spot_img
Home Blog Page 1224

ଯମୁନା ନଦୀ ପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଗଲେ କେଜରିୱାଲ

ନୂଆଦିଲ୍ଲୀ : ଯମୁନାର ବିଷାକ୍ତ ପାଣି ଉପରେ ମନ୍ତବ୍ୟ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ନିର୍ବାଚନ କମିଶନଙ୍କୁ ନୋଟିସ୍ । ଆଜି ରାତି ୮ ସୁଦ୍ଧା ଜବାବ ଦେବାକୁ କେଜରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଗତକାଲି କେଜରିୱାଲ ଅଭିଯୋଗ କରିଥିଲେ ଯେ, ହରିିୟାଣା ସରକାର ଯମୁନା ନଦୀରେ ପାଣିରେ ବିଷ ମିଶାଇ ଦେଉଛନ୍ତି। ଜଳ ବୋର୍ଡ ଅଧିକାରୀମାନେ ତାହା ଜାଣି ପାରି ବିଶୋଧନ କରୁଛନ୍ତି। ନ ହେଲେ ବଡ଼ ଅଘଟଣ ଘଟନ୍ତା। ତାଙ୍କର ଏହି ମନ୍ତବ୍ଯ ବହୁତ ଗୁରୁତର।

ଏପରିକି ଏହା ଲୋକଙ୍କ ମଧ୍ୟରେ ବିଦ୍ଵେଷ ସୃଷ୍ଟି କରିପାରେ ବୋଲି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ନିର୍ବାଚନ କମିଶନ କେଜରିୱାଲଙ୍କୁ ନୋଟିସ୍ କରିଛନ୍ତି ଏବଂ ଅଭିଯୋଗର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ମିଛ ହେଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ବୋଲି କହିଛନ୍ତି ନିର୍ବାଚନ କମିଶନ। ସେପଟେ ଆପ୍ ପକ୍ଷରୁ କୁହାଯାଉଛି, ଯମୁନା ନଦୀରେ ମାତ୍ରାଧିକ ଆମୋନିଆ ମିଶୁଛି। ହରିୟାଣା ସରକାର ଯଦି ଏହାକୁ ରୋକୁଥାନ୍ତା, ତେବେ ଦିଲ୍ଲୀରେ ଯମୁନା ଏତେ ପ୍ରଦୂଷିତ ହୋଇନଥାନ୍ତା ବୋଲି ଆପ୍ ପକ୍ଷରୁ କୁହାଯାଉଛି। ଏହି ଘଟଣାକୁ ନେଇ ବଡ଼ ରାଜନୀତି ହେଲାଣି ।

ପ୍ରୟାଗରାଜ ମହାକୁମ୍ଭରେ ଅଘଟଣ : ପ୍ରବଳ ଭିଡ଼ରୁ ଦଳାଚକଟା, ୧୫ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ମହାକୁମ୍ଭ ମେଳାରେ ବଡ଼ଧରଣର ଅଘଟଣ । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ବେଳେ ଦଳାଚକଟା । ଆଜି ପ୍ରୟାଗରାଜ ମହାକୁମ୍ଭରେ ମୌନୀ ଅମାବାସ୍ୟା ପୂର୍ବରୁ ବିଳମ୍ବିତ ରାତିରେ ସଙ୍ଗମ ସ୍ଥଳରେ ଘଟିଛି ଏହି ଅଘଟଣ । ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଶତାଧିକ ଲୋକ ଆହାତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି ।

ଅମାବାସ୍ୟା ଥିବାରୁ ଆଜି ପ୍ରୟାଗରାଜରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଆସିଛନ୍ତି। ମାତ୍ର ବିଳମ୍ବିତ ରାତ୍ରିରେ ହଠାତ୍ ଦଳାଚକଟା ହୋଇଥିଲା। ଯଦିଓ ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି, ତଥାପି ଆଖଡା ପରିଷଦର ସହମତି କ୍ରମେ ଆଜି ମୌନୀ ଅମାବାସ୍ୟାରେ ପବିତ୍ର ସ୍ନାନକୁ ବାତିଲ କରିଦିଆଯାଇଛି। ସମସ୍ତ ୧୩ଟି ଆଖଡ଼ାର ସମ୍ମତି ପରେ ପବିତ୍ର ସ୍ନାନ ବାତିଲ କରାଯାଇଥିଲା। ଏବେ ବସନ୍ତ ପଞ୍ଚମୀରେ ସମାନ ସ୍ନାନ ହେବ। ଏହା ସହିତ ଆଖଡ଼ା ପରିଷଦ ମଧ୍ୟ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛି ଏବଂ ଭକ୍ତମାନଙ୍କୁ ସହଯୋଗ ପାଇଁ ନିବେଦନ କରିଛି।

