spot_img
Home Blog Page 1197

ମଣପୁରମରୁ ସୁନା ଡକାୟତି ଘଟଣା : ବ୍ରାଞ୍ଚ ମ୍ୟାନେଜର ଓ ସହକାରୀ ବ୍ରାଞ୍ଚ ମ୍ୟାନେଜରଙ୍କୁ ଅଟକ

ସମ୍ବଲପୁର : ସମ୍ବଲପୁର ମଣପୁରମ ଗୋଲ୍ଡ ଲୋନରୁ ପାଖାପାଖି ୩୦ କେଜି ସୁନା ଓ ୪ ଲକ୍ଷ ୮୦ ହଜାର ଡକାୟତି ଘଟଣାରେ ତନାଘନା। ବ୍ରାଞ୍ଚ ମ୍ୟାନେଜର ଓ ସହକାରୀ ବ୍ରାଞ୍ଚ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। କେଉଁ ପରିସ୍ଥିତିରେ ଡକାୟତି ହୋଇଛି ସେନେଇ ଛାନବିନ ଚାଲିଛି। ସହରର ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରାଯାଉଛି। ସମସ୍ତେ ହିନ୍ଦୀରେ କଥା ହେଉଥିବାରୁ ୪ଟି ଟିମକୁ ରାଜ୍ୟ ବାହାରକୁ ପଠାଇଛି ପୋଲିସ। ପୋଲିସର ସୂଚନା ଅନୁସାରେ ଚାରିଟି ବାଇକରେ ମୋଟ ୭ ଜଣ ଆସି ଡକାୟତି କରି ଝାରସୁଗୁଡ଼ା କିମ୍ବା ଦେବଗଡ଼ ରାସ୍ତାରେ ଯାଇଛନ୍ତି। ତେଣୁ ବିହାର ଓ ପଶ୍ଚିମବଙ୍ଗ ସମେତ ଆଉ ଦୁଇ ରାଜ୍ୟକୁ ଟିମ୍ ପଠାଇ ସମସ୍ତ ସୀମାକୁ ସିଲ୍ କରିଛି ପୋଲିସ। ସିସିଟିଭିରେ କଏଦ ହୋଇଛି ଲୁଟ୍ ପରେ ଫେରାର ବେଳର ଦୃଶ୍ୟ। ଏହି ଖବର ଜଣାପଡ଼ିବା ପରେ ଏବେ ସୁନା ରଖିଥିବା ଗ୍ରାହକ ଚିନ୍ତାରେ ପଡିଲେଣି। ସୁନା କିମ୍ବା ଟଙ୍କା ଫେରାଇବାକୁ ଦାବି କରିଛନ୍ତି ଗ୍ରାହକ।

ପଞ୍ଚମୁଖୀ ମନ୍ଦିରରୁ କବାଟ ଶିକୁଳି ଭାଙ୍ଗି ଲୁଟିନେଲେ ସୁନା ଅଳଙ୍କାର

କଟକ : କଟକ ଖାନନଗରରେ ଥିବା ପଞ୍ଚମୁଖୀ ମନ୍ଦିରରୁ ଲୁଟ୍ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ପଛ ପଟ ଲୁହା କବାଟର ଶିକୁଳି ଭାଙ୍ଗି ମନ୍ଦିରରୁ ଲୁଟ୍ କରିଥିବା ଜଣାପଡିଛି। ଏହାସହ ପଞ୍ଚମୁଖୀଙ୍କ ଦେହରେ ଲାଗିଥିବା ସୁନା ଅଳଙ୍କାର, ଗଦା, କଳସ ଲୁଟିବା ସହିତ ପାର୍ଶ୍ଵରେ ଥିବା ରାମ ମନ୍ଦିରରେ ପୂଜା ପାଉଥିବା ସୀତା ମା’ଙ୍କ ରୁପା ମୁକୁଟ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ସକାଳୁ ପୂଜକ ଆସି ମନ୍ଦିର ଖୋଲିବାରୁ ଲୁଟ ହୋଇଥିବା ଜାଣି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ, ଆରମ୍ଭ ହେଲା କାଠର ରାମ୍ପ୍ ଓ ବ୍ୟାରିକେଡ୍ ନିର୍ମାଣ

ପୁରୀ : ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ। ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିବା ପରେ ଆରମ୍ଭ ହୋଇଛି ପ୍ରକ୍ରିୟା। ମହାପ୍ରଭୁଙ୍କୁ ସ୍ପଷ୍ଟ ଦେଖିବା ପାଇଁ ବାହାର କାଠ ପାଖରେ ଭକ୍ତଙ୍କ ପାଇଁ ପଡ଼ିବ କାଠର ରାମ୍ପ୍ ଓ ବ୍ୟାରିକେଡ୍ ନିର୍ମାଣ। ବ୍ୟାରିକେଡରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ୬ ଥାକିଆ ଧାଡି ଦର୍ଶନ ମଧ୍ୟରେ ପ୍ରଥମ ଧାଡି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ଦ୍ୱିତୀୟ ଧାଡିରେ ମହିଳା,ପରେ ଛୋଟପିଲା ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଚାଲିଛି କାଷ୍ଠ ନିର୍ମିତ ରାମ୍ପ ଓ ବ୍ୟାରିକେଡ୍ ନିର୍ମାଣ ପ୍ରକ୍ରିୟା ତେବେ ସମସ୍ତ ଭକ୍ତମାନେ ସାତପାହାଚ ଦ୍ବାର ଦେଇ ପ୍ରବେଶ କରିବାକୁ ଥିବାବେଳେ ମହିଳା ଓ ବରିଷ୍ଠ ନାଗରିକ ମାନେ ଘଣ୍ଟିଦ୍ବାର ପ୍ରସ୍ଥାନ କରିବେ ଏବଂ ପୁରୁଷ ଭକ୍ତମାନେ ଗାରଦଦ୍ୱାର ଦେଇ ପ୍ରସ୍ଥାନ କରିବେ।

ଭାରତୀୟ ବୋଲର ଆଗରେ ଚାଲିଲାନି ବ୍ୟାଟ୍, ୧୮୧ରନରେ ଅଷ୍ଟ୍ରେଲିଆ ଅଲଆଉଟ୍

ନୂଆଦିଲ୍ଲୀ : ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଅଲଆଉଟ୍ । ଭାରତୀୟ ବୋଲର ଆଗରେ ଚାଲିଲାନି କଙ୍ଗାରୁ ଦଳର ବ୍ୟାଟ୍  । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ । ଜାନୁଆରୀ ୩ରୁ ସିଡନୀରେ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍ । ଆଜି  ପ୍ରତିଯୋଗିତାର ଦ୍ୱିତୀୟ ଦିନ । ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୧୮୫ ରନ୍ କରିଥିଲା । ଏହାର ଜବାବରେ ୧୮୧ରନରେ ଅଲଆଉଟ ହୋଇଛି ଘରୋଇ ଅଷ୍ଟ୍ରେଲିଆ । ଫଳରେ ପ୍ରଥମ ଇନିଂସରେ ୪ ରନରେ ଆଗୁଆ ରହିଛି ଭାରତ । ଭାରତୀୟ ବୋଲରଙ୍କ ଆଗରେ ଚାଲିଲାନି କଙ୍ଗାରୁ ଦଳର ବ୍ୟାଟ । ମହମ୍ମଦ ସିରାଜ ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି । ସେହପରି ବୁମରା ୨ଟି ଓ୍ୱିକେଟ ଏବଂ ନୀତିଶ ରାଣା ୨, ପ୍ରସିଦ୍ଧ କ୍ରିଷ୍ଣା ୩ ଟି ଲେଖାଏଁ ଓ୍ୱିକେଟ ନେଇଛନ୍ତି । ବର୍ତ୍ତମାନ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଛି । ଭାରତ ପକ୍ଷରୁ ଯଶସ୍ୱୀ ଜୈସୱାଲ ଏବଂ କେ.ଏଲ୍ ରାହୁଲ ଓପନିଂ କରିବାକୁ ଆସିଛନ୍ତି।

