spot_img
Home Blog Page 1232

ଉଦଯାପିତ ହେଲା ଅଟ୍ରି ମକର ମେଳା: ଉଦଯାପନୀ ସନ୍ଧ୍ୟାରେ ସାମିଲ ହେଲେ ସାଂସଦ ମାନସ ମଙ୍ଗରାଜ

ଖୋର୍ଦ୍ଧା: ଖୋର୍ଦ୍ଧାର ଅନ୍ୟ ଏକ ଧାର୍ମିକ ପୀଠ ଅଟ୍ରି ଉଷ୍ଣପ୍ରସବଣ । ମକର ସଂକ୍ରାନ୍ତି ଆସିଲେ ପୀଠ ହୁଏ ଲୋକାରଣ୍ୟ । ୧୫ ଦିନ ଧରି ଚାଲେ ମକର ମେଳା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିଳା ଓ ଶ୍ରଦ୍ଧାଳୁ ଏଠାକୁ ଛୁଟି ଆସିଥାନ୍ତି । ତେଣୁ ପୀଠର ସୌନ୍ଦର୍ଯ୍ୟକରଣ ସହ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ ପୂର୍ବ ସରକାର । ଉନ୍ନତିକରଣ ପାଇଁ ଯୋଗାଇ ଦେଇଥିଲେ ୪ କୋଟି ଟଙ୍କାର ଅନୁଦାନ । ମେଳାର ଉଦଯାପନୀ ସନ୍ଧ୍ୟାରେ ଯୋଗଦେଇ ନବୀନ ସରକାର ସମୟରେ ଦିଆଯାଇଥିବା ଅନୁଦାନ ଅର୍ଥକୁ ତୁରନ୍ତ ବିନିଯୋଗ କରିବାକୁ ଦାବି କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଏହି ଅବସରରେ ଅଟ୍ରି ପୀଠର ଓ ଏଠାରେ ଚାଲିଥିବା ମେଳାକୁ ବୁଲି ଦେଖିବା ସହ ଧାର୍ମିକ ପୀଠ ଏବଂ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ ।

ବେଗୁନିଆ ବିଧାୟକ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ସାଂସଦ ସୁଲତା ଦେଓ ଯୋଗ ଧାର୍ମିକ ପୀଠ ମହତ୍ତ୍ଵ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ସକାଳର ପ୍ରକାଶକ ଅମିତ ମଲ୍ଲିକ ମଧ୍ୟ ମହୋତ୍ସବର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । କମିଟି ପକ୍ଷରୁ ଅତିଥିମାନଙ୍କୁ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମଞ୍ଚରେ ବିଭିନ୍ନ ପ୍ରତିଭାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା ୧୫ ଦିନ ଧରି ଚାଲିଥିବା ଏହି ଉତ୍ସବରେ ମେଳା ସାଙ୍ଗକୁ ଜମିଥିଲା କିଣାବିକା । ଶେଷ ଦିନରେ ହାସ୍ୟ କଳାକାର ପ୍ରଜ୍ଞା ଙ୍କ ଅଭିନୟ ସହ ବିଭିନ୍ନ ଅନୁଷ୍ଠାନ ନୃତ୍ୟରେ ଦୁଲୁକିଥିଲା ଅଟ୍ରି ମଞ୍ଚ ।

ପୋଲାଭରମ ପ୍ରକଳ୍ପର ଡିୱାଲ କାମ ଆରମ୍ଭ କରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଆମ ଜନତା ଅଧିକାର

ଭୁବନେଶ୍ବର: ସେପଟେ ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁ ସରକାର ନୂଆ ରୂପରେ ପୋଲାଭରମ ପ୍ରକଳ୍ପର ଡିୱାଲ କାମ ଆରମ୍ଭ କରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଆମ ଜନତା ଅଧିକାର। ସବୁ ନିୟମକୁ ଭାଙ୍ଗି ଆନ୍ଧ୍ର ସରକାର ପୋଲାଭରମ ଡ୍ୟାମର ଉଚ୍ଚତା ମନଇଚ୍ଛା ବଢ଼ାଇ ସେହି ଆଧାରରେ ଏବେ ନୂଆ ଡି ୱାଲ କରୁଛନ୍ତି। ଏପରିକି ଚଳିତ ବର୍ଷ ସୁଦ୍ଧା ଡି ୱାଲ କାମ ସାରିବାକୁ ଲାଗିପଡିଛନ୍ତି ଚନ୍ଦ୍ରବାବୁ ନାଇଡୁ ସରକାର। ଆନ୍ଧ୍ର ସରକାର ଓଡ଼ିଶାର ମାଲକାନଗିରି ଅଞ୍ଚଳକୁ ବୁଡାଇବାକୁ ବ୍ୟସ୍ତ କିନ୍ତୁ ଓଡିଶା ସରକାର ନିଜ ଅଞ୍ଚଳକୁ ବୁଡାଇବାକୁ ଅପେକ୍ଷା କରିଛନ୍ତି ଓ ଚୁପ ବସିଛନ୍ତି। ଏହାର ପ୍ରତିବାଦରେ ଆମ ଜନତା ଅଧିକାର ମୁଗି ପଏଣ୍ଟ, ମାଲକାନଗିରି ଓ ଭୁବନେଶ୍ୱରରେ ଆନ୍ଦୋଳନ କରିବାକୁ ଯୋଜନା କରିଛି। ବିଜେପିର ୨୦ ଜଣ ସାଂସଦଙ୍କୁ ରାଜ୍ୟବାସୀ ନିର୍ବାଚିତ କରିଛନ୍ତି। ତା ସତ୍ତ୍ୱେ ମଧ୍ୟ ଓଡିଶା ଯଦି ନ୍ୟାୟ ନ ପାଇବ ତାହେଲେ ଓଡିଶାବାସୀ ସରକାରକୁ କେବେ କ୍ଷମା ଦେବେନି ବୋଲି ଚେତାବନୀ ଦେଲେ ଆମ ଜନତା ଅଧିକାର ସଂଯୋଜକ ପ୍ରସନ୍ନ ବିଷୋୟୀ।

ଆନ୍ଧ୍ରକୁ ସହାୟତା, ଓଡ଼ିଶାକୁ ଅବହେଳା: ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବକୁ ନିନ୍ଦା କଲା ଓଡିଶା ସିଟିଜେନସ ଫୋରମ

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପକୁ ନେଇ ଓଡିଶା ସରକାରଙ୍କ ଉଦାସୀନ ମନୋଭାବକୁ ନିନ୍ଦା କଲା ଓଡିଶା ସିଟିଜେନସ ଫୋରମ। ଦେଶରେ ବିଜେପି ସରକାର ଆନ୍ଧ୍ରକୁ ସବୁ ସହାୟତା ଦେଉଥିବ ବେଳେ ଓଡିଶାକୁ ବ୍ୟାପକ ଅବହେଳା କରୁଛନ୍ତି। ରାଜ୍ୟର ଏଭଳି ବିପଦ ସମୟରେ ଓଡିଶା ସରକାର କିନ୍ତୁ ଶୋଇପଡିଛନ୍ତି। ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ କିଛି କରିପାରିଲେ ନାହିଁ ବୋଲି ଅଭିଯୋଗ ଆଣିଲା ଫୋରମ। ସରକାରଙ୍କୁ ଚେତାବନୀ ଦେଲା ଫୋରମ। ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ଭେଟି ରାଜ୍ୟର ସ୍ୱାର୍ଥ ପାଇଁ ଦାବି ରଖିବାକୁ କହିଲା। ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବାରମ୍ବାର ଦାବି ଉଠାଉଥିଲେ। କେନ୍ଦ୍ରୀୟ ସ୍ତରରେ ମଧ୍ୟ ନବୀନଙ୍କ କଥାକୁ ଗୁରୁତ୍ୱ ଦିଆଯାଉ ଥିଲା। କିନ୍ତୁ ଏବେର ସରକାରକୁ କେନ୍ଦ୍ରରେ କୌଣସି ଗୁରୁତ୍ୱ ମିଳୁ ନାହିଁ। ଲୋକେ ଏ ପ୍ରସଙ୍ଗରେ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଲେ ଓଡିଶା ସିଟିଜେନସ ଫୋରମ ସଭାପତି ଚିନ୍ମୟ ଦାସ ।

ଓଡ଼ିଶୀ ନୃତ୍ୟ ଶିଖିବାକୁ ଯାଇ ନାବାଳିକା ଛାତ୍ରୀ ଦୁଷ୍କର୍ମର ଶିକାର ଅଭିଯୋଗ

ଭଦ୍ରକ: ଓଡ଼ିଶୀ ନୃତ୍ୟ ଶିଖିବାକୁ ଯାଇ ନାବାଳିକା ଛାତ୍ରୀ ଦୁଷ୍କର୍ମର ଶିକାର ଅଭିଯୋଗ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଏକ ନୃତ୍ୟ ଶିକ୍ଷା ଅନୁଷ୍ଠାନରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଅନୁଷ୍ଠାନର ସମ୍ପାଦକ ତଥା ଗୁରୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଜଣକ। ନୃତ୍ୟୁ ଗୁରୁ ଛାତ୍ରୀଙ୍କୁ ନୃତ୍ୟ ଶିକ୍ଷା ନାଁରେ ଅଶ୍ଳୀଳ ଆଚରଣ କରୁଥିଲେ। ଫଳରେ ଜନୈକ ଛାତ୍ରୀ ଜଣକ ନୃତ୍ୟ ଶିକ୍ଷା ବନ୍ଦ କରିଦେଇଥିଲେ। ନୃତ୍ୟ ଗୁରୁ ତାଙ୍କୁ ବାରମ୍ବାର ଫୋନ କରି ଡାକୁଥିଲେ। ଗତକାଲି ଛାତ୍ରୀ ଜଣକ ଅନୁଷ୍ଠାନରେ ପହଞ୍ଚିବା ପରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।ଘଟଣାସ୍ଥଳରେ ଗୁରୁଙ୍କ ଘର ଲୋକ ପହଞ୍ଚିବାରୁ ଗୁରୁ ତାଙ୍କୁ ଛାଡିଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ରୀ। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗୁରୁଙ୍କୁ ଗିରଫ କରି ତଦନ୍ତ ଚଳାଇଛି।…

ପୁଣି ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ

ପୁରୀ: ପୁଣି ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ। ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଦୃଶ୍ୟ । ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତିଙ୍କ ନିଜ ଇନଷ୍ଟାଗ୍ରାମରେ ଶ୍ରୀମନ୍ଦିର ବେଢାର ଜଗମୋହନ ଓ ଗରୁଡ଼ ସ୍ତମ୍ଭ ଭିଡ଼ିଓ ଭାଇରାଲ ହୋଇଛି। ଶ୍ରୀମନ୍ଦିର ଭିତର ଦୃଶ୍ୟ ବାହାରକୁ ଆସିବା କିମ୍ବା ଫଟୋ ଓ ଭିଡ଼ିଓ ଉଠାଇବା ପାଇଁ ବାରଣ ରହିଥିଲେ ମଧ୍ୟ ଅନେକ ଥର ଏପରି ହେଉଛି। କୈାଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ନେବା ଉପରେ କଟକଣା ରହିଛି। ତଥାପି ଶ୍ରୀମନ୍ଦିର ଭିତରର ଦୃଶ୍ୟକୁ କ୍ୟାମେରାରେ କଏଦ କରି ଭାଇରାଲ କରାଯାଉଛି। ଶ୍ରୀମନ୍ଦିର ବେଢାର ଜଗମୋହନ ଓ ଚତୁର୍ଦ୍ଧାମୂର୍ତ୍ତି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଇଛି। ପତିତପାବନ ନିକଟରେ ନିଜ ଫଟୋ ସହ ଏକ ଭିଡ଼ିଓ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି।

ବିଶିଷ୍ଟ ମାନସିକରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ କରଙ୍କର ପରଲୋକ