ରାତି ପ୍ରାୟ ୧.୩୦ ସମୟରେ ଘଟିଥିବା ଦଳାଚକଟା ଘଟିଥିଲା ସୂଚନା ରହିଛି । ୫୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି, ଯେଉଁମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହି ସମୟରେ, ପୋଲିସ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ହଠାତ୍ ଘଟିଥିବା ଦଳାଚକଟାରେ ଅନେକ ଲୋକ ଆହତ ହୋଇଛନ୍ତି । ହସ୍ପିଟାଲ ବାହାରେ ବ୍ୟାରିକେଡ୍ କରି ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦୁର୍ଘଟଣାସ୍ଥଳରେ NSG କମାଣ୍ଡୋମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶ ପୋଲିସ ଦୁର୍ଘଟଣାସ୍ଥଳକୁ ଖାଲି କରି ସିଲ୍ କରିଦେଇଛି। ସେପଟେ ଘଟଣା ସମ୍ପର୍କରେ ବୁଝି ଦୁଃଖ ପ୍ରକାଶ କରିବା ସହ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ନିରଞ୍ଜନଙ୍କ ଘରୁ ଚୋରିକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ଥରେ ଚୋରି ଉଦ୍ୟମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆରେ ନବୀନ ଉଲ୍ଲେଖ କରିଛନ୍ତି, ନିରଞ୍ଜନ ପଟ୍ଟନାୟକଙ୍କ ଘରେ ୩ ଦିନ ଭିତରେ ପୁଣି ଥରେ ଚୋରି ଉଦ୍ୟମ ହେବା ମତେ ବିଚଳିତ କରିଛି। କିଛି ଦିନ ତଳେ ପ୍ରବାସୀ ଭାରତୀୟ ଦିବସ ବେଳେ ସାରା ବିଶ୍ଵରୁ ଭାରତୀୟମାନେ ଭୁବନେଶ୍ଵର ଆସିଥିବା ବେଳଏ ରାଜଧାନୀ ଛାତି ଉପରେ ଏକ ବୀଭତ୍ସ ହତ୍ଯାକାଣ୍ଡ ହେଲା। ଏବେ ଏତେ ବଡ଼ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ସବୁଠୁ ସୁରକ୍ଷିତ ଗଣାଯାଉଥିବା ଅଞ୍ଚଳରୁ ଚୋରି ହେବା ଲୋକେ ଦେଖୁଛନ୍ତି। ଏଥିରୁ ଲାଗୁଛି ପୋଲିସ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ଅସାମାଜିକ ବ୍ୟକ୍ତିଙ୍କ ଆଉ କୌଣସି ଡର, ଭୟ ନାହିଁ। ବର୍ତ୍ତମାନ ଲୋକେ ଭୟରେ ରହୁଛନ୍ତି। ଧନ ଜୀବନ ସୁରକ୍ଷା ପାଇଁ ପୋଲିସ ଉପରେ ଥିବା ବିଶ୍ଵାସ ଏବେ ଭାଙ୍ଗିବାକୁ ଲାଗିଛି। ବିଜେପି ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଭବିଷ୍ଯତରେ ଏପରି ଘଟଣାର ପୁନରାବୃତ୍ତି ନ ହେଉ। ତେବେ ଯାଇ ଲୋକେ ନିଜକୁ ପୁଣି ଥରେ ସୁରକ୍ଷିତ ମନେ କରିବେ ବୋଲି ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ।

ସୀମା ଟପିଲା ଦାଦନ ନିର୍ଯ୍ୟାତନା, ଅଙ୍ଗେଲିଭା କାହାଣୀ ବଖାଣିଲେ ଉଦ୍ଧାର ଶ୍ରମିକ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଦାଦନ ଦୁଃଖ ଥମିବାର ନାଁ ଧରୁନାହିଁ  । ଦାଦନ ନିର୍ଯାତନା ସବୁ ସୀମା ଟପିଛି  । ତେଲେଙ୍ଗାନାରୁ ଫେରିବା ପରେ ଦୁଃଖ ବଖାଣିଛନ୍ତି ଲୋକେ । ଗତ ନଭେମ୍ବର ମାସରେ କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ପପୁ ଖାନ ବଲାଙ୍ଗୀର ଜିଲ୍ଲାର ନାନ୍ଦୁପଲ୍ଲା, ମହରାପଦର ଓ ସରମୁହାଣ ଗାଁର ୨୩ ଜଣ ଶ୍ରମିକକୁ ବେଆଇନ ଭାବେ ତେଲେଙ୍ଗାନା ଚାଲାଣ କରିଥିଲା । ଶ୍ରମିକଙ୍କୁ ରଙ୍ଗାରେଡ୍ଡୀ ଜିଲ୍ଲା ସୁଲତାନପଲ୍ଲୀରେ ଥିବା GNB ଇଟାଭାଟିକୁ ନିଆଯାଇଥିଲା । ଇଡାଭାଟି ମାଲିକଙ୍କ ଠାରୁ ଜଣକ ପିଛା ୩୦ ହଜାର ଟଙ୍କା ନେଇ ଚାଲିଆସିଥିଲା ଦାଦନ ଶ୍ରମିକ  । ଇଟାଭାଟି ମାଲିକ ସପ୍ତାହରେ ପରିବାର ପିଛା ୨ ଶହ ଟଙ୍କା ଖାଇବାକୁ ଦେଇଥିଲା  । ଇଟାଭାଟିରେ ମହିଳା, ଯୁବତୀ ଶ୍ରମିକକୁ ଦୁଷ୍କର୍ମ ପାଇଁ ଉଦ୍ୟମ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ପ୍ରତିବାଦ କଲେ ପୁରୁଷ ଶ୍ରମିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିଲେ ଇଟାଭାଟି ମାଲିକ ଓ ତାର ଗୁଣ୍ଡା  । ଶ୍ରମିକମାନଙ୍କୁ ୨୪ ଘଣ୍ଟା ଜଗିରହୁଥିଲେ ଇଟାଭାଟି ମାଲିକର ଗୁଣ୍ଡା । ଦେହ ଅସୁସ୍ଥ ହେଲେ ମଧ୍ୟ କାମ କରିବାକୁ ପଡୁଥିଲା  । ୨ ମାସ ଧରି ନିର୍ଯାତିତ ପରେ ଶ୍ରମିକମାନେ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ । ଜିଲ୍ଲା ଶ୍ରମବିଭାଗ ସହାୟତରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମିକମାନେ ଭୋକ ଉପାସରେ ଟ୍ରେନରେ ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିବା ପରେ ସର୍ଦ୍ଦାର ପପୁ ଖାନର ଗୁଣ୍ଡାମାନେ ସେମାନଙ୍କୁ ହତ୍ୟା ଧମକ ଦେଇଥିଲେ । ଭୟରେ ଗାଁକୁ ନଫେରି ଜିଲ୍ଲା ଓ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି  । ଦାଦନ ପ୍ରବଣ ଅଞ୍ଚଳରେ ଶ୍ରମିକ ଚାଲାଣ ରୋକିବାକୁ ଟାସ୍କଫୋର୍ସ ଗଠନ କରାଯାଇଛି  । ନାମକୁ ମାତ୍ର ଟାସ୍କଫୋର୍ସ ଗଠନ କରି ସରକାର ଚୁପ୍ ରହିଥିବା ବେଳେ ଜିଲ୍ଲା ଶ୍ରମବିଭାଗ ନିଦାବିଷ୍ଣୁ ପାଲଟିଥିବା ଅଭିଯୋଗ ହୋଇଛି  ।

ଦିଲ୍ଲୀ ବିଧାନସଭା ନିର୍ବାଚନ : ମୈଦାନରେ ତିନି ଦଳର ମାରାଥନ ପ୍ରଚାର

ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ବାଚନୀ ଦଙ୍ଗଲ । ନିର୍ବାଚନୀ ମୈଦାନରେ ତିନି ଦଳର ମାରାଥନ ପ୍ରଚାର । ଦିଲ୍ଲୀର ନିର୍ବାଚନ ଲଢ଼େଇ ବସ୍ତି ଅଞ୍ଚଳରେ ପଡ଼ିଛି । ଦିଲ୍ଲୀରେ କଂଗ୍ରେସ ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ରାହୁଲ। ଆଜି ରାହୁଲ ପତପଡ଼ଗଂଜ ଏବଂ ଓଖଲା ଅଞ୍ଚଳରେ ପ୍ରଚାର କରିଥିଲେ । ବାଲ୍ମିକୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଠାକୁରଙ୍କୁ ଦର୍ଶନ ପରେ ରାହୁଲ ଦିଲ୍ଲୀ ବିଧାନସଭା ଅଂଚଳର ବସ୍ତିରେ ଦଳିତ ମହିଳାଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ସେପଟେ ବସ୍ତି ଭୋଟ ବ୍ୟାଙ୍କକୁ ବିଜେପି ଟାର୍ଗେଟ କରିଛି । ଯାହାକୁ ଆମ ଆଦମୀ ପାର୍ଟିର ମୁଖ୍ୟ ଭୋଟ୍ ବୋଲି ବିବେଚନା କରାଯାଏ । ବିଜେପି ସାଂସଦ ଏବଂ ନେତାମାନେ ବସ୍ତି ପରିଦର୍ଶନ କରି ଲୋକଙ୍କୁ ଇସ୍ତାହାରରେ ଅନେକ ଲୋଭନୀୟ ପ୍ରତିଶୃତି ଦେଇଛନ୍ତି । ବିଜେପିର ରଣନୀତିକୁ ମୁକାବିଲା କରିବା ପାଇଁ, ଆମ ଆଦମୀ ପାର୍ଟି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ଆମ ଆଦମୀ ପାର୍ଟି ପ୍ରତ୍ୟେକ ବସ୍ତିରେ ପ୍ରଚାର ପାଇଁ ୮ରୁ ୧୦ ଜଣିଆ ଟିମ୍ ଗଠନ କରିଛି । ଟିମରେ ବସ୍ତିର ଶିକ୍ଷିତ ଲୋକଙ୍କ ସହିତ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି । ପ୍ରତ୍ୟେକ ଦଳର ନେତୃତ୍ୱ ନେବା ପାଇଁ ଜଣେ ବସ୍ତି ମୁଖ୍ୟ ଏବଂ ଜଣେ ବସ୍ତି ରକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ବିଜେପି କ୍ଷମତାକୁ ଆସିଲେ ବସ୍ତିଗୁଡ଼ିକୁ ଭାଙ୍ଗି ଦିଆଯିବ ବୋଲି ବାର୍ତ୍ତା ଦେବା ପାଇଁ ଆମ ଆଦମୀ ପାର୍ଟିର କର୍ମୀମାନେ ବସ୍ତିରେ ପହଞ୍ଚି ଲୋକଙ୍କୁ ବୁଝାଉଛନ୍ତି । ଆମ ଆଦମୀ ପାର୍ଟିର ନେତା ଏବଂ କର୍ମୀମାନେ ମହିଳାଙ୍କ ପାଖକୁ ଯାଇ ସେମାନଙ୍କୁ ଅରବିନ୍ଦ କେଜରିୱାଲଙ୍କ ସଞ୍ଚୟର ଗଣିତ ବୁଝାଉଛନ୍ତି। ଏହା ସହିତ ଦିଲ୍ଲୀ ଭୋଟ ବ୍ୟାଙ୍କକୁ ହାତେଇବାକୁ ଯମୁନା ପାଣିକୁ ସାହାରା କରିଛି ଆମ ଆଦମୀ ପାର୍ଟି । ଦିଲ୍ଲୀବାସୀଙ୍କୁ ଯମୁନା ପାଣିରେ ହରିଆଣା ବିଜେପି ସରକାର ବିଷ ଦେଉଥିବା ସାଂଘାତିକ ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିଆୱାଲ। ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରି ବିଜେପି ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।

ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ଫିଙ୍ଗର୍ ପ୍ରିଣ୍ଟକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ୍ଵ

ମୁମ୍ବାଇ : ବଲିଉଡ ଅଭିନେତା ସେଫ୍ ଅଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ। ଦୁଇ ଦିନ ତଳେ ଖବର ଆସିଥିଲା ଯେ, ଧରାପଡ଼ିଥିବା ଅଭିଯୁକ୍ତ ଅଶ୍ରଫୁଲର ଫିଙ୍ଗର୍ ପ୍ରିଣ୍ଟ ସହିତ ଘରୁ ମିଳିଥିବା ଫିଙ୍ଗର୍ ପ୍ରିଣ୍ଟ ମେଳ ଖାଉନି। ଏହାକୁ ନେଇ ନାନା ଚର୍ଚ୍ଚା ହୋଇଥିଲା। ଆଜି ଏହାର ସ୍ପଷ୍ଟୀକରଣ ଦେଇଛି ମୁୁମ୍ବାଇ ପୋଲିସ। ଅତିରିକ୍ତ ପୋଲିସ କମିଶନର୍ କହିଛନ୍ତି, ଫିଙ୍ଗର ପ୍ରିଣ୍ଟର ପୁରା ରିପୋର୍ଟ ଆସିନାହିଁ। କିନ୍ତୁ ଆମେ ଅସଲି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛୁ। ସବୁ ପ୍ରମାଣ ମିଳିଛି। ତେଣୁ କିଛି ଅସୁବିଧା ନାହିଁ। ସାକ୍ଷୀମାନଙ୍କ ବୟାନ ବି ରେକର୍ଡ ହୋଇଛି। ଫଳରେ ତଦନ୍ତ କି ଚାର୍ଜସିଟରେ କିଛି ଅସୁବିଧା ନାହିଁ ବୋଲି ଅତିରିକ୍ତ ପୋଲିସ କମିଶନର୍ କହିଛନ୍ତି।

କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରେସରେ ଭାରତୀୟ ବଂଶୋଦ୍ଭବ ରୁବି ଧଲ୍ଲା

ନୂଆଦିଲ୍ଲୀ : କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରେସରେ ଭାରତୀୟ ବଂଶୋଦ୍ଭବ ରୁବି ଧଲ୍ଲା। ସେ ହୋଇପାରନ୍ତି କାନାଡ଼ାର ପିଏମ୍। ତାଙ୍କ ନାଁକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା। ଯଦି ସେ କାନାଡ଼ାର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ପ୍ରଥମ ଅଣଶ୍ବେତାଙ୍ଗ ମହିଳା ପ୍ରଧାନମନ୍ତ୍ରୀ ହେବେ। ରୁବିଙ୍କୁ କୁହାଯାଉଛି, ସେ ସବୁଠାରୁ ବଡ଼ ଦାବିଦାର। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ପଦରୁ ଜଷ୍ଟିନ୍ ଟୃଡୁ ଇସ୍ତଫା ଘୋଷଣା କରିଥିଲେ। ତାଙ୍କ ବିରୋଧରେ ଦଳରେ ବିଦ୍ରୋହ ହେବାରୁ ସେ ଇସ୍ତଫା ଘୋଷଣା କରିଥିଲେ। ଏହା ସହିତ ଦଳର ମୁଖ୍ୟ ପଦରୁ ବି ସେ ଇସ୍ତଫା ଘୋଷଣା କରିଛନ୍ତି। କିନ୍ତୁ ସାମ୍ବିଧାନିକ ଦୃଷ୍ଟିରୁ ଆସନ୍ତା ମାର୍ଚ୍ଚ ଯାଏ ପଦରେ ରହିବେ। ନୂଆ ପ୍ରଧାନମନ୍ତ୍ରୀ ଓ ଦଳର ନେତା ନିର୍ବାଚିତ ହେବା ପରେ ପଦ ଛାଡ଼ିବେ ଜଷ୍ଟିନ୍ ଓ ନୂଆ ନେତା ହେବେ କାନାଡ଼ାର ପ୍ରଧାନମନ୍ତ୍ରୀ।

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବାତାବରଣ ସୃଷ୍ଟି କରିଥିଲେ ନବୀନ

ଭୁବନେଶ୍ବର : ଆକୃଷ୍ଟ ହେଉ ଉତ୍କର୍ଷ ଓଡିଶା। ଅତୀତର ସଫଳତାକୁ ପାଥେୟ କରି ଆସୁ ନୂଆ ନୀତି।ନବୀନ ନେତୃତ୍ବରେ ୭ ଲକ୍ଷ କୋଟି ଗ୍ରାଉଣ୍ଡେଡ୍ ହୋଇଥିଲା। ଦୁଇ ଦିନରେ କେତେ ପୁଞ୍ଜି ଆସୁଛି ଅପେକ୍ଷା।ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅପାର ସମ୍ଭାବନା। ମେକ ଇନ ଓଡ଼ିଶାର ୩ ସଂସ୍କରଣରେ ନବୀନ ଏହା ପ୍ରମାଣିତ କରିଛନ୍ତି। ନିବେଶର ୩ ସ୍ଥାନ ଭିତରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ।ପୂର୍ବ ମୁଖ୍ଯମନ୍ତ୍ରୀ ନବୀନଙ୍କ ନେତୃତ୍ବରେ ଓଡ଼ିଶାରେ ଶିଳ୍ପାୟନର ବାତାବରଣ ସୃଷ୍ଟି ହୋଇଥିଲା। ରାଜ୍ୟ, ଦେଶ ଓ ବିଦେଶରେ ମେକ୍ ଇନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ନିବେଶକଙ୍କୁ ଆକୃଷ୍ଟ କରାଯାଇଥିଲା। ୨୦୧୬ରେ ମେକ ଇନ ଓଡ଼ିଶାର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟି, ୨୦୧୮ ଦ୍ବିତୀୟ ସଂସ୍କରଣରେ ୪ ଲକ୍ଷ କୋଟି, ୨୦୨୨ ତୃତୀୟ ସଂସ୍କରଣରେ ୧୦ ଲକ୍ଷ କୋଟି ପୁଂଜି ଆସିଥିଲା ବୋଲି କହିଛନ୍ତି ବିଜେଡ଼ି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର।ଏବେ ମେକ ଇନ ଓଡ଼ିଶା ନାଁ ବଦଳି ଉତ୍କର୍ଷ ଓଡ଼ିଶା ହୋଇଛି। ଉତ୍କର୍ଷ ଓଡିଶା ସମ୍ମିଳନୀରେ ୫ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିବା ସମ୍ଭାବନା ଥିବା କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ। ପୂର୍ବ ମୁଖ୍ଯମନ୍ତ୍ରୀ ନବୀନଙ୍କ ସମୟରେ ୭ ଲକ୍ଷ କୋଟି ଗ୍ରାଉଣ୍ଡେଡ ହୋଇଥିଲାl ନବୀନଙ୍କ ନେତୃତ୍ୱରେ ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯାଇଥିଲାl ଏହାକୁ ନେଇ ନୀତି ଆୟୋଗ ଠାରୁ ଆରମ୍ଭ କରି  ବିଭିନ୍ନ ଶିଳ୍ପ ଅନୁଷ୍ଠାନ ପ୍ରଶଂସା କରିଛନ୍ତିl ପ୍ରଧାନମନ୍ତ୍ରୀ ଆସିଲେ ଅନେକ ପ୍ରତିଶୃତି ଦେଲେ। କିନ୍ତୁ ଯାହା କୁହାଯାଉଛି ତାହା ହେଉନି। ୧୯ଟି କ୍ଷେତ୍ର ଲାଗି ନୀତି ପ୍ରସ୍ତୁତ କରିଥିଲେ ପୂର୍ବ ସରକାର। ଅତୀତର ସଫଳତାକୁ ପାଥେୟ କରି ନୂଆ ନୀତି ଅଣାଯାଉ। ରାଜ୍ୟ ସରକାର ଇଜ ଅଫ୍ ଡୁଇଂ ବିଜନେସକୁ ଆହୁରି ଆଗେଇ ନିଅନ୍ତୁ ବୋଲି ପ୍ରସ୍ତାବ ଦେଇଛି ବିଜେଡ଼ି।

ପେଟ୍ରୋକେମିକାଲ୍ସ,ପର୍ଯ୍ୟଟନ,ବୌଦ୍ଧ କ୍ଷେତ୍ରକୁ ସରକାର ଅଧିକ ଫୋକସ କରନ୍ତୁ ବୋଲି କହିଛି ବିଜେଡି। ଅନ୍ୟପଟେ କଂଗ୍ରେସ କହିଛି ବିଜେପି ସରକାର ପ୍ରଥମ ସିଙ୍ଗାପୁର ଗଲେ, ତାପରେ ପ୍ରବାସୀ ଭାରତୀୟ ଦିବସ ହେଲା। କିନ୍ତୁ ଓଡ଼ିଶାକୁ ମିଳିଲା କଣ ତାହା ସରକାର କିଛି କହିଲେନି। ଉତ୍କର୍ଷ ଓଡିଶା ପାଇଁ କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ ବୋଲି କହିଛି କଂଗ୍ରେସ। ଅନ୍ୟପଟେ ଉତ୍କର୍ଷ ଓଡିଶା ରାଜ୍ଯର ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି କହିଛି ବିଜେପି। ଦୁଇଦିନ ଧରି ଉତ୍କର୍ଷ ଓଡିଶା କାର୍ଯକ୍ରମ ଚାଲିବ।ସମ୍ମିଳନୀରେ ଓଡ଼ିଶା କେତେ ଲାଭବାନ ହେବ ତାକୁ ନେଇ ଆରମ୍ଭ ହୋଇଛି ବୟାନବାଜି

ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍

ପୁରୀ : ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ପ୍ରାୟ ୨୫ ମିନିଟ୍ ଧରି ପଇଁତରା ମାରିଲା ଡ୍ରୋନ୍ । ନୀଳଚକ୍ର ଉପରିଭାଗ ଓ ପରିକ୍ରମା ମାର୍ଗ ଉପରେ ଉଡ଼ିଲା ଡ୍ରୋନ୍ । ଡ୍ରୋନ୍ ଟି କେଉଁଠାରୁ ଅପରେଟ ହେଉଛି, ତାର ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଗତ ୫ ଜାନୁଆରୀରେ ଏକ ଅଜଣା ଡ୍ରୋନ୍ ଉଡ଼ିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିଲା । ଘଟଣାକୁ ଗୁରୁତର ସହ ନେଇଥିଲା ପ୍ରଶାସନ । ହେଲେ ତାଗିଦ ଓ ବ୍ଯପକ ବ୍ଯବସ୍ଥା ସତ୍ତ୍ବେ ଆଜି ପୁଣି ନିଶିଦ୍ଧାଞ୍ଚଳରେ ଉଡ଼ିଛି ଡ୍ରୋନ୍ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଭୁବନେଶ୍ଵରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ଉଦଘାଟିତ

