spot_img
Home Blog Page 1178

ଆରମ୍ଭ ହେଲା ଅନ୍ଧାରୁଆ ମା‘ ଫୁଲବତୀ କ୍ଲବର ୩୦ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ବର : ଅନ୍ଧାରୁଆ ମା‘ ଫୁଲବତୀ ଆଦିବାସୀ କ୍ଲବ୍ ପକ୍ଷରୁ ଆୟୋଜିତ ହେଉଥିବା ୩୦ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ପ୍ରତିଯୋଗୀତା ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅନ୍ଧାରୁଆ ଶବର ସାହି ଫୁଟବଲ ପଡିଆରେ ଆୟୋଜିତ ହେଉଛି। ଟୁର୍ଣ୍ଣାମେଣ୍ଟକୁ ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ ଉଦଘାଟନ କରିଥିଲେ। ଟୁର୍ଣ୍ଣମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିନର ଲିଗ୍ ମ୍ୟାଚରେ ଦଳୁଆ, ପାଣିଓଳା, କୁଜିମହଲ, ଗୁପ୍ତପଡ଼ା, କଣ୍ଟାବାଡ଼, ଗାଡ଼କଣ, ଦାସପୁର, କରଡ଼ାପଲ୍ଲିର ଟିମ୍ ଅଂଶଗ୍ରହଣ କରିଥିଲେ। ଏହି ଦଳଙ୍କ ମଧ୍ୟରୁ ଦାସପୁର ଓ କୁଜିମହଲ ଫୁଟବଲ ଟିମ୍ ସେମିଫାଇନାଲକୁ ଉନ୍ନିତ ହୋଇଛନ୍ତି। ମ୍ୟାଚକୁ ରେଫରି ଆନନ୍ଦ ନାୟକ, ମନୋରଂଜନ ଖୁଣ୍ଟିଆ ଓ ଦାସରଥି ଖୁଣ୍ଟିଆ ପରିଚାଳନା କରିଥିଲେ।

ସ୍ପେଶାଲ ସ୍କ୍ବାଡ ନାମରେ ସହଦେବଙ୍କୁ କରାଯାଉଥିଲା ହଇରାଣ : ବିଜେଡି

ଭୁବନେଶ୍ବର : ରାଜ୍ୟରେ ଚାଲିଛି ଜଙ୍ଗଲରାଜ । ସହଦେବ ନାୟକଙ୍କୁ ଜେଲରେ ପୂରାଇବାକୁ ଚାଲିଥିଲା ଯୋଜନା । ପୂର୍ବରୁ ତାଙ୍କ ଘରେ ବ୍ରାଉନ ସୁଗାର ରଖି ଦିଆଯାଇଥିଲା ଧମକ । ସହଦେବ ନାୟକ ସାହସର ସହ ମୁକାବିଲା କରିଛନ୍ତି । ସ୍ପେଶାଲ ସ୍କ୍ବାଡ ନାମରେ ସହଦେବଙ୍କୁ କରାଯାଉଥିଲା ହଇରାଣ । ମୃତ୍ଯୁ ପୂର୍ବରୁ ସହଦେବଙ୍କୁ ରାସ୍ତାରୁ ହଟାଇ ଦିଆଯିବା ଲାଗି ମିଳିଥିଲା ଧମକ । ଡିସିପିଙ୍କୁ ବି ଏନେଇ ମିଳିଥିଲା ସୂଚନା । ତଥାପି ସହଦେବଙ୍କୁ ହତ୍ଯା କରାଗଲା । ପୋଲିସ କିଛି କରିପାରିଲାନି । ପୋଲିସ ୫ ଜଣଙ୍କୁ ଗିରଫ କରି ବାହାବା ନେବାକୁ ଚେଷ୍ଟା କରୁଛି ବୋଲି ବିଜେଡି ପୁଣି ପ୍ରେସମିଟ କରି ବର୍ଷିଛି । ହତ୍ଯା ପଛରେ ବହୁତ କିଛି ରହସ୍ଯ ଅଛି । ନଭେମ୍ବର ୩ ତାରିଖରେ ଭିଡିଓ ଦେଖାଇ ସହଦେବ ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ । କିନ୍ତୁ ପୋଲିସ ତାଙ୍କୁ ସୁରକ୍ଷା ଦେଇପାରିଲାନାହିଁ । ହତ୍ଯା ପଛରେ କ’ଣ କାରଣ ରହିଛି ଭିଡିଓରୁ ସ୍ପଷ୍ଟ ହୋଇଛି । ସହଦେବ ନାୟକ ବ୍ରାଉନସୁଗାର ବେପାରକୁ ବିରୋଧ କରୁଥିଲେ । ଅନ୍ଯପଟେ ନଭେମ୍ବର ୧ କିମ୍ବା ୨ ରାତିରେ ସହଦେବଙ୍କ ଘରକୁ କିଏ ଯାଇଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି । ପୋଲିସକୁ କହିବା ପରେ ବି ପୋଲିସ ତଦନ୍ତ ହେଲା ନାହିଁ । ବିଜେଡି ବଡ଼ ଅଭିଯୋଗ କରି କହିଛି, ସହଦେବ ନାୟକଙ୍କୁ ଜେଲରେ ପୂରାଇବାକୁ  ଯୋଜନା ଚାଲିଥିଲା । ପୂର୍ବରୁ ତାଙ୍କ ଘରେ ବ୍ରାଉନ ସୁଗାର ରଖି ଧମକ ଦିଆଯାଇଥିଲା । ସହଦେବ ନାୟକ ସାହସର ସହ ମୁକାବିଲା କରିଛନ୍ତି । ହତ୍ଯା ପଛରେ ପୋଲିସ ଓ ସ୍ପେଶାଲ ସ୍କ୍ବାଡର ଭୂମିକା ସନ୍ଦେହରେ ରହିଛି । ସହଦେବଙ୍କ ଘରେ ଥିବା ସିସିଟିଭି ଫୁଟେଜର ତଦନ୍ତ ହେବା ଦରକାର । ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ଯକତା ରହିଛି । ମୁଖ୍ଯମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠୁଛି । ହତ୍ଯାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର ।

ବିଶାଲ ଦାସ ଓ ୧୧ ପିଆରଆଇ ସଦସ୍ୟଙ୍କୁ ଛାଡିଲା ପୋଲିସ

ଭୁବନେଶ୍ବର : ଦିବଂଗତ ବିଜେଡି ନେତା ନବ ଦାସଙ୍କ ପୁଅ ବିଶାଲ ଦାସ ଓ ୧୧ ପିଆରଆଇ ସଦସ୍ଯଙ୍କୁ ଛାଡିଲା ଛିତିଶଗଡ ପୋଲିସ ।  ବିଏନଏସ ଧାରା- ୩୩୧/୪, ୧୯୧/୨ରେ ମାମଲା ରୁଜୁ ହୋଇଥିଲା । ହୋଟେଲରେ ଭଙ୍ଗାରୁଜା ଓ ଆତଙ୍କ ଖେଳାଇବା ମାମଲା ଦାୟର କରିଥିଲା  ପୋଲିସ । ହୋଟେଲ ମ୍ୟାନେଜର ପ୍ରବୀଣ ଭୋଇଙ୍କ ଏତଲା ଆଧାରରେ, ବିଏନଏସ ଧାରା- ୩୩୧/୪, ୧୯୧/୨ରେ ମାମଲା ରୁଜୁ ହୋଇଥିଲା ।  ଅନାସ୍ଥା ଭୋଟରେ ପରାଜୟ ଭୟରେ ବିଜେପିର ଏହି ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି ବିଶାଲ । ବିଏନଏସ ଧାରା-୩୫-(୧) ଅନୁଯାୟା ଗିରଫ ପରେ ସମସ୍ତ ୧୨ଜଣଙ୍କୁ ନୋଟିସ ଦେଇ ପୋଲିସ ଛାଡିଛି ।  ସେପଟେ ଛତିଶଗଡ଼ରେ ବିଶାଳ ଦାସ ଓ ତାଙ୍କ ସହଯୋଗୀ ଅଟକ ରହିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ।  ମହସମୁଦ ପୋଲିସ ଆଇନ ଅନୁଯାୟୀ କାମ କରୁଛି । କିଛି ଲୋକ ନିଖୋଜ ଥିବା ଅଭିଯୋଗ ପାଇବା ପରେ ସମସ୍ତଙ୍କୁ ଛତିଶଗଡରେ ଅଟକ ରଖିଥିଲା ଛତିଶଗଡ ପୋଲିସ । ଆମେ କେବଳ ଛତିଶଗଡ ପୋଲିସର ତଦନ୍ତରେ ସହାୟତା କରିଥିବା କହି ନିଜ ଦାୟିତ୍ବରୁ ଓହରି ଯାଇଛନ୍ତି ଉତ୍ତରାଞ୍ଚଳ ଆଇ ଜି ହିମାଂଶୁ ଲାଲ ।

