spot_img
Home Blog Page 1266

ଗର୍ଭବତୀଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼: ଗର୍ଭବତୀଙ୍କୁ ଗୁଳି କରି ହତ୍ୟା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲୀ ଗାଁରେ । ଗତକାଲି ରାତିରେ କିଛି ଲୁଟେରା ଲୁଟ କରୁଥିଲେ । ଏହି ସମୟରେ ମହିଳା ଜଣକ ଜୋରରେ ପାଟି କରିବାରୁ ମହିଳାଙ୍କୁ ଗୁଳି କରିଥିଲେ ଲୁଟେରା। ଏହି ଗୁଳିକାଣ୍ଡରେ ମହିଳାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲୀ ଗ୍ରାମରେ ଦେବେନ ବେହେରା ଓ ତାଙ୍କ ପତ୍ନୀ ସମ୍ୟା ଶୋଇଥିବା ବେଳେ ଲୁଟେରାମାନେ ଘର କବାଟ ବାଡେଇଥିଲେ । କବାଟ ବାଡେଇବା ଶବ୍ଦ ଶୁଣି ପତ୍ନୀ ସମ୍ୟା କବାଟ ଖୋଲିଥିଲେ । ଏହାପରେ ସମ୍ୟା ଚିତ୍କାର କରିବାରୁ ଦୃର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଵାମୀ ଦେବେନ ବାହାରି ଦୌଡିକି ଆସି ଦେଖିଲାବେଳକୁ ପତ୍ନୀ ସମ୍ୟା ତଳେ ପଡି ଛଟପଟ ହେବା ସହ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖି ପାଖ ପଡୋଶୀଙ୍କୁ ଡାକିଥିଲେ । ସମ୍ୟାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ମହିଳା ସମ୍ୟା ୭ ମାସର ଗର୍ଭବତୀ ଥିଲେ ଓ ଏହା ପ୍ରଥମ ଗର୍ଭ ଥିଲା ।

ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ; ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଛି

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ। ଡିସେମ୍ବର ଆରମ୍ଭରୁ ଶୀତ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୪ ବର୍ଷର ରେକର୍ଡ ଭାଙ୍ଗିଛି। ଚଳିତ ଶୀତ ମାସରେ ପ୍ରଥମଥର ଲାଗି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଛି। ସଫଦରଜଙ୍ଗରରେ ତାପମାତ୍ରା ୪.୯ ଡିଗ୍ରୀ ରେକର୍ଡ ହୋଇଛି। ରବିବାରଠାରୁ ଦିଲ୍ଲୀରେ ଶୀତ ଲହରି ଜାରି ରହିଛି। ଦିଲ୍ଲୀ ସମେତ ପୁରା ଉତ୍ତର ଭାରତରେ ଶୀତପଡୁଛି। କିଛି ଦିନ ହେଲା ଦିଲ୍ଲୀରେ ଶୀତର ପ୍ରଭାବ ଅଧିକ ରହିଛି।

ଗତକାଲିର ଶୀତ ଦିଲ୍ଲୀରେ ରେକର୍ଡ ଭାଙ୍ଗିଥିଲା। ଡିସେମ୍ବର ଆରମ୍ଭରୁ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରୀ ରେକର୍ଡ ହୋଇଥିଲା। ଆଗରୁ ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରେକର୍ଡ ଅନୁସାରେ ଏହି ଅବଧି ସମୟରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୯୮୭ ଡିସେମ୍ବର ୬ ତାରିଖରେ ୪.୧ ଡିଗ୍ରୀ ରେକର୍ଡ ହୋଇଥିଲା। ଏହାପରଠାରୁ ଗତ ବୁଧବାର ଦିନ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଏଭଳି ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏନସିଆର ଏବଂ ଉତ୍ତରଭାରତର ପାହାଡ଼ିଆ ଅଞ୍ଚଳରେ ବରଫପାତ ହେଉଛି। ଏହାର ପ୍ରଭାବରେ ଶୀତର ପ୍ରଭାବ ବଢିଥିବା କହିଛି ପାଣିପାଗ ବିଭାଗ।

ବୋରୱେଲ ଟ୍ରାଜେଡି: ୫୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ବିଫଳ; ବଞ୍ଚିଲାନି ଜୀବନ

ନନ୍ଦିଘୋଷ ବ୍ୟୁରୋ : ଦୀର୍ଘ ୫୭ ଘଣ୍ଟାର ରେସକ୍ୟୁ ଅପରେସନ ପରେ ମୃତ ଉଦ୍ଧାର ହେଲା ଶିଶୁ। ରାଜସ୍ଥାନ ଦୌସା ଅଂଚଳରେ ବୋରୱେଲକୁ ଶିଶୁ ଖସି ପଡିବା ଘଟଣା। ହାରିଗଲା ଜୀବନ। ୫୭ ଘଣ୍ଟାର ଉଦ୍ଧାରକାର୍ଯ୍ୟ ପରେ ମଧ୍ୟ ଶିଶୁ ଆର୍ଯ୍ୟନକୁ ଜୀବନ୍ତ ଉଦ୍ଧାର କରିପାରିଲାନି ରେସକ୍ୟୁ ଟିମ୍ । ରାଜସ୍ଥାନ ଦୌସା କାଲିଘାଟ ଗାଁରେ ଏକ ବୋରୱେଲକୁ ଖସି ପଡିଥିଲା ଆର୍ଯ୍ୟନ।

ସୂଚନା ଅନୁଯାୟୀ, ୫ ବର୍ଷୀୟ ଶିଶୁ ଆର୍ଯ୍ୟନ୍‌ ଖେଳୁଥିବା ସମୟରେ ବୋରୱେଲକୁ ଖସି ପଡିଥିଲା। ଦେଢଶହ ଫୁଟ ଗଭୀର ବୋରଓ୍ୱେଲ ମଧ୍ୟରେ ସେ ପଡିଯାଇଥିଲା। ଶିଶୁକୁ ଉଦ୍ଧାର ଲାଗି ଗତ ସୋମବାରଠୁ ଚାଲିଥିଲା ରେସକ୍ୟୁ ଅପରେସନ୍। ବିଭିନ୍ନ ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ। ହେଲେ ଆର୍ଯ୍ୟନକୁ ଜୀବନ୍ତ ଉଦ୍ଧାର କରିପାରିନଥିଲେ। ଉଦ୍ଧାରକାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ସମେତ ଅନ୍ୟ ରସ୍କ୍ୟୁ ଟିମ୍‌ ଦିନରାତି ଲାଗିଥିଲେ। ଅଚେତ ଅବସ୍ଥାରେ ଉଦ୍ଧାର ପରେ ମେଡିକାଲ ନିଆଯାଇଥିଲା। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ୩ ବର୍ଷ ତଳେ ବୋରୱେଲଟିକୁ ଖୋଳାଯାଇଥିବା ଜଣାପଡିଛି।

 

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବ ସାଧାରଣ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଦ୍ବିତୀୟ ଭୋଗ ମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଅପରାହ୍ଣ ୬ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବ । ଏହା ଏକ ଗୁପ୍ତସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କାନାଡାରେ ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ :  ବାଂଲାଦେଶରେ ବଢୁଛି ଇସ୍କନର ଅଡୁଆ। ଇସ୍କନ ନେତା ଚିନ୍ମୟ କ୍ରିଷ୍ଣା ଦାସଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଚଟ୍ଟୋଗ୍ରାମ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ। ଦେଶଦ୍ରୋହ ଅପରାଧ ମାମଲାରେ ଗତ ନଭେମ୍ବର ୨୫ରେ ଚିନ୍ମୟଙ୍କୁ ଗିରଫ କରାଯାଇଥିଲା। ସେପଟେ ଚିନ୍ମୟଙ୍କ ଲାଗି ଲଢୁଥିବା ଆଇନଜୀବୀ ରବୀନ୍ଦ୍ର ଘୋଷଙ୍କୁ କିଛି ଆଇନଜୀବୀ ମାଡ ମାରିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ବାଂଲାଦେଶର ପ୍ରଭାବ କାନାଡାରେ ଦେଖିବାକୁ ମିଳିଛି । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କାନାଡାରେ ପ୍ରତିବାଦ ହୋଇଛି । ଟରଣ୍ଟୋସ୍ଥିତ ବାଂଲାଦେଶ ଦୂତାବାସ ସମ୍ମୁଖରେ କରାଯାଇଛି ପ୍ରତିବାଦ । ବାଂଲାଦେଶର ଭାଇଭଉଣୀଙ୍କ ସହ ସେମାନେ ଅଛନ୍ତି କହି ଦେଇଛନ୍ତି ନାରା ।

ଗତ କିଛି ଦିନ ଧରି ଇସ୍କନ ଓ ହନ୍ଦୁଧର୍ମାବଲମ୍ବୀଙ୍କ ବିରୋଧରେ ହେଉଥିବା ଆକ୍ରମଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କାନାଡାବାସିନ୍ଦା। ପାକିସ୍ତାନ, ଆଫଗାନିସ୍ତାନ ପରି ଆକ୍ରମଣକାରୀମାନେ ବାଂଲାଦେଶରେ ନାରକୀୟ କାଣ୍ଡ କରିଚାଲିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଗତ ଡିସେମ୍ବର ୧୦ରେ ବିଭିନ୍ନ ସଂଗଠନ ଓ ସିଭିଲ ସୋସାଇଟି ପ୍ରତିଷ୍ଠାନ ପକ୍ଷରୁ ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ଦାବି କରାଯାଇଥିଲା। ବାଂଲାଦେଶ ପ୍ରସଙ୍ଗରେ ନୂଆଦିଲ୍ଲୀ, ଜୟପୁର, ଅହମ୍ମଦାବାଦ, ରାଞ୍ଚି, ଗୁଆହାଟି ଆଦି ସହରରେ ବି ରାଲି କରାଯାଇଥିଲା ।

ଜାନୁଆରୀରୁ ଆମେରିକାରେ ବଦଳିପାରେ ଅନେକ ନିୟମ; ସାରା ବିଶ୍ୱରେ ଲାଗି ରହିଛି ସସପେନ୍ସ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଜାନୁଆରୀରୁ ଆମେରିକାରେ ବଦଳିପାରେ ଅନେକ ନିୟମ । ଏହାକୁ ନେଇ ସାରା ବିଶ୍ବରେ ଲାଗି ରହିଛି ସସପେନ୍ସ । ନାଗରିକତ୍ବ, ଅର୍ଥନୀତି, ବାଣିଜ୍ୟଠାରୁ ଆରମ୍ଭ କରି ଇମିଗ୍ରେସନ ପ୍ରସଙ୍ଗରେ ଅନେକ ନୀତିର ପରିବର୍ତ୍ତନ କରିପାରନ୍ତି ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସବୁଠାରୁ ଜନ୍ମଗତ ଅଧିକାର ପ୍ରସଙ୍ଗରେ ବି ଟ୍ରମ୍ପ ନେଇପାରନ୍ତି ନୂଆ ପଦକ୍ଷେପ। ଜନ୍ନଗତ ଅଧିକାର ସଂକ୍ରାନ୍ତ ନାଗରିକତ୍ବ ନିୟମକୁ ହାସ୍ୟାସ୍ପଦ କହିଛନ୍ତି ଟ୍ରମ୍ପ । ଜାନୁଆରୀ ୨୦ ପରେ ଏହି ନିୟମକୁ ହଟାଇଦିଆଯିବା ନେଇ ଦେଇଛନ୍ତି ପୂର୍ବାଭାସ । ଫଳରେ ୧୫୦ ବର୍ଷ ଧରି ଚାଲିଆସିଥିବା ନିୟମରେ ଆସିପାରେ ପରିବର୍ତ୍ତନ । ଆମେରିକା ସମ୍ବିଧାନର ଧାରା ୧୪ ଅନୁସାରେ ଆମେରିକା ସୀମା ମଧ୍ୟରେ ଜନ୍ମିତ ଯେକୌଣସି ଦେଶର ନାଗରିକଙ୍କ ସନ୍ତାନକୁ ନାଗରିକତ୍ୱ ପ୍ରଦାନ କରାଯାଇଥାଏ । ତେବେ ଏହି ନିୟମର ବ୍ୟାପକ ଅପବ୍ୟବହାର ହେଉଥିବା ଅଭିଯୋଗ ହୋଇ ଆସୁଛି। ଏହି ନିୟମକୁ ଆଶ୍ରା କରି ଅନେକ ଗର୍ଭବତୀ ଆମେରିକାକୁ ଚାଲିଆସୁଥିବା ଜଣାଯାଇଛି । ୨୦୨୨ ଜନଗଣନା ଅନୁସାରେ ଆମେରିକାର ୪୮ ଲକ୍ଷ ଭାରତୀୟ-ଆମେରିକୀୟ ବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଲକ୍ଷ ଲୋକଙ୍କ ଜନ୍ମ ଆମେରିକାରେ ହୋଇଛି । ଯଦି ଟ୍ରମ୍ପ ଏହି ଅଧିକାରକୁ ହଟାଇ ଦିଅନ୍ତି ତେବେ୧୬ ଲକ୍ଷ ଭାରତୀୟଙ୍କ ସ୍ଥିତି ସାଂଘାତିକ ହେବ ।

ସେହିପରି ଜାନୁଆରୀରେ ୟୁକ୍ରେନକୁ ଆମେରିକାର ସହାୟତା ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହ ଦେଶରେ ଯେଉଁ କମ୍ପାନୀ ୧ ବିଲିୟନ ଡଲାର ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ଅନୁମତି ଦିଆଯିବ ବୋଲି କହିଛନ୍ତି ଟ୍ରମ୍ପ । ସେପଟେ ୨୦୨୧ ଜାନୁଆରୀ ୬ କ୍ୟାପିଟଲ ହଙ୍ଗାମା ମାମଲାରେ ଅଭିଯୁକ୍ତଙ୍କୁ ମୁକ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି ଟ୍ରମ୍ପ ।

ଧାର୍ମିକ ପୀଠସ୍ଥଳ ସଂକ୍ରାନ୍ତ ବିବାଦ ମାମଲା: ଆଜି ବିଭିନ୍ନ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ : ଧାର୍ମିକ ପୀଠସ୍ଥଳ ସଂକ୍ରାନ୍ତ ବିବାଦ ମାମଲା । ଦେଶରେ ମୁସଲିମମାନଙ୍କ ପୀଠଗୁଡିକ ଉପରେ ହିନ୍ଦୁମାନଙ୍କ ଅଧିକାର ସାବ୍ୟସ୍ତ ପ୍ରସଙ୍ଗରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଏନେଇ ଆଗତ କେତେକ ପିଟିସନର ହେବ ଶୁଣାଣି । ହିନ୍ଦୁ ପକ୍ଷର ଦାବି ହେଉଛି ମୋଗଲ ରାଜତ୍ବ ସମୟରେ ଅନେକ ମନ୍ଦିରକୁ ଭାଙ୍ଗି ସେଠାରେ ମସଜିଦ ନିର୍ମିତ ହୋଇଥିଲା। ଏହା ସହ ଧାର୍ମିକ ପୀଠସ୍ଥଳୀ ଆଇନକୁ ନିମ୍ନକୋର୍ଟ ଅବମାନନା କରୁଥିବା ନେଇ ବି ପିଟିସନରେ ଉଲ୍ଲେଖ ରହିଛି । ଏହି ଆଇନରେ ସ୍ବାଧୀନତା ପରେ କୌଣସି ପୀଠସ୍ଥଳୀକୁ ଅନ୍ୟ ରୂପ ଦିଆଯିବା ଉପରେ କଟକଣା ଲଗାଯାଇଛି। ଏହି ଆଇନକୁ ରଦ୍ଦ କରିବା ଲାଗି ହୋଇଥିବା ଆବେଦନକୁ ସିଜେଆଇ ସଞ୍ଜୀବ ଖନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେ. ଭି. ବିଶ୍ବନାଥନ ମାମଲାର ଶୁଣାଣି କରିବେ ।

ପୂର୍ବରୁ ଅଯୋଧ୍ୟା ବିଦାଦର ରାୟ ଦେବାବେଳେ ଏହି ଆଇନକୁ ଯଥାର୍ଥ କହିଥିଲେ ୫ ଜଣିଆ ଖଣ୍ଡପୀଠ। ସମ୍ବିଧାନର ମୂଳ ଲକ୍ଷ୍ୟ ରକ୍ଷା ଦିଗରେ ଏହି ଆଇନ ଉଦ୍ଦିଷ୍ଟ ବୋଲି ଖଣ୍ଡପୀଠ କହିଥିଲେ । ଇତିହାସକୁ ପରିବର୍ତ୍ତନ କରିବା ଲାଗି କାହାର ଅଧିକାର ନାହିଁ ବୋଲି କହିଥିଲେ ଖଣ୍ଡପୀଠ । ଅଯୋଧ୍ୟା ରାୟ ପରେ ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ବହୁ ପିଟିସନ ଦାୟର ହୋଇଥିଲା । ବିଜେପିର ଅଶ୍ବିନୀ ଉପାଧ୍ଯାୟ, ସୁବ୍ରମଣ୍ଯମ ସ୍ବାମୀ ଓ ଅନ୍ଯ ହିନ୍ଦୁ ସଂଗଠନ ପକ୍ଷରୁ ଏହି ପିଟିସନ ଦାୟର ହୋଇଛି । କାଶୀ, ମଥୁରା, ଜ୍ଞାନବାପି, ସମ୍ଭଲର ଶାହି ଜାମା ମସଜିଦ, ଆଜମେରର ସୁଫି ସାଧୁ ଖ୍ବାଜା ମୌଇନୁଦ୍ଦିନ ଚିସ୍ତି ମସଜିଦକୁ ନେଇ ବିବାଦ ଚାଲିଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ରହିଛି ସାରା ଦେଶର ନଜର ।

ଯୁବତୀଙ୍କୁ ଖଣ୍ଡଖଣ୍ଡ କରି କାଟି ନଦୀରେ ଫିଙ୍ଗିଦେଲା ଦୁଷ୍କର୍ମ ଅଭିଯୁକ୍ତ

ରାଉରକେଲା : ପ୍ରତିଶୋଧ ଯେ ଏତେ ହିଂସ୍ର ହୋଇପାରେ ତାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଜେଲ ଯାଇ ଫେରିବା ପରେ ଯୁବତୀଙ୍କୁ ଖଣ୍ଡଖଣ୍ଡ କରି କାଟି ନଦୀରେ ଫିଙ୍ଗିଦେଲା ଦୁଷ୍କର୍ମ ଅଭିଯୁକ୍ତ । ଅଭିଯୁକ୍ତର ସୂଚନା ଆଧାରରେ ରାଉରକେଲା ପାନପୋଷ ନିକଟ ବ୍ରାହ୍ମଣୀ ନଦୀରୁ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କଲା ପୋଲିସ୍ । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅଞ୍ଚଳର କୁନୁ କିଷାନ ସମ୍ପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗତ ୨୭ ଅଗଷ୍ଟରେ ଗିରଫ ପରେ ଜେଲ ଯାଇଥିଲା । ଡିସେମ୍ବର ୪ରେ ବେଲରେ ଆସିବା ପରେ ଯୁବତୀଙ୍କୁ କୋର୍ଟରେ ତାଙ୍କ ସପକ୍ଷରେ ସାକ୍ଷୀ ଦେବା ପାଇଁ ଅନୁରୋଧ କରିଥିଲା । କିନ୍ତୁ ଯୁବତୀ ରାଜି ନହେବାରୁ ମାରି ମୃତ ଶରୀରକୁ ଖଣ୍ଡଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା । ଗାଡିଆଟୋଲି ଵୁଦାରେ କିଛି ଅଂଶ ଫୋପାଡିଵା ସହ ଛୋଟ ଵସ୍ତାରେ ବାନ୍ଧି ମୃତଦେହକୁ ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ଯୁଵତୀ ନିଖୋଜ ଥିବା ଗତ ୭ ତାରିଖ ଝାରସୁଗୁଡା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗତକାଲି ଝାରସୁଗୁଡ଼ା ଟାଉନ ଥାନା ପୋଲିସ କୁନୁକୁ ଅଟକ ରଖି ପଚରାଉଚରା କରିଥିଲା । ପୋଲିସ ଜେରା ବେଳେ ସବୁ ସତ ମାନିଯାଇଥିଲା କୁନୁ । କିପରି ନିଜ ସାଙ୍ଗ ସହାୟତାରେ ଯୁବତୀଙ୍କୁ ବାଇକରେ ଅପହରଣ କରିଥିଲା । ରାଉରକେଲା ଦେବଗଡ଼ ଜାତୀୟ ରାଜପଥରେ ହତ୍ୟା କରି ଖଣ୍ଡ ଖଣ୍ଡ କରି ରାଉରକେଲା ଠାରେ ଫିଙ୍ଗିଥିଲା ସବୁ କଥା ପୋଲିସ ଆଗରେ ଉଗାରିଥିଲା କୁନୁ । ଆଜି ଅଭିଯୁକ୍ତକୁ ସାଙ୍ଗରେ ନେଇ ପୋଲିସ ଘଟଣା ସ୍ଥଳକୁ ଯାଇ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିବା ସହ ବ୍ରାହ୍ମଣୀ ନଦୀରେ ଖୋଜାଖୋଜି କରିଥିଲା । ଆଜି ଏନେଇ ଏସପିଙ୍କ କାର୍ଯ୍ଯାଳୟରେ ସବିଶେଷ ତଥ୍ୟ ଦେବା ସହ ଅଭିଯୁକ୍ତ କୁନୁ ଓ ତାର ସହଯୋଗୀକୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଆଇଜି ହିମାଂଶୁ ଲାଲ ।

ନିର୍ବାଚନ କମିଶନଙ୍କୁ ଭେଟିଲେ ଆପ୍ ପ୍ରତିନିଧି

ଦିଲ୍ଲୀ : ଦିଲ୍ଲୀରେ ଭୋଟର ତାଲିକାରୁ ଭୋଟରଙ୍କୁ ବାଦ୍ ଦେବା ପ୍ରସଙ୍ଗ। ନିର୍ବାଚନ କମିଶନଙ୍କୁ ଭେଟିଲେ ଆପ୍ ପ୍ରତିନିଧି। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଆପ୍ ଆଣିଥିଲା ଗୁରୁତର ଅଭିଯୋଗ। ଏନେଇ କମିଶନଙ୍କ ନିକଟରେ ୩ ହଜାର ପୃଷ୍ଠାର ପ୍ରମାଣ ଦାଖଲ କରିଛି ଅପ୍। ଭୋଟର ତାଲିକାରୁ ଏସସି ଓ ଦଳିତଙ୍କୁ ବାଦ୍ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ବିଜେପି ବିରୋଧରେ ପୂର୍ବତନ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ କରିଥିଲେ ଗୁରୁତର ଅଭିଯୋଗ। ସେ କହିଥିଲେ- ଭୋଟର ତାଲିକାରୁ ଲୋକଙ୍କୁ ଦେବା ନେଇ ତାଙ୍କ ନିକଟରେ ପ୍ରମାଣ ରହିଛି। ସାହାଦରା ନିର୍ବାଚନ ମଣ୍ଡଳୀରୁ ୧୧ ହଜାର ଭୋଟରଙ୍କୁ ବାଦ୍ ଦେବା ଲାଗି ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ବିଜେପି ଅନୁରୋଧ କରିଥିଲା। ସେପଟେ ଆପରେ ସାମିଲ ହୋଇଛନ୍ତି ଦୁଇ ସ୍ବାଧୀନ କାଉନସିଲର ତରୁଣ ଯାଦବ ଓ ମୀନା ଯାଦବ।

୬ ଦଫା ଦାବିକୁ ମାନିଲେ ସରକାର

ଭୁବନେଶ୍ବର : ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ । ଶେଷରେ ମାଆ ମାନଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ ସରକାର। ୬ ଗୋଟି ଦଫା ଦାବିକୁ ମାନିଲେ ସରକାର। ଆସନ୍ତା କାଲି ଠାରୁ କାର୍ଯ୍ୟରେ ଯୋଗଦେବା ପାଇଁ ନିବେଦନ କରାଯାଇଛି । ସରକାର ଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ପରେ ସୂଚନା ଦେଲେ ସଂଘର ଅଧକ୍ଷ ସୁବାସ ସିଂହ। ଡିସେମ୍ବର ୩୦  ଭିତରେ ପର୍ଯ୍ୟାୟ କ୍ରମେ ବକୟା ଦରମା ମିଳିବାର ପ୍ରତିଶ୍ରୁତି ଦେଲେ ରାଜ୍ୟ ସରକାର। ସେଥିପାଇଁ ଏବେ ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତି ନେଲା ସଂଘ ବୋଲି ସୂଚନା ଦେଲେ ସଂଘ ସଭାପତି ଓ ଚେୟାର ମ୍ୟାନ ।