spot_img
Home Blog Page 1329

ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ନିର୍ମମ ହତ୍ୟା

ଆସିକା : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡା ହାଇସ୍କୁଲ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା। ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି। ଗତକାଲି ସନ୍ଧ୍ୟାରେ ବାଇକରେ ଅନନ୍ତ ସହ ୨ ଜଣ ଯାଉଥିବା ସମୟରେ ଏକ ବୋଲେରୋ ତାଙ୍କ ପିଛା କରିଥିଲା। ହଠାତ ଅନନ୍ତଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କୁ ଘୋଷlରି ଘୋଷାରି ନେଇ ସଙ୍ଘବଦ୍ଧ ଭାବେ ତାଙ୍କ ମୁଣ୍ଡ ଓ ଦେହକୁ ଶକ୍ତ ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ  ଅନନ୍ତର ମୃତ୍ୟୁ ଘଟିଛି । ଅନ୍ୟ ୨ ଜଣ ଏସବୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଅନନ୍ତ ସହ ଥିବା ୨ ଜଣଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ଖୋଳତାଡ଼ କରୁଛି ପୋଲିସ। ଅନନ୍ତ ନାଁରେ ଗଂଜାମ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୨୫ଟି ଅପରାଧିକ ମାମଲା ରହିଛି।

ବାଙ୍କୀ ଟି ସେତୁ ଉପରେ ପୋଲିସ ଗୋରୁ ମାଫିଆ ମୁହାଁମୁହିଁ

ବାଙ୍କୀ : ଗୋ ଚାଲାଣ ବେଳେ ବାଙ୍କୀ ଟି ସେତୁ ଉପରେ ପୋଲିସ ଗୋରୁ ମାଫିଆ ମୁହାଁମୁହିଁ।  ପରେ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବେଗୁନିଆରୁ ତିଗିରିଆକୁ ଗୋରୁ ଚାଲାଣ ହେଉଥିଲା। ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଅଟକାଇଥିଲା ବୈଦେଶ୍ଵର ପୋଲିସ। ଗାଡ଼ି ଅଟକାଇବାରୁ ପୋଲିସ ଉପରକୁ ଅତର୍କିତ ବୋମାମାଡ଼ କରି ଗୋରୁ ମାଫିଆ ଖସି ପଳାଇବାକୁ ଚେଷ୍ଟା କରୁଥିଲେ। ଫଳରେ  ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଗୋରୁ ଗାଡ଼ି ସହ ୨୬ଟି ଗୋରୁ ଉଦ୍ଧାର କରାଯାଇଛି। କିଛି ଅଫୁଟା ବୋମା ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ମାଲକାନଗିରିରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ମାଲକାନଗିରି  : ମାଲକାନଗିରି ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ। ମାଓବାଦୀଙ୍କ ଗୁଳିରେ ଜଣେ ଡିଭିଏଫ ଜବାନ ଆହତ ହୋଇଛନ୍ତି । ଏମଭି-୭୯  ଥାନା ଜିନେଲଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ ଗୁଳି ବିନିମୟ। ଛତିଶଗଡରୁ କିଛି ମାଓବାଦୀ ଆସି ଲୁଚି ରହିଥିବା ନେଇ ସୂଚନା ମିଳିଥିଲା । ଏହା ପରେ ଏସଓଜି ଓ ଡିଭିଏଫ ବାହିନୀ ତରଫରୁ ସେଠାରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଭୋର ସମୟରେ ଯବାନ ମାନେ ନକ୍ସଲ ଶିବିର ପାଖରେ ପହଞ୍ଚିବା ବେଳେ ନକ୍ସଲ  ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଯବାନ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ନିଆଯାଉଛି ।

ମହାକାଶକୁ କଦଳୀ ପଠାଇଲେ ଏଲନ୍ ମସ୍କ !