ଖଣ୍ଡା ଓ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

ତାଳଚେର : ତାଳଚେରରେ ଡ଼କାୟତଙ୍କ ଆତଙ୍କରାଜ । ଖଣ୍ଡା ଏବଂ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା । ଗତକାଲି ରାତିରେ ଗୋପାଳପ୍ରସାଦ ଥାନା ନିକଟସ୍ଥ ଜଗାବଳିଆ ପେଟ୍ରୋଲ ପମ୍ପରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆତଙ୍କ ଖେଳାଇଥିଲେ । ପେଟ୍ରୋଲ ପମ୍ପ ସେଲ୍ସମ୍ୟାନକୁ ଖଣ୍ଡାରେ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡାଇ ନେଇଥିଲେ । ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା ଏଭଳି ଆତଙ୍କରାଜ । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ପେଟ୍ରୋଲ ପମ୍ପର ସମସ୍ତ କର୍ମଚାରୀ । ଲୁଟ ବେଳର ଚିତ୍ର ସିସିଟିଭିରେ କଏଦ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ରୋଷେଇ ବେଳେ ହଠାତ ଫାଟିଲା ପ୍ରେସର କୁକର

ସୋର : ରୋଷେଇ ବେଳେ ହଠାତ ଫାଟିଲା ପ୍ରେସର କୁକର । ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ସ୍ତ୍ରୀ। ବାଲେଶ୍ବର ବାହାନଗା ବ୍ଲକ ସାଉଡ଼ ଅଞ୍ଚଳର ସମୋନାଥ ଜେନାଙ୍କ ଘରେ ଘଟିଛି ଅଘଟଣ। ସୋମନାଥ ଜେନାଙ୍କ ସ୍ତ୍ରୀ ଝରଣା ଜେନା ରାତିରେ ସାଢେ ତିନି କିଲୋ ମାଂସ ପ୍ରେସର କୁକରରେ ସିଝାଇବା ବେଳେ ପ୍ରେସର କୁକର ଫାଟିଯିବାରୁ ସେ ପୋଡି ଯାଇ ଗୁରୁତର ହୋଇଥିଲେ l ଝରଣାଙ୍କ ମୁହଁ ଓ ହାତ ପୋଡି ଯାଇଛି l ପ୍ରେସର କୁକରକୁ ଗ୍ୟାସରୁ ଓହ୍ଲାଉଥିବା ସ୍ୱାମୀ ସୋମନାଥ ହାତ ପୋଡି ଯିବାରୁ ସାମାନ୍ୟ ଆହତ ହୋଇଛନ୍ତି l ଉଭୟଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ସ୍ତ୍ରୀ ଗୁରୁତର ଥିବାରୁ ସୋରରୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ଏୟାର ଷ୍ଟ୍ରାଇକରେ ୪୨ ଜଣ ପାଲେଷ୍ଟାଇନୀୟ ମୃତ

ନୂଆଦିଲ୍ଲୀ : ଗୁରୁବାର ରାତି ଏବଂ ଶୁକ୍ରବାର ଦିନ ଗାଜା ଉପରେ  ଇସ୍ରାଏଲ ଆକ୍ରମଣ କରିଛି ।  ଏଥିରେ ଶିଶୁଙ୍କ ସମେତ ଅତି କମରେ ୪୨ ଜଣଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନା ଏବଂ ଜରୁରୀକାଳୀନ କର୍ମଚାରୀମାନେ ଏହି ସୂଚନା ଦେଇଛନ୍ତି । ଅଲ-ଅକ୍ସା ଶହୀଦ ଡାକ୍ତରଖାନାର କର୍ମଚାରୀମାନେ କହିଛନ୍ତି ଯେ କେନ୍ଦ୍ରୀୟ ଗାଜାର ନୁସରାଟ, ଜାୱିଡା, ମାଗାଜୀ ଏବଂ ଡିଆର ଅଲ-ବାଲାରେ ହୋଇଥିବା ଆକ୍ରମଣରେ ଏକାଧିକ ମହିଳା ଓ ଶିଶୁଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଦିନ ପୂର୍ବରୁ ଇସ୍ରାଏଲ୍ ଆକ୍ରମଣରେ ଏହି ଅଞ୍ଚଳରେ ଡଜନେ ଲୋକଙ୍କର ମୃତ୍ୟୁ ଘଟିଥିଲା।  ମାଗାଜୀ ଶରଣାର୍ଥୀ ଶିବିରରେ ଅବଦୁଲ ରହମାନ ଅଲ-ନାବ୍ରିସି କହିଛନ୍ତି ଯେ, ଆମେ କ୍ଷେପଣାସ୍ତ୍ର ଆକ୍ରମଣର ଶବ୍ଦକୁ ଶୁଣିଛୁ । ଆମେ ଦେଖିଲୁ ଯେ ପୁରା ଘର ନଷ୍ଟ ହୋଇଯାଇଛି  । ଗୁରୁବାର ଦିନ ହାମାସ ସୁରକ୍ଷା ଅଧିକାରୀ ତଥା ଇସ୍ରାଏଲ ଦ୍ୱାରା ଘୋଷିତ ମାନବିକ ଜୋନ୍ ଉପରେ ଆକ୍ରମଣ ହୋଇଥିଲା।

ଶୁକ୍ରବାର ସକାଳେ ଇସ୍ରାଏଲର ଲୋକମାନେ ମଧ୍ୟ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଇସ୍ରାଏଲ କହିଛି ଯେ, ୟେମେନରୁ ଦେଶକୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା, ଯାହା ଦ୍ବାରା ଜେରୁଜେଲମ ଏବଂ ମଧ୍ୟ ଇସ୍ରାଏଲରେ ଏୟାର ରେଡ ସାଇରନ ଶୁଣାଗଲା  । ଲୋକମାନେ ସୁରକ୍ଷିତ ସ୍ଥାନକୁ ପଳାଇଲେ। ଆହତ କିମ୍ବା କ୍ଷୟକ୍ଷତିର କୌଣସି ଖବର ନଥିଲା, ଯଦିଓ ଜେରୁଜେଲମରେ ଏକ କ୍ଷେପଣାସ୍ତ୍ର କିମ୍ବା ଇଣ୍ଟରସେପ୍ଟରରୁ ଦୁର୍ବଳ ବିସ୍ଫୋରଣ ଶୁଣିବାକୁ ମିଳିଥିଲା ​​ । ଇସ୍ରାଏଲ୍ ସେନା କହିଛି ଯେ ଏକ କ୍ଷେପଣାସ୍ତ୍ର ନଷ୍ଟ କରିଦିଆଯାଇଛି । ଏହି ଆକ୍ରମଣ ଜାରି ରହିଥିବାରୁ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଉଦ୍ୟମ ପୁଣି ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ ସେ ମୋସାଦ ଖୁଫିଆ ଏଜେନ୍ସି, ସିନ୍ ବେଟ୍ ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସି ଏବଂ ସେନାର ଏକ ପ୍ରତିନିଧୀ ଦଳକୁ କତାରରେ ଆଲୋଚନା ପାଇଁ ଅନୁମତି ଦେଇଛନ୍ତି ।

୧୫ ମାସର ଯୁଦ୍ଧ ସମୟରେ ଆମେରିକାର ନେତୃତ୍ୱାଧୀନ ଆଲୋଚନା ବାରମ୍ବାର ଅଟକି ଯାଇଥିଲା । ଯାହା ୭ ଅକ୍ଟୋବର ୨୦୨୩ରେ ହାମାସ ନେତୃତ୍ୱାଧୀନ ଆତଙ୍କବାଦୀଙ୍କ ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣରୁ ଆରମ୍ଭ ହୋଇଥିଲା। ଏହି ଆତଙ୍କବାଦୀମାନେ ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ । ପ୍ରାୟ ୨୫୦ ଲୋକଙ୍କୁ ଅପହରଣ କରି ନେଇଥିଲେ। ପ୍ରାୟ ୧୦୦ ଜଣ ବନ୍ଧକ ଏବେ ମଧ୍ୟ ଗାଜା ଭିତରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅତି କମରେ ଏକ ତୃତୀୟାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ସିଡନୀ ଟେଷ୍ଟ ନ ଖେଳିବା ନେଇ ଏମିତି କହିଲେ ହିଟମ୍ୟାନ୍

ନୁଆଦିଲ୍ଲୀ : ରୋହିତ ଶର୍ମାଙ୍କ ବିନା ସିଡନୀ ଟେଷ୍ଟ ଖେଳୁଛି ଟିମ୍ ଇଣ୍ଡିଆ । ଗତ କିଛି ଦିନ ହେବ ଖବର ଆସିଥିଲା ​​ଯେ ମ୍ୟାନେଜମେଣ୍ଟ ତାଙ୍କୁ ଆଉ ଟେଷ୍ଟ ଦଳରେ ଚାହୁଁନାହିଁ ଏବଂ ଏହି ସିରିଜ୍ ହେଉଛି ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ସିରିଜ୍ । ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ରୋହିତଙ୍କୁ ସିଡନୀ ଟେଷ୍ଟରୁ ବାହାର କରିଦିଆଯାଇଛି ନା ସେ ନିଜେ ଏହି ମ୍ୟାଚରୁ ବାହାରିଛନ୍ତି ? ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ରୋହିତ ଶର୍ମା ଏବେ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ଫର୍ମରେ ନଥିବାରୁ  ଦଳ ପାଇଁ ସିଡନୀ ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଭାବିଲେ ଯେ ତାଙ୍କ ସ୍ଥାନରେ ଜଣେ ଫର୍ମରେ ଥିବା ଖେଳାଳୀଙ୍କୁ ଏକ ସୁଯୋଗ ମିଳିବା ଉଚିତ୍  । ସେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଆଲୋଚନା କରିଥିଲେ ଯେଉଁଠାରେ ଉଭୟ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

ରୋହିତ ଶର୍ମା ଆହୁରି କହିଛନ୍ତି, ବର୍ତ୍ତମାନ ଫର୍ମରେ  ନାହାନ୍ତି, କିନ୍ତୁ ୫ମାସ ମଧ୍ୟରେ ପର୍ମରେ ରହିବେ ନାହିଁ ବୋଲି କିଛି ଗ୍ୟାରେଣ୍ଟି ନାହିଁ  । ମୁଁ କଠିନ ପରିଶ୍ରମ କରିବି । କିନ୍ତୁ ଏହି ନିଷ୍ପତ୍ତି ଅବସର ମଧ୍ୟରୁ ଗୋଟିଏ ନୁହେଁ  । ଲାପଟପ୍, କଲମ ଏବଂ କାଗଜ ଧରି ବାହାରେ ବସିଥିବା ଲୋକମାନେ ସ୍ଥିର କରନ୍ତି ନାହିଁ ଯେ, ଅବସର କେବେ ନେବି ଏବଂ ମୋତେ କେଉଁ ନିଷ୍ପତ୍ତି ନେବାକୁ ପଡ଼ିବ  । ଏହା ବ୍ୟତୀତ ରୋହିତ କହିଛନ୍ତି ଯେ, ସେ ଲଗାତାର ରନ୍ ସ୍କୋର କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏହା ହେଉନାହିଁ । ତେଣୁ ଏଭଳି ପରିସ୍ଥିତିରେ ସିଡନୀକୁ ଆସିବା ପରେ ସେ ଶେଷ ମ୍ୟାଚ୍ ଖେଳିବେ ନାହିଁ ବୋଲି ମ୍ୟାନେଜମେଣ୍ଟକୁ କହିଛନ୍ତି।

ଗୋଟିଏ ଦିନ ଥରିବ, ୬ ତାରିଖରୁ ବଢ଼ିବ ତାପମାତ୍ରା

ଭୁବନେଶ୍ବର : ଆଉ ଦିନେ ପ୍ରବଳ ଶୀତ। ୬ ତାରିଖରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଏବେ ଉପକୂଳ ଅପେକ୍ଷା ଅଧିକ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା। କାଲି ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଜାଡ଼ ଜାରି ରହିବ । ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, ସମ୍ବଲପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେଉଛି । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ଯକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢ଼ିବ। ପ୍ରଭାବରେ ଦୁଇ ଦିନ ପରେ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଘନକୁହୁଡି ପାଇଁ ସତର୍କତା ଜାରି ହୋଇଛି ।