ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଆରଦା ଗ୍ରାମରେ ଅଜଣା ରୋଗ । ଅଜଣା ରୋଗରେ ୨୫ ଛେଳିଙ୍କ ମୃତ୍ୟୁ ଘଟିଛି । ଛେଳି ଗୁଡିକ ବିଲରେ ଚରିବା ବେଳେ ଗୋଟିଏ ପରେ ଗୋଟିଏ ଛେଳିଙ୍କ ମୃତ୍ୟୁ ହୋଇଥିଲା । ମୃତର କାରଣ ଅସ୍ପଷ୍ଟ ରହିଛି । ଛେଳି ଚରିବା ବେଳେ ହିଁ ଗୋଟିଏ ପରେ ଗୋଟିଏ ଛେଳି ଗଳି ପଡ଼ି ମୃତ୍ୟୁ ହେଉଥିବା ଲୋକ କହିଛନ୍ତି । ତାପମାତ୍ରା ବୃଦ୍ଧି ଯୋଗୁଁ ଛେଳି ମୃତ ହେଉଚି ବୋଲି ସନ୍ଦେହ କରାଯାଉଛି ।
ଟ୍ରେନ ଦୁର୍ଘଟଣା: ଟ୍ରକକୁ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ଦ୍ରୁତବେଗରେ ଆସୁଥିବା ଟ୍ରେନ!
ମହାରାଷ୍ଟ୍ରର ଜଲଗାଓଁରେ ଘଟିଯାଇଛି ଏକ ଟ୍ରେନ ଦୁର୍ଘଟଣା । ଏକ ଗହମ ବେଝେଇ ଟ୍ରକ ରେଲଓ୍ବେ ଫାଟକ ଭାଙ୍ଗି ଟ୍ରାକ ଉପରେ ଚଢ଼ିଯାଇଥିଲା । ଏହି ସମୟରେ ଦୁର୍ଭାଗ୍ୟକୁ ଟ୍ରେନ ଆସିଯାଇଥିଲା । ଟ୍ରେନ ଚାଳକ ତୁରନ୍ତ ଏମର୍ଜେନ୍ସି ବ୍ରେକ ଲଗାଇଥିଲେ, ମାତ୍ର ତାହା ଅଟକି ନଥିଲା । ଟ୍ରେନ ଆଗରେ ଫସିଥିବା ଟ୍ରକଟି ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଚାଲିଯାଇଥିଲା । ଆଜି ସକାଳ ୪.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା କୁହାଯାଇଛି ।
ସୂଚନା ମୁତାବକ, ବୋଦବଡ ରେଳ ଷ୍ଟେସନ ନିକଟରେ ସକାଳ ୪.୩୦ ସମୟରେ ଅମରାବତୀ ଏକ୍ସପ୍ରେସ ଏକ ଗହମ ବୋଝେଇ ଟ୍ରକକୁ ଧକ୍କା ଦେବା ସହ ପାଖାପାଖି ଅଧ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଟ୍ରକ ଚାଳକ ବନ୍ଦ ରେଲଓ୍ବେ ଗେଟକୁ ଭାଙ୍ଗି ଟ୍ରାକ ପାର କରିବାକୁ ପ୍ରୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନକୁ ଦ୍ରୁତ ବେଗରେ ଆସି ଟ୍ରକକୁ ଟକ୍କର ଦେଇଥିଲା ।
କନ୍ଧମାଳ କଳିଙ୍ଗା ଘାଟିରେ ବସ ଦୁର୍ଘଟଣା: ଦୁର୍ଘଟଣାରେ ୧୬ ଯାତ୍ରୀ ଆହତ
ଫୁଲବାଣୀ: କନ୍ଧମାଳ କଳିଙ୍ଗା ଘାଟିରେ ବସ ଦୁର୍ଘଟଣା। ଖମ୍ବେଶ୍ଵରୀ ନାମକ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୋର ୫ଟା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୧୬ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ନିକଟସ୍ଥ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଛତିଶଗଡ଼ର ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା। ବସରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ।ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ପୁରୀରେ ମଟନ ବଜାର ଖାଁ ଖାଁ: କ’ଣ ପାଇଁ ଛେଳି ମାଂସ ଖାଇବାକୁ ପଛଘୁଞ୍ଚା ଦେଉଛନ୍ତି ଗ୍ରାହକ?
