spot_img
Home Blog Page 1149

ଟ୍ରଫି ହାତେଇଲେ କରଣବୀର ମେହରା, ମିଳିଲା ଏତିକି ଟଙ୍କା ଆଉ ଦାମୀ କାର

ନନ୍ଦିଘୋଷ ବ୍ୟୁରୋ: ବିବାଦୀୟ ରିୟାଲିଟି ସୋ ବିଗ୍ ବସ୍ ୧୮’କୁ ଶେଷରେ ଏହାର ବିଜେତା ମିଳିଯାଇଛି । କରଣବୀର ମେହରା ୧୮ତମ ସିଜନର ବିଜେତା ଟ୍ରଫି ଜିତିଛନ୍ତି । କରଣବୀର ମେହରାଙ୍କୁ ସଲମାନ ଖାନ୍ ବିଜେତା ଘୋଷଣା କରିବା ସହ ବିଜେତାଙ୍କୁ ଗ୍ରାଣ୍ଡ ଟ୍ରଫି ପ୍ରଦାନ କରିଛନ୍ତି  । ଭିଭିଆନ୍ ଡିସେନା ରନର୍ସ ଅପ୍ ହୋଇଥିବା ବେଳେ ରଜତ ଡାଲାଲ ତୃତୀୟ ସ୍ଥାନରେ ଅଛନ୍ତି ।

ବିଗ୍ ବସ୍ ୧୮’ ର ବିଜେତା କରଣବୀର ମେହେରାଙ୍କ ଖେଳ ଆରମ୍ଭରୁ ବହୁତ ଦୁର୍ବଳ ଦେଖାଯାଉଥିଲା  । କିନ୍ତୁ ଖେଳର ମଧ୍ୟଭାଗରେ କରଣବୀର ମେହରା ବହୁତ ଭଲ ପ୍ରଦର୍ଶନ କରିଥିଲେ । ଖେଳରେ କରଣବୀର ମେହରା ବହୁତ ଆକ୍ଟିଭ ଥିଲେ । ଗୃହରେ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ସେ ଚର୍ଚ୍ଚାରେ ରହୁଥିଲେ । ବିଗ ବସ ହାଉସରେ ଗୋଷ୍ଠୀଗୁଡ଼ିକ ମଧ୍ୟ ଲଗାତାର କରଣଙ୍କ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା ​​ । ୱିକେଣ୍ଡ ବାରରେ ମଧ୍ୟ କରଣଙ୍କର ଅଧିକ ଆଲୋଚନା କରାଯାଇଥିଲା। କରଣଭୀର ମେହେରା ଏହାର ସମ୍ପୂର୍ଣ୍ଣ ଲାଭ ପାଇଲେ ଏବଂ ସେ ଭୋଟ୍ ଟ୍ରେଣ୍ଡରେ ଆଗରେ ରହିଲେ  ।

ତେବେ ରଜତ ଡାଲାଲଙ୍କର ଅନେକ ପ୍ରଶଂସକ ଥିଲେ, ଯାହା ପରେ ଲାଗୁଥିଲା ଯେ ଡାଲାଲ ସୋ’ର ବିଜେତା ହୋଇପାରନ୍ତି। କିନ୍ତୁ ଏହା ଘଟିଲା ନାହିଁ | କରଣବୀର ମେହେରା ଏବଂ ଭିଭିଆନ୍ ଟପ-୨ରେ  ପହଞ୍ଚିଥିଲେ ଏବଂ ରଜତ ଡାଲାଲ ତୃତୀୟ ସ୍ଥାନରେ ରହିଥିଲେ। ଶେଷରେ କରଣବୀର ମେହରା ବିଗ୍ ବସ୍ ୧୮’ ର ଟ୍ରଫି ଏବଂ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି  ।

ବିଗ୍ ବସ୍ ୧୮’ର ବିଜେତା ହୋଇଥିବା କରଣବୀର ମେହରା ଲୋକପ୍ରିୟ ରିୟାଲିଟି ସୋ’ରେ ଚମତ୍କାର ବିଜୟ ପରେ ତାଙ୍କର ପ୍ରଥମ ପୋଷ୍ଟ ସେୟାର କରିଛନ୍ତି  । ଅଭିନେତା ତାଙ୍କ ମା ଏବଂ ଭଉଣୀଙ୍କ ସହିତ ଆଇକନିକ୍ ବିଗ୍ ବସ୍ 18 ଟ୍ରଫି ଧରି ଏକ ହୃଦୟସ୍ପର୍ଶୀ ଚିତ୍ର ପୋଷ୍ଟ କରିଛନ୍ତି  । ଏହାସହିତ ଲେଖିଛନ୍ତି, “ଆମେ ସମସ୍ତେ ଅପେକ୍ଷା କରିଥିବା ମୁହୂର୍ତ୍ତ ଶେଷରେ ପହଞ୍ଚିଛି ! ଜନସାଧାରଣଙ୍କ ପ୍ରିୟ କରନବୀର ମେହେରା ବିଗ୍ ବସ୍ 18 ଜିତି ଟ୍ରଫି ସହିତ ଫେରିଛନ୍ତି  । ଆପଣ ସମସ୍ତେ ନିରପେକ୍ଷ ଦର୍ଶକଙ୍କ ପ୍ରକୃତ ଶକ୍ତି ପ୍ରଦର୍ଶନ କରିଛନ୍ତି  ।ଏହି ବିଜୟ ତୁମର ।

ବିବାହ ବନ୍ଧନରେ ବାନ୍ଧି ହେଲେ ନୀରଜ ଚୋପ୍ରା, ଜାଣନ୍ତୁ କିଏ ତାଙ୍କ ପତ୍ନୀ ହିମାନୀ?

ନନ୍ଦିଘୋଷ ବ୍ୟୁରୋ: ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ୨୦୨୫ରେ ନିଜ ପ୍ରଂଶସକଙ୍କୁ ଏକ ବଡ ସରପ୍ରାଇଜ ଦେଇଛନ୍ତି । ହଠାତ ବିବାହ ବନ୍ଧନରେ ବାନ୍ଧି ହୋଇ ବହୁ ଝିଅଙ୍କର ହୃଦୟ ଭାଙ୍ଗିଦେଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହେବା ପରେ ସେ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ନୀରଜ ଇନଷ୍ଟାଗ୍ରାମ ଏବଂ ଏକ୍ସରେ ନିଜ ବିବାହର ଫଟୋ ସେୟାର କରିଛନ୍ତି । ଏଥିରେ ସେ ନିଜ ପତ୍ନୀ ଏବଂ ପରିବାରବର୍ଗଙ୍କ ସହିତ ନଜର ଆସିଛନ୍ତି । ଫଟୋ ପୋଷ୍ଟ କରିବା ପରେ ସେ କ୍ୟାପସନରେ ଲେଖିଛନ୍ତି- ‘ମୋ ପରିବାର ସହିତ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲି।’

ଅଲିମ୍ପିକ ବିଜେତା ନୀରଜ ଚୋପ୍ରା ଗୁପ୍ତ ଭାବରେ ବିବାହ କରିଛନ୍ତି । କାହାକୁ କିଛି ନଜଣାଇ କେବଳ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଗୁପ୍ତ ଭାବରେ ବିବାହ କରିଛନ୍ତି  । ଗତକାଲି ସୋସିଆଲ ମିଡିଆ ମାଧ୍ୟମରେ ନୀରଜ ଏହି ବିଷୟରେ ସମଗ୍ର ବିଶ୍ୱକୁ ସୂଚନା ଦେଇଛନ୍ତି । ନୀରଜଙ୍କ ସ୍ତ୍ରୀ’ଙ୍କ ନାମ ହେଉଛି ହିମାନୀ  । କିନ୍ତୁ ସମସ୍ତେ ନୀରଜଙ୍କ ହୃଦୟ ଜିତିଥିବା ଏହି ହିମାନୀ କିଏ ଜାଣିବାକୁ ଚାହୁଁଛନ୍ତି । ତେବେ ନୀରଜଙ୍କ ସ୍ତ୍ରୀ ହିମାନୀ ଜଣେ ଟେନିସ୍ ପ୍ରଶିକ୍ଷକ ଏବଂ ହରିୟାଣାର ବାସିନ୍ଦା ଅଟନ୍ତି ।  ବାସ୍ତବରେ, ହିମାନୀଙ୍କ ସମ୍ପୂର୍ଣ୍ଣ ନାମ ହିମାନୀ ମୋର୍ ଏବଂ ନୀରଜଙ୍କ ପରି ସେ ମଧ୍ୟ ହରିୟାଣାର  । ନୀରଜ ହରିୟାଣାର ପାନିପତ ଜିଲ୍ଲାର ଖଣ୍ଡରା ଗାଁର ବାସିନ୍ଦା ହୋଇଥିବାବେଳେ ହିମାନି ସୋନିପତ ଜିଲ୍ଲାର ଲଡସୌଲି ଗାଁର ବାସିନ୍ଦା ଅଟନ୍ତି ।

ସ୍ପୋର୍ଟଷ୍ଟାର ରିପୋର୍ଟ ଅନୁଯାୟୀ, ୨୫ ବର୍ଷୀୟ ହିମାନି ମୋର୍ ସୋନିପତ ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍ କଲେଜରୁ ରାଜନୀତି ବିଜ୍ଞାନ ଏବଂ ଫିଜିକାଲ ଏଜୁକେଶନ କ୍ଷେତ୍ରରେ ସ୍ନାତକ ହାସଲ କରିଥିଲେ। ତା’ପରେ ସେ ଆମେରିକାର ଲୁଇସିୟାନା ରାଜ୍ୟର ଦକ୍ଷିଣ ପୂର୍ବ ଲୁଇସିୟାନା  ବିଶ୍ୱବିଦ୍ୟାଳୟରୁ ମଧ୍ୟ ଅଧ୍ୟୟନ କରିଥିଲେ। ସେ କେବଳ ଆମେରିକାରେ ଅଧ୍ୟୟନ କରୁନଥିଲେ ବରଂ ସେଠାରେ ଟେନିସ୍ ମଧ୍ୟ ଖେଳୁଥିଲେ ଏବଂ ସେଠାରୁ ଟେନିସ୍ କୋଚିଂରେ କ୍ୟାରିୟର ମଧ୍ୟ ଆରମ୍ଭ କରିଥିଲେ ।

ଆମେରିକାର ନ୍ୟୁ ହାମ୍ପସାର ଫ୍ରାଙ୍କଲିନ୍ ପିୟର୍ସ ୟୁନିଭରସିଟିରେ ସ୍ବେଚ୍ଛାସେବୀ ଟେନିସ୍ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ମୈସାଚୁସେଟ୍ସ ରାଜ୍ୟର ଆମହର୍ଷ୍ଟ କଲେଜରେ ଗ୍ରାଜୁଏଟ ଆସିଷ୍ଟାଣ୍ଟ ଅଟନ୍ତି ଏବଂ ସେହି କଲେଜର ମହିଳା ଟେନିସ୍ ଦଳକୁ ପ୍ରଶିକ୍ଷଣ ଦେବା ବ୍ୟତୀତ ସେ ସେମାନଙ୍କୁ ସମ୍ପୂର୍ଣ୍ଣ ପରିଚାଳନା କରୁଛନ୍ତି। ଏହାସହିତ ସେ ମ୍ୟାକ୍କାରମେକ ଆଇଜନବର୍ଗ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରୁ ସ୍ପୋର୍ଟସ୍ ମ୍ୟାନେଜମେଣ୍ଟର ମଧ୍ୟ ଅଧ୍ୟୟନ କରୁଛନ୍ତି  ।

ଆଜିଠୁ ଚିଲିକାରେ ଡଲଫିନ୍ ଗଣନା, ସକାଳ ୬ ଟାରୁ ଡ଼ଲଫିନ ଗଣନା କାର୍ଯ୍ୟ ଆରମ୍ଭ

ଚିଲିକା : ପକ୍ଷୀ ଗଣନା ପରେ ଆଜିଠୁ ଚିଲିକାରେ ଡଲଫିନ୍ ଗଣନା । ସକାଳ ୬ ଟାରୁ ସମଗ୍ର ଚିଲିକା ଅଞ୍ଚଳରେ ଚାଲିଛି ଗଣନା। ଇରାୱାଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର ଗଣନା କରାଯାଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ୍ ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ ଅଧିନରେ ଥିବା ୨ ଟି ରେଞ୍ଜରେ ଏହି ଡଲଫିନ୍ ଗଣନା କରାଯାଉଛି ।

ଗଣନାକାରୀମାନେ କିଭଳି ଡଲଫିନ୍ ଗଣନା କରିବେ ସମ୍ପର୍କରେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ସୂଚନା ଦେଇଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ । ଡଲଫିନ୍ ପ୍ରଶିକ୍ଷଣ ଶିବିରରେ ୧୦୦ ରୁ ଉର୍ଦ୍ଧ୍ବ ଗଣନାକାରୀ ସାମିଲ ହୋଇଥିଲେ । ୩ ଦିନ ପର୍ଯ୍ୟନ୍ତ ହେବ ଡଲଫିନ୍ ଗଣନା । ଆଜି ସକାଳ ୬ ଟାରୁ ଡ଼ଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଗଣନା ପ୍ରକ୍ରିୟା ୩ ଦିନ ପର୍ଯ୍ୟନ୍ତ ଚାଲିବ, ଆଜି ଆରମ୍ଭ ହୋଇ ୨୨ ତାରିଖ ରେ ଶେଷ ହେବ ।

ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ମାମଲା ; କୁଲଦୀପ ସିଂ ସେନଗାରକୁ ଆତ୍ମସମର୍ପଣ ଲାଗି ନିର୍ଦ୍ଦେଶ

ଉତ୍ତରପ୍ରଦେଶ : ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲା । ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂ ସେନଗାରକୁ ଆଜି ଆର୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ହେବ ଆସନ୍ତା ୨୭ରେ। ଜଷ୍ଟିସ ପ୍ରତିଭା ସିଂଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ କାରଣରୁ କୁଲଦୀପଙ୍କୁ ଗତ ଡିସେମ୍ବର ୫ରେ ହାଇକୋର୍ଟ ୨ ସପ୍ତାହ ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । କୁଲଦୀପଙ୍କ ଅନ୍ତରୀଣ ଜମିନ ଆଉ କିଛିଦିନ ବଢାଇବା ଲାଗି ଓକିଲ ଅନୁରୋଧ କରିଥିଲେ ବି ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଥିଲେ ।

ଗତ ୨୦୧୭ ଜୁନ ୪ରେ ଉତ୍ତରପ୍ରଦେଶ ଉନ୍ନାଓରେ ଜଣେ ୧୭ ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାରେ ୨୦ ଡିସେମ୍ବର ୨୦୧୯ରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେନଗାରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ । ତାଙ୍କ ବିରୋଧରେ ଦୁଷ୍କର୍ମ, ହତ୍ଯା, ହତ୍ଯା ଉଦ୍ଯମ, ପୋକ୍ସୋ ଆଦି ମାମଲା ରହିଛି। ପୋଲିସ ହେପାଜତରେ ଥିବାବେଳେ ପୀଡିତାଙ୍କ ମୃତ୍ଯୁ ମାମଲା ବି ତାଙ୍କ ନାମରେ ରହିଛି। ପୀଡି଼ତାଙ୍କୁ ୨ ଜଣ ବ୍ଯକ୍ତି ପୋଡି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ। ୨୦୧୯ ଡିସେମ୍ବର ୭ରେ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ମୃତ୍ଯୁ ଘଟିଥିଲା ।

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଆଜି ଘୋଷଣା ହେବ ଦଣ୍ଡ

କୋଲକତା: ମିଳିବ ଆଜୀବନ କାରାଦଣ୍ଡ ନା ମୃତ୍ୟୁଦଣ୍ଡ। ବହୁଚର୍ଚ୍ଚିତ କୋଲକାତା ଆରଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଘୋଷଣା ହେବ ଦଣ୍ଡ। ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟ ବିରୋଧରେ ଦଣ୍ଡ ଘୋଷଣା କରିବେ ପଶ୍ଚିମବଙ୍ଗ କୋଲକାତା ସ୍ଥିତ ସିଆଲଦା ସେସନ୍ସ କୋର୍ଟ। ୩୧ ବର୍ଷ ବୟସ୍କା  ଡାକ୍ତରଙ୍କ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିଲା ହଇଚଇ। ଗତବର୍ଷ ଅଗଷ୍ଟ ୯ରେ ଘଟିଥିବା ଘଟଣାରେ କୋଲକାତା ପୋଲିସର ସିଭିକ ଭଲ୍ଯୁଣ୍ଟିୟର ଥିବା ସଞ୍ଜୟ ରାୟକୁ ଗିରଫ କରିଥିଲା । ୫୭ଦିନର ଶୁଣାଣି ପରେ ମାମଲାର ରାୟ ପ୍ରକାଶ କରିଥିଲେ କୋର୍ଟ।

ବିଚାରପତି କହିଥିଲେ- ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଆଧାରରେ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସଞ୍ଜୟ ବିରୋଧରେ ଲାଗିଛି ଧାରା ୬୪ ଅର୍ଥାତ ଦୁଷ୍କର୍ମ, ଧାରା ୬୬ ଅର୍ଥାତ ମୃତ୍ୟୁ ଲାଗି ଦଣ୍ଡ, ଧାରା ୧୦୩ ଅର୍ଥାତ ହତ୍ୟା । ଧାରା ୬୪ ଅନୁସାରେ ସର୍ବାଧିକ ଆଜୀବନ ଦଣ୍ଡାଦେଶ ବ୍ୟବସ୍ଥା ଥିବାବେଳେ ଧାରା ୬୬ରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି। ସେପଟେ ଶୁଣାଣି ବେଳେ ସେ ନିର୍ଦ୍ଦୋଷ ଦର୍ଶାଇବା ସହ ଏହି ଅପରାଧ ଘଟାଇ ନାହିଁ ବୋଲି କହିଥିଲା ସଞ୍ଜୟ ।

ଗତ ବର୍ଷ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ସେମିନାର ହଲରେ ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ପରେ ହସପିଟାଲ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ , ତରବରିଆ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ଆସିଥିଲା । ଘଟଣାକୁ ନେଇ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ପର୍ଯ୍ୟନ୍ତ ନ୍ୟାୟ ଦାବିରେ ଧାରଣା ଦେଇଥିଲେ ସାଥି ଡକ୍ଟର। ସମର୍ଥନରେ ଦେଶ ତମାମରୁ ଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ମେଡିକାଲ କ୍ୟାମ୍ପସରେ ରାତି ଡ୍ୟୁଟିରେ ସୁରକ୍ଷା କଥା ଉଠିଥିଲା । ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବିଜେପି ଓ ବାମଦଳ ପଶ୍ଚିମବଙ୍ଗରେ ମୁଖର ହୋଇ ମମତା ବାନାର୍ଜୀଙ୍କୁ କଡ଼ା ନିନ୍ଦା କରିଥିଲେ । ଦେଶ ତମାମରେ ରାଜନୀତି ତୀବ୍ର ହୋଇଥିଲା । ଶେଷରେ ଆଜି ନିମ୍ନ ଅଦାଲତରୁ ପ୍ରତିକ୍ଷୀତ ରାୟ ଆସିଛି କିନ୍ତୁ ପରିବାର ଅସଲ ନ୍ୟାୟ ଅପେକ୍ଷାରେ ଅଛି ।

ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ରର ଦ୍ବିତୀୟ ଥର ଲାଗି ମୁକୁଟ ପିନ୍ଧିବେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ: ବଦଳିବ ଆମେରିକା ଇତିହାସ। ଆଜି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ ଡୋନାଲ୍ଡ ଟ୍ରମ୍ପ । ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ରର ଦ୍ବିତୀୟ ଥର ଲାଗି ମୁକୁଟ ପିନ୍ଧିବେ ଟ୍ରମ୍ପ । ଏକ ଭରପୂର ଉତ୍ସବରେ ଶପଥ ନେବା ପରେ ସେ ଉଦବୋଧନ ଦେବେ । ପରେ ଯିବେ ହ୍ବାଇଟ ହାଉସ । ତାଙ୍କୁ ଶପଥ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜନ ରବର୍ଟସ । ବିଶ୍ବର ୨୩ଟି ରାଷ୍ଟ୍ରର ପ୍ରାୟ ୭ ହଜାର ୫୦୦ ଅତିଥି ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ। ପରେଡରେ ଭାଗ ନେବେ ଆମେରିକାର ସେନା, ସାମୁଦ୍ରିକ ସେନା, ନୌସେନା, ବାୟୁସେନା, ତଟରକ୍ଷୀ ବାହିନୀ ଓ ମର୍ଚ୍ଚାଣ୍ଟ ମାରିନ ଏକାଡେମି ।

ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନଙ୍କ କାଳରୁ ଅର୍ଥାତ ୧୭୮୯ରୁ ଶପଥ ଗ୍ରହଣ ଉତ୍ସବରେ ଚିତ୍ତାକର୍ଷକ ପରେଡ ବ୍ୟବସ୍ଥା ରହିଆସିଛି । ପ୍ରାୟ ୨ ଦଶମିକ ୪ କିଲୋମିଟର ଧରି ପେନସିଲଭାନିଆ ଆଭେନ୍ଯୁରେ ପରେଡ ଚାଲିବ । ୧୮୬୫ରେ ଆବ୍ରାହମ ଲିଙ୍କନଙ୍କ ଶପଥ ଗ୍ରହଣ କାଳରୁ ପ୍ରଥମ ଥର ଲାଗି ଏହି ଉତ୍ସବରେ ସାମିଲ ହୋଇଥିଲେ ମୂଳ ଆମେରିକା ନିବାସୀ ଓ ଆଫ୍ରିକୀୟ ଆମେରିକୀ । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଶପଥ ଗ୍ରହଣ ଉତ୍ସବକୁ ଫ୍ରାଙ୍କଲିନ ଡି. ରୁଜଭେଲ୍ଟ ବାତିଲ କରିଥିଲେ । ୧୯୮୫ରେ ରୋନାଲ୍ଡ ରେଗାନଙ୍କ ଦ୍ବିତୀୟ ପାଳିର ଶପଥ ଉତ୍ସବ ଶୀତ କାରଣରୁ ଇଣ୍ଡୋରରେ ହୋଇଥିଲା ।

ଉତ୍ସବରେ ସାମିଲ ହେବେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଟେସଲା ଓ ସ୍ପେସ ଏକ୍ସ ସିଇଓ ଏଲନ ମସ୍କ, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଆପଲ ସିଇଓ ଟିମ୍ କୁକ, ଓପନ ଏଆଇ ସିଇଓ ସାମ୍ ଅଲଟମ୍ଯାନ, ମେଟା ସିଇଓ ମାର୍କ ଜୁକରବର୍ଗ, ଟିକ ଟକ ସିଇଓ ସୋଉଚ ଜି ଚିଉ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ଯକ୍ଷ ମୁକେଶ ଅମ୍ବାନୀ ଓ ରିଲାଏନ୍ସ ଫାଉଣ୍ଡେସନ ଅଧ୍ଯକ୍ଷା ନୀତା ଅମ୍ବାନୀ ପ୍ରମୁଖ। ଉତ୍ସବରେ ସାମିଲ ହେବେ ନାହିଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ଉତ୍ତରକୋରିଆ ସୁପ୍ରିମ ଲିଡର କିମ ଜଙ୍ଗ ଉନ।

ଡୋନାଲଡ ଟ୍ରମ୍ପଙ୍କ ଡିନର ପାର୍ଟିରେ ସାମିଲ ହେଲେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ: ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ଅମ୍ବାନୀ ଦମ୍ପତ୍ତି

ଓ୍ବାଶିଂଟନ: ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଡୋନାଲଡ ଟ୍ରମ୍ପ। ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ ସାରା ବିଶ୍ବବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଶପଥ ଗ୍ରହଣର ସ୍ବତନ୍ତ୍ର କାର୍ଯ୍ୟକ୍ରମ ପୂର୍ବରୁ ସାରା ଦୁନିଆର କୋଣ ଅନୁକୋଣରୁ ବଛା ବଛା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ରାତ୍ରିଭୋଜନ ନିମନ୍ତେ ନିମନ୍ତ୍ରଣ ଦିଆଯାଇଥିଲା । ସବୁଠାରୁ ବଡ଼ କଥ ହେଉଛି ଓ୍ବାଶିଂଟନରେ ଆୟୋଜିତ ହୋଇଥିବା ଏହି ପ୍ରାଇଭେଟ ରିସେପସନ ପାର୍ଟିରେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀ ସାମିଲ ହୋଇଥିଲେ ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚିତ ହୋଇଥିବା ଟ୍ରମ୍ପଙ୍କୁ ଶପଥ ଗ୍ରହଣ ପୂବର୍ରୁ ଅମ୍ବାନୀ ଦମ୍ପତ୍ତି ଅଭିନନ୍ଦନ ଜଣାଇଥିଲେ । ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ ବୋଲି ଅମ୍ବାନୀ ଦମ୍ପତ୍ତି ଆଶାବ୍ୟକ୍ତ କରିଥିଲେ । ଏଥିସହିତ ଟ୍ରମ୍ପଙ୍କ ପରିବର୍ତ୍ତନକାରୀ ନେତୃତ୍ବରେ ଦୁଇ ରାଷ୍ଟ୍ରର ବିକାଶ ହେବା ସହ ସମଗ୍ର ବିଶ୍ବର ବିକାଶ ହେବ ବୋଲି ଅମ୍ବାନୀ ଶୁଭକାମନା ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ, ଟ୍ରମ୍ପଙ୍କ ନିମନ୍ତ୍ରଣ ପାଇ ଅମ୍ବାନୀ ଦମ୍ପତ୍ତି ଆମେରିକା ଯାତ୍ରା କରି ଏହି ପାର୍ଟିରେ ସାମିଲ ହୋଇଥିଲେ । ଶପଥ ଗ୍ରହଣ ସମାରୋହରେର ବିଶ୍ବର ସବୁଠାରୁ ପ୍ରଭାବଶାଳୀ କୋଟିପତି ଓ ରାଜନେତାଙ୍କ ସମେତ ବିଦେଶୀ ନେତାମାନେ ସାମିଲ ହେବାର ସମ୍ଭାବନା ରହିଛି । ଜାନୁଆରୀ ୧୮ରେ ଅମ୍ବାନୀ ଦମ୍ପତ୍ତି ଆମେରିକାର ରାଜଧାନୀ ଓ୍ବାଶିଂଟନରେ ପହଞ୍ଚିଥିଲେ । ଟ୍ରମ୍ପଙ୍କ ରାତ୍ରିଭୋଜନରେ ଅମ୍ବାନୀ ବୋଧହୁଏ ଏକମାତ୍ର ଭାରତୀୟ ଭାବେ ସାମିଲ ହୋଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ଟ୍ରମ୍ପଙ୍କ ପରିବାରର ବ୍ୟକ୍ତିଗତ ନିମନ୍ତ୍ରିତ ଅତିଥି ଭାବେ ଅମ୍ବାନୀ ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ଅମ୍ବାନୀ ପରିବାର ସହ ଟ୍ରମ୍ପଙ୍କ ପରିବାରର ଘନିଷ୍ଠ ସମ୍ପର୍କ ରହିଛି ।

ବିଜେପି ସରକାରର ପ୍ରତିଶ୍ରୁତି ପାଲଟିଛି ପାଣିରଗାର: ମିଲର ଓ ଅସାଧୁ ବେପାରୀଙ୍କ ପାଇଁ କ୍ଷତି ସହୁଛନ୍ତି ଚାଷୀ

ସୁନ୍ଦରଗଡ଼: ବିଜେପି ସରକାରର ପ୍ରତିଶୃତି ପାଲଟିଛି ପାଣିରଗାର । କଟନି ଛଟନିରେ ପେଶିହେଉଛନ୍ତି ଚାଷୀ । FAQ ଆଳରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୯୩ ଟଙ୍କା ଲୁଟ୍ । ସୁନ୍ଦରଗଡର ସମସ୍ତ ମଣ୍ଡିରେ ଖୁଲମଖୁଲା ଚାଲିଛି ଚାଷୀଙ୍କ ଅଣ୍ଟିରୁ ଲୁଟ୍ । ମିଲର ଏବଂ ଅସାଧୁ ବେପାରୀଙ୍କ ଆପୋଷ ବୁଝାମଣାରେ କଟାଯାଉଛି ଚାଷୀଙ୍କ ଧାନ । କୁଇଣ୍ଟାଲ ପ୍ରତି କଟାଯାଉଛି ୩ ରୁ ୪ କେଜି ଧାନ । ତେବେ କୁଇଣ୍ଟାଲ ପ୍ରତି ଚାଷୀ ସିଧାସଳଖ ୯୩ ଟଙ୍କା କ୍ଷତି ସହୁଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  ।

ଚଳିତ ବର୍ଷ ଜିଲ୍ଲାରୁ ପ୍ରଥମ ପର୍ଯ୍ୟାରେ ୧୯ ଲକ୍ଷ ୩୪ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଛି । ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟାର୍ଗେଟ ଆଗକୁ ଆସିବାକୁ ବାକି ରହିଛି । ହେଲେ ବର୍ତ୍ତମାନ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୩ ରୁ ୪ କେଜି ଧାନ କଟାଯାଉଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ସୁନ୍ଦରଗଡ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁରୁଖୁରୁରେ ଧାନ କିଣା ଚାଲିଛି । କଟନି ଛଟନିର କୌଣସି ଅଭିଯୋଗ ହୋଇନାହିଁ । ଅଭିଯୋଗ ଯଦି ଆସେ ତାହାହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଠି ପ୍ରଶ୍ନ ଉଠୁଛି ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାହିଁକି ଖାତିର କରୁନାହାଁନ୍ତି ସୁନ୍ଦରଗଡ ଯୋଗାଣ ଅଧିକାରୀ ଓ ମିଲର ? କାହିଁକି ମିଲରଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଇଛି ଜିଲ୍ଲା ପ୍ରଶାସନ ? ମିଲରଙ୍କ ପକେଟକୁ ଚାଷୀଙ୍କ ଅଣ୍ଟିରୁ ଯାଉଥିବା ୧୮ କୋଟି ଟଙ୍କାରୁ କାହାର କେତେ ରହିଛି ଭାଗ ? ଚାଷୀଙ୍କ ସମସ୍ୟାର କେବେ ସମାଧାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଉଦଯାପିତ ହେଲା ଅଟ୍ରି ମକର ମେଳା: ଉଦଯାପନୀ ସନ୍ଧ୍ୟାରେ ସାମିଲ ହେଲେ ସାଂସଦ ମାନସ ମଙ୍ଗରାଜ

ଖୋର୍ଦ୍ଧା: ଖୋର୍ଦ୍ଧାର ଅନ୍ୟ ଏକ ଧାର୍ମିକ ପୀଠ ଅଟ୍ରି ଉଷ୍ଣପ୍ରସବଣ । ମକର ସଂକ୍ରାନ୍ତି ଆସିଲେ ପୀଠ ହୁଏ ଲୋକାରଣ୍ୟ । ୧୫ ଦିନ ଧରି ଚାଲେ ମକର ମେଳା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିଳା ଓ ଶ୍ରଦ୍ଧାଳୁ ଏଠାକୁ ଛୁଟି ଆସିଥାନ୍ତି । ତେଣୁ ପୀଠର ସୌନ୍ଦର୍ଯ୍ୟକରଣ ସହ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ ପୂର୍ବ ସରକାର । ଉନ୍ନତିକରଣ ପାଇଁ ଯୋଗାଇ ଦେଇଥିଲେ ୪ କୋଟି ଟଙ୍କାର ଅନୁଦାନ । ମେଳାର ଉଦଯାପନୀ ସନ୍ଧ୍ୟାରେ ଯୋଗଦେଇ ନବୀନ ସରକାର ସମୟରେ ଦିଆଯାଇଥିବା ଅନୁଦାନ ଅର୍ଥକୁ ତୁରନ୍ତ ବିନିଯୋଗ କରିବାକୁ ଦାବି କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଏହି ଅବସରରେ ଅଟ୍ରି ପୀଠର ଓ ଏଠାରେ ଚାଲିଥିବା ମେଳାକୁ ବୁଲି ଦେଖିବା ସହ ଧାର୍ମିକ ପୀଠ ଏବଂ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ ।

ବେଗୁନିଆ ବିଧାୟକ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ସାଂସଦ ସୁଲତା ଦେଓ ଯୋଗ ଧାର୍ମିକ ପୀଠ ମହତ୍ତ୍ଵ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ସକାଳର ପ୍ରକାଶକ ଅମିତ ମଲ୍ଲିକ ମଧ୍ୟ ମହୋତ୍ସବର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । କମିଟି ପକ୍ଷରୁ ଅତିଥିମାନଙ୍କୁ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମଞ୍ଚରେ ବିଭିନ୍ନ ପ୍ରତିଭାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା ୧୫ ଦିନ ଧରି ଚାଲିଥିବା ଏହି ଉତ୍ସବରେ ମେଳା ସାଙ୍ଗକୁ ଜମିଥିଲା କିଣାବିକା । ଶେଷ ଦିନରେ ହାସ୍ୟ କଳାକାର ପ୍ରଜ୍ଞା ଙ୍କ ଅଭିନୟ ସହ ବିଭିନ୍ନ ଅନୁଷ୍ଠାନ ନୃତ୍ୟରେ ଦୁଲୁକିଥିଲା ଅଟ୍ରି ମଞ୍ଚ ।

ପୋଲାଭରମ ପ୍ରକଳ୍ପର ଡିୱାଲ କାମ ଆରମ୍ଭ କରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଆମ ଜନତା ଅଧିକାର

ଭୁବନେଶ୍ବର: ସେପଟେ ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁ ସରକାର ନୂଆ ରୂପରେ ପୋଲାଭରମ ପ୍ରକଳ୍ପର ଡିୱାଲ କାମ ଆରମ୍ଭ କରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ଆମ ଜନତା ଅଧିକାର। ସବୁ ନିୟମକୁ ଭାଙ୍ଗି ଆନ୍ଧ୍ର ସରକାର ପୋଲାଭରମ ଡ୍ୟାମର ଉଚ୍ଚତା ମନଇଚ୍ଛା ବଢ଼ାଇ ସେହି ଆଧାରରେ ଏବେ ନୂଆ ଡି ୱାଲ କରୁଛନ୍ତି। ଏପରିକି ଚଳିତ ବର୍ଷ ସୁଦ୍ଧା ଡି ୱାଲ କାମ ସାରିବାକୁ ଲାଗିପଡିଛନ୍ତି ଚନ୍ଦ୍ରବାବୁ ନାଇଡୁ ସରକାର। ଆନ୍ଧ୍ର ସରକାର ଓଡ଼ିଶାର ମାଲକାନଗିରି ଅଞ୍ଚଳକୁ ବୁଡାଇବାକୁ ବ୍ୟସ୍ତ କିନ୍ତୁ ଓଡିଶା ସରକାର ନିଜ ଅଞ୍ଚଳକୁ ବୁଡାଇବାକୁ ଅପେକ୍ଷା କରିଛନ୍ତି ଓ ଚୁପ ବସିଛନ୍ତି। ଏହାର ପ୍ରତିବାଦରେ ଆମ ଜନତା ଅଧିକାର ମୁଗି ପଏଣ୍ଟ, ମାଲକାନଗିରି ଓ ଭୁବନେଶ୍ୱରରେ ଆନ୍ଦୋଳନ କରିବାକୁ ଯୋଜନା କରିଛି। ବିଜେପିର ୨୦ ଜଣ ସାଂସଦଙ୍କୁ ରାଜ୍ୟବାସୀ ନିର୍ବାଚିତ କରିଛନ୍ତି। ତା ସତ୍ତ୍ୱେ ମଧ୍ୟ ଓଡିଶା ଯଦି ନ୍ୟାୟ ନ ପାଇବ ତାହେଲେ ଓଡିଶାବାସୀ ସରକାରକୁ କେବେ କ୍ଷମା ଦେବେନି ବୋଲି ଚେତାବନୀ ଦେଲେ ଆମ ଜନତା ଅଧିକାର ସଂଯୋଜକ ପ୍ରସନ୍ନ ବିଷୋୟୀ।