spot_img
Home Blog Page 1254

ଶିବ ମନ୍ଦିରରୁ ଆସୁଥିଲା ଅଜବ ଶବ୍ଦ, ଭିତରେ ଭକ୍ତ ଦେଖିଲେ ଏମିତି କିଛି

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶିବ ମନ୍ଦିର ଭିତରୁ ଆସୁଥିଲା ଅଜବ ଶବ୍ଦ। ଭକ୍ତ ମନ୍ଦିର ଭିତରକୁ ଯାଇ ଦେଖିଲାବେଳକୁ ଫଣା ଟେକି ବସିରହିଥିଲେ ନାଗ ମହାରାଜ ।

ସୂଚନା ଅନୁଯାୟୀ କୁର୍ଣ୍ଣୁଲ ଜିଲ୍ଲାର ନନ୍ଦୟାଲ ସହରରରେ ଥିବା ଶ୍ରୀରାମ ଥିଏଟର ନିକଟ ଶିବ ମନ୍ଦିରରୁ ବାହାରିଲା ନାଗ ସାପ। ସାପ ଦେଖି ଭକ୍ତ ଭୟଭୀତ ହୋଇ ଯିଏ ଯୁଆଡେ ଦୌଡି ପଳାଇଥିଲେ। ଏନେଇ ମନ୍ଦିର ପ୍ରସାଶନ ସାପ ଧରାଳିଙ୍କୁ ଖବର ଦେଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ସାପ ଧରାଳି ଘଟଣାସ୍ଥଳରେ ପହଞ୍ଚିଥିଲା।

ସାପଟିକୁ ଧରିବା ପାଇଁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା। ସାପଟିକୁ ଧରି ନାଲ୍ଲାମାଲା ଜଙ୍ଗଲରେ ଛାଡି ଦିଆଯାଇଥିଲା । ଶିବ ମନ୍ଦିରରେ ନାଗସାପକୁ ସାପ ଦେଖିବା ନେଇ ଲୋକଙ୍କ ମଧ୍ୟରେ ଆଲୋଚନାର ହୋଇଥିଲା ।

ନିକଟରେ ମହାରାଷ୍ଟ୍ରର ମୁମ୍ବାଇର ଏକ କୋର୍ଟରେ ଶୁଣାଣି ସମୟରେ, ହଠାତ୍ ବାହାରିଥିଲା ସାପ । ଫାଇଲ ଗଦାରୁ ଏକ ସାପ ବାହାରି ଆସିବା ପରେ କୋର୍ଟ ରୁମରେ ହଇଚଇ ସୃଷ୍ଟି ହୋଇଥିଲା । କୋର୍ଟ ରୁମରେ ଉପସ୍ଥିତ ସମସ୍ତ ଲୋକ ସାପ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ସାପ ଯୋଗୁଁ କିଛି ସମୟ ପାଇଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ଏବଂ ବିଚାରପତି ମଧ୍ୟ ତାଙ୍କ ଚୌକି ଛାଡି ଠିଆ ହୋଇଯାଇଥିଲେ ।

ମାଟ୍ରିକ ପରୀକ୍ଷା ଦେବାକୁ ଆସିଲେନାହିଁ ୭୩୭ ଛାତ୍ରଛାତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଦେବାକୁ ଆସିଲେନାହିଁ ୭୩୭ ଛାତ୍ରଛାତ୍ରୀ । ଜିଲ୍ଲାରେ ୨୨ହଜାର ୪୨ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ କରିଥିଲେ । କିନ୍ତୁ ୨୧ ହଜାର ୩୦୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବାକି ୭୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ରହିଛନ୍ତି । ସେମାନେ ପରୀକ୍ଷା ଦେବା ପାଇଁ ଆସିନଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକ ଛାତ୍ରଛାତ୍ରୀ ପାଟଣାଗଡ଼ ଓ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଅଞ୍ଚଳର । ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ କେଉଁଠି ଅଛନ୍ତି ଜିଲ୍ଲା ପ୍ରଶାସନ ନିକଟରେ ତଥ୍ୟ ନାହିଁ । ଏହି ଛାତ୍ରଛାତ୍ରୀମାନେ ପରିବାର ସହିତ ଦାଦନ ଖଟିବାକୁ ଯାଇଥିବା ଚର୍ଚ୍ଚା ହେଉଛି । ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଦାଦନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଠେଲି ହୋଇଯାଇଛି । ଦାଦନ ଯାଇଥିବା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଫେରାଇ ଆଣିବାରେ ଜିଲ୍ଲା ପ୍ରଶାସନ ଫେଲ୍ ମାରିଛି ।

ପାକିସ୍ତାନକୁ ରାକ୍ଷୀ ସାୱନ୍ତଙ୍କ ଚ୍ୟାଲେଞ୍ଜ

ନନ୍ଦିଘୋଷ ବ୍ୟୁରୋ:  ଏଣ୍ଟରଟେନମେଣ୍ଟ କୁଇନ୍ ରାକ୍ଷୀ ସାୱନ୍ତ ତାଙ୍କ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସନ୍ତି । ରାକ୍ଷୀ ବର୍ତ୍ତମାନ କୌଣସି ଟିଭି ବା ଷ୍ଟେଜ୍ ସୋ କରୁନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି।  କିଛି ଦିନ ପୂର୍ବରୁ ରାକ୍ଷୀ ପାକିସ୍ତାନର ବୋହୂ ବନିବା ନେଇ ଚର୍ଚ୍ଚାରେ ଜୋର ଧରିଥିଲା। ଏମିତିକି ପାକିସ୍ତାନରୁ ରାକ୍ଷୀଙ୍କ ପାଇଁ ବାହାଘର ପ୍ରସ୍ତାବ ମଧ୍ୟ ଆସିଥିଲା। ଏହି ଘଟଣା ଶାନ୍ତ ପଡିଯାଇଥିବା ବେଳେ, ବର୍ତ୍ତମାନ ରାକ୍ଷୀ ପାକିସ୍ତାନକୁ ଚ୍ୟାଲେଞ୍ଜ୍ ଦେଇଛନ୍ତି ।

ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ଚାଲିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରିଥିଲା ଭାରତ। ଫେବୃଆରୀ ୨୩ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରାକ୍ଷୀ ଭାରତକୁ ସମର୍ଥନ କରୁଥିବାର ନଜର ଆସିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ରିତେଶଙ୍କ ସହ ଅନ୍ୟ ଲୋକଙ୍କ ମାନେ ପାକିସ୍ତାନକୁ ସମର୍ଥନ କରୁଥିବାର ନଜର ଆସିଛନ୍ତି। ସେଠାରେ ରାକ୍ଷୀ ଭାରତ ସପକ୍ଷରେ ବାହାରି କହିଛନ୍ତି ଯେ, ପାକିସ୍ତାନ ଆଗ ରନ୍ ତ କରୁ, ଆମେ ୱେକେଟ୍ ନେଇଯିବୁ। ବିରାଟ କୋହିଲଙ୍କୁ ଅନୁରୋଧ କରି ରାକ୍ଷୀ କହିଛନ୍ତି ଯେ, ଏଇଟା ଇଜ୍ଜତର କଥା, ଏମାନେ ଏବେ ହସୁଛନ୍ତି ପରେ ଯେମିତି କାନ୍ଦିବେ।

ରାକ୍ଷୀ ସାୱନ୍ତ ବର୍ତ୍ତମାନ ଦୁବାଇରେ ରହୁଛନ୍ତି । ସେଠାରେ ସେ ଭାରତକୁ ସମର୍ଥନ କରୁଥିବାର ନଜର ଆସିଛନ୍ତି । ଏହାସହ ରାକ୍ଷୀଙ୍କ ସହ ତାଙ୍କର ପ୍ରଥମ ସ୍ୱାମୀ ରିତେସ ମଧ୍ୟ ନଜର ଆସିଛନ୍ତି ।

 

 

 

ଗୀତାରେ ହାତ ରଖି ଶପଥ ନେଲେ ଆମେରିକାର ପ୍ରଥମ ଭାରତୀୟ ବଂଶୋଦ୍ଭବ FBI ମୁଖ୍ୟ

ନନ୍ଦିଘୋଷ ବ୍ୟୁରୋ: ଏଫ୍‌ବିଆଇର ନିର୍ଦ୍ଦେଶକ ଭାବେ ଶପଥ ନେଲେ ଆମେରିକାର ପ୍ରଥମ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ । ହେଲେ ସେ ଯେପରି ଭାବେ ଶପଥ ନେଇଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି। ଶୁକ୍ରବାର ସେ ଭଗବତ ଗୀତା ଉପରେ ହାତ ରଖି ଶପଥ ନେଇଥିଲେ। ଶପଥ ନେବା ସମୟରେ ପରିବାର ସଦସ୍ୟ ତାଙ୍କ ପାଖରେ ଛିଡା ହୋଇଥିଲେ ।

ଶପଥ ନେବା ପରେ ସେ ତାଙ୍କ ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । ଏହାସହ ସ୍ତ୍ରୀଙ୍କୁ ଆଲିଙ୍ଗନ କରିଥିଲେ । ଶପଥ ନେବା ସମୟରେ ତାଙ୍କ ପାଖରେ ଥିବା ଭାରତୀୟ ସଂସ୍କୃତି ଭଲଭାବରେ ବାରି ହୋଇପଡୁଥିଲା । ନବମ ଏଫ୍‌ବିଆଇ ନିର୍ଦ୍ଦେଶକ ଭାବେ କାଶ୍ ପଟେଲ ଶପଥ ନେଇଛନ୍ତି । ପ୍ରଥମ ଭାରତୀୟ ଭାବେ କାଶ୍ ପଟେଲ ଏହି ଦାୟିତ୍ବ ତୁଲାଇବେ। କାଶ୍ ପଟେଲଙ୍କ ଘର ଗୁଜରାଟରେ । ୭ରୁ ୮ ଦଶକ ପୂର୍ବରୁ ତାଙ୍କ ପରିବାର ଭାରତ ଛାଡି ଉଗାଣ୍ଡା ପଳାଇଯାଇଥିଲା। ତାଙ୍କ ସମସ୍ତ ସମ୍ପର୍କୀୟ ଏବେ ବିଦେଶରେ ରହୁଛନ୍ତି ।

ବିଧିର ବିଧାନ ଅଲଗା; ସାନ ଯାଆଙ୍କୁ ଯକୃତ ଦାନ ଦେଇ ବି ହୋଇପାରିଲାନି ଜୀବନ ରକ୍ଷା

ସମ୍ବଲପୁର: ସାନ ଯାଆଙ୍କୁ ଯକୃତ ଦାନ କରିଥିଲେ ବଡ଼ ଯାଆ। ହେଲେ ବିଧିର ବିଧାନ ଥିଲା ଅଲଗା। ବଞ୍ଚିପାରିଲେନି ସାନ ଯାଆ। ଚିକିତ୍ସାଧୀନ ଅବସ୍ଥାରେ ଆରପାରିକୁ ଚାଲିଗଲେ ସାନ ଯାଆ ଉମାକାନ୍ତୀ ପ୍ରଧାନ।

ସୂଚନା ଅନୁଯାୟୀ, ସମ୍ବଲପୁର ଯୁଯୁମୁରା ଝାଙ୍କରପାଲିରେ ବଡ଼ଯାଆ ପ୍ରତିମା ପ୍ରଧାନ ସାନ ଯାଆ ଉମାକାନ୍ତିଙ୍କୁ ଯକୃତ ଦାନ କରିଥିଲେ। ଆଶା କରିଥିଲେ ସାନ ଯାଆ ଭଲ ହୋଇଯିବେ। ହେଲେ କାଳ ତାହା ସହିଲାନି। ହାଇଦ୍ରାବାଦରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଯକୃତ ଦାନ କରି ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲେ ବଡ଼ ଯାଆ।

ଗଲା ୭୫ ଦିନ ଧରି ପ୍ରତି ମିନଟରେ ମସ୍କ ହରାଉଛନ୍ତି ୮ କୋଟି ଟଙ୍କା !

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱର ଏକ ନମ୍ୱର ଧନୀ ଏଲନ ମସ୍କ ଏବେ ଚିନ୍ତାରେ । ଦିନକୁ ପ୍ରତି ମିନିଟରେ କୋଟି କୋଟି ଟଙ୍କା ହରାଉଛନ୍ତି ଏଲନ ମସ୍କ। ୭୫ ଦିନରେ ଯେତିକି ଟଙ୍କା ମସ୍କ ହରାଇଛନ୍ତି ସେତିକି ଟଙ୍କା ବଡ ବଡ ବ୍ୟବସାୟୀଙ୍କ ପାଖରେ ନଥିବ ବୋଲି କୁହାଯାଉଛି। ୧୮ ଡିସେମ୍ୱର ପରଠାରୁ ମସ୍କ ୧୦୦ ବିଲିୟନ୍ ଡଲାରରୁ ଅଧିକ ଟଙ୍କା ହରାଇସାରିଲେଣି। ସେଥିମଧ୍ୟରୁ ୨୨ ଫେବୃଆରୀରେ ୧୧ ବିଲିୟନ୍ ଡଲାରର କ୍ଷତି ହୋଇଥିବା ଦେଖିବାକୁ ମିଳିଛି ।

ଏବେ ଯଦି ଆମେ ଚଳିତ ବର୍ଷ କଥା କହିବା, ତେବେ ମସ୍କଙ୍କ ଟୋଟାଲ୍ ସମ୍ପତ୍ତିରୁ ପ୍ରାୟ ୧୧ ପ୍ରତିଶତ ହ୍ରାସ ହୋଇଛି । ଏହାର କାରଣ ହେଉଛି ଟେସଲାର ସେୟାର ମୂଲ୍ୟ ୧୦୦ ଡଲାରରୁ ଅଧିକ ଅର୍ଥାତ୍ ୨୩ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଯେଉଁଥିପାଇଁ ମସ୍କଙ୍କ ସମ୍ପତ୍ତିରେ ଏତେ ବଡ଼ ହ୍ରାସ ଘଟିଛି।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୨ ତାରିଖରେ ମସ୍କଙ୍କ ସମ୍ପତ୍ତି ୧୧.୯ ବିଲିୟନ୍ ଡଲାର ଅର୍ଥାତ୍ ୧୦,୩୧,୧୨,୬୦,୭୫,୦୦୦ ଟଙ୍କା ହ୍ରାସ ପାଇଛି । ଏହି କ୍ଷତି ପରେ, ମସ୍କଙ୍କ ମୋଟ ସମ୍ପତ୍ତି ୩୮୫ ଅରବ ଡଲାରକୁ ହ୍ରାସ ପାଇଛି । ତଥାପି, ଏଲୋନ ମସ୍କ ଏବେ ବି ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ତାଲିକାରେ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ଥିବା ମାର୍କ ଜୁକରବର୍ଗ ଏବେ ବି ତାଙ୍କଠାରୁ ୧୪୦ ବିଲିୟନ୍ ଡଲାରରୁ ଅଧିକ ପଛରେ ଅଛନ୍ତି।

ବିଧାନସଭାରେ ଦାଦି ଶବ୍ଦ ବିରୋଧରେ ତାତିଲା କଂଗ୍ରେସ, ଗୃହରେ ରାତିସାରା ଶୋଇ ପ୍ରତିବାଦ କଲେ ବଧାୟକ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ବିଧାନସଭାରେ ଇନ୍ଦିରା ଝଡ଼। ଦାଦି ଶବ୍ଦ ବିରୋଧରେ ତାତିଲେ କଂଗ୍ରେସ ବିଧାୟକ। ଗୃହର ମଧ୍ୟଭାଗରେ ଶୋଇଲେ କଂଗ୍ରେସ ବିଧାୟକ। ସାରା ରାତି ଶୋଇ ଜଣାଇଲେ ପ୍ରତିବାଦ। ବଜେଟ ଅଧିବେଶନର ଅବଶିଷ୍ଟ ସମୟକାଳରୁ ସେମାନଙ୍କୁ ବହିଷ୍କାର ପ୍ରତିବାଦରେ କରିଛନ୍ତି ଅଭିନବ ପ୍ରତିବାଦ।

ରାଜସ୍ଥାନ ପିସିସି ସଭାପତି ଗୋବିନ୍ଦ ସିଂ ଦୋତସାରା, ବିରୋଧୀ ଦଳ ନେତା ରାମକେଶ ମୀନା, ଅମିନ କାଗଜି, ଜାକିର ହୁସେନ ଗେସାୱତ, ହାକିମ ଅଲ୍ଲୀ ଖାନ ଓ ସଞ୍ଜୟ କୁମାର ଜାଟବ ଗୃହରେ ଶୋଇ ଜଣାଇଛନ୍ତି ପ୍ରତିବାଦ। ସୂଚନା ଅନୁଯାୟୀ, ଗତ ଶୁକ୍ରବାର କଂଗ୍ରେସକୁ କଟାକ୍ଷ କରି ଗୃହରେ ସାମାଜିକ କଲ୍ଯାଣ ଓ ସଶକ୍ତିକରଣ ମନ୍ତ୍ରୀ ଅବିନାଶ ଗେହଲତ କହିଥିଲେ ଯେ, ୨୦୨୩-୨୪ ବଜେଟରେ କର୍ମଜୀବୀ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ହଷ୍ଟେଲକୁ କଂଗ୍ରେସ ସରକାର ଦାଦି ଇନ୍ଦିରା ଗାନ୍ଧୀଙ୍କ ନାମରେ ନାମିତ କରିଥିଲା। ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା। ଏହାକୁ ବିରୋଧୀ ଦଳ ନେତା ତିକାରାମ ଜୁଲ୍ଲୀ ତୀବ୍ର ବିରୋଧ କରିଥିଲେ। ପରେ ସେମାନେ ଗୃହରେ ରାତି କଟାଇ ଏହି ବୟାନର ପ୍ରତିବାଦ ଜଣାଇଥିଲେ।

ତେବେ ଦାଦି ଶବ୍ଦ କୌଣସି ଅଣସଂସଦୀୟ ଶବ୍ଦ ନୁହେଁ ବୋଲି କହିଛନ୍ତି ସଂସଦୀୟ ବ୍ଯାପାର ମନ୍ତ୍ରୀ ଯୋଗଗାମ ପଟେଲ।

ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ, ତାତିଲେ ଚାଷୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରିରେ ତାତିଲେ ଚାଷୀ। ମଣ୍ଡିରେ ଧାନ କିଣାରେ ଅନୀୟମିତତାକୁ ନେଇ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶେରଗଡରୁ ଝରଣାଘାଟି ରାସ୍ତାର ଛତ୍ରପୁରଛକରେ ଧାନବସ୍ତା ରଖି ରାସ୍ତାରୋକ୍ କରିଛନ୍ତି ଚାଷୀ। ୧୯ ନମ୍ବର ରାଜ୍ୟ ରାଜ୍ୟପଥରେ ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ଫଳରେ ବାଲେଶ୍ଵର ଓ ମୟୂରଭଞ୍ଜକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ମାଟିଆଳି ଲ୍ଯାମ୍ପସ୍ ଅଧୀନରେ ଥିବା ଛତ୍ରପୁର ଧାନମଣ୍ଡିରେ ଚାଷୀଙ୍କୁ ଧାନ ଟୋକନ୍ ଦିଆଯାଇଥିଲା। କିନ୍ତୁ ଜାନୁଆରୀ ମାସରୁ ଟୋକେନ୍ ଦିଆଯାଇଥିବା ଚାଷୀଙ୍କ ଧାନ ଆଜି ପର୍ଯ୍ୟନ୍ତ ଉଠିନଥିବା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ ଧାନ ଦେଉଛନ୍ତି ସେମାନଙ୍କର ଅତ୍ୟଧିକ ମାତ୍ରାରେ କଟନିଛଟନୀ ହେଉଇଥିବା ଅଭିଯୋଗ ହୋଇଛି।

ମହାରାଷ୍ଟ୍ରରେ ଥମୁନି ମହାୟୁତି ବିବାଦ, ପୁଣି ନାଲିଆଖି ଦେଖାଇଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ଥମୁନି ମହାୟୁତି ବିବାଦ। ପୁଣି ନାଲିଆଖି ଦେଖାଇଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସେ କହିଛନ୍ତି, ତାଙ୍କୁ ହାଲୁକା ଭାବେ କେହି ଗ୍ରହଣ କରନ୍ତୁ ନାହିଁ। ୨୦୨୨ରେ ତାଙ୍କୁ ସମସ୍ତେ ହାଲୁକା ଭାବେ ନେଇଥିଲେ। ମାତ୍ର ସେ ତତକାଳୀନ ଉଦ୍ଧବ ଠାକରେ ସରକାରର ପତନ ଘଟାଇବାକୁ ସକ୍ଷମ ହୋଇଥିଲେ। ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ଜଲନାରେ ଅନୁମୋଦନ କରିଥିବା ୯୦୦ କୋଟି ଟଙ୍କାର ପ୍ରକଳ୍ପକୁ ବର୍ତ୍ତମାନର ଫଡଣବିସ ସରକାର ରଦ୍ଦ କରିଦେବା ପରେ ରକ୍ତମୁଖା ହୋଇଛନ୍ତି ସିନ୍ଦେ। ଏପରିକି ପ୍ରକଳ୍ପର ବୈଧତା ଓ ଆଭିମୁଖ୍ୟ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫଡଣବିସ।

ସିନ୍ଦେ ଆହୁରି ମଧ୍ୟ କହିଛନ୍ତି- ସେ ଜଣେ ସାଧାରଣ ଦଳୀୟ କର୍ମୀ କିନ୍ତୁ ସେ ମଧ୍ୟ ବାଲାସାହେବଙ୍କ ଆଦର୍ଶରେ ଅନୁପ୍ରାଣୀତ ଜଣେ କର୍ମୀ। ତେଣୁ ତାଙ୍କୁ ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ।

୨୦୨୨ରେ ୪୦ ବିଧାୟକଙ୍କୁ ନେଇ ମୂଳ ଶିବସେନାରୁ ଅଲଗା ହୋଇଥିବା ସିନ୍ଦେଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ମିଳିଥିଲା। ଏହା ସହ ସେ ଉଦ୍ଧବ ଠାକରେଙ୍କୁ ଗାଦିରୁ ହଟାଇ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୩୨, ଶିବସେନାର ୫୭ ଓ ଅଜିତ ପାୱାର ନେତୃତ୍ବାଧୀନ ଏନସିପିର ଅଛନ୍ତି ୪୧ ବିଧାୟକ। ପୂର୍ବରୁ ଲାଗ୍ ଲାଗ୍ ୩ଟି ସରକାରୀ କାର୍ଯ୍ୟକ୍ରମରେ ସିନ୍ଦେ ଯୋଗ ଦେଇ ନଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତି ହୋଇଥିଲା ସରଗରମ।

ପୁଣି ବିଶ୍ବକୁ କରୋନା ବିପଦ ! HKU5 କୋଭିଡ-୨ ନାମକ ଭାଇରସର ସନ୍ଧାନ କଲେ ଚୀନ ଗବେଷକ

ନନ୍ଦିଘୋଷ ବ୍ୟୁରୋ: ପୁଣି ବିଶ୍ବକୁ ଘୋଟିପାରେ ଆଉ ଏକ କରୋନା ବିପଦ। HKU5 କୋଭିଡ-୨ ନାମକ ଏହି ଭାଇରସର ସନ୍ଧାନ କରିଛନ୍ତି ଚୀନର ଗବେଷକ। ବାଦୁଡିଠାରୁ ଜାତ ଏହି ଭାଇରସ ପ୍ରାଣୀରୁ ମଣିଷକୁ ସଂକ୍ରମିତ ହେବାର ସାମର୍ଥ୍ୟ ହାସଲ କରିଛି।

ସୂଚନା ଅନୁଯାୟୀ, କୋଭିଡ-୧୯ର କାରଣ ସାଜିଥିବା ସାର୍ସ କୋଭିଡ-୨ ପରି ଏହି ଭୂତାଣୁ ସମାନ ବୋଲି ଗବେଷକ କହିଛନ୍ତି। ଖ୍ୟାତନାମା ଭିରୋଲୋଜିଷ୍ଟ ଶି ଜେଙ୍ଗଲିଙ୍କ ନେତୃତ୍ବରେ ଗଠିତ ଟିମରେ ଉହ୍ବାନ ବିଶ୍ବବିଦ୍ୟାଳୟ, ଉହ୍ବାନ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜି, ଗୁଆଙ୍ଗଝୋ ଲାବରେଟୋରୀ ଆଦିର ଗବେଷକମାନେ ସାମିଲ ଅଛନ୍ତି। ଏହି ନୂଆ ଭାଇରସ ମେର୍ବେକୋଭାଇରସ ସବଜେନସର ଅନ୍ତର୍ଭୁକ୍ତ। ଏହି ଧରଣର ଭୂତାଣୁରେ ବି ସାମିଲ ରହିଛି ମିଡିଲ ଇଷ୍ଟ ରେସପିରେଟୋରୀ ସିଣ୍ଡ୍ରୋମ ବା ଏମଇଆରଏସ ।

HKU5 କରୋନା ଭାଇରସ ପ୍ରଥମେ ହଂକଂରେ ଜାପାନୀଜ ପିପିଷ୍ଟ୍ରେଲେ ବାଦୁଡ଼ିଙ୍କ କ୍ଷେତ୍ରରେ ଦେଖାଯାଇଥିଲା। ଗବେଷକମାନେ କହିଛନ୍ତି- ଏହି ଭାଇରସ ମଣିଷଙ୍କ ଲାଗି ଅତି ବିପଦପୂର୍ଣ୍ଣ ଏବଂ ବିଭିନ୍ନ ମାଧ୍ଯମ ଜରିଆରେ ସେମାନେ ସଂକ୍ରମିତ ହୋଇପାରନ୍ତି। ତେବେ ଏହାକୁ ନେଇ ବିଶେଷ ଆତଙ୍କିତ ନହେବା ଲାଗି ପରାମର୍ଶ ଦେଇଛନ୍ତି ଗବେଷକ।