spot_img
Home Blog Page 1403

ବିଜେଡିର ବିଜେପିକୁ ଚେତାବନୀ, ସ୍ବାସ୍ଥ୍ଯ କ୍ଷେତ୍ରରେ ହଇରାଣ ନ ହୁଅନ୍ତୁ ଗରିବ ଲୋକ

ଭୁବନେଶ୍ୱର: କ୍ଷମତାକୁ ଆସିଲେ ଶହେ ଦିନ ଭିତରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ କହିଥିଲେ ବିଜେପି ସରକାର । ହେଲେ ଶହେ ଦିନ ବିତିବା ସତ୍ତ୍ବେ ଏପର୍ଯ୍ୟନ୍ତ ମୋଡାଲିଟି ପ୍ରସ୍ତୁତ ହୋଇପାରିନାହିଁ । ମଙ୍ଗଳବାର ସାରାଦେଶରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ପାର୍ଟ-୨ ଲଞ୍ଚ ହେବ । ଯାହାକୁ ଓଡ଼ିଶା କେବଳ ଗ୍ରହଣ କରିବ କିନ୍ତୁ ଓଡିଶାରେ ଏବେ ଲାଗୁ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ଯ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କାରଣ ମୋଡାଲିଟି ପ୍ରସ୍ତୁତ ହୋଇନାହିଁ। ଖୁବ ଶୀଘ୍ର ମୋଡାଲିଟି ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରାଯିବ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସେପଟେ ଗରିବ ଲୋକଙ୍କ ସ୍ବାସ୍ଥ୍ଯ ଓ ଜୀବନ ସହ ନ ଖେଳିବାକୁ ଚେତାଇ ଦେଇଛି ବିଜେଡି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ବାରା ଗରିବ ଲୋକ ବେଶ ଉପକୃତ ହେଉଥିଲେ l ଯାହା ସ୍ଵାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା l ନୂଆ ସରକାର ସ୍ଵାସ୍ଥ୍ୟ କାର୍ଡର ନାଁ ପରିବର୍ତ୍ତନ କରନ୍ତୁ କି ନୂଆ ଯୋଜନା କରି ମିଶ୍ରଣ କରନ୍ତୁ l କିନ୍ତୁ ଗରିବ ଲୋକମାନେ ଯେମିତି ଅସୁବିଧାରେ ନ ପଡ଼ିବେ ସେଥିପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି। ବିଜୁ ସ୍ୱାସ୍ଥ୍ୟ କାର୍ଡ ସୁବିଧା ଲୋକେ ଯେମିତି ପାଉଥିଲେ ସେମିତି ପାଆନ୍ତୁ ବୋଲି ସେ ଦାବି କରିଛନ୍ତି ।

ପିସିସି ସଭାପତି ଚୟନରେ ଆଉ ଚଳିବନି ଲବି : ସୋଫିଆ ଫିରଦୋଶ

ଭୁବନେଶ୍ୱର : ପିସିସି ସଭାପତି ଚୟନରେ ଆଉ ଚଳିବନି ଲବି। ଦିଲ୍ଲୀ ଲବିରେ ସଭାପତି ଚୟନ ହେବ ନାହିଁ । ଗ୍ରାଉଣ୍ଡରୁ ସଠିକ୍ ରିପୋର୍ଟ ନେଇ ସଭାପତି ଚୟନ କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିରଦୋଶ  । ଦୀପାବଳୀ ପରେ ଏଆଇସିସି ନିଯୁକ୍ତ କରିଥିବା ୨ଜଣ ନେତା ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ ଆସିବେ । ସେମାନେ ଦଳୀୟ ନେତାଙ୍କ ସହ ଆଲୋଚନା କରି ଏଆଇସିସି ଅଧ୍ୟକ୍ଷ ଙ୍କୁ ରିପୋର୍ଟ ଦେବେ । ତେଣୁ ଆଶା ଉପଯୁକ୍ତ ଲୋକ ହିଁ ପିସିସି ସଭାପତି ହେବେ  । ସେଥିପାଇଁ କଂଗ୍ରେସ ଶିବିର ଉତ୍ସାହିତ ଥିବା କହିଛନ୍ତି ସୋଫିଆ ଫିରଦୋଶ।

