spot_img
Home Blog Page 1212

ନଳକୂପ ଖୋଳା ବେଳେ ଅଚାନକ ମାଟି ଫାଟି ବାହାରିଲା ପାଣି,ମାଟିରେ ସମାଧି ନେଲା ଟ୍ରକ୍

ନନ୍ଦିଘୋଷ ବ୍ୟୁରୋ: ଅଚାନକ ଫାଟିଲା ମାଟି, ବାହାରିଲା ପାଣି । ପାଣିର ସ୍ରୋତ ଏତେ ଭୟଙ୍କର ଥିଲା ଯେ, ମାଟିରେ ସମାଧୀ ନେଇଗଲା ଟ୍ରକ । ରାଜସ୍ଥାନର ଜୈସଲମେରର ମୋହନଗଡ ଅଞ୍ଚଳରେ ଗତ ତିନିଦିନ ପୂର୍ବରୁ ଏକ ନଳକୂପ ଖନନ କରାଯାଉଥିଲା । ଖୋଳାଯିବା ସମୟରେ ହଠାତ ମାଟି ଫାଟିଯିବା କାରଣରୁ ୧୦ଫୁଟର ଉଚ୍ଚର ପାଣି ଉପରକୁ ଉଠିବାକୁ ଲାଗିଲା । ଯାହାକୁ ଦେଖି ସ୍ଥାନୀୟ ଲୋକ ଭୟଭୀତ ହେବା ସହ ସେହି ଅଞ୍ଚଳକୁ ଯିବା ପାଇଁ ଡରିବାକୁ ଲାଗିଲେ । ସେହି ସ୍ଥାନରୁ ଏତେ ଜୋରରେ ପାଣି ବାହାରିଥିଲା ଯେ, ସେଠାରେ ବ୍ୟବହୃତ ହୋଇଥିବା ଟ୍ରକ ମଧ୍ୟ ସେଠାରେ ସମାଧି ନେଇଗଲା । ଗତ ତିନି ଦିନ ଧରି ପାଣି ପ୍ରବାହ ହେଉଥିବା ବେଳେ ଆଜି କମିଥିବାରୁ ସ୍ଥାନୀୟ ବାସିନ୍ଦା ଆଶ୍ବସ୍ତି ଲାଭ କରିଛନ୍ତି ।

ସୂଚନା ଅନୁଯାୟୀ, ନଳକୂପ ଖୋଳିବା ବେଳେ ଏଭଳି ଅଘଟଣ ଘଟିଛି । ପାଣି ସହିତ ବାହାରୁଥିବା ଗ୍ୟାସ ମଧ୍ୟ ବନ୍ଦ ହୋଇଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଏବଂ ଓଏନଜିସି ସମେତ ଅନ୍ୟନ୍ୟ ଗ୍ୟାସ କମ୍ପାନୀ ମଧ୍ୟ ସେହି ସ୍ଥାନରେ ତଦାରଖ କରୁଛନ୍ତି । ସେଠାକାର ଜିଲ୍ଲାପାଳଙ୍କ ଅନୁଯାୟୀ ଆଜି କିଛି ବୈଜ୍ଞାନିକ ସେହି ସ୍ଥାନକୁ ତଦନ୍ତ ପାଇଁ ଯିବେ ।

ନଳକୂପ ପାଇଁ ପାଇଁ ୨୫୦ମିଟର ଗଭୀର ଗାତ ଖୋଳାଯାଇଥିଲା । ତେବେ ହଠାତ ମାଟି ଫାଟିଗଲା । ଏବଂ ଖନନ ପାଇଁ ବ୍ୟବହୃତ ହୋଇଥିବା ମେସିନ ମଧ୍ୟ ମାଟିରେ ପୋତି ହୋଇଗଲା । ବର୍ତ୍ତମାନ ଟ୍ରକର କେବଳ ଉପର ଭାଗ ଦେଖାଯାଉଛି । ମାଟି ଫାଟିବା ସମୟରେ ଯେଉଁ ଗର୍ତ୍ତ ସୃଷ୍ଟି ହୋଇଛି ସେଥିରେ ୧୦ଫୁଟ ଉଚ୍ଚର ପାଣି ଉପରକୁ  ନିର୍ଗତ ହେଉଛି । ଏଭଳି ସ୍ଥିତିରେ ସେଠାରେ କାମ କରୁଥିବା ସମସ୍ତ ଲୋକ ଭୟରେ ସେଠାରୁ ପଳେଇଥିଲେ । ଆଖି ପିଛୁଳାକେ ସେ ସ୍ଥାନଟି ସମୁଦ୍ର ପରି ଦେଖାଯାଇଥିଲା ।