ନନ୍ଦିଘୋଷ ବ୍ୟୁରୋ :  ଆମେରିକାର ଶିଳ୍ପପତି ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଏହାର ଷଷ୍ଠ ଷ୍ଟାରସିପ୍ ପରୀକ୍ଷା କରିଛି  । ଏହି ସମୟରେ, କମ୍ପାନୀ ଏକ ଅଦୃଶ୍ୟ ପରୀକ୍ଷଣ କରିଥିଲା, ଯାହା ଜାଣିବା ପରେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି ।  ସ୍ପେସ୍ ଏକ୍ସ ଷ୍ଟାରସିପରେ ମହାକାଶଚାରୀ ଭାବରେ କଦଳୀ ପଠାଇଛି  । ସ୍ପେସଏକ୍ସ କାର୍ଗୋରେ କଦଳୀକୁ ସୁରକ୍ଷିତ ଭାବରେ ପଠାଯାଇଥିଲା  । ନଭେମ୍ବର ୨୦, ବୁଧବାର ଦିନ ସ୍ପେସ୍ ଏକ୍ସ ଆମେରିକାର ଦକ୍ଷିଣ ଟେକ୍ସାସର ଷ୍ଟାରବେସରୁ ବିମାନ ଉଡ଼ାଣ ଆରମ୍ଭ କରିଛି । ଷ୍ଟାରସିପ୍ ଏକ ପୁନଃ ବ୍ୟବହାର ଯୋଗ୍ୟ ରକେଟ୍ ଭାବରେ ବିବେଚନା କରାଯାଏ, ଯାହା ବହୁତ ଭାରୀ  ।

ମହାକାଶକୁ କଦଳୀ ପଠାଇବା ଯୋଜନା ପଛର ବଡ କାରଣ ସାମ୍ନାକୁ ଆସିଛି । ଆଗାମୀ ସମୟରେ ଶୂନ ମାଧ୍ୟାକର୍ଷଣ ସୂଚକକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପୁରୁଣା ପରମ୍ପରାରୁ ମୁକ୍ତି ପାଇବା ପାଇଁ ଏହି ଅନନ୍ୟ ପରୀକ୍ଷଣ କରାଯାଇଛି  । ଯେତେବେଳେ କୌଣସି ବିମାନ ମହାକାଶକୁ ପଠାଯାଏ, ଯାନଟି ମାଇକ୍ରୋ ମାଧ୍ୟାକର୍ଷଣରେ ପ୍ରବେଶ କରିବ ଜାଣିବା ପାଇଁ ଛୋଟ ଛୋଟ ଜିନିଷ ଅନ୍ତର୍ଭୂକ୍ତ କରାଯାଏ ।

ଏହି ପଦ୍ଧତିଟି ଅତି ସରଳ ଏବଂ ପ୍ରଭାବଶାଳୀ ଭାବରେ ବିବେଚନା କରାଯାଏ  । ବୈଜ୍ଞାନିକମାନେ ଏହା ପୂର୍ବରୁ ମଧ୍ୟ ଏପରି ପରୀକ୍ଷଣ କରିଆସୁଛନ୍ତି । କିନ୍ତୁ ଏଲୋନ୍ ମସ୍କର କମ୍ପାନୀର ଏହି ପରୀକ୍ଷଣକୁ କେବଳ ପରମ୍ପରା କୁହାଯାଇପାରିବ ନାହିଁ  । ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ କୁ ପ୍ରଦର୍ଶନ କରିବାକୁ ସ୍ପେସଏକ୍ସ ଏହି ପେଲୋଡ୍(କଦଳୀ) ବ୍ୟବହାର କରିଛି ବୋଲି ବିଶ୍ୱାସ କରାଯାଏ  । କଦଳୀକୁ ମହାକାଶକୁ ପଠାଇ ମସ୍କର କମ୍ପାନୀ ଏହାର ଭବିଷ୍ୟତରେ ରାସ୍ତାକୁ ସହଜ କରିବାକୁ ଚାହୁଁଛି  । FAX ସହିତ ଏହାର ଭବିଷ୍ୟତ ବୁଝାମଣାକୁ ଶୃଙ୍ଖଳିତ କରିବା ପାଇଁ ସ୍ପେସଏକ୍ସ ଏହି ପରୀକ୍ଷଣର ଉଦ୍ଦେଶ୍ୟ ଉପରେ ବିଚାର କରୁଛି  । ଭବିଷ୍ୟତରେ ସ୍ପେସ୍ ପ୍ରୋଜେକ୍ଟଗୁଡିକ ବିଳମ୍ବର ସମ୍ମୁଖୀନ ନହେବା ପାଇଁ ଏହା କରାଯାଉଛି  । ଷ୍ଟାରସିପର ଭବିଷ୍ୟତ ମିଶନରେ ମଧ୍ୟ ଏହିପରି ପରୀକ୍ଷଣ ଦେଖିବାକୁ ମିଳେ  । କଦଳୀ ମଧ୍ୟ କାର୍ଗୋ ପରୀକ୍ଷା ଆରମ୍ଭ କରିବାକୁ ସ୍ପେସ୍ ଏକ୍ସର ପ୍ରସ୍ତୁତିର ପ୍ରତୀକ ପାଲଟିଛି । ସ୍ପେସ୍ ଏକ୍ସ ଆସନ୍ତା ବର୍ଷ ସୁଦ୍ଧା ମହାକାଶକୁ ମାଲ ପରିବହନ କରିବାକୁ ଯୋଜନା କରିଛି ।ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକରେ କାମ ଜାରି ରହିଛି  ।

