• LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
    • IPL 2025
  • ଲେଖକ ସ୍ତମ୍ଭ
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
Search

LogoNandighosha TV

LogoNandighosha TV

LogoNandighosha TV
spot_img
  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
    • IPL 2025
  • ଲେଖକ ସ୍ତମ୍ଭ
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
More

    LogoNandighosha TV

    • LIVE TV
    • ଓଡ଼ିଶା
    • ଜାତୀୟ
    • ଅନ୍ତର୍ଜାତୀୟ
      • ଋଷ-ୟୁକ୍ରେନ ଯୁଦ୍ଧ
    • ମନୋରଞ୍ଜନ
    • ଶିକ୍ଷା ଓ ନିଯୁକ୍ତି
      • CBSE
      • NEET
      • State Board Exam
      • ଉଚ୍ଚ ଶିକ୍ଷା
    • ରାଜନୀତି
    • ଖେଳ
      • IPL
      • IPL 20-20
      • T20 WorldCup
      • IPL 2025
    • ଲେଖକ ସ୍ତମ୍ଭ
    • ଜୀବନଚର୍ଯ୍ୟା
      • ରାଶିଫଳ
      • ଧର୍ମ
        • ଦୀପାବଳି
      • ସ୍ୱାସ୍ଥ୍ୟ
        • କରୋନା
    • ଅପରାଧ
    More
      Home Blog Page 112

      ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଓ ସୁନାମୀ ସତର୍କତା…

      • ଅନ୍ତର୍ଜାତୀୟ
      • ତାଜା ଖବର
      • ମୁଖ୍ୟ ଖବର
      • ହାଇଲାଇଟ୍ ସମ୍ବାଦ
      Soloni Dash
      -
      June 8, 2026
      0
      ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଓ ସୁନାମୀ ସତର୍କତା…

      ନନ୍ଦିଘୋଷ ବ୍ୟୁରୋ: ଫିଲିପାଇନ୍ସରେ ଭୂମିକମ୍ପ । ସକାଳୁ ସକାଳୁ ୭.୭ ତିବ୍ରତାର ଝଟକା । ସୁନାମୀ ଆଲର୍ଟ । ସମୁଦ୍ରକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ । ସୋମବାର ଭୋର ସକାଳୁ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପୃଥିବୀ ୩ଥର କମ୍ପି ଉଠିଛି।

      ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ମାପ କରାଯାଇଛି । ଫିଲିପାଇନ୍ସ ଦ୍ୱୀପ ମିଣ୍ଡାନାଓରେ ଭୂମିକମ୍ପ ଝଟକା ଦେଇଥିଲା । ଫଳରେ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆର କିଛି ଅଂଶ ପାଇଁ ସୁନାମି ସତର୍କତା ଜାରି କରାଯାଇଛି । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଫିଲିପାଇନ୍ସରେ ଗୋଟିଏ ଘଣ୍ଟା ମଧ୍ୟରେ ୩ଟି ଭୂମିକମ୍ପ ଅନୁଭୂତ ହୋଇଥିଲା ।

      . ସକାଳ ୫ଟା ୦୭ ରେ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିଲା।

      . ସକାଳ ୫ଟା ୧୮ରେ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ଥିଲା ।

      .ସକାଳ ୬ଟା ୨୫ରେ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍ଲେଲରେ ୬.୬ ଥିଲା ।

      ଫିଲିପାଇନ୍ସ ନିକଟରେ ହୋଇଥିବା ବିଶାଳ ଭୂମିକମ୍ପ ପରେ ଜାପାନ ଏହାର ପ୍ରଶାନ୍ତ ମହାସାଗର ଉପକୂଳର କିଛି ଅଂଶ ପାଇଁ ସୁନାମି ଚେତାବନୀ ଜାରି କରିଛି । ଏକମିଟରରୁ ଅଧିକ ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବାରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି ।

