spot_img
Home Blog Page 128

ତୃଣମୂଳ ସ୍ତରରେ ସଶକ୍ତ ହେବେ ଯୁବପିଢ଼ି, ଶକ୍ତି ଯୋଗାଇବ ଯୁବ ଶକ୍ତି ଟ୍ରଷ୍ଟ

ଭୁବନେଶ୍ବର : ସ୍ବାମୀ ବିବେକାନନ୍ଦଙ୍କ ୧୬୪ ତମ ଜନ୍ମତିଥିରେ ଗଠିତ ହେଲା ଯୁବଶକ୍ତି ଟ୍ରଷ୍ଟ । ଜାତୀୟ ଯୁବ ଦିବସ ଅବସରରେ ଉନ୍ମୋଚିତ ହେଲା ଯୁବଶକ୍ତିର ଲୋଗୋ । ଟ୍ରଷ୍ଟର ପ୍ରତିଷ୍ଠାତା ଅମିତ୍ ମଲ୍ଲିକଙ୍କ ନେତୃତ୍ୱରେ ଭୁବନେଶ୍ବର ପ୍ରେସ କ୍ଲବ ପରିସରରେ ଆୟୋଜିତ ହେଲା ଏହାର ପ୍ରଥମ ଅଧିବେଶନ । କାର୍ଯ୍ଯକ୍ରମରେ ପୁରୀ ସଂସଦ ଶୁଭାଶିଷ ଖୁଣ୍ଟିଆ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ସାଂସଦ ତଥାଗତ ସତପଥି ଓ ଯୁବନେତା ମନ୍ମଥ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ଯୁବ ନେତୃତ୍ୱ, ନିର୍ଭୀକତା, ସଙ୍ଘର୍ଷକୁ ନେଇ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ବହୁ ସାମ୍ବାଦିକ, ଡାକ୍ତର ଓ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ଶକ୍ତି, ସଂକଳ୍ପ ଓ ସମ୍ଭାବନା ରେ ନାରୀଙ୍କ ନେତୃତ୍ୱକୁ ନେଇ କରାଯାଇଥିଲା ଆଲୋଚନା । ଏହି ଆଲୋଚନାଚକ୍ରରେ ଇଣ୍ଡଲଜ ପ୍ରତିଷ୍ଠାତା ସୁକ୍ରିତି ପଟ୍ଟନାୟକ, ଚାନ୍ଦି ଭଣ୍ଡାରର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ହଂସ, ଡା. ସ୍ଥିତିପ୍ରଜ୍ଞା ବେହେରା ଓ ତାନିଶା ମହାପାତ୍ର ନିଜ ନିଜ ମତ ରଖିଥିଲେ । ତୃତୀୟ ଅଧିବେଶନରେ ଯୁବଶକ୍ତି ଉପରେ ଆଲୋଚନା ହୋଇଥିଲା । ଆଲୋଚନାରେ ବିଧାୟକ ପବିତ୍ର ସାଉଁଟା, ଫୋକସପ୍ଲସର ମୁଖ୍ୟ ସୁଧାଂଶୁ ରାଉତ ଏବଂ ବାମପନ୍ଥୀ ନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖ ଯୋଗ ଦେଇଥିଲେ । ରାଷ୍ଟ୍ରଗଠନ ଏବଂ ସାମାଜିକ ପରିବର୍ତ୍ତନରେ ଯୁବବର୍ଗଙ୍କ ସକ୍ରିୟ ଯୋଗଦାନ ଆବଶ୍ଯକ । ତେଣୁ ଆଗାମୀ ଦିନରେ ହଜାର ହଜାର ଯୁବକଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ଟ୍ରଷ୍ଟ । ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ଏହାକୁ ଏହାକୁ ବିସ୍ତୃତ ଭବେ ଆଲୋକପାତ କରିଥିଲେ ଯୁବଶକ୍ତି ଟ୍ରଷ୍ଟର ପ୍ରତିଷ୍ଠାତା ଅମିତ କୁମାର ମଲ୍ଲିକ ।

ସରକାରୀ ନିର୍ଦ୍ଦେଶକୁ ବେଖାତିର : ମାନୁ ନାହାନ୍ତି ଠିକାଦାର, ବଢୁଛି ପ୍ରଦୂଷଣ

କଟକ : ସରକାରୀ ନିର୍ଦ୍ଦେଶକୁ ବେଖାତିର । ମାନୁ ନାହାନ୍ତି ଠିକାଦାର, ବଢୁଛି ପ୍ରଦୂଷଣ । ରାସ୍ତା ଧୂଳିରେ ନୟାନ୍ତ ଲୋକେ । ଘରେ ପଶୁଛି ପାଉଁଶ ଗୁଣ୍ଡ । କଚ୍ଛପ ଗତିରେ ଚାଲିଛି କଟକ ଚହଟା ଗୋଲେଇ ଛକ ଠାରୁ ମଧୂସୁଦନ ସେତୁ ପର୍ଯ୍ୟନ୍ତ ରିଙ୍ଗରୋଡ କାମ । ଦେଢ଼ ବର୍ଷହେଲା କାମ ଆରମ୍ଭ ହୋଇଥିଲେ ବି ସରିବାର ନାଁ ନେଉନି । ଖାଲ ପୋତିବା ପାଇଁ ପାହାଡ ଭଳି ମାଟି ଓ ପାଉଁଶ ଆଣି ଜମା କରାଯାଉଛି । ରାସ୍ତା ଉପରେ ୩ ଥର ପାଣି ସିଞ୍ଚନ କରିବାକୁ ସରକାରୀ ସ୍ତରରେ ନିର୍ଦ୍ଦେଶ ଥିଲେ ବି ଏହାକୁ ମାନୁ ନାହାନ୍ତି ଠିକାଦାର । ଫଳରେ ପ୍ରଦୂଷଣରେ ଅତିଷ୍ଠ ହେଲେଣି ଲୋକେ । ଘର, ଆଖପାଖ ଦୋକାନ, ଗାଡ଼ି ସହୁ ଧୂଳି ଓ ପାଉଁଶ ଗୁଣ୍ଡରେ ପୋତି ହେଉଛି । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅଭିଯୋଗ ପରେ ବାରବାଟୀ କଟକ ବିଧାୟିକା ସଂପୃକ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକାରୀଙ୍କୁ ବିଳମ୍ବ ନେଇ ସ୍ପଷ୍ଟିକରଣ ମାଗିବା ସହ ତୁରନ୍ତ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୨.୬ କିଲୋମିଟର ଏହି ରାସ୍ତା ନିର୍ମାଣ କାମ ପାଇଁ ମୋଟ ୪୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତେବେ କାମ ବିଳମ୍ବ ଯୋଗୁଁ ଅସୁବିଧା ଭୋଗୁଛନ୍ତି ଲୋକେ । ସରକାରୀ ସ୍ତରରେ ପ୍ରଦୂଷଣ ପାଇଁ କଟକଣା ସହ ଫାଇନ ବ୍ଯବସ୍ଥା ରହିଛି । ହେଲେ ଏହି ନିର୍ମାଣଧୀନ କାମ ଉପରେ ପ୍ରଶାସନ କାର୍ଯ୍ଯାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି ।

ମୁଣ୍ଡ ଗଡୁଛି, ଚିନ୍ତା ବଢୁଛି : ହିଟ୍ ଆଣ୍ଡ ରନରେ ଯାଉଛି ଜୀବନ

ଭୁବନେଶ୍ୱର : ମୁଣ୍ଡ ଗଡୁଛି, ଚିନ୍ତା ବଢୁଛି । ହିଟ୍ ଆଣ୍ଡ ରନରେ ଯାଉଛି ଜୀବନ । କାଗଜ କଲମରେ ଚାଲିଛି ସଡ଼କ ସୁରକ୍ଷା । ଏହି ଦୃଶ୍ୟ ଯେତିକି କଷ୍ଟ ଦାୟକ, ସେତିକି ହୃଦୟ ବିଦାରକ । କାନ୍ଦରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ ପରିସର । ଦୁଇଟି ଦୁର୍ଘଟଣାରେ ରାଜଧାନୀରେ ଗଡ଼ିଛି ଦୁଇଟି ମୁଣ୍ଡ । ସନ୍ଧ୍ୟା ସମୟରେ କ୍ୟାପିଟାଲ ଥାନା ଅଧିନ ରାଜୀବ ଭବନ ସମ୍ମୁଖରେ ଗୋଟିଏ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ଠିକ ତାର ପରେ ପରେ ପାହାଳ ଥାନା ଅନ୍ତର୍ଗତ ହଂସପାଳରେ ହିଟ ଆଣ୍ଡ ରନରେ ସାଲିଆ ସାହିର ଦିଲ୍ଲୀପ କୁମାର ବେହେରାଙ୍କ ଅକାଳ ମୃତ୍ୟୁ । ରଙ୍ଗ କାମ କରି ପେଟ ପୋସନ୍ତି ଦିଲ୍ଲୀପ । ଘରେ ସ୍ତ୍ରୀ ଓ ୭ ବର୍ଷର ଛୁଆ । ସେପଟେ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଜବତ କରିବା ସହ ରାଜସ୍ଥାନର କିଲର ଡ୍ରାଇଭର କାଶ୍ମୀର ସିଂକୁ କୋର୍ଟଚାଲାଣ କରିଛି ପୋଲିସ ।

ଗୋଟିଏ ପଟେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସହର ଭିତରକୁ ଭରିଯାନ ପ୍ରବେଶ ନିଷେଧ କରାଯାଇଛି । କିନ୍ତୁ ପୋଲିସର ନିୟମ ଏବେ ପାଣିର ଗାର ସଦୃଶ ପାଲଟିଛି । କେବଳ ଓଡ଼ିଶାରେ ପ୍ରତିଦିନ ୧୫ ରୁ ୧୭ ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ସାରା ଦେଶରେ ଦିନକୁ ଗଡୁଛି ପାଖାପାଖି ୫ ଶହ ମୁଣ୍ଡ । ସଡକ ସୁରକ୍ଷା ସପ୍ତାହ ପାଳନ ଆଳରେ ପଲ୍ୟୁସନ, ସ୍ପିଡ଼ ଡ୍ରାଇଭ, ରଙ୍ଗ ରୁଟ ଡ୍ରାଇଭ, ଟ୍ରିପଲ ରାଇଡିଂ ରେ କୋଟି କୋଟି ଟଙ୍କାର ଫାଇନ କଟୁଛି । କିନ୍ତୁ ପରିବହନ ବିଭାଗ, ପୋଲିସ ଓ ଏନଏଚଆଇ ମଧ୍ୟରେ ବିଭାଗୀୟ ତାଳମେଳ ରହୁନଥିବାରୁ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ। କାଗଜ ପତ୍ରରେ ସଡକ ସୁରକ୍ଷା ଚାଲିଥିବା ବେଳେ ଏହାର କୌଣସି ବାସ୍ତବତା ନଥିବା କହିଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ । ଓଡ଼ିଶାରେ ଘଟୁଥିବା ରାସ୍ତା ଦୁର୍ଘଟଣା ଓ ନିରାକରଣ ଦିନରେ ଏକାଧିକ ଥର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ଅବସ୍ଥା ଯଥା ପୂର୍ବାଂ ତଥା ପରଂ ।

ଭେନେଜୁଏଲା ରାଷ୍ଟ୍ରପତିଙ୍କୁ କିପରି ଉଠାଇ ନେଇଥିଲା ଆମେରିକା, କ’ଣ ଘଟିଥିବା ସେଦିନ ରାତିରେ……

ଜାନୁଆରୀ ୩ ତାରିଖରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମଦୁରୋଙ୍କୁ ଉଠାଇ ନେଇଥିଲା ଆମେରିକା । ଏହି ଅପରେସନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିଜ ଦେଶରେ ଥାଇ ଦେଖୁଥିଲେ । ଆମେରିକା ସେନା ମଦୁରୋ ଓ ତାଙ୍କ ପତ୍ନୀ ସିଲିୟା ଫ୍ଲୋରେସଙ୍କୁ କରାକସରୁ ଉଠାଇ ନେଇଥିଲା । ଯେଉଁ ସମୟରେ ମିଲିଟାରୀ ଆକ୍ସନ ହୋଇଥିଲା, ସେହି ସମୟରେ ଭେନେଜୁଏଲାର ସବୁଠାରୁ ଆଡଭାନ୍ସ ଋଷୀୟ ଏୟାର ଡିଫେନ୍ସ ସିଷ୍ଟମ ଫେଲ୍ ମାରିଥିଲା । ଋଷ ଠାରୁ କିଣାଯାଇଥିବା S-300 ଓ Buk-M2 ପରି ସିଷ୍ଟମ ଓ ଅନେକ ମିସାଇଲ ଲଞ୍ଚର ଗୋଦାମରେ ରଖାଯାଇଥିଲା । ଏଗୁଡ଼ିକୁ ସୈନିକ ଚଳାଇ ପାରିନଥିଲେ ।