୯୦ ଟଙ୍କାରେ ଘର ଉପଲବ୍ଧ ! ଅସନ୍ତୁଷ୍ଟ ଲୋକଙ୍କ ପାଇଁ ନିଆରା ଅଫର

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ବିଜୟକୁ ନେଇ ଅନେକ ଲୋକ  ଖୁସି ନୁହଁନ୍ତି । ଏଥିପାଇଁ ଅନେକ ବଡ ଲୋକ ଦେଶ ଛାଡିବା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଟ୍ରମ୍ପଙ୍କ ବିଜୟ ପରେ ଲୋକମାନେ କହିଛନ୍ତି ଯେ ଟ୍ରମ୍ପ କ୍ଷମତାକୁ ଆସିବା ପରେ ସେମାନେ ଦେଶରେ ସେମାନଙ୍କର ଭବିଷ୍ୟତ ଦେଖନ୍ତି ନାହିଁ । ଏହିପରି ଲୋକଙ୍କ ପାଇଁ ଶସ୍ତା ଘର ଇଟାଲୀ ଦ୍ୱୀପରେ ଉପଲବ୍ଧ |

ଆମେରିକାରେ ଟ୍ରମ୍ପଙ୍କ ବିଜୟ ପରେ କିଛି ଲୋକ ଆମେରିକା ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଏଲନ୍ ମସ୍କଙ୍କ ଝିଅ ଜେନା ମଧ୍ୟ ଅଛନ୍ତି, ଯିଏ କହିଛନ୍ତି ଯେ ସେ ଆଉ ଆମେରିକାରେ ରହିବାକୁ ଚାହାଁନ୍ତି ନାହିଁ । ଏଭଳି ଲୋକଙ୍କ ପାଇଁ ଇଟାଲୀର ସାର୍ଡିନିଆ ଦ୍ୱୀପକୁ ସ୍ଥିର କରିବା ଲାଗି ପ୍ରୟାସ ଜୋରଦାର ହୋଇଛି । ଇଟାଲୀର ଗ୍ରାମାଞ୍ଚଳରେ ଅର୍ଥନୈତିକ ଅବନତି ଏବଂ ଜନସଂଖ୍ୟା ହ୍ରାସ ଭଳି ସମସ୍ୟା ମଧ୍ୟରେ ଆମେରିକୀୟ ନାଗରିକମାନଙ୍କୁ ଏଠାରେ କମ୍ ମୂଲ୍ୟରେ ଘର ଦିଆଯାଉଛି । ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ କେବଳ ଗୋଟିଏ ୟୁରୋ (୮୯.୩୧ ଟଙ୍କା)ରେ ବିକ୍ରୟ କରିବାକୁ ପ୍ରସ୍ତାବ ଦିଆଯାଉଛି  । ଅଫରରେ ଥିବା ଘରଗୁଡିକ ତିନି ସ୍ତରରେ ଦିଆଯାଉଛି । ଯାତ୍ରୀମାନଙ୍କୁ ମାଗଣାରେ ଅସ୍ଥାୟୀ ଘର ଦିଆଯାଉଥିବାବେଳେ ଏକ ୟୁରୋରେ ଭଙ୍ଗା ଘର ଦିଆଯାଉଛି । ଏହା ବ୍ୟତୀତ, ଆପଣ ୧,୦୦,୦୦୦ ୟୁରୋ (୮୯୧୪୪୧୦.୦୦ ଟଙ୍କା) ମୂଲ୍ୟରେ ଏକ ପ୍ରସ୍ତୁତ ଘର କିଣି ପାରିବେ  ।

ଆମେରିକୀୟ ବିଦେଶୀମାନଙ୍କ ପାଇଁ ଏକ ୱେବସାଇଟ୍ ଉନ୍ମୋଚିତ ହୋଇଛି  । ଯେଉଁମାନେ ଆମେରିକା ଛାଡିବାକୁ ଚାହୁଁଛନ୍ତି ସେମାନଙ୍କୁ ଶସ୍ତା ଘର ଦିଆଯାଉଛି  । ଲୋକମାନେ ଶୀଘ୍ର ଏହି ସମ୍ପତ୍ତି କିଣିବେ ବୋଲି ସାର୍ଡିନିଆ କର୍ତ୍ତୃପକ୍ଷ ଆଶା କରୁଛନ୍ତି  ।  ଆଶା କରାଯାଉଛି କି,  ଆମେରିକାର ଲୋକମାନେ ଦ୍ୱୀପକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିବେ ।  ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ଲୋକଙ୍କ ବ୍ୟତୀତ ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ଏଠାରେ ସ୍ୱାଗତ କରାଯିବ । ଏହି ଦ୍ୱୀପରେ କେବଳ ୧୧୫୦ ବାସିନ୍ଦା ଅଛନ୍ତି | ଅର୍ଥନନୈତିକ ଅବସ୍ଥା ଖରାପ ହେତୁ ଲୋକମାନେ ଦ୍ୱୀପ ଛାଡିଛନ୍ତି।