      ସତର୍କ ସୂଚନା: ଏହାସହ ଆଗାମୀ କିଛି ସମୟରେ ପରବର୍ତ୍ତୀ ଝଟକା ଯୋଗୁଁ କ୍ଷୟକ୍ଷତି ହେବା ଆଶଂକା କରାଯାଇଛି । ଏହା ପୂର୍ବରୁ ରବିବାର ଭାରତ ସମେତ କିଛି ଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

      ଅନ୍ଧ ବିଶ୍ୱାସ ଓ ପୁରୁଣା ପରମ୍ପରା ଆଗରେ କଟକଣା ଫିକା: ଚିନ୍ତା ବଢ଼ାଇଛି ବାଲ୍ୟ ବିବାହ ପ୍ରଥା

      • ଓଡ଼ିଶା
      • ତାଜା ଖବର
      • ମୁଖ୍ୟ ଖବର
      • ହାଇଲାଇଟ୍ ସମ୍ବାଦ
      Soloni Dash
      -
      June 7, 2026
      0
      ଅନ୍ଧ ବିଶ୍ୱାସ ଓ ପୁରୁଣା ପରମ୍ପରା ଆଗରେ କଟକଣା ଫିକା: ଚିନ୍ତା ବଢ଼ାଇଛି ବାଲ୍ୟ ବିବାହ ପ୍ରଥା

      ନବରଙ୍ଗପୁର: ଅନ୍ଧ ବିଶ୍ୱାସ ଓ ପୁରୁଣା ପରମ୍ପରା ଆଗରେ ପ୍ରଶାସନିକ କଟକଣା ଫିକା । ଚିନ୍ତା ବଢାଇଛି ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ପ୍ରଥା । ନାନା ସଚେତନତା ପରେ ବି ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ଆଜି ବି ବଞ୍ଚିରହିଛି କୁପ୍ରଥା । ଅନେକ ଗାଁରେ ୧୫ରୁ ୧୭ ବର୍ଷ ବୟସର କିଶୋରୀଙ୍କ ବିବାହ କରାଯାଉଛି ।

      ଗରିବୀ, ଅଶିକ୍ଷା, ପରମ୍ପରା ଓ ସାମାଜିକ ଚାପ ଯୋଗୁ ଆଜି ବି ଅନେକ ପରିବାର ଝିଅମାନଙ୍କୁ ଅପରିପକ୍କ ବୟସରେ ବିବାହ କରାଉଛନ୍ତି । ଏହାସହ ଉଦୁଲିଆ ଓ ଝୋଲା ଭଳି ଆଦିବାସୀ ରୀତିନୀତିରେ ବିବାହ ଭଳି ପ୍ରଥା ହେତୁ କମ୍ ବୟସରେ ଗର୍ଭଧାରଣ କରି ବିପଦକୁ ବରଣ କରୁଛନ୍ତି ନାବଳିକା ।

      ବାଲ୍ୟ ବିବାହ ରୋକିବା ପାଇଁ ପ୍ରଶାସନର ଅନେକ ପଦକ୍ଷେପ ପାଣି ଫୋଟକା ଭଳି ମିଳେଇ ଯାଉଛି । ପ୍ରଶାସନର ନଜର ଆଢୁଆଳରେ ବଢୁଥିବା ବାଲ୍ୟ ବିବାହ ଘଟଣା କୁମାରୀ ମାତୃତ୍ୱ ସଂଖ୍ୟା ବୃଦ୍ଧି କରିବାରେ ଖୋରାକ ଯୋଗାଉଛି ।

