୁଲକୁ ଆଶ୍ରୟସ୍ଥଳୀ କରାଗଲା । ନୀଳଗିରିରେ ବାତ୍ୟା ଆଶ୍ରୟସ୍ଥଳୀ ଭାଙ୍ଗି ଥିବାରୁ ଅଙ୍ଗନବାଡି ସେଣ୍ଟରରେ ଲୋକେ ରହିଲେ । ମନ୍ତ୍ରୀ ବାହା ବାହା ନେବାକୁ ବୁଲିଲେ । ହେଲେ ସଠିକ୍ ଲୋକଙ୍କୁ ନେଇ ସମୀକ୍ଷା ବୈଠକ କଲେନି । ସେମାନେ ନିଜ ଦଳୀୟ ନେତାଙ୍କୁ ନେଇ ସମୀକ୍ଷା ବୈଠକ କଲେ । ନବୀନଙ୍କ ସମୟରେ ମକଡ୍ରିଲ କରାଯାଉଥିଲା ଆଶ୍ରୟସ୍ଥଳୀରେ । ଯାହା ଜରିଆରେ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ବିଜେପି ସରକାର ନବୀନ ପଟ୍ଟନାୟକଙ୍କ ବାତ୍ୟା ପରିଚାଳନା ଏସଓପି ପଢନ୍ତୁ ବୋଲି ବିଜେଡି ମତ ରଖିଛି । ତେବେ ବିଜେଡି ଅଭିଯୋଗର ଉତ୍ତର ରଖିଛି ବିଜେପି ।

ନବୀନ ପଟ୍ଟନାୟକଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନୀତିକୁ ଜାତୀୟ ସ୍ତରରୁ ବି ସ୍ବୀକୃତି ମିଳୁଛି । ଯେତେ ବଡ଼ ଝଡ଼ କି ବାତ୍ୟା ଆସେ, ତାହା ନବୀନଙ୍କ ଦୂରଦୃଷ୍ଟି ଚିନ୍ତାଧାରା ଯୋଗୁଁ ମୁକାବିଲା କରି ହୁଏ । ଏହା ସଠିକ୍ ଚିନ୍ତାଧାରା ଓ ଟିମଓ୍ବର୍କର ପରିଣାମ । କାରଣ ପୂରା ଟିମର ବିଶ୍ବାସ ଥାଏ ଯେ ନବୀନ ନିଜ ପାଇଁ ନୁହେଁ ସମସ୍ତଙ୍କ ପାଇଁ ଏହି କାମ କରୁଛନ୍ତି ।