ଭୂତଳ ବିଭାଗର ବରିଷ୍ଠ ବୈଜ୍ଞାନିକ ଡା. ନାରାୟଣ ଦାସଙ୍କ କହିବାନୁଯାୟୀ ଏହା ଆର୍ଟିଜନ କଣ୍ଡିସନ କାରଣରୁ ହୋଇଛି । ଭୂଗର୍ଭରେ ସ୍ୟାଣ୍ଡ ଷ୍ଟୋନରେ ଦବିକି ରହିଥିବା ଭୂଜଳ ଭଣ୍ଡାରରେ ପଙ୍କଚର ହେତୁ ଏଭଳି ପାଣି ଉପରକୁ ଉଠିଥାଏ । ଏହା ଟ୍ରେସରୀ ସ୍ୟାଣ୍ଡ ଫର୍ମେଶନ ଅଟେ । ଏଠାରୁ ନିର୍ଗତ ହେଉଥିବା ପାଣି ସ୍ଲାଇନ ଅଟେ । ପାଣି ସହିତ ଧଳା ରଙ୍ଗର ମାଟି ମଧ୍ୟ ଆସୁଛି । ଯେଉଁଭଳି ଭାବରେ ପାଣି ନିର୍ଗତ ହେଉଥିଲା ଦେଖିକି ଲାଗୁଥିଲା କି ଏହା କମ ଦିନରେ ବନ୍ଦ ହେବାର ସମ୍ଭାବନା ନାହିଁ  ।ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରୁ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଏହି କ୍ଷେତ୍ରରୁ ୫୦୦ମିଟର ଦୂରତା ଖାଲି କରାଯାଇଛି । ଏହାର ପାଖାପାଖି ମଣିଷ ଏବଂ ପଶୁପକ୍ଷୀଙ୍କୁ ଆସିବାକୁ ବାରଣ କରାଯାଇଛି ।

ମହିଳାଙ୍କ ପାଇଁ ଖୁସୀ ଖବର, ନୂଆବର୍ଷରେ ତିନିଥର ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ନୂଆବର୍ଷରେ ମହିଳାଙ୍କୁ ମିଳିବ ବଡ ଉପହାର ଅର୍ଥାତ୍ ତ୍ରିପଲ ଖୁସୀ । ଆସନ୍ତା ବର୍ଷ ମହିଳାଙ୍କୁ ତିନିଥର ମିଳିବ ସୁଭଦ୍ରା ଟଙ୍କା । ୨୦୨୫ ମସିହାରେ ମାଆ ମାନଙ୍କୁ ୩ ଥର ମିଳିବ ସୁଭଦ୍ରା ଟଙ୍କା । ଜାନୁଆରୀରେ ପ୍ରଥମ ପର୍ଯ୍ୟାୟରେ ଚତୁର୍ଥ କିସ୍ତି ମିଳିବ । ମାର୍ଚ୍ଚ ୮ ରେ ୨ ୟ ପର୍ଯ୍ୟାୟର ପ୍ରଥମ କିସ୍ତି ମିଳିବ। ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ସମସ୍ତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ।

ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ ।  ଆଜି ଆସିବ ଫିଲଡ଼ ରିପୋର୍ଟ ।  ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ । କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ ।  ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ଆମେ ସମୟ ଏଥିପାଇଁ ନେଉଛୁ ଯେମିତି ସୁଭଦ୍ରା ଯୋଜନାରୁ କେହି ବଞ୍ଚିତ ନହେବେ ସେଥିପ୍ରତି ଗୁରୁତ୍ଵ ଦିଆଯାଉଛି ବୋଲି ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ଚାଷୀଙ୍କ ଦୁଃଖ ବୁଝିବାକୁ ଗଞ୍ଜାମରେ ନବୀନ

ଗଞ୍ଜାମ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗଜା ଧାନ ଦେଖାଇ କାନ୍ଦି ପକାଇଲେ ଗଂଜାମର ଚାଷୀ। ନିଜ ନିଜର ଦୁର୍ଦ୍ଦଶା କଥା ନବୀନଙ୍କ ଆଗରେ ଗୁହାରୀ କରଛନ୍ତି ସେମାନେ। ଏହି ସମୟରେ ଅନେକ ମହିଳା, ଏପରିକି ପୁରୁଷମାନେ ବି କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। ଚାଷୀଙ୍କ ସହିତ ଆଲୋଚନା କରିବା ବେଳେ ନବୀନ ପଟ୍ଟନାୟକ କହିଛନ୍ତି, ଅଦିିନିଆ ବର୍ଷାରେ ଚାଷୀଙ୍କ ବ୍ଯାପକ କ୍ଷତି ହୋଇଛି। ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ।

ଅଦିିନିଆ ବର୍ଷାରେ ଗଂଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଏହାର ଅନୁଧ୍ୟାନ କରିବାକୁ ଆଜି ସେ ଗଂଜାମ ଯାଇଛନ୍ତି। ଶେରଗଡ଼ରେ ପ୍ରଥମେ ପହଞ୍ଚିବା ପରେ ସେ ତାକରଡ଼ା ଅଞ୍ଚଳର ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ପରେ ପରେ ସେ ହିଞ୍ଜିଳି ବ୍ଲକର ପୋଡ଼ିଙ୍ଗି ଯାଇଥିଲେ। ସେଠାରେ ଚାଷୀଙ୍କ ଦୁଃଖ ବୁଝିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାପରେ ଆସ୍କା ବ୍ଲକ ବରଗାଁରେ କ୍ଷତିଗ୍ରସ୍ତ ଚାଷୀଙ୍କ ଅବସ୍ଥା ପଚାରି ବୁଝିଥିଲେ ବିଜେଡି ସୁପ୍ରିମୋ । ଆସିକା ପରେ କବିସୂର୍ଯ୍ୟନଗରରେ ଚାଷୀଙ୍କ ସହ ଆଲୋଚନା କରିଥଲେ।  ଖଲ୍ଲିକୋଟ ବ୍ଲକର ଭରସା ଗାଁରେ ଚାଷୀଙ୍କୁ ଭେଟିଛନ୍ତି ନବୀନ। ବିଲ ମୁଣ୍ଡକୁ ଯାଇ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ହଜାର ହଜାର ସଂଖ୍ୟାରେ ଚାଷୀ ବିରୋଧୀ ଦଳ ନେତା ନବୀନଙ୍କୁ ସେମାନଙ୍କ ଦୁଃଖ ଜଣାଇଛନ୍ତି।

