spot_img
Home Blog Page 1343

ହାଇଦ୍ରାବାଦରୁ ଚୋରି କରି ଶ୍ବଶୂର ଘରେ ଲୁଚାଇଥିଲେ ୨୦ ଲକ୍ଷ

ହାଇଦ୍ରାବାଦ: ଆଗ୍ରୋ ଇଣ୍ଡଷ୍ଟ୍ରିରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଚୋରି ଅଭିଯୋଗରେ ଛାନବିନ୍। ଟଙ୍କା ଚୋରି କରିଥିବା ଯୁବକକୁ ଧରିଲା ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ। ଚୋରି କରିଥିବା ଯୁବକ ହେଲେ ଭୋଗରାଇ ଗ୍ରାମର ଗୋପାଳ ବେହେରା ।

କମର୍ଦ୍ଦା ଥାନା ବଡମନ୍ଦାରୁଣୀ ଗାଁର ଶ୍ବଶୁର ଘର ଅଳିଆ ଗଦାରେ ଲୁଚା ଯାଇଥିବା ଟଙ୍କାକୁ ଜବତ କରିଛି ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ। କମ୍ପାନୀରେ କାମ କରୁଥିବା ବେଳେ ଟଙ୍କା ଚୋରି କରିଥିଲା ଗୋପାଳ ବେହେରା। ଘଟଣାରୁ ଜଣାପଡିଛି ଯେ ଗୋପାଳ ଦୀର୍ଘ ୧୦ ବର୍ଷ ଧରି ଆଗ୍ରୋ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ  । ଗତ ୫ମାସ ପୂର୍ବରୁ କମ୍ପାନୀର ଆକାଉଣ୍ଟାଟ ଛୁଟିରେ ଯାଇଥିବାବେଳେ କମ୍ପାନୀ ଗୋପାଳଙ୍କୁ ଆକାଉଣ୍ଟ ଦାୟିତ୍ବ ଦେଇଥିଲା  । ଏହି ସମୟରେ ସେ ଲକର୍‌ର ପାସୱାର୍ଡ ହାତେଇ ନେଇଥିଲା  ।

ଏହାପରେ ଲକର୍‌ ଏକ ମାଷ୍ଟର ଚାବି ତିଆରି କରିଥିଲା ଗୋପାଳ  । ଚୋରି କରିବା ଦିନ ଗୋପାଳ ସମସ୍ତ ସିସିଟିଭି ବନ୍ଦ କରିଦେଇଥିଲା  । ଚୋରି କରିବା ପରେ ସମସ୍ତ ଟଙ୍କା ନେଇ ଶାଳକ ରହୁଥିବା ନାମପଲ୍ଲୀ ଅଞ୍ଚଳରେ ସେ ଟଙ୍କା ରଖି ଦେଇଥିଲା  । ଗୋପାଳ ହାଇଦ୍ରାବାଦରେ ଏକ ନମ୍ବର ବ୍ୟବହାର କରୁଥିବାବେଳେ ଓଡିଶା ପାଇଁ ଆଉ ଏକ ନମ୍ବର ରଖିଥିଲା  । ଏ ସମସ୍ତ ନମ୍ବରକୁ ଟ୍ରାକ୍‌ କରି ଗୋପାଳର ଶ୍ବଶୂର ଘରେ ପହଞ୍ଚିଛି ହାଇଦ୍ରାବାଦ ପୋଲିସ  ।

ଓଭରଟେକ୍‌ ବେଳେ ଅଟୋକୁ ଧକ୍କା ଦେଲା କାର, ବରକନ୍ୟା ସମେତ ୭ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଜନୌରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । କାର ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ୭ ଜଣଙ୍କ ମୃତ୍ୟୁ ଘଟିଛି  । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି  । ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି  । ମୃତକଙ୍କ ମଧ୍ୟରେ ଦୁଇ ଜଣ ବରକନ୍ୟା ରହିଛନ୍ତି  । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଧାମପୁର ଜାତୀୟ ରାଜପଥ ୭୪ ନିକଟସ୍ଥ ଅଗ୍ନିଶମ ବିଭାଗ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି  ।

