spot_img
Home Blog Page 1285

ସାତସୁରେ ବନ୍ଧା ଏ ଜୀବନ, ପ୍ରେମ ଦିବସରେ ପଢ଼ନ୍ତୁ ସଙ୍ଗୀତରୁ ଆରମ୍ଭ ହୋଇଥିବା ପ୍ରେମ

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରେମ ପାଇଁ ଦିନଟିଏ । ପ୍ରେମ ଦେଖେନି ଜାତି, ଧର୍ମ, ଆଉ ବର୍ଣ୍ଣ ।ଯାହାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି କେନ୍ଦ୍ରାପଡାର ଏହି ଦମ୍ପତିଙ୍କ କ୍ଷେତ୍ରରେ । କୁନି ଓ ଜଇରାମ ଦୁହେଁ ଭିନ୍ନକ୍ଷମ ଦୁହିଁଙ୍କ ଦୃଷ୍ଟିଶକ୍ତି ନାହିଁ । ଦୁହେଁ କଟକରେ ହେଉଥିବା ସଙ୍ଗୀତ କାର୍ଯ୍ଯକ୍ରମରେ ଗୀତ ଗାଉଥିବା ବେଳେ ସଙ୍ଗୀତର ସାତସୁରରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ । ଏବଂ ନିଜ ଜୀବନକୁ ଗଢିଛନ୍ତି ।

ଆଜି ପ୍ରେମ ଦିବସ । ପ୍ରେମ ଦେଖେନି ଜାତି, ଧର୍ମ ଆଉ ବର୍ଣ୍ଣ । ଭଲପାଇବା ପାଇଁ ଗୋଟେ ସ୍ୱଚ୍ଛ ହୃଦୟ, ସ୍ୱଚ୍ଛ ମନ ହିଁ କାଫି । ଯେଉଁଠି କି ଏ ମନ କଥାକୁ କେବଳ ସେ ମନ ହିଁ ବୁଝିପାରୁଥିବ | ଚଳିବା ପାଇଁ ସିନା ଦୁଇ ମୁଠା ଦାନାର ଆବଶ୍ୟକ ଥାଏ, କିନ୍ତୁ ବଂଚିବା ପାଇଁ ଗୋଟେ ସ୍ୱଚ୍ଛ ହୃଦୟ ଥିବା ଜୀବନ ସାଥି ଟିଏ ଦରକାର । ଏଭଳି ୨ ପ୍ରେମ ପକ୍ଷୀ ହେଉଛନ୍ତି କୁନି ଏବଂ ଜଇରାମ । ହଁ ଆଜ୍ଞା, କୁନି ଏବଂ ଜଇରାମ ଦୁହେଁ ଭିନ୍ନକ୍ଷମ ଦୁହିଁଙ୍କ ଦୃଷ୍ଟିଶକ୍ତି ନାହିଁ । ଦୁହେଁ କଟକରେ ହେଉଥିବା ସଙ୍ଗୀତ କାର୍ଯ୍ଯକ୍ରମରେ ଗୀତ ଗାଉଥିବା ବେଳେ ସଙ୍ଗୀତର ସାତସୁରରେ ଦୁହେଁ ଦୁହିଁଙ୍କୁ ଭଲ ପାଇବସିଥିଲେ ।

ଜଇରମଙ୍କ ଘର ମୟୁରଭଞ୍ଜ ବାଙ୍ଗିରିପୋଷିରେ ହୋଇଥିବା ବେଳେ କୁନିଙ୍କ ଘର ଗୁଣୁପୁରରେ । ଦୁହେଁ କଟକରେ ଏକ ସଙ୍ଗୀତ କାର୍ଯ୍ଯକ୍ରମରେ ପ୍ରଥମ ଥରେ ଭେଟିଥିଲେ । ଦୁହେଁ ସିନା ଦୁହିଁଙ୍କୁ ଦେଖି ପାରୁନଥିଲେ କିନ୍ତୁ ମନ ମିଶିଯାଇଥିଲା ମନ ସହିତ | ତା ପରେ ଦୁହିଁଙ୍କର ବିବାହ ହୋଇଥିଲା । ବର୍ତ୍ତମାନ ତାଙ୍କର ବାହାଘରକୁ ୫ ବର୍ଷ ପୂରିଲାଣି । କୋଳରେ ୪ ବର୍ଷର କୁନି ଝିଅଟେ ବି ଅଛି । ଏବେ ବେଶ ଖୁସିରେ ଅଛନ୍ତି ଦୁହେଁ ।

ଚାଲିଲାନି ବ୍ୟାଟ୍ ତଥାପି ବଡ଼ ରେକର୍ଡ କଲେ ବାବର ଆଜମ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଷ୍ଟାର କ୍ରିକେଟର ବାବର ଆଜମ ଦିନିକିଆରେ ଏକ ବଡ଼ ରେକର୍ଡ କରିଛନ୍ତି । ଯଦିଓ ଯେଉଁ ମ୍ୟାଚରେ ସେ ଏହି ରେକର୍ଡ କରିଛନ୍ତି ତାଙ୍କ ବ୍ୟାଟ୍ ଶାନ୍ତ ରହିଥିଲା କିନ୍ତୁ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି ବାବର । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବାବର ମାତ୍ର ୨୯ ରନ କରିଥିଲେ । କିନ୍ତୁ ସେ ଦିନିକିଆରେ ଦୃତତମ ୬ହଜାର ରନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି । ଏହି ତାଲିକାରେ ଶୀର୍ଷରେ ରହିଥିଲେ ହାସିମ ଆମଲା । ସେ ୧୨୩ ପାଳିରୁ ୬ ହଜାର ରନ ପୂରଣ କରିଥିବାବେଳେ ଏବେ ଏହି ରେକର୍ଡ ନିଜ ନାମରେ କରିଛନ୍ତି ବାବର ଆଜମ  । ସେପଟେ ତୃତୀୟ ସ୍ଥାନରେ ରହିଛନ୍ତି ବିରାଟ, ସେ ୧୩୬ ପାଳିରେ ଏହି ରେକର୍ଡ କରିଥିବାବେଳେ ଚତୁର୍ଥ ସ୍ଥାନରେ କେନ ଓ୍ବିଲିୟମସନ ଏବଂ ପଞ୍ଚମରେ ରହିଛନ୍ତି ଡେଭିଡ୍ ଓ୍ବାର୍ଣ୍ଣର ।

ତେବେ ବାବରଙ୍କୁ ଏହି ରନ କରିବା ପାଇଁ ମାତ୍ର ୧୦ ରନ ଆବଶ୍ୟକ ରହିଥିଲା । ମାତ୍ର ସେ ୨୯ ରନ କରିଥିବାବେଳେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । କିନ୍ତୁ ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବାରମ୍ବାର ନିରାଶ କରୁଛନ୍ତି । ଆଗକୁ ଚାମ୍ପିୟନ୍ସ ଟ୍ରଫି ଖେଳାଯିବାକୁ ଯାଉଛି । ଆଉ ଏଭଳି ବ୍ୟାଟିଂ ଦଳକୁ ବହୁ ବିପର୍ଯ୍ୟୟ ସାମନା କରିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ବିଜେବି କଲେଜକୁ ମିଳିଲା ନାକ୍-ଏ ଗ୍ରେଡ ମାନ୍ୟତା

ନନ୍ଦିଘୋଷ ବ୍ୟୁରୋ: ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିଜେବି କଲେଜକୁ ମିଳିଲା ନାକ୍-ଏ ଗ୍ରେଡ ମାନ୍ୟତା। ନାକ୍ ମାନ୍ଯତା ପାଇବା ପରେ କଲେଜ ପରିସରରେ ଉତ୍ସବର ପରିବେଶ। ଲଗାତାର ତୃତୀୟ ଥର ପାଇଁ ଏ-ଗ୍ରେଡ ହାସଲ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। କିନ୍ତୁ ଏହା ହାସଲ କରିବା ପରେ ଏହାକୁ ଐତିହାସିକ ମୁହୂର୍ତ୍ତ ବୋଲି କଲେଜ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ନାକ ମାନ୍ୟତା ନିୟମ ପରିବର୍ତ୍ତନ ହୋଇଥିବା ବେଳେ ସରକାରୀ କଲେଜରେ ଏ ଗ୍ରେଡ ମାନ୍ୟତା ପାଇବା ବହୁତ କଷ୍ଟ। ଏବେ ବିଜେବି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଉଦ୍ୟମ ଚାଲିଛି। ନାକ ଏ ଗ୍ରେଡ ପାଇଁ ବହୁ ଉଦ୍ୟମ ହୋଇଥିଲା। ସମସ୍ତଙ୍କ ଉଦ୍ୟମ ଫଳରେ ହୋଇପାରିଛି ବୋଲି କୁହାଯାଇଛି। ବର୍ଷେ ଧରି ମାନ୍ୟତା ପାଇଁ ବହୁ ଉଦ୍ୟମ ହୋଇଛି। ଠିକ ଭାବେ ଏସଏସଆର ସବମିଟ ପାଇଁ ଉଦ୍ୟମ ହୋଇଛି। ନାକ ଟିମ ଆସି ଅନୁଧ୍ୟାନ କରିବା ପରେ ଏହି ମାନ୍ୟତା ମିଳିଛି। ଏ ଗ୍ରେଡ ପାଇବା ପାଇଁ ଏବେ ମାର୍କ ପଦ୍ଧତିରେ ପରିବର୍ତ୍ତନ ହୋଇଛି। ତେଣୁ ଏ ଗ୍ରେଡ ପାଇ ବହୁତ ଖୁସି ବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଓ କଲେଜର ଭିତ୍ତିଭୂମି ଆହୁରି ବଢାଇବାକୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି। ସେପଟେ ଛାତ୍ରଛାତ୍ରୀ ମାନେ ବାଣ ଫୁଟାଇ ନାଚି ଗାଇ ଖୁସି ମନାଇଛନ୍ତି।

ଅଟକାଇପାରିଲେନି ବାପା, ଚାହୁଁ ଚୁାହୁଁ ଡେଇଁ ପଡ଼ିଲା ପୁଅ

ନନ୍ଦିଘୋଷ ବ୍ୟୁରୋ: ବାପା ଆଗରେ ଜଳଭଣ୍ଡାରକୁ ଡେଇଁପଡ଼ିଲା ପୁଅ । ପଛରେ ଆସି ମଧ୍ୟ ପୁଅକୁ ଅଟକାଇପାରିଲେନାହିଁ ବାପା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସୁନାବେଡ଼ା ଜାତୀୟ ରାଜପଥ ଟିମ୍ଭର ବ୍ରିଜ ନିକଟରେ । ଜଳ ଭଣ୍ଡାରକୁ ଡେଇଁ ନିଖୋଜ ଯୁବକ କୋରାପୁଟ ଜାନିଗୁଡ଼ାର ମଦନ ଜାନି । ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛି ସିମିଳିଗୁଡ଼ା ଅଗ୍ନିଶମ ବାହିନୀ । ଘଟଣାସ୍ଥଳରେ ସୁନାବେଡ଼ା ପୋଲିସ ଉପସ୍ଥିତ । ମଦନ ହାଲରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି । ସେ ସ୍କୁଟି ଯୋଗେ ଚିକାପାରରୁ ଫେରୁଥିଲେ । ପୁଅ ପଛେ ପଛେ ବାପା ଏକ ବାଇକ ଯୋଗ ପୁଅକୁ ବଞ୍ଚେଇବାକୁ ଯାଉଥିଲେ । ବାପା ପୁଅକୁ ଅଟକେଇବା ପୂର୍ବରୁ ପୁଅ ମଦନ ବ୍ରିଜ ତଳକୁ ଡେଇଁ ପଡ଼ିଥିଲେ । ଯୁବକ ଜଣକ ଜଳଭଣ୍ଡାରକୁ ଡେଇଁବାର୍ କାରଣ ଅସ୍ପଷ୍ଟ ।

ପଦୋନ୍ନତି ପାଇଁ ଅଫିସରେ ସମୟ ଦେଲେ ସ୍ବାମୀ, ସମ୍ପର୍କ ଛିଡ଼ାଇ ଦେଲା ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ବିବାହ ଦୁଇ ମନର ମିଳନ । ସାତ ଜନ୍ମ ପାଇଁ ହୋମ ନିଆଁକୁ ସାକ୍ଷୀ ରଖି ଉଭୟ ଉଭୟଙ୍କ ହାତ ଧରିଥାନ୍ତି । ସାତ ଜନ୍ମ ସାଥୀ ହୋଇ ରହିବାକୁ କଥାଦିଆ ହୋଇଥାନ୍ତି । ମାତ୍ର ସ୍ବାମୀ ଦେଇପାରିଲେନି ସ୍ବାମୀ, ନିଜର ଅଫିସରେ ଏତେ ବ୍ୟସ୍ତ ରହିଲେ କି ଶେଷରେ ସ୍ତ୍ରୀ ତାଙ୍କୁ ଛାଡ଼ି ଦେଇଛନ୍ତି । ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି । ଜଣେ ଟେକ୍ ଏକଜିକ୍ୟୁଟିଭ୍ ନିଜର କାଣାଣୀକୁ ପ୍ରକାଶ କରିଛନ୍ତି  । ସେ କହିଛନ୍ତି କି, ନିଜର ପ୍ରମୋସନ ପାଇଁ ସେ କଠିନ ପରିଶ୍ରମ କଲେ ଆଉ ଟଙ୍କା ପ୍ରତିପତି ସବୁ ମିଳିଲା ସତ କିନ୍ତୁ ପରିବାର ନିଜର ହୋଇପାରିଲାନି ।

ଏହାସହ ସେ କହିଛନ୍ତି କି, ଦିନକୁ ୧୪ ଘଣ୍ଟାରୁ ଅଧିକ ସମୟ ମୁଁ ଅଫିସରେ ଅତିବାହିତ କରେ । ନିଜର କଠିନ ପରିଶ୍ରମ ପାଇଁ ଏବେ ମାସିକ କୋଟି କୋଟି ଟଙ୍କା ରୋଜଗାର କରୁଛି । ସକାଳ ୭ଟାରୁ ଅଫିସ ଯାଇ ରାତି ୯ଟାରେ ଫେରୁଥିଲେ । ଅଫିସ ପାଇଁ ବହୁ ପରିଶ୍ରମ କରୁଥିଲେ । ଯେଉଁଥି ପାଇଁ ତାଙ୍କ ସମ୍ମାନଜନକ ପଦବୀ ସହ ଭଲ ଦରମା ମଧ୍ୟ ମିଳୁଛି । କିନ୍ତୁ ଯେତେବେଳେ ମୋ ଝିଅ ଜନ୍ମ ହୋଇଥିଲା ମୁଁ ସେତେବେଳେ ରହିନଥିଲି । ଅଫିସରେ ଏତେ କାମ ଥିଲା କି, ମୁଁ ସମୟ ଦେଇପାରିନଥିଲି । ମୋ ସ୍ତ୍ରୀ କଷ୍ଟରେ ରହିଥିଲେ ସୁଦ୍ଧା ମୁଁ ସମୟ ଦେଇପାରିନଥିଲି । ଯେଉଁ କାରଣରୁ ସେ ଛାଡ଼ପତ୍ର ଦେବାକୁ କହିଥିଲେ । ଆଉ ଅଲଗା ହୋଇଛନ୍ତି । ଯାହାର କାହାଣୀ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଏହାକୁ ୟୁଜର୍ସମାନେ ସେୟାର କରୁଥିବାବେଳେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି ।

ଏକା ସାଙ୍ଗରେ ଅନେକ ଶତ୍ରୁଙ୍କୁ ଧୂଳି ଚଟେଇବେ ଶାହରୁଖ ଖାନ !

ମୁମ୍ୱାଇ: ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘କିଙ୍ଗ୍’ ଆସିବାକୁ ଯାଉଛି । ଏହା ଆକ୍ସନ ଏବଂ ଏଣ୍ଟରଣ୍ଟେନମେଣ୍ଟ ଫିଲ୍ମ ହେବାକୁ ଯାଉଛି। ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଦାବି କରାଯାଇଛି ଯେ, ଏହି ଫିଲ୍ମଟି ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇଦେବ । କାରଣ ଏଥିରେ ଶାହରୁଖ ଖାନଙ୍କ ସହିତ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ‘କିଙ୍ଗ’ରେ ନଜର ଆସିବେ। ଏଥିରେ ପ୍ରଥମ ଥର ପାଇଁ ପ୍ରଶଂସକମାନେ ବାପା-ଝିଅଙ୍କ ଯୋଡ଼ିକୁ ଏକାଠି ଦେଖିବାକୁ ପାଇବେ। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାତାମାନେ ଫିଲ୍ମ ପାଇଁ ଅଭିନେତ୍ରୀ ଖୋଜୁଛନ୍ତି।

