spot_img
Home Blog Page 1275

ଆସନ୍ତା ୧୭ରୁ ରାଜ୍ୟରେ ପୁଣି ବଢିବ ଶୀତ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୭ରୁ ରାଜ୍ୟରେ ପୁଣି ବଢିବ ଶୀତ । ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡର ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ । ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ । ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେ ଶୀତ ଲହରୀ ଅନୁଭୁତ ହେବାର ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ । କିଛି ଜିଲ୍ଲାରେ ହାଲୁକା ଶୀତ ସହ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାରିପାଗ କେନ୍ଦ୍ର । ୧୫ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟକୁ ସତର୍କ କରାଯାଇଛି । ଏସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ଏହାସହ ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ।

ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ କାହିଁକି ଏମିତି କହିଲେ ଯୋଗରାଜ ସିଂ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ଡେବ୍ୟୁ କରି ସାରିଥିବା ଅର୍ଜୁନ ତେନ୍ଦୁଲକର କେବେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ । ତେବେ ସଚିନ ତେନ୍ଦୁଲକରଙ୍କ ପୁଅକୁ ନେଇ ପୁଣି ଏକ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଯୁବରାଜ ସିଂଙ୍କ ବାପା ତଥା ପୂର୍ବତନ କ୍ରିକେଟର ଯୋଗରାଜ ସିଂ । ୨୦୨୨ ମସିହାରେ କିଛିଦିନ ପାଇଁ ଅର୍ଜୁନ ଯୋଗରାଜଙ୍କ ପାଖରେ ପ୍ରଶିକ୍ଷଣ ନେଇଥିଲେ । ଏହି ସମୟରେ ସେ ରଣଜୀ ଟ୍ରଫିରେ ଏକ ଶତକ ମାରିବା ସହ ଆଇପିଏଲରେ ମଧ୍ୟ ଡେବ୍ୟୁ କରିଥିଲେ । ମାତ୍ର ୧୨ ଦିନର ପ୍ରଶିକ୍ଷଣ ପରେ ଆଉ ସେ ଯୋଗରାଜଙ୍କ ପାଖରୁ ଟ୍ରେନିଂ ନେଇନଥିଲେ । ଏହାର କାରଣ ସମ୍ପର୍କରେ ଯୋଗରାଜଙ୍କୁ ପଚରା ଯାଇଥିବାବେଳେ ଏକ ଇଣ୍ଟରଭିୟୁ ସମୟରେ ସେ କହିଛନ୍ତି କି, ଯଦି ସେ ଆସିଥାନ୍ତେ ତାହେଲେ ଆଉ ଭଲ ପ୍ରଦର୍ଶନ ଜାରି ରଖିଥାନ୍ତେ ତାହେଲେ ମୋ ସହ ତାଙ୍କ ନାମ ଯୋଡ଼ି ହୋଇଯାଇଥାନ୍ତା । ଏଥିରୁ ଆପଣମାନେ ବେଶ ଭଲଭାବେ ବୁଝି ପାରୁଥିବେ ମୁଁ କଣ କହିବାକୁ ଚାହୁଁଛି ।

ବିଭିନ୍ନ ସମୟରେ ଏଭଳି ବିବାଦୀୟ ପ୍ରତିକ୍ରିୟା ପାଇଁ ଚର୍ଚ୍ଚାରେ ରହିଥାନ୍ତି ଯୋଗରାଜ । ପୂର୍ବରୁ ଯୁବରାଜଙ୍କୁ ଦଳରେ ସ୍ଥାନ ନମିଳିବାକୁ ନେଇ ମଧ୍ୟ ଧୋନୀଙ୍କୁ ନେଇ ଦେଇଥିବା କିଛି ପ୍ରତିକ୍ରିୟା ପାଇଁ ଗଣମାଧ୍ୟମରେ ହେଡ ଲାଇନ ପାଲଟିଛନ୍ତି । ପୁଣି ଥରେ ଏଭଳି ଏକ ପ୍ରତିକ୍ରିୟା ଦେଇଥିବା ଏବେ ଅର୍ଜୁନଙ୍କୁ ନେଇ କହିଛନ୍ତି କି, ଯଦି ତାଙ୍କୁ ଭଲ ପ୍ରଶିକ୍ଷଣ ଦିଆଯାଏ ତାହେଲେ ସେ ଯୁବରାଜ ସିଂଙ୍କ ଭଳି ଜଣେ ଦକ୍ଷ ଅଲରାଉଣ୍ଡର ହୋଇପାରିବେ ।