ବିଜନୋର ଧାମପୁର ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି  । ନିକଟସ୍ଥ ତିବଡି ଗାଁର ଏକ ପରିବାର ଅଟୋରେ ମୁରାଦାବାଦ ଯାଉଥିଲେ  । ପରିବାରର ୬ ଜଣ ଝାଡଖଣ୍ଡରୁ ପୁଅ ବାହାଘର ସାରି ନିଜ ଗାଁକୁ ଫେରୁଥିଲେ  । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କାର ସହ ମୁହାଁମୁହିଁ ଜୋରଦାର ଧକ୍କା ହୋଇଥିଲା  । ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା  । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ  । ହସ୍ପିଟାଲ ଯିବା ରାସ୍ତାରେ ୬ ଜଣ ଆଖି ବୁଜିଥିଲେ  । ଚିକିତ୍ସା ସମୟରେ ଅଟୋ ଚାଳକ ଆଖି ବୁଜିଥିଲେ । ଏବେବି ଦୁଇଜଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି  ।

ଶିଶୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଶିଶୁଙ୍କ ମୃତ୍ୟୁ, ୧୬ ଗୁରୁତର

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ଝାନସୀ ହସ୍ପିଟାଲର ଶିଶୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ। ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୬ ଜଣ ଗୁରୁତର ହୋଇଛନ୍ତି। ସଟ୍ ସର୍କିଟ ଯୋଗୁଁ ହସ୍ପିଟାଲର ୮ ମହଲା ଉପରେ ଲାଗିଥିଲା ନିଆଁ। ଅଧିକାଂଶ ଲୋକଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ନିଆଁ ଲାଗିଥିବା ଜାଣିବା ପରେ ଲୋକେମାନେ ଦୌଡିଥିଲେ। ଫଳରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ କିଛି ଲୋକ ଆହତ ହୋଇଥିବା ଜଣାପଡିଛି। ଅଗ୍ନିଶମ ବାହୀନିର ଟିମ୍ ୩୭ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ୱାର୍ଡରେ ମୋଟ ଉପରେ ୫୪ ଜଣ ରୋଗୀ ଥିଲେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଭଲ ହସ୍ପିଟାଲରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କିପରି ଲାଗିଲା ନିଆଁ, ସେନେଇ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ରାତିରେ ହସପିଟାଲରେ ଥିବା ଶିଶୁ ୱାର୍ଡର ଦୁଇଟି ୟୁନିଟରେ ନିଆଁ ଲାଗିଯାଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ଶୃଙ୍ଖଳାକୁ ୩-୧ରେ ଜିତି ନେଇଛି ଭାରତ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି। ଶେଷ ମ୍ୟାଚରେ ରେକର୍ଡ ବର୍ଷା ସହ ୧୩୫ ରନରେ ମ୍ୟାଚକୁ ଜିତି ନେଇଛି ଭାରତ। ଭାରତର ୨୮୩ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ୧୪୮ ରନରେ ଅଲଆଉଟ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତ ବ୍ୟାଟିଂ କରିଥିଲା।

ସଂଜୁ ସାମ୍ସନ୍, ତିଳକ ବର୍ମା ମିଳିତ ଭାବେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଥିଲେ। ପ୍ରଥମ ଓଭରରେ ଜୀବନଦାନ ପାଇବା ପରେ ଅଭିଷେକ ଶର୍ମା ୩୬ ରନ୍ କରି ଆଉଟ ହୋଇଥିଲେ। ପରେ ସଂଜୁ ସାମସନ ଓ ତିଳକ ବର୍ମା ଚୌକା ଛକା ବର୍ଷା କରିଥିଲେ। ତିଳକ ବର୍ମା ୪୭ ବଲରୁ ୧୨୦ ରନ କରିଥିବା ବେଳେ, ସଞ୍ଜୁ ସାମସନ ୫୬ ବଲରୁ ୧୦୯ ରନ ହାସଲ କରିଥିଲେ। ଜବାବରେ ୧୮୪ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୧୮ ଓଭର ୨ଟି ବଲରେ ସମସ୍ତ ଓ୍ବିକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସର୍ବାଧିକ ୩ଟି, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେର ୨ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ।

ଭୟଙ୍କର ପ୍ରଦୂଷଣ ଯୋଗୁଁ ଜୀବନ ମରଣ ସମସ୍ଯାରେ ଦିଲ୍ଲୀବାସୀ

0

ନୂଆଦିଲ୍ଲୀ: ବିଷବଳୟରେ ରାଜଧାନୀ ଦିଲ୍ଲୀ। ଭୟଙ୍କର ପ୍ରଦୂଷଣ ଯୋଗୁ ଜୀବନ ମରଣ ସମସ୍ଯାରେ ଦିଲ୍ଲୀବାସୀ। ଦୀପାବଳି ପରଠାରୁ ମହାନଗରୀରେ ଏକ୍ଯୁଆଇ ୪୦୦ରୁ ଅଧିକ ରହୁଛି। ଫଳରେ ହଜାର ହଜାର ଲୋକ ନାହିଁ ନଥିବା ସମସ୍ଯାରେ ପଡୁଛନ୍ତି।

ଲୋକେ କଫ, ଜ୍ବରରେ ପୀଡ଼ିତ ହେଉଥିବାବେଳେ ସେମାନଙ୍କ ଆଖିରୁ ଲୁହ ଝରୁଥିବା ଦେଖାଯାଉଛି। ସେପଟେ କ୍ରୋନିକ ଅବଷ୍ଟ୍ରକ୍ଟିଭ ପଲମନାରୀ ଡିଜିଜ ବା ସିଓପିଡି, ନିମୋନିଆ, ବ୍ରୋଙ୍କାଇଟିସ, ନିମୋନିଆ ଆଦିରେ ଲେକେ ପୀଡ଼ିତ ଥିବା ଦେଖାଯାଉଛି। ବିଶେଷ କରି ବାୟୁ ମଣ୍ଡଳରେ ଓଜୋନ, ସଲଫର ଡାଇଅକ୍ସାଇଡ, କାର୍ବନ ମନୋକସାଇଡ ଓ ନାଇଟ୍ରୋଜେନ ଡାଇଅକ୍ସାଇଡ ଥିବାରୁ ଲୋକେ ନାହିଁ ନଥିବା ସମସ୍ଯାରେ ପୀଡ଼ିତ ହେଉଛନ୍ତି।

ଫୁସଫୁସ ବିଶେଷଜ୍ଞଙ୍କ ମତରେ ଦିଲ୍ଲୀରେ ଜଣେ ବ୍ଯକ୍ତି ଦୈନିକ ଯେତିକି ବାୟୁ ନିଶ୍ବାସ ପ୍ରଶ୍ବାସରେ ବ୍ଯବହାର କରୁଛନ୍ତି ତାହା ୨୫ରୁ ୩୦ଟି ସିଗାରେଟ ଟାଣିବା ସହ ସମାନ।

ପେରୁରେ ଆଜି ଦୁଇ ସୁପରପାଓ୍ବାର ମୁଖ୍ଯଙ୍କ ଭେଟଘାଟ

ଲିମା: ଆଜି ଦୁଇ ସୁପରପାଓ୍ବାର ମୁଖ୍ଯଙ୍କ ମଧ୍ଯରେ ଭେଟଘାଟ । ପେରୁରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ଯରେ ହେବ ସାକ୍ଷାତ । ଦୁଇ ନେତାଙ୍କ ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କ ଓ ଅନ୍ଯାନ୍ୟ ପ୍ରସଙ୍ଗରେ ହେବ ଆଲୋଚନା । ଗତ ଚାରିବର୍ଷରେ ଦୁଇ ଦେଶ ମଧ୍ଯରେ ଘଟିଯାଇଥିବା ବିଭିନ୍ନ ଘଟଣାବଳୀ ଉପରେ ଦୁଇ ନେତା ଆଲୋକପାତ କରିବେ ।

ଆମେରିକାରେ କ୍ଷମତା ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବ ବହନ କରୁଛି । ପେରୁ ରାଜଧାନୀ ଲିମାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ ସମ୍ମିଳନୀ ଅବସରରେ ଦୁଇ ନେତା ପରସ୍ପରକୁ ଭେଟିବେ । ଆସନ୍ତା ଜାନୁଆରୀରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବାକୁ ଯାଉଥିବାବେଳେ ବାଇଡେନ- ଜିନପିଙ୍ଗଙ୍କ ମଧ୍ଯରେ ଭେଟଘାଟ ଗୁରୁତ୍ବପୂର୍ଣ୍ଣ ହୋଇଛି ।

ବାଇଡେନ ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିବା ପରଠାରୁ ଜିନପିଙ୍ଗଙ୍କ ସହ ଆଲୋଚନା କ୍ଷେତ୍ରରେ ଏହା ତୃତୀୟ । ପୂର୍ବରୁ ୨୦୨୨ରେ ବାଲିରେ, ୨୦୨୩ରେ କାଲିଫର୍ଣ୍ଣିଆରେ ଦୁଇ ନେତା ପରସ୍ପରକୁ ଭେଟିଥିଲେ ।

ହାର୍ଟବିଟ ବଢାଉଛି ମହାରାଷ୍ଟ୍ର ନିର୍ବାଚନ, ମଇଦାନରେ ପୁଅଝିଅ

ମୁମ୍ବାଇ: ହାର୍ଟବିଟ ବଢାଉଛି ମହାରାଷ୍ଟ୍ର ନିର୍ବାଚନ । ବିଶେଷ କରି ଜୁନିଅର ଲିଡରଙ୍କ ଭବିଷ୍ଯତ ଉପରେ ରହିଛି ସସପେନ୍ସ । ବାପାଙ୍କ ଦବଦବା ଜାରି ରହିଥିବାବେଳେ ପୁଅ, ଝିଅ, ପୁତୁରାମାନେ କିପରି ମଇଦାନରେ ବିଜୟୀ ହେବେ ତାହା ଉପରେ ରହିଛି ନଜର । ନିର୍ବାଚନ ମଇଦାନରେ ଏଥର ଅବତୀର୍ଣ୍ଣ ହୋଇଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ନାରାୟଣ ରାଣେଙ୍କ ଦୁଇ ପୁଅ ।

କୁଦାଲ ଆସନରେ ଶିବସେନାରୁ ପ୍ରାର୍ଥୀ ହୋଇଛନ୍ତି ପୁଅ ନୀଲେଶ ରାଣା । ତାଙ୍କୁ ଟକ୍କର ଦେଉଛନ୍ତି ଶିବସେନା ୟୁବିଟି ପ୍ରାର୍ଥୀ ନାଏକ ବୈଭବ ବିଜୟ । ଅନ୍ଯତମ ପୁଅ ନୀତେଶ ରାଣେ ବିଜେପିରୁ କଙ୍କାବଳୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ଶିବସେନା ୟୁବିଟିର ସନ୍ଦେଶ ଭାସ୍କର ପାର୍କର । ଓର୍ଲି ଆସନରୁ ଶିବସେନା ୟୁବିଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଶିବସେନାର ମିଲିନ୍ଦ ଦେଓରା । ବାରମତିରୁ ପ୍ରାର୍ଥୀ ହୋଇଛନ୍ତି ଉପମୁଖ୍ଯମନ୍ତ୍ରୀ ଅଜିତ ପାଓ୍ବାର । ତାଙ୍କୁ ଟକ୍କର ଦେଉଛନ୍ତି ତାଙ୍କ ପୁତୁରା ଯୋଗେନ୍ଦ୍ର ପାଓ୍ବାର । ସେ ଏନସିପି(ଏସପି)ରୁ ପ୍ରାର୍ଥୀ ଅଛନ୍ତି ।

ଭୋକାରରେ ବିଜେପିରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅଶୋକ ଚଭନଙ୍କ କନ୍ଯା ଶ୍ରୀଜୟା । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର କୋନ୍ଧେକାର କଦନ ତିରୁପତି । ବାନ୍ଦ୍ରା ପୂର୍ବ ଆସନରେ ଏନସିପିରୁ ଲଢୁଛନ୍ତି ସ୍ବର୍ଗତ ବାବା ସିଦ୍ଦିକୀଙ୍କ ପୁଅ ଜିସାନ ସିଦ୍ଦିକୀ । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଶିବସେନା(ୟୁବିଟି)ର ବରୁଣ ସରଦେଶାଇ । ଲାଟୁର ସିଟିରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ପୁଅ ଅମିତ। ସେହିପରି ବିଳାସରାଓଙ୍କ ଅନ୍ଯ ଜଣେ ପୁଅ ଧୀରଜ ଦେଶମୁଖ ହୋଇଛନ୍ତି ଲାଟୁର ରୁରାଲରୁ ପ୍ରାର୍ଥୀ। କରଜତ ଜାମଖେଡରେ ଏନସିପି(ଏସପି)ରୁ ପ୍ରାର୍ଥୀ ହୋଇଛନ୍ତି ରୋହିତ ପାୱାର। ସେ ହେଉଛନ୍ତି ଅଜିତ ପାୱାରଙ୍କ ପୁତୁରା।