‘କିଙ୍ଗ୍’ ଫିଲ୍ମରେ ଶାହରୁଖଙ୍କୁ କେବଳ ଗୋଟିଏ ନୁହେଁ ବରଂ ଅନେକ ଶତ୍ରୁଙ୍କ ସହିତ ଲଢ଼ିବାକୁ ପଡିବ। ଏଥିରେ ମୁଖ୍ୟ ଖଳନାୟକ ରହିଛନ୍ତି । ଫାଇଟ୍ ସିକ୍ୱେନ୍ସ ଯୋଗୁଁ ଫିଲ୍ମର କାହାଣୀ ବହୁତ ଆକର୍ଷଣୀୟ ହେବାକୁ ଯାଉଛି। ଫିଲ୍ମରେ ନାୟକ ଏବଂ ଖଳନାୟକଙ୍କ ପରିବର୍ତ୍ତେ, ଶାହରୁଖ ଅନେକ ଖଳନାୟକଙ୍କ ସହିତ ଲଢ଼ୁଥିବା ଦେଖିବାକୁ ମିଳିବ ।

ନିର୍ମାତାମାନେ ବଡ଼ ପରଦାରେ କିଛି ନୂଆ କରି ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଫିଲ୍ମ ପାଇଁ ନିର୍ମାତାମାନେ ଅଭିନେତ୍ରୀ ଖୋଜିବାରେ ଲାଗିପଡିଛନ୍ତି ।ଫିଲ୍ମର ମୁଖ୍ୟ ଭୂମିକା ପାଇଁ ସୁହାନା ଖାନ ଏବଂ ଅଭୟ ବର୍ମାଙ୍କୁ ପୂର୍ବରୁ ଚୂଡ଼ାନ୍ତ କରାଯାଇଛି। କିଙ୍ଗ ଏକ ବଡ଼ ସ୍ତରର ଆକ୍ସନ ଫିଲ୍ମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ, ଫିଲ୍ମର ଅନେକ ପ୍ରମୁଖ ଷ୍ଟଣ୍ଟ ୟୁରୋପରେ ସୁଟିଂ କରାଯିବ। ସିଦ୍ଧାର୍ଥ ଆନନ୍ଦ ଏହି ଦୃଶ୍ୟଗୁଡ଼ିକୁ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ଡିଜାଇନ୍ କରିଛନ୍ତି।

ଏହି ଫିଲ୍ମରେ ଚମତ୍କାର ସିନେମାଟୋଗ୍ରାଫି, ଜୋରଦାର ଲଢ଼େଇ ସହ ନୃତ୍ୟ ନିର୍ଦ୍ଦେଶନା ଏବଂ ବଡ଼ ଧରଣର VFX ଦେଖିବାକୁ ମିଳିବ। କିଙ୍ଗର ପ୍ରି-ପ୍ରଡକ୍ସନ ପାଇଁ ଟିମ୍ ବହୁତ ସମୟ ନେଇଛି। ନିର୍ମାତାମାନେ ଏହି ଫିଲ୍ମକୁ ପ୍ରତ୍ୟେକ ଦୃଷ୍ଟିରୁ ଉନ୍ନତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଫିଲ୍ମଟି ୧୦୦୦ କୋଟିରୁ ଅଧିକ ଟଙ୍କା କଲେକ୍ସନ କରିବା ନେଇ କୁହାଯାଉଛି ।

