spot_img
Home Blog Page 1160

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା: ବଢ଼ୁଛି ସସପେନ୍ସ, ଆହତ ମହିଳା କର୍ମଚାରୀଙ୍କ ପରିଚୟକୁ କାହିଁକି ରଖାଯାଉଛି ଗୋପନୀୟ

ମୁମ୍ବାଇ: () ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ। ମୁମ୍ବାଇ ବାନ୍ଦ୍ରା ଘରେ ଛୁରାମାଡ଼ ହୋଇଥିବା ଜଣାପଡିଛି। ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅଭିନେତା। ସୈଫ ଏବେ ବିପଦ ମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କ ସ୍ପାଇନାଲ କର୍ଡରୁ ୨ ଦଶମିକ ୫ ଇଞ୍ଚର ଏକ ଛୁରୀ ବାହାର କରାଯାଇଛି। ତେବେ ଆକ୍ରମଣକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ପୋଲିସ ସିସିଟିଭି ଯାଞ୍ଚ କରିଥିଲେ ବି କୌଣସି ବ୍ୟକ୍ତି ଘରେ ପ୍ରବେଶ କରିବାର ଭିଜୁଆଲ ମିଳୁ ନଥିବାରୁ ଏହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି। ଆକ୍ରମଣକାରୀଙ୍କୁ ଜଣେ କର୍ମଚାରୀ ଚିହ୍ନିଥିବା ସନ୍ଦେହ କରାଯାଇଛି। ତେଣେ ଛୁରାମାଡରେ ଆହତ ହୋଇଥିବା ଅନ୍ୟ ଜଣେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଗୋପନ ରଖାଯାଇଛି।

ଅଭିଯୋଗ ଅନୁସାରେ, ଚୋରି ପାଇଁ ଆସି ଦୁର୍ବୃତ୍ତ ଛୁରାମାଡ କରିବାରୁ ସୈଫଙ୍କ ବେକ, ହାତ ଓ ପିଠିରେ ଲାଗିଛି ଆଘାତ । ବାନ୍ଦ୍ରା ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ କରୁଛି । ସୈଫଙ୍କ ଶରୀରରେ ଦୁଇଟି ଗଭୀର କ୍ଷତ ହୋଇଥିବା ସୂଚନା ମିଳିଛି। ପୋଲିସ ସୂଚନା ଅନୁସାରେ, ରାତି ପ୍ରାୟ ସାଢେ ୩ଟାରେ ସୈଫଙ୍କ ଘରେ ଦୁର୍ବୃତ୍ତ ପ୍ରବେଶ କରିଥିଲା। ପରେ ସୈଫ ଓ ଦୁର୍ବୃତ୍ତଙ୍କ ମଧ୍ଯରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ସୈଫଙ୍କୁ ଛୁରାମାଡ କରିଥିଲା ଦୁର୍ବୃତ୍ତ। ଘଟଣାବେଳେ ସେଠାରେ ଉପସ୍ଥିତ ଥିଲେ ପତ୍ନୀ କରିନା କପୁର ଓ ଦୁଇ ପୁଅ ତୈମୁର ଏବଂ ଜେହ । ମୁମ୍ବାଇର ଡିସିପି ଦୀକ୍ଷିତ ଗେଦାମ ଘଟଣାର ତଦନ୍ତ କରୁଛନ୍ତି। ସୈଫଙ୍କୁ ଦୁର୍ବୃତ୍ତଜଣକ ୬ ଥର ଛୁରି ଭୁସିଥିବା ଜଣାଯାଇଛି।

କିଛି ଦିନ ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ଏକ ବାଇକରେ ଆସି ସୁପରଷ୍ଟାର ସଲମାନ ଖାଁଙ୍କ ବାନ୍ଦ୍ରାସ୍ଥିତ ବାସଭବନ ଉପରକୁ ଗୁଳି କରିଥିଲେ। ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସକୁ ଟାର୍ଗେଟ କରିଛନ୍ତି ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ। ଏବେ ପ୍ରଶ୍ନ ଉଠୁଛି ଏତେ ହାଇଫାଇ ଅଞ୍ଚଳ, ସିସିଟିଭି ଛାଉଣୀ ଓ ମାଳ ମାଳ ସିକ୍ଯୁରିଟି ସତ୍ତ୍ବେ ବାନ୍ଦ୍ରାର ଏହି ଆପାର୍ଟମେଣ୍ଟରେ ଜଣେମାତ୍ର ଦୁର୍ବୃତ୍ତ ପଶିଲା କିପରି ଏବଂ ତାର ଯିବାଆସିବା ଦୃଶ୍ୟ ସିସିଟିଭି କିପରି ନାହିଁ ? ସୈଫଙ୍କ ସହ ଦୁର୍ବୃତ୍ତର ଧସ୍ତାଧସ୍ତି ହୋଇଥିବାବେଳେ ପତ୍ନୀ କରିନା ଓ ଦୁଇ ପୁଅ ରକ୍ଷା ପାଇଗଲେ କେମିତି ? ଆହତ ମହିଳା କର୍ମଚାରୀଙ୍କ ପରିଚୟକୁ କାହିଁକି ଗୋପନ ରଖାଯାଉଛି ?

କଥା ଦେଇ କଥା ରଖିଲେନି ସରକାର: ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଗଞ୍ଜାମର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଓ ପ୍ରତିବାଦ

ଗଞ୍ଜାମ: କଥା ଦେଇ କଥା ରଖିଲେ ନାହି ସରକାର। ଧାନ କିଣିବା ପାଇ ଗଞ୍ଜାମ ଜିଲ୍ଲାରେ ଧାନମଣ୍ଡି ର ଅବ୍ୟବସ୍ଥା କୁ ନେଇ ବିଭିନ୍ନ ଜାଗାରେ ଆନ୍ଦୋଳନ ଓ ପ୍ରତିବାଦ। ଏପଟେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧାନମଣ୍ଡି କୁ ନେଇ ବାରମ୍ବାର ଅଭିଯୋଗ କଲେ ବି ଖୋଲିପାରୁନି ଧାନ ମଣ୍ଡି ଯାହାକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଛନ୍ତି ଚାଷୀ। ଏନେଇ ଆମକୁ ଅଧିକ ସୂଚନା ଦେଉଛନ୍ତି ଆମ ଗଞ୍ଜାମ ଜିଲ୍ଲା ପ୍ରତିନିଧି ଦେବହରି ବେହେରା। ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଚାଷୀମାେନ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରୁଛନ୍ତି । ନିଜର ହକ୍ ପାଇଁ ଚାଷୀମାନେ ପ୍ରତିବାଦ କରୁଛନ୍ତି । ଯୋଗାଣ ଅଧିକାରୀଙ୍କ ବେଫିକର ମନୋଭାବ ଓ ମଣ୍ଡିରୁ ଠିକରେ ଧାନ ଉଠାଯାଉ ନଥିବାରୁ ଚାଷୀମାେନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏକାଠି ହେଲେ ୧୭ଟି ଦେଶରୁ ଆସିଥିବା ୧୫୦୦ ବୌଦ୍ଧ ଭିକ୍ଷୁ: ଓଡ଼ିଶାରୁ ସାରା ବିଶ୍ବରେ ପହଞ୍ଚିଲା ଶାନ୍ତିର ବାର୍ତ୍ତା

ଯାଜପୁର: ବୁଦ୍ଧଙ୍ଗ ଶରଙ୍ଗ ଗଛାମି ଶବ୍ଦରେ ପ୍ରକମ୍ପିତ ହେଉଛି ବୌଦ୍ଧ କୀର୍ତ୍ତିରାଜି ବହନ କରୁଥିବା ଯାଜପୁର ଜିଲ୍ଲାର ଉଦୟଗିରି ବୌଦ୍ଧ ବିହାର । ପ୍ରଥମ ଥର କରି ଉଦୟଗିରିରେ ଅନୁଷ୍ଠିତ ହେଉଛି ଗୁରୁ ପଦ୍ମସମ୍ଭବ ଆନ୍ତର୍ଜାତୀୟ ମହା ସମାବେଶ। ଏଠାରେ ଏକାଠି ହୋଇଛନ୍ତି ୧୭ ଟି ଦେଶରୁ ଆସିଥିବା 1500 ବୌଦ୍ଧ ଭିକ୍ଷୁମାନେ। ବୌଦ୍ଧ ଭିକ୍ଷୁମାନଙ୍କ ଦ୍ଵାରା ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ପ୍ରାର୍ଥନା ସଭା ଅନୁଷ୍ଠିତ ହେଉଛି। ଓଡ଼ିଶାରୁ ସାରା ବିଶ୍ଵ କୁ ଶାନ୍ତି ର ବାର୍ତ୍ତା ଦେଉଛନ୍ତି ବୌଦ୍ଧ ଭିକ୍ଷୁମାନେ। ଗୁରୁ ପଦ୍ମସମ୍ଭବଙ୍କ ବିଷୟରେ କେଉଁଭଳି ଅଧିକ ଲୋକ ଜାଣି ପାରିବେ ବିଶ୍ଵ ରେ କେଉଁଭଳି ଶାନ୍ତି ପ୍ରତିଷ୍ଠା କରିହେବ, ବୁଦ୍ଧଙ୍କ ନୀତିବାଣୀକୁ ସମସ୍ତେ ଆପଣେଇ ପାରିବେ, ସେଥିପାଇଁ ଏହି ମହାସମାବେଶ ଆୟୋଜନ କରାଯାଇଛି। ଏ ନେଇ ବୌଦ୍ଧ ଭିକ୍ଷୁମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ହେମନ୍ତ ଦାସ।

ଭାଇ ଭଉଣୀ ସଂପର୍କରେ ରକ୍ତର ଛିଟା: ଗଞ୍ଜାମରେ ସାନ ଭଉଣୀକୁ ହତ୍ୟା କଲା ଭାଇ

ଗଞ୍ଜାମ: ଭାଇ ଭଉଣୀ ସଂପର୍କରେ ରକ୍ତର ଛିଟା । ଗଞ୍ଜାମ ଜିଲ୍ଲା ଆସିକା ଥାନା ରାଇପୋଲି ଗାଁରେ ସାନ ଭଉଣୀକୁ ହତ୍ୟା କଲା ଭାଇ । ନିଜ ସାନ ଭଉଣୀକୁ ଶିଳପୁଆରେ ଛେଚିବା ସହିତ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା । ଆଜି ଭୋର ସମୟରେ ଗାଁର ଶତ୍ରୁଘ୍ନ ପାତ୍ରଙ୍କ ୪୫ ବର୍ଷୀୟ ପୁଅ ବାବାଜୀ ପାତ୍ର ନିଜ ବିବାହିତା ଭଉଣୀ ଲକ୍ଷ୍ମୀ ମହାନ୍ତିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଭାଇ ବାବାଜୀ ପାତ୍ର ଫେରାର୍ ହୋଇଯାଇଛି । ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ମହାନ୍ତି l ଘର ଭିତରେ ଲକ୍ଷ୍ମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ପୋଲିସର ତଦନ୍ତ ଜାରି ରହିଛି । ଶିଳପୁଆରେ ଛେଚିବା ସହିତ ଛୁରୀ ଭୁସି ନିର୍ମମଭାବେ ହତ୍ୟା କରିଛି ବଡ଼ ଭାଇ ।

୩୦୦୦ ଟଙ୍କା ଭତ୍ତା ଦାବି କରି ଭତ୍ତା ବର୍ଜନ: ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ଟଙ୍କା ନ ନେଇ ଫେରିଗଲେ ବୃଦ୍ଧ ବୃଦ୍ଧା

ଜଳେଶ୍ବର: ୩୦୦୦ ଟଙ୍କା ଭତ୍ତା ଦାବି କରି ଭତ୍ତା ବର୍ଜନ । ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ଟଙ୍କା ନ ନେଇ ଫେରିଗଲେ ବୃଦ୍ଧ ବୃଦ୍ଧା । ଭୋଗରାଇ ବ୍ଳକ ଖରିଦିପିପଳ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଚିତ୍ର । ବିଜେପି ସରକାର ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିଲେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ୩୦୦୦ ଟଙ୍କା ଭତ୍ତା । ଏବେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଭତ୍ତା ଦେବାରୁ ୬୦ ବର୍ଷରୁ ଅଧିକ ବୃଦ୍ଧବୃଦ୍ଧାମାନେ ଭତ୍ତା ବର୍ଜନ କରିଛନ୍ତି । ଯେବେ ଯାଏ ରାଜ୍ୟ ସରକାର ୩ ହଜାର ଟଙ୍କା ଭତ୍ତା ନଦେଇଛନ୍ତି, ସେବେ ଯାଏ ଭତ୍ତା ନେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବୃଦ୍ଧ ବୃଦ୍ଧା ।

ଆସନ୍ତାକାଲି ଭଙ୍ଗାହେବ ବିବାଦୀୟ ବୈକୁଣ୍ଠ ଆଶ୍ରମ: ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: କାଲି ଭଙ୍ଗାହେବ ବିବାଦୀୟ ବୈକୁଣ୍ଠ ଆଶ୍ରମ । ଆଶ୍ରମ ଭାଙ୍ଗିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କଲା ବିଡିଏ। କାଲି ୧୨ ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କଳ୍କୀ ଅବତାରଙ୍କ ପୀଠ କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ । ବିବାଦ ପରେ ସରକାରୀ ଜମିରେ ଥିବା ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲା ସାଧାରଣ ପ୍ରଶାସନ ବିଭାଗ । ନଭେମ୍ବର ୨୦ ରେ ଭାଙ୍ଗିବା ପାଇଁ ହୋଇଥିଲା ନିଷ୍ପତ୍ତି । ତେବେ ଆଶ୍ରମ କର୍ତ୍ତୃପକ୍ଷ କୋର୍ଟରୁ ରହିତାଦେଶ ଆଣିବାରୁ ସ୍ଥଗିତ ରହିଥିଲା ଆଶ୍ରମ ଉଚ୍ଛେଦ କାମ । ଜାଲ କାଗଜପତ୍ର ଦାଖଲ କରି ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଏହା ଜଣାପଡିବା ପରେ ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ଏହାପରେ ଆସନ୍ତାକାଲି ଆଶ୍ରମ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି।

ଦୋଷୀଙ୍କୁ ଶୀଘ୍ର ଗିରଫ ଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ଼-ଭଟଲି ରାସ୍ତା ଅବରୋଧ

ବରଗଡ଼: ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା। ଦୋଷୀଙ୍କୁ ଶୀଘ୍ର ଗିରଫ ଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ଼-ଭଟଲି ରାସ୍ତା ଅବରୋଧ। ଘଟଣାସ୍ଥଳରେ ଶତାଧିକ ପୁରୁଷ ମହିଳା ରାସ୍ତା ଅବରୋଧ କରି ପ୍ରତିବାଦ କରୁଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେପଟେ ବରଗଡ଼ ଅପହରଣ ଓ ଦୁଷ୍କର୍ମ ମାମଲାରେ ପୋଲିସର ତତ୍ପରତାକୁ ନେଇ ପ୍ରଶ୍ନ ଉଠାଇଛି ଭୀମ ଆର୍ମି । ତୁରନ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରି ଗତକାଲି ଏସପିଙ୍କ ଦ୍ଵାରସ୍ଥ ହୋଇଥିଲା ସଂଗଠନ । ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିଲେ ଯୁବତୀ । ଘରକୁ ନଫେରିବାରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ପ୍ରାୟ ୩୦ରୁ ୩୫ ଘଣ୍ଟା ପରେ ଯୁବତୀଙ୍କୁ ବରଗଡ଼ କୁର୍ଲା ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ପୀଡ଼ିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଓ ଆଘାତ ଥିବା ଦେଖିବାକୁ ମିଳିଥିଲା। ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ ହାତ ଖାଲିଥିବା ଅଭିଯୋଗ ହୋଇଛି।

ସତ ମାନିଲେ ହଂସିତା: ଅନୀଲ ମହାନ୍ତି ନୁହେଁ ବରଂ ସରୋଜ ସାହୁଙ୍କୁ ସ୍ୱାମୀ ବୋଲି ସ୍ୱୀକାର କଲେ

ଭୁବନେଶ୍ବର: ସତ ମାନିଲେ ହଂସିତା। ଅନୀଲ ମହାନ୍ତି ନୁହେଁ ବରଂ ସରୋଜ ସାହୁଙ୍କୁ ସ୍ୱାମୀ ବୋଲି ସ୍ୱୀକାର କଲେ। ଅନୀଲ ମହାନ୍ତିଙ୍କୁ ସିଜର ଲିଷ୍ଟରେ ସ୍ୱାମୀ ବୋଲି ଦେଖାଇଥିଲେ ହଂସିତା। ଇନ୍ଫୋସିଟି ଥାନାରେ ଗିରଫ ହେବା ପରେ ଅନିଲଙ୍କୁ ନିଜ ସ୍ୱାମୀ ବୋଲି ଦର୍ଶାଇଥିଲେ। କିନ୍ତୁ ସ୍ୱାମୀ ସରୋଜଙ୍କ ଦେହ ଖରାପ ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିଲେ ହଂସିତା। କିନ୍ତୁ ଆଜି ନୁହେଁ ବରଂ ପୁଣି ଘୁଞ୍ଚିଲା ଆସନ୍ତା ୧୮ ତାରିଖରେ ହେବ ଜାମିନ ଶୁଣାଣି। ସେପଟେ ସରକାରୀ ଓକିଲଙ୍କ ପକ୍ଷରୁ ମଧ୍ୟ ଆପତ୍ତି ଉଠାଯାଇଛି। କୋର୍ଟଙ୍କୁ ଜାମିନ ନଦେବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ତଥ୍ୟ ସମ୍ବନ୍ଧିତ ଆବେଦନ କରାଯାଇଛି।

ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି କେସରେ ଆଜି ହେବ ଜାମିନ ଶୁଣାଣି। ଗତ ୧୩ ତାରିଖ ଦିନ ଏହି କେସର ଜାମିନ ଶୁଣାଣି ଥିବାବେଳେ ପୋଲିସ କୋର୍ଟରେ କେସ ଡାଏରି ଦାଖଲ କରିନଥିଲା, ଯେଉଁଥିପାଇଁ ଘୁଞ୍ଚିଥିଲା ଜାମିନ ଶୁଣାଣି। ସେପଟେ ଖୁବଶୀଘ୍ର ଏହି 420 ବଣ୍ଟି ଔର ବବଲିଙ୍କର ବୟାନ ରେକର୍ଡ କରିବ ଆୟକର ବିଭାଗ । ଜାମିନ ନାମଞ୍ଜୁର ହେଲେ ଝାରପଡା ଜେଲରେ ହେବ ବୟାନ ରେକର୍ଡ। ଏ ନେଇ କୋର୍ଟ ନିକଟରେ ଆବେଦନ କରାଯାଇଛି। କୋର୍ଟ ଅନୁମତି ଦେବା ପରେ ବିଭିନ୍ନ ପ୍ରସଙ୍ଗରେ ହେବ ବୟାନ ରେକର୍ଡ। ନିଜ ନିଜର ପକ୍ଷ ରଖିବାକୁ ସେମାନଙ୍କୁ ସୁଯୋଗ ଦେବ ଆୟକର ବିଭାଗ। ଏଥିପାଇଁ ଏକ ସ୍ପେଶାଲ ଟିମ ଗଠନ କରିଛି ଆୟକର ବିଭାଗ। କେସର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କଟକ ଟିମ ଏହାର ତଦନ୍ତ ଭାର ନେବ। କାରଣ ଝାଡ଼ଖଣ୍ଡ ବୋକାରୋରେ ଠକେଇ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଆଇଟି। ସେପଟେ ବ୍ରହ୍ମେଶ୍ୱର ପାଟଣାରେ ଏକ ଜମି ପୋଜେସନ କେସରେ ମଧ୍ୟ ହଂସିତା ଓରଫ ବିଷ୍ଣୁପ୍ରିୟା ଚାନ୍ଦଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ସ୍ପେଶାଲ କ୍ରାଇମ ୟୁନିଟ ମଧ୍ୟ ତଦନ୍ତକୁ ବ୍ୟାପକ କରିବା ସହ ଏକାଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ।

ସୈଫ ଅଲ୍ଲୀ ଖାନଙ୍କୁ କିଏ ଓ କାହିଁକି କଲା ଛୁରାମାଡ଼: ସିସିଟିଭି ଭିଜୁଆଲ କୁଆଡ଼େ ଗଲା

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ। ମୁମ୍ବାଇ ବାନ୍ଦ୍ରା ଘରେ ଛୁରାମାଡ଼ ହୋଇଥିବା ଜଣାପଡିଛି। ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅଭିନେତା। ସୈଫ ଏବେ ବିପଦ ମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କ ସ୍ପାଇନାଲ କର୍ଡରୁ ୨ ଦଶମିକ ୫ ଇଞ୍ଚର ଏକ ଛୁରୀ ବାହାର କରାଯାଇଛି। ତେବେ ଆକ୍ରମଣକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ପୋଲିସ ସିସିଟିଭି ଯାଞ୍ଚ କରିଥିଲେ ବି କୌଣସି ବ୍ୟକ୍ତି ଘରେ ପ୍ରବେଶ କରିବାର ଭିଜୁଆଲ ମିଳୁ ନଥିବାରୁ ଏହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି। ଆକ୍ରମଣକାରୀଙ୍କୁ ଜଣେ କର୍ମଚାରୀ ଚିହ୍ନିଥିବା ସନ୍ଦେହ କରାଯାଇଛି। ତେଣେ ଛୁରାମାଡରେ ଆହତ ହୋଇଥିବା ଅନ୍ୟ ଜଣେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଗୋପନ ରଖାଯାଇଛି।

ଅଭିଯୋଗ ଅନୁସାରେ, ଚୋରି ପାଇଁ ଆସି ଦୁର୍ବୃତ୍ତ ଛୁରାମାଡ କରିବାରୁ ସୈଫଙ୍କ ବେକ, ହାତ ଓ ପିଠିରେ ଲାଗିଛି ଆଘାତ । ବାନ୍ଦ୍ରା ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ କରୁଛି । ସୈଫଙ୍କ ଶରୀରରେ ଦୁଇଟି ଗଭୀର କ୍ଷତ ହୋଇଥିବା ସୂଚନା ମିଳିଛି। ପୋଲିସ ସୂଚନା ଅନୁସାରେ ରାତି ପ୍ରାୟ ସାଢେ ୩ଟାରେ ସୈଫଙ୍କ ଘରେ ଦୁର୍ବୃତ୍ତ ପ୍ରବେଶ କରିଥିଲା। ପରେ ସୈଫ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ସୈଫଙ୍କୁ ଛୁରାମାଡ କରିଥିଲା ଦୁର୍ବୃତ୍ତ। ଘଟଣାବେଳେ ସେଠାରେ ଉପସ୍ଥିତ ଥିଲେ ପତ୍ନୀ କରିନା କପୁର ଓ ଦୁଇ ପୁଅ ତୈମୁର ଏବଂ ଜେହ । ମୁମ୍ବାଇର ଡିସିପି ଦୀକ୍ଷିତ ଗେଦାମ ଘଟଣାର ତଦନ୍ତ କରୁଛନ୍ତି। ସୈଫଙ୍କୁ ଦୁର୍ବୃତ୍ତଜଣକ ୬ ଥର ଛୁରି ଭୁସିଥିବା ଜଣାଯାଇଛି।

କିଛି ଦିନ ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ଏକ ବାଇକରେ ଆସି ସୁପରଷ୍ଟାର ସଲମାନ ଖାଁଙ୍କ ବାନ୍ଦ୍ରାସ୍ଥିତ ବାସଭବନ ଉପରକୁ ଗୁଳି କରିଥିଲେ। ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସକୁ ଟାର୍ଗେଟ କରିଛନ୍ତି ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ। ଏବେ ପ୍ରଶ୍ନ ଉଠୁଛି ଏତେ ହାଇଫାଇ ଅଞ୍ଚଳ, ସିସିଟିଭି ଛାଉଣୀ ଓ ମାଳ ମାଳ ସିକ୍ୟୁରିଟି ସତ୍ତ୍ବେ ବାନ୍ଦ୍ରାର ଏହି ଆପାର୍ଟମେଣ୍ଟରେ ଜଣେମାତ୍ର ଦୁର୍ବୃତ୍ତ ପଶିଲା କିପରି ଏବଂ ତାର ଯିବାଆସିବା ଦୃଶ୍ୟ ସିସିଟିଭି କିପରି ନାହିଁ ? ସୈଫଙ୍କ ସହ ଦୁର୍ବୃତ୍ତର ଧସ୍ତାଧସ୍ତି ହୋଇଥିବାବେଳେ ପତ୍ନୀ କରିନା ଓ ଦୁଇ ପୁଅ ରକ୍ଷା ପାଇଗଲେ କେମିତି ? ଆହତ ମହିଳା କର୍ମଚାରୀଙ୍କ ପରିଚୟକୁ କାହିଁକି ଗୋପନ ରଖାଯାଉଛି ?

ବରଗଡ଼ ଅପହରଣ ଓ ଦୁଷ୍କର୍ମ ଘଟଣାର ଅନୁଧ୍ୟାନ ପାଇଁ ବୁର୍ଲାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ବୁର୍ଲା: ବରଗଡ଼ ଅପହରଣ ଓ ଦୁଷ୍କର୍ମ ଘଟଣାର ଅନୁଧ୍ୟାନ ପାଇଁ ବୁର୍ଲାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ପୁରା ଘଟଣାର ଅନୁଧ୍ୟାନ କରିଛି ଏହି ଟିମ୍। ଭୀମସାରକୁ ଯାଇ ପୀଡ଼ିତାଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଛି। କିଭଳି ଓ କେଉଁ ପରିସ୍ଥିତିର ଏଭଳି ଜଘନ୍ୟ ଘଟଣା ଘଟିଲା, ପୀଡ଼ିତା କିପରି ଜଙ୍ଗଲରେ ପହଞ୍ଚିଲେ, ସେ ନେଇ ପରିବାର ଲୋକଙ୍କ ସହ ଆଲୋଚନା କରିଛି ବିଜେଡି ଟିମ୍। ଆଉ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଲା – ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ନଥିବାର ଅଭିଯୋଗ ହୋଇଛି। ସେ ସଂପର୍କରେ ବି ପଚାରି ବୁଝିଛି ବିଜେଡି ଟିମ୍। ପରିବାରର ଲିଖିତ ଅଭିଯୋଗ ପରେ ମଧ୍ୟ କାହିଁକି ପୋଲିସ ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏଯାଏ ଅଭିଯୁକ୍ତଙ୍କୁ କାହିଁକି ପୋଲିସ ଧରିପାରିନି ବୋଲି ପ୍ରଶ୍ନ କରିଛି ବିଜେଡି । ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଉତ୍ତରାଞ୍ଚଳ ଆଇଜିଙ୍କ ଅଫିସକୁ ଯାଇ ଆଇଜି ହିଂମାଶୁଲାଲଙ୍କୁ ଭେଟିଛି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି।