spot_img
Home Blog Page 1308

ଶୌଚ ପାଇଁ ଯାଇଥିବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା

0

ହିନ୍ଦୋଳ: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। ହିନ୍ଦୋଳ ଫରେଷ୍ଟ ରେଞ୍ଜ କଡଲା ଗାଁରେ ହାତୀ ଆତଙ୍କ । ମୃତକ ହେଉଛନ୍ତି ସେହି ଗାଁର ଦୀପକ ପ୍ରଧାନ। ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ। ଦୀପକଙ୍କୁ ଦଳି ମାରିଦେଇଛି ଦନ୍ତା। ଘଟଣା ଘଟିବାର ଦୀର୍ଘ ସମୟ ପରେ ମଧ୍ୟ ବନ ବିଭାଗ ଅଧିକାରୀ ପହଞ୍ଚି ନଥିବାରୁ ଉତ୍ତେଜନା ଦେଖାଦେଇଛି।

ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଅଞ୍ଚଳରୁ ହାତୀ ଘଉଡାଇବାକୁ ଦାବି କରିଛନ୍ତି ଗ୍ରାମବାସୀ। ଏହି ଅଞ୍ଚଳରେ ପ୍ରାୟ ସମୟରେ ଶହ ଶହ ହାତୀ ବୁଲୁଥିବା ଯୋଗୁଁ ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏକପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ।

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ  ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ  ହେମନ୍ତ ସୋରେନ।ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେବେ । ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ। ରାଜ୍ୟପାଳ ସନ୍ତୋଷ କୁଂମାର ଗଂଗୱାର ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ ଶପଥଗ୍ରହଣ ଉତ୍ସବ। ଏକାକୀ ଆଜି ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କରିବେ। ଶପଥଗ୍ରହଣ ସମାରୋହରେ ଜନତାଙ୍କୁ ସାମିଲ ହେବାକୁ ହେମନ୍ତ ସୋରେନ ଆହ୍ଵାନ କରିଛନ୍ତି। ଶପଥଗ୍ରହଣ ସମାରୋହକୁ ନେଇ ରାଜଧାନୀ ରାଂଚି ସହରରେ ପୁରା ପୋଷ୍ଟର ଲଗାଯାଇଛି। ବିଶେଷ ଯାତାୟାତ ସହ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ହେମନ୍ତ୍ ସୋରେନ ଶପଥଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଏନସିପି ଏସପି ଅଧ୍ୟକ୍ଷ ଶରଦ ପାୱାର, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମେଘାଳୟ ମୁଖ୍ୟମନ୍ତ୍ରୀ କୋରାଡ କୋଂଗକଲ ସାଂଗମା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ, ଶିବସେନା ୟୁବିଟି ନେତା ଉଦ୍ଧବ ଥାକରେ, ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ, ଜାମୁ କାଶ୍ମୀର ପିଡିପି ନେତା ମେହବୁବୁ ମୁଫତି, ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଉଦୟ ଷ୍ଟାଲିନ,

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଆରଜେଡି ନେତା ତେଜସ୍ଵୀ ଯାଦବ, ଆମ ଆଦମୀ ପାର୍ଟି ନେତା ମନୀଶ ସିସୋଦିଆ, ଆପ ସାଂସଦ ସଂଜୟ ସିଂହ ଏବଂ ଲୋକସବା ସାଂସଦ ପପ୍ପୁ ଯାଦବ ଯୋଗ ଦେବା ସମ୍ଭାବନା ରହିଛି। ଅନେକ ଭିଭିଆଇପି ଆସୁଥିବାରୁ ରାଂଚିରେ ଆଜି ସ୍କୁଲ ବନ୍ଦ ରହିବ। ଟ୍ରାଫିକ ସମସ୍ଯା ସୃଷ୍ଟି ହେବା ସମ୍ଭାବନାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

ଡିସେମ୍ବର ୧ରେ ବରଗଡ ଧନୁଯାତ୍ରା ପାଇଁ କଂସ ଚୟନ

ବରଗଡ: ଡ଼ିସେମ୍ବର ୧ ତାରିଖରେ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂତନ କଂସ ଚୟନ। ଚୟନ ପ୍ରକିୟାରେ ସାମିଲ ହେବାକୁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ୪ ଜଣ କଳାକାରଙ୍କ ନାଁ ଘୋଷଣା କରାଯାଇଥିଲା ।

ଆର୍ତ୍ତତ୍ରାଣ ସୁନାନୀ , ଜଗଦାନନ୍ଦ ମିଶ୍ର , ଭୁବନେଶ୍ୱର ପ୍ରଧାନ ଓ ସୁଶୀଲ କୁମାର ମେହେରଙ୍କ ନାଁ ଘୋଷଣା କରାଯାଇଥିଲା। ତେବେ ଡ଼ିସେମ୍ବର ୧ ତାରିଖରେ ହେବାକୁ ଥିବା କଂସ ଚୟନ ପ୍ରକ୍ରିୟାରେ ସେମାନେ ନିଜେ ନିଜର ପାରଦର୍ଶିତା ଦେଖାଇବେ। ଯେଉଁ କଳାକାର ନିଜ କଳା ପ୍ରଦର୍ଶନରେ ଶୀର୍ଷରେ ରହିବେ ସେ ହେବେ ଏଥରର ବିଶ୍ବ ପ୍ରସିଦ୍ଧ ବରଗଡ ଧୁନୁଯାତ୍ରାର ନୂତନ କଂସ । ଯାହାଙ୍କର ଅଟହାସ୍ୟରେ ଥରିବ ମଥୁରା ।

ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବ କଂସ ଚୟନ ପ୍ରକିୟା।

ଚଣ୍ଡିଖୋଲରେ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ. ଜଣେ ମୃତ

ଯାଜପୁର: NH 16 ମକ ନିକଟ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପଶ୍ଚିମବଙ୍ଗ ମେଦିନୀପୁର ଅଂଚଳର ସେକ ସେମେଦ ଆଜାଦ । ତିନି ଜଣ ମହିଳା ଗୁରୁତର ଅଛନ୍ତି । ଆମ୍ବୁଲାନ୍ସଟି ମେଦିନୀପୁରରୁ ଭୁବନେଶ୍ୱର ହାଇଟେକ ମେଡିକାଲ ଯାଉଥିଲା ।

ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସ ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ନିକଟସ୍ଥ ନେଉଳପୁର ରେଲୱେ ଓଭରବ୍ରିଜ ପାଖରେ ଛିଡା ହୋଇଥିବା ଏକ ଡମ୍ପରକୁ ଧକା ଦେଇଥିଲା।

ଯାହା ଫଳରେ ଆମ୍ବୁଲାନ୍ସରେ ଥିବା ଚାରି ଜଣକ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ଗୁରୁତରଙ୍କୁ ମେଡିକାଲରେ ଭର୍ତି କରିଛି। ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି ।

ବାତ୍ୟା ଫେଙ୍ଗାଲ ପ୍ରଭାବରେ ତାମିଲନାଡୁର ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ

ଚେନ୍ନାଇ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ଆଜି ନେବ ବାତ୍ୟା ରୂପ। ବାତ୍ୟା ‘ଫେଙ୍ଗାଲ’ର ପ୍ରଭାବ ପଡିବା ଆରମ୍ଭ ହେଲାଣି। ଗଭୀର ଅବପାତ ପ୍ରଭାବରେ ଚେନ୍ନାଇ ଚେଙ୍ଗଲପେଟ, ତିରୁବଲ୍ଲୁର,କୁଡ୍ଡାଲୋର, ନାଗାପଟିନମରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଚେନ୍ନାଇ ସମେତ ଅନେକ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ଗତକାଲି ବର୍ଷା ଯୋଗୁଁ ଚେନ୍ନାଇରୁ ୭ଟି ବିମାନ ବିଳମ୍ବରେ ଉଡାଣ ଭରିଥିଲା । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଶ୍ରୀଲଙ୍କା, ତାମିଲନାଡୁ ଉପକୂଳରେ ଘଣ୍ଟାପ୍ରତି ୬୫ କିମି ବେଗରେ ପବନ ବହିପାରେ। ସମୁଦ୍ର ଅଶାନ୍ତ ହୋଇଉଠିଛି ।
୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ମଧ୍ୟ ବାତ୍ୟାରେ ପ୍ରଭାବିତ ହୋଇପାରେ। ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶ୍ରୟ ସ୍ଥଳ ଏବଂ ଡାକ୍ତର ଟିମ୍ ପ୍ରସ୍ତୁତ ରହିଛନ୍ତି।

ଆଜି ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ ବିଜେପି ହାଇକମାଣ୍ଡ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନେଇ ଆଜି ହୋଇପାରେ ନାଁ ଘୋଷଣା । ବିଜେପି ହାଇକମାଣ୍ଡ ନାଁ ଘୋଷଣା କରିପାରନ୍ତି। ଗତକାଲି କିନ୍ତୁ ଶିବସେନା ନେତା ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ବିଜେପିର ଯେ କେହି ବି ମୁଖ୍ୟମନ୍ତ୍ରୀ ହେବେ ତାଙ୍କୁ ସମର୍ଥନ କରିବେ ବୋଲି ସୂଚନା ଦେଇଛନ୍ତି ଏକନାଥ ସିନ୍ଦେ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ମହାୟୁତି ମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ସସପେନ୍ସରେ ପଡିଛି ପୂର୍ଣ୍ଣଚ୍ଛେଦ। ନିଜକୁ କେବେବି ମୁଖ୍ୟମନ୍ତ୍ରୀ ଭାବେ ଭାବିନାହିଁ ବୋଲି କହିଥିଲେ ସିନ୍ଦେ। ନିଜକୁ ସବୁବେଳେ ସାଧାରଣ ଜନତା ଭାବେ ପରିଗଣିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଆମ ଦଳ ତରଫରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବାଧା ନଥିବା କହିଥିଲେ ଏକନାଥ ସିନ୍ଦେ ।

ଶିବସେନା ନେତା ଏକନାଥ ସିନ୍ଦେଙ୍କ ଏହି ପ୍ରେସମିଟ୍ ପରେ ବିଜେପିର ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଛି। ଖୁବଶୀଘ୍ର ବିଜେପି ହାଇକମାଣ୍ଡ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସଙ୍କ ନାଁ ଘୋଷଣା କରିପାରେ। ମହାରାଷ୍ଟ୍ର ନିର୍ବାଚନରେ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଚେହେରାକୁ ନେଇ ନିର୍ବାଚନ ଲଢିଥିଲା ମହାୟୁତି ମେଣ୍ଟ। ଭୋଟଗଣତିରେ ବିଜେପିକୁ ସର୍ବାଧିକ ୧୩୨ ଆସନ ମିଳିଛି।

ମହାୟୁତି ମେଣ୍ଟ ୨୩୦ ଆସନ ଜିତିଛି। ସେଥିରେ ଏକନାଥ ସିନ୍ଦେଙ୍କ ଶିବସେନାର ୫୭ ଆସନ ରହିଛି। ଗତ ନିର୍ବାଚନ ତୁଳନାରେ ଏମଭିଏ ୨୫ ଆସନ ହରାଇଛି। ୨୮୮ ଆସନ ଲାଗି ମ୍ଯାଜିକ ନମ୍ବର ହେଉଛି ୧୪୫। ସେପଟେ ମହାୟୁତି ନେତା ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାରଙ୍କୁ ଦିଲ୍ଲୀ ଡକରା ହୋଇଛି। ବିଜେପି ହାଇକମାଣ୍ଡ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ କରିବେ ।