ସ୍ଵାମୀ ଦେଲା ନାହିଁ ୮ କୋଟି ଟଙ୍କା, ପ୍ରେମିକ ସହିତ ମିଶି ସ୍ଵାମୀକୁ ମାରି ଦେଲା ସ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକର ରୋଡ଼ାଗୁ ଜିଲ୍ଲାର ଏକ କଫି ପ୍ଲାଣ୍ଟରୁ ୩ ସପ୍ତାହ ତଳୁ ମିଳିଥିବା ଏକ ଅଜଣା ଦରପୋଡ଼ା ମୃତଦେହ ମିଳିବା ଘଟଣାକୁ ପୋଲିସ ପର୍ଦ୍ଦାଫାସ୍ କରିଛି । ଏହା ଏକ ହତ୍ୟା ଷଡ଼ଯନ୍ତ୍ର ବୋଲି ପୋଲିସ ଜାଣିବାକୁ ପାଇଛି । ମୃତକ ଜଣଙ୍କ ୫୪ ବର୍ଷୀୟ ରମେଶ ଓ ସେ ସପ୍ତାହେ ତଳୁ ନିଖୋଜ ଥିଲେ । ଏହି ହତ୍ୟା ଘଟଣାରେ ପଛରେ ତାଙ୍କ ପତ୍ନୀ ନିହାରିକା, ତାର ପ୍ରେମିକା ନିଖିଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଅଙ୍କୁର ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ଟଙ୍କା ପାଇଁ ବ୍ୟବସାୟୀ ରମେଶଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ହତ୍ୟା କରିବା ପରେ ମୃତଦେହକୁ ନଷ୍ଟ କରିବାକୁ ୮୦୦ କିଲୋମିଟର ଗାଡ଼ିରେ ନେଇ ସୀମାପାର କରିଥିଲେ । ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗତ ଅକ୍ଟୋବର ୮ ତାରିଖରେ କୋଡାଗୁର ସୁଣ୍ଟିକୋପ୍ପା ନିକଟରେ ଥିବା ଏକ କଫି ପ୍ଲାଣ୍ଟରୁ ପୋଲିସ ଏକ ଏକ ଦରପୋଡ଼ା ମୃତଦେହ ଜବତ କରିଥିଲା । ମୃତଦେହକୁ ଚିହ୍ନିଟ କରିବାରେ ପୋଲିସ ବିଫଳ ହେବା ପରେ ଉକ୍ତ ଅଞ୍ଚଳ ଦେଇ ଯାଇଥିବା ଗାଡ଼ି ଯାଞ୍ଚ କରିବା ପାଇଁ ସିସିଟିଭି ଫୁଟେଜ ସ୍କାନ କରିବା ଆରମ୍ଭ କରିଥିଲା । ଏକ ଲାଲ୍ ମର୍ସିଡିଜ୍ ବେଞ୍ଜ୍ ପୋଲିସର ସଦେହଘେରକୁ ଆସିଥିଲା । ଏହି କାରଟି ରମେଶ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଥିଲା । ରମେଙ୍କ ପତ୍ନୀ କିଛିଦନ ତଳେ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ତେଲେଙ୍ଗାନା ପୋଲିସ ସହିତ ଯୋଗାଯୋଗ କରିଥିଲା ଯେଉଁଠାରେ କାର ପଞ୍ଜିକୃତ ହୋଇଥିଲା।

ଅନୁସନ୍ଧାନରୁ ରମେଶଙ୍କ ପତ୍ନୀ ୨୯ ବର୍ଷୀୟ ପି. ନିହାରିକାଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା । ପୋଲିସ ନିହାରିକାଙ୍କୁ ଗିରଫ କରି ପଚରାଉଚରା କରିବାରୁ ରମେଶଙ୍କୁ ହତ୍ୟା କରିଥିବା ସେ ସ୍ଵିକାର କରିଥିଲା । ନିହାରିକା ହତ୍ୟାକାଣ୍ଡରେ ତାର ସହଯୋଗୀ ନିଖିଲ ଓ ଅଙ୍କୁର କୁ ସାମିଲ୍ କରିଥିଲା । ନିହାରିକା ତାର ପ୍ରଥମ ସ୍ଵାମୀଠାରୁ ଠାରୁ ଅଲଗା ହୋଇ ହରିୟାଣାରେ ରହୁଥିଲା । ସେହି ସମୟରେ ସେ ଏକ ଟଙ୍କା ଠକେଇ ଘଟଣାରେ ଜେଲ ଯାଇଥିଲା । ସେ ଜେଲରେ ଅଙ୍କୁରକୁ ଭେଟିଥିଲେ।