ଦୁନିଆର ସବୁଠୁ ବିପଦଜ୍ଜନକ ସୀମା, ବ୍ରିଟିଶ୍ ଭାରତ ସହ ରହିଛି ସମ୍ବନ୍ଧ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ଏବଂ ଆଫଗାନିସ୍ତାନ ଏବେ ପୁଣି ଥିରେ ସାମ୍ନାସାମ୍ନୀ ହୋଇଛନ୍ତି । ଆଫଗାନର ତାଲିବାନୀ ଯୁଦ୍ଧବିମାନ ଏବେ ଡୁରଣ୍ଡ ଲାଇନ ପାର ହୋଇ ପାକିସ୍ତାନରେ ପ୍ରବେଶ କରିସାରିଲାଣି ଏବଂ ପାକିସ୍ତାନୀ ସେନା ପୋଷ୍ଟକୁ ଟାର୍ଗେଟ କରୁଛନ୍ତି । ସେନା ଶିବିରଉପରେ କରୁଛନ୍ତି ଗୁଳିବର୍ଷା ।

ଆଫଗାନିସ୍ତାନର ରକ୍ଷା ମନ୍ତ୍ରାଳୟର ମୁଖ୍ୟ ଡୁରଣ୍ଡ ବର୍ଡର ଲାଇନ ବିଷୟରେ କହିଛନ୍ତି ଯେ, ଏହାକୁ ଆମେ ପାକିସ୍ତାନର ଅଞ୍ଚଳ ବୋଲି ଭାବୁନାହୁଁ । ଏହାକୁ ଆଫଗାନିସ୍ତାନର ହାଇପୋଥେଟିକାଲ୍ ଲାଇନ୍ ମଧ୍ୟ କୁହାଯାଏ । ଯାହା ୧୯୪୭ ପରଠୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏହି ସୀମା ରହିଛି । ଆଫଗାନିସ୍ତାନ କେବେ ବି ଡୁରଣ୍ଡ ସୀମାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇନାହିଁ ।

ଡୁରଣ୍ଡ ସୀମା ବିବାଦ କ’ଣ ?

ବ୍ରିଟିଶ ଶାସନ ସମୟରେ ତିଆରି ହୋଇଥିବା ସୀମା ହେଉଛି ଡୁରଣ୍ଡ ଲାଇନ ।  ଯାହା ୧୮୯୩ ମସିହାରେ ଏମିରେଟ୍ସ ଅଫ୍ ଆଫଗାନିସ୍ତାନ ମଝିରେ ତିଆରି ହୋଇଥିଲା । ଆଫଗାନିସ୍ତାନ ଏବଂ ପାକିସ୍ଥାନ ମଧ୍ୟରେ ୨୬୪୦ କିମି ଲମ୍ୱର ଆନ୍ତର୍ଜାତୀୟ ସୀମାର ନାଁ ହେଉଛି ଡୁରଣ୍ଡ ଲାଇନ । ଏହି ସୀମାରେଖା  ପଶ୍ଚୁନ ଆଦିବାସୀ ଅଞ୍ଚଳରୁ ଦକ୍ଷିଣରେ ବଲୁଚିସ୍ତାନ ମଝି ଦେଇ ଯାଇଥାଏ । ଏହି ଭଳି ଭାବେ ଦୁଇଦେଶକୁ ଭାଗକରି ଏହି ବର୍ଡର ରହିଛି । ଏହାକୁ ଦୁନିଆର ସବୁଠାରୁ ବିପଦଜ୍ଜନକ ସୀମା ବୋଲି କୁହାଯାଏ ।

ବ୍ରିଟିଶ୍ ଦକ୍ଷିଣ ଏସିଆ ଠାରୁ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଡୁରଣ୍ଡ ଲାଇନ୍ ବନାଇଥିଲେ  । ଏହି ବର୍ଡର ନାମ ସାର୍ ହେନେରୀ ଡୁରଣ୍ଡଙ୍କ ନାମନୁଯାୟୀ ରଖାଯାଇଥିଲା  । ଯେ ସେସମୟରେ ଗୁଲାମୀ ଭାରତର ବିଦେଶ ସଚିବ ଥିଲେ  । ଏହାକୁ ତତକାଳୀନ ବ୍ରିଟିଶ ଶାସକ ଏବଂ ଆଫଗାନ ଶାସକ ଅବଦୂର ରେହମାନ ସହ ମିଶିକି ନିର୍ମାଣ କରିଥିଲେ । ବିଟିଶ ସରକାର ନିଜ ହୁକୁମତକୁ ବଜାୟ ରଖିବା ପାଇଁ ରେହମାନଙ୍କୁ ଶାସନଭାର ଦେଇଥିଲେ  । ଡୁରଣ୍ଡର ଏକ ବଡ଼ ଅଂଶ ପିଓକେ ଦେଇ ଯାଇଛି ।

ଡୁରଣ୍ଡ ସୀମାର କ’ଣ ଆବଶ୍ୟକତା ଥିଲା ?

