spot_img
Home Blog Page 1276

ଜେଡ୍ ମୋଡ୍ ଟନେଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନନ୍ଦିଘୋଷ ବ୍ୟୁରୋ: ଜାମୁ କାଶ୍ମୀରରେ ସୋନମର୍ଗ ପ୍ରକଳ୍ପର ଉଦଘାଟନ। ଜେଡ୍ ମୋଡ୍ ଟନେଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଉପସ୍ଥିତ ଥିଲେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା। ସୁଡ଼ଙ୍ଗ ନିର୍ମାଣ ପରେ ଲଦ୍ଦାଖକୁ ଯାତାୟାତ ସୁଗମ ହୋଇଛି। ଭାରତୀୟ ସେନାର ଅପରେସନରେ ସହାୟକ ହେବ ଏହି ସୁଡ଼ଙ୍ଗ। ଶୀତ ଋତୁରେ ପ୍ରବଳ ବରଫପାତ ସମୟରେ ମଧ୍ୟ ଦୁର୍ଗମ ଅଂଚଳରେ ପହଞ୍ଚିପାରିବେ ଭାରତୀୟ ସେନାର ଯବାନ।ଏହି ପ୍ରକଳ୍ପରେ ଦୁଇଟି ଟନେଲ ନିର୍ମାଣ କରାଯାଉଛି ।

୧୨ କିଲୋମିଟର ଦୂରତା ଏବେ କମି ୬ କିଲୋମିଟର ହୋଇଛି। ଏହି ଦୂରତା ପାର କରିବାକୁ ମାତ୍ର ୧୫ ମିନିଟ ସମୟ ଲାଗିବ। ୨୦୧୫ରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଗତ ବର୍ଷ ଏହି ସୁଡ଼ଙ୍ଗ ନିର୍ମାଣ କାମ ଶେଷ ହୋଇଥିଲା। ଜେଡ ମୋଡ୍ ସୁଡଙ୍ଗ ଦ୍ଵାରା ଶ୍ରୀନଗର- କାରଗିଲ- ଲେହ ରାଜପଥରେ ରହିଛି। ଏହି ଅଂଚଳରେ ସବୁଠାରୁ ଅଧିକ ବରଫପାତ ହୋଇଥାଏ। ଏହି ସୁଡ଼ଙ୍ଗ ନିର୍ମାଣ ପରେ ଏବେ ଯାତାୟାତ ଆହୁରି ସୁଗମ ହୋଇପାରିବ। ଜେଡ ମୋଡ ଟନେଲ ହେବା ଦ୍ଵାରା ଗଗନଗୀର ଏବଂ ସୋନମାର୍କ ମଧ୍ୟରେ ଯାତାୟାତ ସୁବିଧା ହେବ। ସେହିପରି ଅନ୍ୟ ଏକ ସୁଡ଼ଙ୍ଗର ଲମ୍ବ ରହିଛି ୧୪ କିଲୋମିଟର। ଏହା ଜୋଜିଲା ଏବଂ ବାଲଟାଲ ମଧ୍ୟରେ ରହିଛି।

କିଡନୀ ପାଇଁ ବିପଦ HMPV ଭାଇରସ !

ନନ୍ଦିଘୋଷ ବ୍ୟୁରୋ: ଚାଇନାରେ ବ୍ୟାପିଥିବା HMPV ଭାଇରସ ଧୀରେ ଧୀରେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଲାଣି । ଏହି ସଂକ୍ରମଣ ଭାରତରେ ମଧ୍ୟ ପାଦ ଥାପିସାରିଲାଣି । ଏହି ଭୂତାଣୁକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତାଗ୍ରସ୍ତ ଥିବା ବେଳେ ଭୂତାଣୁ ବିଷୟରେ ସଚେତନ ହେବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି । HMPV ଏକ ଶ୍ବାସକ୍ରିୟା ରୋଗ ଅଟେ ।  ଏହାର ଲକ୍ଷଣଗୁଡ଼ିକ କୋଭିଡ୍ -19ର ଲକ୍ଷଣ ପରି । କୋଭିଡ -19 ରେ ଜ୍ୱର, ମୁଣ୍ଡବିନ୍ଧା, କାଶ, ଶ୍ୱାସ ନେବାରେ ଅସୁବିଧା ଭଳି ଲକ୍ଷଣ ଥିଲା  । ଏହି ଲକ୍ଷଣ ମଧ୍ୟ ଏହି ଭାଇରସରେ ଦେଖାଯାଏ  । ଯଦିଓ ଏହା କୋଭିଡ ପରି ମାରାତ୍ମକ ନୁହେଁ  ।

HMPV ଭାଇରସ ବିଶେଷ ଭାବରେ ଶିଶୁ ଏବଂ ବୃଦ୍ଧଙ୍କୁ ପ୍ରଭାବିତ କରିଥାଏ  । ଏହି ଭାଇରସର ପ୍ରଭାବ ୨ ରୁ ୫ ବର୍ଷ ବୟସର ପିଲାମାନଙ୍କଠାରେ ଦେଖାଯାଉଛି । ଏହି ସଂକ୍ରମଣର ଆଗମନ ହେତୁ ସ୍ୱାସ୍ଥ୍ୟ ବିଭାଗରେ ଚିନ୍ତା ବଢିବାରେ ଲାଗିଛି। ଏଥି ସହିତ ସାଧାରଣ ଲୋକମାନେ ମଧ୍ୟ ଏଥିପାଇଁ ଚିନ୍ତିତ ଅଛନ୍ତି। କୋଭିଡ କାରଣରୁ ଶରୀରରେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଥିଲା । ଏହା HMPV ଦ୍ୱାରା ମଧ୍ୟ ହୋଇପାରେ କି ? କେତେକ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଭାଇରସ୍ କିଡନୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ବିଶେଷଜ୍ଞମାନେ କହିଛନ୍ତି ଯେ, ଭାଇରସ୍ କିଡନୀ ଉପରେ ସିଧାସଳଖ ପ୍ରଭାବ ପକାଇବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତଥାପି, HMPV କିଡନୀକୁ ପ୍ରଭାବିତ କରିପାରେ । କେତେକ କ୍ଷେତ୍ରରେ ରୋଗୀକୁ ଡାୟଲିସିସ୍ କରିବାକୁ ପଡିପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, HMPV କିଡନୀ ଉପରେ ପ୍ରଭାବ ପକାଇ ନଷ୍ଟ ମଧ୍ୟ କରିପାରେ । କିଛି ପରୀକ୍ଷା ପରେ ଏହାର ପ୍ରମାଣ ମିଳିଛି ।