ପ୍ରବାସୀ ଭାରତୀୟ ସମ୍ମିଳନୀରେ ହଜିଗଲା ଓଡିଆ ଅସ୍ମିତା, ଗାନ ହେଲାନି ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର/କଟକ : ଓଡ଼ିଆ ଅସ୍ମିତା କଥା କହି ଶାସନକୁ ଆସିଥିଲା। ହେଲେ ବିଶ୍ବସ୍ତରୀୟ ମଞ୍ଚରେ ଦଳିଚକଟି ଫୋପାଡିଦେଲା ବିଜେପି। ପ୍ରବାସୀ ଭାରତୀୟ ସମ୍ମିଳନୀରେ ଓଡ଼ିଆ ଅସ୍ମିତା ଓ ରାଜ୍ୟର ସମ୍ମାନ ବହନ କରୁଥିବା ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା ନାହିଁ। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଉତ୍କଳ ସମ୍ମିଳନୀ। ଖୋଦ୍ ଓଡିଶାରେ ଏତେ ବଡ଼ ସମ୍ମିଳନୀ ହୋଇଥିଲେ ବି ରାଜ୍ଯ ସରକାର ଓଡ଼ିଆ ଅସ୍ମିତା ପ୍ରତି କରିଛନ୍ତି କୁଠାରାଘାତ। ଏସମ୍ପର୍କରେ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି ଉତ୍କଳ ସମ୍ମିଳନୀ। ଆନ୍ଧ୍ର ଓ ତାମିଲନାଡୁ ଆଦି ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗୀତ ଗାନ ହୁଏ। ହେଲେ ଏହାକୁ ଫୁ କରିଛନ୍ତି ସରକାର। ଏହା ସହ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଓ ସୀମା ସୁରକ୍ଷାରେ ସରକାରଙ୍କ ଆନ୍ତରିକତା କଥା ଉଠାଇଛି ସମ୍ମିଳନୀ। ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଓଡିଶା ହୋଇଥିବା ବେଳେ  ବନ୍ଦେ ଉତ୍କଳ ଜନନୀକୁ ସରକାର ସମ୍ମାନ ଓ ମର୍ଯ୍ୟାଦା ଦେବା କଥା। କିନ୍ତୁ ତାହା ନହେବା ଲଜ୍ଜାଜନକ ବୋଲି କହିଛି ଓଡ଼ିଆ ଅସ୍ମିତା ପରିଷଦ।

ସେପଟେ କଂଗ୍ରେସ ଓ ବାମପନ୍ଥୀ ଦଳ ବି ଏହାକୁ କରିଛନ୍ତି ସମାଲୋଚନା। ବିଜେପି ସରକାର ଓଡ଼ିଆ ଅସ୍ମିତାକୁ  ସୁରକ୍ଷା ଦେବା ପରିବର୍ତ୍ତେ ଅପମାନ କରିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି। ନବୀନ ପଟ୍ଟନାୟକଙ୍କ ସମୟରେ ଆନ୍ତର୍ଜାତିକ ସମ୍ମିଳନୀରେ ରାଜ୍ୟ ସଙ୍ଗୀତ ଗାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନର  ମୁଖ୍ୟମନ୍ତ୍ରୀ ଏବେ ବିଦେଶୀ ପାଲଟି ଯାଇଛନ୍ତି।  ଓଡ଼ିଆ ଅସ୍ମିତା ବିଜେପିର ଏକ ନିର୍ବାଚନ ଚାଲ୍ ଥିବା ବୋଲି କହିଛନ୍ତି ବାମପନ୍ଥୀ ନେତା। ରାଜ୍ୟର ସ୍ୱାର୍ଥ ସମ୍ବଳିତ ମହାନଦୀ, ପୋଲାଭରମ ପ୍ରସଙ୍ଗ ଓ କୋଟିଆ ପ୍ରସଙ୍ଗରେ ବି ରାଜ୍ଯ ବିଜେପି ସରକାର ଚୁପ୍।