ଜେଲରୁ ବାହାରିବା ପରେ ନିହାରିକା ରମେଶକୁ ଦ୍ଵିତୀୟ ବିବାହ କରିଥିଲା । ବ୍ୟବସାୟୀ ରମେଶ ନିହାରିକାକୁ ଏକ ବିଳାସପୂର୍ଣ୍ଣ ଜୀବନ ଶୈଳି ଯୋଗାଇଦେଇଥିଲେ । ଏହିସମୟରେ ନିହାରିକା ରମେଶଙ୍କୁ ୮ କୋଟି ଟଙ୍କା ଡିମାଣ୍ଡ କରିଥିଲା । ରମେଶ ଟଙ୍କା ଦେବାକୁ ମନା କରିଦେବାକୁ ନିହାରିକା କ୍ରୋଧିତ ହୋଇ ନିଖିଲ ଓ ଅଙ୍କୁର ସହ ମିଶି ରମେଶକୁ ହତ୍ୟା କରିଥିଲା । ଗତ ଅକ୍ଟୋବର ୧ ତାରିଖରେ ହାଇଦ୍ରାବାଦର ଅପପାଲରେ ବ୍ୟବସାୟୀ ରମେଶଙ୍କୁ ହତ୍ୟା କରିବା ପରେ ବେଙ୍ଗାଲୁରୁକୁ ନେଇ ଯାଇଥିଲେ। ଗାଡ଼ିରୁ ତେଲ ସରିଯିବାରୁ ସେମାନେ ଉପପାଲଠାରୁ ୮୦୦ କିଲୋମିଟର ଦୂରରେ କୋଡାଗୁ ଯାଇ ସେଠାରେ ସେମାନେ ଏକ କଫି ପ୍ଲାଣ୍ଟକୁ ନେଇ ମୃତଦେହକୁ କମ୍ବଳରେ ଘୋଡ଼ା ନିଆଁରେ ପୋଡ଼ି ଦେଇଥିଲେ । ଏହା ପରେ ତିନିଜଣ ହାଇଦ୍ରାବାଦକୁ ଫେରିଥିଲେ ଏବଂ ନିହାରିକା ରମେଶଙ୍କ ପାଇଁ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲା

ରାଜରାସ୍ତାରେ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ ସଂଘ

ଭୁବନେଶ୍ୱର : ରାସ୍ତାକୁ ଓହ୍ଲାଇଲେ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ ସଂଘ। ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଶହ ଶହ କର୍ମଚାରୀଙ୍କୁ ଛଟେଇ କରିବାକୁ ସରକାର ନେଇଥିବା ନିଷ୍ପତିକୁ ବିରୋଧ । ଏହାର ପ୍ରତିବାଦ କରି ଗଣ ଧାରଣା ଦେଇଛନ୍ତି କର୍ମଚାରୀମାନେ । କରୋନା ବିପତ୍ତି ସମୟରେ ଏମାନେ ରାଜ୍ୟର ସମସ୍ତ ଜିଲ୍ଲାରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଥିଲେ। ହେଲେ ଡିଉଟି ବାବଦକୁ ମିଳୁଛି ଦିନ ମଜୁରିଆ ଠାରୁ କମ ପାରିଶ୍ରମିକ ।