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ନିର୍ଣ୍ଣନ କରିବା ପାଇଁ ସେହି ସମୟରେ ଏହି ରେଖା ନିର୍ମାଣ ହୋଇଥିଲା । ସେତେବେଳେ ପାକିସ୍ତାନ ଭାରତ ମିଶିକରିଥିଲା  । ଏହାସହ ପୂର୍ବରେ ରୁଷର ବିସ୍ତାରବାଦୀ ନୀତିଠାରୁ ଦୂରେଇ ରହିବା ପାଇଁ ବ୍ରିଟିଶ୍ ସାମ୍ରାଜ୍ୟ ଆଫଗାନିସ୍ତାନକୁ  ବର୍ଡର ଜୋନ ଭାବେ ବ୍ୟବହାର କରିଥିଲା  । ଏହି ସୀମା ନିର୍ବାଣ ସମୟରେ ସ୍ଥାନୀୟ ଆଦିବାସୀ  ଏବଂ ଭୌଗଳିକ ପରସ୍ଥିତିକୁ ବିଚାରକୁ ନିଆଯାଇନଥିଲା, ଯେଉଁ କାରଣରୁ ଏହା ବିବାଦ ଘରେକୁ ଆସିଥିଲା  । ଡୁରଣ୍ଡ ପାଖରେ ୨ଟି ପ୍ରମୁଖ ଆଦିବାସୀ ଜନଜାତି ରହୁଥିଲେ । ଏହି ସୀମା ଯୋଗୁଁ ସେମାନଙ୍କ ଘରକୁ ମଧ୍ୟ ଭାଗ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ  ।

କୁହାଯାଏ କି, ଆଫଗାନିସ୍ତାନରେ ତାଲିବାନର ଶାସନ ଆରମ୍ଭ ହେବା ପରେ ଡୁରଣ୍ଡ ସୀମା ଉପରେ ବିବାଦ ବଢିବାରେ ଲାଗିଲା । ତାଲିବାନ ଏହି ସୀମାକୁ ଆଫଗାନିସ୍ତାନର ସର୍ବଭୌମତାର ଉଲଂଘନ ବୋଲି ବିବେଚନା କରେ । ଉଭୟ ପାକିସ୍ତାନ ଏବଂ ଆଫଗନିସ୍ତା ଏହାକୁ ନିଜ ସୀମା ବୋଲି ଦାବି କରନ୍ତି ।  ଏହା ପରଠୁ ତାଲିବାନୀ ଆତଙ୍କବାଦୀ ସଂଗଠନ ପାକିସ୍ତାନ ଉପରେ ଆକ୍ରମଣ ଜାରି ରଖିଛି । ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଛି ।

ମେଲବର୍ଣ୍ଣରେ ଭାରତର ଶୋଚନୀୟ ପରାଜୟ, ୧୮୪ରନରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ମେଲବର୍ଣ୍ଣରେ ଭାରତର ଶୋଚନୀୟ ପରାଜୟ ।  ୧୮୪ରନରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ । ଭାରତ ପ୍ରଥମ ଇନିଂସରେ ୩୬୯ ରନ କରିଥିଲେ । ଦ୍ୱିତୀୟ ଇନିଂସରେ ମାତ୍ର ୧୫୫ ରନ୍‌ରେ ଅଲଆଉଟ ହୋଇଛି ଟିମ୍‌ । ଦ୍ଵିତୀୟ ଇନିଂସରେ ଭାରତର ଶୋଚନୀୟ ବ୍ଯାଟିଂ କରି ପରାଜୟ ସ୍ବୀକାର କରିଛି । ଜଶସ୍ଵୀଙ୍କୁ ଛାଡ଼ି ସମସ୍ତେ ଫେଲ୍ । ଜଶସ୍ଵୀ ଓ ପନ୍ତଙ୍କୁ ଛାଡ଼ି କେହି ଦୁଇ ଅଙ୍କ ଛୁଇଁ ପାରିଲେନି । ବର୍ତ୍ତମାନ ସିରିଜରେ ୨-୧ ରେ ଆଗୁଆ ଅଛି କଙ୍ଗାରୁ ଦଳ ।

୧୮୪ ରନରେ ଚତୁର୍ଥ ଟେଷ୍ଟ ଜିତିଲା ଅଷ୍ଟ୍ରେଲିଆ ।  ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ  ୪୭୪ କରିଥିବା ବେଳେ , ଦ୍ୱିତୀୟ ଇନିଂସରେ ୨୩୪ କରିଛି । ଭାରତରେ ପ୍ରଥମ ଇନିଂସ ୩୬୯ ରହିଥିବା ବେଳେ , ଦ୍ୱିତୀୟ ଇନିଂସ ୧୫୫ ରହିଛି । ୨ୟ ଇନିଂସରେ ଭାରତୀୟ ଦଳକୁ ବିଜୟ ପାଇଁ ୩୪୦ ରନ୍ ଆବଶ୍ୟକତା ଥିବା ବେଳେ ଦଳ ମାତ୍ର ୧୫୫ ରନ୍‌ରେ ହିଁ ହାତ ଟେକିଦେଇଛି ଅର୍ଥାତ ଅଲଆଉଟ ହୋଇଯାଇଛି । ଦ୍ବିତୀୟ ଇନିଂସରେ ବି ଫେଲ ମାରିଛନ୍ତି କ୍ୟାପଟେନ୍ ରୋହିତ ଶର୍ମା, ରନ୍ ମେସିନ ବିରାଟ କୋହଲି, ଲୋକେସ ରାହୁଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ଭଳି ବଡ ବଡ ଚେହେରା ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ-୪୭୪ ରନ୍
ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସ-୨୩୪ ରନ୍
ଭାରତ ପ୍ରଥମ ଇନିଂସ-୩୬୯ ରନ୍
ଭାରତ ଦ୍ଵିତୀୟ ଇନିଂସ-୧୫୫ ରନ୍
ଅଷ୍ଟ୍ରେଲିଆ ୨-୧ ସିରିଜ ଆଗୁଆ

