spot_img
Home Blog Page 1354

ଦୁଃଖ ଦେଉଛି ଡିଏମଏଫ ବ୍ଯାଟେରୀ ଚାଳିତ ଟ୍ରାଇସାଇକେଲ

ନନ୍ଦିଘୋଷ ବ୍ୟୁରୋ: ଦୁଃଖ ଦେଉଛି ଡ଼ିଏମଏଫ ବ୍ୟାଟେରୀ ଚଳିତ ଟ୍ରାଇସାଇକେଲ। ଦିବ୍ଯାଙ୍କଙ୍କ ସ୍ଥିତିରେ ସୁଧାର ଆଣିବା ପାଇଁ ଯୋଗାଇ ଦିଆଯାଇଥିଲା ଟ୍ରାଇସାଇକେଲ ।କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରୁ ବ୍ଲକ ସ୍ତରୀୟ ସର୍ଭେ କରାଯାଇ ଅନେକ ଦିବ୍ଯାଙ୍ଗଙ୍କୁ ଦିଆଯାଇଥିଲା ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ । ହେଲେ ବର୍ତ୍ତମାନ ସମୟରେ ସେହି ଟ୍ରାଇ ସାଇକେଲ ହିଁ ସେମାନଙ୍କ ପାଇଁ ଦୁଃଖ ସାଜିଛି।

ଦୁଃଖ ଦେଉଛି ଡିଏମଏଫ ବ୍ଯାଟେରୀ ଚାଳିତ ଟ୍ରାଇସାଇକେଲ । ଦିବ୍ଯାଙ୍ଗଙ୍କ ସ୍ଥିତିରେ ସୁଧାର ଆଣିବାକୁ ଯୋଗାଇ ଦିଆଯାଇଥିଲା ଟ୍ରାଇସାଇକେଲ । ଆନନ୍ଦପୁର ଉପଖଣ୍ଡ ଘସିପୁରା, ଆନନ୍ଦପୁର ଓ ହାଟଡିହି ବ୍ଲକରେ ୨୦୨୨ ମସିହାରେ ଦିବ୍ଯାଙ୍ଗଙ୍କୁ ଯୋଗାଇ ଦିଆଯାଇଥିଲା ବ୍ଯାଟେରୀ ଚାଳିତ ଟ୍ରାଇ ସାଇକେଲ । କେନ୍ଦୁଝର ଜିଲ୍ଲା  ଖଣିଜ ପାଣ୍ଠିର ବ୍ୟୟ ବରାଦରେ ଲୋକଙ୍କୁ ଯୋଗାଇ ଦିଆଯାଇଥିଲା  ଟ୍ରାଇ ସାଇକେଲ । ଆଶା ଥିଲା ସେମାନଙ୍କ ସ୍ଥିତିରେ ସୁଧାର ଆସିବ । ଗାଡି ପାଇବା ପରେ ଦିବ୍ଯାଙ୍ଗଙ୍କ ମହଲରେ ଖୁସି ଖେଳିଯାଇଥିଲା । ହେଲେ ସେହି ଖୁସି ବେଶୀ ଦିନ ରହିଲାନି । ଧୀରେ ଧୀରେ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଗୁଡିକ ଖରାପ ହେବା ପରେ ଆଉ ତାକୁ ସଜାଡ଼ିବା ସମ୍ଭବ ହେଇ ପାରୁନି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ କ୍ଷୋଭ ପ୍ରକାଶ ପାଇଛି ।

କେନ୍ଦୁଝର ନିକଟରେ ଥିବା ରାହାଙ୍କି ଅଞ୍ଚଳର ଏକ ଏନଜିଓ ସଂସ୍ଥା ଏହି ଟ୍ରାଇ ସାଇକେଲ ଯୋଗାଇବା ଓ ମରାମତି କରିବାର ଦାଇତ୍ୱ ନେଇଛି। ହେଲେ ଟ୍ରାଇ ସାଇକେଲ ଖରାପ ହେବା ପରେ କେହି ଶୁଣୁନାହାନ୍ତି। ବଜାରରେ ଟ୍ରାଇ ସାଇକେଲ ପାର୍ଟସ ମିଳୁ ନଥିବାରୁ ଚିନ୍ତାରେ ହିତାଧିକାରୀ । ଫଳରେ ଦିବ୍ଯାଙ୍ଗ ମାନେ ଅଟୋ ଓ ଭ୍ୟାନ ଭଡା କରି ଏହି ଟ୍ରାଇ ସାଇକେଲକୁ ବ୍ଲକ ଆଣି ଆସୁଛନ୍ତି । ହେଲେ କୌଣସି ସୁଫଳ ପାଇପାରୁନାହାଁନ୍ତି । ସେପଟେ ଘଟଣା ସମ୍ପର୍କରେ ଉପଜିଲ୍ଲାପାଳ କ୍ୟାମେରା ସାମ୍ନାରେ ମୁହଁ ଖୋଳିନଥିଲେ ମଧ୍ୟ ଘଟଣାକୁ ନେଇ ଜିଲ୍ଲାପାଳଙ୍କ ସହିତ କଥା ହେବେ ବୋଲି କହିଛନ୍ତି।

ଧାନ ଅମଳ ବେଳେ ଚାଷୀଙ୍କୁ ଘାରିଛି ପୋକ ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: ସବୁଜ ଧାନ ବିଲରେ ଲହଡି ଭାଙ୍ଗୁଛି ଧାନ ଫସଲ । ଆଉ ଦିନ କେଇଟା ପରେ ଅମଳ ହେବ ଧାନ । ଠିକ ଧାନ ଅମଳ ବେଳେ ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଶହ ଶହ ଏକର ଜମିରେ ମାଡିଗଲେଣି ଲିଫୋଲଡର, କାଣ୍ଡବିନ୍ଧା, ଚକଡା ପରି ପୋକ । ପୋକ ଦମନ ପାଇଁ ଔଷଧ ମଧ୍ଯ କାମ କରୁନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ସବୁଜ ଧାନ ବିଲରେ ଲହଡି ଭାଙ୍ଗୁଛି ଧାନ ଫସଲ । ଆଉ ଦିନ କେଇଟା ପରେ ଅମଳ ହେବ ଧାନ । ହେଲେ ଠିକ ଧାନ ଅମଳ ବେଳକୁ ଚାଷୀଙ୍କୁ ଘାରିଲାଣି ରୋଗପୋକ ଚିନ୍ତା । ସୁନାପରି ଦେଖାଯାଉଥିବା ଧାନ କେଣ୍ଡା ଏବେ ଚକଡା ଓ ଅନ୍ୟାନ୍ୟ ପୋକ ଯୋଗୁଁ ନଷ୍ଟ ହେବାରେ ବସୁଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଶହ ଶହ ଏକର ଜମିରେ ପୋକ ଏବେ ଫସଲ ନଷ୍ଟ କରୁଛନ୍ତି । ଜମିରେ ଲିଫୋଲଡର, କାଣ୍ଡବିନ୍ଧା, ଚକଡା ପରି ପୋକ ଚାଷ ନଷ୍ଟ କରିଦେଉଛନ୍ତି । କେଉଁଠି ଧାନ ଗଛ ମରି ଯାଉଛି ତ କେଉଁଠି ଧାନ କେଣ୍ଡା ଶୁଖିଯାଉଛି ତ କେଉଁଠି ଧାନ ଗଛର ପତ୍ର ସୁଖୀ ପୋକ ଖାଇ ଗଲେଣି । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଜମିରେ ସାର ଦେବା ପରଠୁ ପୋକଙ୍କ ପ୍ରାଦୁର୍ଭାବ ଆରମ୍ଭ ହୋଇଛି ବୋଲି ଚାଷୀ କହିଛନ୍ତି । ପୋକ ଦମନ ପାଇଁ ଔଷଧ ମଧ୍ଯ କାମ କରୁନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ । ଅନ୍ଯପକ୍ଷେ କଣ୍ଟାମାଲ ବ୍ଲକ କୃଷି ଅଧିକାରୀ କହିଛନ୍ତି ଏ ସଂପର୍କରେ ଆମ ପାଖରେ ଖବର ଅଛି । ଗ୍ରାମାଞ୍ଚଳରେ କାର୍ଯ୍ଯ କରୁଥିବା ଅଫିସର ମାନେ କ୍ଷେତ ପରିଦର୍ଶନ କରି ଚାଷୀଙ୍କ ସମସ୍ଯା ବୁଝି ଚାଷୀଙ୍କୁ ସଚେତନ ମଧ୍ଯ କରୁଛନ୍ତି ।

 

ଡିସେମ୍ବର ୩୧ ପୂର୍ବରୁ ଆଧାର-ପାନ୍ ଲିଙ୍କ୍ କରନ୍ତୁ

ନନ୍ଦିଘୋଷ ବ୍ୟୁରୋ: ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ଅନୁରୋଧ କରିଛି। ଏହା କରିବାରେ ବିଫଳ ହେଲେ ପାନ୍ କାର୍ଡ ନିଷ୍କ୍ରିୟ ହୋଇପାରେ, ଯାହା କାରବାର ସମସ୍ୟା ଏବଂ ଅନ୍ୟାନ୍ୟ ଜଟିଳତା ସୃଷ୍ଟି କରିପାରେ।

ଆର୍ଥିକ ଠକେଇ ମାମଲାଗୁଡ଼ିକର ବୃଦ୍ଧି ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି, କାରଣ ଅନେକ ଫିଣ୍ଟେକ୍ ସଂସ୍ଥା ବ୍ୟବହାରକାରୀଙ୍କ ବିନା ଅନୁମତିରେ ଗ୍ରାହକ ପ୍ରୋଫାଇଲ୍ ସୃଷ୍ଟି କରିବା ପାଇଁ ପାନ୍ ସୂଚନା ବ୍ୟବହାର କରୁଥିବା ଜଣାପଡୁଛି। ତେଣୁ ବ୍ୟକ୍ତିଗତ ସୂଚନାର ଅପବ୍ୟବହାରକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଆୟକର ବିଭାଗକୁ ପ୍ୟାନ ମାଧ୍ୟମରେ ବ୍ୟକ୍ତିଗତ ବିବରଣୀକୁ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛି।

ଆଇ-ଟି ବିଭାଗ ଭାରତର ସମସ୍ତ ଟିକସଦାତାଙ୍କ ପାଇଁ ଆଧାର କାର୍ଡ ସହିତ ପାନକୁ ଲିଙ୍କ କରିବା ବାଧ୍ୟତାମୂଳକ କରିଛି। ସମୟସୀମା ପୂର୍ବରୁ ଲିଙ୍କ୍ କରିବାରେ ବିଫଳ ଏହା ଆଉ କାର୍ଯ୍ୟକ୍ଷମ ହେବନାହିଁ। ଆର୍ଥିକ କାରବାର କରିବାରେ ଅସୁବିଧା ସମେତ ଏହା ଅନେକ ସମସ୍ୟା ସୃଷ୍ଟି କରିପାରେ। ତେଣୁ ସମୟ ଥାଉ ଥାଉ ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିଦିଅନ୍ତୁ।

ରାଜଧାନୀରେ କାୟା ମେଲାଇଲାଣି ଜଣ୍ଡିସ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ କାୟା ମେଲାଇଲାଣି ଜଣ୍ଡିସ । ଖାସ୍ କରି ଶିକ୍ଷାନୁଷ୍ଠାନ ଗୁଡ଼ିକର ହଷ୍ଟେଲ ଏବଂ ଆପାର୍ଟମେଣ୍ଟରେ ଏହା ବ୍ୟାପିବାରେ ଲାଗୁଛି । ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓୟୁଏଟିରେ ଜଣ୍ଡିସ ବହୁ ମାତ୍ରାରେ ବ୍ୟାପିଛି । ହେଲେ ଏହାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଲୁଚାଉଥିବାରୁ ସ୍ବାସ୍ଥ୍ୟ ବିଭାଗ କଡ଼ା ତାଗିଦ କରିଛି । ସ୍ବାସ୍ଥ୍ୟ ବିଭାଗର ଟିମ୍ ଓୟୁଏଟିର କୋଣଅନୁକୋଣ ଯାଞ୍ଚ କରିଛନ୍ତି । ଖୁବ୍ ଶୀଘ୍ର ଓ୍ବାଟକୋ ଆସି ଏଠାରେ ପାଣି ନମୁନା ପରୀକ୍ଷା କରିବ । ଓୟୁଏଟି ହଷ୍ଟେଲ ଓ ଗାଡ଼କୋଣରୁ ଜଣ୍ଡିସ ଖବର ପାଇବା ପରେ ସିଟି ହେଲଥ ୟୁନିଟର ଟିମ ଘଟଣାସ୍ଥଳକୁ ଯାଇ ରୋଗୀଙ୍କ ସଂଖ୍ୟା ଅନୁଧ୍ୟାନ କରିଛନ୍ତି । ହେଲେ ଜଣ୍ଡିସ ବ୍ୟାପିବା ଦିନଠାରୁ ଓୟୁଏଟି ଏହାକୁ ଚପାଇବାକୁ ଚେଷ୍ଟା କରିଥିବାରୁ ଚିନ୍ତା ବଢିଯାଇଛି । ସେପଟେ ଓୟୁଏଟି କର୍ତ୍ତୃପକ୍ଷଙ୍କୁ କଡ଼ା ତାଗିଦ କଲେ ଭୁବନେଶ୍ବର ଏଡିୟୁପିଏଚଓ ଡାକ୍ତର ନୀଳମଣି ସେନାପତି । ଏତେ ଦିନରୁ ଲେଡିଜ୍ ହଷ୍ଟେଲରେ ଜଣ୍ଡିସ ବ୍ୟାପିଲାଣି । ହେଲେ ସ୍ବାସ୍ଥ୍ୟ ବିଭାଗକୁ ଖବର ଦେଇ ନଥିଲା ଓୟୁଏଟି । ଏହି ଘଟଣାକୁ ନ ଚପାଇବାକୁ ଏଡିୟୁପିଏଚଓ ପରାମର୍ଶ ଦେଇଛନ୍ତି । କାରଣ ଲୁଚାଇଲେ ଏହା ଆହୁରି ବ୍ୟାପିବ । ଘଟଣା ଜାଣିଲେ ଯାଇ ତା ନିରାକରଣ ହୋଇପାରିବ । ଏ ଯାଏଁ ଓୟୁଏଟିର ୧୨ ଜଣ ଛାତ୍ରୀଙ୍କୁ ଜଣ୍ଡିସ ହୋଇଥିବା ଖବର ମିଳିଛି । ହେଲେ ଓୟୁଏଟି ୪ ଜଣଙ୍କୁ ଜଣ୍ଡିସ ହୋଇଥିବା କହିବାରୁ ସ୍ବାସ୍ଥ୍ୟ ବିଭାଗ ଟିମ ସେଠାରେ ପହଂଚି ଯାଞ୍ଚ କରିଛନ୍ତି । ହଷ୍ଟେଲର ପ୍ରତି ରୁମ ଯାଞ୍ଚ ହେବା ସହ ଏପିଡେମୋଲୋଜିଷ୍ଟ ଓ ମାଇକ୍ରୋ ଵୟୋଲୋଜିଷ୍ଟଙ୍କ ସହଯୋଗ ନିଆଯାଉଛି । ଓୟୁଏଟି ପକ୍ଷରୁ ପାଣି ପରୀକ୍ଷା ପାଇଁ ୱାଟକୋକୁ ଚିଠି କରାଯିବ । ଏଡିୟୁପିଏଚଓ ମଧ୍ୟ ୱାଟକୋକୁ ଚିଠି କରିବେ ।

ଆଇସିସିକୁ ଏମିତି ଚିଠି ଲେଖିଲା ପିସିବି, କହିଲା ଯଦି ଭାରତ ନଆସେ ତାହେଲେ..

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଗଣମାଧ୍ୟମରେ ଥମିବାର ନାଁ ନେଉନି ଚର୍ଚ୍ଚା । ପାକିସ୍ତାନ ଏହି ଟୁର୍ଣ୍ଣମେଣ୍ଟ ଆୟୋଜନ କରୁଥିବାବେଳେ ଭାରତ ଯିବାକୁ ସିଧାସଳଖ ମନା କରି ଦେଇଛି । ତେବେ ହାଇବ୍ରିଡ୍ ମଡେଲରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଅନୁମାନ କରାଯାଉଛି । ମାତ୍ର ଏହାରିଭିତରେ ପିସିବି ପକ୍ଷରୁ ଆଇସିସିକୁ ଚିଠି ଲେଖାଯାଇଛି । ଯେଉଁଥିରେ ପିସିବି ପକ୍ଷରୁ କୁହାଯାଇଛି କି, ଭାରତ କାହିଁକି ପାକିସ୍ତାନ ଆସିବା ପାଇଁ ଚାହୁଁନାହିଁ ? ଆଉ ଏବେ ଯଦି ସ୍ଥାନ ପରିବର୍ତ୍ତନ କରାଯାଇ ପାକିସ୍ତାନ ବଦଳରେ ଅନ୍ୟ କେଉଁଠି ମ୍ୟାଚ୍ ଅନୁଷ୍ଠିତ ହୁଏ ତାହେଲେ ଚାମ୍ପିୟନ୍ସ ଟ୍ରଫିକୁ ବୟକଟ୍ କରିବ ପାକିସ୍ତାନ । ଏଭଳି ପାକିସ୍ତାନ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ।

ତେବେ ଏକ ଜାତୀୟ ଗଣମାଧ୍ୟମରୁ ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ ତାହେଲେ କୁହାଯାଉଛି କି, ଚଳିତ ଚାମ୍ପିୟନ୍ସ ଟ୍ରଫି ଦକ୍ଷିଣ ଆଫ୍ରିକାରେ ଖେଳାଯାଇପାରେ । ମାତ୍ର ଏହା ଏହଯାବତ ସ୍ପଷ୍ଠ ହୋଇନାହିଁ । ସେପଟେ ପାକିସ୍ତାନ ପକ୍ଷରୁ କୁହାଯାଇଛି କି, ଯଦି ଭାରତ ପାକିସ୍ତାନ ଆସିବା ପାଇଁ ଚାହୁଁନାହିଁ, ତାହେଲେ ଭାରତ ସ୍ଥାନରେ ଶ୍ରୀଲଙ୍କାକୁ ସୁଯୋଗ ଦିଆଯାଉ । ମାତ୍ର ହାଇବ୍ରିଡ୍ ମଡେଲରେ ଆୟୋଜନକୁ ମଧ୍ୟ ପାକିସ୍ତାନ ଏକପ୍ରକାର ମନା କରିଛି । କୁହାଯାଉଥିଲା କି, ଭାରତର ମ୍ୟାଚ ଗୁଡ଼ିକ ପାକିସ୍ତାନ ବାହାରେ ଖେଳାଯିବ । କିନ୍ତୁ ପାକିସ୍ତାନ ସିଧାସଳଖ ଭାରତ ସହ ଖେଳିବାକୁ ମଧ୍ୟ ମନା କରି ଦେଇଛି ।

ଗଞ୍ଜାମ ଜିଲ୍ଲାକୁ ଆସିଛି ମହାରାଷ୍ଟ୍ରର ମହାବଳ ବାଘ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାକୁ ଆସିଛି ମହାରାଷ୍ଟ୍ରର ମହାବଳ ବାଘ । ବାଘ ଚଳପ୍ରଚଳକୁ ନେଇ ବ୍ରହ୍ମପୁର ଡିଏଫଓ ଶନି ଖୋଖର ପ୍ରେସମିଟରେ ସୂଚନା ଦେଇଛନ୍ତି । ବିଭିନ୍ନ ବନାଞ୍ଚଳରେ ବର୍ତ୍ତମାନ ମହାବଳ ବାଘ ଚଳପ୍ରଚଳ କରୁଛି । ଦିଗପହଣ୍ଡି ବନାଞ୍ଚଳ ପକ୍ଷରୁ ବିଭିନ୍ନ ବନାଞ୍ଚଳରେ ଲାଗିଛି ଟ୍ରାପ କ୍ୟାମେରା । ବର୍ତ୍ତମାନ ସୁଦ୍ଧା ବାଘ ୬ଟି ଗୃହପାଳିତ ପଶୁକୁ ଆକ୍ରମଣ କରି ମାରିସାରିଲାଣି । ୬ଟି ଗୃହପାଳିତ ପଶୁଙ୍କ ମାଲିକ ମାନଙ୍କୁ ୫୮ ହଜାର ୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନେଇ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ବାଘ କୌଣସି ମଣିଷକୁ ଆଘାତ କରିନାହିଁ । ଏସିଏଫଙ୍କ ନେତୃତ୍ୱରେ ବାଘର ଚଳପ୍ରଚଳ ଜାଣିବାକୁ ନେଇ  ଟିମ୍ ଗଠନ ହୋଇଛି । ତିନୋଟି ଟିମ୍ ଜରିଆରେ ବାଘର ଚଳପ୍ରଚଳକୁ ନେଇ ୨୪ ଘଣ୍ଟିଆ ନଜର ରଖାଯାଇଛି ‌। ବାଘକୁ ନେଇ ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ନକରିବାକୁ ବନବିଭାଗର ଲୋକଙ୍କୁ ନିବେଦନ କରିଛନ୍ତି।

ଗୋବିନ୍ଦାଙ୍କ ଭାଣିଜୀ, ଯାହାଙ୍କୁ ବିବାହ କରିଛନ୍ତି ଭାରତୀୟ କ୍ରିକେଟର

ନନ୍ଦିଘୋଷ ବ୍ୟୁରୋ: ଗୋବିନ୍ଦାଙ୍କ ଭାଣିଜୀ, ଯିଏକି ଜଣେ ଭାରତୀୟ କ୍ରିକେଟରଙ୍କୁ ବିବାହ କରିଛନ୍ତି । ଆମେ ଯାହାଙ୍କ କଥା କହୁଛୁ ସେ ହେଉଛନ୍ତି ସାଚ୍ଚୀ । ନୀତିଶ ରାଣାଙ୍କ ପତ୍ନୀ । ଯିଏକି ହିସାବରେ ଗୋବିନ୍ଦାଙ୍କ ଭାଣିଜୀ ହେବେ । କପିଲ ଶର୍ମା ସୋ’ରେ ଗୋବିନ୍ଦାଙ୍କ ଭଣଜା କ୍ରୀଷ୍ଣା ଏକଦା କହିଥିଲେ କି, ସାଚ୍ଚୀ ହେଉଛନ୍ତି ତାଙ୍କ ସମ୍ପର୍କୀୟ ଭଉଣୀ । ଏଣୁ ହିସାବରେ ସେ ହେଉଛନ୍ତି ଗୋବିନ୍ଦାଙ୍କ ଭାଣିଜୀ । ଆଉ ସାଚ୍ଚୀ ହେଉଛନ୍ତି ଭାରତୀୟ କ୍ରିକେଟର ନୀତିଶ ରାଣାଙ୍କ ପତ୍ନୀ । ଉଭୟଙ୍କ ପ୍ରେମ ବିବାହ ହୋଇଛି । ସାଚ୍ଚୀଙ୍କ ଭାଇ ଏବଂ ନୀତିଶ ଉଭୟ ଭଲ ବନ୍ଧୁ । ସେମାନେ ଫୁଲବଲ ଖେଳନ୍ତି । ଏହି ସମୟରେ ସେମାନଙ୍କ ଦେଖା ଆଉ ପ୍ରେମ ହୋଇଥିଲେ । ପରେ ବିବାହ କରିଥିଲେ ।

କହି ରଖୁଛୁ କି, ନୀତିଶ ରାଣା ଚଳିତ ସିଜିନର ମେଗା ଅକ୍ସନରେ ଭାଗ ନେଉଛନ୍ତି । ତାଙ୍କର ବେସ୍ ପ୍ରାଇସ୍ ଦେଢ଼ କୋଟି ଟଙ୍କା ରହିଛି । ଗତ ସିଜିନରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଥିଲେ । ମାତ୍ର ତାଙ୍କୁ ୨ଟି ମ୍ୟାଚରେ ଦଳ ଖେଳିବା ପାଇଁ ଦେଇଥିଲା । ତେବେ ୨୦୨୩ ସିଜିନରରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିଥିଲେ ନୀତିଶ । ଦଳ ୧୪ ମ୍ୟାଚରୁ ମାତ୍ର ୬ଟି ଜିତିଥିଲା । ତେବେ ଜଣେ ଅଲରାଉଣ୍ଡଭାବେ ଆଇପିଏଲରେ ନୀତିଶଙ୍କ ଭଲ ରେକର୍ଡ ରହିଛି ।

ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ। ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ମନ୍ଦିରର ଗୁମୁଟ ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା। ମାଣ୍ଡାରିନ୍ ଭାଷାରେ କଥାବାର୍ତ୍ତା କରୁଥିବାରୁ ହୋଇଥିଲା ସନ୍ଦେହ। ତେବେ ଏହି ଚାଇନିଜ୍ ମହିଳା ଜଣକ ଶ୍ରୀମନ୍ଦିର ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୋକଙ୍କ ଭିଡ ଭିତରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ମହିଳା ଜଣକ ସିଂହଦ୍ବାର ମଧ୍ୟ ଦେଇ ଗୁମୁଟ ମଧ୍ୟକୁ ପ୍ରବେଶ କରିଥିବା ବେଳେ, ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ  ମହିଳାଙ୍କୁ ମନ୍ଦିର ବାହାରକୁ ଆଣିଥିଲା। ପରବର୍ତ୍ତି ସମୟରେ ମହିଳା ଜଣଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା। ତଦନ୍ତ ପରେ ମହିଳାଙ୍କୁ ବ୍ୟାରିକେଡ୍ ବାହାରକୁ ଛାଡି ଦିଆଯାଇଛି।

ଧର୍ମ ଆଧାରିତ ହ୍ବାଟ୍ସଆପ ଗ୍ରୁପ ପାଇଁ ନିମ୍ବମ୍ବିତ ହେଲେ IAS ଅଧିକାରୀ!

ନନ୍ଦିଘୋଷ ବ୍ୟୁରୋ: କେରଳରୁ ସାମନାକୁ ଆସିଲା ଏକ ବଡ଼ ଖବର । ଧର୍ମ ଆଧାରିତ ହ୍ବାଟ୍ସଆପ ଗ୍ରୁପ ବନାଇବା ମାମଲାରେ କେରଳର ବିଜୟନ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଆଇଏଏସ ଅଧିକାରୀଙ୍କ ନମ୍ବରରେ ବନାଯାଇଥିବା ଏହି ଗ୍ରୁପକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ସରକାର ଆକ୍ସନ ନେଇଛନ୍ତି । ଏହି ଘଟଣାରେ ଗୋପାଳକୃଷ୍ଣନଙ୍କୁ ସସପେଣ୍ଡ କରାଯାଇଥିବାବେଳେ ଅନ୍ୟ ଜଣେ ଆଇଏଏସ ଅଧିକାରୀଙ୍କ ଉପରେ ଆକ୍ସନ ହୋଇଛି । ଗୋପାଳକୃଷ୍ଣନ କହିଛନ୍ତି କି, ସେ ଏହି ଗ୍ରୁପ ବନାଇ ନାହାନ୍ତି । ତାଙ୍କ ନମ୍ବରକୁ କେହି ହ୍ୟାକ୍ କରି ଏଭଳି ଗ୍ରୁପ ବନାଇଥିବା କହିଛନ୍ତି ।

ଅଷ୍ଟ୍ରେଲିଆରେ ଲୁଚି ଅଭ୍ୟାସ କରୁଛି କି ଟିମ ଇଣ୍ଡିଆ ?

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୨ ତାରିଖରୁ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବାକୁ ଯାଉଛି । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ବିଜୟ ହେବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । କାରଣ ଏହି ସିରିଜ ଭାରତର ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଭାଗ୍ୟ ନିର୍ଦ୍ଧାରଣ କରିବ । ତେବେ ସୋମବାର ଭାରତୀୟ ଅଷ୍ଟ୍ରେଲିଆରେ ପହଞ୍ଚିଛି । ସେଠାରେ ଦଳ ଗୁପ୍ତଭାବେ ଅଭ୍ୟାସ ଜାରି ରଖିଛି । ଏଭଳି ଏକ ଖବର ଏବେ ନଜରକୁ ଆସିଛି । କାରଣ ମଙ୍ଗଳବାର ଟିମ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିଛି । ତେବେ ଅଭ୍ୟାସ କରୁଥିବା ସ୍ଥାନରେ କଳା କପଡ଼ା ଲଗାଯାଇଛି । ତେବେ ଏଭଳି କାହିଁକି ହୋଇଛି ତାହା ସ୍ପଷ୍ଠ ହୋଇନାହିଁ । ମାତ୍ର କୁହାଯାଉଛି କି, ଅଷ୍ଟ୍ରେଲିଆ ଗଣମାଧ୍ୟମ ଆଗରୁ ବଞ୍ଚିବା ପାଇଁ ଏଭଳି କରାଯାଇଥାଇପାରେ । ମାତ୍ର ଏହା କେତେ ସତ୍ୟ ତାହା ସ୍ପଷ୍ଠ ହୋଇନାହିଁ । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଶୋଚନୀୟ ପରାଜୟ ପରେ ଏବେ ଦଳର ପ୍ରଦର୍ଶନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।