ନର୍ସ, ଲ୍ୟାବ ଟେକ୍ନିସିଆନ, ସ୍ୱାସ୍ଥ୍ୟ କର୍ମୀ ଭାବେ ରାଜ୍ୟରେ ପ୍ରାୟ ୪ ହଜାର କର୍ମୀ ତୃତୀୟ ପକ୍ଷ ଦ୍ୱାରା ନିଯୁକ୍ତ ହୋଇ କାମ କରୁଥିବା ବେଳେ ଏମାନଙ୍କୁ ଛଟେଇ କରାଯାଉଛି । ୬ ଟି ଜିଲ୍ଲାରେ ଛଟେଇ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଛଟେଇ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଅର୍ଥର ଅଭାବ ଦେଖାଇ ଏମାନଙ୍କୁ ଛଟେଇ କରିବା ନିଷ୍ପତି ଦୁର୍ଭାଗ୍ୟ ଜନକ ବୋଲି କହିଛି ସଙ୍ଘ । ସରକାରଙ୍କୁ ଏହାର ପୁନର୍ବିଚାର କରିବାକୁ ଦାବି କରିଛି ଆଉଟସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ ସଂଘ।

୨୦୨୫ରେ ହେବ ଦେଶର ଜନଗଣନା ! ୨୦୨୬ରେ ଆସିବ ସଂପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର : ପୁଣି ଆରମ୍ଭ ହେବ ଜନଗଣନା । ଘରକୁ ଘର ବୁଲି ପରିବାରର ଲୋକ ସଂଖ୍ୟା ଗଣନା କରାଯିବ । ୨୦୧୧ ପରେ ପୁଣି ଦେଶରେ ହେବ ଜନଗଣନା । ଆସନ୍ତା ବର୍ଷ ଦେଶରେ ଜନଗଣନା ହେବାକୁ ଯାଉଛି । ଏ ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୨୦୨୫ରୁ ୨୦୨୬ ଯାଏ ଦେଶରେ ଚାଲିବ ଏହି ପ୍ରକ୍ରିୟା । ୨୦୨୧ରେ ହେବାର ଥିଲା ଜନଗଣନା । କିନ୍ତୁ କରୋନା ମହାମାରୀ କାରଣରୁ ବନ୍ଦ ରଖାଯାଇଥିଲା ।ଏବେ ୨୦୨୫ ରେ ଜନଗଣନା ହେବା ପରେ ଏହି ରାଷ୍ଟ୍ରୀୟ ସାଂଖିକ ଅନୁଧ୍ୟାନର ଅବଧିଚକ୍ର ମଧ୍ୟ ପରିବର୍ତ୍ତନ ହେବ, ୨୦୨୫-୨୬ ରେ ଜନଗଣନା ଶେଷ ହେଲେ ପରବର୍ତ୍ତୀ ଜନଗଣନା ୨୦୩୫ ମସିହାରେ ହେବ ।

ଏହି ଜନଗଣନା ପରେ ଦେଶର ଲୋକସଂଖ୍ୟାରେ କେତେ ବୃଦ୍ଧି ଘଟିବ, ତାହା ଉପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । କାରଣ ଏହି ତଥ୍ୟ ଆଧାରରେ ଦେଶର ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରିତ ହେବା ସହ ଆସନ ସଂଖ୍ୟା ବୃଦ୍ଧି ପାଇବ । ୨୦୨୬ରେ ଏହାର ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ୨୦୨୮ ସୁଦ୍ଧା ଦେଶରେ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବ । କିନ୍ତୁ ଜନଗଣନା ସହିତ ଜାତି ଗଣନା ହେବନି ବୋଲି ଜଣାପଡ଼ିଛି। ପ୍ରତି ୧୦ ବର୍ଷରେ ଥରେ ପୁରା ଦେଶରେ ଜନଗଣନା ହୋଇଥିଲା। ଏହି ତଥ୍ୟକୁ ଆଧାର କରି ସରକାର ବିଭିନ୍ନ ଯୋଜନା ଓ ନୀତି ନିୟମ ପ୍ରଣୟନ କରନ୍ତି। କରୋନା ପାଇଁ ୨୦୨୧ରେ ଜନଗଣନା ହୋଇନଥିଲା। ୪ ବର୍ଷ ପରେ ଆସନ୍ତା ବର୍ଷ ୨୦୨୫ରେ ଜନଗଣନା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ।