ଗତ ତିନି ଦିନ ଧରି ଚାଲିଥିବା ପ୍ରବାସୀ ଭାରତୀୟ ସମ୍ମେଳନ ଉଦଯାପିତ

ଭୁବନେଶ୍ବର : ଉଦଯାପିତ ହେଲା ପ୍ରବାସୀ ଭାରତୀୟ ସମ୍ମେଳନ। ପ୍ରବାସୀମାନେ ଓଡିଶା ବିକାଶରେ ହୁଅନ୍ତୁ ଭାଗିଦାରୀ। ଅପିଲ କଲେ ରାଷ୍ଟ୍ରପତି ଦୈପଦୀ ମୁର୍ମୁ । ଉଦଯାପନୀ ସମ୍ମେଳନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ପ୍ରବାସୀ ଓଡିଆ ଲୋକଙ୍କୁ ଧନ୍ଯବାଦ ଜଣାଇବା ସହ ୨୩ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରିଛନ୍ତି। ଏଥିସହିତ ପ୍ରବାସୀଙ୍କ ସଫଳ କାହାଣୀ ବିଶ୍ୱବାସୀଙ୍କୁ ଅଭିଭୂତ କରିଛି ଏବଂ ଆଗାମୀ ଦିନରେ ପ୍ରତ୍ଯେକ ଓଡିଆଙ୍କ ପାଇଁ ଆଦର୍ଶ ହେବ ବୋଲି ସେ କହିଛନ୍ତି। ସେହିଭଳି ମୁଖ୍ଯମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ସମ୍ମିଳନୀ ହୃଦୟର ମିଳନ, ନୂଆ ନୂଆ ଚିନ୍ତାଧାରା ଓ ଭାବର ଆଦାନପ୍ରଦାନ ପାଇଁ ସ୍ମରଣୀୟ ରହିବ। ଏହି ସମ୍ମିଳନୀ ଜରିଆରେ ଓଡିଶା ସାରା ବିଶ୍ୱ ପାଖରେ ପହଂଚି ପାରିଛି। ଓଡ଼ିଆ ଭାଷା ବିଭାଗ ତରଫରୁ ପ୍ରବାସୀ ଭାରତୀୟଙ୍କ ପାଇଁ ଜଣେ ନୋଡାଲ ଅଫିସର ରଖିବାକୁ ଏହି ଅବସରରେ ମୁଖ୍ଯମନ୍ତ୍ରୀ ଘୋଷଣା କରିଛନ୍ତି ।

ପ୍ରବାସୀ ଭାରତୀୟ ସମ୍ମେଳନରେ ଝଲସିଛି ରାଜ୍ଯର ସଂସ୍କୃତି ଓ ପରମ୍ପରାର  । ରାଜ୍ଯର କଳା ଓ ସଂସ୍କୃତି ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଲୁକା କଳା ସବୁ ଏକାଠି ଗୋଟିଏ ବାସ୍କେଟରେ ପ୍ରଦର୍ଶିତ ହେବା ପ୍ରଶଂସନୀୟ। ତା ସହିତ ଅନ୍ୟ ରାଜ୍ୟର କଳା ଓ ସଂସ୍କୃତି କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଥାନିତ ହୋଇଛି। ଏହା ଭାରତ ଓ ଓଡ଼ିଶାର ମହାନ୍ ପରମ୍ପରାକୁ ଦର୍ଶାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ପ୍ରବାସୀ ଭାରତୀୟ ସମ୍ମେଳନରେ ଅନୁଷ୍ଠିତ ପ୍ରଦର୍ଶନୀ ଆସନ୍ତା ଦୁଇ ଦିନ ପର୍ଯ୍ଯନ୍ତ ଅର୍ଥାତ ୧୨ ତାରିଖ ସନ୍ଧ୍ୟା ଯାଏଁ ଖୋଲା ରହିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା । ସାଂସ୍କୃତିକ କାର୍ଯ୍ୟକ୍ରମ ବି ଜାରି ରହିବ । ସାଧାରଣ ଲୋକ ନିଶୁଳ୍କରେ ପ୍ରବେଶ କରିପାରିବେ ବୋଲି ସେ କହିଛନ୍ତି। ପ୍ରବାସୀ ଭାରତୀୟ ସମ୍ମାନ ପାଇଁ ରାଜ୍ଯ ସରକାରଙ୍କୁ ଧନ୍ଯବାଦ ଜଣାଇଛନ୍ତି ପ୍ରବାସୀ । ପ୍ରବାସୀ ଭାରତୀୟ ସମ୍ମେଳନକୁ ସଫଳ କରିବାକୁ ରାଜ୍ଯ ସରକାର ସମାନ୍ତରାଳ ଭାବେ ଏକାଧିକ ସାଂସ୍କୃତିକ କାର୍ଯ୍ଯକ୍ରମର ମଧ୍ଯ ଆୟୋଜନ କରିଛନ୍ତି ।

‘ଆଳୁ ଦର ନିୟନ୍ତ୍ରଣ କରିବା ବଦଳରେ ହାତ ଟେକିଦେଇଛନ୍ତି ରାଜ୍ୟ ସରକାର’

ଭୁବନେଶ୍ବର : କମୁନି ଆଳୁ ଟେନସନ୍ । ପୁଣି ଉପରମୁହାଁ ଦର । ୪୦ ଟଙ୍କାରେ ମିଳୁଛି କେଜିଏ । ପର୍ଯ୍ୟାପ୍ତ ପରିମାଣରେ ଆଳୁ ମାର୍କେଟକୁ ଆସୁନଥିବାରୁ ଦର କମିବାର ନାଁ ନେଉନାହିଁ । ଆଳୁ ଦର ନିୟନ୍ତ୍ରଣ କରିବା ବଦଳରେ ହାତ ଟେକିଦେଇଛନ୍ତି ରାଜ୍ୟ ସରକାର । ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଆଳୁ ପାଇଁ ଆମେ କାହା ପାଖରେ ହାତ ପତାଇବୁ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ସ୍ଵାବଲମ୍ଵୀ କରାଇବା ଆଳରେ ନିଜର ଦାୟିତ୍ଵକୁ ଜାଣିଜାଣି ଏଡ଼ାଇ ଯାଉଛନ୍ତି ଯୋଗାଣ ମନ୍ତ୍ରୀ । ବଜାରରେ ଆଳୁ ଦରରେ ନିଆଁ ଲାଗିଥିବା ବେଳେ କେବେ ପରିସ୍ଥିତି ସ୍ବାଭାବିକ ହେବ ସେ ଉତ୍ତର ଯୋଗାଣ ମନ୍ତ୍ରୀଙ୍କ ପାଖରେ ନାହିଁ । ପଶ୍ଚିମବଙ୍ଗ ସରକାର ଆଳୁ ଦେଉନଥିବାରୁ ରାଜ୍ୟରେ ଆଳୁ ସଂଙ୍କଟ ରହିଛି କି ବୋଲି ପ୍ରଶ୍ନ ହେବାରୁ ମନ୍ତ୍ରୀ କହୁଛନ୍ତି ପଶ୍ଚିମ ବଙ୍ଗ ସରକାର ନିଜ ପଲିସିରେ କାମ କରୁଛନ୍ତି, ଓଡ଼ିଶା ତା ପଲିସିରେ କାମ କରୁଛି। ଯୋଗାଣ ମନ୍ତ୍ରୀ ଆଳୁ ଦର ନେଇ ଗାଲୁଆ ଗପ କହୁଛନ୍ତି ବୋଲି ବିଜେଡ଼ି କହିଛି । ବିଜେଡ଼ି ବିଧାୟକ ସାରଦା ଜେନା କହିଛନ୍ତି ଯେ ୪ ମାସ ହେବ ଆଳୁ ଦର ନିୟନ୍ତ୍ରଣ ବାହାରେ ଥିବାବେଳେ ଯୋଗାଣ ମନ୍ତ୍ରୀ ବେଫିକର ବୟାନ ଦେବାରେ ଲାଗିଛନ୍ତି । ଯାହା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସେପଟେ କଂଗ୍ରେସ କହିଛି ବିଜେପି ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ।

ଆଳୁ ଦର କେବେ ନିୟନ୍ତ୍ରଣକୁ ଆସିବ ସେ ଉତ୍ତର ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଅନ୍ୟପଟେ ଦର ଉଚ୍ଚା ଥିବାରୁ ଗରିବଙ୍କ ହାଣ୍ଡିଶାଳରୁ ଉଭେଇ ଯାଇଛି ଆଳୁ । ସାଧାରଣ ଲୋକଙ୍କ ଖାଦ୍ୟ ଥାଳିରେ ଆଳୁ ଆବଶ୍ୟକତା ଥିବାରୁ କେଜି ବଦଳରେ ୫୦୦ ଗ୍ରାମ ନେଇ ଘରକୁ ଫେରୁଛନ୍ତି ।  ବିଜେପିକୁ ଭୋଟ ଦେଇ ମହଙ୍ଗା ମାଡ଼ର ଶିକାର ହୋଇଥିବା କହିଛନ୍ତି ସାଧାରଣ ଲୋକ । ଆଳୁରେ ଓଡ଼ିଶା କେବେ ଆତ୍ମନିର୍ଭର ହେବ ଓ ଦର କମିବ ତାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ନିକଟରେ ଦରଦାମ ନିୟନ୍ତ୍ରଣ କରିବା ପାଇଁ ବିଜେଡ଼ି ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଉପରେ ଚାପ ପକାଇଛି ।c

‘ଖରାପ ଧାନ ନୁହେଁ, FAQ ମାନର ଧାନ କିଣିବେ ସରକାର’