      ଏନ୍ଏଫ୍ଏଚ୍ଏସ୍-୫ ସର୍ଭେ ଅନୁଯାୟୀ ରାଜ୍ୟରେ ବାଲ୍ୟବିବାହ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ପ୍ରଥମ । ୨ ବର୍ଷ ତଳେ ସର୍ବଭାରତୀୟ ସ୍ତରରେ ନବରଙ୍ଗପୁର ପ୍ରଥମ ସ୍ଥାନରେ ଥିଲା । ସ୍ଵଳ୍ପ ବୟସରେ ଗର୍ଭଧାରଣ ଯୋଗୁଁ ମାତୃ ଓ ଶିଶୁ ମୃତ୍ୟୁ ହାର ମଧ୍ୟ ବଢୁଛି ।

      ସ୍ୱତନ୍ତ୍ର ଆକ୍ସନ୍ ପ୍ଳାନରେ ଜିଲ୍ଲା ପ୍ରଶାସନ ବାଲ୍ୟବିବାହ ରୋକିବାକୁ ପଦକ୍ଷେପ ନେଇଛି । ୨୦୨୬ ଜାନୁଆରିରେ ୬୫ଟି, ଫେବ୍ରୁଆରିରେ ୪୨ଟି, ମାର୍ଚ୍ଚରେ ୪୭ଟି ଓ ଏପ୍ରିଲରେ ୨୪ ବାଲ୍ୟବିବାହ ରୋକିଛି ପ୍ରଶାସନ । ଗତ ୫ବର୍ଷରେ ୧,୮୯୦ ଟି ବାଲ୍ୟ ବିବାହ ରୋକାଯାଇଛି ।

      ବାଲ୍ୟବିବାହ କରୁଥିବା ନାବାଳିକାଙ୍କ ମଧ୍ୟରୁ ୭୦.୮ ପ୍ରତିଶତ କମ୍ ଓଜନ ଓ ୬୯.୩ ପ୍ରତିଶତ ରକ୍ତହୀନତାର ଶିକାର ହେଉଛନ୍ତି । ଗ୍ରାମାଞ୍ଚଳରେ କାମ କରୁଥିବା ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦି ବାଲ୍ୟବିବାହ ସମ୍ପର୍କରେ ସୂଚନା ଦେଲେ ଗ୍ରାମବାସୀ ଗଣ୍ଡଗୋଳ କରୁଥିବା ଅଭିଯୋଗ ହୋଇଛି ।
      ପରମ୍ପରାର ନାଁରେ ଚାଲିଥିବା ବାଲ୍ୟବିବାହ କିଶୋରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଉଛି । ତେବେ କେମିତି ରୋକାଯିବ ଏହି ସାମାଜିକ ଅଭିଶାପ? ପ୍ରଶାସନ ଓ ସରକାର ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

      ମାଫିଆଙ୍କ କବଜାରେ ଢେଙ୍କାନାଳ ବ୍ରାହ୍ମଣୀ ନଦୀ ଶଯ୍ୟା…

      • ଓଡ଼ିଶା
      • ତାଜା ଖବର
      • ମୁଖ୍ୟ ଖବର
      • ହାଇଲାଇଟ୍ ସମ୍ବାଦ
      Soloni Dash
      -
      June 7, 2026
      0
      ମାଫିଆଙ୍କ କବଜାରେ ଢେଙ୍କାନାଳ ବ୍ରାହ୍ମଣୀ ନଦୀ ଶଯ୍ୟା…

