spot_img
Home Blog Page 1174

୧୦ମ ଦିନରେ ବରଗଡ଼ ଧନୁଯାତ୍ରା: ଆଜି ମହାରାଜ କଂସଙ୍କ ଦିଗବିଜୟ ଅଭିଯାନ

ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ୧୦ମ ଦିନ । ଆଜି ମଥୁରାନଗରୀରେ ଅନୁଷ୍ଠିତ ହେବ କଂସ ମହାରାଜଙ୍କ ଦିଗବିଜୟ କାର୍ଯ୍ୟକ୍ରମ । କୃଷ୍ଣ-ବଳରାମଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିବେ ମହାରାଜ କଂସ । ପରେ କୃଷ୍ଣ-ବଳରାମଙ୍କ ସୁଦାମା ମାଳିଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବେ । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୃଷ୍ଣ ବଳରାମଙ୍କ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ହୋଇଛି । କାଳୀ ମନ୍ଦିରରେ କୁବୁଜାଙ୍କୁ ଉଦ୍ଧାର କରିବେ କୃଷ୍ଣ । ପରେ କୃଷ୍ଣ ବଳରାମଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବ ।

ମଥୁରା ନଗରୀରେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ଯୁତ କରି ପୁଅ କଂସ ନିଜେ ରାଜ ସିଂହାସନ ଅକ୍ତିଆର କରିବା ପରେ ମଥୁରାରେ ଚଳାଇଛନ୍ତି ରାଜୁତି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟ ଗୀତକୁ ଉପଭୋଗ କରୁଛନ୍ତି ମହାରାଜ କଂସଙ୍କ ସହ ମଥୁରାବାସୀ ।

ବାଘ ଆତଙ୍କ, ସନ୍ଧ୍ୟା ପରେ ଘରୁ ବାହାରୁ ନାହାନ୍ତି ଲୋକେ

ଗଞ୍ଜାମ: ଦିଗପହଣ୍ଡି ଅଞ୍ଚଳରେ ବାଘ ଆତଙ୍କ । ସଞ୍ଜ ନଇଁଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ସିସିଟିଭିରେ ବନ୍ୟ ଜନ୍ତୁ ଭିଡିଓ କଏଦ ହେବା ପରେ ସ୍ଥାୟୀନ ଲୋକଙ୍କ ମଧ୍ୟରେ ଭୟର ବାତାବରଣ । କିଛିଦିନ ହେଲା ଦୁଇ ଦୁଇ ଥର ସିସିଟିଭିରେ କଏଦ ହେଲାଣି ବନ୍ୟ ଜନ୍ତୁ ଫୋଟୋ । ଭିଡିଓ ଭାଇରଲ ହେବା ପରେ ବାଘ ଗୁଜବ ଲୋକଙ୍କୁ ଭୟଭୀତ କରିଛି । ଖବର ଦେବା ପରେ ମଧ୍ୟ ବନ ବିଭାଗ ନୀରବ ଥିବା ଲୋକେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଦିଗପହଣ୍ଡିର ସିମାଞ୍ଚଳ ପ୍ରଧାନଙ୍କ ଘରେ ଲାଗିଥିବା ସିସିଟିଭିରେ ଏକ ବନ୍ୟଜନ୍ତୁର ଭିଡିଓ କଏଦ ହୋଇଛି । ତେବେ ଏହା ବାଘ ନା ଅନ୍ୟ କୌଣସି ଜନ୍ତୁ ତାହା ବର୍ତ୍ତାମାନ ସୁଦ୍ଧା ସ୍ପଷ୍ଟ ହୋଇନି । କିଛିଦିନ ତଳେ ଦିଗପହଣ୍ଡି ସାନଖେମୁଣ୍ଡି ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା ।

ଆଜିଠୁ କଲବଲ କରିବ ଘନ କୁହୁଡ଼ି

ଭୁବନେଶ୍ବର: ଶୀତରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଏହାସହ କୁହୁଡ଼ି ବଢ଼ାଇଛି ସମସ୍ୟା । ଆଉ ଏହାରି ଭିତରେ ଘନ କୁହୁଡ଼ି ଆହୁରି କଲବଲ କରିବ ବୋଲି ଜଣଶପଡିଛି । ଆଜିଠାରୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଯିବନି ରାସ୍ତା । ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ କୁହୁଡିର ରାଜ୍ । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅବସ୍ଥା ସୃଷ୍ଟି ହୋଇପାରେ । ଏହାସହ ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଫଳରେ ପ୍ରଭାବିତ ହେବ ପରିବହନ ସେବା । ଏଥିପାଇଁ ରାତି ୨ଟାରୁ ସକାଳ ୧୦ ଟା ମଧ୍ୟରେ ଘାଟି ରାସ୍ତା ଓ ଦୁର୍ଘଟଣା ପ୍ରବଣ ଜୋନ୍ ଉପରେ ସ୍ବତନ୍ତ୍ର ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

ସେପଟେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ତାପମାତ୍ରା । ଅଧିକାଂଶ ଜିଲ୍ଲାରେ ୨ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିବ । ଫଳରେ ତାପମାତ୍ରା ଉପରମୁହାଁ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ୩ ଦିନ ପରେ ରାଜ୍ୟରେ ପୁଣି ଶୀତ ବଢିବ । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ଶୀତ ଲହରୀ ଅନୁଭୂତ ହୋଇପାରେ ।

ଦେଶରେ ଧୀରେ ଧୀରେ କାୟା ମେଲାଉଛି HMPV: ସରକାର ଜାରି କଲେ ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଭାରତରେ ଧୀରେ ଧୀରେ କାୟା ମେଲାଉଛି HMPV ଭୂତାଣୁ । ଆସାମରେ ପ୍ରଥମ ହ୍ୟୁମାନ ମେଟାନ୍ୟୁମୋଭାରଇସ୍ ସାମ୍ନାକୁ ଆସିଛି । ଜଣେ ୧୦ ମାସର ଶିଶୁ ଏହି ମାରାତ୍ମକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଶିଶୁକୁ ବର୍ତ୍ତମାନ ଡେବ୍ରୁଗଡ଼ର ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ସେପଟେ ଆସାମରେ ପ୍ରଥମ ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ ଆତଙ୍କ ଖେଳିଯାଇଛି । ଆସାମରେ HMPV ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ଏହା ୧୬ତମ ମାମଲା ହୋଇଛି । ଗୁଜରାଟରେ ସର୍ବାଧିକ ୫ଟି ହ୍ୟୁମାନ ମେଟାନ୍ୟୁମୋ ଭାରଇସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ରାଜସ୍ଥାନ ଏବଂ ଗୁଜରାଟରେ ଗୋଟିଏ ଲେଖାଏଁ କେସ୍ ପିଜିଟିଭ୍ ଆସିଥିଲା । ଏହା ପୂର୍ବରୁ ଗୁରୁବାର ତିନି ଜଣଙ୍କ ରିପୋର୍ଟରେ HMPV ପଜିଟିଭ୍ ଆସିଥିଲା । ପଡୋଶୀ ଦେଶରେ ସଂକ୍ରମଣ ମାମଲାରେ ଦ୍ରୁତଗତି ମାଡ଼ି ମାଡ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସିକ୍କିମ୍ ସରକାର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ।

ରଘୁବର ଦାସଙ୍କୁ ନେଇ ବଡ଼ ଚର୍ଚ୍ଚା: ଓଡିଶାରେ ବିଜେପିର ଏଜେଣ୍ଟ ଭଳି କାମ କରିଥିଲେ ପୂର୍ବତନ ରାଜ୍ୟପାଳ ବୋଲି କହିଲା ବିଜେଡି

ଭୁବନେଶ୍ବର: ଓଡ଼ିଶା ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ଥମୁନି ଚର୍ଚ୍ଚା। ଦାୟିତ୍ବ ନେବାର ୧୩ ମାସରେ ଇସ୍ତଫା ଦେଇ ପୁଣି ରାଜନୀତିକୁ ଫେରିବା ପରେ ରାଜ୍ୟରେ ଆରମ୍ଭ ହୋଇଛି ବୟାନବାଜି । ରାଜ୍ୟପାଳ ଥିବାବେଳେ ରଘୁବର କିପରି ସାମ୍ବିଧାନିକ ପଦ ମର୍ଯ୍ୟାଦାକୁ ଭୁଲି ରାଜଭବନକୁ ରାଜନୀତିର ଆଡ୍ଡା ସ୍ଥଳୀ କରିଥିଲେ, ତାହାକୁ ନେଇ ବର୍ଷିଛନ୍ତି ବିରୋଧୀ ବିଜେଡି ଓ କଗ୍ରେସ।

ସତ ହେଲା ଆକଳନ। ରାଜନୀତିକୁ ଫେରିଲେ ରଘୁବର। ରାଜନୀତି ପାଇଁ ଭୁଲିଥିଲେ ପଦ ମର୍ଯ୍ୟାଦା। ରାଜନୀତିରୁ ଉର୍ଦ୍ଧ୍ବରେ ରାଜ୍ୟପାଳଙ୍କ ପଦବୀ। ହେଲେ ପୂର୍ବତନ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ୧୩ ମାସ କାର୍ଯ୍ୟକାଳରେ ପଦର ଅବମାନନା କରିଥିବା ଅଭିଯୋଗ ହୋଇଆସୁଥିଲା । ଦାୟିତ୍ବ ନେବା ପରେ ରଘୁବର ଆରମ୍ଭ କରିଥିଲେ ରାଜନୈତିକ ଅଭିଯାନ । ବିଭିନ୍ନ ଅଚଳ ଗସ୍ତ କରି ରାଜନୈତିକ ବୟାନବାଜି ଦେଉଥିଲେ। ଏପରିକି ରାଜନୈତିକ ଉଦ୍ଦେଶ୍ୟ ହାସଲ ଲାଗି ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ହସ୍ତକ୍ଷେପ କରୁଥିଲେ । ନିର୍ବାଚନ ବେଳେ ଜଣେ ରାଜନୈତିକ କର୍ମୀ ଭଳି ଆଚରଣ କରିଥିଲେ। ରାଭଭବନ ରାଜନୈତିକ ଆଡ୍ଡାରେ ପରିଣତ ହୋଇଥିବା ନେଇ ବିଭନ୍ନ ମହଲରୁ ଉଠିଥିଲା ଅଭିଯୋଗ । ନିଦ୍ଦିଷ୍ଟ ଜାତୀୟ ରାଜନୈତିକ ଦଳ ଫାଇଦା ନେବାକୁ ସେ କାର୍ଯ୍ୟ କରୁଥିଲେ ବୋଲି ବିଜେଡି, କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଥିଲେ। ୧୩ ମାସ ପରେ ପଦରୁ ଇସ୍ତଫା ଓ ଶୁକ୍ରବାର ରାଜନୀତିକୁ ଫେରିବା ପରେ ତାଙ୍କ ବିରୋଧରେ ଅଭିଯୋଗ ସତ ହେଲା ବୋଲି କହିଛନ୍ତି ବିରୋଧୀ। ବିଜେପିରେ ମିଶିବା ପରେ ପୂର୍ବତନ ରାଜ୍ୟପାଳ ଯେଉଁ ବୟାନ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି । ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଏକ ଦଳର ଏଜେଣ୍ଟ ଭଳି କାମ କରିଛନ୍ତି। ରାଜ୍ୟପାଳ ଭଳି ସାମ୍ବିଧାନିକ ପଦବୀ ପାଇଁ ଏହା ନିନ୍ଦନୀୟ। ଓଡିଶାରେ ବିଜେପି ଏଜେଣ୍ଟ ଭଳି କାମ କରିଥିଲେ ପୂର୍ବତନ ରାଜ୍ୟପାଳ ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା ।

ରଘୁବରଙ୍କ ପଦ ମର୍ଯ୍ୟାଦା ସଂପୂର୍ଣ୍ଣ କ୍ଷୁର୍ଣ୍ଣ ହେଲା, ଯେଉଁ ଦିନ ରାଜ୍ୟପାଳଙ୍କ ପୁଅ ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରି ଲହୁଲୁହାଣ କଲେ। ରାଜ୍ୟପାଳଙ୍କ ପୁଅ ବିରୋଧରେ ଥାନାରେ ମାମଲା ପରେ ବି କାର୍ଯ୍ୟାନୁଷ୍ଠାନ ହେଲାନି। ଓଡ଼ିଆ ଅସ୍ମିତାର ନାରା ଦେଉଥିବା ଶାସକ ଦଳ ଏଥିପାଇଁ ବଦନାମ ହେଲା। ବିରୋଧୀ କଡ଼ା ସମାଲୋଚନା କରିଥିଲେ। ଝାଡ଼ଖଣ୍ଡ ନିର୍ବାଚନରେ ରଘୁବର ଓଡିଶାର ରାଜଭବନକୁ ୱାର ରୁମ୍ କରିଥବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ରଘୁବର ଦାସ ରାଜ୍ୟପାଳ ଥିବାବେଳେ ବିଜେପି ସଂଗଠନକୁ ମଜଭୁତ କରିବାକୁ ୩୦ ଜିଲ୍ଲା ବୁଲୁଥିଲେ ବୋଲି ସେ କହିଛନ୍ତି। ସେପଟେ ବିଜେପି ପାଇଁ କାମ କରୁଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ। ଯାହାର ଜବାବ ରଖିଛନ୍ତି ବିଜେପି ବିଧାୟକ। ରାଜନୈତିର ସମୀକ୍ଷକ ମଧ୍ୟ ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଦଳ ପାଇଁ କାମ କରୁଥିବା ଅଭିଯୋଗ ହେଉଛି ବୋଲି ମତ ରଖିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି କାମ କରୁଥିବାରୁ ପୂର୍ବତନ ରାଜ୍ୟପାଳ ରଘୁବର ଦାସ ବିବାଦରେ ସବୁବେଳେ ରହୁଥିଲେ, ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୃତ ସହଦେଵ ନାୟକଙ୍କ ପରିବାର: ପୀଡ଼ିତ ପରିବାରକୁ ପଚାଶ ହଜାର ଟଙ୍କା ସହାୟତା ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ଚଳିତ ଜାନୁଆରୀ ୮ ତାରିଖ ସକାଳେ ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ଥିବା ଭୁବନେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ରସୁଲଗଡ଼ fly overରେ ଘଟିଥିବା ଭୁବନେଶ୍ୱର ମହାନଗର ନିଗମ sanitary supervisor ସହଦେଵ ନାୟକଙ୍କ ନିର୍ମମ ହତ୍ୟା ଘଟଣା । କଡା ସୁରକ୍ଷା ବଳୟରେ ଥିବାବେଳେ ଭୁବନେଶ୍ୱରରେ ଏପରି ଵୀଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

ତେବେ ହତ୍ୟାର ଶିକାର ହୋଇଥିବା ସହଦେଵ ନାୟକଙ୍କ ବିଧବା ପତ୍ନୀ ଓ ଦୁଇ ଝିଅ ଆଜି ସନ୍ଧ୍ୟାରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ନୃଶଂସ ହତ୍ୟାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଶାସ୍ତି ଦାବୀ ଜଣାଇଥିଲେ । ଶ୍ରୀ ପଟ୍ଟନାୟକ ସ୍ବର୍ଗତ ସହଦେଵ ନାୟକଙ୍କ ପତ୍ନୀ ଓ ପିଲା ମାନଙ୍କୁ ସାନ୍ତ୍ୱନା ଦେବା ସହ ଏ ଦାରୁଣ ବିପତ୍ତି ସମୟରେ ସେ ତାଙ୍କ ସହ ଅଛନ୍ତି ଓ ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଜଘନ୍ୟ ହତ୍ୟା ଘଟଣାକୁ କଡା ନିନ୍ଦା କରିବା ସହ ତାଙ୍କ ପରିବାରଙ୍କୁ ଯେପରି ନ୍ୟାୟ ମିଳିବ ସେଥିପାଇଁ ସେ ଲଢେଇ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଶୁଦ୍ଧି କର୍ମ ପାଇଁ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ସ୍ବର୍ଗତ ନାୟକଙ୍କ ପରିବାରକୁ ପଚାଶ ହଜାର ଟଙ୍କାର ସହାୟତା ସହଦେବଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ । ଏହି ସାକ୍ଷାତ ସମୟରେ BMC mayor ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ କର୍ପୋରେଟରମାନେ ଉପସ୍ଥିତ ଥିଲେ ।

ଉଲ୍ଲେଖ ଯୋଗ୍ୟ ଯେ, ହତ୍ୟାର ଦୁଇ ଦିନ ପୂର୍ବରୁ ସ୍ବର୍ଗତ ନାୟକ ତାଙ୍କ ପରିବାର ସହ ନବୀନ ନିବାସ କୁ ଯାଇ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ । ସୂଚନା ଯୋଗ୍ୟ ଯେ BMC ର ହସ୍ତକ୍ଷେପ କ୍ରମେ ସ୍ବର୍ଗତ ନାୟକଙ୍କୁ ସେ କାମ କରୁଥିବା ଠିକା ସଂସ୍ଥା ପାଞ୍ଚ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣକୁ ଚାକିରୀ ବିଷୟ ଗତକାଲି BMC ପକ୍ଷରୁ ଘୋଷଣା କରାଯାଇଥିଲା ।

ଇଂଲଣ୍ଡ ବିପକ୍ଷ T-20 ପାଇଁ ଭାରତୀୟ ଦଳ ଘୋଷଣା: ୧୪ ମାସ ପରେ ପ୍ରତ୍ୟାବର୍ତ୍ତନ କଲେ ମହମ୍ମଦ ଶାମୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଇଂଲଣ୍ଡ ବିପକ୍ଷରେ ଭାରତ ୫ଟି T-20 ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ବ ସମ୍ଭାଳିବେ । ଅନ୍ୟପକ୍ଷରେ ଅକ୍ଷର ପଟେଲଙ୍କୁ ଏହି ସିରିଜ ପାଇଁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ଟିମରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ସାମିଲ କରାଯାଇଛି । ଦୀର୍ଘ ୧୪ ମାସ ପରେ ଦଳକୁ ଫେରିଛନ୍ତି ମହମ୍ମଦ ଶାମୀ । ଶେଷ ଥର ପାଇଁ ଶାମୀ ୨୦୨୩ ଦିନିକିଆ ବିଶ୍ବକପରେ ଖେଳିଥିଲେ । ଆହତ ଜନିତ ସମସ୍ୟା କାରଣରୁ ଶାମୀ ଅଷ୍ଟ୍ରଲିଆ ଗସ୍ତରୁ ମଧ୍ୟ ବାଦ୍ ପଡ଼ିଥିଲେ । ପ୍ରଥମ ଟି-୨୦ ଜାନୁଆରୀ ୨୨ରେ କୋଲକତାରେ ଖେଳାଯିବ ଓ ପ୍ରଥମ ଦିନିକିଆ ଫେବୃଆରୀ ୬ରେ ନାଗପୁର ଠାରେ ଖେଳାଯିବ ।

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ (ଓ୍ବିକେଟ କିପର), ଅଭିଷେକ ବର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ-ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ଶାମୀ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଈ, ଓ୍ବାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ (ଓ୍ବିକେଟ କିପର) ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ଲିଷ୍ଟରେ ଦଳ ପକ୍ଷରୁ ୨୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଆମ ଆଦମୀ ପାର୍ଟି (ଆପ) ଛାଡ଼ି ବିଜେପିରେ ସାମିଲ ହୋଇଥିବା କପିଲ ମିଶ୍ରାଙ୍କୁ ଦଳ କରାବଲ ନଗର ଆସନରୁ ଟିକେଟ ଦେଇଛି । ସେହିପରି ହରୀଶ ଖୁରାନାଙ୍କୁ ମୋତୀ ନଗର ବିଧାନସଭା ଆସନରୁ ଟିକେଟ ଦିଆଯାଇଛି । ଏହି ଲିଷ୍ଟରେ ୫ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗ ୭ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିଲା । ନିର୍ବାଚନ କମିଶନ ପ୍ରେସମିଟ ମାଧ୍ୟମରେ ଏନେଇ ଘୋଷଣା କରିଥିଲେ । ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ କହିଥିଲେ । ଜାନୁଆରୀ ୧୦ରେ ବିଜ୍ଞପ୍ତି ପାଇଥିଲା । ଜାନୁଆରୀ ୧୭ରେ ନାମାଙ୍କନର ଶେଷ ତାରିଖ ରହିଛି । ଜାନୁଆରୀ ୧୮ରେ ନାମାଙ୍କନପତ୍ର ଯାଞ୍ଚ ହେବ ଓ ଜାନୁଆରୀ ୨୦ରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବ । ଫେବୃଆରୀ ୫ରେ ମତଦାନ ଗ୍ରହଣ କରାଯିବ ଓ ଫେବୃଆରୀ ୮ରେ ଗଣତି କରାଯିବ ।

ସହକାରୀ ପ୍ରାଧ୍ୟାପକ ନିଯୁକ୍ତିରେ ବଡ଼ ଧରଣର ଅନିୟମିତତା: ଓପିଏସସି ଭାଙ୍ଗିଛି ସବୁ ନିୟମ

ଭୁବନେଶ୍ବର: ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପକ୍ରିୟାରେ ସାମ୍ନାକୁ ଆସିଲା ବଡ଼ ଧରଣ ଅନିୟମିତତା । ସରକାରୀ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ତଥା ବିଏଡ କଲେଜରେ ହୋଇଥିବା ଏହି ନିଯୁକ୍ତିରେ ଓପିଏସସି ଭାଙ୍ଗିଛି ସବୁ ନିୟମ । ପଦବୀ ପାଇଁ ଏମଏଡ ଡିଗ୍ରୀ ବାଧ୍ୟତାମୂଳକ ଥିବା ବେଳେ ବିଏଡ ଧାରୀଙ୍କୁ ଦିଆଯାଇଛି ନିଯୁକ୍ତି । ଏନେଇ ଓପିଏସସି କର୍ତ୍ତୃପକ୍ଷ ମୁହଁ ଖୋଲି ନଥିବା ବେଳେ ବିଶେଷଜ୍ଞ ଉଦବେଗ ପ୍ରକାଶ କରିଛନ୍ତି । ଆଇନ ଦୃଷ୍ଟିରୁ ନିଯୁକ୍ତି ପକ୍ରିୟା ପାଇଁ ଥିବା ନିର୍ଦ୍ଧାରିତ ନିୟମ ଯଦି ପାଳନ ନହୁଏ ତେବେ ନିଯୁକ୍ତି ପରେ ମଧ୍ୟ ଏହାକୁ ନାକଚ କରିଦିଆଯାଇ ପାରିବ ବୋଲି ସେମାନେ କହିଛନ୍ତି ।

ବିଏଡ୍ କଲେଜ ନିଯୁକ୍ତି ପକ୍ରିୟା ସାଂଘାତିକ ଅନିୟମିତତା । ସାମ୍ନାକୁ ଆସିଲା ଓପିଏସସି କର୍ତ୍ତୃପକ୍ଷଙ୍କ ଅନିୟମିତତା । ଯୋଗ୍ୟତା ନଥାଇ ଆଶାୟୀଙ୍କୁ ମିଳିଛି ନିଯୁକ୍ତି । ପ୍ରଶ୍ନ ଉଠାଇଲେ ଆଶାୟୀ ଓ ବୁଦ୍ଧିଜୀବୀ । ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ନିୟମ ମୁତାବକ ଏମଏଡ୍ ଯୋଗ୍ୟତା ଥିବା ବେଳେ ବିଏଡ୍ ଆବେଦନକାରୀଙ୍କୁ ଦିଆଯାଇଛି ଚାକିରି । ଯାହାକୁ ନେଇ ଏବେ ଶତାଧିକ ଆବେଦନକାରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଓପିଏସସି ଏଥିରେ ଓଇଏସ ରୁଲ୍ ୨୦୨୦ ଓ ଏନସିଟିଇ ନିୟମ ୨୦୧୪ କୁ ଉଲ୍ଲଂଘନ କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ଆସନ୍ତୁ ଜାଣିବା ଏହି ଗୁରୁତ୍ୱ ନିଯୁକ୍ତିରେ ପୂର୍ଣ୍ଣ କେଉଁଠି ହୋଇଛି ଅନିୟମିତତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ବିଏଡ୍ କଲେଜ ପାଇଁ ଓପିଏସସି ୨୦୨୧ ଜୁଲାଇ ୭ ରେ ୩୮୫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ପଦବୀ ପାଇଁ ସ୍ନାତକୋତ୍ତର ଡିଗ୍ରୀ ସହିତ ଏମଏଡ୍ ଡିଗ୍ରୀ ବାଧ୍ୟତାମୂଳକ ଥିଲା । ତେବେ ଚୟନ ସମୟରେ କର୍ତ୍ତୃପକ୍ଷ ଏହାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏମଏଡଧାରୀ ଙ୍କୁ ବାଦ ଦିଆଯାଇ ବିଏଡ୍ ଆବେଦନକାରୀଙ୍କୁ ନିଆଯାଇଛି ନିଯୁକ୍ତି । ତେବେ ଏହା ବେଆଇନ ବୋଲି କହିଛନ୍ତି ବିଶେଷଜ୍ଞ । ସେପଟେ ଆଇନ ଅନୁଯାୟୀ ଯଦି କୌଣସି ନିଯୁକ୍ତି ପକ୍ରିୟାରେ ସେଥିପାଇଁ ଥିବା ନିୟମକୁ କର୍ତ୍ତୃପକ୍ଷ ଭାଙ୍ଗି ନିଯୁକ୍ତି ଦିଅନ୍ତି ତେବେ ଅଭିଯୋଗ ପରେ ଏହା ନାକଚ କରାଯିବ ବୋଲି କହିଛନ୍ତି ଆଇନଜୀବୀ ।

ଖୁବ୍‌ଶୀଘ୍ର ଭଙ୍ଗାହେବ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ: ହାଇକୋର୍ଟଙ୍କ ରହିତାଦେଶ ହଟିବା ପରେ ହେଲା ସ୍ପଷ୍ଟ

ଭୁବନେଶ୍ବର: ଖୁବ୍‌ଶୀଘ୍ର ଭଙ୍ଗାହୋଇପାରେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ । ଗତ କାଲି ହାଇକୋର୍ଟ ରହିତାଦେଶ ହଟାଇବା ପରେ ଏବେ ଯେ କୌଣସି ସମୟରେ ବିଡିଏ ବୁଲାଇପାରେ ବୁଲଡୋଜର । ସାଧାରଣ ପ୍ରଶାସନ ବିଭାଗର ସତ୍ୟପାଠ ପରେ ହାଇକୋର୍ଟ ବୈକୁଣ୍ଠଧାମ ଆଶ୍ରମ ଭଙ୍ଗାଯିବା ଉପରେ ଜାରି ରହିତାଦେଶକୁ ଶୁକ୍ରବାର ହଟାଇ ଦେଇଛନ୍ତି । ରହିତାଦେଶ ହଟିଯିବା ଫଳରେ ବୈକୁଣ୍ଠନାଥ ଆଶ୍ରମ ଭାଙ୍ଗିବା ଏକରକମ ସ୍ପଷ୍ଟ ହୋଇଯାଇଛି। ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟ ରହିତାଦେଶ ଉଠାଇ ଦେଇଥିବାବେଳେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀ ବୈକୁଣ୍ଠନାଥ ସେବାଶ୍ରମ କର୍ତ୍ତୃପକ୍ଷଙ୍କୁ ମହଲତ ଦେଇଛନ୍ତି।

ସାଧାରଣ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସତ୍ୟପାଠର ପ୍ରତିଜବାବ ରଖିବା ଲାଗି ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଅଦାଲତଙ୍କଠାରୁ ସମୟ ଲୋଡ଼ାଯାଇଥିଲା । ଅଦାଲତ ଏଥିପାଇଁ ଅନୁମତି ପ୍ରଦାନ କରିବା ସହ ମାମଲାର ଶୁଣାଣି ଫେବ୍ରୁଆରୀ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଘାଟିକିଆ ମୌଜାରେ ବେଆଇନ ଭାବେ ତିଆରି ହୋଇଥିବା ବୈକୁଣ୍ଠଧାମ ଆଶ୍ରମକୁ ଭାଙ୍ଗିବାକୁ ବିଡିଏ କର୍ତ୍ତୃପକ୍ଷ ଗତବର୍ଷ ନଭେମ୍ବର ୨୦ ତାରିଖରେ ନିଷ୍ପତ୍ତି ନେଇଥିଲେ । ବିଡିଏର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଥିଲେ । ଏଥିସହ ଉକ୍ତ ବିବାଦୀୟ ଜମି ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ ଆଦେଶ ଦେଇଥିଲେ ।

ମାମଲାର ଶୁଣାଣି ଅବସରରେ ଏହି ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଏକ ଚିଠିକୁ ଦାଖଲ କରାଯାଇଥିଲା । ଉକ୍ତ ଚିଠିରେ ଗଣଶିକ୍ଷା ବିଭାଗ ଏହି ଜମିକୁ ଟ୍ରଷ୍ଟ ନାମରେ କରିବା ଲାଗି ସୁପାରିସ୍‌ କରିଛି ବୋଲି କୁହାଯାଇଥିଲା । ହାଇକୋର୍ଟ ଏହି ଚିଠି ଆଧାରରେ ଆଶ୍ରମ ଭଙ୍ଗାଯିବା ଉପରେ ରୋକ୍‌ ଲଗାଇଥିଲେ । କିନ୍ତୁ ଏହା ଉପରେ ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ ଜବାବ ମାଗିବା ପରେ ବୈକୁଣ୍ଠନାଥ ଆଶ୍ରମର ଜାଲିଆତି ଜଣାପଡ଼ିଯାଇଥିଲା । ସାଧାରଣ ପ୍ରଶାସନ ଜବାବରେ ଦର୍ଶାଇଥିଲା ଯେ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି କୌଣସି ଚିଠି ଲେଖାଯାଇନାହିଁ । ଏହା ଏକ ଜାଲ୍‌ ଚିଠି । ଏନେଇ ଅବଗତ ହେବା ପରେ ହାଇକୋର୍ଟ ଶୁକ୍ରବାର ରହିତାଦେଶ ଉଠାଇ ଦେଇଛନ୍ତି ।