spot_img
Home Blog Page 1348

ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ୍ ନାହିଁ : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମହିଳା ପୋଲିସ ଅଧିକାରୀଙ୍କ ଦୁର୍ବ୍ୟବହାର କରିବା ଘଟଣାରେ ଜାମିନ ଖାରଜ ହେବା ପରେ ଜୟନାରାୟଣଙ୍କ ଅଜବ ପ୍ରତିକ୍ରିୟା ଦେଉଛନ୍ତି । ଯାହାକୁ ନେଇ ଜୟନାରାୟଣଙ୍କୁ ସମାଲୋଚନା କରିଛି ବିଜେଡି । ପ୍ରେସମିଟରେ ଜୟନାରାୟଣଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି । ତାଙ୍କ ନାମରେ ବହୁ ମାମଲା ରହିଛି । କୋର୍ଟ ତାଙ୍କ ଜାମିନକୁ ଖାରଜ କରିଛନ୍ତି । ଏଣୁ ତାଙ୍କୁ ଗିରଫ କରାଯାଉଛି । ମାନସିକସ୍ତରରେ ନିଜର ଭାରସାମ୍ୟ ହରାଇ ବସୁଛନ୍ତି । ମାନସିକ ବିକାର ଗ୍ରସ୍ତ ଭଳି ପ୍ରଳାପ କରୁଛନ୍ତି ଜୟନାରାୟଣ ।

ଅକ୍ଷୟ କୁମାରଙ୍କୁ ସମାଲୋଚନା କଲେ ମୁକେଶ ଖାନ୍ନା

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତା ମୁକେଶ ଖାନ୍ନା ଶକ୍ତିମାନ ପାଇଁ ବେଶ ପରିଚିତ । ସବୁବେଳେ ନିଜର ପ୍ରତିକ୍ରିୟା ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣିଥରେ ଶକ୍ତିମାନ ପାର୍ଟ-୨ ଆସିବାକୁ ଯାଉଛି । ଯାହାକୁ ନେଇ ସେ ଏବେ ହେଡଲାଇନରେ ରହିଛନ୍ତି । ତେବେ ଏହାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ନିଜର ପ୍ରତିକ୍ରିୟା ମଝିରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ସମାଲୋଚନା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅକ୍ଷୟଙ୍କୁ ଆକ୍ଷେପ କରି କହିଥିଲେ କି, କେହି ବଡ଼ ନିଶ ଏବଂ ଚେହେରା ରଖିଦେଲେ ପୃଥିରାଜ ହୋଇଯିବେନି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଅକ୍ଷୟଙ୍କ ଫ୍ୟାନ୍ସମାନେ ମୁକେଶଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।

ଯଦି ଆମେ ଅକ୍ଷୟଙ୍କ ସମ୍ରାଟ ପୃଥୀରାଜ ଫିଲ୍ମ ସମ୍ପର୍କରେ କହିବା ତାହେଲେ ଏହା ୨୨୦ କୋଟି ଟଙ୍କାର ଏକ ହାଇ ବଜେଟ୍ ଫିଲ୍ମ ଥିଲା । ମାତ୍ର ଏହା ଏତେ ବ୍ୟବସାୟିକ ସଫଳତା ଅର୍ଜନ କରିପାରିନଥିଲା । ବିଶ୍ବବ୍ୟାପି ୯୦ କୋଟି ଟଙ୍କା ଆୟ କରିଥିବାବେଳେ ଦେଶରେ ୬୮.୨୫ କୋଟି ଟଙ୍କା ଆଦାୟ କରିଥିଲା । ଏହା ବ୍ୟବସାୟିକ କ୍ଷେତ୍ରରେ ବଡ଼ ସଫଳତା ଦେଇନଥିବାବେଳେ ଫିଲ୍ମ ମଧ୍ୟ ଫ୍ଲପ ହୋଇଥିଲା ।

