spot_img
Home Blog Page 1358

ଶୀଘ୍ର ହେଲା ଶ୍ରୀମନ୍ଦିର ବାନା ବନ୍ଧା ନୀତି

ପୁରୀ: କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସାଧାରଣ ଦିନ ଅପେକ୍ଷା କାର୍ତ୍ତିକ ମାସରେ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଆଉ ଅପରାହ୍ନରେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଆସିଲେ ଜଣେ ଶ୍ରଦ୍ଧାଳୁ ନିଶ୍ଚିତ ବାନା ବନ୍ଧା ନୀତି ଦର୍ଶନ କରିବାକୁ ଚାହିଁବ । ଏମିତି ସ୍ଥିତିରେ ବାନା ବନ୍ଧା ନୀତି ବେଳେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଶ୍ରୀମନ୍ଦିରରେ ଶୀଘ୍ର ବାନା ବନ୍ଧା ନୀତି ଆରମ୍ଭ ହୋଇଛି ।

ଆଜି ପରି ଅପରାହ୍ନ ସାଢ଼େ ୩ଟାରୁ ଶ୍ରୀମନ୍ଦିରରେ ବାନା ବନ୍ଧା ନୀତି ସମ୍ପାଦନ ହେବ । ଚୁନର ସେବକମାନେ ଏହି ବାନା ପରିବର୍ତ୍ତନ କରିଥାନ୍ତି । କାର୍ତ୍ତିକ ମାସ ଭିଡ଼କୁ ଦୃଷ୍ଟିରେ ରଖି ସାଢେ ୩ଟାରୁ ବାନା ବନ୍ଧା ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲା ।

ପୋଲିସ ଡ୍ରେସ ପିନ୍ଧି ଲୁଟ କରିବା ବେଳେ ମାଡ଼ି ବସିଲେ ଗ୍ରାମବାସୀ

କଳାହାଣ୍ଡି: ପୋଲିସ ଡ୍ରେସ ପିନ୍ଧି ଆସିଥିଲେ ଲୁଟ କରିବାକୁ । ଭାବିଥିଲେ, ଖାକି ଦେଖି ଭୟଭିତ ହୋଇଯିବେ ଲୋକେ । ହେଲେ ଫସର ଫାଟିଗଲା ଯୋଜନା । ଲୁଟ କରି ଫେରାର ହେଉଥିବା ପୋଲିସ ଡ୍ରେସ ପିନ୍ଧା ୩ ଲୁଟେରାଙ୍କୁ ମାଡ଼ି ବସିଲେ ଗ୍ରାମବାସୀ । ଧରିବା ପରେ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଛନ୍ତି ଗାଁ ଲୋକେ । ତେବେ ଘଟଣା ସ୍ଥଳରୁ ଅନ୍ୟ ୪ ଜଣ ଲୁଟେରା ଫେରାର ହୋଇଯିବାକୁ ସକ୍ଷମ ହୋଇଛନ୍ତି । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ବ୍ଳକର ଦେଢ଼ସୁଲି ପଞ୍ଚାୟତ ରୁବେନ ଗାଁରେ ।

ଅଭିଯୋଗ ଅନୁସାରେ ଗାଁର ରୀପା ମାଝୀଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଥିଲେ । ସମସ୍ତେ ପୋଲିସ ଡ୍ରେସରେ ଆସିଥିଲେ । ରୀପାଙ୍କ ଘରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଡକାୟତ କରି ନେଇଥିବା ମୋହନଗିରି ଫାଣ୍ଡିରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏକ ବୋଲେରୋ ଗାଡ଼ିରେ ୭ ଜଣ ଲୁଟେରା ପୋଲିସ ଡ୍ରେସ ପିନ୍ଧି ଆସିଥିବା ବେଳେ ୩ ଜଣଙ୍କୁ କାବୁ କରିଥିଲେ ଗାଁ ଲୋକେ । ଉକ୍ତ ବୋଲେରୋ ଗାଡ଼ିକୁ ଗାଁ ଲୋକେ ଭଙ୍ଗାରୁଜା ମଧ୍ୟ କରିଥିବା ଜଣାପଡିଛି । ଅଟକ ୩ ଜଣ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ୨୮ ବର୍ଷୀୟ ପିଣ୍ଟୁ ସେଠୀ, ୨୮ ବର୍ଷୀୟ ଆଶିଷ ଦିଗାଲ ଓ ଅନ୍ୟ ଜଣେ ପକାରି ଗାଁର ୩୨ ବର୍ଷୀୟ ସୁଧାକର ବଳିୟାରସିଂ । ଅଟକ ୩ଜଣଙ୍କୁ ଏମ୍. ରାମପୁର ଥାନାକୁ ଆଣି ପୋଲିସ ଅଧିକ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ପଦକ୍ଷେପ ନେଉଛି ।

ଅଶାନ୍ତ ମହର୍ଷି କଲେଜ: ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କ ମୁଣ୍ଡରେ ବିୟର ବୋତଲ ପିଟିଲେ ଛାତ୍ର

ଭୁବନେଶ୍ବର: ଅଶାନ୍ତ ରାଜଧାନୀ ଭୁବନେଶ୍ବରର ମହର୍ଷି କଲେଜ । ଭାଙ୍ଗିଲା ବିୟର ବୋତଲ । ଲାଇପ୍ରେରୀ ଆସିଷ୍ଟାଣ୍ଟଙ୍କୁ ଛାତ୍ରଙ୍କ ମାଡ଼ । କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କଲେ କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ, ଆଜି ମହର୍ଷି କଲେଜରେ ଅସନ୍ତୋଷ ଦେଖା ଦେଇଛି । କିଛି ଛାତ୍ର ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ବିୟର ବୋତଲରେ ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କୁ ଆକ୍ରମଣ କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯାହାକୁ ନେଇ କଲେଜ ପରିସରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା ।

ଖବର ପାଇବା ପରେ ପୋଲିସ କଲେଜରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି କଲେଜ କର୍ତ୍ତୃପକ୍ଷ ।

ଅଙ୍ଗନବାଡି ଘର ନାହିଁ, ରାସ୍ତାରେ ବସି ପଢୁଛନ୍ତି କୁନି କୁନି ପିଲା

ଚାନ୍ଦବାଲି: ଅଙ୍ଗନବାଡି ଘର ନଥିବାରୁ ରାସ୍ତା ଉପରେ ପାଠ ପଢୁଛନ୍ତି କୁନି କୁନି ପିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଜଳେଶ୍ବରପୁର ପଞ୍ଚାୟତ ଚଡକମରା ସାହିରେ ।

କିଛି ଦିନ ହେବ ଅଙ୍ଗନବାଡି କେନ୍ଦ୍ରଟି ପାତ୍ରସାହିର ଏକ କ୍ଲବ ଘରେ ଚାଲୁଥିଲା । ଦୁଇଦିନ ତଳେ କୌଣସି କାରଣ ପାଇଁ ଜଣେ ଯୁବକ ଅଙ୍ଗନବାଡି କର୍ମୀ ମାଳତୀ ମହାଳିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଉକ୍ତ ମାମଲାଟି ଥାନାରେ ପହଞ୍ଚିବା ପରେ କ୍ଲବ ପିଲା କ୍ଲବ ଘର ଚାବି ଦେବାକୁ ମନା କରିଦେଇଥିଲେ । ଫଳରେ କୁନି କୁନି ପିଲାଙ୍କୁ ରାସ୍ତା ମଝିରେ ବସାଇ ପାଠ ପଢାଇବା ସହ ଖାଇବାକୁ ଦେଉଛନ୍ତି ଅଙ୍ଗନବାଡି କର୍ମୀ ।

ଏମିତି ଅବ୍ୟବସ୍ଥାରେ ପିଲାଙ୍କୁ ଛାଡିବାକୁ ନାରାଜ ହେଉଛନ୍ତି ଗ୍ରାମବାସୀ । ଅଙ୍ଗନବାଡି ଘର ପାଇଁ ବାରମ୍ବାର ଦାବି ହେଉଥିଲେ ବି ପ୍ରଶାସନ ଶୁଣୁ ନଥିବା ଅଭିଯୋଗ କରିଛନ୍ତି  ଗ୍ରାମବାସୀ ।

ଜଗନ୍ନାଥ ମନ୍ଦିରରୁ ଖସିଲା ପଥର, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରରେ ଥିବା ଓଡ଼ିଶାର ଦ୍ବିତୀୟ ବୃହତ୍ତମ ଜଗନ୍ନାଥ ମନ୍ଦିରରୁ ଖସିଲା ପଥର । ତିନି ଶହ ବର୍ଷ ପୁରୁଣା ଏହି ଜଗନ୍ନାଥ ମନ୍ଦିରରୁ ପଥର ଖସିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ମନ୍ଦିରରୁ ପଥର ଖସିଛି । ଏମିତି ସ୍ଥିତିରେ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଦୁଇ ବର୍ଷ ତଳେ ସିଂହଦ୍ୱାର ଗୁମୁଟରୁ ସାତ କିଲୋ ଓଜନର ଏକ ପଥର ଖସିଥିଲା  । ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ମହଲରୁ ଦାବି ହେବା ପରେ ତତ୍କାଳୀନ ବିଜେଡି ସରକାରଙ୍କ ବହୁ ମନ୍ତ୍ରୀ, ପ୍ରଶାସକ ଓ ଏପରିକି ପୁରୀ ଗଜପତି ଦିବ୍ୟସିଂହ ଦେବ, ଏବେର ବିଜେପି ସରକାରଙ୍କ କେନ୍ଦ୍ରମନ୍ତ୍ରୀ, ବହୁ ମନ୍ତ୍ରୀ ଓ ବିଧାୟକମାନେ ପରିଦର୍ଶନ କରି ଫେରିଥିଲେ । ତେବେ ମୁଖ୍ୟ ମନ୍ଦିରର ଅଁଳାଶ୍ରୀ କେବଳ ମରାମତି ହୋଇଥିବା ବେଳେ କିଛି ଦିନ ପରେ ବନ୍ଧl ଯାଇଥିବା ବାଉଁଶ କାଢି ଦିଆଯାଇଥିଲା ।

ଦିନକୁ ଦିନ ମନ୍ଦିରର ଭାସ୍କର୍ଯ୍ୟ ସବୁ ନଷ୍ଟ ହେବାରେ ଲାଗିଛି । ରାଜ୍ୟ କିମ୍ବା କେନ୍ଦ୍ର ସରକାର ଦୃଷ୍ଟି ନ ଦେବା ଫଳରେ ମର୍ଦ୍ଦରାଜ ବଂଶର ଏହି ଅକ୍ଷୟ କୀର୍ତ୍ତି ଜରାଜୀର୍ଣ୍ଣ ହୋଇପଡୁଛି । ତୁରନ୍ତ ମନ୍ଦିରର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଆଜି ଭିସ୍ତାରା ବିମାନ ଭରିବ ଶେଷ ଉଡ଼ାଣ

ନୂଆଦିଲ୍ଲୀ: ଆଜି ଭିସ୍ତାରା ବିମାନରେ ଶେଷ ଦିନ । ଆଜି ଶେଷ ଉଡାଣ ଭରିବ ଭିସ୍ତାରା ବିମାନ । ଆସନ୍ତାକାଲି ମଙ୍ଗଳବାରଠାରୁ ଏହାର କମାଣ ସମ୍ଭାଳିବ ଏୟାର ଇଣ୍ଡିଆ ।

ଏୟାର ଇଣ୍ଡିଆ ସହିତ ମିଶ୍ରଣ ହେବାକୁ ଯାଉଛି ଭିସ୍ତାରା । ଏହାପରେ, ପ୍ରଥମ ମାସରେ ଭିସ୍ତାରା ଏୟାର ଟିକେଟରେ ୧ ଲକ୍ଷ ୧୫ ହଜାରରୁ ଅଧିକ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବେ ।

ଟାଟା ଗ୍ରୁପ୍ ଓ ସିଙ୍ଗାପୁର ଏୟାରଲାଇନ୍ସର ମାଲିକାନା କମ୍ପାନୀ ଭିସ୍ତାରା ଆଜି ଏହାର ଶେଷ ବିମାନ ଉଡ଼ାଣ କରିବ । ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସ ମିଳିତ ଉଦ୍ୟମରେ ନୂଆ ଇଣ୍ଟିଗ୍ରେଟେଡ୍ ଏୟାରଲାଇନ୍ସରେ ୨୫.୧ ପ୍ରତିଶତ ଅଂଶଧନ ପାଇବ । ଯାତ୍ରୀମାନେ ଏୟାର ଇଣ୍ଡିଆରେ ଭିସ୍ତାରା ଭଳି ଅନୁଭୂତି ପାଇବେ ବୋଲି କମ୍ପାନୀ କହିଛି ।

ଦୁଷ୍କର୍ମ ମାମଲା: ପୂର୍ବତନ ବିଜେପି ସାଂସଦ ପ୍ରଜ୍ଵଲ ରେବନ୍ନାଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ପ୍ରଜ୍ଵଳା ରେବନ୍ନାଙ୍କୁ ସୁପ୍ରିମକୋର୍ଟରୁ ଝଟକା । ଦୁଷ୍କର୍ମ ମାମଲାରେ କରିଥିବା ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏକାଧିକ ମହିଳାଙ୍କ ସହ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ସାଂସଦ ପ୍ରଜ୍ଵଲ ରେବନ୍ନାଙ୍କ ନାଁରେ ମାମଲା ଚାଲିଛି ।

ଚଳିତବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ଦ୍ଵିତୀୟ ପର୍ଯ୍ୟାୟ ମତଦାନର ଠିକ ପୂର୍ବରୁ ଗତ ଏପ୍ରିଲ୍ ମାସ ଆରମ୍ଭରେ ଏକ ଭିଡିଓ ଲିକ୍ ହୋଇଥିଲା । ଏହାପରେ ପ୍ରଜ୍ଵଲ ରେଭନ୍ନାଙ୍କର ନାମରେ ଯୌନ ନିର୍ଯାତନା ମାମଲା ସାମନାକୁ ଆସିଥିଲା । ରେବନ୍ନାଙ୍କର ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡଭୋକେଟ୍ ମୁକୁଲ ରୋହତଗୀ ଯୁକ୍ତି ବାଢ଼ିଛନ୍ତି ଯେ ଅଭିଯୋଗରେ ସିଧାସଳଖ ଧାରା ୩୭୬ ଦୁଷ୍କର୍ମ ଉଲ୍ଲେଖ କରାଯାଇ ନାହିଁ । କିନ୍ତୁ ଜଷ୍ଟିସ୍ ବେଲା ଏମ. ତ୍ରିବେଦୀ ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଦର୍ଶାଇ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ନାଗୁଣୀ ନୁହେଁ କାଉ ନିଏ ପ୍ରତିଶୋଧ, ୧୭ ବର୍ଷ ପରେ ବି ଖୋଜିକି ଖୁମ୍ପେ !