କଞ୍ଚାମାନ ଅଭାବରୁ ବୁଡିବାକୁ ବସିଲାଣି କୌଳିକ ବୃତ୍ତି, ସରୁନି ପିତ୍ତଳ କାରିଗରଙ୍କ ସଂଘର୍ଷ

ନନ୍ଦିଘୋଷ ବ୍ୟୁରୋ: ପିତଳ କାମ ପାଇଁ ପରିଚୟ ପାଇବ ମାମୁଡିହ ଗାଁ। ଗାଁରେ ଶତାଧିକ ପରିବାର କଂସା ବାସନ ତିଆରି କରନ୍ତି। ଦୀର୍ଘ ଦିନ ଧରି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଏମାନେ ପରିଶ୍ରମ କରୁଥିବା ବେଳେ ଏବେ କଞ୍ଚାମାଲର ସମସ୍ଯା ଦେଖାଦେଇଛି। ବିକ୍ରି ପାଇଁ ବଜାର ବ୍ଯବସ୍ଥା ନଥିବାରୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ପ୍ରଶାସନଙ୍କ ନିକଟରେ ତୁରନ୍ତ ସମସ୍ଯା ସମାଧାନ ନେଇ ଦାବି ହୋଇଛି।

ଗଞ୍ଜାମ ଆସିକା ବ୍ଲକର ମାମୁଡିହ ଗାଁ । ଗାଁରେ ୨୫୦ ପରିବାର ବସବାସ କରୁଥିବା ବେଳେ ସେଥିରୁ ୧୨୦ ପରିବାର ହାତ ତିଆରି କଂସା ପିତଳ ସମେତ ବିଭିନ୍ନ ଘରକରଣ ସାମଗ୍ରୀ ତିଆରି କରିଥାନ୍ତି । କିନ୍ତୁ ବିକ୍ରି କରିବାକୁ ଏମାନଙ୍କ ପାଇଁ ବଜାର ଅଛି ନାଁ କଞ୍ଚା ମାଲ ମିଳୁଛି। ସେପଟେ ବିକ୍ରି କରିବାକୁ ଗଲେ GST କଟ କଣା। ଏଭଳି ସ୍ଥିତିରେ କାରିଗର ମାନେ ନିଜ ନିଜ କୌଳିକ ବୃର୍ତ୍ତିକୁ ବଞ୍ଚାଇବା ପାଇଁ  ସଂଘର୍ଷ କରୁଛନ୍ତି । ପ୍ରଶାସନ ନିକଟରେ ଏନେଇ ଅଭିଯୋଗ ହୋଇଛି।

ଦିନ ଥିଲା ମାମୁଡିହ ଗାଁ କଂସା ପିତଳ ପାଇଁ ସୁନାମ ଅର୍ଜନ କରିଥିଲା। ଗାଁକୁ ଏବେ ପିତଳ ଟୁରିଜିମ ମାନ୍ୟତା ମିଳିବାକୁ ଯାଉଛି। ଆଗକୁ ଗାଁର ବଦଳିଯିବ ମାନଚିତ୍ର l କିନ୍ତୁ ପିତଳ କାରିଗର ମାନଙ୍କ ଯେଉଁ ସମସ୍ୟା ରହିଛି ସରକାର ପ୍ରଥମେ ସେକଥା ବୁଝନ୍ତୁ ବୋଲି କାରିଗର ମାନେ ଦାବି କରିଛନ୍ତି।

 

ମକର ସଂକ୍ରାନ୍ତିରେ ନାମାଙ୍କନ ଭରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ

ନନ୍ଦିଘୋଷ ବ୍ୟୁରୋ: ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନାମାଙ୍କନ ଭରିବା ନେଇ ସମସ୍ତ ପ୍ରସ୍ତୁତି ସରିଥିଲା । ଆତିଶୀ ନାମାଙ୍କନ ଭରିବା ନେଇ ଦଳର ନେତାମାନେ ମଧ୍ୟ ସମସ୍ତ ପ୍ରସ୍ତୁତି କରିଥିଲେ । କିନ୍ତୁ ଶେଷ ସମୟରେ ଆତିଶୀ ନିର୍ବାଚନ ଆୟୋଗକୁ ଭେଟିବାକୁ ଯାଇଥିଲେ । ଯେଉଁ କାରଣରୁ ଆଜି ନାମାଙ୍କନ ଭରିନାହାନ୍ତି । କୁହାଯାଉଛି କି ଆସନ୍ତାକାଲି ଅର୍ଥାତ ମକର ସଂକ୍ରାନ୍ତିରେ ନାମାଙ୍କର ଭରିବେ ।

ସୋମବାର ଆତିଶୀ ନାମାଙ୍କନ ଭରିବା ପାଇଁ ଯୋଜନା ହୋଇଥିବାବେଳେ ଦଳ ଆପ ନେତା ଅବଧଙ୍କ ଭୋଟର ପରିଚୟ ପତ୍ରକୁ ନେଇ ହୋଇଥିବା ବିବାଦ ସମ୍ପର୍କରେ କଥାର ହେବା ପାଇଁ ନିର୍ବାଚନ କମିଶନଙ୍କ ଭେଟିଥିଲେ । ସେପଟେ କେଜ୍ରିଓ୍ବାଲ କହିଛନ୍ତି କି, ଅବଧଙ୍କ ଭୋଟର କାର୍ଡ ପରିବର୍ତ୍ତନରେ ନିର୍ବାଚନ ଆୟୋଗଙ୍କ ଅନୁମୋଦନ ରହିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ମିଳିଲା ୧୯ ଲକ୍ଷ କ୍ରାଉଡ୍ ଫଣ୍ଡିଂ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ଲଢିବାକୁ ମୁଖ୍ୟମନ୍ତ୍ରୀ ଆତିଶୀ କ୍ରାଉଡ ଫଣ୍ଡିଂ ଜରିଆରେ ୪୦ ଲକ୍ଷ ସଂଗ୍ରହ କରିବାକୁ ଲକ୍ଷ ରଖିଛନ୍ତି। କ୍ରାଉଡ ଫଣ୍ଡି ସଂଗ୍ରହ ଲାଗି ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ ୧୯ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି। ବର୍ତ୍ତମାନ ସୁଦ୍ଧା ୪୫୫ ଦାତା ଆତିଶୀଙ୍କ ନିର୍ବାଚନ ଲଢିବାକୁ ୧୯ ଲକ୍ଷ ୩୨ ହଜାର ୭୨୮ ଟଙ୍କା ଦାନ କରିଛନ୍ତି। ଗୋଟିଏ ଦିନରେ ଏତେ ପରିମାଣର ଟଙ୍କା ମିଳିଥିବାରୁ ଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆତିଶୀ। ଏହା ସାଧାରଣ ଜନତାଙ୍କ ଶ୍ରଦ୍ଧା ଓ ବିଶ୍ଵାସ ବୋଲି କହିଛନ୍ତି ଆତିଶୀ।

ସେପଟେ ବିଳମ୍ବରୁ ନାମାଙ୍କନ ଦାଖଲ କରିପାରିଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ଆଜି ନାମାଙ୍କନ ଦାଖଲ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ସକାଳୁ କାଲକାଜୀ ମନ୍ଦିରରେ ପୂଜାର୍ଚ୍ଚନା କରି ରୋଡ ଶୋ କରିଥିଲେ। ରୋଡ୍ ଶୋରେ ଆସି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଆତିଶୀ। ତେବେ ଦିଲ୍ଲୀ ପତପଡ଼ଗଂଜ ନିର୍ବାଚନମଣ୍ଡଳୀରେ ଭୋଟ ଅଦଳବଦଳ କାରଣକୁ ନେଇ ଆତିଶୀଙ୍କୁ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିଥିଲା। ନାମାଙ୍କନ ଦାଖଲ କରିବାକୁ ଥିବା ଅଫିସ ଛାଡି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜରିୱାଲଙ୍କ ସହ ଭାରତୀୟ ନିର୍ବାଚନ କମିଶନଙ୍କ ଅଫିସରେ ପହଞ୍ଚିଥିଲେ।ସେଠାରେ ପତପଡ଼ଗଂଜ ଆପ ପ୍ରାର୍ଥୀ ଅୱଧ ଓଝା ମଧ୍ୟ ପହଞ୍ଚିଥିଲେ। ଏହି କାରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଆସନ୍ତାଲି ନାମାଙ୍କନ ଦାଖଲ କରିବେ ବୋଲି ଜଣପଡିଛି। ଆପ ପ୍ରାର୍ଥୀ ଅୱଧ ଓଝାଙ୍କ ନାମ ଗ୍ରେଟର ନୋଏଡାରୁ ପତପଡ଼଼ଗଂଜ ନିର୍ବାଚନମଣ୍ଡଳୀକୁ ପରିବର୍ତ୍ତନ ହୋଇଥିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର।ଏହାକୁ ନେଇ ନିର୍ବାଚନ କମିଶନରଙ୍କୁ ଧନ୍ୟବାଦ ଜଣାଇନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

ହଂସୀତା ଓ ଅନୀଲ ମାମଲାରେ ଦାଖଲ ହୋଇପାରିଲାନି କେସ ଡାଏରି

ନନ୍ଦିଘୋଷ ବ୍ୟୁରୋ: ହଂସୀତା ଓ ଅନୀଲ କେସରେ ଦାଖଲ ହୋଇପାରିଲାନି କେସ ଡାଏରି । କେସ ଡାଏରିରେ ବିଳମ୍ବ ପାଇଁ ଘୁଂଚିଲା ଜାମିନ ଆବେଦନ ଶୁଣାଣି । ଆସନ୍ତା ୧୬ ତାରିଖରେ ହେବ ଶୁଣାଣି । ଆଜି ଥିଲା ଜାମିନ ଆବେଦନ ଶୁଣାଣି । ତେବେ କାହିଁକି ଧାର୍ଯ୍ୟ ସମୟରେ ସିଡ଼ି ଦାଖଲ ହୋଉପରିଲାନାହିଁ ତାହା ଏବେ ସୃଷ୍ଟି କରିଛି ବଡ଼ ପ୍ରଶ୍ନ । ଗୋଟିଏ ପଟେ ୧୧ ପ୍ରଭାବଶାଳୀଙ୍କୁ ସମନ କରିଛି ଆୟକର ବିଭାଗ । ଅନ୍ୟପଟେ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିପାରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ।

ଏୟାରପୋର୍ଟରେ ହଇରାଣ ହେଲେ ଅଭିଶେକ ଶର୍ମା, ଇନଷ୍ଟାରେ ସେୟାର କରି ଲେଖିଲେ..

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଅଭିଶେକ ଶର୍ମା ନିଜର ଇନଷ୍ଟାଗ୍ରାମ ପେଜରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ଏୟାରପୋର୍ଟରେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଫ୍ଲାଇଟ୍ ମିସ୍ କରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ବ୍ୟବସ୍ଥା କରାଯାଇନଥିଲା । ଫଳରେ ଗୋଟିଏ ଦିନର ଛୁଟି ବରବାଦ ହୋଇଥିବା ସେ କହିଛନ୍ତି ।  ଏୟାରପୋର୍ଟରେ ବିମାନ କର୍ମଚାରୀଙ୍କ ବ୍ୟବହାର ପାଇଁ ଏମିତି ହୋଇଥିବା ସେ ପୋଷ୍ଟ କରିଛନ୍ତି । ଯେଉଁ ପୋଷ୍ଟଟି ଏବେ ବେଶ ଭାଇରାଲ ହେବା ସହ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ଇଂଲଣ୍ଡ ବିପକ୍ଷ ସିରିଜର ଟି-୨୦ ସିରିଜର ପାର୍ଟ ହୋଇଛନ୍ତି ଅଭିଶେକ ଶର୍ମା । ଏହି ଯୁବ ଖେଳାଳି ଇଂଲଣ୍ଡ ଯିବା ପାଇଁ ଦିଲ୍ଲୀ ଏୟାରପୋର୍ଟକୁ ଯାଇଥିବାବେଳେ ଅସୁବିଧାରେ ପଡ଼ିଛନ୍ତି । ସେ ଠିକ୍ କାଉଣ୍ଟରରେ ଯାଉଥିବାବେଳେ ତାଙ୍କ ଅଲଗା କାଉଣ୍ଟରକୁ ଚେକ ଇନ ପାଇଁ ପଠାଇ ସମୟ ନଷ୍ଟ କରାଯାଇଥିଲା । ଯେଉଁ କାରଣରୁ ସେ ଫ୍ଲାଇଟ୍ ମିସ୍ କରିଥିଲେ । ଏହା ଏକ ଖରାପ ଅନୁଭୂତି ଥିଲା ବୋଲି ସେ ଷ୍ଟୋରୀରେ ସେୟାର କରିଛନ୍ତି ।

ଶଙ୍ଖ ଭବନ କ୍ୟାଣ୍ଟିନ ପ୍ରସଙ୍ଗରେ ଅରୁଣ ସାହୁଙ୍କ ସମାଲୋଚନା, କହିଲେ ଏହାକୁ ନେଇ ଶସ୍ତା ରାଜନୀତି କରନ୍ତୁନି

ନନ୍ଦିଘୋଷ ବ୍ୟୁରୋ: ଶଙ୍ଖ ଭବନ କ୍ଯାଣ୍ଟିନ ପ୍ରସଙ୍ଗରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ବିଜେଡି ବିଧାୟକ ଅରୁଣ ସାହୁଙ୍କ କାଉଣ୍ଟର । ଶଙ୍ଖ ଭବନ ଆଗରୁ ଖୋଲାଥିଲା । ଏବେ ମଧ୍ଯ ଖୋଲାଯାଉଛି । ରେଳବାଇ ଓ ସଂସଦ ପରି ଶଙ୍ଖ ଭବନରେ ମଧ୍ଯ କ୍ଯାଣ୍ଟିନ ଅଛି । ବିଜେପି ନେତାଙ୍କୁ ଏଠାକୁ ଆସିବାକୁ ନିମନ୍ତ୍ରଣ କରୁଛି ବୋଲି କହିଛନ୍ତି ଅରୁଣ । ବିଜେପି ନେତାଙ୍କର ଯେତେବେଳେ ଖାଇବାକୁ ଇଚ୍ଛା ହେଉଛି ସେତେବେଳେ ସେ ଶଙ୍ଖ ଭବନ କ୍ଯାଣ୍ଟିନକୁ ଆସି ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଅନ୍ତୁ ବୋଲି ଆହ୍ବାନ କରିଛନ୍ତି। କିନ୍ତୁ ଶସ୍ତା ରାଜନୀତି କରନ୍ତୁନି । ଶଙ୍ଖ ଭବନ ଯେଉଁଦିନ ତିଆରି ହୋଇଥିଲା ସେଦିନ କୁହାଯାଇଥିଲା ଏହା ଲୋକଙ୍କ ଅଫିସ। ପ୍ରତିଦିନ ବୈଠକ ବସୁଛି। କର୍ମୀଙ୍କ ସହିତ ନେତା ଓ ସାଧାରଣ ଲୋକ ଏଠାରେ ଥିବା କ୍ୟାଣ୍ଟିନରେ ଆସି ଖାଉଛନ୍ତି। କ୍ଯାଣ୍ଟିନରେ ଖାଇବା କଣ ଖରାପ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ସାହୁ।

କ୍ରିକେଟ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ପ୍ଲାଟୁନ ଫୋର୍ସ ମୁତୟନ

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୋଳ ବେଡ଼ାପଡ଼ା ଗାଁରେ କ୍ରିକେଟ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ। ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣ ଆହତ ହୋଇଥିବା ବେଳେ ପ୍ରାୟ ୧୦ଟି ପରିବାରର ଘର ଭଙ୍ଗାରୁଜା ହୋଇଛି। ଘଟଣା ପରେ ଗାଁରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଗିରଫ ଭୟରେ ବହୁ ଲୋକ ଗାଁରୁ ଫେରାର ହୋଇଯାଇଛନ୍ତି। ଘଟଣାରେ ୪୦ ଜଣଙ୍କୁ ପୋଲିସ ଉଠାଇ ଆଣି ହିନ୍ଦୋଳ ଏବଂ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଛି। ବେଡ଼ାପଡ଼ା ଗାଁରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଜନଶୂନ୍ୟ ହୋଇପଡ଼ିଛି। ଗତକାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଥିବାବେଳେ ପଡ଼ିଆରେ ସବର୍ଣ୍ଣ ଓ ଅସବର୍ଣ୍ଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। ରାତି ସମୟରେ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସହ ପ୍ରାୟ ୧୦ଟି ପରିବାରର ଘର ଭାଙ୍ଗି ଦେଇଥିଲେ। ପରିସ୍ଥିତି ଉପରେ ପୋଲିସ ନଜର ରଖିଛି। ଘଟଣାସ୍ଥଳରେ ଏସପିଙ୍କ ସହିତ ୩ଜଣ ଡିଏସପି ୫ଜଣ ସବ ଇନ୍ସପେକ୍ଟର ଉପସ୍ଥିତ ରହିଛନ୍ତି । ୨ଜଣ ଆହତଙ୍କୁ ମୁଖ୍ୟ ହସ୍ରେପିଟାଲରେ ଭର୍ତ୍ତି କରାଯାଇଛି।

 

ଜଣା ପଡ଼ିଲା ସତ, ଜାଣନ୍ତୁ କେବେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ ରୋହିତ ଶର୍ମା ?

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କ ଅବସର ଘୋଷଣାକୁ ନେଇ ଚର୍ଚ୍ଚା ହେଉଛି । ଯଦିଓ ବର୍ଡର ଗାଭାସ୍କର ଟ୍ରଫି ଶେଷ ହେବା ପରେ ପ୍ରେସମିଟ କରି ହିଟମ୍ୟାନ ଅବସର ଗୁଜବକୁ ଏଡାଇଥିଲେ କିନ୍ତୁ ଏବେ ବିସିସିଆଇର ବୈଠକ ପରେ ପୁଣି ସମାନ ଚର୍ଚ୍ଚା ହେଡଲାଇନ ପାଲଟିଛି । ଚାମ୍ପିୟନ୍ସ ଟ୍ରଫି ଖେଳାଯିବା ପୂର୍ବରୁ ବିସିସିଆଇ ଚୟନକର୍ତ୍ତା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଯୋଗ ଦେଇଥିଲେ । ତେବେ ଏହି ବୈଠକରେ ନିଷ୍ପତ୍ତି ହୋଇଛି କି, ଦଳକୁ ନୂଆ ଅଧିନାୟକ ନମିଳିବା ଯାଏ ରୋହିତ ଦଳର ଅଧିନାୟକ ଭାର ସମ୍ଭାଳିବେ । ଏପରିକି ଚାମ୍ପିୟନ୍ସ ଟ୍ରଫି ଭାରତ ରୋହିତଙ୍କ ଅଧିନାୟକତ୍ବରେ ଖେଳିବ ।

କୁହାଯାଉଛି କି, ଚାମ୍ପିୟନ୍ସ ଟ୍ରଫି ପରେ ଆନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କରିବେ ରୋହିତ । ଚାମ୍ପିୟନ୍ସ ଟ୍ରଫି ରୋହିତଙ୍କ ଶେଷ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ । ଭାରତର ଶେଷ ଲିଗ ମ୍ୟାଚ ମାର୍ଚ୍ଚ ୨ ରହିଛି । ଯଦି ଦଳ ସେମିଫାଇନାଲରେ ପ୍ରବେଶ ନକରେ ତାହେଲେ ଏହା ତାଙ୍କ ଜୀବନର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ହେବ । ଏମିତି ଏକ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ରୋହିତ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଅନ୍ୟପଟେ ଭାରତ ଏବେ ଇଂଲଣ୍ଡ ବିପକ୍ଷ ସିରିଜ ଖେଳିବ । ମାତ୍ର ଏହି ସିରିଜରୁ ବିଶ୍ରାମ ନେଇଛନ୍ତି ରୋହିତ ।