ଗାଇର ଦାମ ୭ ଲକ୍ଷ, ଦେଖିବାକୁ ଲାଗିଛି ଭିଡ଼

ନନ୍ଦିଘୋଷ ବ୍ୟୁରୋ: ଦେଢ ଫୁଟ ଉଚ୍ଚତାର ପୁଙ୍ଗୁନୁର ଗାଇ ମସ୍ୟ ପ୍ରାଣୀ ସମାବେଶର ମୁଖ୍ୟ ଆକର୍ଷଣ ପାଲଟିଛି  । ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବରମୁଣ୍ଡା ପଡ଼ିଆରେ ଆୟୋଜନ ହୋଇଛି ସମାବେଶ । ୧୪ ରୁ ୧୬ ଫେବୃଆରୀ ପର୍ଯ୍ୟନ୍ତ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆଠାରେ ସମାବେଶ ଆୟୋଜନ ହୋଇଥିବା ବେଳେ, ଏଥିରେ ଆନ୍ଧ୍ରରୁ ଆସିଛି ସ୍ଵତନ୍ତ୍ର ପ୍ରଜାତିର ପୁଙ୍ଗୁନୁର ଗାଇ । ଯାହାର ଡିମାଣ୍ଡ ରହିଛି, ଯାହାକୁ ଦେଖିବା ପାଇଁ ବେଶ୍ ଭିଡ ଜମିଛି । ଏ ଗାଈ ଟିର ବିଶେଷତଃ ହେଉଛି ତାକୁ ନିଜ ଘରେ ରଖି ଲାଳନ ପାଳନ କରାଯାଇପାରିବ. ମାତ୍ର ଦେଢ ଫୁଟ ଉଚ୍ଚତା ସ୍ଵତନ୍ତ୍ର ପ୍ରଜାତି ର ଏହି ଗାଇ ଦୁଇ ବର୍ଷ ଭିତରେ ମା ହେବା ସହିତ ଦେଢ ଲିଟର ପର୍ଯ୍ୟନ୍ତ କ୍ଷୀର ଦେବ ବୋଲି ଆୟୋଜକ କହିଛନ୍ତି. ତେବେ ଏହି ଗାଇ ଯୋଡି ଙ୍କ ମୂଲ୍ୟ ୭ ଲକ୍ଷ ଟଙ୍କା ରହିଚି ଓଡିଶା ଚାଷୀ ମାନେ ଏହାକୁ କିଣି ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

କ୍ୟାନ୍ସର ପୀଡ଼ିତାଙ୍କ ପାଇଁ କେଶ ଦାନ କଲେ ସାମ୍ବାଦିକ

ନନ୍ଦିଘୋଷ ବ୍ୟୁରୋ: କ୍ୟାନ୍ସର ପୀଡ଼ିତାଙ୍କ ପାଇଁ କେଶ ଦାନ କଲେ ସାମ୍ବାଦିକ । ୧୮ ଇଞ୍ଚ୍‌ ଲମ୍ବର କେଶ କଲେ ଦାନ । ୫ ବର୍ଷ ହେଲା କେଶର ଯତ୍ନ ନେଉଥିଲେ । କର୍କଟ ରୋଗରେ ଆକ୍ରାନ୍ତ ହୋଇ କେଶ ହରାଉଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ କେଶ ଦାନ କଲେ ଯୁବ ସାମ୍ବାଦିକ ବିନୋଦ କୁମାର ବେହେରା । ସାମାଜିକ ଅନୁଷ୍ଠାନ ‘ସୋପଭା ଟ୍ରଷ୍ଟ’ ସହଯୋଗରେ ସେ ‘କେଶ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ’ ଅଭିଯାନରେ ସାମିଲ ହୋଇ ପ୍ରାୟ ୧୮ ଇଞ୍ଚ୍ ଲମ୍ବର କେଶ ଦାନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଳକାଟି ପଞ୍ଚାୟତର ନାଗପଡ଼ା ଗାଁର ବାସିନ୍ଦା ବୈକୁଣ୍ଠ ବେହେରା ଓ ବୈଶାଳୀ ବେହେରାଙ୍କ ପୁତ୍ର ବିନୋଦ ଏବେ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଥିବା ଦେଶର ଅଗ୍ରଣୀ ଡିଜିଟାଲ ନ୍ୟୁଜ୍ ନେଟୱର୍କ “ଇଟିଭି ଭାରତ”ରେ କାର୍ଯ୍ୟରତ ଅଛନ୍ତି । କୋଭିଡ୍‌ ପ୍ରଥମ ଲହର ସମୟରେ ସେଲୁନ୍‌ ଓ ସ୍ପା କଟକଣା କାରଣରୁ ନିଜ କେଶ କାଟିପାରିନଥିଲେ । ପରେ ସେ କିଛି ବନ୍ଧୁଙ୍କ ପରାମର୍ଶ କ୍ରମେ କ୍ୟାନ୍ସର ପୀଡ଼ିତଙ୍କ କ୍ଷେତ୍ରରେ ଏହି କେଶ ବ୍ୟବହାର ଯୋଗ୍ୟ ଜାଣି ସେ ସେଥିପ୍ରତି ଉତ୍ସାହିତ ହୋଇଥିଲେ । ସେବେଠାରୁ ଆବଶ୍ୟକ ଲମ୍ବ ହେବା ଯାଏଁ ସେ କେଶର ଯତ୍ନ ନେଇଥିଲେ । ଏବେ ପ୍ରାୟ ଦୀର୍ଘ ୫ ବର୍ଷ ପରେ ସେ ୧୮ ଇଞ୍ଚ ଲମ୍ବର କେଶ ଦାନ କରିଛନ୍ତି । କ୍ୟାନ୍ସର ପୀଡ଼ିତଙ୍କ ଉଦ୍ଦେଶ୍ୟରେ ନିୟମିତ କେଶ ଦାନ ଅଭିଯାନ ଚଳାଇ ଆସୁଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସୋପଭା ଟ୍ରଷ୍ଟ’ ପକ୍ଷରୁ ବିନୋଦଙ୍କ ପ୍ରୟାସକୁ ପ୍ରଶଂସା କରାଯିବା ସହ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଆଗକୁ ଅଙ୍ଗଦାନ କରିବାକୁ ଇଚ୍ଛୁକ ଥିବା ମଧ୍ୟ ବିନୋଦ କହିଛନ୍ତି ।

