spot_img
Home Blog Page 1390

ପୁରୀରେ ପ୍ରଥମ କୁହୁଡିର ଅନୁଭବ, କୁହୁଡିର ଚାଦରରେ ଢାଙ୍କି ହୋଇଗଲେ ଶ୍ରୀମନ୍ଦିର ନୀଳଚକ୍ର

ନନ୍ଦିଘୋଷ ବ୍ୟୁରୋ: କୁହୁଡିର ଚାଦରରେ ଢାଙ୍କି ହୋଇଗଲେ ଶ୍ରୀମନ୍ଦିର ନୀଳଚକ୍ର। ପୁରୀରେ ପ୍ରଥମ କୁହୁଡିର ଅନୁଭବ। ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବାକୁ ହଜାରହଜାର ହବିଷ୍ୟାଳିଙ୍କ ସକାଳୁ ସକାଳୁ ଭିଡ ପରିଲକ୍ଷିତ ହେଉଛି । ଏହାରି ଭିତରେ ଆଜି ପୁରୀରେ ପ୍ରଥମ କୁହୁଡିର ଅନୁଭବ ହୋଇଛି । କୁହୁଡିର ପ୍ରଥମ ସ୍ପର୍ଶରେ ଶ୍ରୀମନ୍ଦିର ନୀଳଚକ୍ର ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନାହାନ୍ତି । କୁହୁଡିର ଚାଦରରେ ଘୋଡେଇ ହୋଇଛି ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଆଉ ଶ୍ରୀମନ୍ଦିର ନୀଳଚକ୍ର। ଆଜିଠାରୁ ମଧ୍ୟ ଶୀତର ପ୍ରଥମ ଅନୁଭୂତି ପୁରୀରେ ଦେଖିବାକୁ ମିଳିଛି।

କୀର୍ତ୍ତନ ସାରି ଫେରୁଥିବାବେଳେ ଦୁର୍ଘଟଣା, ୭ ମୃତ

ନନ୍ଦିଘୋଷ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । କୀର୍ତ୍ତନ ସାରି ଫେରୁଥିବାବେଳେ ଘଟିଛି ଦୁର୍ଘଟଣା । ଟ୍ରଲର ପଛରେ ଟାଟା ମ୍ୟାଜିକ୍ ମାଡ଼ ହେବା ଫଳରେ ୭ ଜଣଙ୍କ ଜୀବନ ଚାଲି ଯାଇଛି । ଏବେ ୪ ଜଣ ଗୁରୁତର ଆହତ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗଏକନପାଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ସୂଚନା ମୁତାବକ, ଗଏକନପାଲି ଗାଁ ନିକଟରେ ରହିଛି ଚକାପାଲି ଗାଁରେ । ଏଠାରେ ଜଣଙ୍କ ଘରେ ସଙ୍କୀର୍ତ୍ତନ କରିବାକୁ ଯାଇଥିଲେ ଦଳ  । ହେଲେ ଫେରିବାବେଳକୁ ପାଖାପାଖି ରାତି ସାଢେ ୨ଟା ସମୟରେ ଗଏକନପାଲି ରାସ୍ତା କଡରେ ଏକ କୋଇଲା ବୋଝଇ ଟ୍ରଲର ଛିଡା ହୋଇଥିଲା । ଭାରସାମ୍ୟ ହରାଇ ଟ୍ରଲର ପଛପଟେ ପିଟିହୋଇଥିଲା ଟାଟା ମ୍ୟାଜିକ୍  । ଫଳରେ ଘଟଣାସ୍ଥଳରେ ୬ ଜଚ୍ଚଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ତେବେ ହସ୍ପିଟାଲରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ କନ୍ଦଗୋଡା ଗାଁ ଓ ସମରପିଣ୍ଡା ଗାଁର ବୋଲି ଜଣାପଡିଛି ।

 

 

 

ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ଯୁ

ନନ୍ଦିଘୋଷ ବ୍ୟୁରୋ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ଯୁ। ଢେ଼ଙ୍କାନାଳ ସଦର ରେଞ୍ଜ ଚିନ୍ତା ପୋଖରୀ ନିକଟ ରେଳ ଧାରଣରେ ଦନ୍ତାକୁ ଧକ୍କା ଦେଲା କୋଇଲା ଟ୍ରେନ। ୪୯ ଟିକିଆ ହାତୀପଲ ପାର ହେଉଥିବା ବେଳେ କୋଇଲା ଟ୍ରେନ ଦନ୍ତାକୁ ଧକା ଦେଇଥିଲା।ବନ ବିଭାଗ ତରଫରୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ମଧ୍ୟରେ ସତର୍କତା ପ୍ରଦାନ କରାଯାଇଥାଏ। ହେଲେ ଟ୍ରେନ ଚାଳକ ସତର୍କ ସୂଚନାକୁ ମାନି ନଥିବା ଜଣାପଡିଛି।ତେଣୁ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଢେ଼ଙ୍କାନାଳ ଡିଏଫଓଙ୍କ ସହ ଅନ୍ୟ ବନ କର୍ମଚାରୀ ପହଞ୍ଚିଛନ୍ତି। ମୋଟଙ୍ଗା ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ଦୁଇଦିନ ଫୁଟିଲା ବାଣ, ଧୂଆଁ ଧୂଆଁ ରାଜଧାନୀ

ନନ୍ଦିଘୋଷ ବ୍ୟୁରୋ: ଧୂଆଁଧୂଆଁ ଭୁବନେଶ୍ବର । ଦୀପାବଳିରେ ବେପରୁଆ ଫୁଟିଲା ବାଣ, ଅଣାୟତ ହେଲା ରାଜଧାନୀର ପ୍ରଦୂଷଣ । ବାଣ ଧୂଆଁରେ ଅଣନିଃଶ୍ବାସୀ ରାଜଧାନୀ ବାସିନ୍ଦା । ଏଥର ଦୁଇଦିନ ଦୀପାବଳି ପାଳନ ହୋଇଥିବାବେଳେ ଭୁବନେଶ୍ବରରେ ଲଗାତାର ଦୁଇଦିନ ଲୋକେ ମାତ୍ରାଧିକ ବାଣ ଫୁଟାଇଛନ୍ତି । ଅତ୍ଯଧିକ ବାଣ ଫୁଟା ଯୋଗୁ ଭୁବନେଶ୍ବରରେ ଏୟାର କ୍ବାଲିଟି ଖରାପ ହୋଇଛି । ଗତକାଲି ସନ୍ଧ୍ୟାରୁ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା । ୧୦ ମିଟର ଆଗକୁ ଦେଖିବା ବି ସହଜ ହେଉନଥିଲା । ଦୀପାବଳି ବାଣଫୁଟା ଯୋଗୁ ଗତକାଲି ଭୁବନେଶ୍ବରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୧୪୨ ଛୁଇଁଛି । ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୨୩୫ ଥିବାବେଳେ ବାଲେଶ୍ୱରର ଏକ୍ଯୁଆଇ ୧୧୧, ରାଉରକେଲାରେ ୧୭୦ ଓ କଟକର ଏକ୍ଯୁଆଇ ୧୧୦ ରହିଛି । ଗୋଟିଏ ସମୟରେ ମାତ୍ରାଧିକ ବାଣ ଫୁଟା ଯୋଗୁ ପ୍ରଦୂଷଣ ମାତ୍ରା ବଢିଯାଇଛି । ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ଯେଉଁଥିରେ ଅଙ୍ଗାରକାମ୍ଳ, ଗନ୍ଧକ, ଯବକ୍ଷାରଜାନ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍ ରହିଛି । ଯାହା ସବୁଜ ଗୃହ ବାଷ୍ପକୁ ପ୍ରୋତ୍ସାହିତ କରିଚାଲିଛି । ଏଥିରେ ବାଣ ଫୁଟା ପରେ ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପ ଆହୁରି ବଢିଯାଏ । ଏଭଳି ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ।