ଆଜିଠାରୁ ଚାରିଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପୁରୀ: କାର୍ତ୍ତିକ ବ୍ରତ ସମାପନ ପରେ ଆଜିଠାରୁ ଶ୍ରୀମନ୍ଦିର ଚାରିଦ୍ବାରରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ଶ୍ରଦ୍ଧାଳୁମାନେ ସିଂହଦ୍ଵାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ହିଁ ପ୍ରସ୍ଥାନ କରିବେ। ସିଂହଦ୍ବାରରେ ଶ୍ରଦ୍ଧାଳୁଙ୍କ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ବାରରେ ପ୍ରବେଶ ତଥା ପ୍ରସ୍ଥାନ କରିପାରିବେ।

ଶ୍ରୀମନ୍ଦିର ନାଟମଣ୍ତପ ଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ରହିଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ପରାମର୍ଶ ଓ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି। କାର୍ତ୍ତିକ ମାସ ପରବର୍ତ୍ତୀ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ କାର୍ତ୍ତିକ ମାସରେ ନୀତିକାନ୍ତି ସମ୍ପାଦନ,ଦର୍ଶନ ଶୃଙ୍ଖଳା ତଥା ଭିଡ ନିୟନ୍ତ୍ରଣ ବ୍ୟବସ୍ଥାରେ ସହଯୋଗ ପାଇଁ ସେବକ ନିଯୋଗ, ଶ୍ରୀମନ୍ଦିର ତଥା ଜିଲ୍ଲା ଏବଂ ପୋଲିସ ପ୍ରଶାସନର ସମସ୍ତ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ସହ ବିଶେଷ କରି ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।

ବାଲିଯାତ୍ରା ଆୟୋଜନରେ ଅବ୍ୟବସ୍ଥା, ରାଗି ଗଲେ ମୁଖ୍ୟମନ୍ତ୍ରୀ

କଟକ: ପଦାରେ ପଡ଼ିଲା ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନର ଅବ୍ୟବସ୍ଥା । ଏହାକୁ ନେଇ ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାଲିଯାତ୍ରା ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ଡଙ୍ଗାରେ ଆସି ଗଡ଼ଗଡ଼ିଆ ଘାଟରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ତାଙ୍କୁ ଘାଟରେ ସାଧବ ବୋହୁ ଓ ସାଧବ ପୁଅ ମାନେ ବନ୍ଦାପନା କରିଥିଲେ ।

ଏହାପରେ ସେଠାରେ ମୁଖ୍ୟମନ୍ତ୍ରୀ ଡଙ୍ଗା ଭସାଇଥିଲେ । ପରେ ସେହି ଘାଟରୁ ମୁଖ୍ୟମନ୍ତ୍ରୀ ଇଲେକ୍ଟ୍ରିକ ଗାଡିରେ ପାଭିଲିୟନ ଯିବାର ଆୟୋଜନ ହୋଇଥିଲା । ତେବେ ନିମନ୍ତ୍ରିତ ଅତିଥିଙ୍କ ସଂଖ୍ଯା ବଢିଯାଇଥିବାରୁ ଇଲେକ୍ଟ୍ରିକ ଗାଡ଼ିରେ ଅତିଥିଙ୍କ ପାଇଁ ସ୍ଥାନ ନଥିଲା । ଏହାପରେ କାହିଁକି ଅତିଥିଙ୍କ ପାଇଁ ଗୋଟିଏ ଗାଡ଼ି କରାଯାଇଛି ବୋଲି ରାଗି କି ଉଠିକି ଗାଡିରୁ ଚାଲି ଯାଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ସେଠାରୁ ଚାଲି ଚାଲି ଆସି ପାଭିଲିୟନରେ ପହଞ୍ଚିଥିଲେ ।

ସରକାର ବଦଳିବା ପରେ ବାଟବଣା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

ଭୁବନେଶ୍ବର: ଦିନେ ପଶ୍ଚିମ ଓଡ଼ିଶା ବିକାଶର ମାଧ୍ୟମ ପାଲଟିଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ହେଲେ ସରକାର ପରିବର୍ତ୍ତନ ପରେ କୌଣସି ବିକାଶ ମୂଳକ କାମ ହେଉନାହିଁ । ଫଳରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ଦୀର୍ଘ ସାତ ମାସ ହୋଇଗଲା ସି ଇ ଓ ପଦବୀ ଖାଲି ପଡିଥିବାବେଳେ ପୂର୍ବ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଛାଡ଼ିବା ପରେ କିଏ ବିକାଶ ପରିଷଦର ଅଧ୍ୟକ୍ଷ ହେବେ ତାହା ମଧ୍ୟ ସ୍ପଷ୍ଟ ହୋଇନି । ଯାହାକୁ ନେଇ ସାମ୍ନାକୁ ଆସିଲାଣି ଅନେକ ପ୍ରଶ୍ନ । କାରଣ ନିର୍ବାଚନ ସମୟରେ ଏହାକୁ ବିଜେପି ମୁଦ୍ଦା କରିଥିବାବେଳେ ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଭୁଲି ଯାଇଥିବା ଅଭିଯୋଗ ହୋଇଛି ।

ନୂଆ ସରକାର ପରଠୁ ପଶ୍ଚିମ ଓଡ଼ିଶାରେ ବିକାଶ ମୂଳକ କାମ ହେଉ ନଥିବା ଅଭିଯୋଗ । ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ୨୫ ବର୍ଷ ପୂର୍ବେ ଗଠନ ହୋଇଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ଯାହା ମାଧ୍ୟମରେ ପଶ୍ଚିମ ଓଡ଼ିଶାର ସମସ୍ତ କ୍ଷେତ୍ରରେ ବିକାଶ ହୋଇ ପାରୁଥିଲା l ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମାଧ୍ୟମରେ ଅନେକ ବିକାଶ ମୂଳକ କାମ କରିଛନ୍ତି l କୋଠା, ବାଡ଼ି, ରାସ୍ତା ହେଉ କି ପର୍ଯ୍ୟଟନ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ବିକାଶ ହେଉଥିଲା । ମାତ୍ର ଏବେ ସରକାର ପରିବର୍ତ୍ତନ ପରେ ବଦଳି ଯାଇଛି ଏହାର ସ୍ଥିତି l ସରକାର ବଦଳିବା ପରେ ସତେ ଯେମିତି ପଶ୍ଚିମ ଓଡ଼ିଶାବାସୀଙ୍କୁ ଭୁଲି ଯାଇଛନ୍ତି ରାଜ୍ୟ ସରକାର ।

ପଶ୍ଚିମ ଓଡ଼ିଶାର ବିକାଶ ପରିଷଦ ଅଧୀନରେ କିଛି ନୂଆଁ କରିବା ତ ଦୂରର କଥା ପୂର୍ବ ସରକାର ସମୟରେ ଆସିଥିବା କାମ ମଧ୍ୟ ଅଧାରେ ରହିଯାଇଥିବା ଅଭିଯୋଗ ହୋଇଛି । ପୂର୍ବ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ସମୟରେ ପଶ୍ଚିମ ଓଡ଼ିଶାରର ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରାଯାଉଥିଲା । କିନ୍ତୁ ଏବେ ପଶ୍ଚିମ ଓଡ଼ିଶାକୁ ବିଜେପି ସରକାର ଉପହାସ କଲା ଭଳି ଲାଗୁଥିବା ପଶ୍ଚିମ ଓଡ଼ିଶାବାସୀ ଅଭିଯୋଗ କରିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପ୍ରତି ସରକାର ଇଚ୍ଛା ପ୍ରକାଶ କରୁ ନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ।