spot_img
Home Blog Page 1243

ଆହୁରି ବିଳମ୍ବ ହେବ ସୁନୀତା ଓ୍ବିଲିୟମଙ୍କ ଫେରିବା, ଜୀବନ ପ୍ରତି ଘନାଉଛି ବିପଦ

ନୂଆଦିଲ୍ଲୀ: କେବେ ଫେରିବେ ସୁନୀତା ଓ୍ବିଲିୟମ ? ନିରାପଦରେ ପୃଥିବୀକୁ ଫେରିବେ ତ ? ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ତାଙ୍କୁ ନେଇ ଆସିଛି ଚିନ୍ତା ବଢ଼ାଇବା ପରି ଖବର ଆସିଛି । ଆସନ୍ତା ଫେବୃଆରୀରେ ସେ ପୃଥିବୀକୁ ଫେରିବା ନେଇ ଶୁଣା ଯାଉଥିବା ବେଳେ ଏବେ ସେଥିରେ ଦେଖାଦେଇଛି ଅନିଶ୍ଚିତତା  । ତାଙ୍କର ପ୍ରତ୍ୟାବର୍ତ୍ତନରେ ଆହୁରି ବିଳମ୍ବ ହୋଇପାରେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ମହାକାଶଚାରୀଙ୍କୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ଏହି ଅବଧି ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବି ବଢିପାରେ ବୋଲି ନାସା କହିଛି । । ସୁନୀତାଙ୍କୁ ଫେରାଇ ଆଣିବା ଲାଗି ଏଲନ ମକ୍ସଙ୍କ କମ୍ପାନୀ ସ୍ବେସ ଏକ୍ସ ଏକ ନୂଆ ପ୍ରୟାସ କରୁଛି, ଯାହା ସମୟ ସାପେକ୍ଷ । ଏହାର କାମ ମାର୍ଚ୍ଚ ଅନ୍ତିମ ପର୍ଯ୍ୟାୟରେ ଶେଷ ହେବ । ତେଣୁ ସୁନୀତାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ନାସା ଓ ବୋଇଂର ମିଳିତ କ୍ରୁ ଫ୍ଲାଇଟ ଟେଷ୍ଟ ମିଶନର ଏକ ଅଂଶ ସୁନୀତା ଓ୍ବିଲିୟମ  । ନାସା ୨୦୨୨ ମସିହା ଜୁଲାଇରେ ଏକ ମିଶନ ଆରମ୍ଭ କରିଥିଲା, ଯାହା କରୋନା ପାଇଁ ସ୍ଥଗିତ ରଖା ଯାଇଥିଲା । ମଣିଷକୁ ନେଇ ମହାକାଶ ଯିବା ଓ ସଫଳତାର ସହ ଫେରାଇ ଆଣିବା ପାଇଁ ଆମେରିକା ଲକ୍ଷ୍ୟ ରଖିଥିଲା । ଏହି ମିଶନରେ ସୁନୀତା ପାଇଲଟ ରୂପରେ ସାମିଲ ହୋଇଥିଲେ । ୧୦ ଦିନ ପାଇଁ ମହାକାଶ ଯାଇଥିବା ସୁନୀତା ସେଠାରେ ୧୦ ମାସ ହେବ ଅଟକି ରହିଛନ୍ତି ।

କଛିଦିନ ତଳେ ସୁନୀତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଯେଉଁଥିରେ ସେ ବହୁତ ଦୁର୍ବଳ ଦେଖା ଯାଉଥିଲେ  । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟୁଥିବା ବେଳେ ଓଜନ ବି କମିବାରେ ଲାଗିଛି । ଏମିତି ସ୍ଥିତିରେ ତାଙ୍କୁ ଫେରାଇ ଆଣିବାରେ ବିଳମ୍ବ ନେଇ ନାଶାର ନିଷ୍ପତ୍ତି ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ମହାକାଶ ଯାନରେ ଯାନ୍ତ୍ରିକ ତୃଟି କାରଣରୁ ସେ ପୃଥିବୀ ଫେରି ନପାରି ମହାକାଶରେ ଅଟକି ରହିଛନ୍ତି ।

ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଛି ମିଶନ କ୍ରୁ-୯ । ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍ ଏକ୍ସର ଡ୍ରାଗନ କ୍ରୁ କ୍ୟାପସୁଲକୁ ବାଛିଛି NASA । ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି କ୍ରୁ -୯ । ଯାହାର ଭିଡିଓ ସେୟାର କରିଛି ନାସା । ସ୍ପେସ ଏକ୍ସର ଡ୍ରାଗନ କ୍ରୁ ISS ରେ ସଫଳତାର ସହ ପହଁଞ୍ଚି ସାରିଥିଲେ ମଧ୍ୟ ଏବେ ଫେରିବେନି ସୁନୀତା । ଉଭୟ ଆସନ୍ତା ବର୍ଷ ଫେରିବା ନେଇ ସୂଚନା ମିଳିଛି । ଉଭୟଙ୍କୁ ଫେରାଇ ଆଣିବା ପାଇଁ ୨ଟି ସିଟ ଖାଲି ମଧ୍ୟ ରଖା ଯାଇଛି । ତେବେ ଦେଖିବାକୁ ବାକି ରହିଲା କେବେ ଫେରିବେ ସୁନୀତା ।

ଟେଣ୍ଡର ଫିକ୍ସିଂରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିବା ସହ ତଦନ୍ତ ଦାବି କଲା ବିଜେଡି

ନବରଙ୍ଗପୁର: ଟେଣ୍ଡେର ଫିକ୍ସିଂରେ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଘଟଣାକୁ ନେଇ ଘନେଇବାରେ ଲାଗିଛି ରାଜନୀତି । ଘଟଣାର ପରିସରକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଟାଣିଲା ନବରଙ୍ଗପୁର ବିଜେଡି । ଟେଣ୍ଡର ଫିକ୍ସିଂରେ ଗଣଶିକ୍ଷା ମନ୍ତ୍ରୀ ସାମିଲ ଥିବା ଅଭିଯୋଗ କରିବା ସହ ସିବିଆଇ ତାଙ୍କୁ ମଧ୍ୟ ଜେରା କରୁ ବୋଲି ନବରଙ୍ଗପୁରରେ ସମ୍ବାଦିକ ସମ୍ମିଳନୀ କରି ବିଜେଡି ଦାବି କରିଛି ।

ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ଟେଣ୍ଡେର ଫିକ୍ସିଂରେ ସିବିଆଇ ସମନ କରିବା ପରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ । ସରକାରୀ ନିୟମ ଅନୁଯାୟୀ ୨୦ କୋଟିରୁ ଅଧିକ ଟଙ୍କାର ଟେଣ୍ଡେର ପାଇଁ କ୍ୟାବିନେଟରେ ମଞ୍ଜୁରର ଆବଶ୍ୟକ । ୩୮୭ରୁ ଅଧିକ କୋଟି ମୂଲ୍ୟ ଟଙ୍କାର ଟେଣ୍ଡେର ହୋଇଥିବା ବେଳେ ଏହା ନିଶ୍ଚିତ କ୍ୟାବିନେଟର ମଞ୍ଜୁର ଲାଭ କରିଥିବ । ଏହା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜାଣିଥିବେ । ଯଦି ସେ ଜାଣିବା ପରେ ଏହି ଟେଣ୍ଡର ହୋଇଛି ତେବେ ଏଥିରେ ତାଙ୍କର ବି ସମ୍ପୃକ୍ତି ରହିଛି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି ।

ଗତ ମାର୍ଚ୍ଚରେ wapcso କମ୍ପାନୀଙ୍କୁ ବ୍ଲାକ ଲିଷ୍ଟ କରିବା ପାଇଁ ବିଜେଡି ଦାବି କରିଥିଲା ।  ଅଗଷ୍ଟ ମାସ ଅଧିବେଶନରେ କମ୍ପାନୀଙ୍କୁ ବ୍ଲାକ ଲିଷ୍ଟ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ । ଅକ୍ଟୋବରରେ ୧୭୮ କୋଟି ଟଙ୍କାର କାମ କିଭଳି ଦିଆଯାଇଥିଲା ବୋଲି ପ୍ରଦୀପ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଥିବା ଅଭିଯୋଗ କରିଛନ୍ତି । ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ସହିତ ସିବିଆଇ ସମନ ଜାରି କରି ତଦନ୍ତର ପରିସର ଭୁକ୍ତ କରିବାକୁ ବିଜେଡି ଦାବି କରିଛି ।

ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆଦିବାସୀ ଉନ୍ନୟନ ବିଭାଗର ସ୍କୁଲ ନିର୍ମାଣରେ ଦଳୀୟ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଠିକା କାମ ଦିଆଯାଇଥିଲା । ଏଥିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା କରିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏବଂ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ସମେତ ଅନ୍ୟ ବିଜେଡି ନେତା ଉପସ୍ଥିତ ଥିଲେ ।

ହନିମୁନ୍ ପାଇଁ କାଶ୍ମୀର ବଦଳରେ ମକ୍କା ଯିବାକୁ କହିଲେ ଶ୍ୱଶୁର, ଜ୍ବାଇଁ ନମାନିବାରୁ କଲେ ଏସିଡ଼ ଆଟାକ୍

ବର୍ତ୍ତମାନ ଚାଲିଛି ବିବାହର ଋତୁ । ବିବାହ ସମାରୋହ ପରେ ଦମ୍ପତ୍ତି ହନିମୁନ କୁ ଅପେକ୍ଷା କରିଥାନ୍ତି ।  ହନିମୁନ ଯିବା ପାଇଁ କିଛି ପର୍ୟ୍ୟଟନ  କମ୍ପାନୀ ଗୁଡ଼ିକର ବିଜ୍ଞାପନ ଦେଖି  ମଧ୍ୟ ସାହାର୍ୟ୍ୟ ନେଉଛନ୍ତି ।  ଏଭଳି ସ୍ଥିତି ରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି ।  ହନିମୁନ୍ ପାଇଁ ଶ୍ବଶୁର ବାଛିଥିବା ଯାଗା କୁ ଯିବାକୁ ଜ୍ବାଇଁ ମନା କରିବାରୁ ଶ୍ବଶୁର ନବ ବିବାହିତ ଜ୍ବାଇଁ ଙ୍କ ଉପରେ କରିଛନ୍ତି ଏସିଡ଼ ଆକ୍ରମଣ । ମହାରାଷ୍ଟ୍ରର କଲ୍ୟାଣରୁ ଏଭଳି ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି ।  ଏକ ଛୋଟ ବିବାଦ ରୁ ଏଭଳି ତୁମୁଳକାଣ୍ଡ ଘଟାଇଥିଲେ ନିଜ ଶ୍ବଶୁର ।

ଘଟଣା ଟି କିଛି ଏପରି ଥିଲା

ଇବାଦ୍ ଫାଲକେ ନାମକ  ଜଣେ ବ୍ୟକ୍ତି କଲ୍ୟାଣର ପଶ୍ଚିମ ଅଞ୍ଚଳରେ ତାଙ୍କ ପରିବାର ସହିତ ରୁହନ୍ତି। ଏକ ମାସ ପୂର୍ବରୁ ଇବାଦ୍ ସେହି ଅଞ୍ଚଳରେ ରହୁଥିବା ଜାକି ଖୋଟାଲଙ୍କ ଝିଅକୁ ବିବାହ କରିଥିଲେ। ବିବାହ ପରେ ଇବାଦ୍ ହନିମୁନ୍ ପାଇଁ କାଶ୍ମୀର ଯିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ତାଙ୍କ ସ୍ତ୍ରୀ ମଧ୍ୟ ପ୍ରସ୍ତୁତି କରିଥିଲେ। କିନ୍ତୁ ଶ୍ୱଶୁର ଜାକି ଖୋଟାଲ ତାଙ୍କ ଜ୍ବାଇଁ ଇବାଦ କୁ କହିଥିଲେ ସେ କାଶ୍ମୀର ଯିବା ଉଚିତ ନୁହେଁ ବରଂ ମକ୍କା ଏବଂ ମେଦିନାକୁ ଯାଇ ପ୍ରାର୍ଥନା କରି  ଭଗବାନ ଆର୍ଶୀବାଦ ନେବା ଉଚିତ୍।

ଏହି ପ୍ରସଙ୍ଗରେ ଗତ କିଛି ଦିନ ହେବ ଶ୍ୱଶୁର ଜାକି ଏବଂ ଜ୍ବାଇଁ ଇବାଦଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। କିନ୍ତୁ ହଠାତ୍ ଜାକି ରାଗିଗଲେ ଯେ ତାଙ୍କ ଜ୍ବାଇଁ ତାଙ୍କ କଥା ଶୁଣୁନାହାଁନ୍ତି। ଏହି ବିବାଦ ପରେ ଇବାଦ୍ ଗତକାଲି ରାତି ରେ ସମୟରେ କଲ୍ୟାଣର ଲାଲ ଚାଉକି ଅଞ୍ଚଳରୁ ତାଙ୍କ ଘରକୁ ଯାଉଥିଲେ। ଏହି ସମୟରେ କ୍ରୋଧିତ ଜାକି ଏକ ରିକ୍ସାରେ ଇବାଦଙ୍କ ପାଖକୁ ଆସି ତାଙ୍କୁ ଏସିଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଇବାଦ୍ ଗୁରୁତର ଆହତ ହୋଇଥିଲେ।

ବର୍ତ୍ତମାନ ଇବାଦ କଲ୍ୟାଣର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ଶ୍ୱଶୁର ଜାକି ଖୋଟାଲ ଭୟଭୀତ ହୋଇ ସେଠାରୁ ପଳାଇ ଯାଇଥିଲେ।  ଏବେ ମହାରାଷ୍ଟ୍ରର ବଜାରପଥ ପୋଲିସ  ଏହି ଘଟଣା ଉପରେ ତଦନ୍ତ ଆରମ୍ଭ କରି ଇବାଦଙ୍କ ଶ୍ବଶୁରଙ୍କ ନାଁ ରେ ଏକ ମାମଲା ରୁଜ୍ଜୁ କରିଛି ।

ଯାଜପୁର ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା । ମୁଖ୍ୟ ଚିକିତ୍ସାଳୟ ସହ ଯଯାତି କେଶରୀ ମେଡିକାଲ କଲେଜରେ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ଦେଇଛନ୍ତି ଧାରଣା । ୬ ମାସର ଇପିଏଫ ଓ ଏକ ମାସର ବେତନ ମିଳି ନଥିବା କାରଣରୁ କାର୍ଯ୍ୟବନ୍ଦ କରି ଧାରଣା ଦେଇଛନ୍ତି ।

ସଫେଇ ଦାୟିତ୍ବ ନେଇଥିବା ଠିକା ସଂସ୍ଥା ସଫେଇ କରୁଥିବା କର୍ମଚାରୀଙ୍କୁ ବାରମ୍ବାର ହଇରାଣ କରୁଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏଭଳି ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା କର୍ମଚାରୀ ଅଭିଯୋଗ କରିଛନ୍ତି । ସେପଟେ ଏଡିଏମଓ କହିଛନ୍ତି, ଠିକା ସଂସ୍ଥାକୁ ପରିବର୍ତ୍ତନ କରାଯାଇଛି । ତୁରନ୍ତ ବକେୟା ଇପିଏଫ ଓ ବେତନ ପ୍ରଦାନ ଲାଗି ପଦକ୍ଷେପ ନିଆଯାଉଛି ।

ଭୁବନେଶ୍ବର ଏମ୍ସରେ ସୁରକ୍ଷାକର୍ମୀଙ୍କ ଦାଦାଗିରି: ରୋଗୀଙ୍କୁ ଦୁର୍ବ୍ୟବହାର କରିବା ସହ ଘଉଡାଇ ଦିଆଯାଉଥିବା ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏମ୍ସରେ ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଆସୁଛନ୍ତି ହଜାର ହଜାର ରୋଗୀ । ଆଉ ସେମାନଙ୍କ ସହ ଆସୁଛନ୍ତି ସେମାନଙ୍କ ସମ୍ପର୍କୀୟ । ହେଲେ ଏମ୍ସ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ସହ ତଡ଼ି ଦେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଏଠାକୁ ଆସିଥିବା ରୋଗୀ ଉପଯୁକ୍ତି ଚିକିତ୍ସା ସେବା ପାଇବାରୁ ନା କେଳ ବଞ୍ଚିତ ହେଉଛନ୍ତି, ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ବଡ଼ ଡାକ୍ତରଖାନା, ଭଲ ସୁବିଧା ଓ ଭଲ ଚିକିତ୍ସା ଆଶାରେ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଭୁବନେଶ୍ବର ଏକ୍ସକୁ ଛୁଟି ଆସିଥାନ୍ତି ହଜାର ହଜାର ରୋଗୀ । ହେଲେ ଏଠାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ନାହିଁ କୌଣସି ବ୍ୟବସ୍ଥା । ରାସ୍ତା କଡ଼ରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଅତି ଦୟନୀୟ ସ୍ଥିତିରେ ଶୋଇ ରହୁଛନ୍ତି ।

ସେତିକିରେ କଥା ସରିନି, ରୋଗୀଙ୍କ ଉପରେ ସୁରକ୍ଷାକର୍ମୀ ଦବଙ୍ଗଗିରି ଦେଖାଉଥିବା ଅଭିଯୋଗ ହେଉଛି । ଏଠାରେ ରାତିରେ ଡାକ୍ତର ଦେଖୁ ନାହାନ୍ତି, ସକାଳେ ଟିକେଟ କାଟି ଆସ ବୋଲି କହି ହସ୍ପିଟାଲ ଭିତରକୁ ରୋଗୀଙ୍କୁ ପୂରାଇ ଦେଉନାହାନ୍ତି ସୁରକ୍ଷାକର୍ମୀ ।

ମେଡିକାଲ ଭିତରକୁ ସୁରକ୍ଷାକର୍ମୀ ଛାଡୁ ନଥିବାରୁ ବାଧ୍ୟ ହୋଇ ଶୀତ, କାକର, ମାଛି, ମଶାଙ୍କ ଭିତରେ ରାସ୍ତା କଡ଼ ଫୁଟପାତରେ ବିତୁଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ରାତି । ରାତିରେ ନା ସେମାନଙ୍କ ପାଇଁ କୌଣସି ବୃବସ୍ଥା କରାଯାଉଛି, ନା ସେମାନଙ୍କ ଚିକିତ୍ସା କରାଯାଉଛି ।

ଭଲି ଚିକିତ୍ସା ଆଶାରେ ଏମ୍ସ ଆସି ଏଠାରେ ରୋଗୀ ସୁରକ୍ଷାକର୍ମୀଙ୍କ ଦ୍ବାରା ନିର୍ଯାତିତ ହେଉଥିବା ଅଭିଯୋଗ କରିବା ସହ ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଋଷ ଆଣିଲା କ୍ୟାନସର୍ ଟିକା : ଆସନ୍ତା ବର୍ଷରୁ ମିଳିବ ମାଗଣା ଟିକା

ବିଶ୍ବରେ  ଲକ୍ଷ ଲକ୍ଷ ଲୋକ କ୍ୟାନସର ଭଳି ଭୟଙ୍କର ରୋଗରେ ପୀଡିତ  । ଏହି ଭୟଙ୍କର ରୋଗ ପାଇଁ କେହି ବି ଔଷଧ ବନାଇ ପାରିନାହିଁନ୍ତି  । ବଜାରରେ ଏହି ରୋଗ ପାଇଁ କୌଣସି ଫଳପ୍ରଦ ଔଷଧ ମଧ୍ୟ ଉପଲବ୍ଧ ନାହିଁ  । କିନ୍ତୁ ରୁଷ ଆଣିଛି ଏକ ଖୁସି ଖବର  । କ୍ୟାନସରକୁ ହରାଇବା ପାଇଁ କ୍ୟାନସର ଟିକା ବନାଇଥିବା କଥା ଋଷ ଦାବା କରୁଛି  । ସବୁଠାରୁ ବଡ କଥା କି ରୁଷର ସମସ୍ତ  ନାଗରିକ ମାନଙ୍କ ପାଇଁ ଏହି ଟିକା ମାଗଣା ଉପଲବ୍ଧ ହେବ  ।

ରୁଷରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ନିଶ୍ଚିତ କରିବା ସହ ଏହି ଟିକା କିପରି କାର୍ଯ୍ୟ କରିବ ଏହା ସ୍ପଷ୍ଟ କରିଛି  । ଏହି ଟିକା କେତେ ପ୍ରଭାବଶାଳୀ ଏବଂ ଏହା କେଉଁ ର୍କକଟ ରୋଗର ଚିକିତ୍ସା କରିବ ତାହା ସ୍ପଷ୍ଟ ହୋଇ ନାହିଁ  । ଆଉ କିଛି ଦେଶ ମଧ୍ୟ କ୍ୟାନସର ରୋଗର ଔଷଧ ପାଇଁ କାର୍ଯ୍ୟ କରୁଛନ୍ତି ।

୨୦୨୩ ମସିହାରେ ବ୍ରିଟେନ ର୍କକଟ ରୋଗର ଚିକିତ୍ସା ବିକାଶ ପାଇଁ ଜର୍ମାନୀ ସହ ଏକ ଚୁକ୍ତିନାମା ସାକ୍ଷର କରିଥିଲା  । ଏହା ସହ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏବଂ ମର୍କ ଆଣ୍ଡ କମ୍ପାନୀ ଚର୍ମ ର୍କକଟ  ଭଳି ମାରାତ୍ମକ ରୋଗର ଟିକା ପାଇଁ କାମ କରୁଛନ୍ତି  । ବଜାରରେ ପୂର୍ବରୁ କିଛି ଟିକା ଅଛି ଯାହା କିଛି ମାତ୍ରାରେ ରର୍କକଟ ରୋଗରୁ ରକ୍ଷା କରୁଛି  ଯେପରିକି ହ୍ୟୁମାନ ପାପିଲୋମ ଭାଇରସ ବିରୁଦ୍ଧରେ ଟିକା ଯାହା ଗର୍ଭାଶୟ ର୍କକଟରୁ ରକ୍ଷା ପାଇଁ ସାହାଯ୍ୟ କରେ  । ଯକୃତ କ୍ୟାନସରର ଚିକିତ୍ସା ପାଇଁ ହେପାଟାଇଟିସ- ବି ଭଳି ଟିକା ବିକଶିତ ଅଛି  ।

ମସ୍କୋର ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ  ସେଣ୍ଟର ଏପିଡେମୋଲୋଜି ଓ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଆଲେକ୍ସଜାଣ୍ଡର ଜିଣ୍ଟସବର୍ଗ ପୂର୍ବରୁ TASS କମ୍ପାନୀକୁ ଜଣାଇଥିଲେ ଯେ, ଏହି ଟିକା ଟ୍ୟୁମର ବୃଦ୍ଧିକୁ ରୋକିବା ସହ କର୍କଟ ରୋଗ ବ୍ୟାପିବାରୁ ମଧ୍ୟ ରୋକ ଲଗାଇବ  । ଏହି ଟିକା ସବୁ ପ୍ରକାରକର୍କଟ ରୋଗୀଙ୍କୁ ଦିଆଯାଇପାରିବ  ।

ରୁଷିଆାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଆାମ ବୈଜ୍ଞାନିକ ମାନେ କ୍ୟାନସର ଟିକା ବନେଇବାର ଅତି ନିକଟତର ହୋଇ ଗଲେଣି  । ଏହା ବହୁତ ଶୀଘ୍ର ରୋଗୀମାନଙ୍କ ନିକଟରେ ପହଁଞ୍ଚିବ  । ପୁଟିନ ଏକ ଟେଲିଭିଜନ ସାକ୍ଷାତକାର ଜରିଆରେ ଆାଶା ପ୍ରକଟ  କରିଛନ୍ତି କି ଶିଘ୍ର ସେମାନେ ଏହାକୁ ପ୍ରଭାବଶାଳୀ  ଔଷଧ ଭାବରେ ବନାଇ ପାରିବେ  ।

ରାଜଧାନୀରେ ହଜାର ହଜାର ଆଶାକର୍ମୀଙ୍କ ଗର୍ଜନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ହଜାର ହଜାର ଆଶାକର୍ମୀଙ୍କ ଗଣ ବିକ୍ଷୋଭ । ସିଆଇଟିୟୁ ନେତୃତ୍ବରେ ୧୭ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଆଶାକର୍ମୀ କରିଛନ୍ତି ଗଣ ବିକ୍ଷୋଭ । ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ ଆଶାକର୍ମୀ । ଏହି ସମୟରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ସମାଲୋଚନା କରିବା ସହ ଶ୍ରମିକ ସପକ୍ଷବାଦୀ ନୀତି ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ପରାମର୍ଶ ।

ଆଶାଦିଦିଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, ମାସିକ ୨୬ ହଜାର ଟଙ୍କା ଦରମା, ଅବସର ଓ ମୃତ୍ୟୁକାଳୀନ ୧୦ ଲକ୍ଷ ଟଙ୍କା ସହାୟତା, ୧୦ ହଜାର ମାସିକ ପେନସନ, ଇପିଏଫ୍, ଇଏସଆଇ ସହ ସାମାଜିକ ସୁରକ୍ଷା ଦେବା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବଜେଟ ବ୍ୟୟ କରି ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ସରକାର ଦାବିଗୁଡିକୁ ତୁରନ୍ତ କାର୍ଯ୍ୟକାରୀ ନକଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି ।

ଚାକିରି କରାଇ ଦେବାକୁ କହି ୬୦ ଲକ୍ଷ ଠକେଇ ଅଭିଯୋଗ

ଆସିକା: ଚାକିରି କରାଇ ଦେବାକୁ କହି ଜଣେ ଆଶାୟୀଙ୍କ ପାଖରୁ ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଠକେଇର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗ୍ରାମର ସନ୍ତୋଷ କୁମାର ପାଢୀ । ଏନେଇ ସନ୍ତୋଷ ସନ୍ତୋଷ ଆସିକା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ସେ ବିଭିନ୍ନ ପର୍ଯ୍ୟାୟରେ ୬୦ ଲକ୍ଷ ଟଙ୍କା ଆସିକା କାଳଷଣ୍ଢପୁର ଗ୍ରାମର ଉଦୟ ନାଥ ମୁନି ଏବଂ ଗୋପାଳପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦେଇଥିବା କହିଛନ୍ତି ।

ସଂପୃକ୍ତ ଦଲାଲମାନେ ସନ୍ତୋଷଙ୍କୁ ଫେକ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ଦେବା ସହ ବିଭିନ୍ନ ପ୍ରକାର ରେଲୱେର ମୋହର ଥାଇ ଲେଟର ଦେଉଥିଲେ । ଏପରିକି ତାଙ୍କୁ ଚାକିରିର ଟେନିଂ ପାଇଁ ତାମିଲନାଡୁର ଏକ ସ୍ଥାନକୁ ନେଇ ମିଥ୍ୟା ଟେନିଂ ମଧ୍ୟ କରାଇଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖରେ ଏହି ଦଳକୁ ବ୍ରହ୍ମପୁର ପୋଲିସ ଗିରଫ କରିବା ପରେ ଏହାର ରହସ୍ୟ ଜଣା ପଡିଥିଲା । ଆଉ ଏବେ ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କ ଲିଷ୍ଟ ବଢୁଛି ।

ମେଲବର୍ଣ୍ଣ ଏୟାରପୋର୍ଟରେ ମହିଳା ସାମ୍ବାଦିକାଙ୍କ ସହ ବିରାଟଙ୍କ ଯୁକ୍ତି, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ନନ୍ଦିଘୋଷ ବ୍ୟୁରୋ: ଗାବା ଟେଷ୍ଟ ଡ୍ର ହେବା ପରେ ଏବେ ଭାରତୀୟ ଦଳ ମେଲବର୍ଣ୍ଣରେ ପହଞ୍ଚିଛି । ଚତୁର୍ଥ ଟେଷ୍ଟରେ ବିଜୟ ଲକ୍ଷ୍ୟରେ ରହିଛି ଭାରତ । ତେବେ ମ୍ୟାଚ ପୂର୍ବରୁ ଏୟାରପୋର୍ଟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ ଜଣେ ମହିଳା ସାମ୍ବାଦିକାଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖୁବାକୁ ମିଳୁଛି । ତେବେ ଏହି ସାମ୍ବାଦିକ ଜଣକ ବିରାଟଙ୍କ ଛୁଆଙ୍କ ଫଟୋ ଏବଂ ଭିଡିଓ ଉଠାକୁ ନେଇ ବିରକ୍ତ ହୋଇଥିଲେ କୋହଲି । ସେ କହିଛନ୍ତି କି, ମୋର ପ୍ରାଇଭେସି ରହିଛି । ମୋ ବିନା ଅନୁମତିରେ ପିଲାଙ୍କ ଫଟୋ କାହିଁକି ଉଠାଇଲ । ସେପଟେ ଏହାକୁ ନେଇ ଏବେ ଅଷ୍ଟ୍ରେଲିୟ ଗଣମାଧ୍ୟମରେ ବିରାଟଙ୍କୁ ସମାଲୋଚନା କରାଯାଉଛି । ତେବେ ଏଭଳି ଘଟଣା କିଛି ନୂଆ ନୁହେଁ । କାରଣ ଅଷ୍ଟ୍ରେଲିଆ ଗସ୍ତରେ ଯେବେ ବିରାଟ ଯାଇଛନ୍ତି ଗଣମାଧ୍ୟମର ଏଭଳି କିଛି ବ୍ୟବହାର ପାଇଁ ବିରକ୍ତି ଭାବେ ପ୍ରକାଶ କରିଥାନ୍ତି ବିରାଟ ।

ସଂସଦ ପରିସରରେ ଠେଲାପେଲା ଓ ଧକ୍କାମରା ଘଟଣା : ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା

ନନ୍ଦିଘୋଷ ବ୍ୟୁରୋ: ସଂସଦ ପରିସରରେ ଧକ୍କା ମରା ଓ ଠେଲାପେଲା ଘଟଣା । ଦୁଇ ସାଂସଦ ଆହତ । ଓଡ଼ିଶାର ବିଜେପି ସାଂସଦ ଆହତ ହୋଇଥିବାବେଳେ ମୁକେଶ ରାଜପୁତ ମଧ୍ୟ ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ ଆଇନଗତ ପଦକ୍ଷେପ ନେଇଛି ବିଜେପି । ରାହୁଲଙ୍କ ବିରୋଧରେ ସଂସଦ ମାର୍ଗ ଥାନାରେ ଅଭିଯୋଗ କରିଛି ବିଜେପି । ବିଜେପି ପକ୍ଷରୁ ଅନୁରାଗ ଠାକୁର ଏବଂ ବାଂଶୁରୀ ସ୍ବରାଜ ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ଼ଗେ ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି । ଠେଲାପେଲା ଓ ଧକ୍କା ମାରିବା ଘଟଣାର ତଦନ୍ତ ହେଉ । ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଦରେ ମଧ୍ୟ ଆଘାତ ଲାଗିଥିବା ସେ କହିଛନ୍ତି ।