      ନନ୍ଦିଘୋଷ ବ୍ୟୁରୋ: ମାଫିଆଙ୍କ କବଜାରେ ବ୍ରାହ୍ମଣୀ ନଦୀ ଶଯ୍ୟା । ବର୍ଷା ପୂର୍ବରୁ ଠୁଳ କଲେଣି କୋଟି କୋଟି ଟଙ୍କାର ବାଲି। ଲୁଟ୍ ପଛରେ କାମକରୁଛି ସ୍ୱତନ୍ତ୍ର ରାକେଟ୍ । ଆଇନକୁ କାହାର ଭୟ ନାହିଁ । ମାଫିଆ-ରାଜନେତା, ଅସାଧୁ ପୁଲିସ୍ ଓ ସରକାରୀ କର୍ମଚାରୀଙ୍କ ମିଲିଭଗତରେ କୋଟି କୋଟି ଟଙ୍କାର ଚାଲିଛି ବାଲି ଲୁଟ୍ । ଆଗକୁ ବର୍ଷାଋତୁ ଆସିବାକୁ ଥିବାବେଳେ ନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ମାଫିଆମାନେ ଶହ ଶହ ଟ୍ରିପ୍ ଚୋରାରେ ବାଲି ବୋହି ଆଣି ନଦୀକୂଳ ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ଠୁଳ କରି ରଖୁଛନ୍ତି । ଆଉ ପ୍ରତିବାଦ କଲେ ମାଫିଆମାନେ ନାଲିଆଖି ଦେଖାଇବା ସହ ଗାଁରେ ବମା ପକାଇବାକୁ ଧମକ ଦେଉଛନ୍ତି । ଢେଙ୍କାନାଳ ଜିଲ୍ଲା ବଣିଆ ପଡା ଗାଁ ନିକଟ ବାଲି ଚୋରା ଚାଲାଣର ଏନ୍ତୁଡିଶାଳ ପାଲଟିଥିବା ଅଭିଯୋଗ ହୋଇଛି ।

      ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଲାକା କୁଶୁପଙ୍ଗା, ମାନପୁର, କୁରୁଣ୍ଡି ଆଦି ଅଞ୍ଚଳରେ ଏଭଳି ଶହ ଶହ ଟ୍ରିପ୍ ବାଲି ଗଚ୍ଛିତ ହୋଇ ରହିଛି। ରାଜନେତାଙ୍କ ଛତ୍ରଛାୟା ରହି ଏହି ଅଞ୍ଚଳରେ ବଡ଼ଧରଣର ବାଲି ଚୋରାଚାଲାଣ ସିଣ୍ଡିକେଟ୍ କାମ କରୁଛି । ଏହିସବୁ ଅଞ୍ଚଳରେ ବାଲିଘାଟକୁ ସରକାରୀ ଭାବେ ନିଲାମ ଦିଆଯାଇନଥିଲେ ମଧ୍ୟ ମାଫିଆମାନେ ବନ୍ଧୁକ ମୁନରେ ଭୟଭୀତ କରାଇ ଅହରହ ବାଲି ଲୁଟ୍ କରିଚାଲିଛନ୍ତି ।

      ଓଡ଼ାପଡ଼ା ତହସିଲର କଣ୍ଟାବଣିଆ ଓ ମୋଟଙ୍ଗା ଥାନା ଅଞ୍ଚଳ ବ୍ରାହ୍ମଣୀ ନଦୀର ଜୁଶୁପଙ୍ଗା, ମାନପୁର, କୁରୁଣ୍ଡି ଆଦି ନଦୀଘାଟକୁ ସରକାରୀ ଭାବେ ନିଲାମ ଦିଆଯାଇନାହିଁ, କିନ୍ତୁ ଏହିସବୁ ବାଲିଘାଟର ଏକାଧିକ ସ୍ଥାନରୁ ବେଆଇନ୍ ଭାବେ ବାଲି ଉତ୍ତୋଳନ ଓ ପରିବହନ ହେଉଛି । ଅତ୍ୟାଧୁନିକ ମେସିନ୍ ଲଗାଇ ବାଲି ଉତ୍ତୋଳନ କରାଯାଉଛି । ମାଫିଆମାନେ ଦାମୀଗାଡ଼ିରେ ଏସ୍କର୍ଟ କରି ଚୋରା ବାଲିଗାଡ଼ିକୁ ସୁରକ୍ଷା ଦେଉଛନ୍ତି । ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ପାଇଁ ଉଦ୍ଦିଷ୍ଟ ଟ୍ରାନ୍ଜିଟ୍ ପାସ୍ ସେମାନଙ୍କ ପାଖରେ ରହୁନାହିଁ । କମଳାଙ୍ଗଠାରୁ କୁରୁଣ୍ଡୀ ଗ୍ରାମ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶହ ଶହ ଟ୍ରିପ୍ ବାଲି ଗଦା ହୋଇରହିଛି । ଏତେ ପରିମାଣର ବାଲି ଠୁଳ ହୋଇଥିଲେ ମଧ୍ୟ ଏହା ବିରୋଧରେ ପ୍ରଶାସନର ନଜର ନାହିଁ ? ତେବେ କାହା ଛତ୍ର ଛାୟାରେ ଚାଲିଛି କଳା ବେପାର ? ବର୍ଷା ଦିନେ ନଦୀରେ ବନ୍ୟ ଆସିଲେ କିଏ ଦାୟି ରହିବ ? ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

