spot_img
Home Blog Page 1200

ବିନା ବିଜୁଳି ଓ ଗ୍ୟାସରେ ଗରମ ହେବ ପାଣି: ଶୀତରେ ଆପଣାନ୍ତୁ ସହଜ ତରିକା

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ଥଣ୍ଡା ସିଜିନ ଚାଲିଥିବା ବେଳେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକମାନେ ନାନା ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି । ସାଧାରଣ ଭାବେ ଜାଡ଼ରୁ ରକ୍ଷା ପାଇବା ପାଇଁ ଲୋକମାନେ ଗରମ ଜିନିଷ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଶୀତରେ ଅତ୍ୟଧିକ ଥଣ୍ଡା ପାଣିରେ ଗାଧୋଇବାର କଷ୍ଟ କେବଳ ଜଣେ ଭୁକ୍ତଭୋଗୀ ହିଁ କହିପାରିବେ । ତେବେ ଆପଣମାନେ ଯଦି ଏଥିପାଇଁ ଚିନ୍ତିତ ଅଛନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ବିନା ବିଜୁଳି ଓ ଗ୍ୟାସରେ ଆପଣମାନେ ନିଜ ଘରେ ପାଣି ଗରମ କରିପାରିବେ ।

ଗରମ ପାଣି ପାଇଁ ଅଧିକାଂଶ ଘରମାନଙ୍କରେ ଗୀଜର ବ୍ୟବହାର କରାଯାଇଥାଏ । ମାତ୍ର ଗୀଜର ଚଲାଇବାକୁ ହେଲେ ବିଦ୍ୟୁତ ଓ ଗ୍ୟାସର ଆବଶ୍ୟକତା ପଡ଼ିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣମାନେ ସୋଲାର ଓ୍ବାଟର ହୀଟର ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରି ଆପଣମାନେ ସହଜରେ ମାଗଣାରେ ପାଣି ଗରମ କରିପାରିବେ । ସୌର ରଶ୍ମି ଦ୍ବାରା ସୋଲାର ଓ୍ବାଟର ହୀଟର କାମ କରିଥାଏ । ଏଥିରେ ଆପଣଙ୍କୁ ବିଜୁଳି ଓ ଗ୍ୟାସ ଆଦିର ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ସୋଲାର ଓ୍ବାଟର ହୀଟର ମୁଖ୍ୟତଃ ଦୁଇଟି କମ୍ପୋନେଟରେ କାମ କରିଥାଏ । ସେଥିରେ ଗୋଟିଏ ସୋଲାର କଲେକ୍ଟର ଓ ଅନ୍ୟଟି ଷ୍ଟୋରେଜ ଟ୍ୟାଙ୍କ ରହିଥାଏ । ସୋଲାର କଲେକ୍ଟର୍ସରେ ପ୍ୟାନେଲ୍ସ ବା ଟ୍ୟୁବ ରହିଥାଏ, ଯାହାକି ଲାଇଟକୁ ଗ୍ରହଣ କରିଥାଏ ଓ ତାହାକୁ ହିଟରେ ରୂପାନ୍ତରିତ କରିଥାଏ । ଏହାପରେ ପାଣିକୁ ଗରମ କରିଥାଏ ।

ସୋଲାର ଓ୍ବାଟର ହୀଟର ଭିତରେ ଷ୍ଟୋରେଜ ଟ୍ୟାଙ୍କ ପାଣିକୁ ଅଧିକ ସମୟ ପର୍ଯ୍ୟନ୍ତ ଗରମ ରଖିଥାଏ । ଏପରି ସ୍ଥିତିରେ ଆପଣମାନେ ଏହାକୁ ଯେ କୌଣସି ସମୟରେ ବ୍ୟବହାର କରିପାରିବେ । ଇଲେକ୍ଟ୍ରିକ ଗୀଜର ତୁଳନାରେ ସୋଲାର ଓ୍ବାଟର ହୀଟର ଦାମ୍ ଅଧିକ ହୋଇଥାଏ । ସୋଲାର ଓ୍ବାଟର ହୀଟରର ଦାମ୍ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ । ବଡ଼ ଘର ଓ ଏକାଧିକ ଓ୍ବାଶରୁମ ଥିବା ଲୋକମାନେ ସୋଲାର ଓ୍ବାଟର ହୀଟରର ଅଧିକ ଫାଇଦା ଉଠାଇ ପାରିବେ । ଏହା ମାଧ୍ୟମରେ ସମସ୍ତ ବାଥରୁମ ପର୍ଯ୍ୟନ୍ତ ଗରମ ପାଣି ପହଞ୍ଚି ପାରିଥାଏ ।