ଜେଲରେ ହେବ ଓପନ ଜିମ୍, ୧.୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି ସରକାର

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଜେଲରେ ବନ୍ଦୀମାନଙ୍କ ପାଇଁ ଓପନ ଜିମ୍ ତିଆରି କରାଯିବ । ୟୁପି କ୍ୟାବିନେଟରେ ଏଥିପାଇଁ ୧.୯ କୋଟି ଟଙ୍କା ବଜେଟ୍ ଅନୁମୋଦନ କରାଯାଇଛି। ବୁଧବାର ୟୁପିର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ୭୫ ଜେଲ ଏବଂ ସବ-ଜେଲରେ ତଥା ଲକ୍ଷ୍ନୌର ଡକ୍ଟର ସାମୁର୍ନାନନ୍ଦ ଜେଲ ତାଲିମ କେନ୍ଦ୍ରରେ ଓପନ ଜିମ୍ ସ୍ଥାପନ କରିବାର ଯୋଜନା ରହିଛି ।

ଏଥିରେ ପ୍ରାୟ ଏକ ଲକ୍ଷ କଏଦୀ ଉପକୃତ ହେବେ । ଏହାପୂର୍ବରୁ ନଭେମ୍ବର ୧୩ ରେ ଏକ କାର୍ଯ୍ୟକ୍ରମରେ ଜେଲ ମନ୍ତ୍ରୀ ଦାରା ସିଂ ଚୌହାନ ବନ୍ଦୀମାନଙ୍କ କଲ୍ୟାଣରେ ଉନ୍ନତି ଆଣିବା ପାଇଁ  ଗୁରୁତ୍ୱାରୋପ କରିଥିଲେ । ଚୌହାନ କହିଛନ୍ତି ଯେ, ବନ୍ଦୀମାନଙ୍କ ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟର ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଜେଲ ଅଧିକାରୀ କହିଛନ୍ତି ଯେ, ଏହା ବନ୍ଦୀମାନଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହେବ । ଯଦି ତାଙ୍କ ସ୍ୱାସ୍ଥ୍ୟ ଭଲ ତେବେ ସେ ଜେଲରୁ ବାହାରିବା ପରେ ଭଲ ଜୀବନ ଆରମ୍ଭ କରିବାକୁ ସକ୍ଷମ ହେବେ ।

ୟୁପି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଓପନ ଜିମ୍ ପାଇଁ ପ୍ରସ୍ତାବ ସେପ୍ଟେମ୍ବର ୪ ରେ କ୍ୟାବିନେଟରେ ଉପସ୍ଥାପିତ ହୋଇଥିଲା ଏବଂ ଏହାକୁ ନଭେମ୍ବର ୧୯ରେ ଅନୁମୋଦନ କରାଯାଇଥିଲା ।  ୟୁପି ଜେଲ୍ ପ୍ରଶାସନ ଏବଂ ସଂଶୋଧନ ସେବା ମହାନିର୍ଦ୍ଦେଶକ ପି.ଭି ରାମାଶସ୍ତ୍ରୀଙ୍କୁ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ସମସ୍ତ ସ୍ଥାନରେ ଜିମ୍ ଉପକରଣ ସ୍ଥାପନ କରିବା ପାଇଁ ଦାୟିତ୍ବ ଦିଆଯାଇଛି ।