      ବର୍ଷା ହେଲେ ବ୍ରାହ୍ମଣୀ କୂଳ ଖାଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ରାହ୍ମଣୀ ନଦୀ ଅଞ୍ଚଳରେ ଶହ ଶହ ବସ୍ତି ବାସିନ୍ଦା ଥିବାବେଳେ ବାଲି ମାଫିଆଙ୍କ ପାଇଁ ଗ୍ରାମବାସୀ ବିପଦରେ ପଡ଼ିବେ ବୋଲି ଆଶଙ୍କା ଦେଖାଦେଇଛି । ଖୁଲମ ଖୁଲା ଖଣି ଖାଦାନ ଲୁଟ ହେଉଥିବା ବେଳେ ଖଣିମନ୍ତ୍ରୀ କିନ୍ତୁ ଅଜବ ବୟାନ ରଖିଛନ୍ତି । ବେଆଇନ ଖଣି ଖାଦାନରେ ପୂର୍ଣ୍ଣଛେଦ ପଡିଛି । ସରକାରଙ୍କ ତରଫରୁ ଏହା ଚମତ୍କାର ପଦକ୍ଷେପ ବୋଲି କହିଛନ୍ତି ମନ୍ତ୍ରୀ ।

      MV କନଷ୍ଟେବଳ ଘଟଣା: ସ୍ୱାମୀଙ୍କୁ ପେଟ୍ରୋଲ ଢାଳି ପୋଡ଼ିଦେଲେ ପତ୍ନୀ ଓ ଶଳା!

      • ଅପରାଧ
      • ଓଡ଼ିଶା
      • ତାଜା ଖବର
      • ମୁଖ୍ୟ ଖବର
      • ହାଇଲାଇଟ୍ ସମ୍ବାଦ
      Soloni Dash
      -
      June 7, 2026
      0
      MV କନଷ୍ଟେବଳ ଘଟଣା: ସ୍ୱାମୀଙ୍କୁ ପେଟ୍ରୋଲ ଢାଳି ପୋଡ଼ିଦେଲେ ପତ୍ନୀ ଓ ଶଳା!

      ବ୍ରହ୍ମପୁର: ବ୍ରହ୍ମପୁରରେ MV କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କୁ ପୋଡ଼ି ମାରିଦେବା ଉଦ୍ୟମ ଘଟଣାରେ ଏବେ ଏକ ବଡ଼ ମୋଡ଼ ସାମ୍ନାକୁ ଆସିଛି। ଏହି ସଂଘାତିକ କାଣ୍ଡ ପଛରେ ଅନ୍ୟ କେହି ନୁହେଁ, ବରଂ ତାଙ୍କ ନିଜ ପତ୍ନୀ ଏବଂ ଶଳା ଥିବା ନେଇ ସ୍ୱୟଂ ପୀଡ଼ିତ ଆଶୁତୋଷ ଅଭିଯୋଗ ଆଣିଛନ୍ତି।