ଭୁବନେଶ୍ବର : ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ । ଓଡିଶାରେ ନୂଆ ଭାରତ ନିର୍ମାଣର ରହିଛି ପର‌୍ୟ୍ୟାପ୍ତ ସମ୍ଭାବନା। ଓଡ଼ିଶା ବାସୀ ଙ୍କ କୌଶଳ, ପରିଶ୍ରମ ଓ ସଚୋଟତା ମୁଁ ଗୁଜରାଟ ରେ ଅନୁଭବ କରିଛି । ଖୁବଶୀଘ୍ର ଓଡ଼ିଶା ଏତେ ଉଚ୍ଚ ଶିଖର ରେ ପହଁଚିବ ଯେ କେହି କେବେ କଳ୍ପନା କରି ନଥିବେ । ନିବେଶକ ମାନଙ୍କ ପାଇଁ ଦେଶରେ ଆଗୁଆ ରାଜ୍ୟ ଭିତରେ ଓଡ଼ିଶା ଏକ ନମ୍ବର। ଭାରତର ଟ୍ରେଣ୍ଡ ବଦଳୁଛି । ସମୟର ଓ ନିଜର ଆବଶ୍ୟକତା ଅନୁଯାୟୀ ଆମକୁ ପରିବର୍ତ୍ତନ ହେବାକୁ ପଡ଼ିବ । ରିନିଉବୁଲ ଏନର୍ଜି ଓ ଗ୍ରୀନ ହାଇଡ୍ରୋଜେନକୁ ନେଇ ଓଡ଼ିଶାରେ ପର‌୍ୟ୍ୟାପ୍ତ ସମ୍ଭାବନା ଅଛି । ଓଡ଼ିଶାରେ ପେଟ୍ରୋ ଓ ପେଟ୍ରୋ କେମିକାଲ ପାଇଁ ବି ସମ୍ଭାବନା ରହିଛି । ଓଡିଶାରେ ଶିଳ୍ପ ର ଲଜିଷ୍ଟିକ ଦାମ କମ କେମିତି ହେବ ସେଥିପାଇଁ ନୂଆ ପୋର୍ଟ ନିର୍ମାଣ କରାଯାଉଛି । ବ୍ଲୁ ଇକୋନୋମି ରେ ଦେଶର ଅଗ୍ରଣୀ ରାଜ୍ୟରେ ସାମିଲ ହେବ ଓଡ଼ିଶା । ଓଡିଶା ପର‌୍ୟ୍ୟଟନ ର କଥା କହିଲେ ପ୍ରଧାନମନ୍ତ୍ରୀ । ଭାରତ କୁ ବୁଝିବାକୁ ହେଲେ ଓଡ଼ିଶା କୁ ଦେଖନ୍ତୁ । ଏଠାକାର ଆଧ୍ୟାତ୍ମିକ, ଜଙ୍ଗଲ, ପର‌୍ୟ୍ୟଟନ, ସମୁଦ୍ର କୁ ଦେଖିବାକୁ ହେବ ଓଡିଶା ପର‌୍ୟ୍ୟଟନ ର କଥା କହିଲେ ପ୍ରଧାନମନ୍ତ୍ରୀ । ଭାରତ କୁ ବୁଝିବାକୁ ହେଲେ ଓଡ଼ିଶା କୁ ଦେଖନ୍ତୁ । ଏଠାକାର ଆଧ୍ୟାତ୍ମିକ, ଜଙ୍ଗଲ, ପର‌୍ୟ୍ୟଟନ, ସମୁଦ୍ର କୁ ଦେଖିବାକୁ ହେବ । ଶିଳ୍ପପତି ଓ ଓଡିଶା ସରକାର ମିଳିତ ଭାବେ ଏଠି ଏକ ଆଧୁନିକ ଇକୋ ସିଷ୍ଟମ ପ୍ରସ୍ତୁତ କରନ୍ତୁ । ଏଠିକାର ଯୁବକ ଙ୍କୁ ଓଡ଼ିଶାରେ ହିଁ ନିଯୁକ୍ତି ଦିଅନ୍ତୁ । ଓଡିଶା ସଶକ୍ତ ହେବ, ସମୃଦ୍ଧ ହେବ ଓ ଉତ୍କର୍ଷ ହେବ ବୋଲି ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା ୨୦୨୫ର ଉଦ୍‌ଘାଟନ କରି କହିଛନ୍ତି। ପୁଞ୍ଜିନିବେଶର ନୂଆ ଦିଗ କନସର୍ଟ ଇକୋନୋମୀ ଏବଂ କନଫରେନ୍ସ ଟୁରିଜମ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

କେନ୍ଦୁଝରରେ ଜେଏସ୍‌ଡ଼ବ୍ଲୁ ଓ ପୋସ୍କୋ ମିଳିତ ଭାବେ ଇସ୍ପାତେ କାରଖାନା କରିବେ। ଏ ନେଇ ସଙ୍କେତ ଦେଇଛନ୍ତି ସଜ୍ଜନ ଜିନ୍ଦଲ। ରାଜ୍ୟରେ ଆଲୁମିନିୟମ ରିଫାଇନାରୀ କ୍ଷେତ୍ରରେ ବିର୍ଲା ଗ୍ରୁପ ୩ହଜାର କୋଟି ଟଙ୍କା ବିନିଯୋଗ କରିବ। ଜେଏସ୍‌ପିଏଲ୍ ଗ୍ରୁପ ଅନୁଗୁଳ ଇସ୍ପାତ କାରଖାନାର ସଂପ୍ରସାରଣ କରି ୧୨ ର୍ନିୟୁତ ଟନକୁ କ୍ଷମତା ବଢାଇବା ସହ ୨୦୩୦ ସୁଦ୍ଧା ଦେଶର ସର୍ବ ବୃହତ ୨୫ ମିଲିଅନ୍ ଟନ୍ କରିବ ବୋଲି ନବୀନ ଜିନ୍ଦଲ କହିଛନ୍ତି। ପୁଞ୍ଜିନିବେଶ ପାଇଁ ଓଡ଼ିଶା ପ୍ରକୃଷ୍ଟ ସ୍ଥାନ ବୋଲି ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ କହିଛନ୍ତି। ବିକଶିତ ଭାରତ ରେ ଓଡ଼ିଶାର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମୃଦ୍ଧ ଓଡ଼ିଶା ନିର୍ମାଣ ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ । କେନ୍ଦ୍ର ସରକାର ଆପଣ ଙ୍କ ସହ ଛିଡା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ହେବା ରେ ମୁଁ ଓଡ଼ିଶା ୩୦ ଥର ଆସି ସାରିଛି ସ୍ୱାଧୀନତା ପରେ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସମସ୍ତେ ମିଶିକି ଯେତିକି ଥର ଓଡିଶା ଆସି ନାହାନ୍ତି ମୁଁ ଏକା ତା ଠୁ ଅଧିକ ଆସିଛି । ଏହା ହିଁ ଆପଣ ମାନଙ୍କ ଭଲ ପାଇବା । ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଅକ୍ଷୟ ଶକ୍ତି, ବୋୟୋଟେକ୍ନୋଲାଜି ଓ ସବୁଜ ଇନ୍ଧନ ଭଳି ଉଦୀୟମାନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆମେ ଜୋର ଦେଉଛୁ।

ଉତ୍କର୍ଷ ଓଡ଼ିଶା –ମେକ ଇନ୍ ଓଡ଼ିଶା ୨୦୨୫ର ଦୁଇଦିନିଆ ସମ୍ମିଳନୀରେ ଷ୍ଟାର୍ଟ ଅପ୍ ଓଡ଼ିଶା, ସ୍କିଲଡ଼୍ ଇନ୍ ଓଡ଼ିଶା, ମହିଳା ଉଦ୍ୟୋଗୀକରଣ ଉପରେ ସ୍ୱତନ୍ତ୍ର ସସେନ ଥିବା ବେଳେ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଉପରେ ବି ଗୁରୁତ୍ୱ ଦିଆଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଆଦାନୀ, ଆଇଟିସି, ଆଇଓସିଏଲ୍, ଜିନ୍ଦଲ, ବିର୍ଲା ଭଳି କର୍ପୋରେଟ କମ୍ପାନୀର ମୁଖ୍ୟମାନଙ୍କ ସହ ୧୨ଟି ଦେଶରୁ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ନିବେଶକ ଏବଂ ସାଢେ ୭ ହଜାର ଡ଼େଲିଗେଟ ଭାଗ ନେଇଛନ୍ତି।