ଏହି କାରଣରୁ ଭେନେଜୁଏଲାର ଏୟାର ସ୍ପେସରେ ପ୍ରବେଶ କରିବା ଆମେରିକା ପାଇଁ ବହୁତ ସହଜ ହୋଇଯାଇଥିଲା । ଏହି ଏୟାର ଡିଫେନ୍ସ ସିଷ୍ଟମ ଭେନେଜୁଏଲା ଓ ଋଷର  ନିବିଡ଼ ବନ୍ଧୁତ୍ବକୁ ପ୍ରତିପାଦିତ କରିଥିଲା । ୨୦୦୯ରେ ଆମେରିକା ସହ ଉତ୍ତେଜନା ମଧ୍ୟରେ ଭେନେଜୁଏଲା ଏହାକୁ ଋଷଠାରୁ କିଣିଥିଲା । ଏହି ହତିଆର ଆମେରିକାର କୌଣସି ହମଲାକୁ ରୋକିବାକୁ ସକ୍ଷମ ହେବ ବୋଲି ସେ ସମୟରେ ଭେନେଜୁଏଲା ରାଷ୍ଟ୍ରପତି କହିଥିଲେ, ମାତ୍ର ସେପରି ହୋଇନଥିଲା ।

ନ୍ୟୁୟର୍କ ଟାଇମ୍ସର ଯାଞ୍ଚରେ ଜଣାପଡ଼ିଥିଲା ଯେ, ହମଲା ସମୟରେ ଏୟାର ଡିଫେନ୍ସ ସିଷ୍ଟମର କିଛି ଅଂଶ ଏବେ ବି ଗୋଦାମରେ ପଡ଼ିରହିଥିଲା ଓ ମୁତୟନ କରାଯାଇନଥିଲା । ତେଣୁ ଏଥିରୁ ସ୍ପଷ୍ଟ ହେଉଛି, ଚେତାବନୀ ପରେ ବି ଭେନେଜୁଏଲର ଆମେରିକା ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲା । ପୂର୍ବତନ ସିଆଇଏ ଅଧିକାରୀଙ୍କ ମତରେ, କିଛି ବର୍ଷ ଧରି ଚାଲିଆସିଥିବା ଭ୍ରଷ୍ଟାଚାର, ଖରାପ ବ୍ୟବସ୍ଥା ଓ ଅନ୍ତରାଷ୍ଟ୍ରୀୟ ପ୍ରତିବନ୍ଧକ ଭେନେଜୁଏଲାର ଏୟାର ଡିଫେନ୍ସ ସିଷ୍ଟମକୁ ବହୁତ ଦୁର୍ବଳ କରିଦେଇଥିଲା । ଏହି ସିଷ୍ଟମକୁ ଚାଲୁ ରଖିବାର ଦାୟିତ୍ବ ଋଷର ମଧ୍ୟ ରହିଥିଲା । କାରଣ ଋଷୀୟ ଟ୍ରେନର ଓ ଟେକ୍ନିସିଆନ ହିଁ ଏହାକୁ ଅପରେଟ କରିବାରେ ସହାୟତା କରିଥିଲେ ।

ଏକ୍ସପର୍ଟଙ୍କ ମୁତାବକ, ୟୁକ୍ରେନ ଯୁଦ୍ଧରେ ସାମିଲ ହେବା କାରଣରୁ ଋଷ, ଭେନେଜୁଏଲ ଏହି ସିଷ୍ଟମ ଉପରେ ଧ୍ୟାନ ଦେଇ ପାରିନଥିଲେ । ଋଷ ଜାଣିଶୁଣି ଏହାକୁ ଠିକରେ କାମ କରିବାକୁ ଦେଇ ନଥିଲା ବୋଲି କିଛି ପୂର୍ବ ଆମେରିକୀୟ ଅଧିକାରୀ କହିଛନ୍ତି । ଭେନେଜୁଏଲା ଋଷ ଠାରୁ ହତିଆର କିଣିଥିଲେ ହେଁ ସ୍ପୟାର ପାର୍ଟସ ଓ ଟେକନିକ ସହାୟତା ପାଇବା ମୁସ୍କିଲ ହୋଇଯାଇଥିଲା । ତାହାକୁ ଠିକ କରିବାର କ୍ଷମତା ଓ ଠିକରେ ଚଳାଇବାର ଅନୁଭବ ଭେନେଜୁଏଲା ନିକଟରେ ନଥିଲା ।

ଆମେରିକା ହମଲା ପରେ ସେନା ସମ୍ପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ରାଡାର ଚାଲୁ ନଥିଲା, ସୈନିକ ଠକ ଜାଗାରେ ମୁତୟନ ନଥିଲେ । ଆମେରିକା ବିମାନକୁ କୌଣସି ବିପଦ ନଥିଲା । ଆମେରିକା ଆକ୍ରମଣରେ ଚୀନ ଠାରୁ ମିଳିଥିବା ରାଡାର ମଧ୍ୟ ଧ୍ବଂସ ହୋଇଯାଇଥିଲା ।

୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି Meta: ରିପୋର୍ଟ

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକର ସ୍ବାମୀତ୍ବ କମ୍ପାନୀ ମେଟା ନିଜର ରିୟଲିଟୀ ଲ୍ୟାବସ ଡିଭିଜନର ପାଖାପାଖି ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି । କାରଣ କମ୍ପାନୀ ପରବର୍ତ୍ତୀ ପୀଢ଼ିର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିର୍ମାଣ କରିବା ଦିଗରେ ଗୁରୁତ୍ବାରୋପ କରିବ । ଏକ ରିପୋର୍ଟ ମୁତାବକ, ଏହି ଛଟେଇ ବାବଦରେ ମେଟା ମଙ୍ଗଳବାର ଘୋଷଣା କରିପାରେ । ଏହାଦ୍ବାରା ମୁଖ୍ୟତଃ ଭର୍ଚୁଆଲ ରିୟଲିଟୀ ହେଡସେଟ ଓ ମେଟାଭର୍ସ ୟୁନିଟ ଭିତରେ VR-ଆଧାରିତ ସୋସିଆଲ ନେଟଓ୍ବାର୍କ ଉପରେ କାମ କରୁଥିବା କର୍ମଚାରୀମାନେ ପ୍ରଭାବିତ ହେବେ ।

ରିୟଲିଟୀ ଲ୍ୟାବସରେ ପାଖାପାଖି ୧୫ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏହି ଛଟେଇ ହେଉଛି ମେଟାର ମୋଟ ୭୮ ହଜାର କର୍ମଚାରୀଙ୍କ ଏକ ଛୋଟ ଅଂଶ । ତେବେ ଏହି ଛଟେଇ ୧୦ ପ୍ରତିଶତରୁ ଅଧିକ ହୋଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ମେଟା ସିଟିଓ ଓ ରିୟଲିଟୀ ଲ୍ୟାବସ ମୁଖ୍ୟ Andrew Bosworth ଏକ ବୈଠକ ଡକାଇବା ପାଇଁ ଏହି ଛଟେଇ ଖବର ସାମ୍ନାକୁ ଆସିଥିଲା । ରିୟଲିଟୀ ଲ୍ୟାବ ମେଟା ପାଇଁ ଏକ ମହଙ୍ଗା ଜୁଆ ଭାବେ ଉଭା ହୋଇଛି । ଗତ ୨୦୨୦ ପରଠାରୁ ଏହା ୭୦ ବିଲିୟନ ଡଲାରରୁ ଅଧିକ କ୍ଷତି ସହିଛି ।

ବିପଦରେ ପାଚିକା : ସରକାରୀ ସ୍କୁଲରେ ଗ୍ୟାସ ବଦଳରେ ଚୁଲିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ

ମୋହନା : ମିଳୁନି ଗ୍ୟାସ । ସରକାରୀ ସ୍କୁଲରେ ଗ୍ୟାସ ବଦଳରେ ଚୁଲିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ । ବିପଦରେ ପାଚିକା । ଗଜପତି ଜିଲ୍ଲାରୁ ଆସିଛି ମିଡ-ଡେ’ ମିଲର ବିକଳ ଚିତ୍ର । ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ସରକାର ଗ୍ୟାସ ଚୁଲା ଯୋଗାଇ ଦେଉଛନ୍ତି । ହେଲେ ତାହା କାମରେ ଲାଗୁନି । ପାଚିକା ମାନେ ବିପଦଶଙ୍କୁଳ ଭାବେ ଛାତ୍ରଛାତ୍ରୀଙ୍କୁ ରୋଷେଇ କରି ଖାଇବାକୁ ଦେଉଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ମାନେ ଗ୍ୟାସ ସିଲିଣ୍ଡର ଭରିକି ଦେଉନଥିବାରୁ କାଠରେ ରୋଷେଇ କରୁଥିବା ଅଭିଯୋଗ କରିଛନ୍ତି ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା ।

ଗଜପତି ଜିଲ୍ଲାର ଆହୁରି ଅନେକ ବିଦ୍ୟାଳୟକୁ ଏଯାଏଁ ଗ୍ୟାସ ଚୁଲା ବି ମିଳିନାହିଁ । ସରକାର ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । ହେଲେ ବିଦ୍ୟାଳୟରେ କାହିଁକି କାଠ ମାଧ୍ୟମରେ ରୋଷେଇ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟକୁ ଜାଳେଣି ବାବଦକୁ ୭୬ ପଇସା ଦେଉଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ଟଙ୍କା ଦେଉଛନ୍ତି । ଏତେ କମ ଟଙ୍କାରେ ରନ୍ଧନ ଗ୍ୟାସରେ ରୋଷେଇ କରିବା ସମ୍ଭବ ହେଉନଥିବା ଅଭିଯୋଗ ହୋଇଛି । ସରକାର ଏ ଦିଗରେ ପଦକ୍ଷେପ ନେଇ ଜାଳେଣି ବାବଦକୁ ଅର୍ଥ ରାଶି ବଢାଇବାକୁ ଦାବି ହୋଇଛି । ସୁରକ୍ଷିତ ରହି ରୋଷେଇ କରିବା ପାଇଁ ସମସ୍ତ ବ୍ୟବସ୍ଥା ସରକାର କରୁଛନ୍ତି । ହେଲେ କାହିଁକି ପାଚିକା ମାନଙ୍କୁ ଏଭଳି ବିପଦକୁ ଠେଲି ଦିଆଯାଉଛି ? କେବେ ସ୍କୁଲ ମାନଙ୍କୁ ଯୋଗାଇ ଦିଆଯିବ ଗ୍ୟାସ ? ତାକୁ ହିଁ ଅପେକ୍ଷା ।

ସ୍ଵାସ୍ଥ୍ୟକେନ୍ଦ୍ରରେ ଜଳାଭାବ, କିଡନୀ ରୋଗୀଙ୍କ ଡାଇଲିସିସ୍ ପାଇଁ ମିଳୁନି ଆବଶ୍ୟକୀୟ ପାଣି

ମାଥିଲି : ଡାଇଲିସିସ୍ ପାଇଁ ଜଳ ନିଅଣ୍ଟ । କିଡନୀ ରୋଗୀ ପ୍ରଭାବିତ । ୮ ମାସ ହେବ ହୀନସ୍ତା ଭୋଗୁଛନ୍ତି ରୋଗୀ । ନିଘୋଡ ନିଦ୍ରାରେ ପ୍ରଶାସନ । ମାଲକାନଗିରି ଜିଲ୍ଲା ମାଥିଲି ସଦର ସବଡିଭିଜନ ମେଡିକାଲରୁ ଆସିଛି ସ୍ଵାସ୍ଥ୍ୟସେବାର ବିକଳ ଚିତ୍ର । ମେଡିକାଲରେ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ଯନ୍ତ୍ରାଂଶ ଲାଗିଛି । ହେଲେ ଜଳ ନିଅଣ୍ଟରୁ ଦୈନିକ ମାତ୍ର ୪ ଗୋଟି ରୋଗୀଙ୍କ ଡାଇଲିସିସ୍ ହୋଇପାରୁଛି । ଅନ୍ୟ ରୋଗୀ ମାନେ ଅପେକ୍ଷା କରି ହଟହଟା ହେଉଛନ୍ତି ।

ମାଥିଲି ସବଡିଭିଜନ ମେଡିକାଲ ଉପରେ ଦୈନିକ ଶହ ଶହ ରୋଗୀ ନିର୍ଭର କରନ୍ତି । ଖଇରପୁଟ, ମାଥିଲି, କୁଡୁମୁଲୁଗୁମ୍ମା ଠାରୁ ଆରମ୍ଭ କରି ପଡୋଶୀ ଛତିଶଗଡ ସୀମାନ୍ତ ଗାଁ ଗଣ୍ଡାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସନ୍ତି ।  ହେଲେ ମେଡିକାଲରେ ଆବଶ୍ୟକତା ଅନୁସାରେ ଜଳ ନଥିବାରୁ ରୋଗୀ ବହୁ ହଇରାଣ ହେଉଛନ୍ତି । ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୃତି ଦେଇଥିବା କହିଛନ୍ତି ଭାରପ୍ରାପ୍ତ ଡାକ୍ତର । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ରୋଗୀଙ୍କୁ ଉତ୍ତମ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇଛି ।

ଉଦୟଗିରିରେ ଆରମ୍ଭ ହୋଇଛି ଗୁରୁ ପଦ୍ମସମ୍ଭବଙ୍କ ମହାସମାବେଶ…

ଚଣ୍ଡିଖୋଲ : ଚଳଚଞ୍ଚଳ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି । ବୁଦ୍ଧଂ ଶରଣଂ ଗଚ୍ଛାମି ଶବ୍ଦରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରିରେ ଆରମ୍ଭ ହୋଇଛି ଗୁରୁ ପଦ୍ମସମ୍ଭବଙ୍କ ମହାସମାବେଶ । ଯେଉଁଥିରେ ଏକାଠି ହୋଇଛନ୍ତି ୧୭ଟି ଦେଶରୁ ଆସିଥିବା ୨ ହଜାର ବୌଦ୍ଧ ଧର୍ମାବଲମ୍ବୀ ଓ ବୌଦ୍ଧ ଗୁରୁ । ଗୁରୁ ପଦ୍ମସମ୍ଭବ ଦ୍ୱିତୀୟ ବୁଦ୍ଧ ଉପାଧି ପାଇଛନ୍ତି । ସେ ଓଡ଼ିଶା ସହ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ରହି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିଥିଲେ ।

ଲାଇଟ ଅଫ ବୁଦ୍ଧ ଫାଉଣ୍ଡେସନ ପକ୍ଷରୁ ଏହି ମହାସମାବେଶ ଆୟୋଜନ କରାଯାଇଛି । ବୌଦ୍ଧ କୀର୍ତ୍ତିରାଜି ବହନ କରୁଥିବା ହୀରକ ତ୍ରିଭୁଜ ଉଦୟଗିରି, ରତ୍ନଗିରି, ଲଳିତଗିରିରେ ବୌଦ୍ଧ ଭିକ୍ଷୁ ମାନେ ସାରା ବିଶ୍ଵକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରୁଛନ୍ତି । ଉଦୟଗିରି ଠାରେ ପାଞ୍ଚ ଦିନ ଧରି ଏହି ସମାବେଶ ଅନୁଷ୍ଠିତ ହେଉଛି । ସମାବେଶରେ ଯୋଗ ଦେଇଥିବା ବୌଦ୍ଧ ଭିକ୍ଷୁ ମାନଙ୍କର ସମସ୍ତ ସୁବିଧା ସୁଯୋଗ ଓ ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଏବେ ୧୦ ମିନିଟରେ ମିଳିବନି ଅନଲାଇନ୍ ସାମଗ୍ରୀ, ସରକାର ନେଲେ ବଡ଼ ନିଷ୍ପତ୍ତି

ଡେଲିଭରୀ ବୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରମ ମନ୍ତ୍ରଣାଳୟ ୧୦ ମିନିଟର ଡେଲିଭରୀ ଉପରେ ରୋକ ଲଗାଇଛି । ଏନେଇ ବିଭାଗ ଦେଶର ପ୍ରମୁଖ ଅନଲାଇନ ଡେଲିଭରୀ କମ୍ପାନୀ ଯେପରିକି ସ୍ବିଗୀ, ଜୋମାଟୋ ସହ ଆଲୋଚନା କରିଛି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ମନସୁଖ ମଣ୍ଡାଭିୟା ବ୍ଲିଙ୍କିଟ, ଜେପ୍ଟୋ, ସ୍ବିଗୀ, ଜୋମାଟୋର ଅଧିକାରୀଙ୍କ ସହ କଥା ହୋଇଥିଲେ ଓ ଡେଲିଭରୀ ପାଇଁ ସମୟସୀମା ହଟାଇବାକୁ କହିଥିଲେ । ସବୁ କମ୍ପାନୀ ସରକାରଙ୍କୁ ଆଶ୍ବାସନା ଦେଇଥିଲେ ଯେ, ସେମାନେ ନିଜ ନିଜର ବ୍ରାଣ୍ଡ ଏଡ ସୋସିଆଲ ମିଡ଼ିଆରୁ ଡେଲିଭରୀର ସମୟସୀମା ହଟାଇବେ । ଏହାପରେ ବ୍ଲିଙ୍କିଟ ନିଜର ସବୁ ବ୍ରାଣ୍ଡରୁ ୧୦ ମିନିଟରେ ଡେଲିଭରୀ କରିବା ହଟାଇ ଦେଇଛି ।

ଦେଶରେ ଗତ ଡିସେମ୍ବର ୨୫ ଓ ୩୧ ଦିନ ଗିଗ ଓ୍ବାର୍କର୍ସଙ୍କ ବଡ଼ ହରତାଳ ହୋଇଥିଲା । ତା’ପରେ ସେମାନଙ୍କର ସୁରକ୍ଷାକୁ ନେଇ କଥା ହେବା ଆରମ୍ଭ ହୋଇଥିଲା । ଏବେ ସରକାର ଏହା ଉପରେ ଧ୍ୟାନ ଦେଇ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କାରର ୧୦ ମିନିଟର ଡେଲିଭରୀ ଚକ୍କରରେ ଅନେକ ଏପରି ମାମଲା ସାମ୍ନାକୁ ଆସିଥିଲା । ଅନେକ ସମୟରେ ଶୀଘ୍ର ଜିନିଷ ପହଞ୍ଚାଇବା ଚକ୍କରରେ ଡେଲିଭରୀ ବୟ ଦୁର୍ଘଟଣାର ଶିକାର ହେଉଥିଲେ । ମାତ୍ର ଏବେ ଆଉ ଉକ୍ତ ସମସ୍ୟା ଦେଖିବାକୁ ମିଳିବନି । ଡେଲିଭରି ଟାଇମଟାଇନ ସହ ଜଡ଼ିତ ଚିନ୍ତାକୁ ଦୂର କରିବା ପାଇଁ ବ୍ଲିଙ୍କିଟ, ଜୋମାଟୋ ଓ ସ୍ବିଗୀ ପରି ବଡ଼ ପ୍ଲାଟଫର୍ମ ସହ ଏକ ମିଟିଂ ହୋଇଥିଲା  । ବ୍ଲିଙ୍କିଟ ପ୍ରଥେମ ଏହି ନିର୍ଦ୍ଦେଶ ଉପରେ କାମ କରିଛି ଓ ନିଜର ବ୍ରାଣ୍ଡିଂରେ ୧୦ ମିନିଟର ଡେଲିଭରୀକୁ ହଟାଇ ଦେଇଛି ।

ଭାରତରେ ଲଞ୍ଚ ହେଲା ଏକ ନୂଆ ହେଡଫୋନ: ଥରେ ଚାର୍ଜ କଲେ ୧୦୦ ଘଣ୍ଟା ଚାଲିବ ମ୍ୟୁଜିକ୍

ନଥିଙ୍ଗର ସବ-ବ୍ରାଣ୍ଡ CMF ଭାରତରେ ନିଜର ନୂଆ ହେଡଫୋନ CMF ହେଡଫୋନ ପ୍ରୋ ଲଞ୍ଚ କରିଛି । ଏହାର ଦାମ୍ ୭,୯୯୯ ଟଙ୍କା ରଖାଯାଇଛି । ମାତ୍ର ଜାନୁଆରୀ ୨୦ରୁ ଏହା ଖାସ୍ ଲଞ୍ଚ ଅଫର କାରଣରୁ ୬,୯୯୯ ଟଙ୍କାରେ ଉପଲବ୍ଧ ହେବ । ଏହି ହେଡଫୋନ୍ସରେ ଆକ୍ଟିଭ ନଏଜ୍ କ୍ୟାନ୍ସଲେସନ ଦିଆଯାଇଛି, ଯାହା ଆଖପାଖାର ସାଉଣ୍ଡକୁ ୪୦dB ପର୍ଯ୍ୟନ୍ତ କମ୍ କରିପାରେ । ଏଥରେ ଅଲଗା ଅଲଗା ଲେବଲ ଚୟନ କରିବାର ବିକଳ୍ପ ମଧ୍ୟ ମିଳିବ । ଏହି ହେଡଫୋନ ଫ୍ଲିପକର୍ଟ ଓ ବଛା ବଛା ଅଫଲାଇନ ରିଟେଲ ଷ୍ଟୋର୍ସରେ ବିକ୍ରି ପାଇଁ ମିଳିବ । ଗ୍ରାହକମାନେ ଏହାକୁ Dark Grey, Light Green ଓ Light Grey ରଙ୍ଗରେ କ୍ରୟ କରିପାରିବେ ।

ହେଡଫୋନରେ ANC ବା ଆକ୍ଟିଭ ନଏଜ କ୍ୟାନ୍ସଲେସନର ସପୋର୍ଟ ମିଳିବ । CMF ମୁତାବକ, ହେଡଫୋନ ପ୍ରୋ ତାଙ୍କର ପ୍ରଥମ ଓଭର-ଇୟର ଓ୍ବାୟରଲେସ ହେଡଫୋନ, ଯାହାକି ଏଏନସି ସହ ଆସିଥାଏ । ଏଥିରେ ୪୦ ଏମଏମସହ ନିକେଲ-ପ୍ଲେଟେଡ ଡ୍ରାଇଭର୍ସ ଦିଆଯାଇଛି । ଏହ ହାଇବ୍ରିଡ ଆଡପ୍ଟିଭ ANC ସପୋର୍ଟ କରିଥାଏ, ଯାହା ଆଖପାଖର ଧ୍ବନିକୁ ୪୦ ଡିବି ପର୍ଯ୍ୟନ୍ତ କମ୍ କରିପାରେ । ଭଲ ସାଉଣ୍ଡ ପାଇଁ ଏଥିରେ ସିନେମା ଓ କନସର୍ଟ ପରି Spatial Audio ମୋଡ଼ ମଧ୍ୟ ମିଳିଥାଏ । ଏହା LDAC ଓ Hi-Res Audioକୁ ମଧ୍ୟ ସପୋର୍ଟ କରିଥାଏ ।