spot_img
Home Blog Page 1256

କାମରେ ଆସୁନି ବୌଦ୍ଧ ବଘିଆପଡ଼ା ସ୍ଵାସ୍ଥ୍ୟକେନ୍ଦ୍ରର ନୂଆ କୋଠା

ନନ୍ଦିଘୋଷ ବ୍ୟୁରୋ: କାମରେ ଆସୁନାହିଁ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପ୍ରାଥମିକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ନୂଆ କୋଠା । ନିର୍ମାଣର ବର୍ଷେ ପରେ ମଧ୍ୟ ଗେଟରେ ତାଲା ଝୁଲୁଛି । ନୂତନ କୋଠରୀରେ ପଡ଼ିପଡ଼ି ଖତ ଖାଉଛି ଲକ୍ଷାଧିକ ଟଙ୍କାର ସଜସରଞ୍ଜାମ । ପୀର୍ବ ସରକାର ସମୟରେ ୩କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଛି PHC ସ୍ୱାସ୍ଥ୍ୟ କେନ୍ଦ୍ର । ନିର୍ମାଣର ବର୍ଷେ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରୁନି କାର୍ଯ୍ୟକ୍ଷମ । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଉପାନ୍ତ ଅଞ୍ଚଳର ବଘିଆପଡ଼ା ପଞ୍ଚାୟତବାସୀ ।

କାମରେ ଆସୁନାହିଁ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପ୍ରାଥମିକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ନୂଆ କୋଠା । ନିର୍ମାଣର ବର୍ଷେ ପରେ ମଧ୍ୟ ଗେଟରେ ତାଲା ଝୁଲୁଛି । ନୂତନ କୋଠରୀରେ ପଡ଼ିପଡ଼ି ଖତ ଖାଉଛି ଲକ୍ଷାଧିକ ଟଙ୍କାର ସଜସରଞ୍ଜାମ । ବିଡ଼ମ୍ବନାର ବିଷୟ କୋଠା ନିର୍ମାଣକୁ ବର୍ଷେ ବିତିଯାଇଥିଲେ ମଧ୍ୟ ସ୍ଵାସ୍ଥ୍ୟକେନ୍ଦ୍ରର ନୂଆ କୋଠାର ଉଦଘାଟନ ହୋଇପାରିନାହିଁ । ଯାହା ଫଳରେ ପୁରୁଣା କୋଠାରେ ଚାଲିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ଉପାନ୍ତ ମାଓପ୍ରବଣ ଅଞ୍ଚଳ ବଘିଆପଡ଼ା ପଞ୍ଚାୟତ ସମେତ ନିକବର୍ତ୍ତୀ ପ୍ରାୟ ୫୦ଖଣ୍ଡ ଗାଁର ଲୋକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ। ପ୍ରତିଦିନ ଏହି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ବହୁ ସଂଖ୍ୟାରେ ରୋଗୀ ଆସିଥାନ୍ତି । ବେଡ୍ ଓ ଗର୍ଭବତୀଙ୍କ ପାଇଁ ଲେବର ରୁମ ନଥିବାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଥିବାରୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀଘ୍ର ସ୍ଵାସ୍ଥ୍ୟକେନ୍ଦ୍ରର ନୂତନ କୋଠାକୁ ଉଦଘାଟନ କରିବାକୁ ଜିଲ୍ଲା ପ୍ରଶାସନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଉପାନ୍ତ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୨୦୨୩ ମସିହାରେ ବଘିଆପଡ଼ାରେ ୨୪ଘଣ୍ଟିଆ PHC ନିର୍ମାଣ ପାଇଁ ପୂର୍ବ ସରକାର ସମୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ୨କୋଟି ୧୨ଲକ୍ଷରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଥିଲା । ବର୍ଷେ ତଳୁ କୋଠା ନିର୍ମାଣ କାର୍ଯ୍ୟ ସରିଛି । ଉଦଘାଟନ ହୋଇନଥିବାରୁ କାମରେ ଆସୁନାହିଁ ନୂଆ କୋଠା । ଖୁବଶୀଘ୍ର ଏହାର ନୂଆକୋଠା କାର୍ଯ୍ୟକ୍ଷମ ହେଲେ ରୋଗୀ ସେବାରେ ଉନ୍ନତି ଆସିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର । ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରି ନୂତନ କୋଠାକୁ ଶୀଘ୍ର ଉଦଘାଟନ ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ନବରଙ୍ଗପୁର ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ବିଷାକ୍ତ କେରଟ ଗ୍ରାସ