ଆମେରିକାର ରାଷ୍ଟ୍ରପତିଙ୍କ ନାଁରେ ରହିଛି ହରିୟାଣାର ଏହି ଗାଁ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ରବିବାର ୧୦୦ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ବହୁ ଦିନ ଧରି ଅସୁସ୍ଥ ଥିଲେ । କାର୍ଟରଙ୍କ ଭାରତ ସହ ଏକ ନିବିଡ଼ ସମ୍ବନ୍ଧ ଥିଲା । ସେ ଭାରତ ଯାତ୍ରା କରିଥିବା ୩ୟ ଆମେରିକା ରାଷ୍ଟ୍ରପତି ଥିଲେ । ତାଙ୍କ ଭାରତ ଗ୍ରସ୍ତର ଏକ ପ୍ରତୀକ ସ୍ୱରୂପ ଏବେ ବି ଭାରତରେ ରହିଛି । ଅର୍ଥାତ କାର୍ଟରଙ୍କ ନାମରେ ଭାରତର ଏକ ଗାଁର ନାଁ ‘କାର୍ଟରପୁରୀ’ ରଖାଯାଇଛି ।

ଭାରତର ସଂସଦକୁ କରିଥିଲେ ସମ୍ୱୋଧିତ :

କାର୍ଟରଙ୍କୁ ଭାରତର ମିତ୍ର ଭାବେ ବିବେଚନା କରାଯାଉଥିଲା । ଏମରଜେନ୍ସି ପରେ ୧୯୭୭ ମସିହାରେ ଜନତା ପାର୍ଟିର ବିଜୟ ପରେ ଭାରତକୁ ଆସିଥିବା ସେ ୩ୟ ଆମେରିକା ରାଷ୍ଟ୍ରପତି ଥିଲେ  ।  ୧୯୭୮ମସିହା ଜାନୁଆରୀ ୨ରେ ସେ ଭାରତର ସଂସଦକୁ ସମ୍ୱୋଧିତ କରି ଏକଛତ୍ରବାଦୀ ଶାସବ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ  ।

ଏହି ଗାଁକୁ କରିଥିଲେ ପରିଦର୍ଶନ :

କାର୍ଟର  ୧୯୭୮ମସିହା ଜାନୁଆରୀ ୩ରେ ଏବଂ ତତ୍କାଳୀନ ପ୍ରଥମ ଲେଡି ରୋସାଲିନ ଦିଲ୍ଲୀ ଠାରୁ ଏକ ଘଣ୍ଟା ଦୂରରେ ଥିବା ହରିୟାଣାର ଦୌଲତପୁରରୁ ନସୀରାବାଦ ଯାଇଥିଲେ । ଏହି ଗ୍ରସ୍ତ ଏପରି ସଫଳ ହୋଇଥିଲା ଯେ, ଏହା ପରେ ପରେ ଗାଁ ଲୋକ ଏହି ସ୍ଥାନର ନାଁ କାର୍ଟରପୁରୀ ରଖିଦେଲେ । ଏପରିକି ସେମାନେ ରାଷ୍ଟ୍ରପତି କାର୍ଟରଙ୍କ କାର୍ଯ୍ୟକାଳ ସମୟରେ ହ୍ୱାଇଟହାଉସର ସମ୍ପର୍କରେ ଥିଲେ । ଯେବେ ୨୦୦୨ ମସିହାରେ ରାଷ୍ଟ୍ରପତି କାର୍ଟରଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା , ସେବେ ଏହି ଗାଁରେ ଉତ୍ସବ ମନାଇଥିଲେ  ।

ଆପଣଙ୍କ ଆଧାରରେ କେତୋଟି ସିମ୍ ଲିଙ୍କ ଅଛି ଜାଣିବାକୁ ଚାହୁଁଛନ୍ତି କି ? ଏମିତି କରନ୍ତୁ ଚେକ୍ ..

ନନ୍ଦିଘୋଷ ବ୍ୟୁରା: ଆଜିର ସମୟରେ ବିନା ଫୋନରେ ରହିବା ମୁସ୍କିଲ । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସବୁବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ଫୋନ ବାଧ୍ୟତାମୂଳକ ହୋଇଯାଇଛି  । ପ୍ରତ୍ୟେକ ଛୋଟବଡ କାର୍ଯ୍ୟ ପାଇଁ ଆପଣଙ୍କୁ ଏକ ଫୋନ୍ ଦରକାର । ତେବେ ଫୋନ ବ୍ୟବହାର କରିବାକୁ ହେଲେ ସିମ୍ କାର୍ଡର ଦରକାର ପଡିଥାଏ । ଯେଉଁଥିପାଇଁ ଭାରତରେ ଅନେକ ଟେଲିକମ୍ କମ୍ପାନୀ କାର୍ଯ୍ୟ କରୁଛନ୍ତି । ସେଠାରେ ପରିଚୟ ପତ୍ର ଦେଇ ଏକ ସିମ୍ କାର୍ଡ କିଣି ପାରିବେ । ବର୍ତ୍ତମାନ ସିମ କାର୍ଡ କିଣିବାକୁ ହେଲେ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଅନେକ ଥର ଲୋକମାନେ ଅନ୍ୟମାନଙ୍କ ଆଧାର ନମ୍ବର ବ୍ୟବହାର କରି ନକଲି ସିମ୍ କାର୍ଡ କିଣି ଅପରାଧ କରନ୍ତି । ଏପରି ପରିସ୍ଥିତିରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆପଣ ଏହି ପ୍ରକାର ପରିସ୍ଥିତିକୁ ଏଡ଼ାଇବାକୁ ଚାହାଁନ୍ତି | ତେଣୁ ନିୟମିତ ବ୍ୟବଧାନରେ ଯାଞ୍ଚ ଜାରି ରଖନ୍ତୁ ଆପଣଙ୍କ ଆଧାରରେ ସକ୍ରିୟ ସିମ୍ ସଂଖ୍ୟା ବୃଦ୍ଧି ପାଇଛି କି ନାହିଁ ? ତେଣୁ ଆପଣଙ୍କୁ ସମୟ ସମୟରେ ଆପଣଙ୍କ ଆକାଉଣ୍ଟରେ କେତୋଟି ସିମ୍ ଅଛି ତାହା ଯାଞ୍ଚ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହା ପାଇଁ କଣ ରହିଛି ପ୍ରକ୍ରିୟା ?

ଏଥିପାଇଁ ଆପଣଙ୍କୁ ଭାରତ ସରକାରଙ୍କ ଅଫିସିଆଲ୍ ୱେବସାଇଟ sancharsaathi.gov.in କୁ ଯିବାକୁ ପଡିବ । ଏହାପରେ ଆପଣଙ୍କୁ ହୋମପେଜରେ ଥିବା ‘ନାଗରିକ କେନ୍ଦ୍ରିକ ସେବା’ ରୁ ‘ଆପଣଙ୍କର ମୋବାଇଲ୍ କନେକ୍ସନ୍ସ’ ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର ଟାଇପ କରିବାକୁ ପଡିବ । ପରେ OTP ଆପଣଙ୍କ ନମ୍ବରରେ ଆସିବ, ଏହାପରେ ଆଗକୁ ବଢିବେ ।  ଆପଣ ଆପଣଙ୍କର ଆଧାର କାର୍ଡରେ ନିଆଯାଇଥିବା ସମସ୍ତ ସିମ୍ କାର୍ଡର ବିବରଣୀ ଦେଖିବେ  । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ କୌଣସି ନମ୍ବର ନେଇ ନାହାଁନ୍ତି ତେବେ ଆପଣ ଏହା ପାଖରେ ଥିବା ‘ଆବଶ୍ୟକ ନୁହେଁ’ ଉପରେ କ୍ଲିକ୍ କରି ରିପୋର୍ଟ କରିପାରିବେ  ।

କେବଳ ଏତିକି ନୁହେଁ, ଟେଲିକମ୍ ମନ୍ତ୍ରଣାଳୟ ଦ୍ୱାରା ଗୋଟିଏ ଆଧାରରେ ରଖାଯିବାକୁ ଥିବା ସିମ୍ ସଂଖ୍ୟା ସ୍ଥିର କରାଯାଇଛି। ୯ ରୁ ଅଧିକ ସିମ୍ କାର୍ଡ କୌଣସି ଆଧାରରେ ନିଆଯାଇପାରିବ ନାହିଁ । ଏଥିପାଇଁ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲଗାଯାଇପାରିବ। ଯାହାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ  ।

ସ୍ବାମୀ ଜାହିରଙ୍କ ଏହି ଗୁଣ ପାଇଁ ଚିନ୍ତାରେ ସୋନାକ୍ଷୀ, ସୋସିଆଲ ମିଡିଆରେ କଲେ ଖୁଲାସା ..

ମୁମ୍ବାଇ: ସ୍ବାମୀଙ୍କ ପାଇଁ ଚିନ୍ତାରେ ସୋନାକ୍ଷୀ । ଯେବେଠୁ ତାଙ୍କ ସହିତ ଭେଟ ହେଇଛି ସେବେଠୁ ମୋ ନିଦ ଉଡିଛି । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ସ୍ବାମୀ ଜାହିରଙ୍କୁ ନେଇ ସାେନାକ୍ଷୀ ବିରକ୍ତି ପ୍ରକାଶ କରୁଛନ୍ତି । ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ବୈବାହିକ ଜୀବନର ଖୁବ ଆନନ୍ଦ ନେଉଛନ୍ତି । ବିବାହ ପରେ ସୋନାକ୍ଷୀ ଏବଂ ଜାହିର ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଛନ୍ତି । ସୋନାକ୍ଷୀ ସଦାବେଳେ ଉଭୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି । ତେବେ ବର୍ତ୍ତମାନ ଏହି ଭିଡିଓକୁ ନେଇ ଚିନ୍ତାରେ ସେମାନଙ୍କ ପ୍ରଶଂସକ । ସୋନାକ୍ଷୀ ଭିଡିଓରେ ସ୍ବାମୀ ଜାହିରଙ୍କ କାର୍ଯ୍ୟକଳାପରେ କେତେ ବିରକ୍ତି ଅଛନ୍ତି ତାହା ଉଲ୍ଲେଖ କରିଛନ୍ତି ।

