spot_img
Home Blog Page 1386

ଦିଲ୍ଲୀରେ ବାୟୁପ୍ରଦୂଷଣର ଭାଙ୍ଗିଲା ରେକର୍ଡ, ୫୦୦ ଟପିଲା ଏକ୍ୟୁଆଇ

ନୂଆଦିଲ୍ଲୀ: ଘାତକ ସାଜୁଛି ଦିଲ୍ଲୀ ବାୟୁ । ଦିଲ୍ଲୀରେ ବାୟୁପ୍ରଦୂଷଣର ଭାଙ୍ଗିଲା ରେକର୍ଡ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପାର କଲା ଦିଲ୍ଲୀ ପ୍ରଦୂଷଣ । ୫୦୦ ଟପିଗଲା ଦିଲ୍ଲୀରେ ଏକ୍ୟୁଆଇ। ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି । ବାୟୁ ଗୁଣବତ୍ତା ଖରାପ ହେବା ପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ମାନଦଣ୍ଡଠାରୁ ୬୫ ପ୍ରତିଶତ ଅଧିକ ରହିଛି ଦିଲ୍ଲୀର ପ୍ରଦୂଷଣ । ଏହି ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।

ହସ୍ପିଟାଲରେ ସାପ କାମୁଡା ଇଞ୍ଜେକସନ ଅଭାବରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଖୋର୍ଦ୍ଧା: ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ। ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ପାରି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଅନୁସୂୟା ମହାରଣା। ମହିଳା ଜଣଙ୍କ ବାଡି ପଟେ କାମ କରିବା ସମୟରେ ବିଷଧର ସାପଟି ମହିଳାଙ୍କୁ କାମୁଡି ଥିଲା। ଏହାପରେ ସଙ୍ଗେ ସଙ୍ଗେ ପରିବାର ଲୋକେ ମହିଳାଙ୍କୁ ଟାଙ୍ଗୀ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ। ହେଲେ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା।

ହସ୍ପିଟାଲରେ ସାପ କାମୁଡା ଇଞ୍ଜେକସନ ଅଭାବ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି କରିଥିଲେ ଗ୍ରାମବାସୀ। ଖବର ପାଇ ଟାଙ୍ଗୀ ପୋଲିସ ମେଡିକାଲରେ ପହଁଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି।

ପୋଲିସ ହେପାଜତରୁ ଚମ୍ପଟ ମାରିଲା ଆସାମୀ

ଗଜପତି: ପୋଲିସ ହେପାଜତରୁ ଚମ୍ପଟ ମାରିଲା ଆସାମୀ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ । ସୂଚନା ଅନୁଯାୟୀ, ଗଜପତି ମୋହନା ବଜାରରେ ଥିବା ଏକ ଲଜରୁ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛି କଏଦୀ । ଆସାମୀ ଜଣଙ୍କ ହେଲା ମୋହନା ଅନ୍ତରବା ପୁରୁଣାସାହିର ଜୁଏଲ ଶବର ।

ଜୁଏଲକୁ ଦୁଷ୍କର୍ମ ମାମଲାରେ ମହାରାଷ୍ଟ୍ର ନାଗପୁର ପୋଲିସ ଆକୋଲା ଷ୍ଟେସନରୁ ଗିରଫ କରିଥିଲା। ଗିରଫ ପରେ ବିଳମ୍ବିତ ରାତିରେ ତଦନ୍ତ ପାଇଁ ନାଗପୁର ପୋଲିସ ଏକ କାରରେ ଜୁଏଲକୁ ମୋହନା ଆଣିଥିଲା। ଲଜରେ ପୋଲିସ କର୍ମଚାରୀ ଗାଧୋଉଥିବା ବେଳେ ଏହାର ସୁଯୋଗ ନେଇ ଜୁଏଲ ଚମ୍ପଟ ମାରିଥିଲା।

ବିପଦରେ ଅଲିଭ ରିଡଲେ କଇଁଛ; ବେଆଇନ ଟ୍ରଲର ଚଳାଚଳ ଯୋଗୁଁ ମରୁଛନ୍ତି ଅଲିଭ ରିଡଲେ

ପୁରୀ: ଅସ୍ତରଙ୍ଗରେ ବିପଦରେ ଅଲିଭ ରିଡଲେ କଇଁଛ। ବେଆଇନ ଟ୍ରଲର ଚଳାଚଳ ଯୋଗୁଁ ଅଲିଭ ରିଡଲେ କଇଁଛଙ୍କ ମୃତ୍ଯୁ ହୋଇଛି। ପୁରୀ ଅସ୍ତରଙ୍ଗ ଦେବୀ ନାସି ଠାରୁ କେଳୁଣୀ ମୁହାଣ ମଧ୍ୟରେ ସାମୁଦ୍ରିକ କଇଁଛଙ୍କ ଭିଡ଼ ଲାଗିଥିବାରୁ ଅନେକ କଇଁଛଙ୍କର ମୃତ୍ଯୁ ବର୍ତ୍ତମାନ ଚିନ୍ତାରେ ପକାଇଛି।

କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ ୩୧ପର୍ଯ୍ୟନ୍ତ ଦେବୀ ନାସିରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ମାଛ ଧରାକୁ ନିଷେଧ କରାଯାଇଛି। ବନ ବିଭାଗ, କୋଷ୍ଟଗାର୍ଡ, ମତ୍ସ୍ଯ ବିଭାଗ ଓ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପଦକ୍ଷେପ ନିଆଯାଉଛି। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଦେବୀ ନାସିଠାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ବେଆଇନ ଭାବେ  ବେଧଡକ ଟ୍ରଲର ଚାଲି ମାଛ ମରାଯାଉଛି। ଯାହାଫଳରେ ଅଲିଭ ରିଡଲେ କଇଁଛଙ୍କ ମୃତ୍ୟୁ ହୋଇଛି ।

ଶ୍ରୀ ମନ୍ଦିରରେ ହେଲା ବଡ଼ ମହାସ୍ନାନ, ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ନୀତି ବିଳମ୍ବ

ପୁରୀ: ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ। ଆଜି ଭୋର ୪ଟା ୩୫ରେ ଶ୍ରୀ ମନ୍ଦିର ଦ୍ଵାର ଫିଟା ନୀତି ସମ୍ପର୍ଣ୍ଣ ହୋଇଥିଲା ।  ମଙ୍ଗଳ ଆଳତୀ ପରେ ମଇଲମ ନୀତି ଚାଲିଥିବା ବେଳେ, ଜଣେ ବୃଦ୍ଧା ଜୟ ବିଜୟ ଦ୍ୱାର ନିକଟରେ ଛେପ ପକାଇବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଯାହା ଫଳରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ନୀତି ପାଇଁ ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଠାକୁରଙ୍କ ନୀତି ବିଳମ୍ବ ହୋଇଛି।

ମହାସ୍ନାନ ପରେ ଜୟ ବିଜୟ ଦ୍ୱାରରେ ଶୋଧ ହୋଇ ଚୂନ ପଡିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। ଏହାପରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନର ସାନିଧ୍ୟ୍ୟ ଲାଭ କରିପାରିବେ ।

ହିଜବ ବିରୋଧରେ ଅର୍ଦ୍ଧନଗ୍ନ ହେଲେ ଛାତ୍ରୀ !

ନନ୍ଦିଘୋଷ ବ୍ୟୁରୋ: ଇରାନରେ ମହିଳାମାନେ ଅନେକ ଦିନ ଧରି ହିଜାବର ବିରୋଧ କରିଆସୁଛନ୍ତି। ଶନିବାର ଦିନ ହିଜାବକୁ ବିରୋଧ କରି ଅର୍ଦ୍ଧନଗ୍ନ ହେଲେ ମହିଳା। ଅନଲାଇନ୍ ଭିଡିଓ ଏବଂ ମିଡିଆ ରିପୋର୍ଟ ଅନୁଯାୟୀ, ଦେଶର କଡା ଇସଲାମିକ୍ ଡ୍ରେସ କୋଡକୁ ବିରୋଧ କରି ଜଣେ ମହିଳା ଇରାନର ଏକ ବିଶ୍ୱବିଦ୍ୟାଳୟରେ ନିଜର ପୋଷାକ କାଢିଦେଇଥିଲେ ।

ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟର ଏକ ଶାଖାର ସୁରକ୍ଷାକର୍ମୀ ଜଣେ ଅଜ୍ଞାତ ମହିଳାଙ୍କୁ ଅଟକ ରଖିଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଶ୍ୱବିଦ୍ୟାଳୟ ମୁଖପାତ୍ର ଆମୀର ମହଜୁବ କହିଛନ୍ତି, ମହିଳା ଜଣଙ୍କ ମାନସୀକ ଚାପରେ ପୀଡିତ ଥିବା ପୋଲିସ କହିଛି ।

ତେବେ କିଛି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି ଯେ, ମହିଳା ଜଣଙ୍କ ହିଜାବର ବିରୋଧ କରିବା ପାଇଁ ଜାଣିଶୁଣି ତାଙ୍କ ପୋଷାକ କାଢିଥିଲେ। X ରେ ଜଣେ ଉପଭୋକ୍ତ ଭିଡିଓ ସହିତ ଲେଖିଛନ୍ତି, ‘ମହିଳା ସର୍ବସାଧାରଣ ସ୍ଥାନରେ ଅନ୍ତଃବସ୍ତ୍ରରେ ରହିବା ସବୁଠାରୁ ଖରାପ କଥା ।

ତେବେ ମହିଳାଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ। ଇରାନର ଏକ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ମାନସିକ ସମସ୍ୟା ଥିବାରୁ ସେଭଳି କାର୍ଯ୍ୟ କରିଛନ୍ତି । ଏହାର ତଦନ୍ତ ପରେ ମହିଳାଙ୍କୁ ମାନସିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ।

ରୋମାଞ୍ଚକର ସ୍ଥିତିରେ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ: ୨୯ରେ ୫ ୱିକେଟ୍

ନୂଆଦିଲ୍ଲୀ: ରୋମାଞ୍ଚକର ସ୍ଥିତିରେ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ। ଭାରତ ଆଗରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ। ଦ୍ବିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୧୭୪ ରନରେ ଅଲଆଉଟ ହୋଇଛି। ଫଳରେ ମ୍ୟାଚ୍ ଜିତିବାକୁ ହେଲେ ଭାରତ ଆଗରେ ରହିଛି ୧୪୭ ରନର ବିଜୟ ଲକ୍ଷ୍ୟ। ଦ୍ବିତୀୟ ଇନିଂସରେ ବି ରବୀନ୍ଦ୍ର ଜାଡେଜା ୫ ଓ୍ବିକେଟ ହରାଇଛି।

ମୁମ୍ବାଇର ୱାନଖେଡ ଷ୍ଟାଡିୟମରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ୧୪୭ର ସହଜ ଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆ ୨୯ ରନରେ ୫ ୱିକେଟ୍ ହରାଇଛି । ବିରାଟ କୋହଲି ୧ ରନରେ କ୍ୟାଚ୍ ଆଉଟ୍ ହୋଇଥିବା ବେଳେ ୟଶସ୍ୱୀ ଜୟଶୱାଲ ୫ ରନ କରି ଆଉଟ୍ ହୋଇଥିଲେ । ଶୁଭମନ ଗିଲ୍ ମାତ୍ର ୧ ରନରେ କ୍ଲିନ୍ ବୋଲ୍ଡ ହୋଇଥିଲେ । କ୍ୟାପ୍ଟେନ ରୋହିତ ଶର୍ମା ମାତ୍ର ୧୧ ରନରେ ଆଉଟ୍ ହୋଇଥିଲେ ।

୧୪୭ ରନର ବିଜୟ ଲକ୍ଷ୍ୟ ନେଇ ଏବେ ବ୍ୟାଟିଂ କରୁଛି ଭାରତ। ଶେଷ ମ୍ୟାଚକୁ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ଭାରତ। ପୂର୍ବରୁ ୨ଟି ଟେଷ୍ଟ ମ୍ୟାଚକୁ ଜିତି ନେଇଛି ନ୍ୟୁଜିଲାଣ୍ଡ।

ନିଶା ଦେଇ ଟଙ୍କା ଲୁଟିନେଲେ ଅଟୋ ଡ୍ରାଇଭର

ଢେଙ୍କାନାଳ: ଆତ୍ମୀୟତା ବଢ଼ାଇ ପ୍ରଥମେ ଅଟୋରେ ବସାଇଲେ, ନିଶା ଦେଇ ଟଙ୍କା ଲୁଟିନେଲେ ଅଟୋ ଡ୍ରାଇଭର। କାମାକ୍ଷାନଗର ଲୋକନାଥପୁର ଗାଁର ଅଶୋକ ସାହୁ ଲୁଟର ଶିକାର ହୋଇଛନ୍ତି । ଦୁଇ ଦିନ ଧରି ରାସ୍ତା କଡ଼ରେ ଅଚେତ ହୋଇ ପଡିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ଘରକୁ ଫେରିଛନ୍ତି ଅଶୋକ ।

ସୂଚନା ଅନୁଯାୟୀ, ଦୀପାବଳି ପାଇଁ ଘରକୁ ଛୁଟିରେ ଆସୁଥିବାବେଳେ କଟକ ଲିଙ୍କ ରୋଡ଼ରେ ଜଣେ ଅଟୋ ଡ୍ରାଇଭର ତାଙ୍କୁ ଲିଫ୍ଟ ଦେଇଥିଲେ। ଅଟୋ ଡ୍ରାଇଭର ନିଜକୁ କାମାକ୍ଷାନଗରର କହି ଅଶୋକଙ୍କ ସହ ସୁସମ୍ପର୍କ ସ୍ଥାପନା କରିଥିଲେ। ଚୌଦ୍ୱାର ନିକଟରେ ତାଙ୍କୁ କୋଲ୍ଡ ଡ୍ରିଂକ୍ସ ପିଇବାକୁ ଦେଇଥିଲେ । କୋଲ୍ଡ ଡ୍ରିଂକ୍ସ ପିଇବା ପରେ ଅଶୋକଙ୍କ ମୁଣ୍ଡ ବୁଲାଇଥିଲା ଏବଂ ସେ ଅଚେତ ହୋଇ ପଡିଯାଇଥିଲେ । ତାପରେ ଅଟୋ ଚାଳକ ଜଣଙ୍କ କୁସପଙ୍ଗି ନିକଟରେ ଅଶୋକଙ୍କୁ ଫିଙ୍ଗିଦେଇ ତାଙ୍କଠୁ ମୋବାଇଲ ଫୋନ, ନଗଦ ଟଙ୍କା ଓ ଘରକୁ ଆଣୁଥିବା ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ଅଶୋକଙ୍କ ଫୋନ ନଲାଗିବାରୁ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ଶେଷରେ ସ୍ଥାନୀୟ ଲୋକେ ଅଶୋକଙ୍କୁ ବୁଦା ମୂଳେ ପଡିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

ରାଜଧାନୀରେ ମୃଦୁ ଭୂମିକମ୍ପ !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ମୃଦୁ ଭୂଚଳନ ଚର୍ଚ୍ଚା। ଥରିଲା ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ। ଭୂଚଳନ ଯୋଗୁ ମାତ୍ର କିଛି ସେକେଣ୍ଡ ପାଇଁ ଥରିଲା ରାଜଧାନୀ ଭୁବନେଶ୍ବର। ଭୂଚଳନ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନି। ଏପରିକି ନ୍ୟାସନାଲ ସେଣ୍ଟର ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ବି ଭୂଚଳନ ନେଇ ମିଳିନି ସୂଚନା।

୬ ମାସ ପର୍ଯ୍ୟନ୍ତ ବନ୍ଦ ହେଲା ବାବା କେଦାରନାଥ ପୀଠର କପାଟ

ନନ୍ଦିଘୋଷ ବ୍ୟୁରୋ: ବନ୍ଦ୍ ହେଲା ପ୍ରସିଦ୍ଧ କେଦାରନାଥ ପୀଠ । ଆଜିଠାରୁ ବନ୍ଦ ହୋଇଛି ବାବା କେଦାରନାଥ ପୀଠର କପାଟ । ୬ମାସ ପାଇଁ କେଦାରନାଥ ପୀଠ କବାଟକୁ ବନ୍ଦ୍ କରିଦିଆଯାଇଛି । ଶୀତଋତୁକୁ ଦୃଷ୍ଟିରେ ରଖି ଏହି କବାଟକୁ ବନ୍ଦ କରାଯାଇଛି । କେଦାରନାଥ ପୀଠକୁ ଆଜି ପ୍ରାୟ ୧୦ କୁଇଣ୍ଟାଲ ଫୁଲରେ ସଜାଯାଇଛି। ବିଧିବିଧାନ ଅନୁସାରେ ବେଦମନ୍ତ୍ର ଉଚ୍ଚାରଣ, ସେନାର ମରାଠା ରେଜିମେଣ୍ଟ ବ୍ୟାଣ୍ଡ୍‌ର ଭକ୍ତିମୟ ଧୁନ, ସ୍ଥାନୀୟ ଢ଼ୋଲ ଓ ମାଦଳ ପରିବେଷଣରେ ଦୁଲୁକୁଥିଲା ପୀଠ । ଆଜି ରାତି ୪ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସକାଳ ୮ଟା୩୦ରେ କପାଟ ବନ୍ଦ କରାଯାଇଛି । ଆଜି ବାବା କେଦାରନାଥଙ୍କ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

ତେବେ କବାଟ ବନ୍ଦ ହେବା ପରେ ବାବାଙ୍କ ଚଳନ୍ତି ବିଗ୍ରହର ପାଲିଙ୍କି ଶୀତକାଳୀନ ସ୍ଥାନ ଉଖିମଠର ଓଁକାରେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବ। ଉଖିମଠ ଠାରେ ୬ମାସ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଏହାକୁ ପୂଜାର୍ଚ୍ଚନା କରିପାରିବେ ।