CBSE ପାଠ୍ଯକ୍ରମରେ ନୂଆ ପରୀକ୍ଷା ଫର୍ମାଟ ଓ ଆସେସମେଣ୍ଟ ସିଷ୍ଟମ

ନନ୍ଦିଘୋଷ ବ୍ୟୁରୋ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ବା CBSE ପାଠ୍ଯକ୍ରମରେ ତାର ନୂଆ ପରୀକ୍ଷା ଫର୍ମାଟ ଓ ଆସେସମେଣ୍ଟ ସିଷ୍ଟମ ଲାଗୁ କରିବାକୁ ଯାଉଛି । ୨୦୨୫ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବ ବୋଲି ଜଣା ପଡିଛି। ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଏହା ଲାଗୁ କରାଯିବ। ପାଠ୍ଯକ୍ରମକୁ ପ୍ରାୟ  ୧୫ ପ୍ରତିଶତ ହ୍ରାସ କରାଯିବ ବୋଲି ଜଣା ପଡିଛି।ଏଥିରେ ରହିବ ୪୦ ପ୍ରତିଶତ ଇଣ୍ଟରନାଲ ଆସେସମେଣ୍ଟ ଓ ୬୦ ପ୍ରତିଶତ ଶେଷ ବୋର୍ଡ ପରୀକ୍ଷା । ଆସନ୍ତା ଫେବୃଆରୀ ୧୫ ରେ ଏହି ସିଡ୍ଯୁଲ ଜାରୀ ହେବ । ଏହା ସହ ପରୀକ୍ଷାରେ ଡିଜିଟାଲ ଆସେସମେଣ୍ଟ ଓ ଓପନ ବୁକ ଫର୍ମାଟ ପରୀକ୍ଷାକୁ ସାମିଲ କରାଯିବ । ଇଂରାଜୀ ଭାଷା ଓ ସାମାଜିକ ବିଜ୍ଞାନକୁ ସାମିଲ କରାଯିବ। ଏହି ନୂଆ ବ୍ଯବସ୍ଥା ଦ୍ବାରା ପାଠ୍ଯକ୍ରମ ବିଶ୍ବସ୍ତରୀୟ  ହୋଇପାରିବ ବୋଲି ଆଶା କରାଯାଉଛି। ମଧ୍ଯ୍ଯପ୍ରଦେଶ ଇନ୍ଦୋରରେ ଆୟୋଜିତ ସିବିଏସଇର ପ୍ରିନସପାଲ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୁପ୍ରିମକୋର୍ଟରୁ ଧକ୍କା ପାଇବା ପରେ ବିଚଳିତ ବିଜେପି ବିଧାୟକ ଜୟନାରାୟଣ

ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟରୁ ଧକ୍କା ପାଇବା ପରେ ବିଚଳିତ ହୋଇଯାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର।  ଗଣମାଧ୍ୟମ ଆଗରେ ଚିହିଁକି ଉଠିଛନ୍ତି ଜୟନାରାୟଣ । ଏପରିକି ସାମ୍ବାଦିକଙ୍କୁ ଅସଭ୍ୟ ଭାଷା କହିଛନ୍ତି  ଜୟନାରାୟଣ । ମହିଳା ପୋଲିସ ଅଫିସରଙ୍କୁ ମାରିବାକୁ ହାତ ଉଠାଇ ଆଇନ ଜାଲରେ ଛନ୍ଦି ହୋଇଥିବା ଜୟନାରାୟଣ କହିଛନ୍ତି, ପୋଲିସକୁ ଗୋଡେଇ ଗୋଡେଇ ମାରିବା କଥା । ମୋ ନାଁରେ ବହୁତ୍ ମାମଲା ଅଛି। ମୁଁ ମନ୍ତ୍ରୀ ପାଇଁ ଲାଳାୟିତ ନୁହେଁ । ମୋ ନାଁରେ ୭୨ଟା ମାମଲା ରହିଛି। ଏସବୁକୁ ନେଇ ମୁଁ ବିଚଳିତ ନୁହେଁ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ। ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଆଗୁଆ ଜାମିନ ସମ୍ପର୍କିତ ସ୍ପେଶାଲ ଲିଭ ପିଟିସନ ସୁପ୍ରିମକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ହୃଷୀକେଶ ରାୟ ଓ ଜଷ୍ଚିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି।ପୂର୍ବରୁ ଓଡିଶା ହାଇକୋର୍ଟ ୨୦୨୩ ମସିହା ନଭେମ୍ବର ୧୬ ତାରିଖ ଦିନ ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ କରିଥିଲେ।୨୦୨୩ ମସିହା ଫେବୃଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳକଂ କାର୍ଯ୍ଯାଳୟ ସାମନାରେ ଧନୁପାଲି ଥାନାର ମହିଳା ଇନସପେକ୍ଟରକୁଂ ଆକ୍ରମଣ ଓ ଅସଦାଚରଣ ମାମଲାରେ    ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