କଟକ  : ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କର ରବିବାର ସକାଳ ୧୦ ଘଟିକାରେ ପୁରୀଘାଟସ୍ଥିତ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା  । ଡାକ୍ତର କର ଓଡ଼ିଶା ସରକାରଙ୍କ ଅଧୀନରେ ସ୍ଵାସ୍ଥ୍ୟ ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି) ଭାବେ କାର୍ଯ୍ୟ କରିଥିଲେ  । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରିନ୍ସପାଲ ଓ ମାନସିକରୋଗ ବିଭାଗର ଏଚଓଡି ଭାବେ ରହି ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ  । ସେ ଜଣେ ଭାରତର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଓ ଏକାଧାରରେ ସୁଲେଖକ, ଆଇନଜୀବୀ, ସୁବକ୍ତା, ରାଜନୀତିଜ୍ଞ, ବିଶିଷ୍ଟ ରୋଟାରିଆନ, କଟକ କ୍ଲବର ଆଜୀବନ ସଦସ୍ୟ ଥିଲେ । ପ୍ରଫେସର ଡାକ୍ତର କରଙ୍କ ଜନ୍ମ ୧୮ ଜାନୁଆରୀ ୧୯୪୬ ମସିହା । ରେଭେନ୍‌ସା କଲିଜିଏଟ୍ ସ୍କୁଲରୁ ୧୯୬୨ ମସିହାରେ ପାସ୍ କରିଥିଲେ । ପରେ ରେଭେନ୍ସା ମହାବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟ(୧୯୬୮)ରୁ ମେଡିକାଲ ଡିଗ୍ରୀ ହାସଲ କରିବା ପରେ ପାଟନାର ପ୍ରିନ୍ସ ଅଫ୍ ୱାଲ୍‌ସ ଚିକିତ୍ସା ମହାବିଦ୍ୟାଳୟରୁ ମାନସିକ ରୋଗ, ସ୍ନାତକୋତ୍ତରରେ ପ୍ରଥମ ସ୍ଥାନ ପାଇ ସାରିବା ପରେ ମଧୁସୂଦନ ଲ କଲେଜରେ ଡିଗ୍ରୀ ହାସଲ କରିଛନ୍ତି । ପ୍ରଥମ ଓଡ଼ିଆ ଭାବେ ଭାରତୀୟ ଚିକିତ୍ସକ ସଂଘର ସଭାପତି କାର୍ଯ୍ୟ ତୁଲାଇ ପାରିଛନ୍ତି । ସମାଜକଲ୍ୟାଣ ଓ ବିଭିନ୍ନ ସେବାପାଇଁ ସେ ବହୁ ପୁରସ୍କାର ପାଇଛନ୍ତି । ୧୯୯୮ ମସିହାରେ ସେ ସମାଜସେବା ପାଇଁ ଡକ୍ଟର ହରେକୃଷ୍ଣ ମହତାବ ବିଷୁବ ପୁରସ୍କାରରେ ପୁରସ୍କୃତ । ଚିକିତ୍ସା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଡିଏଲଏନ ମୂର୍ତ୍ତିରାଓ ଆଓ୍ବାର୍ଡ ଓ ଏ.ପି. ବର୍ମା ଆରେସନ ଆଓ୍ବାର୍ଡ ଅନ୍ୟତମ । ବିଦେଶରେ ବହୁ ପୁରସ୍କାର ପାଇବା ସହ ରୋଟାରୀ ଗଭର୍ଣ୍ଣର ଥିବା ସମୟରେ ଓଡ଼ିଶାର ପୁରପଲ୍ଲୀର ପାନୀୟ ଜଳ ପାଇଁ ୫୦୦ଟି ନଳକୂପ ବସାଇ ଖ୍ୟାତି ଅର୍ଜନ କରିପାରିଛନ୍ତି । ତାଙ୍କର ସମାଜ ସେବା ପ୍ରତି ଏକ ମହାନ୍ ଅବଦାନର ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କ ମୃତ୍ୟୁରେ ଶୋକର ଛାୟା ଯାଇଛି । ମୃତ୍ୟୁ ବେଳକୁ ପାଖରେ ସହଧର୍ମିଣୀ ଡକ୍ଟର ଗାୟତ୍ରୀ ଦେବୀ, ପୁତ୍ର- ଇଂ. ସୌମେନ୍ଦ୍ର କର, ଆଡଭୋକେଟ ସମ୍ବିତ କର, ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ସମ୍ରାଟ କର, ପୁତ୍ରବଧୂ-ନୀତି କର, ଶୈଳବାଳା କର, ଡାକ୍ତର ଶୁଭଶ୍ରୀ ମିଶ୍ର ଓ ନାତି ନାତୁଣୀ, ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟାଙ୍କ ଲୁଟିବାକୁ ସାଇକେଲରେ ଆସିଥିଲା, ଧରା ପଡ଼ି ଛେଚା ଖାଇଲା

କାନପୁର : ବ୍ୟାଙ୍କ ଲୁଟିବାକୁ ଆସି ଛେଚା ଖାଇଲେ ଯୁବକ । ବ୍ୟାଙ୍କ ଲୁଟିବାକୁ ଆସିଥିବା ଏକ ଚିତ୍ର  ସିସିଟିଭିରେ କଏଦ ହୋଇଛି ।  ଯୁବକ ଜଣଙ୍କ ଛୁରି ଧରି ବ୍ୟାଙ୍କ ଭିତରେ ପ୍ରବେଶ କରୁଥିବାର ନଜର ଆସିଥିଲେ । ସୁରକ୍ଷାକର୍ମୀ ଅଟକାଇବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ବ୍ୟାଙ୍କ କମର୍ଚାରୀମାନେ ତାଙ୍କ ଧରି ପୋଲିସର ଜିମା ଦେଇଥିଲେ ।  ଏମିତି ଏକ ଘଟଣା କାନପୁର ଷ୍ଟେଟ ବ୍ୟାଙ୍କ ଶାଖାରେ ଘଟିଛି । ଲୁଟେରା ବିଏସସି ତୃତୀୟ ବର୍ଷର ଛାତ୍ର  । ସେ ଧରମପୁର ବାମ୍ବାର ନିବାସୀ । ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି କି, ସେ କେବଳ ଡକାୟତି କରିବା ଉଦ୍ଦେଶ୍ୟ ନେଇ ବ୍ୟାଙ୍କୁ ଆସିଥିଲେ । ତାଙ୍କୁ ଅଧିକ ପଚରା ଉଚରା କରୁଛି ପୋଲିସ ।

ନାଁ ବଦଳାଇ ଭାରତରେ ରହୁଥିଲା ସୈଫଙ୍କ ବାଂଲାଦେଶୀ ଆକ୍ରମଣକାରୀ, ପୋଲିସ ଆଗରେ କହିଲା ସବୁ ସତ

ମୁମ୍ବାଇ : ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଆକ୍ରମଣକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ଗୃହରକ୍ଷୀ ଭାବରେ କାମ କରୁଥିବା ଜଣାପଡିଛି । ଏହା ପୂର୍ବରୁ ସେ ସୈଫ ଅଲ୍ଲୀ ଖାନଙ୍କ ଘରକୁ ଯାଇଥିଲା । କିନ୍ତୁ କ‘ଣ ପାଇଁ ସେଦିନ ସେ ଘରକୁ ଯାଇଥିଲା ? ଆଉ କ‘ଣ ପାଇଁ ଆକ୍ରମଣ କରିଥିଲା ? ଏ ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୁକ୍ତ ଜଣଙ୍କ ହେଉଛି ମହମ୍ମଦ ଶରିଫୁଲ ଇସଲାମ ସହଜାଦ  । ସେ ଜଣେ ଗୃରକ୍ଷୀ ଭାବରେ କାମ କରୁଥିଲା । ସୈଫ ଅଲ୍ଲୀ ଖାନ ବେବେବେଳେ ହାଉସ ହେଲ୍ପ ହରିଙ୍କ ସାହାଯ୍ୟରେ କିଛି ଲୋକଙ୍କୁ ଘର ସଫା କରିବା ପାଇଁ  ଡାକୁଥିଲେ । ଇତି ମଧ୍ୟରେ ମହମ୍ମଦ ଶହଜାଦ, ସୈଫ ଅଲ୍ଲୀ ଖାନଙ୍କ ଘରକୁ ଯାଇସାରିଛି । ମୁମ୍ବାଇ ପୋଲିସ କହିବାନୁଯାୟୀ, ଆକ୍ରମଣକାରୀ ୫-୬ ମାସ ଆଗରୁ ମୁମ୍ବାଇ ଆସିଥିଲା । ଏଠାରେ ଗୋଟିଏ ଗୃ୍ହରକ୍ଷୀ ଏଜେନ୍ସିରେ କାମ କରୁଥିଲା । ଏମିତି ଲାଗୁଛି କି ଆକ୍ରମଣକାରୀ ପ୍ରଥମ ଥର ପାଇଁ ସୈଫ ଅଲ୍ଲୀ ଖାନଙ୍କ ଘରକୁ ଯାଇଥିଲା । ତାହାର ଉଦ୍ଦେଶ୍ୟ ଥିଲା ଘରେ ପଶି ଚୋରି କରିବା ।

ସୂଚନା ଅନୁସାରେ ଯେତେବେଳେ ସିକ୍ୟୁରିଟି ଗାର୍ଡ ଶୋଇଥିବା ମହମ୍ମଦ ଶହଜାଦ ଦେଖିଥିଲା ସେତେବେଳେ ସେ ବିଲ୍ଡିଂର ୧୧ ମହଲା ଯାଏଁ ଚଢିଯାଇଥିଲା । ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ପିଲା ମାନଙ୍କ ରୁମ୍ ନିକଟରେ ପହଞ୍ଚିଥିଲା । ପରେ ବାଥରୁମରେ ଲୁଚି ଯାଇଥିଲା ।ମହମ୍ମଦ ସହଜାଦ ପ୍ରଥମେ ଓ୍ବାର୍ଲିରେ ରହୁଥିବାର ସୂଚନା ମିଳିଛି । ଘଟଣା ଘଟିବା ଦିନ ସେ ଟ୍ରେନରେ ଥାନେ ପହଞ୍ଚିବା ପରେ ଜଣେ ତାଙ୍କୁ ବାଇକରେ ନେବାକୁ ଆସିଥିଲେ । ସେହି ବାଇକୁ ଟ୍ରାକ କରି ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ।

ପୂର୍ବରୁ ଅଭିଯୁକ୍ତ ପଶ୍ଚିମବଙ୍ଗର ବୋଲି କୁହାଯାଉଥିଲା ।  ବର୍ତ୍ତମାନ ଅଭିଯୁକ୍ତ ବାଲାଂଦେଶର ବୋଲି ଜଣାପଡିଛି । ତା‘ ପାଖରେ କୌଣସି ପ୍ରମାଣପତ୍ର ନାହିଁ । ଡିସିପି ଦିକ୍ଷୀତ ଗେଡାନ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅଭିଯୁକ୍ତ ପାଖରେ କୌଣସି ଭରତୀୟ ପରିଚୟପତ୍ର ନାହିଁ । ତେଣୁ ତା‘ ବିରୋଧରେ ପାସପୋର୍ଟ ଆକ୍ଟରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି । ପୋଲିସ ପଚାରିବା ବେଳେ ସେଇଟା ସୈଫ ଅଲ୍ଲୀ ଖାନଙ୍କ ଘର ବୋଲି ଜାଣିନଥିବା କଥା କହିଛି ଅଭିଯୁକ୍ତ । ତାର ଉଦ୍ଦେଶ୍ୟ ଖାଲି ଚୋରି କରିବା ଥିଲା । ତେଣୁ ସେ ଘରେ ପଶିଯାଇଥିଲା । ହତାଠ୍ ତାର ସାମ୍ନାକୁ ସୈଫ ଅଲ୍ଲୀ ଖାନ ଆସିଯିବାକୁ ସେ ଛୁରୀରେ ଆକ୍ରମଣ କରିଥିଲା । ଫଳରେ ସୈଫ ଅଲ୍ଲୀ ଖାନ ଆହତ ହୋଇଥିଲେ । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ କୌଣସି ଅପରାଧୀକ ମାମଲା ନଥିବା ପୋଲିସ କହିଛି । ପୋଲିସ ମହମ୍ମଦ ଶହଜାଦ ବିଷୟରେ ଆହୁରି ଅଧିକ ଜାଣିବା ପାଇଁ ଚେଷ୍ଟା କରୁଛି । କିପରି ସେ ଜଣେ ବାଲାଂଦେଶୀ ନାଗରିକ ହୋଇ ଭାରତ ଭିତରେ ଅବେଧ ପ୍ରବେଶ କରିଥିଲା ।

ଧରାପଡିବା ପରେ ଅଭିଯୁକ୍ତ ପୋଲିସକୁ ବିଭ୍ରାନ୍ତ କରୁଥିଲା । ବାରମ୍ବାର ନାଁ ବଳଦାଉଥିଲା । ପୋଲିସକୁ ଚାରିଟା ନାଁ କହିଥିଲା । ତାହା ପାଖରେ ଏମିତି କିଛି ପରିଚୟପତ୍ର ନଥିଲା, ଯେଉଁଥିରୁ ତାର ପ୍ରକୃତ ନାମ ଜଣାପଡିବ । ପୋଲିସକୁ ଏଥିପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା । ବର୍ତ୍ତମାନ ପୋଲିସ ତାହାର ପ୍ରକୃତ ନାମ ଜାଣିବାକୁ ପାଇଛି । ତାର ପ୍ରକୃତ ନାମ ହେଲା  ମହମ୍ମଦ ଶରିଫୁଲ ଇସଲାମ ସହଜାଦ ବୋଲି ମୁମ୍ବାଇ ପୋଲିସ  ଏକ ସାମ୍ବାଦିକ ସମ୍ମିଳୀରେ ସୂଚନା ଦେଇଛି ।

୧୬ ତାରିଖ ରାତିରେ ଜଣେ ଅଜଣା ଲୋକ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କ ଘରେ ଥିବା ଚାକରଙ୍କ ସହ ପାଟିତୁଣ୍ଡ କରିଥିଲା । ପାଟିତୁଣ୍ଡ ଶୁଣି ସୈଫ ଅଲ୍ଲୀ ଖାନ ରୁମ୍ରୁ ବାହାରକୁ ଆସିଥିଲେ । ଆଉ ପରିବାର ଲୋକଙ୍କୁ ବଞ୍ଚାଇବାକୁ ଯାଇ ତା ସହ ଝଗଡା କରିଥିଲେ । ଏଥିରେ ଅଜଣା ଲୋକ ଜଣଙ୍କ ରାଗି ଯାଇ ସୈଫଙ୍କୁ ଛୁରିରେ ଆକ୍ରମଣ କରିଥିଲା । କେବଳ ସୈଫ ଅଲ୍ଲୀ ଖାନଙ୍କ ଉପରେ ୬ ଥର ଛୁରିରେ ଆକ୍ରମଣ କରିବା ପରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସର୍ଜରୀ ପରେ ଏବେ ସେ ବିପଦମୁକ୍ତ ଅଛନ୍ତି ।

କଣାସ ବ୍ଲକରେ ଥମୁନି ଝାଡ଼ାବାନ୍ତି, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ପିପିଲି : କଣାସ ବ୍ଲକରେ ଥମିବାର ନାଁ ଧରୁନି ଝାଡ଼ାବାନ୍ତି। ପୂର୍ବରୁ ୨ ଜଣ ପ୍ରାଣ ହରାଇଥିବା ବେଳେ, ଏବେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନୂଆଗାଁର ମାଗି ଦଳାଇ ଓ ନଇକୂଳ ପାଟଣାର ଗୁରେଇ ସେଠୀ। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ପ୍ରତିଦିନ ଏକଧିକ ଆକ୍ରାନ୍ତ ରୋଗୀ ଆମ୍ବୁଲାନ୍ସ ଯୋଗେ ବିଭିନ୍ନ ଡାକ୍ତରଖାନକୁ ବୁହା ଚାଲିଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ବାସ୍ଥ୍ୟ ବିଭାଗର ନୂଆଗାଁ ଓ ଜାଗୁଳାଇପଦରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ନମୁନା ସଂଗ୍ରହ କରିଛନ୍ତି। ଝାଡ଼ାବାନ୍ତି ଯୋଗୁ କଣାସ ବ୍ଲକରେ ସର୍ବାଧିକ ପ୍ରଭାବିତ ଦୁଇଟି ଗାଁ ନୂଆଗାଁ ଓ ଜାଗୁଳାଇପଦରରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି I ଦୟା ନଦୀର ଦୂଷିତ ଜଳ ବ୍ୟବହାର ଝାଡ଼ାବାନ୍ତି ପ୍ରମୁଖ କାରଣ ବୋଲି କୁହାଯାଉଛି।

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଏହି କାରଣରୁ ଲୋକମାନେ ଛାଡୁଛନ୍ତି ୱାଶିଂଟନ୍ ଡିସି

ନୂଆଦିଲ୍ଲୀ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦେଶର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ସେ ପୂର୍ବରୁ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ତାଙ୍କର ପୂରା ନିର୍ବାଚନ ପ୍ରଚାରକୁ ନେଇ ବିବାଦ ଘେରି ରହିଥିଲା, ବର୍ତ୍ତମାନ ଶପଥ ଗ୍ରହଣ କରିବା ପୂର୍ବରୁ ମଧ୍ୟ କିଛି ଲୋକ ଆଶଙ୍କା କରୁଛନ୍ତି ଯେ ୱାଶିଂଟନ୍ ଡିସିରେ ଅବସ୍ଥା ଆହୁରି ଖରାପ ହେବ ।

ଆମେରିକାର ମିଡିଆ ହାଉସ ଦି ଗାର୍ଡିଆନଙ୍କ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦ରେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ ପୂର୍ବରୁ ୱାଶିଂଟନ୍ ଡିସିର ଅନେକ ବାସିନ୍ଦା ସହର ଛାଡିବାକୁ ଯୋଜନା କରୁଛନ୍ତି । କାରଣ ସେମାନେ ଅଶାନ୍ତି ସୃଷ୍ଟି ହେବାକୁ ନେଇ ଚିନ୍ତିତ ଅଛନ୍ତି । ତେଶୁ ସେମାନେ ଉତ୍ତେଜନାପୂର୍ଣ୍ଣ ପରିବେଶକୁ ଏଡାଇବାକୁ ଚାହାଁନ୍ତି ।

ଡିସି ଓକିଲ ଆଲେସାଣ୍ଡ୍ରା ହ୍ବିଟନି-ସ୍ମିଥ ତାଙ୍କ ସାଙ୍ଗମାନଙ୍କ ସହ ସହରଠାରୁ ଏକ ସପ୍ତାହ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ବାରା ସେମାନେ କୌଣସି ବିଶୃଙ୍ଖଳାରୁ ଦୂରେଇ ରହିପାରିବେ। ୨୦୨୧ ମସିହାରେ ଜାନୁଆରୀ ୬ରେ କ୍ୟାପିଟାଲ ଉପରେ ହୋଇଥିବା ଆକ୍ରମଣରେ ସେ ଯେତେବେଳେ ଭୟର କଥା କହିଥିଲେ । ଯେତେବେଳେ ତାଙ୍କ ମା ଲାଇବ୍ରେରୀ ଅଫ କଂଗ୍ରେସରେ କାର୍ଯ୍ୟ କରୁଥିଲେ। ସେ କହିଥିଲେ, “ମୁଁ ପୁନର୍ବାର ସେହି ପ୍ରକାର ଚାପର ସମ୍ମୁଖୀନ ହେବାକୁ ଚାହେଁ ନାହିଁ। ଅନ୍ୟ ଜଣେ ୱାଶିଂଟନ୍ ବାସିନ୍ଦା ଟିଆ ବଟଲର ମଧ୍ୟ ସହର ଛାଡିଛନ୍ତି। ୱାଶିଂଟନ୍‌ରେ ଅନୁଷ୍ଠିତ ସମାରୋହରେ ବିବାଦ ଆଶଙ୍କା କରି ସେ ଏକ ସପ୍ତାହ ପାଇଁ କାଲିଫର୍ନିଆ ଯିବାକୁ ଚିନ୍ତା କରୁଛନ୍ତି।

ଅନ୍ୟପକ୍ଷରେ ଟ୍ରମ୍ପ ସମର୍ଥକମାନେ ଏହି ସମାରୋହ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ସହରର ହୋଟେଲଗୁଡିକର ପ୍ରାୟ ୭୦ପ୍ରତିଶତ ରୁମ୍ ବୁକ ସରିଛି । ସମାରୋହକୁ ବହୁ ସଂଖ୍ୟକ ଲୋକ ଆସୁଥିବାର ଦର୍ଶାଇ ରୁମ୍ ଦର ରାତି ୯୦୦ରୁ ୧୫୦୦ ଡଲାର ମଧ୍ୟରେ ରହିଛି ।