ନନ୍ଦିଘୋଷ ବ୍ୟୁରୋ: ଆପଣ ବହୁତ୍ ପ୍ରକାର ଘାସ ଦେଖିଥିବେ । କିନ୍ତୁ ଏମିତି ଏକ ଘାସ ଦେଖିଛନ୍ତି କି ଯାହାକୁ ଗାଈ ଗୋରୁ ଛେଳି ମେଣ୍ଢା ବି ଖାଆନ୍ତି ନାହିଁ । ଏବଂ ଏହା ଯେଉଁଠି ଉଠେ ସେଇ ଅଞ୍ଚଳରେ ବିଷ ଭରିଦିଏ। ଏମିତି ଏକ ଘାସ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳୁଛି । ଏହା ଏକ ପ୍ରକାର ବିଷାକ୍ତ ଘାସ । ଏହି ଘାସର ନାଁ ହେଲା କେରଟ ଗ୍ରାସ। ବଟାନିକାଲ ନାମ ହେଉଛି ପର୍ଥନୀୟମ କଂଗ୍ରେସ ଗ୍ରାସ ବା କେରଟ ଗ୍ରାସ । ଯାହା ଏବେ ମବରଙ୍ଗପୁର ଜିଲ୍ଲା ଉମରକୋଟ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ।

ଯେଉଁଆଡେ ଦେଖିବା ମାଡ଼ି ଯାଇଛି ଘାସ । ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ସବୁ ଅଞ୍ଚଳରେ ଏହି ଘାସ ଦେଖିବାକୁ ମିଳୁଛି । ଚାଷ ଜମିଠାରୁ ଆରମ୍ଭ କରି ଘର ଅଗଣା ଏବଂ ରାସ୍ତା କଡ଼, ଯେଉଁଆଡ଼େ ଦେଖିବ ଏହି ଘାସରେ ଭରପୁର ହୋଇଛି । ଏହି ଘାସ ଜମିର ଉର୍ବରତାକୁ କମାଇଦେବା ସହିତ ଜମିରେ ପଡୁଥିବା ସାରକୁ ସବୁ ଟାଣି ନେଉଛି । ଏହି ଘାସର ଚେରରେ ବିଷାକ୍ତ ପଦାର୍ଥ ରହିଥିବାରୁ ପାର୍ଶ୍ଵରେ ଫସଲ ମାଡ଼ ପାଇଥାଏ । ଚାଷ ଜମିରେ ମାଡ଼ି ଯାଇଥିବାରୁ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ବିଶାକ୍ତ ‘କେରଟ ଗ୍ରାସ’ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମଣିଷ ଏହି ଘାସର ସଂସ୍ପର୍ଷରେ ଆସିଲେ ଚର୍ମରୋଗ ଓ ଅସ୍ତମା ଭଳି ରୋଗ ହେଉଛି । ଏହି କାରଣରୁ ଶ୍ରମିକମାନେ ଜମିରୁ ଏହି ଘାସ ବାଛିବା ପାଇଁ ଅରାଜି ହେଉଛନ୍ତି । ଘାସମରା ରାସାୟନିକ ପଦାର୍ଥ ପ୍ରୟୋଗ କଲେ କାମରେ ଆସୁନାହିଁ । ଏହି ବିଶାକ୍ତ ‘କେରଟ ଗ୍ରାସ’ର ଦମନ ପାଇଁ ପଦକ୍ଷେପ ନେବାକୁ କୃଷି ବିଭାଗ ଓ ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ  ।

କେରଟ ଗ୍ରାସରେ ମହୁ ମାଛି ବସେ ନାହିଁ କି ଏହାର ପରାଗ ସଙ୍ଗମ ହୁଏନାହିଁ । ଘାସ ଗଛର ପାଖୁଡ଼ା ପଡ଼ି ନୂଆ ଗଛ ସୃଷ୍ଟି ହୋଇଥାଏ । କେରଟ ଗ୍ରାସର ଚେରରେ ଏକ ପ୍ରକାର ବିଷାକ୍ତ ପଦାର୍ଥ ରହିଥିବାରୁ ଘାସର ଆଖ ପାଖରେ କୌଣସି ଗଛ ଉଠେ ନାହିଁ । କେରଟ ଗ୍ରାସର ମୂଳ ଉତ୍ପତ୍ତି ସ୍ଥଳ ହେଉଛି ଉତ୍ତର ଆମେରିକା । ଉତ୍ତର ଆମେରିକାରୁ ଭାରତକୁ ଗହମ ଆସିବା ସମୟରେ ଗହମ ସହ ମିଶି ଏହି ଘାସର ମଞ୍ଜି ଭାରତକୁ ଚାଲି ଆସିଥିବା କହିଛନ୍ତି ବୈଜ୍ଞାନିକ । ଦେଶର ଅନେକ ସ୍ଥାନ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କେରଟ ଗ୍ରାସ  ଦେଖିବାକୁ ମିଳୁଛି । ବିଶେଷ କରି ନବରଙ୍ଗପୁର ଜିଲ୍ଲାରେ ବହୁ ମାତ୍ରାରେ ଘାସ ମାଡ଼ିଯାଉଥିବା କହିଛନ୍ତି ବୈଜ୍ଞାନିକ । ଯଦି ସମୟ ଥାଉଁ ଥାଉଁ ଏହାର ପ୍ରତିକାର କରାନଯାଏ ଚାଷୀ ଏବଂ ଚାଷ ପାଇଁ କେରଟ ଗ୍ରାସ୍ ବିପଦର କାରଣ ହେବ ବୋଲି କହିଛନ୍ତି ବୈଜ୍ଞାନିକ l

କପିଲ ଶର୍ମାଙ୍କ ଉପରେ କାହିଁକି ରାଗିଲେ ମୁକେଶ ଖାନ୍ନା

ନନ୍ଦିଘୋଷ ବ୍ୟୁରୋ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ ଜଣାଶୁଣା ଶକ୍ତିମାନ ଅଭିନେତା ମୁକେଶ ଖାନ୍ନା । ନିକଟରେ କପିଲ ଶର୍ମାଙ୍କ ଲୋକପ୍ରିୟ ଶୋ’କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି, ଏହି ଶୋ ଏକ ଅଶ୍ଲୀଳ ଶୋ’ । ଏକ ଇଣ୍ଟରଭିୟୁ ସମୟରେ ମୁକେଶ ଖାନ୍ନା କହିଛନ୍ତି କି, ମୁଁ ଜାଣେ ନାହିଁ ତାଙ୍କ ସମସ୍ୟା କଣ ? କିନ୍ତୁ ସେ ମୋ ସହ କେବେ ବି ଯୋଗାଯୋଗ କରିନଥିଲେ । ହୋଇଥାଏ ପାରେ କି, ଏହା ଲଜ୍ଜା କିମ୍ବା ଅହଂକାରର କାରଣ । ଏହାସହ ମୁକେଶ ଖାନା କହିଛନ୍ତି କି, ମୁଁ କେବେ ମଧ୍ୟ କପିଲ ଶର୍ମା ଶୋ’କୁ ଯିବି ନାହିଁ । କୁହାଯାଇଥିଲା କି, ମହାଭାରତର ଷ୍ଟାରକାଷ୍ଟଙ୍କୁ କପିଲ ଶର୍ମା ଶୋ’କୁ ନିମନ୍ତ୍ରଣ କରାଯାଇଥିଲା । ମୁକେଶ ଖାନ୍ନା କହିଛନ୍ତି କି, ମୋତେ ଡକା ଯାଇଥିଲେ ସୁଦ୍ଧା ମୁଁ କେବେ ମଧ୍ୟ ଯାଇନଥାନ୍ତି । ତାଙ୍କ ଶୋ’ ଦେଖି ଲୋକମାନେ ହସିଥାନ୍ତି କିନ୍ତୁ ଏଥିରେ କୌଣସି ସଚ୍ଚୋଟତା ନାହିଁ ।

ଅରୁଣ ଗୋବିଲ ଯେବେ କପିଲ ଶର୍ମା ଶୋ’କୁ ଆସିଥିଲେ ଏସମ୍ପର୍କରେ ମଧ୍ୟ ମୁକେଶ ଖାନ୍ନା ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, କପିଲ ମଜାରେ ଅନେକ ପ୍ରଶ୍ନ ଅରୁଣ ଗୋବଲିଙ୍କୁ ପଚାରୁଥିଲେ । “ଏହା ଶୁଣିବା ପରେ ଅରୁଣ ଗୋବିଲ ସେଠାରେ ଚୁପଚାପ୍ ବସିଥିଲେ ଏବଂ ହସୁଥିଲେ। ଯଦି ମୁଁ ସେଠାରେ ଥାଆନ୍ତି ତେବେ ମୁଁ ବିରକ୍ତ ହୋଇଥା’ନ୍ତି  । ତୁମେ ଏପରି ଜଣେ ବ୍ୟକ୍ତିଙ୍କୁ ଏପରି ପ୍ରଶ୍ନ ପଚାରୁଛ, ଯାହାର ବହୁତ ସମ୍ମାନ ଅଛି, ତୁମେ ତାଙ୍କୁ ଏପରି ଶସ୍ତା ପ୍ରଶ୍ନ ପଚାରୁଛ । ” ଏହା ବ୍ୟତୀତ ମୁକେଶ ଖାନ୍ନା ଅନ୍ୟ ଏକ ଘଟଣା କହିଥିଲେ ଯେତେବେଳେ ଏକ ପୁରସ୍କାର ଶୋ’ରେ କପିଲ ଶର୍ମା ତାଙ୍କୁ ଅଣଦେଖା କରିଥିଲେ।

ଟ୍ରେନରେ କଟି ଦୁଇ ପାଚିକା ମୃତ ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଂଘ

ଗଞ୍ଜାମ: ଗଂଜାମ ସୋରଳ ଷ୍ଟେସନରେ ଦୁଇ ପାଚିକା ସହାୟିକାଙ୍କ ମୃତ୍ୟୁ ଘଟଣା ନେଇ ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଂଘ। ଭୁବନେଶ୍ଵରରେ AIUTUCର ବୈଠକରେ ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିଛନ୍ତି ସଂଗଠନର ସଦସ୍ୟ। ଗଂଜାମ ଜିଲ୍ଲାରୁ ଭୁବନେଶ୍ୱରର ସମାବେଶକୁ ଆସୁଥିବା ସମୟରେ ଦୁଇ ପାଚିକା ସହାୟିକାଙ୍କ ଟ୍ରେନ ଦୁର୍ଘଟଣାରେ ମୃତ୍ଯୁ ହୋଇଥିଲା। ଏହି ଘଟଣାକୁ ନେଇ ସରକାରଙ୍କୁ ଦାୟୀ କରିଛି ସଂଘ। ତୁରନ୍ତ ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି। ସେପଟେ ପାଚିକା ସହାୟିକାମାନଙ୍କ ଚାକିରୀ ସ୍ଥାୟୀ କରିବାକୁ ଦାବି କରିଛନ୍ତି ପାଚିକା ସହାୟିକା ସଂଘ ସଭାପତି। ଭୁବନେଶ୍ବରରେ ଆୟୋଜିତ AIUTUCର ବିଶାଳ ସମାବେଶରେ ଦେଶର ୨୪ ରାଜ୍ୟରୁ ପ୍ରତିନିଧି ଯୋଗ ଦେଇଥିଲେ। ଓଡ଼ିଶାରୁ ମଧ୍ୟ ଶତାଧିକ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ଶ୍ରମିକ ଓ କର୍ମଚାରୀ ଯୋଗ ଦେଇଥିଲେ। ଶ୍ରମ କୋଡ ନାମରେ ଯେଁଉ ନୂତନ ଆଇନ ପ୍ରଣୟନ କରାଯାଉଛି ତାହା ଶ୍ରମିକମାନଙ୍କ ସ୍ବାର୍ଥ ବିରୋଧୀ ବୋଲି ମତ ରଖିଥିଲେ ସଂଗଠନର ନେତା।

ପ୍ରେମିକ ସହ ମିଶି ଏମିତି କରିଥିଲା ସ୍ବାମୀର ହତ୍ୟାର ପ୍ଲାନ୍

ଗୁଜୁରାଟ : ଜଘନ୍ୟ କାଣ୍ତ.., ବୀଭତ୍ସ ହତ୍ୟା  ।  ପ୍ରେମ ହେଲା ବଡ଼, ସ୍ବାମୀ ହେଲା ପଛ । ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ବିବାହ କରିଥିଲେ ତାକୁ ମାରିବାକୁ ପଛାଇଲେ ନାହିଁ। ପ୍ରେମିକ ସହ ମିଶି ସ୍ବାମୀକୁ କଲେ ହତ୍ୟା। ବିବାହର ମାତ୍ର ୪ ଦିନ ପରେ ସ୍ବାମୀକୁ କଲେ ହତ୍ୟା। ଏଭଳି ଜଘନ୍ୟ କାଣ୍ତ ଘଟିଛି ଗୁଜୁରାଟର ଗାନ୍ଧିନଗରରେ। ତେବେ ଶନିବାର ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି।

ମୃତ ଯୁବକ ଭବିକ ଅହମ୍ମଦାବାଦ ନିବାସୀ ଥିଲେ। ସେ ଗାନ୍ଧିନଗରର ପାୟଲଙ୍କୁ ବିବାହ କରିଥିଲେ। ବିବାହର ୪ ଦିନ ପରେ ତିନି ଜଣ ଲୋକ ଭବିକଙ୍କୁ ଅପହରଣ କରି ହତ୍ୟା କରିଥିଲେ। ପୋଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ପାୟଲ ତାଙ୍କ ସମ୍ପର୍କୀୟ କଳ୍ପେଶଙ୍କ ସହ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ପାୟଲ ବିବାହ ପୂର୍ବରୁ କଳ୍ପେଶଙ୍କୁ ପ୍ରେମ କରୁଥିଲେ।

କେମିତି ହେଲା ଭବିକଙ୍କ ମୃତ୍ୟୁ ?

ଭବିକ ପାୟଲଙ୍କୁ ଆଣିବା ପାଇଁ ତାଙ୍କ ବାପାଙ୍କ ଘରକୁ ଯାଇଥିଲେ । କିନ୍ତୁ ତାଙ୍କ ଘରେ ପହଞ୍ଚି ନଥିଲେ ଭବିକ। ପହଞ୍ଚିବା ଡେରି ହେବା ପରେ ଭବିକଙ୍କ ଘର ଲୋକଙ୍କୁ ସୂଚନା ଦେଇଥିଲେ ପାୟଲଙ୍କ ବାପା। ଭବିକଙ୍କ ପିତା କହିଥିଲେ ଯେ ତାଙ୍କ ପୁଅ ବହୁ ସମୟ ହେଲାଣି ଘରୁ ବାହାରି ଗଲେଣି । ଏହା ପରେ ପାୟଲଙ୍କ ବାପା ଓ ଭବିକଙ୍କ ବାପା ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ ।

ଖୋଜାଖୋଜି ସମୟରେ ସେମାନେ ଏକ ବାଇକ୍ ରାସ୍ତାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହା ଭବିକଙ୍କ ବୋଲି ଜଣା ପଡ଼ିଥିଲା । ନିକଟସ୍ଥ ଲୋକମାନେ କହିଥିଲେ ଯେ ବାଇକ୍ ଚଳାଉଥିବା ଯୁବକ ଜଣଙ୍କୁ ତିନି ଜଣ ଅପହରଣ କରି ନେଇଥିଲେ। ପ୍ରଥମେ ଯୁବକ ଜଣଙ୍କୁ ଏକ କାର ଧକ୍କା ଦେଇ ତଳେ ପକାଇଥିଲା  । ଏହା ପରେ ତାଙ୍କୁ ଅପହରଣ କରାଯାଇଥିଲା ।

ଏହା ପରେ ପାୟଲଙ୍କ ପରିବାର ପୋଲିସ ସହ ଯୋଗାଯୋଗ କରିଥିଲେ। ପାୟଲଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ପଚରାଉଚରା ବେଳେ ପାୟଲ ସ୍ୱୀକାର କରିଥିଲେ ଯେ ସେ ହିଁ ଭବିକଙ୍କୁ ଅପହରଣ ଓ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ପାୟଲ ଦେଇଥିବା ସୂଚନାକୁ ଭିତ୍ତି କରି ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। କଳ୍ପେଶ କହିଛନ୍ତି ଯେ ସେ ଅନ୍ୟ ଦୁଇ ଜଣଙ୍କ ସହ ଭବିକଙ୍କୁ ଅପହରଣ କରିଥିଲେ। ସେ ନିଜେ ଭବିକଙ୍କ ଗଳା କାଟି ହତ୍ୟା କରିଥିଲେ। ଏହା ପରେ ଶବକୁ ନର୍ମଦା କେନାଲରେ ଫିଙ୍ଗି ଦେଇଥିଲେ ।

 

ତେବେ ପାୟଲଙ୍କ କହିବା ଅନୁଯାୟୀ, ସେ କଳ୍ପେଶଙ୍କୁ ଭଲ ପାଆନ୍ତି, କିନ୍ତୁ ତାଙ୍କ ପିତାମାତା ତାଙ୍କୁ ଭବିକଙ୍କ ସହ ବିବାହ କରିଥିଲେ। ଏହା ପରେ ସେ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର କରିଥିଲେ।  ତେବେ ଏହି ଘଟଣାରେ ପାୟଲଙ୍କୁ ମଧ୍ୟ ଗିରଫ କରାଯାଇଛି।

କାମକୁ ଯିବାକୁ ପ୍ରତିଦିନ ହଜାରେରୁ ଅଧିକ ସିଢ଼ିରେ ଓହ୍ଲାଇଥାନ୍ତି ଏହି ଚାଇନିଜ୍ ବ୍ୟକ୍ତି

ନନ୍ଦିଘୋଷ ବ୍ୟୁରୋ: ଏମିତି ଜୀବନଶୈଳୀ କେବେ ଦେଖି ନଥିବେ କି କେବେ ଶୁଣି ବି ନଥିବେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜଣେ ଲୋକ ଦିନ ମାନଙ୍କରେ ଶହେରୁ ଦୁଇ ଶହ ସିଡି ଚଢିଥାଏ । କିନ୍ତୁ ଏଠି  ଟିକେ ଭିନ୍ନ । ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜର ଦୈନିକ ଯାତ୍ରାର ଝଲକ ଦେଖାଇଛନ୍ତି ।  ନିଜ କର୍ମ କ୍ଷେତ୍ରକୁ ଯିବାକୁ ହେଲେ ହଜାର ରୁ ଅଧିକ ସିଡି ଚଢି ଯିବାକୁ ପଡେ । ଏଭଳି ଘଟଣା ପଢ଼ି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି | ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ଘଟଣା ଘଟିଛି ଚୀନ୍‌ର ଚୋଙ୍ଗକିଙ୍ଗ ସହରରେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।

ତେବେ ଏଭଳି ଯାତ୍ରା ପ୍ରତିଦିନ କେତେ କଷ୍ଟସାଧ୍ୟ ?

ତେବେ ଭାଇରାଲ ହେଉଥିବା ଏହି  ଭିଡିଓଟି ରେ ଦେଖିବାକୁ ମିଳୁଛି, ଯେ ଜଣେ ବ୍ୟକ୍ତି ତାଙ୍କ ଦୈନଦିନ ଜୀବନର ଆରମ୍ଭ କରିଛନ୍ତି | ଯେଁଉ ଥିରେ ସେ ପାଖାପାଖି ହଜାର ସିଡି ଅତିକ୍ରମ କରୁଥିବାର ଦେଖିବାକୁ ମିଳୁଛି | ଯାହା ଜଣେ ସାଧାରଣ ଲୋକ ବହୁତ୍ କଷ୍ଟ ସାଧ୍ୟ । କାମ କରିବା ପାଇଁ କରିବାକୁ ପଡୁଛି ଏହି ସଂଘର୍ଷ । ଚୀନର ପାହାଡ ଉପରେ ରହିଛି  ଚୋଙ୍ଗକିଙ୍ଗ ସହର । ଏହି ସହରର ଲୋକମାନେ ଦୈନନ୍ଦିନ କାମକୁ ଯିବାପାଇଁ ଏହି ପନ୍ଥାକୁ ଆପଣେଇଛନ୍ତି ।

ଚୋଙ୍ଗକିଙ୍ଗର ଏହା ଏକ ବହୁ ସ୍ତରୀୟ ସହରୀ ଢାଞ୍ଚା । ଏହି ଯାତ୍ରା ଜନଗହଳିପୂର୍ଣ୍ଣ ସ୍ଥାନ ,ପାହାଡିଆ ଅଞ୍ଚଳ ଓ ଜଟିଳ ରାସ୍ତାଗୁଡିକୁ ଅତିକ୍ରମ କରିବା ପରେ ଜଣେ ବ୍ୟକ୍ତି ନିଜର କାଯ୍ୟାଳୟରେ ପହଞ୍ଚିଥାଏ । ଏହି ଯାତ୍ରା ଚୀନର ଉଚ୍ଚ ନୀଚ୍ଚ ପାହାଡ ସହିତ ତାହାର ସହରୀ ଢାଞ୍ଚାର ଏକ ଅଭୂତ ଦୃଶ୍ୟକୁ ପ୍ରଦର୍ଶିତ କରୁଛି ।

ଏହି ଭିଡିଓଟି ସୋସିଆଲ ମଡିଆରେ ଭାଇରାଲ ହେବାପରେ ଲୋକଙ୍କର ଖୁବ୍ ଧ୍ୟାନ ଆାକର୍ଷଣ କରିଛି । ଭିଡିଓଟିରେ ଲୋକମାନଙ୍କର ନିଜ ପ୍ରତିକ୍ରିୟାରେ କହିଛନ୍ତିକି ଏହି ଜୀବନଶୈଳୀଟି ବହୁ କଷ୍ଠସାଧ୍ୟ ଓ ଚ୍ୟାଲେଞ୍ଜିଗ ମଧ୍ୟ । କେହିକେହି ଏହି ଯାତ୍ରାକୁ ଭିଡିଓ ଗେମ ସହ ମଧ୍ୟ ତୁଳନା କରିଛନ୍ତି ।  ଭିଡିଓଟି ଏକ୍ସ ପ୍ଳାଟଫର୍ମରେ ଭାଇରାଲ ହେବାପରେ ୨.୬ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖିବା ସହ ସେୟାର  ମଧ୍ୟ କରିଛନ୍ତି  ।

ବିନୋଦ କାମ୍ବଲୀଙ୍କ ଚିକିତ୍ସା ପାଇଁ ନାହିଁ ଅର୍ଥ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଏମିତି ଗୁଜବ

ନୂଆଦିଲ୍ଲୀ: ପୂବର୍ତ୍ତନ କ୍ରିକେଟର ବିନୋଦ କାମ୍ବଲୀଙ୍କ ନାମରେ ଭାଇରାଲ ହେଉଛି ଫେକ ଭିଡିଓ । ଏହି ଭିଡିଓରେ କାମ୍ବଲୀଙ୍କ  ନାମରେ କିଛି ମିଛ ଅପପ୍ରଚାର କରାଯାଉଛି । ଭଡିଓରେ ସେ ନିଜର ହୋମଲୋନ ଓ ଗାଡି ଲୋନ ପାଇଁ ପଇସା ମାଗୁଥିବା କୁହାଯାଉଛି  । ସଚିନ ତେନ୍ଦୁଲକର ଓ ବିନୋଦ ଗଣପତ କାମ୍ବଲୀ ବାଲ୍ୟକାଳର ବନ୍ଧୁ । ଏକା ସାଙ୍ଗରେ ସେ ନିଜର କ୍ରିକେଟ କ୍ୟାରିଅର ଆାରମ୍ଭ କରିଥିଲେ । ଦୁଇଜଣଙ୍କ ଗୁରୁ ଥିଲେ ଜଣେ । କ୍ରିକେଟ ଜଗତରେ ଦେଖିବାକୁ ମିଳିଥିଲା ଉଭୟଙ୍କ ପ୍ରତିଭାର ପ୍ରଦର୍ଶନ । ଜଣେ ବନିଗଲେ କ୍ରିକେଟର ଭଗବାନ ଓ ଆଉ ଜଣେ ପଥହୁଡା ହୋଇ ପାଲଟିଗଲେ ଅସହାୟ ମଣିଷ । ମଦ୍ୟପାନ ଭଳି ବଦଭ୍ୟାସ ଶୃଙ୍ଖଳାର ଅଭାବ ଯୋଗୁଁ ନିଜ ହାତରେ ନିଜ କ୍ୟାରିଅରକୁ ନଷ୍ଟ କରି ଦେଇଥିଲେ । ଯୁବା ଅବସ୍ଥାରୁ ତାଙ୍କୁ ମାଡିବସିଥିଲା ବାର୍ଦ୍ଧକ୍ୟ ।

ନିକଟରେ ସଚିନ ଓ କାମ୍ବଲୀଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେଉଛି । ପାଖା ପାଖି ସମାନ ବୟସର ହୋଇଥିଲେ ମଧ୍ୟ ତାଙ୍କ ଚେହେରା ଓ ହାବଭାବରେ ଆାକାଶ ପାତାଳ ଫରକ ଥିବା ଦେଖିବାକୁ ମିଳିଛି । କାମ୍ବଲୀ ଠିକ୍ ସେ ଚାଲି ପାରୁ ନଥିବା ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି । ସେ ବଡ ଅସହାୟ ଓ ରୁଗ୍ଣ ମଧ୍ୟ ଦେଖା ଯାଉଛନ୍ତି । ତେବେ ଏ ସବୁ ତାଙ୍କ ନିଜ କଲା କର୍ମର ଫଳ । ବର୍ତ୍ତମାନ ତାଙ୍କୁ ୫୨ ବର୍ଷ  ହୋଇଥିବା ବେଳେ ଦୀର୍ଘ ସମୟ ଧରି ସେ ଅସୁସ୍ଥ ଅଛନ୍ତି । ଏହି ଅବସ୍ଥାରେ ସେ ନିଜେ କାମ ମଧ୍ୟ କରି ପାରିବେନି । ସମୟ ଥିଲା ସେ ଥିଲେ କୋଟିପତି । ଆାଉ ଏବେ ନିଜ ଚିକିତ୍ସା ମଧ୍ୟ ତାଙ୍କ ପାଖରେ ପଇସା ନାହିଁ । ନିଜର ଏହି ଅସୁବିଧା ସମୟରେ ତାଙ୍କର ଏକ ମାତ୍ର ଭରସା BCCI ରୁ ପ୍ରତି ମାସରେ ମିଳୁଥିବା ପଇସା  । ଏହି ଅସୁବିଧା ସମୟରେ କିଏ ତାଙ୍କୁ ସୁବିଧାର ହାତ ବଢାଇବ ଓ କିପରି ତାଙ୍କର ଚିକିତ୍ସା ଠିକ୍ ଭାବରେ ହେବ ଏହା ଏକ ବଡ ପ୍ରଶ୍ନ  ।

ଏହି କଷ୍ଟ ସମୟରେ ତାଙ୍କ ସହ ରହିଛନ୍ତି ତାଙ୍କ ପରିବାର । କାମ୍ବଲୀ ତାଙ୍କ ପରିବାର ସହ ମୁମ୍ବାଇରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ତାଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଏହି ଅବସ୍ଥାରେ କାମ୍ବଲୀଙ୍କ ପତ୍ନୀ ତାଙ୍କ ସାହାରା ବନିଛନ୍ତି । ଶୁଣିବାକୁ ମିଳିଛି କି,  ସଚିନ ତେନ୍ଦୁକର ମଧ୍ୟ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି । ସୋସିଆଲ ମଡିଆରେ ହେଉଥିବା ଅପପ୍ରଚାରର କୌଣସି ସତ୍ୟତା  ନାହିଁ । ୨୦୧୦ ମସିହାରେ ସେ ଏହି ଘରକୁ ଆସିଥିଲେ । ସାହି ଘର ତାଙ୍କ ନିଜ ଘର ହୋଇଥିବା ରିପୋର୍ଟରୁ କୁହାଯାଉଛି । ସୋସିଆାଲ ମଡିଆରେ ଭାଇରାଲ ହେଉଥିବା ସବୁ କଥା ମିଥ୍ୟା ଓ ଅପପ୍ରଚାର ବୋଲି କୁହାଯାଉଛି  ।

 

 

କଟକ ମର୍ଡର: ଟେଲର ଷ୍ଟିକରରୁ ଧରାପଡ଼ିଲା ହତ୍ୟା ଅଭିଯୁକ୍ତ ସ୍ବାମୀ

କଟକ: ମହାନଦୀ ନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସକୁ ବଡ଼ ସଫଳତା । ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏକ ଦରଜୀ ଷ୍ଟକରରୁ ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ଯିବା ସହ ତାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର କଟକ ସଦର ପରମହଂସ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ମହିଳା ଯେମିତି ଚିହ୍ନଟ ନହେବେ ସେଥିପାଇଁ ତାଙ୍କ ମୁହଁକୁ ନଷ୍ଟ କରି ଦେଇଥିଲା ଅଭିଯୁକ୍ତ । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।

ତେବେ ଘଟଣାସ୍ଥଳରୁ ମିଳିଥିବା ସାର୍ଟପ୍ୟାଣ୍ଟ,, ମହିଳାଙ୍କ ଟାଟୁକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଥିଲା । ମହିଳାଙ୍କ ହାତର ଗୋଟିଏ ପଟେ ଓମ୍ ବାବା ବଳିଆ ବୋଲି ଟାଟୁ କୁଟା ଯାଇଥିଲା । ଯାହାକୁ ଆଧାର କରି କାଳେ ମହିଳାଙ୍କ ସମ୍ପର୍କରେ କିଛି ସୂଚନା ମିଳିଯିବ, ସେଥିପାଇଁ ପୋଲିସ ଆଶ୍ରମକୁ ଯାଇଥିଲା । ହେଲେ ସେଠାରୁ ପୋଲିସକୁ ବେଶି କିଛି ସଫଳତା ମିଳି ନଥିଲା ।

ଏହାପରେ ଘଟଣା ସ୍ଥଳରୁ ମିଳିଥିବା ସାର୍ଟପ୍ୟାଣ୍ଟକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇଥିଲା । ପୋଲିସ ଜବତ କରିଥିବା ଏହି ସାର୍ଟପ୍ୟାଣ୍ଟରେ ଟେଲରର ଷ୍ଟିକର ଥିଲା । ଏହାକୁ ଦେଖି ପୋଲିସ ଉକ୍ତ ଟେଲରରେ ପହଞ୍ଚି ଯାଇଥିଲା । ଆଉ ସେଠାରୁ ଅଭିଯୁକ୍ତ ସ୍ବାମୀ ପାଖରେ ପହଞ୍ଚି ଯାଇଥିଲା । ଯିଏ କି କଟକର ମହାନଦୀ ପଠାରେ ସ୍ତ୍ରୀକୁ ହତ୍ୟା କରିବା ପରେ ଗୁଜରାଟରେ ଆତ୍ମଗୋପନ କରିଥିଲା । ଗୁଜରାଟରୁ ମୃତ ମହିଳାଙ୍କୁ ଧରିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ମହିଳାଙ୍କ ଘର କେନ୍ଦ୍ରାପଡ଼ା ବୋଲି ଜଣାପଡ଼ିଛି ।

ସରକାରୀ ଜାଗାରେ ଘର କରିବାକୁ ନେଇ ମହିଳାଙ୍କୁ ଆକ୍ରମଣ

ଗଞ୍ଜାମ: ଜାଗା ସରକାରଙ୍କର । ମାଡି ବସି ଚାଷବାସ କରୁଥିଲେ ଜଣେ ମହିଳା । ତା’ ଉପରେ ପଡ଼ିଲା ତାଙ୍କ ଦେଢଶୁର ଓ ଦିଅରଙ୍କ ନଜର । ଉକ୍ତ ଜାଗାକୁ କବଜାକୁ ନେଇ ତିଆରି କରୁଥିଲେ ଘର । ପୂର୍ବରୁ ଜବରଦଖଲ କରିଥିବା ମହିଳା ବିରୋଧ କରିବାରୁ କଲେ ମରଣାନ୍ତକ ଆକ୍ରମଣ । ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପୁଷ୍ପନଗର ଗାଁରେ ।

ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି । ତାଙ୍କୁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅଭିଯୋଗ ଅନୁସାରେ, ପୁଷ୍ପନଗର ଗାଁର ୩୨ ବର୍ଷୀୟା ମହିଳା ସୁନି ପାଢ଼ୀ ଏକ ସରକାରୀ ଜମିରେ ଚାଷ ବାସ କରୁଥିଲେ । ସେହି ଜାଗାରେ ମହିଳାଙ୍କ ଦେଢଶୁର ଓ ଦିଅର ଘର କରିବାରୁ ମହିଳା ବିରୋଧ କରିଥିଲେ । ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ ହାତାହାତି ହୋଇଥିଲେ । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଦିଅର ଓ ଦେଢ଼ଶୁର ସମେତ ୭ ଜଣ ମିଶି ତାଙ୍କ ଘରେ ପଶି କୁରାଢ଼ୀ, ଠେଙ୍ଗାବାଡି ଓ କୋଦାଳ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ ।

ଅମିତାଭ ବଚ୍ଚନଙ୍କ ନାତିକୁ କୋଳେଇଲେ ରେଖା

ନନ୍ଦିଘୋଷ ବ୍ୟୁରୋ: ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟଙ୍କୁ କୋଳେଇଲେ ଅଭିନେତ୍ରୀ ରେଖା । ହାତଯୋଡ଼ି ନମସ୍କାର କଲେ ଅଗସ୍ତ୍ୟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ରାଜ କପୁରଙ୍କ ୧୦୦ତମ ଜୟନ୍ତୀ ଅବସରରେ କପୁର ପରିବାର ପକ୍ଷରୁ ଏକ ଫିଲ୍ମ ଫେଷ୍ଟିଭାଲର ଆୟୋଜନ କରିଛି । ଯେଉଁଥିରେ ବଲିଉଡର ବହୁ ଜଣାଶୁଣା କଳାକାରଙ୍କଠାରୁ ଆରମ୍ଭ କରି ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି । ଏହି ଅବସରରେ ଅଭିନେତ୍ରୀ ରେଖା ମଧ୍ୟ ଯୋଗ ଦେଇଛନ୍ତି । ଏକ ସ୍ବତନ୍ତ୍ର ଶୈଳୀରେ ପୋଷାକ ପିନ୍ଧି ରେଖା ଏହି କାର୍ଯ୍ୟକ୍ରମରେ ନଜର ଆସିଥିଲେ । ଏହି ଅବସରରେ ଅମିତାଭଙ୍କ ନାତି ଅଗସ୍ତ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଉ ଅଗସ୍ତ୍ୟଙ୍କୁ ଦେଖିବା ପରେ ରେଖା ତାଙ୍କୁ କୋଳେଇ ନେଇଥିଲେ । ଅଗସ୍ତ୍ୟ ମଧ୍ୟ ସମ୍ମାନ ଜଣାଇ ତାଙ୍କୁ ନମସ୍କାର କରିଥିଲେ । ଅନ୍ୟପଟେ ରାଜ କପୁରଙ୍କ ପୋଷ୍ଟରକୁ ଦେଖି ରେଖା ଭାବପ୍ରବଣ ହୋଇଥିଲେ । ୧୩ ତାରିଖରୁ ଆରମ୍ଭ ହୋଇ ଏହି ଫେଷ୍ଟିଭାଲ ୧୫ ପର୍ଯ୍ୟନ୍ତ ଚାଲିବ ।