ରଣଜୀ ଟ୍ରଫିରେ ମହମ୍ମଦ ସାମିଙ୍କ ଘାତକ ବୋଲିଂ, ଭାରତୀୟ ଦଳକୁ କେବେ ରହିଛି ଅପେକ୍ଷା

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଘାତକ ବୋଲର ମହମ୍ମଦ ସାମି ଆହତ କାରଣରୁ ଦୀର୍ଘଦିନ ଧରି କ୍ରିକେଟ ମଇଦାନରୁ ବାହାରେ ରହିଥିଲେ । ଦିନିକିଆ ବିଶ୍ବକପ ପରଠାରୁ ସେ ଆହତ ରହିଥିଲେ । ଏବେ ରଣଜୀ ଟ୍ରଫି ଖେଳୁଥିବାବେଳେ ଦମଦାର ପ୍ରଦର୍ଶନ ଆରମ୍ଭ କରିଛନ୍ତି । ସାମିଙ୍କ ଘାତକ ବୋଲିଂ ଆଗରେ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଛନ୍ତି । ବଙ୍ଗଳା ପକ୍ଷରୁ ଖେଳିଥିବାବେଳେ ସାମି ୪ ଓ୍ବିକେଟ ଅକ୍ତିଆର କରିଛନ୍ତି । ତାଙ୍କ ସେହି ସ୍ପିଡ ଆଉ ସମାନ ଲାଇନ ଏବେ ମଧ୍ୟ ଜାରି ରଖିଛନ୍ତି ସାମି । ସାମି ୧୯ ଓଭର ବୋଲିଂ କରିଥିବାବେଳେ ୫୪ ରନ ଦେଇ ୪ ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି ।

ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବା ଲାଗି ବିଦେଶ ଗସ୍ତରେ ଅଛି । କୁହାଯାଉଥିଲା କି, ଏହି ସିରିଜରେ ସାମି ସ୍ଥାନ ପାଇବେ । ମାତ୍ର ଫିଟନେସରେ ଫେଲ ହେବା ପରେ ତାଙ୍କୁ ଦଳରୁ ଦୂରେଇ ରଖାଯାଇଥିଲା । ସେପଟେ ଅଧିନାୟକ ରୋହିତ ଶର୍ମା କହିଥିଲେ କି, ସେ ଶତ ପ୍ରତିଶତ ଠିକ ହେବା ପରେ ଦଳକୁ ଫେରିବେ । ଆଉ ଏବେ ସାମିଙ୍କ ବୋଲିଂ ଷ୍ଟାଇଲ ସାଙ୍ଗକୁ ଆକ୍ରମଣାତ୍ମ ଢ଼ଙ୍ଗ ଦେଖିବା ପରେ ଲାଗୁଛି କି, ସେ ଖୁବଶୀଘ୍ର ଭାରତୀୟ ଦଳରେ ସାମିଲ ହେବେ । ତେବେ ଆଗାମୀ ମ୍ୟାଚ ଗୁଡ଼ିକରେ ସାମିଙ୍କ ପ୍ରଦର୍ଶନ କିଭଳି ରହୁଛି ତାକୁ ବେଶ ବିଚାରକୁ ନିଆଯିବ ।

ଟଙ୍କ୍‌ରେ ପୋଲିସ ଉପରକୁ ଟେକା ପଥର ମାଡ କଲେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ

ଜୟପୁର: ରାଜସ୍ଥାନ ଟଙ୍କରେ ଖଣ୍ଡଯୁଦ୍ଧ, ଅରାଜକତା, ବ୍ୟାପକ ହିଂସାକାଣ୍ଡ। ଏସଡିଏମ୍ ଉପରକୁ ମଧ୍ଯ ଲୋକେ ଟେକା ପଥର ଫିଙ୍ଗିବାକୁ ପଛାଇ ନାହାନ୍ତି। ବହୁ ଗାଡ଼ିକୁ ମଧ୍ୟ ପୋଡ଼ି ଦେଇଛନ୍ତି ଉତ୍ୟକ୍ତ ଜନତା। ସ୍ଵାଧୀନ ପ୍ରାର୍ଥୀ ନରେଶ ମିନାଙ୍କୁ ଗିରଫ କରିବାକୁ ପୋଲିସ ଯିବା ବେଳେ ଏହି ହିଂସାକାଣ୍ଡ ହୋଇଛି ।

ନରେଶ ମିନା ଜଣେ ପୋଲିଂ ଅଫିସରଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିବାକୁ ଯିବା ପରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ନରେଶ ମିନାଙ୍କ ସମର୍ଥକ। ଏହାକୁ ନେଇ ବ୍ୟାପକ ହିଂସାକାଣ୍ଡ ହୋଇଛି। ପୁରା ଘଟଣାରେ ୬୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ନରେଶ ମିନାଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କର ସମର୍ଥକମାନେ ଯେଉଁ ରାସ୍ତାରୋକ କରିଥିଲେ, ତାକୁ ମଧ୍ଯ ହଟାଇ ଦିଆଯାଇଛି। ଆଜି କହିଛନ୍ତି, ସ୍ଥିତି ନିୟନ୍ତ୍ରଣକୁ ଆସିଛି ।

ପ୍ରୟାଗରାଜରେ ଛାତ୍ର ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଛାତ୍ର ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ୟୁପି ପବ୍ଲିକ ସର୍ଭିସ କମିଶନ ଅଫିସ ଆଗରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ମୁତୟନ ହୋଇଛନ୍ତି ଆରପିଏଫ୍ ଏବଂ ପୋଲିସ। ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ କଡ଼ା ନଜର ରଖିଛି। ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଦାବି ହେଲା- ଉତ୍ତର ପ୍ରଦେଶ ଯେଉଁ ବି ପରୀକ୍ଷା କରାଉଛନ୍ତି, ତାହା ଗୋଟିଏ ଦିନରେ ଓ ଗୋଟିଏ ସିଫଟରେ କରାଯାଉ। ଏହି ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି।

ଗତକାଲି ସଂଧ୍ୟାରେ ମଧ୍ୟ ସେମାନେ ଏକ ବିରାଟ ମହମବତୀ ଶୋଭାଯାତ୍ରା କରିଥିଲେ। ପିଲାମାନେ କହୁଛନ୍ତି, ଅଲଗା ଅଲଗା ଦିନ ଅଲଗା ଅଲଗା ସିଫଟରେ ପରୀକ୍ଷା କରାଯାଉଥିବାରୁ ମେଧାର ଉଚିତ ମୂଲ୍ୟାୟନ କରାଯାଇପାରୁନାହିଁ। ଏହା ଛଡ଼ା ଅନିୟମିତତା ଦେଖାଦେଉଛି। ଆଗକୁ ଆସୁଥିବା ସିଭିଲ ସର୍ଭିସ କମିଶନର ପ୍ରିଲିମିନାରି ପରୀକ୍ଷା ମଧ୍ୟ ସେପରି ଭାବେ କରିବାକୁ ସେମାନେ ଦାବି କରିଛନ୍ତି। ସେହପରି ଡିସେମ୍ଵର ୨୨ ଓ ୨୩ରେ ହେବାକୁ ଥିବା ରିଭ୍ୟୁ ଅଫିସର ନିଯୁକ୍ତି ପରୀକ୍ଷା ମଧ୍ୟ ଗୋଟିଏ ଦିନରେ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।

ନର୍ମାଲାଇଜେସନ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି ଏମାନେ। ପିଲାଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେଥିରେ ସଫଳ ହୋଇ ନାହାନ୍ତି। ପରୀକ୍ଷାରେ ପୁରାପୁରି ଭାବେ ସ୍ଵଚ୍ଛତା ଅବଲମ୍ଵନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ପିଲାମାନେ ନାରାଜ। ସେମାନଙ୍କର ଦାବି ହେଲା ଗୋଟିଏ ଦିନରେ ଗୋଟିଏ ସିଫଟେ ପରୀକ୍ଷା କରାଯାଉ ଏବଂ ନର୍ମାଲାଇଜେସନ ବ୍ୟବସ୍ଥାକୁ ଉଠାଯାଉ। ପ୍ରୟାଗରାଜରେ ଥିବା ୟୁପି ପବ୍ଲିକ ସର୍ଭିସ କମିଶନ ଅଫିସ ଆଗରେ ରାତି ବିତାଇବା ସହିତ ଧାରଣା ଜାରି ରଖିଛନ୍ତି ପିଲାମାନେ। କମିଶନ ବିରୋଧରେ ସେମାନେ ନାନା ସ୍ଲୋଗାନ ଦେଇଛନ୍ତି।  ଛାତ୍ରଙ୍କ ଆନ୍ଦୋଳନ ବେଳେ ଭଙ୍ଗାରୁଜା ହୋଇଥିବାରୁ ଗତକାଲି ୧୨ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ଏହାକୁ ନେଇ ତାତିଛନ୍ତି ପିଲା। ଛାତ୍ର ଆନ୍ଦୋଳନକୁ ନେଇ ରାଜନୀତି ବି ଆରମ୍ଭ ହୋଇଗଲାଣି।

ବଡଓଷାରେ ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଭାଇଙ୍କ ସଲିଳ ସମାଧି

କାମାକ୍ଷାନଗର: ଏକତାଳି ଗାଁରେ ଅଭାବନୀୟ ଘଟଣା  । ବଡ଼ଓଷାରେ ପୋଖରୀକୁ ଗାଧୋଇବାକୁ ଯାଇ ୨ ସମ୍ପର୍କୀୟ ନାବାଳକ ଭାଇଙ୍କ ମୃତ୍ୟୁ  । ମୃତକ ୨ ସମ୍ପର୍କୀୟ ଭାଇ ହେଲେ ଗଣେଶ୍ୱର ବେହେରା ଓ ଶୁଭମ ବେହେରା । ଦୁଇ ଜଣ ନାବାଳକଙ୍କ ମୃତ୍ୟୁକୁ ନେଇ ଏକତାଳି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ତେବେ ଆଜି ସକାଳୁ ୨ ସମ୍ପର୍କୀୟ ନାବାଳକ ଭାଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ଵ ହେବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ପୋଖରୀରୁ ୨ଜଣ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ଗ୍ରାମବାସୀ l

ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ମହିଳାଙ୍କ ଜୀବନ

ଭୁବନେଶ୍ବର: ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ଜୀବନ । ରାସ୍ତାରେ ପଡ଼ି ପ୍ରାଣ ହରାଇଲେ ମହିଳା । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏହି exclusive ଭିଜୁଆଲ । ସୋମନାଥ ମନ୍ଦିର ଦର୍ଶନ ପାଇଁ ଭୁବନେଶ୍ୱରରୁ ହରିରାଜପୁର ଯାଉଥିଲେ ଦମ୍ପତ୍ତି । ହଠାତ କଳା ପଲସରରେ ଦୁଇଜଣ ଦୁର୍ବୁତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ ।