ସୋନାକ୍ଷୀ ଏବଂ ଜାହିର ଗୋଟେ ସ୍ଥାନକୁ ବୁଲିବାକୁ ଯାଇଥିଲେ। ଯେଉଁଠାରେ ସୋନାକ୍ଷୀ ବୁଲିବା ସମୟରେ ଥକି ଯାଇଥିଲେ ଯେଉଁଥିପାଇଁ କାରରେ କିଛି ସମୟ ପାଇଁ ଶୋଇପଡିଥିଲେ । ସୋନାକ୍ଷୀ ଶୋଇଥିବା ଦେଖିବା ପରେ ଜାହିର ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯାହାକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି ।ୂଭିଡିଓରେ ସୋନାକ୍ଷୀ ଶୋଇଥିବାର ନଜର ଆସିଛନ୍ତି। ତାଙ୍କୁ ଶୋଇଥିବାର ଦେଖି ଜାହିର ବହୁ ଜୋରରେ ଚିତ୍କାର କରିଛନ୍ତି ଯାହାପରେ ସୋନାକ୍ଷୀ ହଠାତ୍ ଭୟଭୀତ ହୋଇ ଉଠିପଡିଛନ୍ତି । ସୋନାକ୍ଷୀ ଉଠିବା ପରେ ବିରକ୍ତ ହୋଇ ଜାହିରଙ୍କୁ ମାରିବା ଆରମ୍ଭ କରିଛନ୍ତି । ଏହି ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି – ‘ମୁଁ ତାଙ୍କୁ ଭେଟିବା ଦିନଠାରୁ ମୁଁ ନିଦ ହରାଇଛି।’

ସୋନାକ୍ଷୀଙ୍କ ଏହି ଭିଡିଓରେ ପ୍ରଶଂସକମାନେ ବହୁତ ମନ୍ତବ୍ୟ ଦେଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି- ସୋନାଙ୍କ ପ୍ରତିକ୍ରିୟା  । ଅନ୍ୟଜଣେ ଲେଖିଛନ୍ତି ଭୟଭୀତ ବୋହୂ | ଲୋକମାନେ ଏହି ଭିଡିଓରେ ବହୁତ ହସୁଥିବା ଇମୋଜି ମଧ୍ୟ ପୋଷ୍ଟ କରୁଛନ୍ତି  । ଜାହିର ସୋନାକ୍ଷୀଙ୍କୁ ଏହା ପ୍ରଥମ ଭିଡିଓ ନୁହେଁ ଏହା ପୂର୍ବରୁ ମଧ୍ୟ ଜାହିର ସୋନାକ୍ଷୀଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି। ଦୁହେଁ ଏକାଠି ବହୁତ ସୁନ୍ଦର ଦେଖାଯାନ୍ତି ଏବଂ ପ୍ରଶଂସକମାନେ ମଧ୍ୟ ଏହି ଦମ୍ପତିଙ୍କୁ ବହୁତ ପସନ୍ଦ କରନ୍ତି  । ସୋନାକ୍ଷୀ ଏବଂ ଜାହିର ଚଳିତ ବର୍ଷ ବିବାହ କରିଛନ୍ତି।

 

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ନନ୍ଦିଘୋଷ ବ୍ୟୁରୋ: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ପ୍ରୋଷ୍ଟେଟ ସର୍ଜରୀ କରାଯାଇଛି । ଅସୁସ୍ଥତା ସମୟରେ ନେତାନ୍ୟାହୁ ଡାକ୍ତରଖାନାରେ ଥିବାବେଳେ ତାଙ୍କ ଘନିଷ୍ଠ ସହଯୋଗୀ ୟାରିଭ ଲେଭିନ୍, ଯିଏକି ତାଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ମଧ୍ୟ କାର୍ଯ୍ୟ କରୁଛନ୍ତି ସେ କାମଚଳା ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିବେ । ଇସ୍ରାଏଲର ସରକାରୀ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଗତ ବୁଧବାର ନେତାନ୍ୟାହୁ ମୂତ୍ରନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

୭୫ବର୍ଷୀୟ ନେତାନ୍ୟାହୁ ନିକଟ ଅତୀତରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ନିକଟବର୍ତ୍ତୀ ଲୋକମାନେ ଜେରୁଜେଲମ୍ ପୋଷ୍ଟକୁ କହିଛନ୍ତି ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିବାରୁ କ୍ରମାଗତ ଭାବରେ ଯୁଦ୍ଧରେ ଜଡିତ ଥିଲେ । ସେ ଅନେକ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇନଥିଲେ । ଅସ୍ତ୍ରୋପଚାର ପୂର୍ବରୁ ତାଙ୍କ ଓକିଲ ଅମିତ ହାଦ୍ଦ କୋର୍ଟଙ୍କୁ ତାଙ୍କ ଅସ୍ତ୍ରୋପ୍ରଚାର ବାବଦରେ ଜଣାଇବା ସହିତ ତାଙ୍କୁ ଅନେକ ଦିନ ଡାକ୍ତରଖାନାରେ ରହିବାକୁ ପଡିବ, ଯାହାଫଳରେ ତାଙ୍କୁ ସାକ୍ଷ୍ୟ ଦେବାକୁ ଆସିବାକୁ ବାଧ୍ୟ କରାଯିବ ନାହିଁ ବୋଲି ଅନୁମତି ମାଗିଥିଲେ। ତେବେ ପରବର୍ତ୍ତୀ କାଳରେ କୋର୍ଟ ଏହାକୁ ଅନୁମୋଦନ କରିଛନ୍ତି ।

ଏହା ପୂର୍ବରୁ ମାର୍ଚ୍ଚ ମାସରେ ନେତାନ୍ୟାହୁଙ୍କ ହାର୍ନିଆ ଅସ୍ତ୍ରୋପଚାର କରାଯାଇଥିଲା । ଏହି ସମୟ ମଧ୍ୟରେ ଇସ୍ରାଏଲର ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ୟାରିଭ ଲେଭିନ୍ ଅସ୍ଥାୟୀ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ ସମ୍ଭାଳିଥିଲେ । ଜୁଲାଇ ୨୦୨୩ରେ ନେତାନ୍ୟାହୁ ଡିହାଇଡ୍ରେସନର ଶିକାର ହେବାର ଏକ ସପ୍ତାହ ପରେ ଏରିଥମିଆରେ ପୀଡିତ ହେବା ପରେ ପେସମେକର୍ ଲଗେଇବାକୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ  । ଏହି ଘଟଣା ପରେ ଇସ୍ରାଏଲର ଅନେକ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ହୋଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରୀ ରିପୋର୍ଟ ପ୍ରକାଶ ପାଇଥିଲା ।

ପ୍ରୋଟୋକଲରେ ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ସ୍ବାସ୍ଥ୍ୟ ରିପୋର୍ଟ ପ୍ରଦାନ କରିବାର ନିୟମ ଥିଲେ ମଧ୍ୟ ନେତାନ୍ୟାହୁ ୨୦୧୬ ରୁ ୨୦୨୩ ମଧ୍ୟରେ ଗୋଟିଏ ବି ରିପୋର୍ଟ ପ୍ରଦାନ କରିନାହାଁନ୍ତି। ଆଇନଗତ ଭାବରେ ଏହା ବାଧ୍ୟତାମୂଳକ ନୁହେଁ  । କାରଣ ପିଏମଓ ଦ୍ବାରା ବିକଶିତ ନିୟମରେ ଏହି ଆଇନ ଅନ୍ତର୍ଭୁକ୍ତ ନୁହେଁ । ୭ ଅକ୍ଟୋବର ୨୦୨୩ରେ ହମାସ୍ର ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ଅନେକ ଦିଗରୁ ବିବାଦରେ ଫସିରହିଛି  । ଗାଜାରେ ପାଲେଷ୍ଟାଇନ ଗୋଷ୍ଠୀ ଏବଂ ଲେବାନନରେ ହିଜବୁଲ ଲଢେଇ ଜାରୀ ରହିଛି ।

ବିଲକୁ ଗଲେନି ମନ୍ତ୍ରୀ, ରାସ୍ତା ଉପରେ ଛିଡ଼ା ହୋଇ ପଳାଇଲେ

ଯାଜପୁର: ଦୁଃଖ ଦେଇ ଚାଲିଗଲେ ମନ୍ତ୍ରୀ । ସହଯୋଗର ହାତ ବଢାଇବାକୁ ଆସିଥିଲେ ହେଲେ ଅପମାନ ଦେଇ ଚାଲିଗଲେ । ଅଦିନିଆ ବର୍ଷାରେ ଭାଙ୍ଗିପଡିଥିବା ଚାଷୀଙ୍କୁ ସାହାରା ନଦେଇ ବେସାହାରା କରି ଚାଲିଗଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅଦିନିଆ ବର୍ଷାରେ କ୍ଷୟକ୍ଷତିର ଆକଳନ ନାଁରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଗସ୍ତ କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କିନ୍ତୁ ନା ବିଲକୁ ଯାଇ କ୍ଷତି ଦେଖିଲେ ନା ଫସଲ ହାନୀ ଯୋଗୁଁ ମୃତ୍ଯୁ ହୋଇଥିବା ଚାଷୀଙ୍କ ପରିବାରକୁ ଭେଟିଲେ। ଯାହା ଚାଷୀଙ୍କ ମନରେ ଆଘାତ ଦେଇଛି । ଯଦି ମନ୍ତ୍ରୀ ଆମ ଦୁଃଖରେ ଭାଗୀଦାର ହେବା ପାଇଁ ଆସିଥିଲେ ତାହେଲେ କାହିଁକି ଏମିତି ବ୍ୟବହାର କଲେ ବୋଲି ପ୍ରଶ୍ନ କରୁଛନ୍ତି ଚାଷୀ ।

ଯୋଗାଣ ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗତକାଲି କୃଷ୍ଣଚନ୍ଦ୍ର ପାତ୍ର ବିଞ୍ଝାରପୁରର କପିଳା ପଞ୍ଚାୟତ ଯାଇଥିଲେ। ସ୍ଥାନୀୟ ଲୋକେ କହିଛନ୍ତି, ମନ୍ତ୍ରୀ ଗୋଟିଏ ସ୍ଥାନରେ ରାସ୍ତା ଉପରେ ଛିଡା ହୋଇ ଚାଲି ଯାଇଥିଲେ। ବିଲକୁ ଯାଇ ଉଜୁଡା କ୍ଷେତ ଦେଖିବାକୁ ଚାଷୀମାନେ ଅନୁରୋଧ କରିଥିଲେବି ତାକୁ ଏଡ଼ାଇ ଦେଇଥିଲେ ମନ୍ତ୍ରୀ। ଏପରିକି ଫସଲହାନୀ ଯୋଗୁଁ ବିଲରେ ଟଳି ପଡ଼ିଥିବା ଚାଷୀ ମଣିରାମ ମହାନ୍ତିଙ୍କ ପରିବାରକୁବି ଭେଟିଲେ ନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅଦିିନିଆ ବର୍ଷାରେ ଫସଲ ହାନୀ ଦେଖି କିଛି ଦିନ ତଳେ ନିଜ ବିଲରେ ହିଁ ଟଳି ପଡ଼ିଥିଲେ ମଣିରାମ ମହାନ୍ତି ।