spot_img
Home Blog Page 116

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଅରବିନ୍ଦ ଢାଲି, ପ୍ରିୟଦର୍ଶୀ ମିଶ୍ର ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କୁ ମିଳିଛି ସମ୍ମାନଜନକ ଅଶୋକ ଚକ୍ର

ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କୁ ମିଳିଛି ସମ୍ମାନଜନକ ଅଶୋକ ଚକ୍ର। ଅଶୋକ ଚକ୍ର ହେଉଛି ଶାନ୍ତି ସମୟର ସର୍ବୋଚ୍ଚ ସାମରିକ ସମ୍ମାନ। ଆଜି ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରିଥିଲେ। ମହାକାଶ ଅଭିଯାନ କ୍ଷେତ୍ରରେ ବେଶ୍ ପାରଦର୍ଶିତା ହାସଲ କରିଛନ୍ତି ଶୁଭ୍ରାଂଶୁ। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇ ଖ୍ୟାତି ସାଉଁଟିଛନ୍ତି ଶୁଭ୍ରାଂଶୁ। ପ୍ରଥମ ଭାରତୀୟ ଭାବେ ISSକୁ ନାସାର ଏକ୍ସିଅମ୍ ୪ ମିଶନରେ ଯାଇଥିଲେ ଶୁଭ୍ରାଂଶୁ।

୧୦ ସାଙ୍ଗଠନିକ ଜିଲ୍ଲାର ଯୁବ ଓ ଛାତ୍ର ସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି

୧୦ ସାଙ୍ଗଠନିକ ଜିଲ୍ଲାର ଯୁବ ଓ ଛାତ୍ର ସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି। ଏହି ପ୍ରକ୍ରିୟା ଜାରି ରହିବ। ସବୁ କମିଟି ଘୋଷଣା ହେବ। ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଜିଲ୍ଲା ଓ ବ୍ଲକ କମିଟି ଘୋଷଣା କରାଯିବ। ସବୁ ପ୍ରସ୍ତାବକୁ ବିଚାର କରି ସେ କାମ କରୁଛନ୍ତି। ରାଜ୍ୟସ୍ତରୀୟ ଯୁବ ଓ ଛାତ୍ର କମିଟିରେ ସମ୍ପାଦକଙ୍କ ନାଁ ଘୋଷଣା ହୋଇ ପୂର୍ଣ୍ଣାଙ୍ଗ କମିଟି କରାଯିବ। ଆଗକୁ କ୍ୟାମ୍ପସ କମିଟି, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ କମିଟି ହେବ। ନବୀନ ପଟ୍ଟନାୟକଙ୍କ ସମୟରେ ଯେଉଁ ବିକାଶ ହୋଇଥିଲା, ତାହା ବିଜେପି ସରକାର ସମୟରେ ଧୂଳିସାତ ହୋଇଥିବା ଅଭିଯୋଗ କରିଛି ବିଜେଡି। ଏ ନେଇ ଲୋକଙ୍କୁ ସଚେତନ କରାଯିବ। ରକ୍ତଦାନ, ବୃକ୍ଷରୋପଣ ପରି ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ। ଯୁବ ଓ ଛାତ୍ରଙ୍କ ଭିତରେ ଉତ୍ସାହ ବଢୁଛି। ସଂଗଠନ ସୁଦୃଢ ହେବ। ଓଡ଼ିଶାର ସ୍ୱର ହୋଇ ଲଢେଇ କରିବାକୁ ଯୁବ ଓ ଛାତ୍ର ଆଗେଇବେ। ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କାମ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

କେନ୍ଦୁଝର ଟ୍ରିପଲ ମର୍ଡର ଘଟଣା: ପ୍ରାଥମିକ ତଦନ୍ତରୁ ଗୁଣିଗାରେଡି ଜନିତ ବୋଲି ସନ୍ଦେହ

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନିଆଳିଝରଣ ଗାଁରେ ହୋଇଥିବା ଟ୍ରିପଲ ମର୍ଡର ପଛର କାରଣ ଗୁଣିଗାରେଡି ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଦାଦାପୁଅ ଭାଇର କୁରାଢୀ ଚୋଟରେ ଭାଇ, ଭାଉଜ ଓ ଝିଆରୀର ମୃତ୍ୟୁ ହୋଇଥିଲା । ଗତକାଲି ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ଗୁଣିଗାରେଡି ସନ୍ଦେହ ବୋଲି ଅନୁମାନ କରାଯାଉଛି । ନିଆଳିଝରଣ ଗାଁର ଲକ୍ଷ୍ଣଣ ସୋରେନଙ୍କ ଭଉଣୀଙ୍କ ନିୟମିତ ଦେହ ଖରାପ ହେଉଥିଲା । ଏହା ଗୁଣିଗାରେଡି ଜନିତ ବୋଲି ଲକ୍ଷ୍ଣଣ ସୋରେନଙ୍କ ପରିବାର ସନ୍ଦେହ କରୁଥିଲେ । ଗୁଣିଗାରେଡି ଦାଦାପୁଅ ଭାଇ ଜିତେନ୍ଦ୍ର ସୋରେନଙ୍କ ପରିବାର କରୁଥିବା ମଧ୍ୟ ସନ୍ଦେହ ଦୃଢୀଭୂତ ହୋଇଥିଲା ।

ଗତକାଲି ଏହି ସନ୍ଦେହରୁ ଲକ୍ଷ୍ଣଣ ସୋରେନ ଏକ କୁରାଢୀ ଧରି ଜିତେନ୍ଦ୍ର ସୋରେନଙ୍କ ଘରେ ପଶି ଆତଙ୍କ ସୃଷ୍ଟି କରିଥିଲେ । ପ୍ରଥମେ କୁରାଢୀ ଚୋଟରେ ୫୦ ବର୍ଷ ବୟସ୍କ ଦାଦା ପୁଅ ଭାଇ ଜିତେନ୍ଦ୍ର ସୋରେନଙ୍କୁ ଆକ୍ରମଣ କରିଥିଲା ଲକ୍ଷ୍ଣଣ । ଲକ୍ଷ୍ଣଣର କୁରାଢୀ ଚୋଟରେ ଜିତେନ୍ଦ୍ର ଟଳିପଡିଥିଲେ । ଏହାର ପ୍ରତିବାଦ କରିଥିଲେ ଜିତେନ୍ଦ୍ରଙ୍କ ୪୫ ବର୍ଷ ବୟସ୍କା ପତ୍ନୀ ମାଳତୀ ସୋରେନ ଓ ୧୫ ବର୍ଷ ବୟସ୍କା ମଝିଆଁ ଝିଅ ସସ୍ମିତା ସୋରେନ । ରକ୍ତମୁଖା ଲକ୍ଷ୍ଣଣ ମାଳତୀ ଓ ସସ୍ମିତାଙ୍କୁ ମଧ୍ୟ ଛାଡିନଥିଲା । ତୁହାକୁ ତୁହା କୁରାଢୀ ମାଡ଼ରେ ମାଳତୀ ଓ ସସ୍ମିତା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ସେତେବେଳକୁ ଘରେ ମୃତ ଜିତେନ୍ଦ୍ରଙ୍କ ବିବାହିତା ବଡ଼ ଝିଅ ଓ ସବା ସାନ ଝିଅ ମଧ୍ୟ ଉପସ୍ଥିତ ଥିଲେ । ତେବେ ସେମାନେ ଭୟଭୀତ ହୋଇ ଦୌଡ଼ି ଦୌଡ଼ି ନିକଟସ୍ଥ ଏକ ଗାଁକୁ ଚାଲିଯାଇଥିଲେ । ଏହି ଘଟଣା ଘଟିବାବେଳେ ସେଠାରେ ଆକ୍ରମଣକାରୀ ଲକ୍ଷ୍ଣଣ ସୋରେନର ଭଉଣୀ ମଧ୍ୟ ଉପସ୍ଥିତ ଥିଲା । ତିନି ଜଣଙ୍କ ମୃତ୍ୟୁ ଦେଖି ସେ ଅଚେତ ହୋଇପଡିଥିଲା । ତାକୁ ଡାକ୍ତରଖାନା ନେବା ପାଇଁ ଆକ୍ରମଣକାରୀ ଲକ୍ଷ୍ଣଣର ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ୧୦୮ ଆମ୍ବୁଲାନ୍ସରେ ଲକ୍ଷ୍ଣଣର ଭଉଣୀଙ୍କୁ ଡାକ୍ତରଖାନା ନେଉଥିବାବେଳେ ଏହି ହତ୍ୟାକାଣ୍ଡ ସଂପର୍କରେ ଖବର ଜଣାପଡିଥିଲା । ପରେ ପୋଲିସ ଖବର ପାଇ ନିଆଳିଝରଣ ଗାଁରେ ପହଞ୍ଚି ୩ଟି ଶବ ଜବତ କରିବା ସହ ସେଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଆକ୍ରମଣକାରୀ ଲକ୍ଷ୍ଣଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ । ଆଜି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚିବ ।

ଭୁବନ ପୋଲିସକୁ ବଡ ସଫଳତା: ୩ ଚୋରଙ୍କୁ ଗିରଫ ସହ ସୁନା, ରୁପା, ଟଙ୍କା ଓ ମୋବାଇଲ ଜବତ

ଢେଙ୍କାନାଳ ଜିଲ୍ଲା ଭୁବନ ପୋଲିସକୁ ବଡ ସଫଳତା । ୩ ଚୋରଙ୍କୁ ଗିରଫ ସହ ସୁନା, ରୁପା, ଟଙ୍କା ଓ ମୋବାଇଲ ଜବତ କରିଛି ପୋଲିସ। ଗତ ଅଗଷ୍ଟ ମାସରେ ଭୁବନ ଥାନା ମହୀପାଳ ଗ୍ରାମର ଶ୍ୟାମସୁନ୍ଦର ମୁଣ୍ଡାଙ୍କ ଘରୁ ହୋଇଥିଲା ଚୋରି। ଏନେଇ ସେ ଭୁବନ ଥାନାରେ ଅଭିଯୋଗ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ବାବଧାନରେ ଏକ ତଦନ୍ତ ଟିମ୍ ଗଠନ କରାଯାଇଥିଲା। ମୋବାଇଲ ଟ୍ରାକିଂ କରି ୩ ଅଭିଯୁକ୍ତଙ୍କୁ ଧରିବାର ସଫଳ ହୋଇଛି ପୋଲିସ । ସେମାନଙ୍କ ଠାରୁ ୪୮ ଗ୍ରାମ ସୁନା, ୯୬ ଗ୍ରାମ ରୂପା, ୧୨ଟି ମୋବାଇଲ ଫୋନ୍ ଓ ନଗଦ ୮ହଜାର ଟଙ୍କା ଜବତ ହୋଇଛି। ଗିରଫ ହେଲେ ଯାଜପୁର ଚିଙ୍ଗୁଡ଼ିପାଳ ପାଟଣା ଗ୍ରାମର ଚନ୍ଦନ ଦେହୁରୀ, ଭୁବନ ଅଞ୍ଚଳର ଜିତେନ କୁମାର ସାହୁ ଓ ଜିତେନ୍ଦ୍ର କୁମାର ସାହୁ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଦେବଗଡ଼ରେ ଲଜ୍ଜା: ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଦେବଗଡ଼ରେ ଲଜ୍ଜା । ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଦେବଗଡ଼ ଥାନା ଅଞ୍ଚଳରେ ଗତକାଲି ରାତିରେ ଘଟିଛି ଅଘଟଣ । ଦୁଷ୍କର୍ମକାରୀ ଯୁବକକୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ। ଗ୍ରାମବାସୀଙ୍କ ମାଡରେ ଆହତ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଅଭିଯୁକ୍ତ ବାରକୋଟ ଥାନାଞ୍ଚଳ ବାଲିରୋଇ ଗ୍ରାମର ୨୨ବର୍ଷୀୟ ଉତୀତ ପାତ୍ର l ପୋଲିସ ହେପାଜତରେ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ରହିଛି l ଚିକିତ୍ସା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ l

ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ କଡ଼ା ସମାଲୋଚନା କଲେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର

ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କଟକରେ ଦେଇଥିବା ବକ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ସାଧାରଣତନ୍ତ୍ର ଦିବସ ଅଭିଭାଷଣ ଶୋଭା ପାଏନି। ତାଙ୍କ ସରକାରକୁ ୧୯ ମାସ ହେଲାଣି। ବିକାଶ ଗୋଟେ ନିରବଚ୍ଛିନ୍ନ ପ୍ରକ୍ରିୟା। ବିଜେପି ସରକାର ଯେଉଁ ମାନସିକତା ପ୍ରକଟ କରୁଛନ୍ତି ଯେ ସବୁ କରି ଦେବୁ, ଆଗ କରନ୍ତୁ। ନବୀନ ପଟ୍ଟନାୟକଙ୍କ ସରକାର ସମୟର ବିକାଶକୁ ନୀତି ଆୟୋଗଠାରୁ ଆରମ୍ଭ କରି ଉପା, NDA ସବୁ ସରକାର ପ୍ରଶଂସା କରିଛନ୍ତି। ତାହା ସ୍ୱୀକାର କରନ୍ତୁ। କହିଲେ, ବାଲି, ଖଣି ମାଫିଆଙ୍କୁ ଧରିବା ଥୟ। କିଛି ଦ୍ବିମତ ନ ହେଉ। ପ୍ରତିଶୃତି ରକ୍ଷା କରନ୍ତୁ। ତୋ ବାକ୍ୟ ତୁ ହିଁ ରକ୍ଷା କର, ହେ ସୌଦାଗର ବୋଲି କହିଛନ୍ତି ଦେବୀ ମିଶ୍ର।

ଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଆଜି ଦେଶ ପାଳନ କରୁଛି ୭୭ତମ ସାଧାରଣତନ୍ତ୍ର ଦିବସ l ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହୋଇଛି ଜାତୀୟ ସ୍ତରର ପରେଡ୍। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ ଡେର ଲେୟେନ ଓ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା l ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି ଦେଶର ଶକ୍ତି ଓ ଶୌର୍ଯ୍ୟ। ପ୍ରଦର୍ଶିତ ହୋଇଛି ସାମରିକ ଶକ୍ତିର ଝଲକ। ବାୟୁସେନା, ସ୍ଥଳସେନା ଓ ଜଳସେନାର ଶକ୍ତି ଦେଖିଛି ସାରା ବିଶ୍ଵ। ତା ସହିତ ରଙ୍ଗାରଙ୍ଗ ପରେଡ୍ ଅନୁଷ୍ଠିତ ହୋଇଛି। ତା ସହିତ ସାମିଲ ହୋଇଛନ୍ତି ମୋଟ ୩୦ଟି ପ୍ରଜ୍ଞାପନ ମେଢ଼ l ସେଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୭ଟି, ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଓ ସର୍ଭିସର ୧୩ଟି ପ୍ରଜ୍ଞାପନ ମେଢ ରହିଛି। କେନ୍ଦ୍ର ସଂସ୍କୃତି ବିଭାଗର ବନ୍ଦେ ମାତରଂର ୧୫୦ତମ ବାର୍ଷିକୀ ଅବସରରେ ଏକ ସ୍ବତନ୍ତ୍ର ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଛି।

ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟ ପଥରେ ‘ବନ୍ଦେ ମାତରମ’ର ଝଲକ ଦେଖିବାକୁ ମିଳିଥିଲା । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପ୍ରଦର୍ଶିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ‘ପରମ୍ପରାରୁ ପ୍ରଗତି’, ଆତ୍ମନିର୍ଭର ଭାରତରେ ଓଡ଼ିଶାର ଅବଦାନକୁ ଏହି ପ୍ରଜ୍ଞାପନ ଦର୍ଶାଇଥିଲା । ପ୍ରଜ୍ଞାପନ ମେଢ଼ରେ କୋରାପୁଟ୍ କଫି ଓ କୋଣାର୍କ ମନ୍ଦିରର ଝଲକ ଦେଖିବାକୁ ମିଳିଥିଲା । ଏଥିସହିତ ମହିଳାଙ୍କ ନେତୃତ୍ବ ଓ ସେମି କଣ୍ଡକ୍ଟର ଚିପକୁ ମଧ୍ୟ ଦର୍ଶାଇଥିଲା । ଏକତା ଓ ବିବିଧତାର କଳା ପ୍ରଦର୍ଶିତ ହୋଇଥିଲା  । ଏଥର ବେଶ ଆକର୍ଷଣୀୟ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏଥିରେ କୋଣାର୍କ ମନ୍ଦିରର ପ୍ରତିକୃତି ସ୍ଥାନ ପାଇଥିଲା। ପିପିପିଲର ଚାନ୍ଦୁଆ, ଘୋଡ଼ାନାଚ ଆଜି ମଧ୍ୟ ଏଥିରେ ସ୍ଥାନ ପାଇଥିଲା। ପଥର ଖୋଦେଇ କରି ମୂର୍ତ୍ତି ନିର୍ମାଣ ଓ ବାଉଁଶରେ ଆସବାବପତ୍ର ନିର୍ମାଣ ମଧ୍ୟ ପ୍ରଦର୍ଶିତ ହୋଇଛି।

ଦେଶ ପାଳନ କରୁଛି ୭୭ତମ ସାଧାରଣତନ୍ତ୍ର ଦିବସ: ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ଦେଶ ପାଳନ କରୁଛି ୭୭ତମ ସାଧାରଣତନ୍ତ୍ର ଦିବସ l ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହୋଇଛି ଜାତୀୟ ସ୍ତରର ପରେଡ୍। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ ଡେର ଲେୟେନ ଓ ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା l ଦିଲ୍ଲୀ କର୍ତ୍ତବ୍ଯପଥରେ ପ୍ରଦର୍ଶିତ ହୋଇଛି ଦେଶର ଶକ୍ତି ଓ ଶୌର୍ଯ୍ୟ। ପ୍ରଦର୍ଶିତ ହୋଇଛି ସାମରିକ ଶକ୍ତିର ଝଲକ। ବାୟୁସେନା, ସ୍ଥଳସେନା ଓ ଜଳସେନାର ଶକ୍ତି ଦେଖିଛି ସାରା ବିଶ୍ଵ। ତା ସହିତ ରଙ୍ଗାରଙ୍ଗ ପରେଡ୍ ଅନୁଷ୍ଠିତ ହୋଇଛି। ତା ସହିତ ସାମିଲ ହୋଇଛନ୍ତି ମୋଟ ୩୦ଟି ପ୍ରଜ୍ଞାପନ ମେଢ଼ l ସେଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୭ଟି, ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଓ ସର୍ଭିସର ୧୩ଟି ପ୍ରଜ୍ଞାପନ ମେଢ ରହିଛି। କେନ୍ଦ୍ର ସଂସ୍କୃତି ବିଭାଗର ବନ୍ଦେ ମାତରଂର ୧୫୦ତମ ବାର୍ଷିକୀ ଅବସରରେ ଏକ ସ୍ବତନ୍ତ୍ର ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଛି। ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଭୁବନେଶ୍ବରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ: ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ

ଭୁବନେଶ୍ବରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ଗାନ୍ଧୀମାର୍ଗରେ ଭବ୍ୟ ପରେଡ୍ ସମାରୋହ ହୋଇଛି। ମହାମହିମ ରାଜ୍ୟପାଳଙ୍କ ସମ୍ମୁଖରେ କଳା ପ୍ରଦର୍ଶନ କଲେ ପୁରୀର ସାହି ଯାତ । ଏହା ହେଉଛି ଓଡ଼ିଶାର କଳା , ସଂସ୍କୃତି ଓ ଐତିହ୍ୟର ପରିଚୟ। ଗଞ୍ଜାମ ଜିଲ୍ଲାର ପଶୁମୁଖା କଳାକାର ନିଜର କଳା ପ୍ରଦର୍ଶନ କରିଛନ୍ତି। ପ୍ରକୃତି ଓ ପଶୁ ସଂପଦର ସୁରକ୍ଷାର ବାର୍ତ୍ତା ଦେଇ ଏହି ନୃତ୍ୟ ପରିବେଷଣ ହୋଇଛି । ପୁରୀ ଜିଲ୍ଲାର ବଡଘୋଡା ନାଚ ପରିବେଷଣ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳି ନୃତ୍ୟ ଓ ଜନଜାତି ଜୀବନ ଶୈଳୀ ସହ ସେମାନଙ୍କ ପର୍ବ ପର୍ବାଣୀ ସମୟର ନୃତ୍ୟ ପରିବେଷଣ ହୋଇଛି। ଏହା ସହ ୧୨ ଟି ପ୍ରଜ୍ଞାପନ ମେଢ଼ ସାମିଲ ହୋଇଛନ୍ତି।