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ, ଦ୍ବିତୀୟ ଦିନରେ ପାଳି ସମ୍ଭାଳିବେ ପନ୍ତ-ଗିଲ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ଫେଲ୍ ହେଲେ ରୋହିତ-ବିରାଟ । ଭାରତ-ନ୍ଯୁଜିଲାଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଉଭୟ ବିଫଳ ହୋଇଛନ୍ତି । କ୍ଯାପଟେନ ରୋହିତ ଶର୍ମା ୧୮ ରନ କରି ପାଭିଲିଅନ ଫେରିଥିବାବେଳେ ବିରାଟ ମାତ୍ର ୪ ରନ କରିବାକୁ ସକ୍ଷମ ହୋଇଛନ୍ତି । ଗତକାଲି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ ହରାଇ ୮୬ ରନ କରିଛି । ଆଜି ଦ୍ବିତୀୟ ଦିନରେ ଶୁଭମନ ଗିଲ ଓ ପନ୍ତ ବ୍ଯାଟିଂ କରିବେ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଗତକାଲି ପ୍ରଥମ ଦିନରେ ମୋଟ ୧୪ଟି ୱିକେଟ ଖସିଥିଲା । ନ୍ୟୁଜିଲାଣ୍ଡକୁ ୨୩୫ ରନରେ ଅଲଆଉଟ କରିଥିଲା ଭାରତ । ଡାରିଲ ମିଚେଲ ସର୍ବାଧିକ ୮୨ ରନ୍ କରିଥିବାବେଳେ ୱିଲ ୟଙ୍ଗ ୭୧ ରନ କରିଥିଲେ । ରବିନ୍ଦ୍ର ଜାଡେଜା ୫ ୱିକେଟ୍ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ୪ ୱିକେଟ୍ ନେଇଥିଲେ । ଏହା ସହିତ ଆକାଶଦୀପ ଗୋଟିଏ ୱିକେଟ ନେଇଥିଲେ । ପ୍ରଥମ ଇନିଂସରେ ଭାରତୀୟ ଦଳକୁ ପ୍ରଥମ ଝଟକା ସପ୍ତମ ଓଭରରେ ଲାଗିଥିଲା । ଏହାପରେ ନିମିତ ଭାବେ ୱିକେଟ ପଡ଼ିବା ସହ ଭାରତ ଦ୍ବିତୀୟ ଦିନ ଶେଷସୁଦ୍ଧା ୮୬ ରନ କରିଥିଲା ।

ସ୍ତ୍ରୀକୁ ହତ୍ୟା କରିବା ପରେ ଦଉଡ଼ି ଲଗାଇ ସ୍ବାମୀଙ୍କ ଆତ୍ମହତ୍ୟା

ଭଟଲି: ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁସନପୁରୀ ବିଜୟା ଛକ ନିକଟରେ ଅଭାବନୀୟ ଘଟଣା । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବେକରେ ଦଉଡ଼ଇ ଲଗାଇ ସ୍ବାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ ହେଲେ କିଶୋର ଭୋଇ ଏବଂ ତାଙ୍କ ପତ୍ନୀ ସୁନୀତା ।

ଖବର ପାଇ ଭଟଲି ଥାନା ଅଧିକାରୀ ବିଭୂତି ଭୂଷଣ ଦଳେଇ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛି । କିଶୋର ସୁନୀତାଙ୍କୁ ଛୁରୀ ଭୁସି ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଏନେଇ ଭଟଲି ଥାନାରେ ଏକ ମାମଲା ରୁଜୁ କରାଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ବାଣ ନିଆଁରେ ପୋଡ଼ି ହୋଇ ୩ ଶିଶୁ ମୃତ

କୋଲକାତା: ପଶ୍ଚିମବଙ୍ଗର ହାୱାଡା ଅନ୍ତର୍ଗତ ଉଲୁବେଡି଼ଆରେ ଅଘଟଣ । ବାଣ ନିଆଁରେ ଚାଲିଗଲା ୩ ଶିଶୁଙ୍କ ଜୀବନ । ଉଲୁବେଡ଼ିଆ ପୌର ପରିଷଦ ଅନ୍ତର୍ଗତ ୨୯  ନମ୍ୱର ୱାର୍ଡସ୍ଥିତ ରାଣୀତାଲାରେ ବାଣ ଫୁଟାଇବା ବେଳେ ଏକ ଘରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ସେହି ଘରେ ଥିବା ୩ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ମୃତକମାନେ ହେଲେ ୧୧ ବର୍ଷ ବୟସ୍କ ଶ୍ରାବନ୍ତିକା ମିସ୍ତ୍ରୀ, ୨ ବର୍ଷର ଇଶାନ ଧାରା ଓ ମମତାଜ ଖାତୁନ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ହରିୟାଣା ପରାଜୟକୁ ଗ୍ରହଣ କରିପାରୁନି କଂଗ୍ରେସ, ନିର୍ବାଚନ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଧମକ

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନକୁ ନେଇ ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ନାଲି ଆଖି ଦେଖାଇଛି କଂଗ୍ରେସ । ନିର୍ବାଚନରେ ପରାଜୟକୁ କଂଗ୍ରେସ ସହଜରେ ଗ୍ରହଣ କରିପାରୁନାହିଁ । ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ସମ୍ପର୍କରେ ଦଳର ଅଭିଯୋଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ନିର୍ବାଚନ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଧମକ ଦେଇଛି କଂଗ୍ରେସ ।

ଏହାସହ ଦଳ କହିଛି, ଏହା କୌଣସି ଆଶର୍ଯ୍ୟର କଥା ନୁହେଁ, ଅଭିଯୋଗକୁ ଯାଞ୍ଚ କରି ନିର୍ବାଚନ କର୍ତ୍ତୃପକ୍ଷ ନିଜକୁ କ୍ଲିନ୍ ଚିଟ୍ ଦେଇଛନ୍ତି । ଏହାସହ ନିର୍ବାଚନ କର୍ତ୍ତୃପକ୍ଷଙ୍କ ଉତ୍ତର ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କଂଗ୍ରେସ କହିଛି । ହରିୟାଣା ନିର୍ବାଚନରେ ଅନୀୟମିତତା ଅଭିଯୋଗ ଆଣି ନିର୍ବାଚନ କମିଶନ କଂଗ୍ରେସ ଚିଠି ଲେଖିଥିଲା ।

କଂଗ୍ରେସର ଅଭିଯୋଗକୁ ନିର୍ବାଚନ କର୍ତ୍ତୃପକ୍ଷ ମଙ୍ଗଳବାର ଭିତ୍ତିହୀନ କହି ଖାରଜ କରିଦେଇଥିଲେ । ନିର୍ବାଚନ ଆୟୋଗ କଂଗ୍ରେସକୁ ନିର୍ବାଚନ ପରେ ଭିତ୍ତିହୀନ ଅଭିଯୋଗ ନକରିବାକୁ ପରାମର୍ଶ ଦେଇଥିଲେ । ହରିୟାଣା  ନିର୍ବାଚନରେ କଂଗ୍ରେସ ପରାଜୟର ସାମ୍ନା କରୁଥିବା ବେଳେ ଭିତ୍ତିହୀନ ଅଭିଯୋଗ କରିଥିବାରୁ ନିର୍ବାଚନ ଆୟୋଗ ଦଳକୁ ସମାଲୋଚନା କରିଥିଲେ । ଏପରି ଦାୟିତ୍ୱହୀନ ଅଭିଯୋଗ ଜନସାଧାରଣଙ୍କ ମଧ୍ୟରେ ଅଶାନ୍ତି ଓ ଅରାଜକତା ସୃଷ୍ଟି କରିପାରେ ବୋଲି ଆୟୋଗ କହିଥିଲେ ।

ଦୁଇ ଶିଶୁଙ୍କୁ ବଳି ଅଭିଯୋଗ, ମନ୍ଦିର ନିକଟରୁ ଶବ ଉଦ୍ଧାର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨ ଶିଶୁଙ୍କୁ ବଳି ସନ୍ଦେହ । ଦେବବନ୍ଦରେ ୨ ଜଣ ଶିଶୁଙ୍କ ଶବଠାବ ହେବା ପରେ ଘଟଣାକୁ ନେଇ ତୀବ୍ର ଉତ୍ତେଜନା । ଶହ ଶହ ଲୋକଙ୍କ ବିକ୍ଷୋଭ । ପରିବାର ଲୋକେ କହିଲେ, ତନ୍ତ୍ର ସାଧନା ପାଇଁ ପିଲାଙ୍କୁ ଦିଆଯାଇଛି ବଳି ।

ଦେବବନ୍ଦ ଅନ୍ତର୍ଗତ ଭାୟଲ ଗ୍ରାମରେ ୧୧ ବର୍ଷ ବୟସ୍କ ଦେବ ଓ ୯ ବର୍ଷ ବୟସ୍କ ମାହୀଙ୍କ ଶବ ସ୍ଥାନୀୟ ଏକ ମନ୍ଦିର ନିକଟରୁ ମିଳିବା ପରେ ତନ୍ତ୍ର ସାଧନା କାରଣରୁ ସେମାନଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଗତକାଲି ଦୁଇ ଶିଶୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ବହୁ ଖୋଜାଖଷାଜି କରିବା ପରେ ମନ୍ଦିର ନିକଟରୁ ସେମାନଙ୍କ ପରିବାର ଲୋକେ ସେମାନଙ୍କ ମୃତଦେହ ଦେଖିବାକୁ ପାଇଥିଲେ ।

ଦୁଇ ଶିଶୁଙ୍କ ହାଡ ଭାଙ୍ଗିଥିବାରୁ ଦୁର୍ଘଟଣାରେ ସେମାନଙ୍କ ମୃତ୍ଯୁ ଘଟିଥିବା ପୋଲିସ ସନ୍ଦେହ କରିଛି । ଘଟଣାର ଯାଞ୍ଚ କରୁଛନ୍ତି ଏସପି ସାଗର ଜୈନ ।

ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କଲା ଗଣରାଜ୍ୟ ଫିଜି

ବେଙ୍ଗାଲୁରୁ: ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିଛି ଫିଜି । ଭିନ୍ନ ଭିନ୍ନ ସମ୍ପ୍ରଦାୟକୁ ଏକତ୍ରିତ କରି, ଶାନ୍ତି ଓ ସୁସଙ୍ଗତୀ କରିବାରେ ଯୋଗଦାନ ଲାଗି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ଫିଜି ସାଧାରଣତନ୍ତ୍ରର ରାଷ୍ଟ୍ରପତି ଏଚ.ଇ. ରାତୁ ବିଲିଆମେ ଏମ. କଟୋନିଭେରେ ‘ଓନରାରୀ ଅଫିସର ଅଫ ଦି ଅଡର ଅଫ ଫିଜି’ ଗୁରୁଦେବଙ୍କୁ ପ୍ରଦାନ କରିଛନ୍ତି ।

ଫିଜି ଭ୍ରମଣ ବେଳେ ଗୁରୁଦେବ ରାଜ୍ୟର ଉଚ୍ଚ ପଦସ୍ଥ କର୍ମଚାରୀଙ୍କୁ ସାକ୍ଷାତ କରିଥିଲେ । ଫିଜିର ଉପ ପ୍ରଧାନମନ୍ତ୍ରୀ ବିଲିଆମେ ଗଭୋକା ଏବଂ ମି. ଦିର୍କ ବାଗେନାର, ୟୁଏନ   ନିବାସୀ ସମନ୍ୱୟକାରୀ ଫିଜିଙ୍କ ସହ ବାର୍ତ୍ତା ଆଦାନ ପ୍ରଦାନ କରିଥିଲେ । ନେତାମାନେ ଆର୍ଟ ଅଫ ଲିଭିଂ କିପରି ଦ୍ବୀପରେ ଯୁବା ସଶସ୍ତିକରଣ, ସ୍ଥାନୀୟ ସମ୍ପ୍ରଦାୟ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟରେ ଅପରିବର୍ତ୍ତନୀୟ ଆୟୁର୍ବେଦ ଜ୍ଞାନ ବିଷୟରେ ଆଲୋଚନା କରିଥିଲେ ।