ଭୁବନେଶ୍ବର : ଧାନ କିଣାରେ ସରକାରଙ୍କ ନୂଆ କେଁ । FAQ ଆଳରେ ଚାଷୀଙ୍କ ବିରୋଧରେ ଷଡ଼ଯନ୍ତ୍ର । ଯୋଗାଣ ମନ୍ତ୍ରୀ କହିଲେ ନେବୁନି ଖରାପ ଧାନ । ବର୍ଷିଲା ବିଜେଡି,  ଚାଷୀଙ୍କ ପାଇଁ ଶାଣିତ କଲା ସ୍ବର ।.. ..ଭଲ କ୍ୱାଲିଟିର ଧାନ ଆଣିଲେ ଭଲ କ୍ୱାଲିଟିର ପଇସା ନେବେ । ଖରାପ ଧାନକୁ ମଣ୍ଡିକୁ ଆଣନାହିଁ । ସରକାର ସେ ଧାନ କିଣିବେ ନାହିଁ। ମଣ୍ଡିରେ ଧାନ ଉଠୁନାହିଁ, ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଚାଷୀଙ୍କୁ ଏପରି ଚରମବାଣୀ ଶୁଣାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି କେବଳ  FAQ ମାନର ଧାନ କିଣିବେ ସରକାର । ତେଣୁ FAQ ମାନର ଧାନ ଛଡ଼ା ଖରାପ ଧାନ ମଣ୍ଡିକୁ ନଆଣିବାକୁ ଚାଷୀଙ୍କୁ ଖୋଲାଖୋଲି କହିଛନ୍ତି ମନ୍ତ୍ରୀ । ଏହାସହ ଧାନ କିଣାରେ ମଣ୍ଡିରେ ହେଉଥିବା ଗଣ୍ଡଗୋଳ କଥାକୁ ମଧ୍ୟ ସ୍ବୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟ ସରକାର ଏଯାଏ ୨୩ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି । ଆଗକୁ ଧାନ ସଂଗ୍ରହ ଭଲ ଭାବେ ଚାଲିବ ବୋଲି ସେ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନକୁ ସରକାର କିଣିବେନି ବୋଲି କହିଛନ୍ତି । ପୂର୍ବରୁ ସରକାର କହିଥିଲେ ଯେ ସବୁ ଧାନ ଚାଷୀଙ୍କ ଠାରୁ କିଣିବେ, ଏପରିକି ଅଦିନିଆ ବର୍ଷାରେ ଧାନ ରଙ୍ଗ ପରିବର୍ତ୍ତନ ହୋଇଥିଲେ ଧାନ ସରକାର କିଣିବେ ବୋଲି କହିଥିଲେ । ଏବେ ପୁଣିଥରେ ଧାନ କିଣିବେନି ବୋଲି କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ସେପଟେ ଧାନ କିଣା ନେଇ ରାଜ୍ୟ ସରକାର ବାରମ୍ବାର ମତ ବଦଳାଇବାକୁ ନେଇ ବର୍ଷିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିଯୋଗ କରିଛନ୍ତି ଯେ FAQ ମାନ ଆଳ ଦେଖାଇ ଚାଷୀଙ୍କ ବିରୋଧରେ ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି। ଧାନ ନକିଣିବା ପାଇଁ FAQ ମାନକୁ ଢାଲ କରାଯାଇଛି । ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟ ଯୋଗୁଁ ଚାଷୀ ଅଭାବୀ ଧାନ ବିକ୍ରି କରୁଛନ୍ତି । ମିଲରେ ଧାନ କିଣାଯାଉନାହିଁ । ସବୁଠି ଚାଷୀ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ଏଯାଏ ମାତ୍ର ୩୦ ପ୍ରତିଶତ ଧାନ କିଣିଛନ୍ତି । ତାହା ପ୍ରମାଣିତ କରିଛି ଧାନ କିଣାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ନିଜ ଘୋଷଣା ଅନୁସାରେ ସରକାର ଧାନ ନକିଣି ଚାଷୀଙ୍କୁ ଧୋକା ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ତୁରନ୍ତ ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରି ସର୍ବଦଳୀୟ ବୈଠକ ଡକାନ୍ତୁ ବୋଲି ବିଜେଡି ଦାବି କରିଛି । ଯୋଗାଣ ମନ୍ତ୍ରୀ ପୂର୍ବରୁ ବାହାସ୍ଫୋଟ ମାରୁଥିଲେ, ଏବେ ରାଜ୍ୟର ୬ ଲକ୍ଷ ଚାଷୀଙ୍କୁ କାହିକି ହତାଶ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । କଂଗ୍ରେସ ମଧ୍ୟ ଧାନ କିଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । E-KYC ପରି FAQ ଆଳ ଦେଖାଇ ଚାଷୀଙ୍କୁ ହତାଶ କରୁଛନ୍ତି ରାଜ୍ୟ ସରକାର । ମିଲର ଧାନ କିଣୁନଥିବାରୁ ରାଜ୍ୟ ସାରା ଚାଷୀ ହଇରାଣ ହେଉଛନ୍ତି । ଠିକ ଏତିକିବେଳେ ଯୋଗାଣ ମନ୍ତ୍ରୀଙ୍କ ଧାନ କିଣା ବୟାନ ଧାନମଣ୍ଡି ସମସ୍ୟାରେ ନିଆଁ ଲଗାଇଛି ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବର୍ଜ୍ଯବସ୍ତୁରେ ନିର୍ମାଣ ୧୧ରୁ ଅଧିକ ସୁନ୍ଦର କଳାକୃତି