ପୁରୀ: ପୁରୀରେ ମଟନ ବଜାର ଖାଁ ଖାଁ । ଛେଳି ମାଂସ ଖାଇବାକୁ ପଛଘୁଞ୍ଚା ଦେଉଛନ୍ତି ଗ୍ରାହକ । ସତ୍ୟବାଦୀ ଜୟା ଢ଼ାବାରେ ଗୋ ଚର୍ବି ମିଶାଯିବା ଖବର ଗଣମାଧ୍ୟମରେ ପ୍ରକାଶ ପରେ ଚିନ୍ତାରେ ଲୋକେ । ଫଳରେ ସମସ୍ତଙ୍କ ମନରେ ମଟନ ଖାଇବାକୁ ନେଇ ପୂର୍ବରୁ ଥିବା ଆଗ୍ରହ କମିବାରେ ଲାଗିଛି । ଜୟା ଢାବା ଘଟଣା ପରେ ସନାତନ ଧର୍ମ ତଥା ସାମାଜିକ ସ୍ତରରେ ସମସ୍ତଙ୍କ ମନରେ ମଟନ ପ୍ରତି ଘୃଣାଭାବ ସୃଷ୍ଟି ହୋଇଛି । ଶ୍ରୀକ୍ଷେତ୍ର ବାସୀଙ୍କ ମନରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଥିବା ବେଳେ ଏହାର ଦୂରୀକରଣ ନେଇ ପ୍ରଶାସନର ପଦକ୍ଷେପକୁ ସାଧାରଣରେ ନାପସନ୍ଦ କରାଯାଇଛି । ମାଂସ ଟେଷ୍ଟ ରିପୋର୍ଟ ଆସିବାରେ ବିଳମ୍ବ ତଥା ପ୍ରଶାସନିକ କ୍ଷେତ୍ରରେ ଘଟଣାକୁ ନେଇ ନିଆଯାଉଥିବା ପଦକ୍ଷେପ ସନ୍ତୋଷ ଜନକ ନଥିବା ଅଭିଯୋଗ ହୋଇଛି । ଶୀଘ୍ର ଏ ଦିଗରେ ସଠିକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି ।
ଏହି ଚର୍ଚ୍ଚିତ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିନଥିବା ବେଳେ କିଛି ଲୋକ ପ୍ରାୟଶ୍ଚିତ କରିବା ନେଇ ମୁଣ୍ଡନ ହେଉଥିବା ଦୃଶ୍ୟ ସମାଜରେ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରିଛି l ଏହି ଘଟଣା ପାଇଁ ପ୍ରଶାସନର କିଛି ବିଭାଗକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ । ବହୁ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ପୌରସଂସ୍ଥା ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ କଂସେଇ ଖାନାର ପ୍ରଚଳନ ରହିଥିବା ବେଳେ, ସାଧାରଣ ଲୋକେ ଏଥିରୁ ବେଶ ଉପକୃତ ହେଉଥିଲେ । ଧର୍ମକୁ ଆଖି ଠାର ଭଳି ଏବେ କଂସେଇ ଖାନା କାଗଜ କଲମରେ ଚାଲୁଛି। ରାସ୍ତା ଘାଟରେ କଟାଯାଉଛି ମଟନ। ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ହେବ ପୁରୀରେ କଂସେଇ ଖାନା କାର୍ଯ୍ୟକ୍ଷମ ନଥିବା ନେଇ ପଶୁ ସମ୍ପଦ ଅଧିକାରୀ ମତ ରଖିଛନ୍ତି । ଗୋ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ଏକ ସ୍ୱତ୍ରନ୍ତ୍ର ଆଇନ ରହିଛି। କିନ୍ତୁ ଏହାକୁ କଡା କଡି ଭାବେ ପାଳନ କରାଯାଉନଥିବାରୁ ଗୋ ଚାଲାଣ ଓ ଗୋ ହତ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି ।
ପାଣିରେ ବୁଡି ଭିସୁଟର ଜଣେ ଛାତ୍ରଙ୍କ ମୃତ୍ୟୁ
ବୁର୍ଲା: ପାଣିରେ ବୁଡି ଭିସୁଟର ଜଣେ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣଙ୍କ ହେଲେ ପ୍ରିୟାଂଶୁ ପ୍ରକାଶ ବେହେରା । ତାଙ୍କ ଘର ଢେଙ୍କାନାଳ ଜ଼ିଲ୍ଲାରେ ହୋଇଥିବା ବେଳେ ସେ ସିଭିଲ ଇଞ୍ଜିନିୟରିଂରେ ପ୍ରଥମ ବର୍ଷର ଛାତ୍ର ଥିଲେ । ଆଜି ଅନ୍ୟ ସାଙ୍ଗ ମାନଙ୍କ ସହ ସମ୍ବଲପୁର ବୁର୍ଲା ସ୍ଥିତ ଅଠର ହଜାର କେନାଲକୁ ଗାଧୋଉଥିବା ପାଇଁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ଅସାବଧାନତା ହେତୁ ପାଣିରେ ବୁଡ଼ିଯାଇଥିଲେ । ଅନ୍ୟ ସହପାଠୀମାନେ ତାଙ୍କୁ ଉଦ୍ଧାର କରିଥିଲେ ।