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅଦିନିଆ ବର୍ଷା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଦିନିଆ ବର୍ଷାକୁ ନେଇ କୃଷି ଓଡ଼ିଶା ମଞ୍ଚରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଜିଲ୍ଲାପାଳ ମାନଙ୍କଠାରୁ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ପରେ ରାଜ୍ୟ ସରକାର ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରିଛନ୍ତି ।

୨୯୧ କୋଟି ୫୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି । ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ ପାଣ୍ଠି ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ୩୩% ବା ତାଠାରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତି ପୂରଣ । ଜିଲ୍ଲାପାଳମାନେ ଚାଷ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟ ଅନୁସାରେ ରାଜ୍ୟରେ ୬ ଲକ୍ଷ ୬୬ ହଜାର ୭୨୦ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି ।

ଏଥିପାଇଁ SDRF ଫଣ୍ଡରୁ ୨୯୧କୋଟି ୬୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ସରକାର । ଆଗରୁ ବିପର୍ଯ୍ୟୟ ତାଲିକାରେ ସାମିଲ ନଥିଲା ଅଦିନିଆ ବର୍ଷା । ଫଳରେ ରାଜ୍ୟର ହଜାର ହଜାର ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ । ଚାଷୀମାନେ ସହାୟତା ପାଇବାକୁ ବଞ୍ଚିତ ହେଉଥିଲେ।

ନୂଆବର୍ଷରେ ମଦ ପାଇଁ ପଇସା ନମିଳିବାରୁ ଲାଇନ ଖୁଣ୍ଟ ଉପରେ ଶୋଇପଡିଲେ ବ୍ୟକ୍ତି

ନନ୍ଦିଘୋଷ ବ୍ୟୁରୋ: ମଦୁଆକୁ ମଦ ପାଇଁ ପଇସା ନମିଳିବାରୁ କଲେ ଅଜବ କାରନାମା । ନିଶାରେ ଯାଇ ଲାଇନଖୁଣ୍ଟ ଉପରେ ଶୋଇପଡିଲେ । ଆଜ୍ଞା ହଁ ନୂଆବର୍ଷ ପାଇଁ ଲୋକମାନେ ବିଭିନ୍ନ ଉପାୟରେ ସେଲିବ୍ରେଶନ କରିଥିବା ବେଳେ ଏହି ବ୍ୟକ୍ତି ଜଣକ ଅଜବ କାମ କରିଛନ୍ତି । ଏହି ବ୍ୟକ୍ତିଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଜଣେ ମଦ୍ୟପ ବ୍ୟକ୍ତି ମଦ ପାଇଁ ଟଙ୍କା ପାଇନଥିଲା ତେଣୁ ବିଦ୍ୟୁତ ଖୁଣ୍ଟ ଉପରେ ଯାଇ ଶୋଇପଡିଛନ୍ତି । ଯାହା ପରବର୍ତ୍ତୀ କାଳରେ ତାଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇଛି । 

ଡିସେମ୍ବର ୩୧ରେ ଆନ୍ଧ୍ରପ୍ରଦେଶର ମାନିଆମ ଜିଲ୍ଲାର ଘଟଣା ।  ମନିଆମ୍ ଜିଲ୍ଲାର ସିଙ୍ଗିପୁରମ୍ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ମଦ୍ୟପାନ ହେତୁ ଏଭଳି କାଣ୍ଡ ଘଟାଇଥିଲେ । ଏହି ଅଞ୍ଚଳର ମାଣ୍ଡୁ ବାବୁ ନାମକ ଜଣେ ବ୍ୟକ୍ତିଙ୍କର ମଦ୍ୟପାନ କରିବାର ଅଭ୍ୟାସ ଥିଲା। ଏବଂ ଡିସେମ୍ବର ୩୧ରେ, ସେ ତାଙ୍କ ମା’ଙ୍କୁ ମଦ ପିଇବା ପାଇଁ ପଇସା ମାଗିବା ଆରମ୍ଭ କରିଥିଲେ। ଯେତେବେଳେ ତାଙ୍କ ମା ଟଙ୍କା ଦେବାକୁ ମନା କରିଦେଇଥିଲେ। ସେ ନିଶାରେ ଏଭଳି କାଣ୍ଡ ଘଟାଇଥିଲେ ।

ତାଙ୍କୁ ଟଙ୍କା ଦେବା ପାଇଁ ତାଙ୍କ ମା ଉପରେ ଚାପ ପକାଇବା ପାଇଁ ସେ ଏକ ବିଦ୍ୟୁତ ଲାଇନ ଖୁଣ୍ଟ ଉପରେ ଚଢିଗଲେ । ଯେହତୁ ସେ ନିଶାରେ ଥିଲେ ତେଣୁ ସେ ତାର ଉପରେ ତାଙ୍କୁ ନିଦ ହୋଇଯାଇଥିଲା । ଏବଂ ସେ ସେହି ଖୁଣ୍ଟ ଉପରେ ଶୋଇପଡିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଗ୍ୟବଶତଃ ମାଣ୍ଡୁ ବାବୁ ବିଦ୍ୟୁତ ଖୁଣ୍ଟରେ ଚଢିବା ବେଳେ ସେତେବେଳେ ଲାଇନ ନଥିଲା ଏବଂ ସେଠାରେ ଉପସ୍ଥିତ ଲୋକ ତୁରନ୍ତ ବିଦ୍ୟୁତ ବିଭାଗକୁ ଜଣାଇ ବିଦ୍ୟୁତ ଯୋଗାଣକୁ ବନ୍ଦ କରିଥିଲେ । ଯାହାଫଳରେ ମାଣ୍ଡୁ ବାବୁଙ୍କର ଜୀବନ ବଞ୍ଚିଯାଇଥିଲା । ପରେ ବହୁ ସଂଘର୍ଷ ପରେ ମାଣ୍ଡୁ ବାବୁଙ୍କୁ ତଳକୁ ଅଣାଯାଇଥିଲା ।

 

ବିଶ୍ବର ସବୁଠାରୁ ବଡ଼ ଟ୍ରାଫିକ୍ ଜାମ୍: ୧୨ ଦିନ ପର୍ଯ୍ୟନ୍ତ ଲାଗି ରହିଥିଲା ଭିଡ଼

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ବିଭିନ୍ନ ସହରମାନଙ୍କରେ ଟ୍ରାଫିକ୍ ଜାମ୍ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଭାରତରେ ଥିବା କିଛି ସହରର ଟ୍ରାଫିକ୍ ସମସ୍ୟା କଥା ନ କହିବା ଭଲ । ୨୦୨୩ର ଟମଟମ ଟ୍ରାଫିକ୍ ସୂଚକାଙ୍କ ଅନୁସାରେ, ଏସିଆର ସବୁଠାରୁ ଖରାପ ସ୍ଥାନର ଲିଷ୍ଟରେ ଭାରତର ଟେକ ହବ୍ ବେଙ୍ଗାଲୁରୁର ନାମ ସାମିଲ ରହିଛି । କେବଳ ୧୦ କିମି ଯାତ୍ରା କରିବାକୁ ଏହି ସହରର ଡ୍ରାଇଭରଙ୍କୁ ପାଖାପାଖି ୨୮ ମିନିଟ୍ ୧୦ ସେକେଣ୍ଡ ସମୟ ଲାଗି ଯାଇଥାଏ । ଅର୍ଥାତ ବେଙ୍ଗାଲୁରୁର ଲୋକମାନେ ପ୍ରତିବର୍ଷ ୧୩୨ ଘଣ୍ଟା ଟ୍ରାଫିକ ଜାମରେ ଫସିଥାନ୍ତି ।

