spot_img
Home Blog Page 113

ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ; ଆଜି ବସିଛି ସର୍ବଦଳୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ। ତା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ। ସଂସଦ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ଏହି ଅଧିବେଶନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିଥିଲେ। ଆସନ୍ତା ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ। ସେପଟେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ଓ ବିରୋଧୀ ଦଳ ଯୋଜନା କରିଥିବା ସୂଚନା ମିଳିଛି। ବଜେଟ ଅଧିବେଶନରେ ଯେପରି ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେଥିଲାଗି ବିରୋଧୀଙ୍କ ସହଯୋଗ କାମନା କରିଛନ୍ତି ସରକାର। ଚଳିତ ଅଧିବେଶନରେ କିଛି ବିଲ୍ ଆଗତ ହେବା ସମ୍ଭାବନା ରହିଛି।

 

କନ୍ୟାଶ୍ରମରେ ୯ ଅନ୍ତେବାସୀ ଛାତ୍ରୀ ଅସୁସ୍ଥ ; ଅସ୍ବାଭିକ ଆଚରଣ ସହ କାନ୍ଦିଲେ ଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ : କନ୍ୟାଶ୍ରମରେ ୯ ଅନ୍ତେବାସୀ ଛାତ୍ରୀ ଅସୁସ୍ଥ । ଅସ୍ବାଭିକ ଆଚରଣ ସହ ଛାତ୍ରୀମାନେ କାନ୍ଦିବା ଆରମ୍ଭ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ଉଚ୍ଚ ବିଦ୍ୟାଳୟରେ । ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ତେଲକୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଭୂତ ଲାଗିଥିବା ଅଭିଭାବକ ମାନେ ସନ୍ଦେହ କରୁଛନ୍ତି । ଆଜି ଦିନ ୧୧ଟାରେ ପ୍ରଥମେ ଜଣେ ଛାତ୍ରୀ ଅସ୍ବାଭିକ ଆଚରଣ କରିଥିଲେ । ପରେ ଅନ୍ୟ ପିଲାଙ୍କୁ ଧିରେ ଧିରେ ବ୍ୟାପିଥିଲା। ପିଲାମାନେ ଅସ୍ବାଭାବିକ ଆଚରଣ କରିବା ସହ ଝୁଲିବା ଆରମ୍ଭ କରିଥିଲେ। ସମସ୍ତ ଛାତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା କଥା ଏହା ସାଇକୋଲିଜ ପ୍ରୋବ୍ଲେମ । କିଛି ସମୟ ପରେ ଆପେ ଆପେ ଠିକ୍ ହୋଇଯିବ ।

ଟି-୨୦ ବିଶ୍ବକପ୍: ବାହାର ହେବ ପାକିସ୍ତାନ, ବାଂଲାଦେଶକୁ ମିଳିବ ସୁଯୋଗ

ଟି-୨୦ ବିଶ୍ବକପ୍: ବାହାର ହେବ ପାକିସ୍ତାନ, ବାଂଲାଦେଶକୁ ମିଳିବ ସୁଯୋଗ

ନନ୍ଦିଘୋଷ ବ୍ୟୁରୋ: ୨୦୨୬ ଟି-୨୦ ବିଶ୍ବକପକୁ ନେଇ ଘଡି କେ ଘୋଡ଼ା ଛୁଟୁଛି । ଘଣ୍ଟା କେଇଟା ବିତୁନି ଆସୁଛି ନୂଆ ନୂଆ ଅପଡେଟ୍ । ବାଂଲାଦେଶ ବିଶ୍ବକପରୁ ବାହାର ହେବା ଓ ପାକିସ୍ତାନର ନଖରାମୀ ଖବରର ସିରୋନାମା ପାଲଟିଥିବା ବେଳେ ଆସିଛି ଏକ ବଡ଼ ଖବର । ଯଦି ଖବର ସତ ହୁଏ, ତେବେ ବାଂଲାଦେଶ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବରର୍ବାଦ ହେବାରୁ ଅଳ୍ପକେ ବଞ୍ଚିଯିବ । ଆଉ ତା’ଠାରୁ ବଡ଼ ଖବର ହେଲା ବାଂଲାଦେଶକୁ ଉସକାଇ ବିଶ୍ବକପକୁ ବିବାଦ ମଧ୍ୟକୁ ଟାଣି ନେଇଥିବା ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲିଯିବ । ଆଉ ଏଥର ଆଇସିସି ପିସିବିକୁ ଏମିତି ଚୋଟ ଦେବ, ଯାହା ପାକିସ୍ତାନକୁ ଦୁଃସ୍ବପ୍ନ ହୋଇ ପିଛା କରିବ ।