ଜନ ଗଣନା କେମିତି କରାଯିବ, କେଉଁ କେଉଁ ଡାଟା ସଂଗ୍ରହ କରାଯିବ, କଣ କରାଯିବ ନାହିଁ, ତାହା ଏଯାଏଁ ସ୍ଥିର କରାଯାଇନାହିଁ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସେନସସ୍ କମିଶନର୍ ଓ ରେଜିଷ୍ଟ୍ରାର ଜେନେରାଲ ଥିବା ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ୨୦୧୧ରେ ଶେଷ ଥର ପାଇଁ ହୋଇଥିଲା ଜଣାଗଣନା । ସେତେବେଳେ ଦେଶର ଜନସଂଖ୍ୟା ଥିଲା ୧୨୧ କୋଟି ଏବଂ ଦଶନ୍ଧିଗତ ବୃଦ୍ଧି ଥିଲା ୧୭ ଦଶମିକ ୭ ପ୍ରତିଶତ।

ଜାମ୍ମୁ କାଶ୍ମୀରରେ ଆର୍ମି ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆର୍ମି ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ। ପାଲଟା କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଉ ୨ ଜଣ ଆତଙ୍କବାଦୀ ଲୁଚି ଥିବାର ସନ୍ଦେହରେ ଚାଲିଛି ସର୍ଚ୍ଚ ଅପରେସନ। ପୁରା ଅଞ୍ଚଳକୁ ଘେରାଉ କରି ସୁରକ୍ଷାକର୍ମୀମାନେ ଖାନତଲାସ୍ କରୁଛନ୍ତି। ଆଜି ସକାଳ ପ୍ରାୟ ୭ଟାରେ ଅଖନୁର ଅଞ୍ଚଳରେ ଆର୍ମି ଆମ୍ଵୁଲାନସକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଗୁଳିମାଡ଼ କରିଥିଲେ। ତେବେ ସେଥିରେ କେହି ମୃତାହତ ହୋଇ ନାହାନ୍ତି। ପାକିସ୍ତାନ ସୀମାନ୍ତର ବଲତାଲ୍ ଅଞ୍ଚଳରେ ଏହି ଘଟଣା ଘଟିଥିବାରୁ ଆର୍ମି ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାଇଫଲ୍ ଧରି ୨ରୁ ୩ ଜଣ ଲୋକ ବୁଲୁଥିଲେ। ସେମାନେ ହିଁ ଆତଙ୍କବାଦୀ ହୋଇଥିବାର ସନ୍ଦେହ କରି ସର୍ଚ୍ଚ ଅପରେସନ କରିଥିଲା ଆର୍ମି। ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ବାକି ୨ ଜଣଙ୍କୁ ଧରିବାକୁ ଚେଷ୍ଟା ଚାଲିଛି।

ପୁଣି ଦେଶରେ ଚମକିଲା ନବୀନଙ୍କ ଜନକଲ୍ଯାଣକାରୀ ଯୋଜନା

ଭୁବନେଶ୍ୱର : ପୁଣି ନବୀନଙ୍କ ଜନକଲ୍ଯାଣକାରୀ ଯୋଜନାକୁ କେନ୍ଦ୍ରର ସ୍ବୀକୃତି । ଜନ ପରିବହନ କ୍ଷେତ୍ରରେ ନବୀନ ସରକାରଙ୍କ ଅଭିନବ ପଦକ୍ଷେପକୁ ପ୍ରଶଂସା ସହ ପୁରସ୍କୃତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଭୁବନେଶ୍ବରକୁ ଦେଶର ସବୁଠାରୁ ଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର ବା ସିଟି ଉଇଥ୍ ବେଷ୍ଟ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମର ମାନ୍ୟତା ଦେଇଛି । ଗୁଜରାଟ ଗାନ୍ଧୀନଗରରେ ଅନୁଷ୍ଠିତ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଏବଂ ପ୍ରଦର୍ଶନୀରେ ଓଡ଼ିଶାରୁ ସମ୍ମାନିତ କରାଯାଇଛି ।

ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପରିବହନ କ୍ଷେତ୍ରରେ ଦେଶର ଅନ୍ୟ ଶୀର୍ଷ ସହରକୁ ଭୁବନେଶ୍ଵର ପଛରେ ପକାଇବା ସମଗ୍ର ରାଜ୍ୟବାସୀଙ୍କୁ ଗର୍ବିତ କରିଛି। ନାଗରିକମାନଙ୍କ ସୁବିଧା ପାଇଁ ଓଡ଼ିଶା ସରକାରଙ୍କ “କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କୃଟରର ମୋ ବସ୍ ଏବଂ ମୋ-ଇ ରାଇଡ୍ ସେବାକୁ ଦେଶର ସର୍ବଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥା ବୋଲି କୁହାଯାଇଛି । ଛଅ ବର୍ଷ ପୂର୍ବେ ତତକାଳୀନ ନବୀନ ସରକାର ମୋ-ବସ୍ ଏବଂ ମୋ-ଇ ରାଇଡ୍ ସେବା ଆରମ୍ଭ ହୋଇଥିଲା । ଏହାର ଗ୍ରାହକ-କୈନ୍ଦ୍ରିକ ଆଭିମୁଖ୍ୟ ରାଜଧାନୀ ଭୁବନେଶ୍ବର ସହ କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ବଲପୁରର ନାଗରିକଙ୍କ ଜୀବନରେ ଅଭିନ୍ନ ଅଙ୍ଗ ପାଲଟିଥିଲା । ଏବେ ସହରୀ ଜୀବନରେ ମୋ ବସ୍ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି ।

ଡିଜିଟାଲ କାରବାର ମୋଟ ଟିକେଟରେ ୨୫ ପ୍ରତିଶତରୁ ଅଧିକ ହୋଇଛି। ଯାହାକୁ ସାରା ଦେଶରେ ପ୍ରଶଂସା କରାଯାଇଛି । ସ୍ବୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନର ପ୍ରଚଳନ ସହ ସ୍ୱୟଂଚାଳିତ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବାରେ କ୍ରୁଟ ଭାରତର ପ୍ରଥମ ଟ୍ରାଞ୍ଜିଟ ଏଜେନ୍ସି ଭାବେ ମାନ୍ଯତା ଲାଭ କରିଛି । ଗାଡ଼କଣଠାରେ ନୂତନ ଭାବେ ନିର୍ମିତ ଇଲେକ୍ଟ୍ରିକ ବସ୍ ଡିପୋ ଗ୍ରୀନ ବିଲ୍ଡିଂ ମାନଦଣ୍ଡ ଅନୁଯାୟୀ ଡିଜାଇନ ହୋଇଛି । ଗୋଟିଏ ସମୟରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଓଡ଼ିଶା ଢ଼େର ପଛରେ ରହିଥିଲା।

ନବୀନ ପଟ୍ଟନାୟକଙ୍କ ସରକାର ଏହାକୁ ଏକ ଆହ୍ବାନ ଭାବରେ ଗ୍ରହଣ କରିଥିଲେ ଓ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ କରିବା ସହ କ୍ରୁଟ୍ର ପ୍ରତିଷ୍ଠା କରିଥିଲେ । ଦକ୍ଷ ଲୋକଙ୍କୁ ଏହାର ପରିଚାଳନା ବ୍ୟବସ୍ଥା ପ୍ରଦାନ କରାଯିବା ସହ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ପ୍ରୟୋଗ କରା ଯାଇଥିଲା, ଯାହା ପରବର୍ତ୍ତୀ ସମୟରେ ବିପୁଳ ସଫଳତା ପାଇଥିଲା  । ଏହି କ୍ରମରେ ଚଳିତବର୍ଷ ମଧ୍ୟ ଭୁବନେଶ୍ଵର ଦେଶର ସବୁଠାରୁ ଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର ଭାବେ ଉଭା ହୋଇଛି  । ଗତବର୍ଷ ମଧ୍ୟ କ୍ରୁଟ୍ ୨୦୨୩ ମସିହାରେ ଆୱାର୍ଡ ଅଫ ଏକ୍ସିଲେନ୍ସ ପୁରସ୍କାରରେ ପୁରସ୍କୃତ ହୋଇଥିଲା | ଚଳିତ ପୁରସ୍କାରକୁ ମିଶାଇ କ୍ରୁଟ୍ ଷଷ୍ଠ ଥର ପାଇଁ ଏଭଳି ପୁରସ୍କାର ହାସଲ କରିଛି ।

ଦିଲ୍ଲୀରେ ଅସମ୍ଭାଳ ହେଲାଣି ବାୟୁ ପ୍ରଦୂଷଣ, ଅତ୍ୟନ୍ତ ଖରାପ ଶ୍ରେଣୀକୁ ଖସିଲାଣି ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ : ଦିଲ୍ଲୀରେ ଅସମ୍ଭାଳ ହେଲାଣି ବାୟୁ ପ୍ରଦୂଷଣ । ବାୟୁଗୁଣବତ୍ତା ପୁଣି ଅତ୍ୟନ୍ତ ଖରାପ ଶ୍ରେଣୀକୁ ଖସି ଆସିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ଆଜି ଆନନ୍ଦବିହାର ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୩୫୭ ରେକର୍ଡ କରାଯାଇଛି । ଆନନ୍ଦ ବିହାର, ଅଲିପୁର, ବୱାନା, ଜାହାଙ୍ଗୀରପୁରୀ, ମୁଣ୍ଡକା, ୱାଜିରପୁର, ବିବେକ ବିହାର ଓ ସୋନିଆ ବିହାର ଆଦି ସହରରେ ଏକ୍ୟୁଆଇ ରିଡିଂ ଗୁରୁତର ବର୍ଗରେ ରହିଛି ।

ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ଭଲ, ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟମ, ୨୦୧ରୁ ୩୦୦ ଖରାପ, ୩୦୧ରୁ ୪୦୦ ଅତ୍ୟନ୍ତ ଖରାପ ଓ ୪୦୧ରୁ ୫୦୦କୁ ଗୁରୁତର ବୋଲି ବିବେଚନା କରାଯାଏ । ଅନୁକୂଳ ପବନ ଯୋଗୁଁ ଗତ ଦୁଇରୁ ତିନିଦିନ ହେଲା ଦିଲ୍ଲୀର ବାୟୁଗୁଣବତ୍ତା ଅତ୍ୟନ୍ତ ଖରାପରୁ ଖରାପ ଶ୍ରେଣୀକୁ ଉନ୍ନତ ହୋଇଥିଲା । ହେଲେ ଗତକାଲି ଭୋର ସମୟରେ ସହରରେ ଏକ ସ୍ମଗ୍ ସ୍ତର ସୃଷ୍ଟି ହୋଇଥିଲା । ଆର୍ଦ୍ରତା ସ୍ତର ୯୩ ପ୍ରତିଶତ ଉପରେ ମଧ୍ଯ ରହିଛି ।

ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ଟ୍ରାମି ; ୧୩୦ରୁ ଅଧିକଙ୍କ ମୃତ୍ଯୁ, ୪୦ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ଫିଲିପାଇନ୍ସରେ ଭୟଙ୍କର ଘୂର୍ଣ୍ଣିଝଡ଼ । ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ଟ୍ରାମି । ଘୂର୍ଣ୍ଣିଝଡ଼ ପ୍ରଭାବରେ ଫିଲିପାଇନ୍ସରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି । ଏଥିରେ ୧୩୦ରୁ ଅଧିକଙ୍କର ମୃତ୍ଯୁ ହୋଇଥିବାବେଳେ ୪୦ ଜଣ ନିଖୋଜ ଅଛନ୍ତି । ହଜାର ହଜାର ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି । ପ୍ରବଳ ବର୍ଷା ପବନ ଯୋଗୁ ଅନେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ିଛି । ମାଟିତଳେ ଅନେକ ଲୋକ ଚାପିହୋଇ ରହିଥିବା ଆଶଙ୍କା କରାଯାଉଛି । ରେସ୍କ୍ଯୁ ଟିମ୍ ଉଦ୍ଧାର କାର୍ଯ୍ଯ ଜାରି ରହିଛି ।

ଗ୍ଯାସ ଟାଙ୍କିଫାଟି ଜଳିଗଲା ୧୦ ବଖରା ଘର

ଗଞ୍ଜାମ : ଗ୍ଯାସ ଟାଙ୍କିଫାଟି ଜଳିଗଲା ୧୦ ବଖରା ଘର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମଳାପଦର ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଭୋର ସମୟରେ ଘର ଭିତରେ କୌଣସି କାରଣରୁ ଗ୍ଯାସ ଟାଙ୍କି ବିସ୍ଫୋରଣ ହୋଇଥିଲା । ଏଥିରେ ୪ଟି ପରିବାରର ୧୦ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ଘର ଭିତରେ ଆସବାବପତ୍ର ସହ ଅନେକ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।