ଯୁକ୍ତରାଷ୍ଟ୍ରର ଗୋଟେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପିଲାମାନଙ୍କ ମଧ୍ୟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ HMPV ଭାଇରସ କିଡନୀ ଫେଲ ହେବାର ଆଶଙ୍କା ବଢାଇଥାଏ । ଏହି ଅଧ୍ୟୟନ HMPV ଭାଇରସ ଏବଂ କିଡନୀ ରୋଗ ମଧ୍ୟରେ ସମ୍ଭାବ୍ୟ ସମ୍ପର୍କକୁ କିଛି ପରିମାଣରେ ପ୍ରମାଣ କରୁଛି  । ହାଇପୋକ୍ସିଆ କିଡନୀକୁ କ୍ଷତି ପହଞ୍ଚାଇପାରେ  ।

HMPV ଭାଇରସ ଭୟଙ୍କର ଶ୍ୱାସ ରୋଗ ସୃଷ୍ଟି କରେ  । ଶରୀରରେ ଶ୍ୱାସକ୍ରିୟା ସଂକ୍ରମଣ ହେତୁ ହାଇପୋକ୍ସିଆର ସମ୍ଭାବନା ବଢିଥାଏ । ଏପରି ପରିସ୍ଥିତିରେ ଶରୀରରେ ଅମ୍ଳଜାନ ସ୍ତର କମିବା ଆରମ୍ଭ କରେ ଏବଂ କିଡନୀରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହେବାକୁ ଲାଗେ  । ତେଣୁ କିଡନୀ ସଠିକ୍ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ନୁହେଁ  । ବିଶେଷକରି ଅସୁସ୍ଥତା ସମୟରେ ଉଚ୍ଚ ଜ୍ୱର ଏବଂ ବାନ୍ତି ହେତୁ କିଡନୀ ସମସ୍ୟା ବଢିଥାଏ  । ଯଦି ଆପଣଙ୍କ ଶରୀରରେ ଏହି ଲକ୍ଷଣଗୁଡିକ ଦେଖାଯାଏ ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ  ।

ପରିସ୍ରାରେ କଷ୍ଟ ଅନୁଭବ କରିବା

ଗୋଡ କିମ୍ବା ମୁହଁ ଫୁଲିବା

ଥକ୍କା ଏବଂ ଦୁର୍ବଳତା ଲାଗିବା

ପେଟରେ ଯନ୍ତ୍ରଣା ଅନୁଭବ

ମହାକୁମ୍ଭ ମେଳାରେ ୟୁଟ୍ୟୁବରଙ୍କୁ ବାବାଙ୍କ ଚିମୁଟା ପ୍ରହାର, ଭିଡିଓ ଭାଇରାଲ …

ଉତ୍ତରପ୍ରଦେଶ: ମହଙ୍ଗା ପଡିଲା ବାବାଙ୍କୁ ପ୍ରଶ୍ନ କରିବା । ପ୍ରଶ୍ନ ନସରୁଣୁ ପଡିଲା ଚିମୁଟା ପାହାର । ଆଜ୍ଞା ହଁ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ପ୍ରୟାଗରାଜର ମହାକୁମ୍ଭ ମେଳାରେ । ଆଜିଠୁ ଆରମ୍ଭ ହୋଇଯାଇଥିବା ମହାକୁମ୍ଭ ମେଳାରେ ସାଧୁସନ୍ଥଙ୍କ ସହିତ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ମହାକୁମ୍ଭ ମେଳାରେ ବିଭିନ୍ନ ସାଧୁ ସନ୍ଥ ମାନେ ଆସିଥାଆନ୍ତି । ନିଜ ନିଜର ଅଦ୍ଭୁତ ପ୍ରତିଭା ଦେଖାଇ ଲୋକମାନଙ୍କର ଧ୍ୟାନ ଆକର୍ଷିତ କରିଥାଆନ୍ତି । ସେଥିପାଇଁ ସେମାନଙ୍କ ଚାରିପାଖରେ ୟୁଟ୍ୟୁବର ମାନଙ୍କ ଭିଡ ଲାଗିଥାଏ  । ତେବେ ଏହାରି ଭିତରେ ମହାକୁମ୍ଭ ମେଳାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଭକ୍ତଙ୍କୁ ବାବାଙ୍କ ଚିମୁଟା ପ୍ରହାର ପଡିବାର ଭିଡିଓରେ ଦେଖିବାକୁ ମିଳିଛି । ୟୁଟ୍ୟୁବର ଜଣଙ୍କ ବାବାଙ୍କୁ କିଛି ପ୍ରଶ୍ନ କରିବା ଭିତରେ ବାବା ଜଣଙ୍କ ଅତ୍ୟନ୍ତ କ୍ରୋଧିତ ହୋଇ ଭକ୍ତଙ୍କୁ ଚିମୁଟାରେ ପ୍ରହାର କରିଛନ୍ତି  ।