ନନ୍ଦିଘୋଷ ବ୍ୟୁରୋ : କୌଣସି ପ୍ରାଣୀ ମଣିଷ ଏବଂ ତାର ଦ୍ବାରା ପାଇଥିବା ଯନ୍ତ୍ରଣାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରଖିପାରେ କି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଭାରତର ଅନେକ ଲୋକ ନାଗ ନାଗୁଣୀଙ୍କ ନାମ ନେଇପାରନ୍ତି । ଭାରତୀୟ କିମ୍ବଦନ୍ତୀରେ ଏହା କୁହାଯାଏ । କିନ୍ତୁ ଆଜି ଲୋକମାନେ ସାପ ବିଷୟରେ ବହୁତ କିଛି ଜାଣନ୍ତି ଏବଂ ଏହା ମଧ୍ୟ ବୁଝନ୍ତି । କିନ୍ତୁ ନୂତନ ଅନୁସନ୍ଧାନରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଏମିତି କାଉମାନଙ୍କ ସହିତ ହୋଇଥାଏ । ସେମାନେ ୫-୧୦ ବର୍ଷ ପାଇଁ ନୁହେଁ ବରଂ ୧୭ ବର୍ଷ ପାଇଁ ଜଣେ ବ୍ୟକ୍ତି ଏବଂ ତାଙ୍କର ଯନ୍ତ୍ରଣାକୁ ମନେ ରଖିପାରନ୍ତି |

ଯଦି ନୂତନ ଅନୁସନ୍ଧାନକୁ ବିଶ୍ୱାସ କରାଯାଏ ତେବେ ଦୁନିଆର ସବୁଠାରୁ ବୁଦ୍ଧିମାନ ପକ୍ଷୀ ଭାବରେ ପରିଗଣିତ କାଉ ଏମିତି କାମ କରେ ।  ଏହି ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ କାଉମାନେ ୧୭ ବର୍ଷ ପାଇଁ ପ୍ରତିଶୋଧର ଭାବନା ରଖିଛନ୍ତି । ଏହି ଆବିଷ୍କାର କାଉମାନଙ୍କର ସ୍ମରଣ କରିବାର ଅଦ୍ଭୁତ ଦକ୍ଷତାର ଏକ ଉତ୍ତମ ଉଦାହରଣ । ପକ୍ଷୀ ସମ୍ପ୍ରଦାୟ ମଧ୍ୟରେ ବିପଦ ବିଷୟରେ ସୂଚନା କିପରି ସାମାଜିକ ଭାବରେ ବାଣ୍ଟାଯାଏ ସେ ସମ୍ବନ୍ଧରେ ଅଧ୍ୟୟନ ଗୁରୁତ୍ୱପୂର୍ଣ୍ଣ ଆଲୋକ ପ୍ରଦାନ କରେ  ।

ଏହି ଅନୁସନ୍ଧାନ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ହୋଇଥିଲା, ଯାହା ୨୦୦୬ରେ ଆରମ୍ଭ ହୋଇଥିଲା  । ଏହି ଅଧ୍ୟୟନକୁ ପରିବେଶ ବୈଜ୍ଞାନିକ ପ୍ରଫେସର ଜନ୍ ମାର୍ଜଲଫ୍ ଆରମ୍ଭ କରିଥିଲେ । ଏଥିପାଇଁ ସେ କିଛି ଭୟଭୀତ ମାସ୍କ ପିନ୍ଧି ୭ କାଉଙ୍କୁ ଧରିଥିଲେ ଏବଂ ସେମାନଙ୍କୁ ମୁକ୍ତ କରିବା ପୂର୍ବରୁ ସେ ସେମାନଙ୍କ ପାଦରେ ରିଙ୍ଗ ଲଗାଇଥିଲେ । ଯାହା ଦ୍ବାରା ପରେ ସେମାନଙ୍କୁ ଚିହ୍ନଟ କରାଯାଇ ପାରିବ ।

ପରବର୍ତ୍ତୀ ବର୍ଷ ପ୍ରଫେସର ଏବଂ ତାଙ୍କ ସହକର୍ମୀମାନେ ସମାନ ମାସ୍କ ପିନ୍ଧି ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଥିବା ସମୟରେ ସ୍ଥାନୀୟ କାଉମାନଙ୍କୁ ଖାଇବାକୁ ଦେଉଥିଲେ। ମାସ୍କ ପିନ୍ଧିବାବେଳେ ମାର୍ଜଲଫ ଏକ ଘଟଣାକୁ ମନେ ପକାଇଲେ, ଯେତେବେଳେ ସେ ସାମ୍ନା କରିଥିବା ୫୩ କାଉ ମଧ୍ୟରୁ ୪୭ ଜଣ ତାଙ୍କୁ ହଇରାଣ କରିଥିଲେ । ସେମାନଙ୍କ ମଧ୍ୟରେ ଧରାଯାଇଥିବା ସାତୋଟି କାଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିଲେ।

ଆଶ୍ଚର୍ଯ୍ୟଜନକ କଥା ହେଲା, ସେଠାରେ ଅଧିକ ସଂଖ୍ୟକ ହଇରାଣ କରାଯାଇବା କାଉ ଥିଲେ | ଏହି ପକ୍ଷୀମାନେ ମଣିଷକୁ ଚିହ୍ନି ପାରିବେ ଯେଉଁମାନେ ସେମାନଙ୍କୁ ବିପଦରେ ପକାନ୍ତି ଏବଂ ଏହି ସୂଚନାକୁ ସେମାନଙ୍କ ସାଥୀମାନଙ୍କ ନିକଟରେ ମଧ୍ୟ ପହଞ୍ଚାଇ ପାରିବେ । ଏକ ଅଦ୍ଭୁତ ଘଟଣା ଘଟିଲା ଯେତେବେଳେ୨୦୧୩ରେ ହଇରାଣକାରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଲା ଏବଂ ସେହି ଦିନଠାରୁ ହ୍ରାସ ଘଟିଲା |

ସେପ୍ଟେମ୍ବର ୨୦୨୩ ସୁଦ୍ଧା ପ୍ରୟୋଗ ଆରମ୍ଭ ହେବାର ୧୭ ବର୍ଷ ପରେ, ମାର୍ଜଲଫଙ୍କ ମାସ୍କ ପିନ୍ଧି ବୁଲିବା ସମୟରେ ଗୋଟିଏ ବି ବିରକ୍ତିକର କାଉ ଶୁଣାଯାଇନଥିଲା | ଅଧ୍ୟୟନର ଅନ୍ୟ ଏକ ଆକର୍ଷଣୀୟ ଦିଗ ହେଉଛି ଡିକ୍ ଚେନି ପରି ଦେଖାଯାଉଥିବା ଏକ “ନିରପେକ୍ଷ” ମାସ୍କର ବ୍ୟବହାର | ଚେନି ସେତେବେଳେ ଆମେରିକାର ଉପରାଷ୍ଟ୍ରପତି ଥିଲେ ।

ଚେନି ମାସ୍କ ପିନ୍ଧିଥିବା ଲୋକମାନେ କାଉମାନଙ୍କୁ କିଛି ହଇରାଣ ନ କରି ଖାଇବାକୁ ଦେଇଥିଲେ । ପରେ ପକ୍ଷୀମାନଙ୍କ କ୍ରୋଧରୁ ରକ୍ଷା ପାଇଲେ  । ଗବେଷଣା ଅଗ୍ରଗତି କଲା ବେଳେ, ଅଜାଣତରେ ସ୍ବେଚ୍ଛାସେବୀମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ହେଲେ, ଯେଉଁମାନେ କାଉମାନଙ୍କ ବିପଜ୍ଜନକ ଓ ନିରପେକ୍ଷ ବିଷୟରେ ଜାଣି ନଥିଲେ ।

ଦୁନିଆର ଅନେକ ସ୍ଥାନରେ କାଉ ଆକ୍ରମଣର ଘଟଣା ଉଲ୍ଲେଖ କରାଯାଇଛି  । ପୂର୍ବ ଅନୁସନ୍ଧାନ ସୂଚାଇ ଦେଇଛି ଯେ ସାଧନ ତିଆରି କରିବା ଏବଂ ଗଣିବା ପାଇଁ କାଉମାନଙ୍କର ପ୍ରତିଭା ଅଛି  । ଅଧ୍ୟୟନର ଫଳାଫଳ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ କାଉମାନେ ୧୭ ବର୍ଷ ପାଇଁ ପ୍ରତିଶୋଧର ଭାବନା ରଖିଛନ୍ତି ଏବଂ ବିପଦକୁ ମନେ ରଖିପାରିବେ ଏବଂ ଚିହ୍ନି ପାରିବେ  ।

ସେମାନେ ଘନିଷ୍ଠ ପରିବାର ଭିତରେ ରୁହନ୍ତି  । ସେ ତାଙ୍କ ମୃତ ସଦସ୍ୟମାନଙ୍କ ପାଇଁ “ଶେଷ ରୀତିନୀତି” କରୁଥିବା ଦେଖିବାକୁ ମିଳିଛି । ସେମାନେ ପରସ୍ପରକୁ ଉତ୍କୃଷ୍ଟ ସୂଚନା ପ୍ରଦାନ କରନ୍ତି । କେବଳ ଏତିକି ନୁହେଁ, ସେମାନେ ସେମାନଙ୍କର ପରବର୍ତ୍ତୀ ପିଢିକୁ ବିପଦ ବିଷୟରେ ସୂଚନା ଦେବାରେ ସକ୍ଷମ ଅଟନ୍ତି ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଡୋନାଲ୍ଡ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ୟୁକ୍ରେନ ସହିତ ଆଗକୁ ଯୁଦ୍ଧକୁ ନବଢ଼ାଇବାକୁ ଅପିଲ କରିଛନ୍ତି ଟ୍ରମ୍ପ । ଟ୍ରମ୍ପ ପୁଟିନଙ୍କ ସହିତ ଆଲୋଚନା ଏନେଇ ୱାଶିଂଟନ୍ ପୋଷ୍ଟ ରବିବାର ଦିନ ଖବର ପ୍ରକାଶ କରିଛି । ପୁଟିନଙ୍କୁ ୟୁରୋପରେ ଆମେରିକାର ସାମରିକ ଉପସ୍ଥିତି ବିଷୟରେ ସ୍ମରଣ କରାଇଛନ୍ତି ଟ୍ରମ୍ପ  । ଏହା ସହି ସେ କହିଛନ୍ତି ଯେ ଶୀଘ୍ର ୟୁକ୍ରେନ ଯୁଦ୍ଧର ପରିସମାପ୍ତି ବିଷୟରେ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ସେ ଯୁଦ୍ଧର ଶୀଘ୍ର ସମାପ୍ତ କରିବାକୁ ପ୍ରୟାସ କରୁଛନ୍ତି ।  କ୍ଵିଭ୍ ପାଇଁ ୱାଶିଂଟନ୍‌ର ବହୁ ବିଲିୟନ ଡଲାର ସମର୍ଥନ ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହିତ ବୁଧବାର ଟ୍ରମ୍ପଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ଆଲୋଚନାରେ ବଲିଅନର ଏଲନ ମସ୍କ ମଧ୍ୟ ଯୋଗଦେଇଥିଲେ।

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି, ହଷ୍ଟେଲ ସମସ୍ଯାକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

ଜୟପୁର : ହଷ୍ଟେଲରେ ଲାଗି ରହିଥିବା ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା। ହଷ୍ଟେଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ତାତିଲେ କୋରାପୁଟ ସ୍ଥିତ  ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀl ମୁଖ୍ୟ ଫାଟକକୁ ତାଲା ପକାଇ କରିଛନ୍ତି ପ୍ରତିବାଦl ଅନେକ ଦିନରୁ ହଷ୍ଟେଲରେ ଲାଗି ରହିଥିବା ସମସ୍ୟାକୁ ସମଧାନ କରିବା ପାଇଁ ଛାତ୍ରଛାତ୍ରୀ କତୃପକ୍ଷଙ୍କ ପାଖରେ ଅଭିଯୋଗ କରି ଆସୁଚନ୍ତି। ଏହା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଈ ମୁଖ୍ୟ ଫାଟକକୁ ତାଲା ପକାଇ ପ୍ରତିବାଦ କରିଛନ୍ତିl ଘଟଣାସ୍ଥଳରେ କର୍ତ୍ତୃପକ୍ଷ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରୁଛନ୍ତି ।