ଦିଲ୍ଲୀ-ଏନସିଆରର ବାୟୁରେ କେତେ ବିଷ ଅଛି ? ପ୍ରତ୍ୟେକ ପରିବାରର ଜଣେ ସଦସ୍ୟ ଅସୁସ୍ଥ ! ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ : ପ୍ରଦୂଷଣ ହେତୁ ବର୍ତ୍ତମାନ ଦିଲ୍ଲୀ-ଏନସିଆରର ଅବସ୍ଥା ଖରାପ ହେବାରେ ଲାଗିଛି । ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ପରିସ୍ଥିତି ଏପରି ଯେ ୭୫ ପ୍ରତିଶତ ପରିବାର ମଧ୍ୟରେ ଅତି କମରେ ଜଣେ ସଦସ୍ୟ ନିଶ୍ୱାସ, କାଶ କିମ୍ବା ମୁଣ୍ଡବିନ୍ଧା ଭଳି ରୋଗର ସମ୍ମୁଖୀନ ହେଉଛନ୍ତି । ନିକଟରେ ଏକ ସର୍ଭେ ରିପୋର୍ଟ ବାହାରିଛି, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ଏହି ସର୍ଭେ ଅନଲାଇନ୍ କମ୍ୟୁନିଟି ପ୍ଲାଟଫର୍ମ ‘ଲୋକାଲ୍ ସର୍କଲ୍ସ’ ଦ୍ୱାରା କରାଯାଇଥିଲା । ଏହି ସର୍ଭେରେ ଅନ୍ତର୍ଭୁକ୍ତ ୫୮ ପ୍ରତିଶତ ପରିବାରଙ୍କ ମଧ୍ୟରୁ କିଛି ସଦସ୍ୟଙ୍କ ମୁଣ୍ଡବିନ୍ଧା ହେଉଥିବା ଅଭିଯୋଗ କରିଛନ୍ତି । ଏଥି ସହିତ, ୫୦ପ୍ରତିଶତ ପରିବାର ଅଛନ୍ତି ଯେଉଁଠାରେ ଜଣେ କିମ୍ବା ଅନ୍ୟ ସଦସ୍ୟ ଶ୍ୱାସକ୍ରିୟାରେ ସମ୍ମୁଖୀନ ହେଇଥିବା ଜଣାପଡିଛି ।

ଗୁରୁଗ୍ରାମ, ଦିଲ୍ଲୀ, ଫରିଦାବାଦ, ନୋଏଡା ଏବଂ ଗାଜିଆବାଦର ୨୧୦୦୦ ରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ୩୭ ପ୍ରତିଶତ ମହିଳା ଏବଂ ୬୩ ପ୍ରତିଶତ ପୁରୁଷ ଅଂଶଗ୍ରହଣ କରିଥିଲେ । ଯେତେବେଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ରେକର୍ଡ ସ୍ତରରେ ପହଞ୍ଚିଥିଲା ସେତେବେଳେ ଏହି ସର୍ଭେ ଆରମ୍ଭ ହୋଇଥିଲା ।  ଲୋକମାନେ କିପରି ବିଷାକ୍ତ ବାୟୁ ସହିତ ମୁକାବିଲା କରୁଛନ୍ତି ତାହା ସର୍ଭେରୁ ଜଣାପଡିଛି ।

ଏଥିରେ ଲୋକଙ୍କୁ ପଚରାଯାଇଥିଲା କି ଆପଣଙ୍କ ଅଞ୍ଚଳରେ AQI ୪୦୦ ଅତିକ୍ରମ କରିଛି କି? ଏହାର ମୁକାବିଲା ପାଇଁ ଆପଣ କେଉଁ ବ୍ୟବସ୍ଥା କରିଛନ୍ତି? ୨୭ ପ୍ରତିଶତ ଲୋକ ଉତ୍ତର ଦେଇଛନ୍ତି ଯେ ବାୟୁକୁ ସଫା କରିବା ଏବଂ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସେମାନେ ବାୟୁ ବିଶୋଧନକାରୀ ବ୍ୟବହାର କରୁଛନ୍ତି । ୨୩ ପ୍ରତିଶତ ଲୋକ ନିଜକୁ ପରିସ୍ଥିତି ଉପରେ ଛାଡିଥିଲେ । ଏହି ଲୋକମାନେ କହିଛନ୍ତି ଯେ ପ୍ରଦୂଷଣକୁ ଏଡାଇବା ପାଇଁ ସେମାନେ କୌଣସି ବ୍ୟବସ୍ଥା କରିନାହାଁନ୍ତି । ଅନ୍ୟମାନେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେମାନେ ଫଳ, ପନିପରିବା ଖାଇବା ସହ ପାଣି ପିଉଛନ୍ତି ।

ଏହି ସର୍ବେକ୍ଷଣରେ ୬୯ ପ୍ରତିଶତ ଲୋକଙ୍କ ପରିବାର ସଦସ୍ୟ ପ୍ରଦୂଷଣ ହେତୁ କିଛି ରୋଗରେ ପୀଡିତ ଥିବା ଜଣାପଡିଥିଲା ।  ଏହା ଥିଲା ନଭେମ୍ବର ୧ର କଥା  । ନଭେମ୍ବର ୧୯ରେ ହୋଇଥିବା ସର୍ଭେ ସମୟରେ ତାହା ୭୫ପ୍ରତିଶତରେ ପହଞ୍ଚିଛି । ଏୟାର ପ୍ୟୁରିଫାୟର୍ ବିଷୟରେ କହିବାକୁ ଗଲେ, ଅକ୍ଟୋବର ୧୯ ପର୍ଯ୍ୟନ୍ତ, ଦିଲ୍ଲୀ ଏନସିଆରର ୧୮ ପ୍ରତିଶତ ଲୋକ ଏହାକୁ ବ୍ୟବହାର କରୁଥିଲେ । ଏକ ମାସ ପରେ, ନଭେମ୍ବର ୧୯ ରେ ଏହି ସଂଖ୍ୟା ୨୯ ପ୍ରତିଶତକୁ ବୃଦ୍ଧି ପାଇଛି  ।

ଲଢୁଆ ପ୍ରଦର୍ଶନ ପାଇଁ ଭାରତୀୟ ମହିଳା ହକି ଟିମକୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ । ପୁଣିଥରେ ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି କବଜା କଲା ଭାରତୀୟ ମହିଳା ହକି ଟିମ। ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ କରିଛି। ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚୀନକୁ ୧-୦ ଗୋଲରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଛି। ୨୦୨୩ରେ ଦଳ ଜାପାନକୁ ୪-୦ ଗୋଲରେ ହରାଇ ରାଞ୍ଚିରେ ଟ୍ରଫି ହାତେଇଥିଲା। ଏଥର ବିହାରରେ ଭାରତର ଫାଇନାଲରେ ବିଜୟୀ ହୋଇଛି। ଆଜିର ଫାଇନାଲରେ ଭାରତ ପକ୍ଷରୁ ଏକମାତ୍ର ଗୋଲ ଦେଇଥିଲେ ଦୀପିକା। ମ୍ୟାଚର ୩୧ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ନବନୀତ କୌର ଠିକ ଭାବେ ହିଟ କରିପାରି ନଥିଲେ। ଏହା ତାଙ୍କ ଷ୍ଟିକରେ ବାଜି ଦୀପିକାଙ୍କ ପାଖକୁ ଚାଲି ଯାଇଥିଲା। ହେଲେ ଦୀପିକା କୌଣସି ତ୍ରୁଟି ନ କରି ଏହାକୁ ଗୋଲରେ ପରିଣତ କରିଥିଲେ। ଏହି ଗୋଲରେ ହିଁ ଭାରତ ବିଜୟୀ ହୋଇଛି। ଭାରତ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିବା ସହ ଟ୍ରଫି କବଜା କରିଛି। ସେମି ଫାଇନାଲରେ ଦଳ ଜାପାନକୁ ୨-୦ ଗୋଲରେ ରାଇଥିଲା। ଫାଇନାଲରେ ବିଜୟୀ ହେବା ପରେ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଗାମୀ ଦିନରେ ଦଳ ଏଭଳି ପ୍ରଦର୍ଶନ ବଜାୟ ରଖି ଦେଶ ପାଇଁ ଗୌରବ ଆଣୁ ବୋଲି ଅଭିନନ୍ଦନ ଜଣାଇ କହିଛନ୍ତି ନବୀନ ପଟ୍ଟନାୟକ। ହକିର ପ୍ରସାର ପ୍ରଚାର କ୍ଷେତ୍ରରେ ନବୀନଙ୍କ ଅବଦାନ ଅତୁଳନୀୟ। ଦୁଇ ଦୁଇ ଥର ବିଶ୍ବକପ ହକି ଆୟୋଜନ କରି ହକିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ନବୀନ ଏକ ଉଦାହରଣ ସୃଷ୍ଟି କରିଥିଲେ।

 

 

ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା

ଯାଜପୁର : ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଯାଜପୁର ବରୁଆଁ ନିକଟରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କିଛି ଦୁର୍ବୃତ୍ତ ବିଧାୟକଙ୍କ ଉପରେ ଆକ୍ରମଣ କରିଥିବା ନିଜେ ବିଧାୟକ କହିଛନ୍ତି  । ଏହି ଆକ୍ରମଣ ପଛରେ ଯାଜପୁରର ପୂର୍ବତନ ବିଧାୟକ ପ୍ରବଣ ପ୍ରକାଶ ଦାସଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି  । ତେବେ ଏହାକୁ ଖଣ୍ଡନ କରିଛନ୍ତି ଯାଜପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରବଣ ପ୍ରକାଶ ଦାସ ।   ସେ କହିଛନ୍ତି ଯେ, ବିରଜା ପ୍ରକଳ୍ପକୁ ନେଇ କିଛି ଲୋକ ରାସ୍ତାରୋକ କରିଥିଲେ । ବିଧାୟକ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି । ବିଜେଡି କେବେ ହିଂସାରେ ବିଶ୍ବାସ କରେନି । ଆନ୍ଦୋଳନ ସମୟରେ କଣ ଘଟିଛି ତାହା ସେ ଜାଣନ୍ତି ନାହିଁ । କିନ୍ତୁ କୌଣସି ଭାବେ ହିଂସାକୁ ପ୍ରଶ୍ରୟ ଦିଆଯିବନି । ଏଭଳି ଖବର ଶୁଣି ସେ ତାଙ୍କ ଭାଇ ଓ ପୋଲିସକୁ ସହଯୋଗ କରିବାକୁ କହିଛନ୍ତି ।

ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ପ୍ରଣବ ପ୍ରକାଶ । ବିଧାୟକ ଓ ଆନ୍ଦୋଳକାରୀଙ୍କ ଭିତରେ ଉତ୍ତେଜନା ପରେ ବିଧାୟକଙ୍କ ସମର୍ଥକମାନେ ମଧ୍ୟ କିଛି ଭଙ୍ଗାରୁଜା କରିଥିବା ଶୁଣିବାକୁ ମିଳୁଛି । ତେଣୁ ଉଭୟ ପକ୍ଷରୁ କୌଣସି ପ୍ରକାର ହିଂସା ହେବା ଉଚିତ ନୁହେଁ। ବିଜେଡି ସବୁବେଳେ ଆଇନ ଶୃଙ୍ଖଳାକୁ ସମ୍ମାନ ଦେଇ ଆସୁଛି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ଏହି ଘଟଣାକୁ ଗୁରୁତର ସହ ନେଇଛି ପୋଲିସ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯାଜପୁର ଏସପି ୟଶପ୍ରତାପ ଶ୍ରୀମାଲ ।

ପ୍ରଣପ ପ୍ରକାଶ ଦାସଙ୍କ ଭାଇ ତଥା ଯାଜପୁରର ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିରଜାଙ୍କ ପ୍ରକଳ୍ପକୁ ବନ୍ଦ କରାଯାଉଥିବାରୁ ଯାଜପୁରବାସୀ ଆନ୍ଦୋଳନ କରୁଥିଲେ । ସେହି ସମୟରେ ବିଧାୟକ ସେଠାରେ ପହଞ୍ଚି ଯାଜପୁରବାସୀଙ୍କ ପ୍ରତି ଆକ୍ରୋଶମୂଳକ ମନ୍ତବ୍ୟ ଦେବାରୁ ଆନ୍ଦୋଳନକାରୀ ଉତ୍ତେଜିତ ହୋଇଥିଲେ  । ସେ କହିଛନ୍ତି ଯେ, ସେ ନିଜେ ଏହି ଘଟଣା ପରେ ବିଧାୟକଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଯଦି ତାଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ମୋର ଭୂମିକା ଅଛି, ତେବେ ମୁଁ ଥାନାରେ ଅଛି ମତେ ଗିରଫ କରାଯାଉ ବୋଲି ସେ କହିଛନ୍ତି  ।

 

ସରିଲା ମହାରାଷ୍ଟ୍ର ଓ ବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ଆସିଲା ଏକଜିଟ୍ ପୋଲ

ନନ୍ଦିଘୋଷ ବ୍ୟୁରୋ : ସରିଲା ମହାରାଷ୍ଟ୍ର ମହାସଂଗ୍ରାମ। ଏବେ ଚର୍ଚ୍ଚା କିଏ ଜିିତିବ। କାହାର ହେବ ମହାରାଷ୍ଟ୍ର। ପୁଣି ଥରେ କ୍ଷମତାକୁ ଫେରିବ କି ଏନଡିଏ। ନା ବାଜି ମାରିବ କଂଗ୍ରେସ ନେତୃତ୍ଵାଧୀନ ମହାଅଗାଡ଼ି ମେଣ୍ଟ। କେତେକ ଏକଜିଟ୍ ପୋଲ୍ ଏନଡିଏ ମେଣ୍ଟ ଜିତିବ ବୋଲି କହୁଥିବା ବେଳେ ଆଉ କେତେକ ସଂସ୍ଥା କହୁଛନ୍ତି ମହାଅଗାଡ଼ି ମେଣ୍ଟ ହାସଲ କରିବ କ୍ଷମତା। ଚାଣକ୍ୟ କହୁଛି ଏନଡିଏ ୧୫୨ରୁ ୧୬୦ ସିଟ୍ ପାଇବ। ମହାଅଗାଡ଼ି ପାଇବ ୧୩୦ରୁ ୧୩୮ ସିଟ୍ । ଅନ୍ୟଙ୍କୁ ମିଳିପାରେ ୬ରୁ ୮ଟି ସିଟ୍। ସେହିପରି ଦୈନିକ ଭାସ୍କର ଅନୁସାରେ ଏନଡିଏକୁ ମିଳିବ ୧୨୫ରୁ ୧୪୦ ସିଟ୍। ମହାଅଗାଡ଼ି ମେଣ୍ଟକୁ ମିଳିବ ୧୩୫ରୁ ୧୫୦ ସିଟ। ଇଲେକଟୋରାଲ ଏଜ୍ କହୁଛି ଏନଡିଏକୁ ମିଳିବ ୧୧୮ଟି ସିଟ୍। ମହାଅଗାଡ଼ିକୁ ମିଳିବ ୧୫୦ଟି ସିଟ୍। ସେପଟେ ଲୋକସାହି ମରାଠି କହୁଛି ଏନଡିଏକୁ ମିଳିବ ୧୨୮ରୁ ୧୪୨ ସିଟ୍ । ମହାଅଗାଡ଼ିକୁ ମିଳିବ ୧୨୫ରୁ ୧୪୦ ସିଟ୍ । ମହାରାଷ୍ଟ୍ରରେ ଆଜି ବହୁତ ଉତ୍ସାହର ସହିତ ଲୋକେ ଭୋଟ ଦେଇଥିଲେ। ବିଶେଷ କରି ମୁମ୍ଵାଇର ସେଲିବ୍ରିଟି ମାନେ ବହୁ ସଂଖ୍ୟାରେ ଭୋଟ ଦେଇଛନ୍ତି ।

ସେହିପରି ଝାଡ଼ଖଣ୍ଡରେ ମଧ୍ୟ କଡ଼ା ଟକ୍କର ହେଉଛି। ବୁଥ ବାହୁଡ଼ା ମତ ଅନୁସାରେ କହି ହେଉନାହିଁ କିଏ ଜିତିବ କିଏ ହାରିବ। ଏକ୍ସିସ ମାଇଁ ଇଣ୍ଡିଆ ଅନୁସାରେ ଏନଡିଏକୁ ୧୭ରୁ ୨୭ଟି ସିଟ୍ ମିଳିବ। ଏହି ସଂସ୍ଥାର ସର୍ଭେ ଅନୁସାରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇ ପୁଣି କ୍ଷମତା ଫେରିବ ଇଣ୍ଡିଆ। ଇଣ୍ଡିଆ ମେଣ୍ଟକୁ ୪୯ରୁ ୫୯ ସିଟ୍ ମିଳୁଛି। କିନ୍ତୁ ଚାଣକ୍ୟ ଷ୍ଟ୍ରାଟେଜି କହୁଛି ଏନଡିଏ ୪୫ରୁ ୫୦ଟି ସିଟ୍ ପାଇବ। ଇଣ୍ଡିଆ ପାଇବ ୩୫ରୁ ୩୮ ସିଟ୍। ଇଲେଟୋରାଲ ଏଜ୍ କହୁଛି ଏନଡିଏ ପାଇବ ୩୨ଟି ସିଟ୍। ଇଣ୍ଡିଆ ପାଇବ ୩୮ଟି ସିଟ୍। ଦୈନିକ ଭାସ୍କର କହୁଛି, ଏନଡିଏକୁ ୩୭ରୁ ୪୦ଟି ସିଟ୍ ମିଳିବ। ୩୬ରୁ ୩୯ ସିଟ୍ ପାଇବ ଇଣ୍ଡିଆ। ଏପରି ସ୍ଥିତି ଦେଖିଲେ ଦୁଇ ପକ୍ଷ ମଧ୍ୟରେ କାଁଟେ କା ଟକ୍କର ହେବ।  ପ୍ରକୃତ ରେଜଲ୍ଟ ଆସନ୍ତା ୨୩ ତାରିଖରେ ଜଣାପଡ଼ିବ । ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଗତ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିବା ବେଳେ ଆଜି ହୋଇଥିଲା ଦ୍ଵିତୀୟ ପର୍ଯ୍ୟାୟ। ଝାଡ଼ଖଣ୍ଡରେ ଉଭୟ ଫେଜରେ ବମ୍ପର ଭୋଟିଂ ହୋଇଛି।