ବେଙ୍ଗାଲୁରୁର ସଡ଼କ ଏସିଆର ସବୁଠାରୁ ଧିମା ସଡ଼କ ବୋଲି ରିପୋର୍ଟରେ କୁହାଯାଇଛି । ଏହି ସୂଚୀରେ ଭାରତର ଅନ୍ୟ ଏକ ସହର ପୁଣେ ମଧ୍ୟ ସାମିଲ ରହିଛି । ସେଠାରେ ୧୦ କିମି ଯାତ୍ରା କରିବାକୁ ପାଖାପାଖି ୨୭ ମିନିଟ ୫୦ ସେକେଣ୍ଡ ସମୟ ଲାଗିଯାଇଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବର ସବୁଠାରୁ ଲମ୍ବା ଟ୍ରାଫିକ୍ ଜାମ ୨୦୧୦ରେ ବେଜିଂ-ତିବ୍ବତ ଏକ୍ସପ୍ରେସଓ୍ବେରେ ଦେଖିବାକୁ ମିଳିଥିଲା । ସେହି ସମୟରେ ଲୋକମାନେ ୧୨ ଦିନ ପର୍ଯ୍ୟନ୍ତ ଟ୍ରାଫିକ ଜାମରେ ଫସି ରହିଥିଲେ । ଟ୍ରାଫିକ୍  ଜାମକୁ ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।

ସାଧାରଣ ଭାବେ ଟ୍ରାଫିକ ଜାମରେ ଫସି ରହିଥିବା ଲୋକଙ୍କୁ ୧୦ ମିନିଟ୍ ସେତେ ଯେମିତି ୧୦ ଘଣ୍ଟା ପରି ଅନୁଭବ ହୋଇଥାଏ । ଏପରି ସ୍ଥିତିରେ ବେଜିଂ-ତିବ୍ବତ ଏକ୍ସପ୍ରେସଓ୍ବେର ଟ୍ରାଫିକ୍ ଜାମ୍ ସ୍ଥିତି କେତେ ଦୁର୍ଦ୍ଦଶାଜନକ ତାହା ଆପଣମାନେ ସହଜରେ ଅନୁମାନ କରିପାରୁଥିବେ । ୧୦୦ କିମିରୁ ଅଧିକ ଲମ୍ବା ବିଶିଷ୍ଟ ଉକ୍ତ ଟ୍ରାଫିକ ଜାମରେ ହଜାର ହଜାର ଯାନ ଅଟକି ରହିଥିଲା । ଏଭଳି ଏକ ଦୁର୍ଭାଗ୍ୟଜନକ ସ୍ଥିତି ପାଇଁ ଏକ ସପ୍ତାହରୁ ଅଧିକ ସମୟ ଧରି ଜନଜୀବନ ପୂରା ଠପ୍ ହୋଇଯାଇଥିଲା ।

ପ୍ରଥମ  ଇନିଂସରେ ଟିମ୍ ଇଣ୍ଡିଆ ୧୮୫ ରନରେ ଅଲଆଉଟ୍‌

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଜାରି ରହିଛି । ୨-୧ରେ ଚଳିତ ସିରିଜରେ ପଛୁଆ ରହିଥିବା ଭାରତ ଅନ୍ତିମ ଟେଷ୍ଟରେ ରୋହିତ ଶର୍ମାଙ୍କ ବିନା ମୌଦାନକୁ ଓହ୍ଲାଇଥିଲା । ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ବରେ ଭାରତ ଆଜି ପ୍ରଥମ ଦିନରେ ଦୁର୍ବଳ ବ୍ୟାଟିଂର ପ୍ରମାଣ ଦେଇଛି । ପ୍ରଥମ ଇନିଂସରେ ଦଳ ୭୨.୨ ଓଭରରେ ମାତ୍ର ୧୮୫ ରନରେ ଅଲଆଉଟ୍ ହୋଇଛି । ଋଷଭ ପନ୍ତ ଦଳ ପକ୍ଷରୁ ସର୍ବାଧିକ ୪୦ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ୩୦ ଅଙ୍କ ଟପିପାରି ନଥିଲେ ।

ସିନିୟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ମାତ୍ର ୧୭ ରନ୍ ସଂଗ୍ରହ କରି ପାଭିଲିୟନ ଫେରିଥିଲେ । ପୁଣି ଥରେ କୋହଲି ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶସ୍ବୀ ଜୟସ୍ବାଲ ୧୦, କେଏଲ ରାହୁଲ ୪, ଶୁବମନ ଗିଲ ୨୦, ରବିନ୍ଦ୍ର ଜାଡ଼େଜା ୨୬ ରନ୍ ସଂଗ୍ରହ କରିଥିଲେ । ଦଳୀୟ ସ୍କୋର ୧୭ ହୋଇଥିବା ବେଳେ ଦଳ ରାହୁଲ ଓ ଯଶସ୍ବୀ ଦୁଇ ଓପନରଙ୍କୁ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କଙ୍ଗାରୁ ଟିମର ଶକ୍ତିଶାଳୀ ବୋଲିଂ ଆଟାକର ମୁକାବିଲା କରି ନପାରି ଭାରତ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ସ୍କଲ ବୋଲାଣ୍ଡ ସର୍ବାଧିକ ୪ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ମିଚେଲ ଷ୍ଟାର୍କ ୩ଟି ଓ୍ବିକେଟ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିବାରେ ସଫଳ ହୋଇଥିଲେ ।

ମହାକାଶରୁ ମୋବାଇଲ ଫୋନରେ ସିଧାସଳଖ କଲିଂ କରିବା ସମ୍ଭବ ହେବ

ନନ୍ଦିଘୋଷ ବ୍ୟୁରୋ: ମହାକାଶ କ୍ଷେତ୍ରରେ ବୈଜ୍ଞାନିକମାନେ ଦିନକୁ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଇସ୍ରୋ ଆମେରିକୀୟ କମ୍ୟୁନିକେସନ ଉପଗ୍ରହ ଲଞ୍ଚ କରିବ । ଉକ୍ତ ଉପଗ୍ରହ ସହାୟତାରେ ଯେ କୌଣସି ମୋବାଇଲ ଫୋନରୁ ମହାକାଶରୁ ସିଧାସଳଖ କଲିଂ କରିହେବ । ପ୍ରଥମ ଥର ମହାକାଶରୁ ମୋବାଇଲ କଲିଂ କରିବା ସମ୍ଭବ ହେବ । ଏ କ୍ଷେତ୍ରରେ ଭାରତର ମହାକାଶ ସଂସ୍ଥା ଇସ୍ରୋର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ପ୍ରଥମ ଥର କୌଣସି ଆମେରିକୀୟ କମ୍ପାନୀ ଭାରତରେ ଏକ ବିଶାଳ କମ୍ୟୁନିକେସନ ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି ।

୨୦୨୫ ବର୍ଷ ଇସ୍ରୋ ପାଇଁ ବହୁତ ଖାସ୍ ହେବାକୁ ଯାଉଛି । ଆଗାମୀ ୬ ମାସରେ ଇସ୍ରୋ ଗୋଟିଏ ପରେ ଗୋଟିଏ ବଡ଼ ମିଶନ ଲଞ୍ଚ କରିବ । ସେଥିମଧ୍ୟରୁ ଅଧିକ ଚର୍ଚ୍ଚାରେ ରହିଛି ଗଗନଯାନ ମିଶନ ଓ ଭାରତ-ଆମେରିକାର ସବୁଠାରୁ ମହଙ୍ଗା ସଂଯୁକ୍ତ ସାଟେଲାଇଟ୍ NISAR ।  ଏହି ମିଶନର ସଫଳତା ସ୍ବରୂପ ମହାକାଶରୁ ସିଧାସଳଖ କଲିଂ କରିବା ସମ୍ଭବ ହୋଇପାରିବ । କେବଳ ସେତିକି ନୁହେଁ, ଇଣ୍ଟରନେଟ ମଧ୍ୟ ଚଳାଇ ହେବ । ସବୁଠାରୁ ଖାସ୍ କଥା ହେଉଛି, ଏଥିପାଇଁ କୌଣସି ସ୍ପେଶାଲ ହ୍ୟାଣ୍ଡସେଟ ବା ଟର୍ମିନାଲର ଆବଶ୍ୟକତା ପଡ଼ିବ ନାହିଁ । ଏହା ସଂପୂର୍ଣ୍ଣ ଭାବେ କମର୍ସିଆଲ ଲଞ୍ଚ ହେବ, ଇସ୍ରୋର କମର୍ସିଆଲ ଓ୍ବିଙ୍ଗ ନ୍ୟୁ ସ୍ପେସ ଇଣ୍ଡିଅଆ ଲିମିଟେଡ (NSIL) ଏହାକୁ କାର୍ଯ୍ୟକାରୀ କରିବ ।