ପୁରୀ : ମନ ମୋହୁଛି କଳାକୃତି । ସୁନ୍ଦର ଓ ଆକର୍ଷଣୀୟ କଳା । ବର୍ଜ୍ଯରେ ଅତି ସୁନ୍ଦର ଭାବେ ସଜାଇଛନ୍ତି କଳାକାର । ପୁରୀ ବେଳାଭୂମିର ସୌନ୍ଦର୍ଯ୍ଯକୁ ଦ୍ବିଗୁଣିତ କରିଛି ଏହି କଳାକୃତି । ପର୍ଯ୍ୟଟନ ଶିଳ୍ପ ଅବିବୃଦ୍ଧି ଲକ୍ଷ୍ଯରେ ଏହାକୁ ନିର୍ମାଣ କରିଛନ୍ତି କଳାକାର । ଭିବିନ୍ନ ପ୍ରକାରର ବର୍ଜ୍ୟ ଵସ୍ତୁ ବ୍ୟବହାର କରାଯାଇ ୧୧ ପ୍ରକାରର କଳାକୃତି ନିର୍ମାଣ ହୋଇଛି l ଏସପୁ ପୁରୀର ନୀଳାଦ୍ରି ବିଚର ସ୍ୱତ୍ରନ୍ତ୍ର ପରିଚୟ ସୃଷ୍ଟି କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଅବ୍ୟବହୃତ ଟାୟାରରୁ ସମୁଦ୍ର କଙ୍କଡା, ଖାଲି ବୋତଲରେ ଜେଲି ଫିସ୍ ସହ ଅନ୍ଯାନ୍ଯ ବର୍ଜ୍ଯ ସାମଗ୍ରୀରେ ନିର୍ମାଣ ହୋଇଛି ଆକର୍ଷଣୀୟ କଳାକୃତି । ଯାହୁକ ବେଶ୍ ପ୍ରଶଂସା କରିଛନ୍ତି ପର୍ଯ୍ଯଟକ ।

ସମୁଦ୍ର ଗର୍ଭରେ ଥିବା ପ୍ରବାଳ ବୃକ୍ଷ ଓ ମାଛର କଳାକୃତି ସାଙ୍ଗକୁ କୁଟା ଓ ବାଉଁଶ ରେ ନିର୍ମିତ ସୁନ୍ଦର କଳା ଦେଖିବାକୁ ସଂଧ୍ଯାହେଲେ ଜମୁଛି ଭିଡ଼ । ଏହାସହ ବିଚରେ ଆୟୋଜିତ ହୋଇଛି ହସ୍ତଶିଳ୍ପ ହାଟ । ବେଳାଭୂମିରେ କଳାକୃତିକୁ ଦେଖିବା ସହ ହାଟରୁ ବିଭିନ୍ନ କଳାକୃତି କିଣି ନେଉଛନ୍ତି ପର୍ଯ୍ଯଟକ । ଏପରି ହାଟ ପ୍ରତିବର୍ଷ କରାଗଲେ ହସ୍ତ କାରିଗର ମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଶିଳ୍ପୀ ।ଭାସ୍କର୍ଯ୍ୟ କଳା ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ଓ ସଚେତନତା ସୃଷ୍ଟି କରିବା ସହ ଆମ ପାରିପାର୍ଶ୍ଵିକ ପରିବେଷକୁ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ଇକୋ ଟୁରିଜିମ ଅଧିକାରୀ ।

ରୋଗୀଙ୍କ ଭରସା ହରାଉଛି କଟକ ଏସସିବି ମେଡିକାଲ, ଦୁଇଟି ସିଟି ସ୍କାନ ମେସିନ ପୂରଣ କରିପାରୁନାହିଁ ଲୋକଙ୍କ ଆବଶ୍ୟକତା !

କଟକ : ନିରାଶ କରୁଛି ଏସସିବି । ଅସନ୍ତୁଷ୍ଟ ରୋଗୀ ଓ ସମ୍ପର୍କୀୟ । ରୋଗୀ ପରାମର୍ଶ ଠାରୁ ଔଷଧ ସବୁ ମିଳୁଛି ମାଗଣା । ହେଲେ ଘରୋଇ ସଂସ୍ଥାର ମନମାନି ଯୋଗୁଁ ହଇରାଣ ହେଉଛନ୍ତି ରୋଗୀ । ଏପରି ଅବ୍ଯବସ୍ଥା ଦେଖିବାକୁ ମିଳିଛି ସିଟିସ୍କାନ ସେଣ୍ଟରରେ । ଯାହାର ଚିଠା ନିଆଯାଉଛି ତାର କେଉଁ ସମୟରେ ପରୀକ୍ଷା ହେବ ତାହା ଜଣାଉ ନାହାନ୍ତି ଅଧିକାରୀ । ଫଳରେ ଦିନ ଦିନ ଅପେକ୍ଷା କରି ଫେରୁଛନ୍ତି ରୋଗୀ ଓ ସମ୍ପର୍କୀୟ । ବ୍ଯବସ୍ଥାକୁ ସରଳୀକରଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ସମସ୍ୟାକୁ ସ୍ୱୀକାର କରିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ । ପ୍ରତିଦିନ ଏସସିବିର ଓପିଡି ଓ ଆଇପିଡିରେ ପ୍ରାୟ ୨ ଶହରୁ ଅଢେଇଶହ ସିଟି ସ୍କାନ ପାଇଁ ଡାକ୍ତରୀ ପରାମର୍ଶ ଆସୁଛି । ଗୋଟିଏ ମେସିନ ଥିବା ବେଳେ ଅନ୍ୟଟି ଘରୋଇ ସଂସ୍ଥା ସହାଭାଗିତାରେ ଚାଲିଛି । ତେବେ ଉପଲବ୍ଧ ବ୍ୟବସ୍ଥାରୁ ଆବଶ୍ୟକତା ଅଧିକ ଥିବାରୁ ସମସ୍ୟା ଉପୁଜୁଛି । ସରକାରଙ୍କୁ ଏନେଇ ଅବଗତ କରାଯାଇଛି । ଖୁବଶୀଘ୍ର ଆଉ ଗୋଟିଏ ମେସିନ ଏସସିବି ଆସିବ ବୋଲି ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ମେଡିକାଲ ମାନଙ୍କରେ ବ୍ୟବସ୍ଥା କରୁଛନ୍ତି । ହେଲେ ଘରୋଇ ସଂସ୍ଥାର ଅବହେଳାରୁ ଅନେକ ସମୟରେ ଅସୁବିଧାରେ ପଡୁଛନ୍ତି ରୋଗୀ ।

କୋମାରେ ବ୍ରହ୍ମପୁର ମହାନଗର ନିଗମ ଅଫିସ, କର୍ମଚାରୀ ଆସୁ ନଥିବାରୁ କାର୍ଯ୍ଯାଳୟକୁ ଦୌଡିଦୌଡି ଲୋକେ ନୟାନ୍ତ

ବ୍ରହ୍ମପୁର : ଚାକିରିରେ ରହି ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଛନ୍ତି କର୍ମଚାରୀ । ହେଲେ ବିଜେଡି ସରକାର ଯିବା ପରେ ସତେ ଯେମିତି ଅଫିସ ଏକପ୍ରକାର କୋମାରେ । ଇଏ ହେଉଛି ବ୍ରହ୍ମପୁର ମହାନଗର ନିଗମ । ଯେଉଁଠି ସରକାରୀ ବାବୁମାନେ ଅଛନ୍ତି ହେଲେ କାର୍ଯ୍ୟାଳୟରେ ଅଧିକାଂଶ ସମୟ ତାଙ୍କର ଦେଖା ମିଳେନି । ଯୋଜନା ହେଉଛି, ହେଲେ ସବୁ କାର୍ଯ୍ୟ କେବଳ କାଗଜ କଲମରେ ସୀମିତ ରହୁଥିବା ଅଭିଯୋଗ ହୋଇଛି । ବେଲଗାମ, ବେଫିକର ଚାଲିଛି ଅଫିସ୍ । କାମରେ ଆସି ନିରାଶ ଫେରୁଛନ୍ତି ଲୋକେ । ଏନେଇ ଅନେକ ସମୟରେ କର୍ପୋରେଟର ମାନେ ଅଭିଯୋଗ କରି ଆସିଛନ୍ତି । ସବୁଠାରୁ ବଡ କଥା ହେଲା ମହାନଗର ନିଗମର ଖୋଦ କମିଶନର ବାରମ୍ବାର ଛୁଟିରେ ରହିବା ନିଜରକୁ ଆସିଛି । ତେଣୁ ଯେଉଁଠି ମୁରବୀଙ୍କ ଦେଖା ମିଳୁନି ସେଠି ତଳତଳିଆ ଅଫିସର ମାନଙ୍କ କଥା କଣ କହିବା । ରାଜ୍ଯରେ ବିଜେପି ସରକାର ଆସିବା ପରେ ମନମାନି ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । ଅଚଳାବସ୍ଥା ଓ ସହରର ବିକାଶ କାର୍ଯ୍ୟର ମନ୍ଥରତାକୁ ନେଇ କର୍ପୋରେଟର ମାନେ ବୈଠକରେ ହୋହଲ୍ଲା କରିଥିଲେ ମଧ୍ଯ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି ।