spot_img
Home Blog Page 1131

ଭୁବନେଶ୍ବରରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ: କଟକରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରର ଗାନ୍ଧିମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭବପତି । ସେହିପରି କଟକରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗାନ୍ଧିମାର୍ଗରେ ଏନସିସି ଛାତ୍ରଛାତ୍ରୀଙ୍କ ପରେଡ ପ୍ରଦର୍ଶିତ ହେବା ସହ ୪୯ ମାର୍ଚ୍ଚିଂ କଣ୍ଟିନଜେଣ୍ଟ ଦ୍ବାରା ପରେଡ୍ ଅନୁଷ୍ଠିତ ହୋଇଛି । ଏହି ଅବସରରେ  ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ହୋଇଛି ରାଜ୍ୟର ସମସ୍ତ ପୁରପଲ୍ଲୀ । ଭୁବନେଶ୍ବର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡରେ ଭାଗ ନେଇଛନ୍ତି ୪୩ କଣ୍ଟିଜେଣ୍ଟ । ଡେୟାର ଡେଭିଲ, ସ୍କେଟିଂରେ ଦର୍ଶକ ଦେଖିଥିଲେ ଶିବ ତାଣ୍ଡବ । ଚଳିତ ଥର ପରେଡରେ ନେତୃତ୍ୱ ନେଇଛନ୍ତି ଯୁବ IPS ଭୋଷଲେ ଶୁଭମ ସଞ୍ଜୟ । ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ସାମିଲ ହୋଇଥିଲା ।

ଏଥିସହିତ ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୋଲିସ, ଓଆଇଏସଫ, ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏଫ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ବି ପରେଡରେ ସାମିଲ ହୋଇଥିଲେ । ମହର୍ଷି ଡେୟାର ଡେଭିଲସ ଦୁଃସାହିସିକ ବାଇକ ସୋ ଜଲୱା ଦେଖାଇଥିଲେ । ଏହାସହ ଓଡିଶା ସ୍ ସେକ୍ଟିଂ ଏକାଡେମୀର ଛାତ୍ରଛାତ୍ରୀ ଦେଶାତ୍ମକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ରାୟଗଡାର ଢେମସା, କେନ୍ଦୁଝରର ଆଦିବାସୀ ନୃତ୍ୟ, ଘୋଡ଼ନାଚ ସହ ଆରିୟନ ରୋୟାଲ ସ୍କେଟିଂ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀ ପରିବେଷଣ କରିଥିଲେ ଶିବ ତାଣ୍ଡବ ଓ ଅଘୋରୀ ନୃତ୍ୟ । ତା’ ପରେ ପ୍ରଜ୍ଞାପନ ମେଢ଼ ନିଜ କଳା କୌଶଳ ପ୍ରଦର୍ଶନ କରିଥିଲେ । ପତାକା ଉତ୍ତୋଳନ ଅବସରରେ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିଥିଲେ ।

୪ ଓଡ଼ିଆଙ୍କୁ ପଦ୍ମଶ୍ରୀ: ପଦ୍ମ ପୁରସ୍କାର-୨୦୨୫ ଘୋଷଣା କଲେ କେନ୍ଦ୍ର ସରକାର

ଭୁବନେଶ୍ବର: ଚଳିତ ବର୍ଷର ପଦ୍ମପୁରସ୍କାର ଘୋଷଣା। ପଦ୍ମ ପୁରସ୍କାର-୨୦୨୫ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା ତାଲିକାରେ ମୋଟ ମୋଟ ୧୩୯ ଜଣଙ୍କୁ ନାମ ଘୋଷଣା କରାଯାଇଛି। ସେଥି ମଧ୍ୟରେ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର। ସୁଜୁକୀ ମୋଟରର ପୂର୍ବତନ ସିଇଓ ଓସାମୁ ସୁଜୁକି, ସୁପ୍ରିମକୋର୍ଟ ପୂର୍ବତନ ଜଷ୍ଟିସ ଜେଏସ ଖେହର, ମାଲାୟଲାମ ସାହିତ୍ୟରେ ଏମଟି ବାସୁଦେବନ ନାୟର, ପ୍ରଖ୍ୟାତ ଗାୟିତା ଶାରଦା ସିହ୍ନା ପଦ୍ମ ବିଭୂଷଣ ପୁରସ୍କାର ପାଇବାକୁ ଘୋଷଣା କରାଯାଇଛି। ପଦ୍ମଶ୍ରୀ ପୁରସ୍କାର ପାଇଥିବା ୧୧୩ ଜଣଙ୍କ ମଧ୍ୟରେ ଅଛନ୍ତି ୪ ଓଡ଼ିଆ। ବିଶିଷ୍ଟ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାଁ ଘୋଷଣା କରାଯାଇଛି। ସେହିପରି ଭାସ୍କର୍ଯ୍ୟ କଳା ଲାଗି ଶିଳ୍ପୀ ଅଦ୍ଵୈତ ଚରଣ ଗଡନାୟକଙ୍କ ନା ଘୋଷଣା କରାଯାଇଛି। କଳାକ୍ଷେତ୍ରରେ ଓଡ଼ିଶୀ ନୃତ୍ୟୁଗୁରୁ ଦୁର୍ଗାଚରଣ ରଣବୀର ଏବଂ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପ୍ରତିଭା ଶତପଥୀଙ୍କ ନାଁ ଘୋଷଣା କରାଯାଇଛି ।

ସାରା ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ: ଗାଁଠାରୁ ସହର ଉତ୍ସବମୁଖର

ନୂଆଦିଲ୍ଲୀ: ଆଜି ସାଧାରଣତନ୍ତ୍ର ଦିବସ। ସାରା ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏଥିଲାଗି ଚଳଚଞ୍ଚଳ ସାରା ଦେଶ। ଗାଁଠାରୁ ସହର ଉତ୍ସବମୁଖର। ତ୍ରିରଙ୍ଗା ପତାକା ଲହରାଇ ସାଧାରଣତନ୍ତ୍ର ଦିବସ ପାଳନ କରୁଛି ଦେଶ। ଏହି ଅବସରରେ ରଂଗାରଂଗ ପରେଡର ଆୟୋଜନ ହେବ। କର୍ତ୍ତବ୍ୟପଥରେ ସମ୍ମିଳିତ ପରେଡ ଅନୁଷ୍ଠିତ ହେବ। ସେନା, ସିଆରପିଏଫ, ବିଏସଏଫ୍‌, ବାୟୁସେନା, ନୌସେନା ସମେତ ବିଭିନ୍ନ କଣ୍ଟିଜେଣ୍ଟ ପରେଡ ପ୍ରଦର୍ଶନ କରିବେ। ୭୬ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରୋବୋବୋ ସୁବିଅନ୍ତୋ। ଏହି ପରେଡରେ ଇଣ୍ଡୋନେସିଆର ୩୫୨ ସଦସ୍ୟ ବିଶିଷ୍ଟ ମାର୍ଚ୍ଚିଂ ଓ ବ୍ୟାଣ୍ଡ କଣ୍ଟିଜେଣ୍ଟ ଭାଗ ନେବେ। ଭାରତ ଇତିହାସରେ ପ୍ରଥମ ଥର ଲାଗି ସାଧାରଣତନ୍ତ୍ର ଦିବସ ପରେଡରେ ଇଣ୍ଡୋନେସିଆ କଣ୍ଟିଜେଣ୍ଟ ଭାଗ ନେବ। ପରେଡ ସହ ରଂଗାରଂଗ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ। ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ। ଏଥିଲାଗି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଜି ଓଡ଼ିଶା ପାଳିବ ସାଧାରଣତନ୍ତ୍ର ଦିବସ

ଭୁବେନଶ୍ବର: ଆଜି ଓଡ଼ିଶା ପାଳିବ ସାଧାରଣତନ୍ତ୍ର ଦିବସ । ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ହେବ ପୁରପଲ୍ଲୀ । ଭୁବନେଶ୍ବର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡରେ ଭାଗ ନେବେ ୪୩ କଣ୍ଟିଜେଣ୍ଟ । ଡେୟାର ଡେଭିଲ, ସ୍କେଟିଂରେ ଦର୍ଶକ ଦେଖିବେ ଶିବ ତାଣ୍ଡବ । ଚଳିତ ଥର ପରେଡରେ ନେତୃତ୍ୱ ନେଇଛନ୍ତି ଯୁବ IPS ଭୋଷଲେ ଶୁଭମ ସଞ୍ଜୟ । ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ସାମିଲ ହୋଇଛି । ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୋଲିସ, ଓଆଇଏସଫ, ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏଫ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ବି ଦେଖାଇବେ ପରେଡ୍ । ମହର୍ଷି ଡେୟାର ଡେଭିଲସ ଦୁଃସାହିସିକ ବାଇକ ସୋ ଜଲୱା ଦେଖାଇବେ । ଏହାସହ ଓଡିଶା ସ୍ ସେକ୍ଟିଂ ଏକାଡେମୀର ଛାତ୍ରଛାତ୍ରୀ ଦେଶାତ୍ମକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିବେ । ରାୟଗଡାର ଢେମସା, କେନ୍ଦୁଝରର ଆଦିବାସୀ ନୃତ୍ୟ, ଘୋଡ଼ନାଚ ସହ ଆରିୟନ ରୋୟାଲ ସ୍କେଟିଂ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀଙ୍କ ପରିବେଷଣ କରିବେ ଶିବ ତାଣ୍ଡବ ଓ ଅଘୋରୀ ନୃତ୍ୟ । ପରେ ପ୍ରଜ୍ଞାପନ ମେଢ଼ ନିଜ କଳା କୌଶଳ ପ୍ରଦର୍ଶନ କରିବେ ।

ଦ୍ବିତୀୟ ଟି-୨୦ ଜିତିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ତିଲକ ବର୍ମାଙ୍କ ଦମଦାର ବ୍ୟାଟିଂ । ଦ୍ବିତୀୟ ଟି-୨୦ ଜିତିଲା ଭାରତ । ଏହି ବିଜୟ ସହ ଭାରତ ସିରିଜରେ ୨-୦ରେ ଅଗ୍ରଣୀ ହୋଇଯାଇଛି। ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୧୬୬ ରନର ଲକ୍ଷ୍ୟକୁ ଭାରତ ୧୯.୨ ଓଭରରେ ୮ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ତିଳକ ବର୍ମାଙ୍କ ମ୍ୟାଚ ବିଜୟୀ ୭୨ ରନ ବଳରେ ଭାରତ ବିଜୟ ହାସଲ କରିଥିଲା। ଓ୍ବାସିଂଟନ ସୁନ୍ଦର ୨୬ ରନ କରିଥିଲେ।

ବଜେଟ ଅଧିବେଶନରେ ଅକଳରେ ପଡିପାରନ୍ତି ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: ସାତ ମାସର ସରକାରରେ କାମ ଘର ଶୂନ । ତେଣୁ ବିଧାନସଭାର ବଜେଟ ଅଧିବେଶନ ଶାସକ ଦଳକୁ ବେଶ ଅଡ଼ୁଆରେ ପକାଇବ ବୋଲି ଆକଳନ କରାଯାଉଛି । ଫେବୃଆରୀ ୧୩ରୁ ଆରମ୍ଭ ହେଉଥିବା ବିଧାନସଭାରେ ଏଥର ୨୮ଟି କାର୍ଯ୍ୟଦିବସ ରହିଛି । ଲମ୍ବା ସମୟର ଅଧିବେଶନରେ ପରସ୍ପରକୁ ମୁକାବିଲା କରିବା ପାଇଁ ଶାସକ ଓ ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି l ବିଜେପି ସରକାରର ବିଫଳତାକୁ ଗୃହରେ ଉଠାଇ ବିରୋଧୀ ଘେରିବା ଚକ୍କରରେ ଥିବାବେଳେ ଶାସକ ଦଳ କିପରି ମୁକାବିଲା କରିବ ତାହାକୁ ନେଇ ଉଠିଛି ପ୍ରଶ୍ନ l ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଶାସକ ଦଳ ବାଚସ୍ପତିଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି l

ହୋହଲ୍ଲା, ହଙ୍ଗାମା, କକ୍ଷତ୍ଯାଗ। ନାରାବାଜି, ଧାରଣା, ଆରୋପ ପ୍ରତ୍ଯାରୋପ । ପୁଣି ସରଗରମ ହେବ ବିଧାନସଭା । ବଜେଟ ଅଧିବେଶନରେ ମୁହାମୁହିଁ ହେବେ ଶାସକ ଓ ବିରୋଧୀ । ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ପୂର୍ବରୁ ବୟାନ ଝଡ଼ । ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ପରସ୍ପରକୁ ଘେରିବାକୁ ତୟାର ବିରୋଧୀ ଓ ଶାସକ ଦଳ । .ଫେବୃଆରୀ ୧୩ରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ l ଲମ୍ବା ସମୟର ବଜେଟ ଅଧିବେଶନ ଆରମ୍ଭ ପୁର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଶୃଙ୍ଖଳା ଛାଟ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି l ୭ମାସର ବିଜେପି ସରକାରଙ୍କର ଗୋଟିଏ ପରେ ଗୋଟିଏ ବିଫଳତା ସାମ୍ନାକୁ ଆସୁଥିବା ବେଳେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରୁଛନ୍ତି l ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନିର୍ବାଚନୀ ପ୍ରତିଶୃତି ପାଳନ ନକରିବା, ମଣ୍ଡି ଓ କଟନି ଛଟନି ସମସ୍ଯା, ପାନୀୟ ଜଳ ସମସ୍ଯା, ଚାଷୀ ସମସ୍ଯା ଉତ୍କଟ ରୂପ ଧାରଣ କରିଛି । ଦରଦାମକୁ ମୁଖ୍ୟ ପ୍ରସଂଗ କରି ବିଜେଡି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇ ଶକ୍ତି ପ୍ରଦର୍ଶନ କରିସାରିଛି l ତେବେ ବିଜେପି ବିଧାୟକ ଅଶୋକ ମହାନ୍ତି ବାଚସ୍ପତିଙ୍କ ସପକ୍ଷରେ ଯୁକ୍ତି ବଢୁଥିବା ବେଳେ ବିଧାୟକ ପ୍ରକାଶ ସେଠୀ କହିଛନ୍ତି ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଆମେ ଜବାବ ଦେବାକୁ ପ୍ରସ୍ତୁତ l ବରିଷ୍ଠ ବିଜେଡି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି ଆମେ ସରକାରଙ୍କୁ ଲୋକଙ୍କ ସ୍ଵର ସାଜି ପ୍ରଶ୍ନ କରିବୁ l

ବଜେଟ ଅଧିବେଶନ ପାଇଁ ଖୁବଶୀଘ୍ର ବିଜେପି, ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିବେ l ଶାସକ ଦଳକୁ ଗୃହରେ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ ବାଚସ୍ପତି ଯେତେ ନାଲିଆଖି ଓ ଧମକ ଦେଲେ ମଧ୍ୟ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଗୃହରେ ସରକାରଙ୍କୁ ବିଭିନ୍ନ ପ୍ରସଂଗରେ ଜବାବ ମାଗିବ l ଲୋକଙ୍କ ସମସ୍ୟାର ସମାଧାନର ବାଟ କାଢ଼ିବ l ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ବିରୋଧୀ ଦଳଙ୍କର କାମ ହେଲା ସରକାରଙ୍କୁ ପ୍ରଶ୍ନ ପଚାରିବl । ଆଉ ଖୁବଶୀଘ୍ର ବିଧାୟକ ଦଳ ବୈଠକ ବସି ଦଳ ରଣନୀତି ପ୍ରସ୍ତୁତ କରିବ l

ତେବେ ପ୍ରଶ୍ନ ଉଠୁଛି ବାଚସ୍ପତିଙ୍କ ଶୃଙ୍ଖଳା ଛାଟ କଣ ପାଇଁ ? ଅଧିବେଶନର ବହୁ ପୂର୍ବରୁ କାହିଁକି ବିରୋଧୀ ଦଳକୁ ସରକାର ଡରାଇବାକୁ ଚାହିଁଲେ ? ବାଚସ୍ପତିଙ୍କ ଶୃଙ୍ଖଳା ଛାଟ ପଛରେ ପ୍ରକୃତ ଉଦ୍ଦେଶ୍ଯ କଣ ? କାହିଁକି ବାଚସ୍ପତିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଉଠିଛି ? ଯାହାର ଉତ୍ତର କେବଳ ବିଧାନସଭା ଆରମ୍ଭ ହେଲେ ମିଳିପାରିବ  ।

 

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଖରା ସହ ଆକ୍ତାମାକ୍ତା କରିବ ଘନ କୁହୁଡି

ନନ୍ଦିଘୋଷ ବ୍ୟୁରୋ: ଖରା ସହ ଆକ୍ତାମାକ୍ତା କରିବ ଘନ କୁହୁଡି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୨୭ ତାରିଖରେ ବି ଘନ କୁହୁଡି ନେଇ ସୁନ୍ଦରଗଡ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଭିଜିବିଲିଟି । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଘନ କୁହୁଡି ସହ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ହେବ । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଛୁଇଁପାରେ

 

 

କ୍ରିକେଟ ପାଇଁ ଅଷ୍ଟ୍ରେଲିଆରୁ ଓଡ଼ିଶା, ୟୁଟ୍ୟୁବରୁ ଦେଖି ଭୁବନେଶ୍ବରରେ କୋଚିଂ ନେଲେ ସିଡନୀ ଜନ୍ମିତ କୋଣାର୍କ ଦାଶ

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ କୋଚିଂ ପାଇଁ ଅଷ୍ଟ୍ରେଲିଆରୁ ଓଡିଶା । ଘଣ୍ଟା ଘଣ୍ଟା ଧରି କଲେ ନେଟ ପ୍ରାକ୍ଟିସ । ଓଡିଶାର କ୍ରିକେଟ କୋଚ ଲଳିତ ମହାନ୍ତିଙ୍କ ୟୁଟ୍ଯୁବ ଚ୍ଯାନେଲରୁ ସ୍ପିନ ବୋଲିଂ ଓ ବ୍ଯାଟିଂର ସିକ୍ରେଟ ଟିପ୍ସ ଦେଖି ଓଡିଶା ଆସି ନେଲେ  କୋଚିଂ। ସ୍ପିନ ବୋଲିସ ସହ ବ୍ଯାଟିଂ ଶିକ୍ଷା କଲେ । ଢେଙ୍କାନଳର ପ୍ରଭାତ ରଞ୍ଜନ ଦାଶ ଓ ପ୍ରିୟା ଦାଶଙ୍କ ୧୩ ବର୍ଷର ପୁଅ କୋଣାର୍କ ଦାଶ । ଅଷ୍ଚ୍ରେଲିଆ ସିଡନୀରେ ଏବେ ଅଣ୍ଡର ୧୩ ଇଣ୍ଟରଷ୍ଟେଟ ପାଇଁ କ୍ରିକେଟ ମ୍ଯାଚ ଖେଳୁଛନ୍ତି । ଅଷ୍ଟ୍ରେଲିଆରୁ ଆସି ଓଡିଶାର କୋଚିଂ ନେବା ଗୌରବର କଥା ବୋଲି କୋଚ କହିଛନ୍ତି ।

କ୍ରିକେଟ କୋଚିଂ ପାଇଁ ଅଷ୍ଟ୍ରେଲିଆରୁ ଓଡିଶା । ୟୁଟ୍ୟୁବ ଦେଖି କୋଚ୍ ସହ କଲେ ଯୋଗାଯୋଗ । ଶିଖିଲେ ଲେଗ ସ୍ପିନ ଓ ବେଟିଂ ସିକ୍ରେଟ । ଓଡ଼ିଶା ପୁଅ ଅଷ୍ଟ୍ରେଲିଆରେ ଜନ୍ମିତ କୋଣାର୍କ ଦାଶ । ଘର ଢେଙ୍କାନାଳ । ସିଡନୀରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି । ଅଷ୍ଟ୍ରେଲିଆ କ୍ରେନବ୍ରୋକ କ୍ଳବରେ ପ୍ରାକ୍ଟିସ କରୁଛନ୍ତି । ଏହା ସହ ଅଣ୍ଡର ୧୩ ଇଣ୍ଟରଷ୍ଟେଟ ପାଇଁ କ୍ରିକେଟ ମ୍ଯାଚ ଖେଳୁଛନ୍ତି । ଓଡ଼ିଶାର କୋଚ ଲଳିତ ମହାନ୍ତିଙ୍କ ୟୁଟ୍ୟବ ଚ୍ୟାନେଲରୁ କୋଚିଂ ଓ ଟେକନିକ ଦେଖି ତାଙ୍କ ମାମୁଙ୍କୁ ଜଣାଇଥିଲେ । ୧୦ ଦିନିଆ ଗ୍ରୀଷ୍ମକାଳିନ ଛୁଟିରେ ଆସି ହାଇଟେକ ଗ୍ରାଉଣ୍ଡରେ କୋଚ୍ ଲଳିତ ମହାନ୍ତିଙ୍କ ଠାରୁ ଲେଗ ସ୍ପିନ ଓ ବ୍ଯାଟିଂର ଟେକନିକ ଶିଖିଛନ୍ତି । କୋଣାର୍କଙ୍କ ବାପା ଓ ମାଆ ଉଭୟ ସେଠାରେ ଚାକିରି କରନ୍ତି । ଅଷ୍ଚ୍ରେଲିଆ କିମ୍ବଦନ୍ତୀ ସ୍ପିନର ସେନ୍ ୱର୍ଣ୍ଣ ତାଙ୍କ ଆଇଡଲ ।

ସେପଟେ ହାଇଟେକ ଗ୍ରାଉଣ୍ଡରେ କୋଚ ଲଳିତ ମହାନ୍ତି ତାଙ୍କର ଅଭିଜ୍ଞତାକୁ ନେଇ କୋଣାର୍କଙ୍କୁ ଦେଇଛନ୍ତି ଟିପ୍ସ । ବଲକୁ ହାତରେ ବୁଲାଇ ସ୍ପିନ କରିବା ସହ ୱିକେଟକୁ ବିଟ କରିବା ପାଇଁ କ୍ରିକେଟ ପିଚରେ ରଶି ବାନ୍ଧିଛନ୍ତି । ରଶି ମଧ୍ଯରେ ବୋଲିଂ କଲେ ସିଧା ୱିକେଟକୁ ହିଟ କରି ପାରିବ । ସେହିଭଳି ବ୍ଯାଟିଂ ପାଇଁ ନେଟ ପ୍ରାକ୍ଟିସ ମଧ୍ଯ କରିଛନ୍ତି । ୟୁଟ୍ୟୁବ ଦେଖି ଅଷ୍ଟ୍ରେଲିଆରୁ ପିଲା ଆସି ଓଡିଶାରେ କୋଚିଂ ନେବା ଅତ୍ଯନ୍ତ ଖୁସି ଖବର ବୋଲି କହିଛନ୍ତି କୋଚ ।

 

୧୬୦ ଫୁଟ ଉଚ୍ଚ ପାହାଡ଼ ଉପରେ ନିର୍ମାଣ ଚାଲିଛି ମା ବୈଷ୍ଣୋଦେବୀଙ୍କ ମନ୍ଦିର

ନନ୍ଦିଘୋଷ ବ୍ୟୁରୋ: ୧୬୦ ଫୁଟ ଉଚ୍ଚ ପାହାଡ଼ ଉପରେ ନିର୍ମାଣ ଚାଲିଛି ମା ବୈଷ୍ଣୋଦେବୀଙ୍କ ମନ୍ଦିର। ନୟାଗଡ଼ ଓଡ଼ଗାଁ ବ୍ଲକ ମଗରବନ୍ଧ ନଠିଆପଲ୍ଲୀ ଗାଁ ନିକଟ ପାହାଡ଼ ଉପରେ ବୈଷ୍ଣୋଦେବୀଙ୍କ ଭବ୍ଯ ମନ୍ଦିର କାର୍ଯ୍ୟ ଚାଲିଛି। ଏଥିପାଇଁ ପାହାଡ଼ କାଟି ନିର୍ମାଣ ୧୮୦ ଫୁଟର ସୁଡ଼ଙ୍ଗ ହୋଇଛି । ୪ ବର୍ଷ ହେବ ୨୦୦ କାରିଗର ମିଶି ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ଆସନ୍ତା ୨୯ ତାରିଖରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି।

ନୟାଗଡ଼ ଓଡ଼ଗାଁ ବ୍ଲକ ମଗରବନ୍ଧ ନଠିଆପଲ୍ଲୀ ଗାଁ ନିକଟ ୧୬୦ ଫୁଟ  ପାହାଡ଼ ଉପରେ ନିର୍ମାଣ ଚାଲିଛି ମା ବୈଷ୍ଣୋଦେବୀଙ୍କ ମନ୍ଦିର। ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିର ସହ ଯଜ୍ଞ ମଣ୍ଡପ ମଧ୍ଯ ନିର୍ମାଣ ଚାଲିଛି। ଯେଉଁଥିପାଇଁ ପାହାଡ଼ କାଟି ୧୮୦ ଫୁଟର ସୁଡ଼ଙ୍ଗ ତିଆରି ହୋଇଛି। ସୁଡ଼ଙ୍ଗ ଭିତରେ ରହିଛି ମାଆଙ୍କର ସିଂହାସନ। ୨୦୦ କାରିଗର ୪ ବର୍ଷ ହେଲା ମନ୍ଦିର ନିର୍ମାଣ କାମରେ ଲାଗିଛନ୍ତି। ୧୬ ଏକର ୭୦ ଡିସିମିଲ ସ୍ଥାନରେ ନିର୍ମାଣ ହେଉଥିବା ଏହି ଭବ୍ଯ ମନ୍ଦିର ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦାବୀ ଅନୁଯାୟୀ ଜଣେ ଭକ୍ତଙ୍କୁ ସ୍ଵପ୍ନାଦେଶ ପରେ ଏଠାରେ ମା ବୈଷ୍ଣୋଦେବୀଙ୍କ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା। ୬ ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ ଜନସାଧାଣ ମନ୍ଦିର ନିର୍ମାଣ ପାଇଁ ସମର୍ଥନ ଜଣାଇଥିଲେ। ୮ ଟି ଗାଁର ଲୋକଙ୍କୁ ନେଇ ଗଠନ ହୋଇଛି ମା ବୈଷ୍ଣୋଦେବୀଙ୍କ ମନ୍ଦିର ନିର୍ମାଣ କ୍ରିୟାନୁଷ୍ଠାନ କମିଟି। ଆସନ୍ତା 29 ତାରିଖରେ ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ହେବ।

 

ସରିବାର ନାଁ ନେଉନି ରାସ୍ତା କାମ, ଅସୁରକ୍ଷିତ ସଡକ କରୁଛି ଦୁର୍ଘଟଣାକୁ ଆମନ୍ତ୍ରଣ

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଦିଗହରା। ସାଲେପୁରରେ ୫ବର୍ଷ ହେବ ଚାଲୁଥିଲା ରାସ୍ତା କାମ ଆଜି ଯାଏ ସରିପାରିଲାନି। ଅସୁରକ୍ଷିତ ରାସ୍ତା ଦେଇ ଯିବା ଆସିବା କରିବା ବେଳେ ଦୁର୍ଘଟଣାର ସାମ୍ନା କରୁଛନ୍ତି ଲୋକେ। ରାସ୍ତା ନିର୍ମାଣ ପାଇଁ ୯ କୋଟି ୭୮ ଲକ୍ଷ ଏବଂ ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୭୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଅବଧି ଶେଷର ୧୫ମାସ ବିତି ଯାଇଥିଲେ ବି ରାସ୍ତାର ୪୦ ପ୍ରତିଶତ କାମ ଶେଷ ହୋଇନାହିଁ।

ଧିମା ଗତିରେ ଚାଲିଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାର୍ଯ୍ୟ। ସାଲେପୁର ରେ ଯିବା ଆସିବା କରିବାରେ ଲୋକେ ନାନା ସମସ୍ଯାର ସାମ୍ନା କରୁଛନ୍ତି। ଶିଶୁଆରୁ ମଡ଼ଙ୍ଗା ଭାୟା ଛାଣିପୁର ରାସ୍ତା କାମ ମନ୍ଥର ଗତିରେ ଚାଲିଛି। ରାସ୍ତା ନିର୍ମାଣ ପାଇଁ ୯ କୋଟି ୭୮ ଲକ୍ଷ ଏବଂ ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୭୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଅବଧି ଶେଷର ୧୫ମାସ ବିତି ଯାଇଥିଲେ ବି ରାସ୍ତାର ୪୦ ପ୍ରତିଶତ କାମ ଶେଷ ହୋଇନାହିଁ। ଅନ୍ୟପଟେ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି।

ବର୍ଷ ବର୍ଷ ଧରି ଦୟନୀୟ ଅବସ୍ଥାରେ ପଡିଛି ରାସ୍ତା। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରାରେ ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ଲୋକେ ବର୍ଷିଛନ୍ତି। ତୁରନ୍ତ ବିଭାଗୀୟ ଅଧିକାରୀ ମାନେ ଗୁତୃତ୍ଵ ଦେଇ କାମ ସାରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।