ମିଳିଥିବା ସୂଚନା ଅନୁସାରେ ବାଂଲାଦେଶ ବିବାଦକୁ ନେଇ ପାକିସ୍ତାନ ଶୁକ୍ରବାର  ବଡ଼ ପଦକ୍ଷେପ ନେଇପାରେ । ପିସିବି ମୁଖ୍ୟ ମୋହସିନ ନକଓ୍ବି ପ୍ରଧାନମନ୍ତ୍ରୀ ଶେହେବାଜ ଶରିଫଙ୍କ ସହ ଏହାକୁ ନେଇ ଆଲୋଚନା କରିଛନ୍ତି । ଆଉ ଏଥିରେ ଭାରତ ବିପକ୍ଷରେ ମ୍ୟାଚ୍ ପାକିସ୍ତାନ ବୟକଟ କରିବାକୁ ଘୋଷଣା କରିପାରେ । ଯାହା ଶୁକ୍ରବାର ସ୍ପଷ୍ଟ ହୋଇଯିବ । ହେଲେ ଏବେ ଏମିତି ଶୁଣିବାକୁ ମିଳୁଛି ଯଦି ପାକିସ୍ତାନ ଟିମ୍ ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରେ ତେବେ ଆଇସିସି ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛି । ଟି-୨୦ ବିଶ୍ବକପରୁ ପାକିସ୍ତାନକୁ ବାହାର କରିବା ସହ ଆଇସିସି ପୁଣି ଥରେ ବାଂଲାଦେଶକୁ ସୁଯୋଗ ଦେବାକୁ ଯୋଜନା କରିଛି ।

ପାକିସ୍ତାନ ସ୍ଥାନରେ ଖେଳିବ ବାଂଲାଦେଶ

ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନର କୁଚକ୍ରି ନୀତିକୁ କାଟ ଦେବାକୁ ଆଇସିସି ପାକିସ୍ତାନକୁ ହଟାଇ ତା’ ସ୍ଥାନରେ ଗ୍ରୁପ-ଏ ରେ ବାଂଲାଦେଶକୁ ସ୍ଥାନ ଦେଇପାରେ । ରିପୋର୍ଟ ଅନୁସାରେ, ଯଦି ପାକିସ୍ତାନ ମ୍ୟାଚ୍ ବୟକଟ କଲା ତେବେ ଗ୍ରୁପ-ଏ ରେ ତା’ ସ୍ଥାନରେ ବାଂଲାଦେଶକୁ ସୁଯୋଗ ଦିଆଯିବ । ଏହାସହ ବାଂଲାଦେଶର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ ।

ଭାରତ ସହ ମ୍ୟାଚ୍ ବୟକଟ କଲେ ପାକିସ୍ତାନର କ’ଣ ହେବ ?

ରିପୋର୍ଟ ଅନୁସାରେ, ପାକିସ୍ତାନ ପୂରା ଟୁର୍ଣ୍ଣାମେଣ୍ଟ ନୁହେଁ, ୧୫ ଫେବ୍ରୁଆରୀକୁ ଖେଳାଯିବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବାକୁ ଯୋଜନା କରୁଛି । ହେଲେ ଏମିତି ହେବା ସହଜ ନୁହେଁ । କାରଣ, ପାକିସ୍ତାନକୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ । ପାକିସ୍ତାନ ଟିମ ଉପରେ ଏକାଧିକ ପ୍ରତିବନ୍ଧକ ଲାଗିପାରେ । ଆଇସିସି ସହ ପାକିସ୍ତାନ କରିଥିବା ବୁଝାମଣାକୁ ଉଲ୍ଲଂଘନ ବୋଲି ବିବେଚନା କରାଯିବ । ଏପରି କି ଆଇସିସି ପାକିସ୍ତାନକୁ ବିଶ୍ବକପ୍ ଓ ଏସିଆ କପ ପରି ଟୁର୍ଣ୍ଣାମେଶ୍ଟରୁ ବାହାରର ରାସ୍ତା ଦେଖାଇ ପାରେ ।

ଚତୁର୍ଥୀ ରାତିରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

ଚତୁର୍ଥୀ ରାତିରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

ନନ୍ଦିଘୋଷ ବ୍ୟୁରୋ: ଚତୁର୍ଥୀ ରାତିରେ ମହିଳାଙ୍କ କାଟିଲା ପେଟ । ଯନ୍ତ୍ରଣାରେ ସ୍ତ୍ରୀ ଛଟପଟ ହେଉଥିବା ଦେଖି ଡରିଗଲେ ସ୍ବାମୀ । ଘରକୁ ମହିଳା ଡକ୍ତରଙ୍କ ଡକାଯାଇଥିଲା । କିଛି ସମୟ ପରେ ମହିଳା ଜଣଙ୍କ ଏକ ଶିଶୁଙ୍କୁ ଜନ୍ମ ଦେଇଥିଲେ । ଖବର ଶୁଣି ଆପଣ ବି ଚକିତ ହୋଇଯାଇଥିବେ । ଏବେ ଜାଣନ୍ତୁ ପୂରା ଘଟଣା କ’ଣ ଥିଲା । ଉତ୍ତର ପ୍ରଦେଶର ରାମପୁରରେ ଘଟଣା ଘଟିଛି । ଅଜିମନଗର ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ଯୁବକଙ୍କୁ ଜଣେ ଯୁବତୀଙ୍କୁ ପ୍ରେମ ହୋଇଯାଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ହୋଇଥିଲା । ପରେ ଦୁଇ ପରିବାର ଉଭୟଙ୍କ ବିବାହ କରାଇବାକୁ ରାଜି ହୋଇଯାଇଥିଲେ ।

ସତ ଜାଣି ସମସ୍ତେ ଆଶ୍ଚର୍ଯ୍ୟ

ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲେ ବି ଦୁଇ ପରିବାର ସେ ଗର୍ଭବତୀ ଥିବା ଜାଣି ନଥିଲେ । ବିବାହ ପରେ ଚତୁର୍ଥି ରାତିରେ ମହିଳାଙ୍କ ପେଟ ଜୋରେ ଜୋରେ କାଟିଥିଲା । ଏନେଇ ସେ ତାଙ୍କ ସ୍ବାମୀଙ୍କୁ କହିଥିଲେ । ସ୍ବାମୀ ରୁମରୁ ବାହାରକୁ ଯାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଜଣେ ମହିଳା ଡାକ୍ତର ଘରକୁ ଆସି ଚେକଅପ କରିବା ପରେ ମହିଳା ଗର୍ଭବତୀ ଥିବା କହିଥିଲେ । ଏହାସହ ପିଲା ହେବା ସମୟ ହୋଇଯାଇଛି ତୁରନ୍ତ ପ୍ରସବ କରିବାକୁ ପଡ଼ିବ ପୋଲି ଡାକ୍ତର କହିଥିଲେ । ପ୍ରଥମେ ଘର ଲୋକ ଭାବିଥିଲେ ବିବାହ ଉତ୍ସବକୁ ନେଇ ଯୁବତୀ ଥକ୍କା ହୋଇଯାଇଥିବା ଭାବୁଥିଲେ । ହେଲେ ଡାକ୍ତରଙ୍କ ପାଖରୁ ସତ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପିଲା ଜନ୍ମ ପରେ ସ୍ବାମୀ ଖୁସିରେ ନାଚିଲେ

ମହିଳା ଜଣଙ୍କ ଏକ ଝିଅକୁ ଜନ୍ମ ଦେଇଥିଲେ । ଝିଅକୁ ଦେଖି ମହିଳାଙ୍କ ସ୍ବାମୀ ଖୁସିରେ ନାଚିବାକୁ ଲାଗିଥିଲେ । ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି । ଘଟଣାକୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି । ଘଟଣା ଉପରେ ନଜର ରଖାଯାଇଥିବା ପୋଲିସ କହିଛି ।

ମଦ କାରବାର ନେଇ ଝିଅକୁ ହଇରାଣ କରାଯିବାରୁ ବିଷ ପିଇ ବାପାଙ୍କ ଆତ୍ମହତ୍ୟା

ମଦ କାରବାର ନେଇ ଝିଅକୁ ହଇରାଣ କରାଯିବାରୁ ବିଷ ପିଇ ବାପାଙ୍କ ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ: ମଦ କାରବାରକୁ ନେଇ ଝିଅକୁ ହଇରାଣ କରାଯିବାରୁ ବାପା ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡ଼ଦିଆ ଗାଁରେ । ଅଞ୍ଚଳରେ ମଦ କାରବାର ବଢ଼ିବାରୁ ତାକୁ ବିରୋଧ କରି ସ୍ଥାନୀୟ ମହିଳା ମହାସଂଘ ଚୋରା ମଦ ଦୋକାନ ଭାଙ୍ଗିବା ସହ ବଜାର ବନ୍ଦ କରିଥିଲେ ।

ଚୋରା ମଦ ଦୋକାନ କରିଥିବା ଲକ୍ଷ୍ମୀପ୍ରିୟା ପରିଡାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ବଜାରକୁ ଡାକି ମାନସିକ ନିର୍ଯାତନା ଦିଆଯାଇଥିଲା । ୧ ଲକ୍ଷ ଟଙ୍କାର ଜରିମାନା ବି କରିଥିଲେ ଲୋକେ । ସରପଞ୍ଚଙ୍କ ହସ୍ତକ୍ଷେପ ପରେ ତାକୁ ୩୦ ହଜାର କରାଯାଇଥିଲା । ଲକ୍ଷ୍ମୀପ୍ରିୟା ୧୦ ହଜାର ଟଙ୍କା ଦାଖଲ କରିଥିଲେ । ବାକି ପଇସା ନ ଦେଲେ ଗାଁ ଦାଣ୍ଡରେ ଜୋତାମାଳ ପିନ୍ଧାଇ ବୁଲାଯିବ ବୋଲି ଧମକ ଦିଆଯାଇଥିଲା । ଏହାକୁ ସହି ପାରି ନଥିଲେ ଲକ୍ଷ୍ମୀଙ୍କ ବାପା । ଏହାକୁ ନେଇ ସେ ଗତ ରାତିରେ ବିଷ ପିଇଥିଲେ । ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ଯୁ ଘଟିଥିଲା । ଉକ୍ତ ଘଟଣାକୁ ନେଇ ଲକ୍ଷ୍ମୀପ୍ରିୟା ବାଂଶଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ କରୁଛି । ମହିଳା ମହାସଂଘ କାର୍ଯ୍ୟକର୍ତ୍ତା ମାନସିକତା ନିର୍ଯାତନା କଥାକୁ ଅସ୍ଵୀକାର କରିଛନ୍ତି ।

ବେଦାନ୍ତ କଳିଙ୍ଗ ଲାନସର୍ସ ହକି ଇଣ୍ଡିଆ ଲିଗ ଚାମ୍ପିଅନ

ବେଦାନ୍ତ କଳିଙ୍ଗ ଲାନସର୍ସ ହକି ଇଣ୍ଡିଆ ଲିଗ ଚାମ୍ପିଅନ

ନନ୍ଦିଘୋଷ ବ୍ୟୁରୋ: ହକି ଇଣ୍ଡିଆ ଲିଗ ଚାମ୍ପିଅନ ହେଲା ବେଦାନ୍ତ କଳିଙ୍ଗ ଲାନସର୍ସ । ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଫାଇନାଲ୍ ମ୍ୟାଚରେ ରାଞ୍ଚି ରୟାଲ୍ସକୁ ୩- ୨ରେ ହରାଇ ଚାମ୍ପିଅନ ହୋଇଛି କଳିଙ୍ଗ ଲାନସର୍ସ । ଏହାକୁ ମିଶାଇ ଦଳ ଦ୍ଵିତୀୟ ଥର ଚାମ୍ପିଅନ ହୋଇଛି । ଏହା ପୂର୍ବରୁ ଦଳ ୨୦୧୭ରେ ମଧ୍ୟ ଚାମ୍ପିଅନ ହୋଇଥିଲା ।

ଗତକାଲି ହୋଇଥିବା ଫାଇନାଲ ମ୍ୟାଚରେ ଆରମ୍ଭରୁ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲା କଳିଙ୍ଗ ଲାନସର୍ସ । ମାତ୍ର ୪ ମିନିଟରେ ଏକ ପେନାଲଟି ଗୋଲ ଦେଇ ଦଳ ୧-୦ ରେ ଆଗୁଆ ରହିଥିଲା । ପରେ ରାଞ୍ଚି ଟିମ୍ ୯ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲା । ଦ୍ଵିତୀୟ କ୍ଵାର୍ଟରରେ କଳିଙ୍ଗ ଲାନସର୍ସଙ୍କୁ ପଛକୁ ପଛ ୩ଟି ପେନାଲଟି ମିଳିଥିଲା । ଆଉ ଗୋଟିଏ ଗୋଲ କରିଥିଲା କଳିଙ୍ଗ ଲାନସର୍ସ । ଦିଲପ୍ରୀତ ସିଂଙ୍କ ଏହି ଗୋଲ ବଳରେ ଦଳକୁ ୨-୧ ରେ ଅଗ୍ରଣୀ କରାଇଥିଲା । ପରେ ପୁଣି ଦୁଇଟି ବ୍ୟାକ ଟୁ ବ୍ୟାକ ପେନାଲଟିରୁ ଗୋଟିଏ ଗୋଲ କରି ଦଳକୁ ୩-୧ ରେ ଆଗୁଆ କରିଥିଲେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ । ଶେଷରେ ୩-୨ ରେ ଟାଇଟଲ ଜିତିଛି ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନସର୍ସ । ଚାମ୍ପିଅନ ଟିମକୁ ସ୍ଵର୍ଣ୍ଣ  ପଦକ ସହ ୩ କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି ।

କାଲିଠାରୁ ସଂସଦର ବଜେଟ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

କାଲିଠାରୁ ସଂସଦର ବଜେଟ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ । ଏହା ପରେ ରବିବାର ଲୋକସଭାରେ ଆଗତ ହେବ ବଜେଟ । ପ୍ରଥମ ଥର ପାଇଁ ରବିବାର ବଜେଟ ଆସିବ । ସଂସଦର ବଜେଟ ଅଧିବେଶନ ପାଇଁ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । ଆଜି ଦିନ ୧୧ଟାରେ ବୈଠକ ହେବ ବୋଲି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।

ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ରେ ଶେଷ ହେବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖରେ ଶେଷ ହେବ । ଫେବୃଆରୀ ୨ରୁ ୪ ତାରିଖ ଯାଏଁ ୩ ଦିନ ଧରି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ନେଇ ଆଲୋଚନା ହେବ । ଲୋକସଭାରେ ଏବେ ୯ଟି ବିଲ୍ ପଡ଼ି ରହିଛି । ବଜେଟ ସହିତ ଏହି ୯ଟି ବିଲ୍ ପାସ୍ କରିବାକୁ ଚେଷ୍ଟା କରିବେ କେନ୍ଦ୍ର ସରକାର ।

ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ୩୦ ଲକ୍ଷ ଟଙ୍କା ଲୁଟ୍

ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ୩୦ ଲକ୍ଷ ଟଙ୍କା ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ୩୦ ଲକ୍ଷ ଟଙ୍କା ଲୁଟ୍ । ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ ହେବା ପରେ ଠକକୁ ବାନ୍ଧିଲା ପୋଲିସ । ଉତ୍ତର ପ୍ରଦେଶରୁ ଠକ ଗୁଲିପାଗି ଚିରଞ୍ଜିବକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ଅଭିଯୁକ୍ତ ନିକଟରୁ ୨ଟି ମୋବାଇଲ ଫୋନ, ଗୋଟିଏ ATM କାର୍ଡ, ଗୋଟିଏ ଚେକ ବୁକ, ଗୋଟିଏ ପାନ କାର୍ଡ ଓ ଗୋଟିଏ ଆଧାର କାର୍ଡ ଜବତ ହୋଇଛି ।

୬ ନଭେମ୍ବର ୨୦୨୫ରେ ଲିଙ୍ଗରାଜ ଗୌରୀ ନଗର ଅଞ୍ଚଳର ସୁରମା ମଞ୍ଜରୀ ବୋଇଧର ନାମକ ଜଣେ ମହିଳାଙ୍କ ପାଖକୁ ଅଜଣା ନମ୍ବରରୁ ଆସିଥିଲା କଲ । ନିଜକୁ ଟିଆରଏଆଇର ଅଧିକାରୀ ପରିଚୟ ଦେଇ କଥା ହୋଇଥିଲା ଅଭିଯୁକ୍ତ । ତାଙ୍କ ସିମ କାର୍ଡ ବିଭିନ୍ନ ଅପରାଧରେ ବ୍ୟବହୃତ ହୋଇଥିବା କହି ସୁରମା ମଞ୍ଜରୀ ବୋଇଧରଙ୍କୁ ଭୟଭୀତ କରିଥିଲା ସେ । ମୁମ୍ବାଇ କୋଲାବ ଥାନାକୁ କଲ ଟ୍ରାନ୍ସଫର ହେବ କହି ଆଉ ଏକ ଅଜଣା ନମ୍ବରରୁ ମହିଳାଙ୍କ ପାଖକୁ ଭିଡ଼ିଓ କଲ ଆସିଥିଲା ।

ଏହା ପରେ ସାଇବର ଠକ ଭିଡ଼ିଓ କଲରେ ଆରେଷ୍ଟ ୱାରେଣ୍ଟ ଭଳି ବିଭିନ୍ନ କାଗଜ ପତ୍ର ଦେଖାଇଥିଲା । ଏହି ମାମଲା ଇଡିକୁ ଟ୍ରାନ୍ସଫର ହେବ କହି ଠକ ମହିଳାଙ୍କୁ ଡରାଇ ଥିଲା । ଘରୁ ବାହାରକୁ ନ ଯିବା ସହ କାହାକୁ ଫୋନ ନ କରିବା ପାଇଁ ଧମକାଇଥିଲା । ଟଙ୍କା ଟ୍ରାନ୍ସଫର ପାଇଁ ଠକ ମହିଳାଙ୍କୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲା । ଟଙ୍କା ନ ଦେଲେ ଆରେଷ୍ଟ କରିବାକୁ ଭୟଭୀତ କରାଇ ଥିଲା । ଏଥିରେ ଡରି ଯାଇ ମହିଳା ଜଣକ ୩ଟି ଆକାଉଣ୍ଟକୁ ୩୦ ଲକ୍ଷ ଟଙ୍କା ପଠାଇଥିଲେ ।

ବେଲଘର ରେଞ୍ଚ ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣା, ନିଲମ୍ବନ ପରେ ରେଞ୍ଜର ଫେରାର

ବେଲଘର ରେଞ୍ଚ ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣା, ନିଲମ୍ବନ ପରେ ରେଞ୍ଜର ଫେରାର

ନନ୍ଦିଘୋଷ ବ୍ୟୁରୋ: ବେଲଘର ରେଞ୍ଜରେ ହାତୀ ମୃତ୍ୟୁ ଘଟଣା । ମୃତ ହାତୀକୁ ୩୨ ଖଣ୍ଡ କରି ମାଟି ତଳେ ପୋତି ଦେଇଥିଲେ ରେଞ୍ଜର । ନିଲମ୍ବନ ପରେ ବେଲଘର ରେଞ୍ଜର ବିନୟ କୁମାର ବିଶି ଫେରାର୍ । ଗିରଫ ଭୟରେ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ରେଞ୍ଜର । ଏଯାଏଁ ତାଙ୍କର ଟେର୍ ପାଉନି ବନ ବିଭାଗ ।

ବନ ବିଭାଗର ୮ ଜଣ ସ୍କ୍ୱାର୍ଡ କର୍ମଚାରୀଙ୍କୁ ପଚରାଉଚରା କରି ନୋଟିସରେ ଛାଡ଼ିଯାଇଥିବା ବେଳେ ତଦନ୍ତ ଜାରି ରହିଛି । ଘଟଣାରେ ଯିଏ ବି ସମ୍ପୃକ୍ତ ସେମାନଙ୍କ ବିରେଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଆରସିସିଏଫ୍ କହିଛନ୍ତି ।

ସେପଟେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି, ବନ ବିଭାଗ ତତ୍ପରତା ଦେଖାଉଛି । ଯେତେ ଦୋଷୀ ଅଛନ୍ତି ସମସ୍ତଙ୍କୁ ଧରାଯିବ । ଟିମ୍ ଗଠନ କରାଯାଇଛି, କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ଜେସିବି ସାହାଯ୍ୟରେ ଗାତ ଖୋଲା ଯାଇଛି, ତାହାକୁ ସିଜ କରାଯିବା ସହ ୧୦ ଜଣଙ୍କୁ ଗିରଫ କରାଯାଇଛି । ଯିଏ ବି ସଂପୃକ୍ତ ଥିବେ ସେମାନଙ୍କ ସମ୍ପତି ଜବତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ରହିବ ‘ଓଡ଼ିଶା ଜନତା କଂଗ୍ରେସ’

ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ରହିବ ‘ଓଡ଼ିଶା ଜନତା କଂଗ୍ରେସ’

ନନ୍ଦିଘୋଷ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାର ଅନ୍ତ । ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି ମହମ୍ମଦ ମୋକିମ । ନୂଆ ଦଳର ନାଁ ରହିବ ଓଡି଼ଶା ଜନତା କଂଗ୍ରେସ । ସମର୍ଥକଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାଜଧାନୀରେ ମୋକିମ ନିଜ ସମର୍ଥକଙ୍କୁ ନେଇ ଏକ ବୈଠକ କରିଥିଲେ । ଏଥିରେ ଦଳର ନାଁ ରେଜିଷ୍ଟ୍ରେସନ ନେଇ ମତାମତ ନିଆ ଯାଇଥିଲା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ବିଧିବଦ୍ଧ ଘୋଷଣା ହେବ ବୋଲି ଜଣାପଡ଼ିଛି ।