ବୈକୁଣ୍ଠଧାମ ଆଶ୍ରମରୁ ସ୍ତ୍ରୀ ନିଖୋଜ ଘଟଣାରେ ନୂଆ ମୋଡ଼

ଭୁବନେଶ୍ୱର: ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରୁ ସ୍ତ୍ରୀ ନିଖୋଜ ନେଇ ସ୍ବାମୀଙ୍କ ମାମଲାରେ ଭିନ୍ନ ମୋଡ଼। କାହା କଥାରେ ନୁହେଁ ବରଂ ସ୍ବାମୀ ନିର୍ଯାତନା ଦେଉଥିବା ପାଲଟା ଅଭିଯୋଗ କଲେ ମହିଳା । ବୈକୁଣ୍ଠଧାମ ଆଶ୍ରମର କୁନିବାବାଙ୍କ ବାପା କାଶୀନାଥ ଓ କ୍ରିଷ୍ଣା ପ୍ରଭୁଙ୍କ ପ୍ରରୋଚନାରେ ପତ୍ନୀ ତାଙ୍କ ନିକଟରୁ ଦୂରେଇ ଯାଇଥିବା ଗତକାଲି ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ କେନ୍ଦୁଝରର ଜୀତେନ ଗିରି। ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ କାଶୀନାଥଙ୍କ ଜଣେ ସହଯୋଗୀ କ୍ରିଷ୍ଣା ନନ୍ଦ ପ୍ରଭୁଙ୍କୁ ୫୦ ହଜାର ଟଙ୍କା ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ । ତେବେ ଆଜି ହାଇକୋର୍ଟରେ ବେଲ୍ ଆବେଦନ କରିବା ସହ ଗଣମାଧ୍ୟମରେ ନିଜ ଓକିଲଙ୍କ ସହ ମୁଁହ ଖୋଲିଛନ୍ତି ଜୀତେନଙ୍କ ପତ୍ନୀ । କାହାର ପ୍ରରୋଚନାରେ ନୁହେଁ ବରଂ ସ୍ବାମୀ ଜୀତେନ ତାଙ୍କ ଉପରେ ଅନେକ ଅତ୍ୟାଚାର କରୁଥିବା ସେ ପାଲଟା ଅଭିଯୋଗ କରିଛନ୍ତି । ସେଥିପାଇଁ ସେ ତାଙ୍କ ସ୍ଵାମୀଙ୍କ ଠାରୁ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ଯେହେତୁ ସେ ଆଶ୍ରମ ଯାଉଥିଲେ ଓ ସତସଙ୍ଗରେ ଭାଗ ନେଉଥିଲେ, ସେଥିପାଇଁ ରାଗରେ ଜୀତେନ ଏସବୁ ମିଛ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି । ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଜୀତେନଙ୍କ ପତ୍ନୀ ।

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: ବଦଳିବ ରେରା, ଓଡିଏ, ଆପାର୍ଟମେଣ୍ଟ ମାଲିକାନା ଆଇନ

ଭୁବନେଶ୍ୱର:  ଆପାର୍ଟମେଣ୍ଟ କିଣାବିକା ବାଟ ସୁଗମ ପାଇଁ ପ୍ରୟାସ। ଘରବାଡ଼ିର ଆଂଶିକ ପ୍ଲଟ ବିକ୍ରି ପାଇଁ ବି ଫିଟିବ ବାଟ। ଓଡ଼ିଶା ଡେଭେଲପମେଣ୍ଟ ଆକ୍ଟ ଓ ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟରେ ସଂଶୋଧନ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସଙ୍କେତ। କେନ୍ଦ୍ରୀୟ ଆଇନ ରେରା ଆକ୍ଟରେ ବି ସଂଶୋଧନ କରିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ। ହେଲେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରେରା ଆକ୍ଟିଭିଷ୍ଟ। କ୍ରେତାଙ୍କ ସ୍ବାର୍ଥକୁ ନଜରରେ ରଖି ଆସିଥିବା ଆଇନରେ ପରିବର୍ତ୍ତନ କାହା ସ୍ବାର୍ଥରେ? କ୍ରେତାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ ଆଣିଥିଲା। ଏବେ ରାଜ୍ୟର ସହରାଞ୍ଚଳରେ ଚାଷଜମି ମୂଳ ପ୍ଲଟରୁ ଆଂଶିକ କିଣାବିକାରେ କୌଣସି ପ୍ରତିବନ୍ଧକ ନାହିଁ। ଘରବାଡ଼ି ପ୍ଲଟର ଆଂଶିକ ବିକ୍ରି ପାଇଁ ଲେ-ଆଉଟ ପ୍ଲାନ ବାଧ୍ୟତାମୂଳକ କରାଯାଇଛି। ଆପାର୍ଟମେଣ୍ଟ କିଣାବିକା ପାଇଁ ଜରୁରୀ ଅକୁପାନ୍ସି ସାର୍ଟିଫିକେଟ୍। ବିଲଡର, ଡେଭେଲପମେଣ୍ଟ ଅଥରିଟି ଏସବୁ କ୍ରେତାଙ୍କୁ ଦେବା କଥା। ହେଲେ ସେମିତି ହେଉନାହିଁ। ଏବେ ଆଇନ ବଦଳାଇବା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ବିବୃତିକୁ କ୍ରେତା ସଂଘ ନାପସନ୍ଦ କରିଛି।

ରେରା ଆକ୍ଟ ଏକ କେନ୍ଦ୍ରୀୟ ଆଇନ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ବଦଳାଇବା ସମ୍ଭବ ନୁହେଁ। ଓଡିଏ ଏବଂ ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟରେ ପରିବର୍ତ୍ତନ କରିବାର କ୍ଷମତା ରାଜ୍ୟ ସରକାରଙ୍କ ପାଖରେ ଥିଲେ ବି ଆଇନ ପରିବର୍ତ୍ତନ କାହା ପାଇଁ? କ୍ରେତାଙ୍କ ସୁରକ୍ଷା ପାଇଁ ନା ବିଲଡ଼ରଙ୍କ ସ୍ବାର୍ଥ ପାଇଁ? ଘର କିଣିବା ପୂର୍ବରୁ ଓଡିଏରେ ଅକୁପାନ୍ସ ସାର୍ଟିଫିକେଟ ଓ ଆପାର୍ଟମେଣ୍ଟ ମାଲିକାନା ଆଇନରେ ମାଲିକ ସଂଘକୁ କମନ ଏରିଆ ଟ୍ରାନ୍ସଫର ବାଧ୍ୟତାମୂଳକ କରାଯାଇଛି। ହେଲେ ଏଥିରେ ଅନେକ ଦ୍ବନ୍ଦ ଥିବାରୁ କିଣାବିକା ହୋଇପାରୁନାହିଁ ବୋଲି ଯୁକ୍ତି ବାଢିଛନ୍ତି ବିଲଡର। ଏଥିରେ ସୁଧାର ପାଇଁ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛି କ୍ରେଡାଇ। ଏହାପରେ ଆଇନ ସଂଶୋଧନ କରିବା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସଙ୍କେତକୁ ସ୍ବାଗତ କରିଛନ୍ତି ବିଲଡର।

ଆପାର୍ଟମେଣ୍ଟ ମାଲିକ ସଂଘକୁ କମନ ଏରିଆ ଟ୍ରାନ୍ସଫର କରିବା ପାଇଁ ପଞ୍ଜୀକରଣ ଦେୟ କିଏ ଦେବ, ତାକୁ ନେଇ ଟଣାଓଟରା ଚାଲିଛି। ଆଇନରେ ସଂଶୋଧନ କରି ପଞ୍ଜୀକରଣ ଦେୟକୁ ୭ ପ୍ରତିଶତରୁ କମାଇବା ପାଇଁ ପ୍ରୟାସ ହେଉଛି। ହେଲେ କ୍ରେତାଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ୨୦୧୬ରେ ଆଣିଥିବା ରେରା ଆଇନକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କ୍ରେତାଙ୍କ ସ୍ବାର୍ଥକୁ କେତେ ସୁରକ୍ଷା ଦେବ, ତାକୁ ନେଇ ଉଠିଛି ପ୍ରଶ୍ନ।

କେନ୍ଦ୍ରର ସବୁ ସହଯୋଗ ପାଇ ବି ଆନ୍ଧ୍ରର ପୁରୁନି ପେଟ

ଭୁବନେଶ୍ୱର: ଓଡିଶାକୁ କ୍ଷତି ହେଲା ଭଳି ସବୁ ସହଯୋଗ ପାଇ ବି ଆନ୍ଧ୍ରର ପୁରୁନି ପେଟ। ପୋଲାଭରମ ପ୍ରସଙ୍ଗକୁ ନେଇ ପୁଣି ସଂସଦରେ ଆଲୋଚନା ପାଇଁ ଦାବି। ଏପଟେ ଆକାଶକୁ ଚାତକ ପରି ଓଡ଼ିଶା ସରକାର ଚାହିଁ ରହିଥିବା ଅଭିଯୋଗ। ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ପାଇଁ ୧୬ ହଜାର କୋଟିରୁ ଅଧିକ ଅନୁଦାନ ସହ ସମସ୍ତ ସହାୟତା ଯୋଗାଇ ଚାଲିଛନ୍ତି କେନ୍ଦ୍ରର ବିଜେପି ସରକାର। ଏତିକିରେ ଆନ୍ଧ୍ରର ଶାସକ ଦଳ ତେଲୁଗୁ ଦେଶମ ପାର୍ଟିର ମନ ପୂରୁନି। ସଂସଦର ଚଳିତ ଅଧିବେଶନରେ ପୋଲାଭରମ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ଆଲୋଚନା କରନ୍ତୁ ବୋଲି ଦାବି କରିଛି ଟିଡିପି। ଏହି ପ୍ରସଙ୍ଗରେ ଆଲୋଚନା ସହ କେନ୍ଦ୍ରର ସ୍ପଷ୍ଟୀକରଣ ଲୋଡ଼ାଯିବ ବୋଲି ଟିଡିପି ସଂସଦୀୟ ଦଳ ନେତା ଲାଭୁ ଶ୍ରୀକୃଷ୍ଣଦେବାରାୟାଲୁ ମନ୍ତବ୍ୟ ଦେବା ପରେ ଚର୍ଚ୍ଚା ଜୋର ଧରିଛି। ଏପରିକି ପୋଲାଭରମ ପ୍ରକଳ୍ପ କାମ ବିଳମ୍ବ ପାଇଁ କିଏ ଦାୟୀ ସେ ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟ କରିବାକୁ ଦାବି କରାଯାଇଛି। କିନ୍ତୁ ଏପଟେ ଓଡ଼ିଶାର ବିଜେପି ସରକାର ସମ୍ପୂର୍ଣ୍ଣ ନିରଦ୍ରଷ୍ଟା। ଓଡ଼ିଶାର ସ୍ୱାର୍ଥ ରକ୍ଷାର କଥା କହି ଶାସନକୁ ଆସିଥିଲେ ମଧ୍ୟ ପୋଲାଭରମ ପ୍ରସଙ୍ଗରେ ଓଡିଶା ସରକାର କିମ୍ବା ବିଜେପି ସାଂସଦ ମାନେ କାହିଁକି ଚୁପ ବୋଲି କହି ବର୍ଷିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ କାର୍ଯ୍ୟ କରିବାକୁ ଦାବି ରଖାଯାଇଛି ।

ସେପଟେ ଓଡ଼ିଶାରେ ଖୋଦ ବିଜେପି ସରକାର ଥିବା ବେଳେ ଆନ୍ଧ୍ରରେ ସହଯୋଗୀ ସରକାର ରହିଛି। ତାହେଲେ ପୋଲାଭରମ ପ୍ରସଙ୍ଗରେ ଓଡିଶା ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁକି ବୋଲି ପ୍ରଶ୍ନ ଉଠିଛି । ଏହାକୁ କଡା ନିନ୍ଦା କରିଛି ଓଡିଶା ବିକାଶ ପରିଷଦ। ଏପରିକି ସଂଘୀୟ ଵ୍ୟଵସ୍ଥାରେ ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବାକୁ ଦାବି ହୋଇଛି । ପୂର୍ବରୁ ଏହି ପ୍ରସଙ୍ଗ ନେଇ ବିରୋଧ କରାଯାଇ ଥିବା ବେଳେ ଆଗକୁ ମଧ୍ୟ ଆନ୍ଦୋଳନର ଚେତାବନୀ ଦେଇଛି ପରିଷଦ।

ପୋଲାଭରମ ପ୍ରକଳ୍ପ ହେଉ କିମ୍ବା କୋଟିଆ କିମ୍ବା ପୂର୍ବତଟ ରେଳପଥରୁ ୱାଲଟିୟାର ଡିଭିଜନକୁ ଅଲଗା କରାଯିବା ସବୁ ଘଟଣାରେ ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇ ଆନ୍ଧ୍ରର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଛି। ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ବିରୋଧରେ ଅସନ୍ତୋଷ ବଢିଚାଲିଛି ।

ଆମ୍ବ ଟାକୁଆ ଟ୍ରାଜେଡି: ଗ୍ରାଉଣ୍ଡ ଜିରୋରେ ରାଜ୍ଯ ଖାଦ୍ଯ କମିଶନ ଓ ୟୁନିସେଫର ଟିମ୍ ର ତଦନ୍ତ

କନ୍ଧମାଳ: କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି । ରାଜ୍ଯ ଖାଦ୍ଯ କମିଶନ ଓ ୟୁନିସେଫର ଟିମ୍ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତଦନ୍ତ କରିଛନ୍ତି । ତଦନ୍ତ ବେଳେ ୩ ମାସ ହେବ PDS ଚାଉଳ ନମିଳିବା ଯୋଗୁ ବାଧ୍ୟ ହୋଇ ଆମ୍ବ ଟାକୁଆ ଜାଉ ଖାଇଥିଲୁ ବୋଲି ଖାଦ୍ଯ କମିସନଙ୍କୁ କହିଥିଲେ ମୃତକଙ୍କ ପରିବାର ଲୋକ। ଆମ୍ବ ଟାକୁଆ ଜାଉ ଆଦିବାସୀ ଲୋକଙ୍କ ପାରମ୍ପରିକ ଖାଦ୍ୟ ବୋଲି ରାଜ୍ଯ ସରକାର କହୁଥିବା ବେଳେ ତାହାକୁ ଖଣ୍ଡନ କରିଛନ୍ତି ମାଣ୍ଡିପଙ୍କା ଗ୍ରାମବାସୀ।

ଅନ୍ୟପଟେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ଆଦିବାସୀ ଲୋକଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ ହୋଇଛି। ଘଟଣାର ଦୀର୍ଘ ଦିନ ପରେ ମଧ୍ୟ ମୃତକଙ୍କ ପରିବାର ନିକଟରେ ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀ କେହିବି ପହଞ୍ଚି ନଥିବାରୁ ଉଦବେଗ ପ୍ରକାଶ ପାଇଛି ।