ମୋଟା ଚେନ କାରଣରୁ ଚେନ୍ ନେଇପାରିନଥିଲେ ଲୁଟେରା । ସ୍ଵାମୀ ବାଇକ ଚଳାଉ ଥିବାବେଳେ ସ୍ତ୍ରୀ ୟୁ ବିଷ୍ଣୁ ପାତ୍ର ପଛରେ ବସିଥିଲେ । ଲୁଟ୍ ନକରିପାରି ପୁନର୍ବାର ଲୁଟ୍ ପାଇଁ ଗୋଡ଼ାଇ ଆକ୍ରମଣ କରିଥିଲେ । ଲୁଟ୍ ହେବାରୁ ସୁନା ଚେନ୍ ସିନା ବଞ୍ଚିଗଲା ହେଲେ ଦୁର୍ବୁତ୍ତଙ୍କ ଆକ୍ରମଣରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଟିମ ଏବେ ସମଗ୍ର ଦୁନିଆର ନଜରରେ ରହିଛି  । କିନ୍ତୁ ଟ୍ରମ୍ଫଙ୍କ ୨.୦ କାର୍ଯ୍ୟକାଳରେ ନିଯୁ୍କ୍ତ ରକ୍ଷାମନ୍ତ୍ରୀ ପିଟ ହେଗସେଥ ବିବାଦରେ ଅଛନ୍ତି  । ଫକ୍ସ ନ୍ୟୁଜ ଚ୍ୟାନେଲର ସାମ୍ବାଦିକଙ୍କୁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ମିଳିବା ଘଟଣାକୁ ସହଜରେ ଲୋକେ ଗ୍ରହଣ କରିପାରୁ ନାହାନ୍ତି  ।

ତେବେ ପ୍ରଶ୍ନ ଉଠୁଛ ଯେ ଟ୍ରମ୍ପ ପିଟ୍‌ଙ୍କୁ କାହିଁକି ପ୍ରତିରକ୍ଷା ବିଭାଗର ଦାୟିତ୍ବ ଦେଇଛନ୍ତି? ବାସ୍ତବରେ ପିଟ୍‌ ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ନୀତିର ସମର୍ଥକ ଅଟନ୍ତି  । ତାଙ୍କୁ ଟ୍ରମ୍ପଙ୍କ ନିକଟ ସହଯୋଗୀ ବି କୁହାଯାଏ  ।ସୁତ୍ର କହୁଛି ଯେ ଟ୍ରମ୍ପଙ୍କ ଅବୈଧ ପ୍ରବାସୀଙ୍କ ପାଇଁ ନିର୍ବାସନ ଯୋଜନାକୁ ସଠିକ ମାର୍ଗ ଦେଖାଇବେ ପିଟ୍‌  ।

ଜାନୁଆରୀ ୨୦ରେ ରାଷ୍ଟ୍ରପତି ପଦର ଶପଥ ନେବେ ଟ୍ରମ୍ପ  । ସର୍ବପ୍ରଥମେ ସେ ନିଜ ଡ୍ରିମ୍‌ ଯୋଜନା ଆମେରିକାରେ ରହୁଥିବା ଅବୈଧ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରିବେ  । ପିଟ୍‌ ଏହି ଯୋଜନାର ବଡ ସମର୍ଥକ ଅଟନ୍ତି  । ଏଥିପାଇଁ ସର୍ବପ୍ରଥମେ ପେଣ୍ଟାଗନରେ ବଡ ଧରଣର ଛଟେଇ କରାଯିବ  ।

ରିପୋର୍ଟ ଅନୁସାରେ ବିଦା ହେବାକୁ ଥିବା ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ ରହିଛନ୍ତି  । ନିର୍ବାଚନ ପ୍ରଚାର ସମୟରେ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକା ସେନା ହଟାଇ ଦେଇଥିବା ଅଧିକାରୀଙ୍କୁ ପ୍ରଥମେ ବିଦା କରିବେ  ।

ପିଟ୍‌ ହେଗସେଥ ଫକ୍ସ ନ୍ୟୁଜର ଲୋକପ୍ରିୟ ସାମ୍ବାଦିକ ତଥା ଟିଭି ଆଙ୍କର ଅଟନ୍ତି  । ଇରାକ ଓ ଆଫଗାନିସ୍ତାନ ଯୁଦ୍ଧ ବେଳେ ପିଟ୍‌ଙ୍କ ବିଶ୍ଲେଷଣ ଚର୍ଚ୍ଚାରେ ରହିଥିଲା  । ୨୦୧୬ରେ ଟ୍ରମ୍ପ ପ୍ରଥମ ଥର ରାଷ୍ଟ୍ରପତି ହେବା ସମୟରେ ପିଟ୍‌ ତାଙ୍କୁ ଖୁଲମଖୁଲା ସମର୍ତନ ଦେଇଥିଲେ  ।