ବାବା ଏପରି କାହିଁକି କରିଲେ ତାହା ପରେ ଜାଣିବା … କିନ୍ତୁ ଏହା ପୂର୍ବରୁ ଭାଇରାଲ ହେଉଥିବା ଭିଡିଓ ଉପରେ ଟିକେ ନଜର ପକାନ୍ତୁ ..

https://x.com/sureshsinghj/status/1878457203708813728

ମହାକୁମ୍ଭ ମେଳାରେ ସାଧୁସନ୍ଥ ମାନଙ୍କର ଭିଡ ଲାଗିଥିବା ବେଳେ ୟୁଟ୍ୟୁବର ମାନେ ସେମାନଙ୍କ ବିଷୟରେ ଜାଣିବା ପାଇଁ ଉତ୍ସାହିତ ହେଉଛନ୍ତି । ତେବେ ଏହି ୟୁଟ୍ୟୁବର ଭାଇ ଜଣକ ବାବାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ । ଏହାରି ଭିତରେ ବାବାଙ୍କୁ ୟୁଟ୍ୟୁବରଙ୍କର କିଛି ପ୍ରଶ୍ନ ପସନ୍ଦ ଆସିନଥିଲା । ଯେଉଁଥିପାଇଁ ବାବା ଜଣକ ଉତ୍ତ୍ୟକ୍ତ ହୋଇ ୟୁଟ୍ୟୁବରଙ୍କୁ ଚିମୁଟାରେ ପିଟିବାକୁ ଲାଗିଥିଲେ । ତାପରେ କ’ଣ ୟୁଟ୍ୟୁବର ଜଣକ ଭୟରେ ସେଠାରୁ ଦୌଡି ପଳାଇ ଆସିଲେ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି ୟୁଟ୍ୟୁବର ଜଣକ ବାବାଙ୍କୁ ପ୍ରଶ୍ନ କରିଛନ୍ତି କି , ମହାକୁମ୍ଭ ମେଳାରେ ତାଙ୍କୁ କେମିତି ଲାଗୁଛି ? ସେଠାରେ ବସି ସେ କେଉଁ ଭଜନ କରୁଛନ୍ତି ଏବଂ ଆମକୁ ସେହି ଭଜନ ଟିକେ ଶୁଣାନ୍ତୁ । ଯାହାପରେ ବାବା ହଠାତ କ୍ରୋଧିତ ହୋଇ ୟୁଟ୍ୟୁବରଙ୍କୁ ଗାଳି କରି କହୁଛନ୍ତି ଏଠି କଣ ତମାଶା ହେଉଛି ଆଉ ମୁଁ ତମାଶା ଦେଖାଇବି । ପରେ ବାବା ଚିମୁଟାରେ ପ୍ରହାର କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓରେ ବହୁ କମେଣ୍ଟସ ଆସୁଛି  । ବର୍ତ୍ତମାନସୁଦ୍ଧା ଏହି ଭିଡିଓଟିକୁ ପ୍ରାୟ ୯୭ହଜାରରୁ ଉର୍ଦ୍ଧ ଲୋକ ଦେଖିସାରିଲଣି ।

ଆଳୁ କଥା ପଚାରିବାରୁ ଚିହିଁକି ଉଠିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ବାରମ୍ବାର ଗୋଟିଏ ପ୍ରଶ୍ନରେ ବିରକ୍ତି ହେଇଗଲେଣି ଯୋଗାଣ ମନ୍ତ୍ରୀ । ଗୋଟିଏ ପ୍ରଶ୍ନ ସବୁବେଳେ ନପଚାରିବାକୁ ସାମ୍ବାଦିକ ମାନଙ୍କ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ହଠାତ ସାମ୍ବାଦିକ ଜଣକ ଆଳୁ କଥା ପଚାରିବାରୁ ଚିହିଁକି ଉଠିଲେ ଯୋଗାଣ ମନ୍ତ୍ରୀ । ଆଳୁ ଦର ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବାବେଳେ ଆଳୁ କଥା ସବୁଦିନ ନପଚାରିବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଳୁ ସମସ୍ୟା କଥା ଆଜି ସାମ୍ବାଦିକମାନେ ପଚାରିବାରୁ ଚିହିଁକି ଉଠି ଏ ସଂପର୍କରେ ସବୁଦିନ ନପଚାରିବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ । ଏବେ ଆଳୁ ଦର ନେଇ ସରକାର ହାତ ଟେକି ଦେଇଥିବାବେଳେ ମନ୍ତ୍ରୀଙ୍କ ଏପରି କଥା ଚର୍ଚ୍ଚା ବଢାଇଛି ।

ସେପଟେ ଏପରି କଥା ଶୁଣି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆଳୁ ଟ୍ରେନ କୁଆଡେ଼ ଗଲା ? ଯଦି ଦର ନିୟନ୍ତ୍ରଣ କରିପାରିବେନି, ତେବେ ସରକାରରେ ଅଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର । ଗରିବ ଲୋକଙ୍କ ପାଇଁ ଏ ସରକାର ନୁହେଁ । ଦରଦାମ ନିୟନ୍ତ୍ରଣ କରନ୍ତୁ ବୋଲି ଦାବି କରିଛନ୍ତି ରଣେନ୍ଦ୍ର ।