କଟକ ଗାନ୍ଧୀପଲ୍ଲୀ କୁଷ୍ଠାଶ୍ରମ ସରକାରୀ କ୍ୱାର୍ଟର୍ସରେ ମହିଳାଙ୍କୁ ବିଭତ୍ସ ହତ୍ୟା  

ନନ୍ଦିଘୋଷ ବ୍ୟୁରୋ: କଟକ ଗାନ୍ଧୀପଲ୍ଲୀ କୁଷ୍ଠାଶ୍ରମ ସରକାରୀ କ୍ୱାର୍ଟର୍ସରେ ରହୁଥିବା ଜଣେ  ମହିଳାଙ୍କୁ ବୀଭତ୍ସ ହତ୍ୟା। ମୃତକ ହେଲେ ପ୍ରିୟତମା ଦଳାଇ। ପ୍ରିୟତମାଙ୍କୁ ହତ୍ୟା କଲା ପଡ଼ୋଶୀ  ସନ୍ତୋଷ ସିହ୍ନା। ସନ୍ତୋଷକୁ ଅଟକାଇବାକୁ ଯାଇ ତାଙ୍କ ମା ବିଜୁଳିରାଣୀ ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି। ସନ୍ତୋଷ ସହିତ ତାଙ୍କ ପଡୋଶୀ ପ୍ରିୟତମାଙ୍କ ସ୍ବାମୀଙ୍କ ମଧ୍ଯରେ କଳହ ଘଟୁଥିଲା। ଏନେଇ ମାମଲା ଥାନାକୁ ମଧ୍ୟ ଯାଇଥିଲା। ସନ୍ତୋଷ ଆଉ ଝଗଡା କରିବେ ନାହିଁ ବୋଲି ଥାନାକୁ ଜଣାଇବା ପରେ ବିବାଦ ପ୍ରଶମିତ ହୋଇଥିଲା। କିନ୍ତୁ ସନ୍ତୋଷ ଏନେଇ ରାଗ ରଖିଥିଲେ ଆଜି ପୂର୍ବ ଯୋଜନା ମୁତାବକ ସେ ଏକ କଟୁରୀ ରେ ତାଙ୍କୁ ଆକ୍ରମଣ କରିଥିଲେ। ପ୍ରିୟତମାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା। ଅଭିଯୁକ୍ତ ସନ୍ତୋଷ ସିହ୍ନାକୁ ଗିରଫ କରିଛି ପୋଲିସ।

୪ଟି ବିଶ୍ୱ ରେକର୍ଡ କରିବାକୁ ଯାଉଛି ମହାକୁମ୍ଭ ମେଳା

ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିବାକୁ ଯାଉଛି ପ୍ରୟାଗରାଜ ମହାକୁମ୍ଭ ମେଳା । ଫେବୃଆରୀ ୧୭ ରେ ସରିବ ମହାକୁମ୍ଭ ମେଳା। ଏହି ମହାଆୟୋଜନ ୪ଟି ବିଶ୍ୱ ରେକର୍ଡ କରିବାକୁ ଯାଉଛି । ଯାହା ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ସମାଜ ସେବାର ବାର୍ତ୍ତା ପ୍ରସାର କରିବ। ମହାକୁମ୍ଭରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଟିମ୍ ଉପସ୍ଥିତ ରହି ମାନ୍ୟତା ପ୍ରଦାନ କରିବେ । ମେଳା ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ମହାକୁମ୍ଭର ପ୍ରଥମ ରେକର୍ଡ ଫେବୃଆରୀ ୧୪ ରୁ ଆରମ୍ଭ ହେବ । ଏହି ଦିନ, ସଙ୍ଗମ ଅଞ୍ଚଳରେ ୧୫ ହଜାର ସଫେଇ କର୍ମଚାରୀ ୧୦ କିଲୋମିଟର ଲମ୍ବା ଗଙ୍ଗା କୂଳକୁ ସଫା କରିବେ । ମହାକୁମ୍ଭ ୨୦୧୯ରେ ୧୦ ହଜାର ସଫେଇ କର୍ମଚାରୀ ଏକାଠି ସଫେଇ କରି ଏକ ରେକର୍ଡ ସ୍ଥାପନ କରିଥିଲେ, ଯାହାକୁ ଏବେ ୧୫ ହଜାର ସଫେଇ କର୍ମଚାରୀ ଏକାଠି ଭାଙ୍ଗିବେ ।

ଦ୍ୱିତୀୟ ରେକର୍ଡ ହେଇଛି ଫେବୃଆରୀ ୧୫ ତାରିଖରେ, ୩୦୦ ଜଣ ସଫେଇ କର୍ମଚାରୀ ଗଙ୍ଗା ଏବଂ ଯମୁନା ନଦୀ କୂଳରେ ସଫେଇ ଅଭିଯାନ କରିବେ । ଏଥିରେ ନଦୀ କୂଳ ଏବଂ ଜଳ ସ୍ରୋତ ସମ୍ପୂର୍ଣ୍ଣ ସଫା ରହିବ। ଏହି ଅଭିଯାନ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱକୁ ଦର୍ଶାଇବା ସହ ପରିବେଶ ବିଷୟରେ ସମସ୍ତଙ୍କୁ ସଚେତନ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବ

ତୃତୀୟ ରେକର୍ଡ ହେଉଛି ଫେବୃଆରୀ ୧୬ ତାରିଖରେ ତ୍ରିବେଣୀ ମାର୍ଗରେ ୧୦୦୦ ଇ-ରିକ୍ସାର ସବୁଠାରୁ ଲମ୍ବା ପରେଡ୍ ଆୟୋଜନ କରାଯିବ। ଏହି ରେକର୍ଡ ପରିବେଶ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ପ୍ରୟାସ ଦ୍ୱାରା ମହାକୁମ୍ଭକୁ ପ୍ରଦୂଷଣ ମୁକ୍ତ କରିବାର ଉଦ୍ଦେଶ୍ୟ ମଧ୍ୟ ହାସଲ ହେବ ।

ଚତୁର୍ଥ ରେକର୍ଡ ହେଉଛି ଫେବୃଆରୀ ୧୭ ତାରିଖରେ ମହାକୁମ୍ଭରେ ୧୦ ହଜାର ଲୋକଙ୍କ ହାତ ଛାପ ନିଆଯିବ। ଏହି ରେକର୍ଡ ପରିଷ୍କାର ପରିଚ୍ଛନ୍ନତା ଏବଂ ପରିବେଶ ସମ୍ପର୍କରେ ସଚେତନତା ପ୍ରସାର କରିବାର ଏକ ଅନନ୍ୟ ଉପାୟ ହେବ। ଏହି ରେକର୍ଡ କରିବା ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି ସମାପ୍ତ କରିଛି।

ଏହି ଚାରୋଟି ରେକର୍ଡ ତିଆରି ସମୟରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଟିମ୍ ଉପସ୍ଥିତ ରହିବେ। ସେମାନେ ଏହି ପ୍ରକ୍ରିୟାଗୁଡ଼ିକୁ ତଦାରଖ କରିବା ସହ ସଠିକ୍ ଭାବରେ ସମାପ୍ତ ହେବା ପରେ ରେକର୍ଡଗୁଡ଼ିକୁ ଚିହ୍ନଟ କରିବେ।