ଭୁବନେଶ୍ୱର : ସତ ମାନିଲେ ହଂସିତା । ଅନୀଲ ମହାନ୍ତି ନୁହେଁ ବରଂ ସରୋଜ ସାହୁଙ୍କୁ ସ୍ୱାମୀ ବୋଲି ସ୍ୱୀକାର କଲେ। ଅନୀଲ ମହାନ୍ତିଙ୍କୁ ସିଜର ଲିଷ୍ଟରେ ସ୍ୱାମୀ ବୋଲି ଦେଖାଇଥିଲେ ହଂସିତା। ଇନ୍ଫୋସିଟି ଥାନାରେ ଗିରଫ ହେବା ପରେ ଅନିଲଙ୍କୁ ନିଜ ସ୍ୱାମୀ ବୋଲି ଦର୍ଶାଇଥିଲେ। କିନ୍ତୁ ସ୍ୱାମୀ ସରୋଜଙ୍କ ଦେହ ଖରାପ ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିଲେ ହଂସିତା। କିନ୍ତୁ ଆଜି ନୁହେଁ ବରଂ ପୁଣି ଘୁଞ୍ଚିଲା ଆସନ୍ତା ୧୮ ତାରିଖରେ ହେବ ଜାମିନ ଶୁଣାଣି। ସେପଟେ ସରକାରୀ ଓକିଲଙ୍କ ପକ୍ଷରୁ ମଧ୍ୟ ଆପତ୍ତି ଉଠାଯାଇଛି। କୋର୍ଟଙ୍କୁ ଜାମିନ ନଦେବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ତଥ୍ୟ ସମ୍ବନ୍ଧିତ ଆବେଦନ କରାଯାଇଛି।
ବନ୍ଦ ହେବ ହିଣ୍ଡେନବର୍ଗ ରିସର୍ଚ୍ଚ, ବନ୍ଦ କରିବାକୁ ପ୍ରତିଷ୍ଠାତା ନାଟେ ଆଣ୍ଡରସନଙ୍କ ସୂଚନା
ନନ୍ଦିଘୋଷ ବ୍ୟୁରୋ : ବନ୍ଦ ହେବ ଆମେରିକାର ସର୍ଟସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ। ଏନେଇ ସୂଚନା ଦେଇଛନ୍ତି ଫାର୍ମର ପ୍ରତିଷ୍ଠାତା ନାଟେ ଆଣ୍ଡରସନ। ସଂସ୍ଥାକୁ ବନ୍ଦ କରିବା ଲାଗି ସେ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଆଣ୍ଡରସନ। ଯେଉଁ ଯୋଜନାଗୁଡିକ ଉପରେ କାର୍ଯ୍ୟ କରାଯାଉଛି ତାହା ଶେଷ ହୋଇଯିବା ପରେ ଫାର୍ମକୁ ବନ୍ଦ କରିଦିଆଯିବ।
ବଡ଼କଥା ହେଉଛି ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବାର ମାତ୍ର ଚାରିଦିନ ପୂର୍ବରୁ ଏହି ଘୋଷଣା କରିଛନ୍ତି ଆଣ୍ଡରସନ। ତେବେ ସଂସ୍ଥାକୁ ବନ୍ଦ କରିବା ପଛରେ କୌଣସି ଧମକ ବା ବ୍ୟକ୍ତିଗତ କାରଣ ନାହିଁ ବୋଲି ସେ କହିଛନ୍ତି। ଗତ ୨୦୨୨ରେ ଅଦାନୀ ଗ୍ରୁପକୁ ହିଣ୍ଡେନବର୍ଗ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଥିଲା। ଏହି ରିପୋର୍ଟକୁ ନେଇ ଦେଶରେ ଝଡ ସୃଷ୍ଟି ହୋଇଥିଲା। ହିଣ୍ଡେନବର୍ଗ ରିପୋର୍ଟ ମାମଲାରେ ଅଦାନୀ ଗ୍ରୁପକୁ କ୍ଲିନଚିଟ୍ ଦେଇଥିଲେ ସୁପ୍ରିମକୋର୍ଟ। ଗତବର୍ଷ ଅଗଷ୍ଟରେ ବି ଅଦାନୀ ଗ୍ରୁପ ବିରୋଧରେ ଅନ୍ଯାନ୍ଯ ଅଭିଯୋଗ ଆଣିଥିଲା ହିଣ୍ଡେନବର୍ଗ। ଏହା ସହ ସିକ୍ଯୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ଅଧ୍ଯକ୍ଷା ମାଧବୀ ପୁରି ବୁଚ୍ ଓ ତାଙ୍କ ସ୍ବାମୀଙ୍କୁ ବି କାଠଗଡ଼କୁ ଟାଣିଥିଲା ହିଣ୍ଡେନବର୍ଗ।
ଭାଇ ଭଉଣୀ ସଂପର୍କରେ ରକ୍ତର ଛିଟା ; ସାନ ଭଉଣୀକୁ ହତ୍ୟା କଲା ଭାଇ
ଆସିକା : ଭାଇ ଭଉଣୀ ସଂପର୍କରେ ରକ୍ତର ଛିଟା । ଗଞ୍ଜାମ ଜିଲ୍ଲା ଆସିକା ଥାନା ରାଇପୋଲି ଗାଁରେ ସାନ ଭଉଣୀକୁ ହତ୍ୟା କଲା ଭାଇ । ନିଜ ସାନ ଭଉଣୀକୁ ଶିଳପୁଆରେ ଛେଚିବା ସହିତ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା । ଆଜି ଭୋର ସମୟରେ ଗାଁର ଶତ୍ରୁଘ୍ନ ପାତ୍ରଙ୍କ ୪୫ ବର୍ଷୀୟ ପୁଅ ବାବାଜୀ ପାତ୍ର ନିଜ ବିବାହିତା ଭଉଣୀ ଲକ୍ଷ୍ମୀ ମହାନ୍ତିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଭାଇ ବାବାଜୀ ପାତ୍ର ଫେରାର୍ ହୋଇଯାଇଛି । ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ମହାନ୍ତି । ଘର ଭିତରେ ଲକ୍ଷ୍ମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ପୋଲିସର ତଦନ୍ତ ଜାରି । ଶିଳପୁଆରେ ଛେଚିବା ସହିତ ଛୁରୀ ଭୁସି ନିର୍ମମଭାବେ ହତ୍ୟା
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ପିଟିପିଟି ହତ୍ୟା
ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ପିଟିପିଟି ହତ୍ୟା। କଟକ ଜିଲ୍ଲା ବାଙ୍କୀ ଥାନା ରତାଗଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସେହି ଗାଁର ସୁମନ୍ତ କୁମାର ସାହୁ। ବଡବନ୍ଧିଆଣି ଠାକୁରାଣୀଙ୍କ ପୀଠରେ ମକରମେଳା ଦେଖି ଘରକୁ ଫେରୁଥିବାବେଳେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଗାଁର କିଛି ଯୁବକ ରାସ୍ତାରେ ଅଟକାଇ ତାଙ୍କୁ ଠେଙ୍ଗାରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ଏନେଇ ମୃତକଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଏତଲା ଦିଆଯାଇଛି। ଏତଲା ଆଧାରରେ ବାଙ୍କୀ ପୋଲିସ ୬ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତନାଘନା ଚଳାଇଛି । ସେପଟେ ଏହି ଘଟଣାକୁ ନେଇ ବାଙ୍କୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।




ଖ