ଏହି ମିଶନ ଏକ ଖାସ୍ ଟେକନିକ୍ ଉପରେ ଆଧାରିତ ଅଟେ, ଯାହାକି ମୋବାଇଲ ଫୋନକୁ ସିଧାସଳଖ ସାଟେଲାଇଟ ସହ ଯୋଡ଼ିବାର କ୍ଷମତା ପ୍ରଦାନ କରିବ । ପ୍ରଥମ ଥର ପାଇଁ କୌଣସି ଆମେରିକୀୟ କମ୍ପାନୀ ଭାରତରେ ଏକ ବିଶାଳ କମ୍ୟୁନିକେସନ ସାଟେଲାଇଟ ଲଞ୍ଚ କରିବ । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକୀୟ କମ୍ପାନୀମାନଙ୍କର ଛୋଟ ସାଟେଲାଇଟସ ଲଞ୍ଚ କରିଥିଲା । ଦୁନିଆର କୋଣ ଅନୁକୋଣରେ ମୋବାଇଲ ନେଟଓ୍ବର୍କ ଉପଲବ୍ଧ କରିବା ହେଉଛି ଏହି ଟେକନିକର ଉଦ୍ଦେଶ୍ୟ । ପାହାଡ଼, ଜଙ୍ଗଲ, ସମୁଦ୍ର ଆଦି ସବୁ ସ୍ଥାନମାନଙ୍କରେ ବିନା ଟାଓ୍ବାରରେ ବି କଲିଂ ଓ ଇଣ୍ଟରନେଟ ସେବା ମିଳିପାରିବ । ମୋବାଇଲ ନେଟଓ୍ବର୍କ କଭରେଜ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଅଞ୍ଚଳମାନଙ୍କରେ ଏହି ମିଶନ ଏକ କ୍ରାନ୍ତିକାରୀ ପ୍ରମାଣିତ ହେବ ବୋଲି କୁହାଯାଉଛି । ଏଥିସହିତ ଏହି ମିଶନ ଦ୍ବାରା ମୋବାଇଲ ନେଟଓ୍ବର୍କ କମ୍ପାନୀମାନଙ୍କର ଖର୍ଚ୍ଚ କମିବ, ଯାହାକି ଉପଭୋକ୍ତାଙ୍କୁ ଫାଇଦା ଦେବ । ଭୂକମ୍ପ, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଭାବେ ମୋବାଇଲ ଟାଓ୍ବାର କାମ କରିନଥାଏ । ସେହି ସମୟରେ ମଧ୍ୟ ଏହି ଟେକନିକ ବହୁତ ଉପଯୋଗ୍ୟ ସାବ୍ୟସ୍ତ ହେବ ।

ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତା୬ରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ଖାଦ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯାହା ଓଡ଼ିଶାର ସାଧାରଣ ଜନତାଙ୍କ ଉପରେ ବୋଝ ପଡ଼ିଛି । ରାଜ୍ୟରେ ଦରବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତା ୬ ତାରିଖରେ ଭୁବନେଶ୍ଵରରେ ବିଜୁ ଜନତା ଦଳ ବିକ୍ଷୋଭ କରାଯିବ । ଲୋୟର ପିଏମଜିରୁ ଲୋକସେବା ଭବନ ଆଗରେ ବିକ୍ଷୋଭ କରାଯିବ । ସାମ୍ଵାଦିକ ସମ୍ମିଳନୀରେ ଏନେଇ
ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ଦରଦାମ୍ ବୃଦ୍ଧି ନେଇ ସାମ୍ଵାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା । ଡବଲ ଇଞ୍ଜିନ ସରକାର ଆସିବା ପରେ ଦରଦାମ୍ ହୁ ହୁ ହୋଇ ବଢୁଛି  । ଏଥିରେ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି  । ଓଡ଼ିଶାବାସୀଙ୍କ ସ୍ଵାର୍ଥ ଓ ସ୍ଵାଭିମାନ ପାଇଁ ବିଜେଡି ଲଢ଼ିବ  । ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍ ଥିବା ବେଳେ କାହିଁକି ପେଟ୍ରୋଲ ଓ ଡିଜେଲ ଦର କମୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟଦାସ ବର୍ମା ।

ଦରଦାମ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରୋଷେଇ ଘରକୁ ସରକାର ଗୋଇଠା ମାରିଛନ୍ତି  । ମହିଳା ରୋଷେଇ ଘରକୁ ଗଲେ ଡବଲ ଇଞ୍ଜିନ ସରକାର କଥା ମନେପକାଉଛି  । ସାଧାରଣ ଲୋକଙ୍କୁ ସରକାର ଶୋଷଣ କରୁଛନ୍ତି  । ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଲୋକଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦିଅନ୍ତି  । ହେଲେ ଡବଲ ଇଞ୍ଜିନ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତି ନିଘାନାହିଁ  । ଯଦି ସରକାର ଏହାକୁ ଗୁରୁତ୍ଵ ନ ଦିଅନ୍ତି, ତେବେ ଜିଲ୍ଲା ସ୍ତରରେ ଆନ୍ଦୋଳନ ହେବ ।

ଦରଦାମ ବୃଦ୍ଧିକୁ ନେଇ ରାଜ୍ୟ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ  । ନିର୍ବାଚନ ସମୟରେ ବିଜେପି ଯାହା କହିଥିଲା ତାହାକୁ ରକ୍ଷା କରୁ । ୨୦୧୪ରେ କେନ୍ଦ୍ରରେ ବିଜେପି ସରକାରକୁ ଆସିଥିଲା  । ଦରଦାମକୁ ନିୟନ୍ତ୍ରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ  । ପେଟ୍ରୋଲ ଓ ଡିଜେଲ ଭାଟ କମାନ୍ତୁ  । ଦରଦାମ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ବାହାରେ  । ୫୦ ବର୍ଷ ଭିତରେ ଲୋକଙ୍କ ସଞ୍ଚୟ କମ୍ ହୋଇଛି  । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ  । ଏହା ବିରୋଧରେ ବିଜେଡି ଜୋରଦାର ଆନ୍ଦୋଳନ କରିବ  ।

କାେଚ୍ ପଦରୁ ହଟିବେ ଗୌତମ ଗମ୍ଭୀର, ଭିଭିଏସ୍ ଲକ୍ଷ୍ମଣ ନେବେ ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ବିପଦରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଚେୟାର । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ହଟାଇ ଦିଆଯାଇପାରେ । ରିପୋର୍ଟରେ ଦର୍ଶାଯାଇଛି ଯେ ଗୌତମ ଗମ୍ଭୀରଙ୍କ ସ୍ଥାନରେ ଦଳର କୋଚିଂ ଦାୟିତ୍ବ ଗ୍ରହଣ କରିବେ।  ଭିଭିଏସ୍ ଲକ୍ଷ୍ମଣ ଇଂଲଣ୍ଡ ଗସ୍ତରେ ଦଳର ମୁଖ୍ୟ ପ୍ରଶିକ୍ଷକ ହେବେ। ଖବର ଅନୁଯାୟୀ ଗୌତମ ଗମ୍ଭୀରଙ୍କୁ କେବଳ ଟେଷ୍ଟ ଦଳର କୋଚିଂରୁ ହଟାଇ ଦିଆଯିବ ଏବଂ ସେ ସୀମିତ ଓଭର ଫର୍ମାଟରେ ଦଳ ସହ ରହିବେ ।

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଦଳରେ ଯୋଗଦେବା ପରଠାରୁ ବିବାଦ ଲାଗି ରହିଛି । ତାଙ୍କ କୋଚିଂ ଅଧୀନରେ ଦଳର ପ୍ରଦର୍ଶନ ଉନ୍ନତି ପରିବର୍ତ୍ତେ ଖରାପ ହୋଇଯାଇଛି । ପ୍ରଥମେ ତାଙ୍କ କୋଚିଂ ଅଧୀନରେ ଦଳ ଶ୍ରୀଲଙ୍କାକୁ ODI ସିରିଜ୍ ହାରିଲା । ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ମାଟିରେ 0-3 ପରାଜୟ ବରଣ କରିଲା । ବର୍ତ୍ତମାନ ଭାରତ ଗାଭାସ୍କର ଟ୍ରଫି ମଧ୍ୟ ହାରିବାକୁ ଯାଉଛି । କେବଳ ଏତିକି ନୁହେଁ ଗୌତମ ଗମ୍ଭୀର ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କିଛି  ଠିକ ନାହିଁ  । ଭଉୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଛି  । ଦୁଇଜଣଙ୍କ ଭିତରେ ମନମତାନ୍ତର ଯୋଗୁ ନିଷ୍ପତ୍ତି ଠିକ ଭାବରେ ନିଆଯାଇପାରେ ନାହିଁ । ଅନେକ ଖେଳାଳି ଗୌତମ ଗମ୍ଭୀରଙ୍କ କୋଚିଂ ଶୈଳୀକୁ ପସନ୍ଦ କରନ୍ତି ନାହିଁ, ଯାହାର ପ୍ରଭାବ ବର୍ତ୍ତମାନ ଗ୍ରାଉଣ୍ଡରେ ଦେଖିବାକୁ ମିଳୁଛି ।

ବିହାରରେ ନୀତୀଶ କୁମାରଙ୍କୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ନନ୍ଦିଘୋଷ ବ୍ୟୁରୋ: ବିହାରରେ ନୀତୀଶ କୁମାରଙ୍କୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ। ଏନଡିଏକୁ ଜେଡିୟୁର ସମର୍ଥନ ଜାରି ରହିବ ବୋଲି କହିଛନ୍ତି ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ। ରାଜୀବ ଓରଫ ଲଲନ ସିଂ କହିଛନ୍ତି- ନୀତୀଶଙ୍କୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ସେଥିରେ ସତ୍ଯତା ନାହିଁ। ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାରଙ୍କ ଲାଗି ମହାଗଠବନ୍ଧନର ଦ୍ବାର ଖୋଲା ରହିଛି ବୋଲି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କହିବା ପରେ ରାଜ୍ଯ ଓ ଜାତୀୟ ରାଜନୀତିରେ ଜୋର ଧରିଥିଲା ଚର୍ଚ୍ଚା।

ନୀତୀଶଙ୍କୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଖୋଲା ଅଫର ଦେବା ପରେ ଚର୍ଚ୍ଚା ଜୋର ଧରିଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ମହାଗଠବନ୍ଧନ ଛାଡ଼ିଥିଲେ ନୀତୀଶ। ଲାଲୁଙ୍କ ଅଫର ପରେ ବିହାରରେ ବଢିଥିଲା ରାଜନୈତିକ ଚର୍ଚ୍ଚା। ଲାଲୁଙ୍କ ଅଫରକୁ କଂଗ୍ରେସ ବି କରିଥିଲା ସମର୍ଥନ। କଂଗ୍ରେସ କହିଥିଲା, ଗଡସେ ଚିନ୍ତାଧାରା ଛାଡ଼ି ଗାନ୍ଧି ଆଦର୍ଶକୁ ଆପଣେଇଲେ ନୀତୀଶଙ୍କୁ ସ୍ବାଗତ କରାଯିବ।

୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତି

ଭୁବନେଶ୍ବର: ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମପତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଅନୁଷ୍ଠିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ। ହରିବାବୁଙ୍କୁ ଶପଥପାଠ କରାଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ଶପଥ ଗ୍ରହଣ ଉତ୍ସବ ପରେ ନୂଆ ରାଜ୍ୟପାଳଙ୍କୁ ଦିଆଯାଇଥିଲା ଗାର୍ଡ ଅଫ ଅନର।

ଶପଥଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ଥିଲେ। ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କମ୍ଭମପତି । ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁ ହୋଇଛନ୍ତି ନୂଆ ରାଜ୍ଯପାଳ। ସେ ଆନ୍ଧ୍ରର ରାଜ୍ୟ ବିଜେପି ସଭାପତି ଥିଲେ । ଲୋକସଭାକୁ ବି ଥରେ ନିର୍ବାଚିତ ହୋଇଥିଲେ।