ଡଲାର ତୁଳନାରେ ଟଙ୍କା ପୁଣି ଦୁର୍ବଳ; ଜାଣନ୍ତୁ କେତେ କମିଲା

ନନ୍ଦିଘୋଷ ବ୍ୟୁରୋ: ଭାରତର ସେୟାର ମାର୍କେଟରେ ହଲଚଲ୍। ଆଜି ସକାଳୁ ସକାଳୁ ସେନସେକ୍ସ ୮୫୦ ପଏଣ୍ଟରୁ ଅଧିକ ଖସିଥିଲା। ନିଫଟି ଖସିଥିଲା ୨୬୦ ପଏଣ୍ଟରୁ ଅଧିକ। ତା ପରେ ସ୍ଥିତିରେ ଟିକେ ଉନ୍ନତି ଆସିଛି ଏବଂ ମାର୍କେଟ ରିକଭର କରିଛି। ତେବେ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଛି ଟଙ୍କା । ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୬ ଟଙ୍କା ୨୭ ପଇସାକୁ ଛୁଇଁଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇ ପ୍ରତି ୧ ଡଲାରକୁ ଟଙ୍କାର ବିନିମୟ ମୂଲ୍ୟ ରହିଛି ୮୬.୨୭ ।

ଆମେରିକା ସୁଧ ହ୍ରାସକୁ ନେଇ ଅନିଶ୍ଚିତତା ଯୋଗୁଁ ତାର ପ୍ରଭାବରେ ଏପରି ହୋଇଥିବା କୁହାଯାଉଛି । ସେଠାକାର ଡାଟାରେ ଆସିଛି ଉନ୍ନତି । ତେଣୁ ଡେରି ହୋଇପାରେ ସୁଧ ହାର ହ୍ରାସ। ଆଗରୁ କୁହାଯାଉଥିଲା, ସୁଧ ହାର ହ୍ରାସ ହେବ। କିନ୍ତୁ ଜବ୍ ଡାଟାରେ ଉନ୍ନତି ପରେ ଏହାକୁ ନେଇ ଦେଖା ଦେଇଛି ଅନିଶ୍ଚିତତା।ଦେଶର ଅର୍ଥନୀତିକୁ ସୁଧାରିବାରେ ମୋଦୀ ସରକାରଙ୍କର ପ୍ରୟାଶ ଫେଲ୍‌ ମାରୁଛି। ବାରମ୍ବାର ଭାରତୀୟ ଟଙ୍କାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଇବାରେ ଲାଗିଛି।  ଫଳରେ ମୁଦ୍ରାସ୍ଫୀତି ବଢ଼ିବାରେ ଆଶଙ୍କା ଦେଖାଦେଇଛି।

ଶିମିଳିପାଳର ପୋଷା ହାତୀ ମହେନ୍ଦ୍ରର ୬୬ ବର୍ଷ ବୟସରେ ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ପୋଷା ହାତୀ ମହେନ୍ଦ୍ରର ମୃତ୍ୟୁ । ଗତକାଲି ରାତିରେ ଚହଲା ନିକଟରେ ତା’ର ମୃତ୍ୟୁ ହୋଇଥିବା ଜଣାପଡିଛି । ୬୬ ବର୍ଷ ବୟସରେ ତାର ମୃତ୍ୟୁ ହୋଇଛି। ଦୀର୍ଘ ଦିନ ହେବ ଅସୁସ୍ଥ ମହେନ୍ଦ୍ରର ଚିକିତ୍ସା ଚାଲିଥିଲା । ଗତ ଦୁଇଦିନ ହେବ ସେ ଠିକ ଭାବରେ ଖାଦ୍ୟ ଗ୍ରହଣ କରିପାରୁନଥିବାରୁ ସେଠାରେ ତାକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ। ୨୦୦୧ ରେ କର୍ଣ୍ଣାଟକରୁ ଅନ୍ଯ ଦୁଇ ହାତୀ ଶୋଭା ଓ ଭବାନୀ ସହିତ ଶିମିଳିପାଳକୁ ଆସିଥିଲା ମହେନ୍ଦ୍ର।

ଉପଯୁକ୍ତ ତାଲିମ ପରେ ଏହି କୁଙ୍କି ହାତୀଙ୍କୁ ଶିମିଳିପାଳର ସୁରକ୍ଷାରେ ମୁତୟନ କରାଯାଇଥିଲା । ଶିକାରୀମୁକ୍ତ କରି ବନ୍ୟଜନ୍ତୁ ମାନଙ୍କୁ ସୁରକ୍ଷା ଦେବା ଓ ପର୍ଯ୍ୟଟକ ମାନଙ୍କୁ ଆନନ୍ଦ ଦେବା କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଉଥିଲା । ପରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ସୁନ୍ଦରୀକୁ ମନିଟରିଙ୍ଗ କରିବାକୁ ମହେନ୍ଦ୍ରକୁ ସେଠାକୁ ପଠାଯାଇଥିଲା। ୫ ବର୍ଷ ପରେ ମହେନ୍ଦ୍ର ପୁଣି ଶିମିଳିପାଳକୁ ଫେରି ଆସିଥିଲା। ଗତ କିଛି ଦିନ ହେଲା, ସେ ଅସୁସ୍ଥ ହୋଇ ପଡ଼ିଥିଲା। ଗତକାଲି ମୃତ୍ୟୁ ହୋଇଚି। ଆଜି ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

ମହାକୁମ୍ଭରେ ସାମିଲ ହେବେ ଲୌରେନ ପାଓ୍ବେଲ ଜବ୍ସ, ସନ୍ୟାସୀ ଭଳି ବିତାଇବେ ଜୀବନ

ନନ୍ଦିଘୋଷ ବ୍ୟୁରୋ: ମହାକୁମ୍ଭ ମେଳାକୁ ନେଇ ଉତ୍ସାହିତ ସାରା ଦେଶ । ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ତ୍ରିବେଣୀ ସଙ୍ଗମରେ ପ୍ରଥମ ପୁଣ୍ୟ ସ୍ନାନ କରିବାକୁ ଲାଗିଛି ଭକ୍ତ ଭିଡ । ସାଧୁ ସନ୍ଥଙ୍କ ସମେତ ପ୍ରବଳ ଭକ୍ତ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଉଛନ୍ତି । ମେଳାରେ ସାଧୁ ସନ୍ଥଙ୍କ ହୋମ ଯଜ୍ଞ ଓ ମନ୍ତ୍ରଧ୍ୱନୀରେ କଂପୁଛି ଚଉଦିଗ । ତେବେ କେବଳ ଦେଶର ନୁହେଁ ବିଦେଶରେ ବାଜିଛି ମେଳାର ବାସ୍ନା । ଏହି ପବିତ୍ର ମେଳାରେ ଯୋଗଦେବାକୁ ଆମେରିକାରୁ ପ୍ରୟାଗରାଜ ଧାଇଁ ଆସିଛନ୍ତି  ଆପଲ କମ୍ପାନୀର ସହ ପ୍ରତିଷ୍ଠାତା ଷ୍ଟୀଭ ଜବ୍ସଙ୍କ ପତ୍ନୀ ଲୌରେନ ପାଓ୍ବେଲ ଜବ୍ସ । ମହାକୁମ୍ଭ ମେଳାରେ ସାମିଲ ହେବାକୁ ସେ ପ୍ରୟାଗରାଜ ଆସିଛନ୍ତି । ଏଠାରେ ସେ କଳ୍ପବାସ କରିବେ ଏବଂ ସାଧୁସନ୍ଥଙ୍କ ଭଳି ଧାର୍ମିକ ଜୀବନ ବିତାଇବେ ।

ଗତ ଶନିବାର ଦିନ ପ୍ରୟାଗରାଜରେ ନିଜ ଗୁରୁ ସ୍ବାମୀ କୈଳାସନନ୍ଦ ଗିରି ଆଖାଡେର ଆଚାର୍ଯ୍ୟ ମହାମଣ୍ଡଳେଶ୍ବରଙ୍କ ଆଶ୍ରମରେ ପହଞ୍ଚିଥିଲେ । ସେ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଆଶ୍ରମରେ ରହିବେ । ଏହାପରେ ଆମେରିକା ଫେରି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ । ନିଜର ୪୦ଜଣ ସଦସ୍ୟଙ୍କ ସହିତ ଲୌରେନ ଶନିବାର ପ୍ରୟାଗରାଜରେ ପହଞ୍ଚିଥିଲେ ।

ନୂଆ ନାଁ ସହିତ ମିଳିଲା ଗୋତ୍ର

ସ୍ବାମୀ କୈଳାସନନ୍ଦଙ୍କ କହିବାନୁଯାୟୀ ଲୌରେନଙ୍କୁ ଗୁରୁଙ୍କ ଗୋତ୍ର ମିଳିବା ପରେ ନୂଆ ନାଁ ଦିଆଯାଇଥିଲା । ଲୌରେନ ସନାତନ ଧର୍ମ ପ୍ରତି ବେଶ ଆକୃଷ୍ଟ ଏବଂ ସେ ମୋତେ ବାପା ବୋଲି ମାନନ୍ତି ଏବଂ ମୁଁ ମଧ୍ୟ ତାଙ୍କୁ ମୋ ଝିଅ ଭଳି ମାନେ । ଲୌରେନ ପାଓ୍ବେଲ ଜବ୍ସକୁ ଅଚ୍ୟୁତ-ଗୋତ୍ର ପ୍ରଦାନ କରାଯାଇଛି । ସେ ଏଠାକୁ ତାଙ୍କ ଗୁରୁଙ୍କ ଦର୍ଶନ ପାଇଁ ଆସିଛନ୍ତି । ଆମେ ତାଙ୍କ ନାଁ କମଳା ରଖିଛୁ । ସେ ଦ୍ବିତୀୟ ଥର ଭାରତ ଆସିଛନ୍ତି ।

ପେଶଓ୍ବାଇ ଉତ୍ସବରେ ହେବେ ସାମିଲ

ସ୍ବାମୀ କୈଳାସନନ୍ଦଙ୍କ ଅନୁଯାୟୀ ଲରେନ୍ ଧ୍ୟାନ ପାଇଁ ଭାରତ ଆସିଛନ୍ତି । ତାଙ୍କୁ ପେଶଓ୍ବାଇ ଉତ୍ସବରେ ସାମିଲ କରାଯିବ । ଦୁନିଆର ସବୁଠାରୁ ଧନୀ ପରିବାରର ଝିଅ ଏଠାରେ ସନ୍ନ୍ୟାସୀ ଭାବରେ ରହିବେ । ମହାକୁମ୍ଭ ମେଳାରେ ୧୪ ଜାନୁୟାରୀରେ ସେ ଶାହି ସ୍ନାନ କରିବେ ଏବଂ ୨୯ଜାନୁୟାରୀ ମୌନୀ ଅମାବାସ୍ୟାରେ ଦ୍ବିତୀୟଥର ଶାହି ସ୍ନାନ କରିବେ ।

କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା

ଲରେନ୍ ଶନିବାର ଦିନ ବାରଣାସୀର କାଶୀ ବିଶ୍ବନାଥ ମନ୍ଦିରରେ ନିଜ ଗୁରୁଙ୍କ ସହିତ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା । ଲରେନକୁ ଦୂରରେ ଶିବ ଲିଙ୍ଗର ଦର୍ଶନ କରାଯାଇଥିଲା । କାରଣ ଅନ୍ୟ ଧର୍ମର ଲୋକଙ୍କୁ ଲିଙ୍ଗକୁ ଛୁଇଁବାକୁ ଅନୁମତି ମିଳିନଥାଏ । ଭାରାତୀୟ ବେଶଭୂଷାରେ ତାଙ୍କୁ ମନ୍ଦିରରେ ଦେଖିବାକୁ ମିଳିଥିଲା । ଲୌରେନ ମହାକୁମ୍ଭରେ ଧ୍ୟାନ କରିବା ସହ ସନାତନ ଧର୍ମକୁ ବୁଝିବାକୁ ପ୍ରୟାସ କରିବେ । ତାଙ୍କର ଗୁରୁଙ୍କ ସହ ସାକ୍ଷାତ କରିବାକୁ ସେ ଏଠାକୁ ଆସୁଛନ୍ତି ବୋଲି କୁହାଯାଇଛି । ସେ ଦ୍ବିତୀୟ ଥର ପାଇଁ ଭାରତ ଆସୁଛନ୍ତି ।  ଖୁବଶୀଘ୍ର ଲୌରେନଙ୍କ ନୂଆ ନାମ କମଲା ହୋଇଯିବ ଓ ସେ ଆଗାମୀ ୧୭ ଦିନ ପର୍ଯ୍ୟନ୍ତ ପ୍ରୟାଗରାଜରେ ନିରଞ୍ଜନୀ ଅଖାଡେର ମହମଣ୍ଡଳେଶ୍ବର କୈଳାସନନ୍ଦ ଗିରିଙ୍କ କଥା ଶୁଣିବେ । ଏଥିସହିତ ସେ ୧୦ ଦିନ ପର୍ଯ୍ୟନ୍ତ କଳ୍ପବାସର ନିୟମର ପାଳନ କରିବେ ।

କଏଦୀଙ୍କ ପାଇଁ ବମ୍ପର ଅଫର, ନିଆଁ ଲିଭାଇଲେ କମିବ ଦଣ୍ଡ

ନନ୍ଦିଘୋଷ ବ୍ୟୁରୋ: କଏଦୀଙ୍କ ପାଇଁ ବମ୍ପର ଅଫର । ନିଆଁ ଲିଭାଇଲେ କମିବ ସଜ୍ଜା । ତା ସହିତ ମିଳିବା ଅଲଗା ଦରମା । ଆଜ୍ଞା ହଁ ଆମେରିକାରେ ଲାଗିଥିବା ନିଆଁ ଦିନକୁ ଦିନ ବିକଟାଳ ରୂପ ନେଉଛି । ନିଆଁ ଭୟଙ୍କର ରୂପ ନେବାରେ ଲାଗିଛି । ଏହି ଅଗ୍ନିକାଣ୍ଡ ପାଇଁ ୨୪ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ବାଇଡେନ ପ୍ରଶାସନ ଏହି ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଛନ୍ତି । ନିଆଁ ନଲିଭିବାର ମୁଖ୍ୟ କାରଣ ହେଉଛି ଆମେରିକାରେ ଶୁଷ୍କ ବାୟୁ ପ୍ରବାହ । ତେବେ ଅଗ୍ନି ନିର୍ବାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ, କାଲିଫର୍ଣ୍ଣିଆ ଏବଂ ଲସ୍ ଆଞ୍ଜେଲସର ଜେଲ୍ ବିଭାଗ ଏକ ବମ୍ପର ଅଫର ଆଣିଛି। ଅଗ୍ନି ନିର୍ବାପନରେ ଅଗ୍ନିଶମ ବିଭାଗକୁ ସାହାଯ୍ୟ କରୁଥିବା କଏଦୀଙ୍କ ଦଣ୍ଡ ହ୍ରାସ କରିବାର ଯୋଜନା ପ୍ରସ୍ତୁତ ହୋଇଛି। ପ୍ରତିଦିନ ନିଆଁ ଲିଭାଇବାରେ ସାହାଯ୍ୟ କରିବା ବଦଳରେ ଦଣ୍ଡ ଦୁଇ ଦିନ ହ୍ରାସ କରିବାକୁ ଏକ ଚୁକ୍ତି ହୋଇଛି । ଏହା ବ୍ୟତୀତ ଦରମା ପୃଥକ ଭାବରେ ଦିଆଯିବ।

ସିଏନଏନ ରିପୋର୍ଟ ଅନୁଯାୟୀ ଲସ୍ ଆଞ୍ଜେଲସରେ ଜେଲ କଏଦୀମାନଙ୍କୁ ଅଗ୍ନିଶମ ବିଭାଗ ସହିତ ଏକ କଣ୍ଟେନମେଣ୍ଟ ଲାଇନ୍ ଖୋଳିବା ପାଇଁ କାମ କରୁଥିବାର ଦେଖିବାକୁ ମିଳିଛି । କାଲିଫର୍ଣ୍ଣିଆର ସୁଧାର ଏବଂ ପୁନର୍ବାସ ବିଭାଗ କହିଛି ଯେ ବର୍ତ୍ତମାନ ମୋଟ ୯୩୧ ଜଣ କଏଦୀ ଜଙ୍ଗଲରେ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ଭୟଙ୍କର ନିଆଁର ପ୍ରଭାବକୁ କମାଇବା ପାଇଁ ସେମାନେ ଅଗ୍ନି ସଂଯୋଗ ଲାଇନଗୁଡ଼ିକୁ କାଟି ଦେଉଛନ୍ତି ।

କଏଦୀମାନଙ୍କ ପାଇଁ କ’ଣ ଯୋଜନା ରହିଛି ?

କଏଦୀଙ୍କ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି କାଲିଫର୍ଣ୍ଣିଆ ଏବଂ ଲସ୍ ଆଞ୍ଜେଲସ୍‌ରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ସେମାନଙ୍କୁ ପ୍ରତିଦିନ $୫.୮୦ ରୁ $୧୦.୨୪ ଦିଆଯାଉଛି। ଜରୁରୀକାଳୀନ ପରିସ୍ଥିତିରେ ନିଯୁକ୍ତି ପାଇଲେ କଏଦୀମାନେ ଘଣ୍ଟା ପ୍ରତି ଅତିରିକ୍ତ $୧ ରୋଜଗାର କରିପାରିବେ। ଅଧିକାଂଶ କଏଦୀଙ୍କୁ ନିଆଁ ଲିଭାଇବାରେ ସାହାଯ୍ୟ କରିବା ପାଇଁ ୨ ବଦଳରେ ୧ କ୍ରେଡିଟ୍ ଦିଆଯାଉଛି। ଏହାର ଅର୍ଥ ହେଉଛି ଯଦି ଜଣେ କଏଦୀ ଜରୁରୀକାଳୀନ ସେବାରେ ନିଆଁ ଲିଭାଇବା ପାଇଁ ପ୍ରତିଦିନ କାମ କରନ୍ତି, ସେ ତାଙ୍କ ଦଣ୍ଡରୁ ଅଧିକ ଦୁଇ ଦିନ ଛାଡ଼ ପାଇପାରିବେ। ଏହା ବ୍ୟତୀତ, ସହାୟକ କର୍ମଚାରୀଙ୍କୁ ୧ ବଦଳରେ ୧ କ୍ରେଡିଟ ମିଳିବ । ଯେଉଁଠାରେ ଗୋଟିଏ ଦିନ କାମ କରିବା ପାଇଁ କେବଳ ଗୋଟିଏ ଦିନ ଦଣ୍ଡ ଛାଡ କରାଯିବ।

‘ଆମେ ନିଆଁ ଲିଭାଇବା ପାଇଁ ପ୍ରତିବଦ୍ଧ’

“କାଲିଫର୍ଣ୍ଣିଆ ପାଇଁ ବନ୍ୟ ନିଆଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହେଇଯାଇଛି ,” । ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ।” ଆମର ବନ୍ଦୀ ଅଗ୍ନିଶମ କର୍ମଚାରୀ ଏବଂ କର୍ମଚାରୀମାନଙ୍କ କାମ ଏହି ପ୍ରଚେଷ୍ଟାର ଏକ ଅଂଶ। ଜରୁରୀକାଳୀନ ପରିସ୍ଥିତିରେ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ସେମାନଙ୍କର ସେବା ନିଆଯାଉଛି ।

ଆଜି ଶେଷ ହେବ ଧନୁଯାତ୍ରା, ସରିବ ୧୧ ଦିନର କଂସ ମହାରାଜାଙ୍କ ଆଧିପତ୍ୟ

ବରଗଡ: ଆଜି ଶେଷ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଜି ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତିବଧ, ଚାଣୁର ଓ ମୁଷ୍ଟିକ ଆଦି ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ , କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ, ମଥୁରା କାରାଗାରରୁ ଦେବକୀ-ବସୁଦେବଙ୍କୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ । ଏବଂ କଂସ ବଦ୍ଧରେ ସମଗ୍ର ମଥୁରା ଓ ଗୋପପୁରରେ ଆନନ୍ଦର ଲହରୀ ସହ ସମାପନ ହେବ ଧନୁଯାତ୍ରା । ଧନୁଯାତ୍ରାର ଦଶମ ଦିନରେ ଅକୃରଙ୍କ ସହିତ ମଥୁରାରେ ପହଞ୍ଚିଥିଲେ ବନବିହାରୀ ।

ପ୍ରଭୁଙ୍କୁ ଭବ୍ୟସ୍ୱାଗତ କରାଯିବା ସହ ଆନନ୍ଦ ଉହ୍ଲାସର ସହିତ ଖୁସିରେ ନାଚି ଉଠିଛନ୍ତି ମଥୁରାବାସୀ । ଆଦିମାତା ମନ୍ଦିର ସ୍ଥିତ ମଧୁବନ ତୋଟାରୁ ବାଙ୍କବିହାରୀ ମଥୁରା ଭ୍ରମଣ କରିଥିଲେ । ପ୍ରଭୁଙ୍କ ପଛରେ ମଥୁରାର ଆବାଳ ବୃଦ୍ଧ ବନିତା ବାହାରି ନଗର ଭ୍ରମଣ କରିଥିଲେ । ବାଟରେ ନୈବେଦ୍ୟ, ଫୁଲ, ଦୀପ, ଚନ୍ଦନରେ ପୂଜା କରି ମଥୁରାବାସୀ ଶ୍ରୀକୃଷ୍ଣବଳରାମଙ୍କୁ ସ୍ୱାଗତ କରିଥିଲେ । ତା ସହ କଂସର ଆତଙ୍କରୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ ।

ଖଜୁରଟିକ୍ରାରେ ଥିବା ରାଜକୀୟ ବଗିଚାରେ ପ୍ରଭୁଙ୍କ ସହ ସୁଦାମା ମାଳିଙ୍କ ଭେଟ ହୋଇଥିଲା । ଶ୍ୟାମାକାଳୀ ମନ୍ଦିରରେ ପ୍ରଭୁ ହାତରେ ସ୍ୱର୍ଶରେ ସୁନ୍ଦରୀ ନାରୀରେ ପରିଣତ ହୋଇଥିଲେ କୁବୁଜା । ଧନୁଯାତ୍ରାର ଦଶମଦିନରେ ମହାରାଜା କଂସ ନଗର ଭ୍ରମଣ କରିବା ସହ ରଂଗ ମହଲରେ ନାଚ ଗୀତର ମଜା ଉଠାଇଥିଲେ । ମହାରାଜା କଂସ ରାତ୍ରୀ ନିଦ୍ରାରେ ଥିବା ବେଳେ ସ୍ୱପ୍ନରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ।

ପୁଣି ଚୀନର ନୂଆ ଚାଲ୍, LACରେ କରୁଛି ମିଲିଟାରୀ ଡ୍ରିଲ

ନନ୍ଦିଘୋଷ ବ୍ୟୁରୋ: ବଢୁଛି ଚୀନର ପ୍ରାଦୁର୍ଭାବ । ଭାରତ ଉପରେ ପକାଉଛି ଲୋଲୁପ ଦୃଷ୍ଟି । ଗୋଟେପଟେ ଦେଶ ସେନା ଦିବସ ପାଳନ ପ୍ରସ୍ତୁତିରେ ଲାଗିପଡିଛି, ସେପଟେ ଚୀନ ନିଜର ପୁରୁଣା ରଙ୍ଗ ଦେଖେଇବା ଆରମ୍ଭ କଲାଣି । ଚୀନ LACରେ ଯୁଦ୍ଧ ଡ୍ରିଲ ଆରମ୍ଭ କଲାଣି । ଚୀନର ସେନା ପିପୁଲ୍ସ ଲିବରେସନ୍ ପାର୍ଟିର ସିନଜିଆଙ୍ଗ ମିଲିଟାରୀ କମାଣ୍ଡର ରେଜିମେଣ୍ଟ ନେତୃତ୍ବରେ ଯୁଦ୍ଧାଭ୍ୟାସ କରୁଥିବା ଜଣାପଡିଛି । ଚୀନ ଏହି କମ୍ବାଟ ଡ୍ରିଲରେ ଯୁଦ୍ଧ ବାହାନ ସମେତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରର ବ୍ୟବହାର କରୁଥିବା ସୂଚନା ମିଳିଛି । ଭାରତ ଏବଂ ଚୀନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଚୁକ୍ତି ହୋଇଥିଲେ ବି ଚୀନର ଏଭଳି କାର୍ଯ୍ୟକଳାପ ଭାରତକୁ ଚିନ୍ତାରେ ପକାଇଦେଇଛି ।

ଭାରତ ଏବଂ ଚୀନ ମଧ୍ୟରେ LACରୁ ନିଜର ସେନାକୁ ପ୍ରତ୍ୟାହୃତ କରିନେବା ଏବଂ ପାଟ୍ରୋଲିଂ ଆରମ୍ଭ କରିବା ନେଇ ୨୧ଅକ୍ଟୋବର ୨୦୨୪ରେ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ୨୦୨୦ରେ ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ବିବାଦର ଅନ୍ତ କରିବା ଉଦ୍ଦେଶ୍ୟରେ ହୋଇଥିଲା । ଏହି ଚୁକ୍ତି ପରେ ଦୁଇ ଦେଶ ଦେପସାଙ୍ଗ ଏବଂ ଡେମଚୋକ ଭଳି ସମ୍ବେଦନଶୀଳ ଅଞ୍ଚଳରୁ ନିଜ ସେନାକୁ ପ୍ରତ୍ୟାହୃତ କରିବାକୁ ନିଷ୍ପତ୍ତି ନେଇତିଲେ । ଭାରତର NSA ଅଜିତ ଡୋଭାଲ ଏବଂ ଚୀନର ବୈଦେଶିକ ମନ୍ତ୍ରୀ ଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଚୁକ୍ତି ହୋଇଥିଲା ।

ଏହି ଚୁକ୍ତି ପରେ ବି ଦୁଇ ଦେଶ ମଧ୍ୟରେ ଅନିଶ୍ଚିତତା ଲାଗିରହିଛି । ଦୁଇ ଦେଶ କଠିନ ପରିସ୍ଥିତି ମଧ୍ୟରେ ବି ବହୁ ସଂଖ୍ୟାରେ ନିଜ ନିଜ ସେନାକୁ ମୁତୟନ କରିଛନ୍ତି । ଚୀନର ଏହି ଯୁଦ୍ଧ ଡ୍ରିଲ ଟ୍ରେନିଂର ଅଂଶ ନୁହେଁ । ଚୀନ ନିଜର କୁଟନୈତିକ ନୀତି ଯୋଗୁ ଏଭଳି କରୁଛି । ସେ ବିବାଦୀୟ ଅଞ୍ଚଳରେ ବଡ ସଂଖ୍ୟାର ସେନା ମୁତୟନ କରୁଛି । ଉଦାହରଣସ୍ବରୂପ ଏକ୍ସୋସ୍କେଲଟନର ବ୍ୟବହାରରେ ଚୀନ ସୈନିକ ମାନଙ୍କୁ ଉଚ୍ଚ ସ୍ଥାନମାନଙ୍କରେ ଫଶଇଦା ମିଳୁଛି । ଏବଂ ସେମାନେ ସହଜରେ ସେଠାରେ ଯୁଦ୍ଧାଭ୍ୟାସ କରିପାରୁଛନ୍ତି । ଏଭଳି ପରିସ୍ଥିତିରେ ଭାରତକୁ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ଅଟେ । ଚୀନକୁ ଟକ୍କର ଦେବା ପାଇଁ ଭାରତ ମଦ୍ୟ ସବୁ ପ୍ରକାରର ଚେଷ୍ଟା କରୁଛି । ଡେମଚକ ଏବଂ ଦେପସାଙ୍ଗରେ ଚୀନର ଏଭଳି ପ୍ରୟାସ ଉଭୟ ଦେଶ ପାଇଁ ବିପଦଜନ୍ନକ ଅଟେ ।