      ସୂଚନା ଅନୁଯାୟୀ, ଗତକାଲି ଆଶୁତୋଷ କ୍ଵାର୍ଟରକୁ ଯାଇଥିବା ସମୟରେ ତାଙ୍କ ପତ୍ନୀ ଏବଂ ଶଳା ମିଶି ତାଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଭୟଙ୍କର ଭାବେ ନିଆଁ ଜଳିଉଠିବା ପରେ ଆଶୁତୋଷ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ, ଯାହାଫଳରେ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଛି।

      ଏହି ଅଗ୍ନିକାଣ୍ଡରେ ଆଶୁତୋଷ ଗୁରୁତର ଭାବେ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ମେଡିକାଲ ଶେଯରୁ ହିଁ ସେ ନିଜ ପତ୍ନୀ ଓ ଶଳାଙ୍କ ବିରୋଧରେ ଏହି ସାଂଘାତିକ ବୟାନ ଦେଇଛନ୍ତି।

      ତେବେ ମିଳିଥିବା ସୂଚନା ଅନୁସାରେ, ଆଶୁତୋଷ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ ବିବାଦ ଲାଗି ରହିଥିଲା। ପୂର୍ବରୁ ଏହି ପାରିବାରିକ ଝଗଡ଼ା ମାମଲା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଏପରିକି ଏହି ବିବାଦ କାରଣରୁ ପୂର୍ବରୁ ଆଶୁତୋଷଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡ଼ିଥିଲା।

      ବର୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ, ପୋଲିସ ଏହି ଅଭିଯୋଗକୁ ଆଧାର କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ପାରିବାରିକ ଅଶାନ୍ତି କେମିତି ଏଭଳି ଏକ ସଂଘାତିକ ରୂପ ନେଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

      ଲୋକସେବା ଭବନରୁ ଫାଇଲ ଚୋରି ଘଟଣା: ସରକାରଙ୍କୁ ଘେରିଲେ ବିଧାୟକ ଅରୁଣ ସାହୁ

      • ଓଡ଼ିଶା
      • ତାଜା ଖବର
      • ମୁଖ୍ୟ ଖବର
      • ରାଜନୀତି
      • ହାଇଲାଇଟ୍ ସମ୍ବାଦ
      Soloni Dash
      -
      June 7, 2026
      0
      ଲୋକସେବା ଭବନରୁ ଫାଇଲ ଚୋରି ଘଟଣା: ସରକାରଙ୍କୁ ଘେରିଲେ ବିଧାୟକ ଅରୁଣ ସାହୁ

      ନୟାଗଡ: ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କମିଶନ ସମ୍ପର୍କିତ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାୟବ ହେବା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ଆଜି ନୟାଗଡ଼ ବିଜୁ ଜନତା ଦଳ (BJD) କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ସେ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏହାକୁ ଏକ ହାସ୍ୟସ୍ପଦ ଘଟଣା ବୋଲି ଅଭିହିତ କରିଛନ୍ତି।

      ବିଧାୟକ ଅରୁଣ ସାହୁ ପ୍ରେସମିଟ୍‌ରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷିତ ନାହାନ୍ତି, ସେଠି ଫାଇଲ୍‌ କେମିତି ସୁରକ୍ଷିତ ରହିବ? ଏହି ଘଟଣାକୁ “ଦୀପ ତଳ ଅନ୍ଧାର” ଏବଂ “ଚୋର କହୁଛି ଚୋର ପଳେଇଲା” ଭଳି ପରିସ୍ଥିତି ସହ ତୁଳନା କରି ସେ କହିଛନ୍ତି ଯେ ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।

      ସତରେ ଫାଇଲ୍ ହଜିଛି ନା ଜାଣିଶୁଣି ହଜେଇ ଦିଆଯାଇଛି? ଏତେ ସାରା CCTV କ୍ୟାମେରା ଥାଇ ମଧ୍ୟ ଯଦି ଲୋକସେବା ଭବନ ଭିତରୁ ଫାଇଲ୍ ଚୋରି ହେଉଛି, ତେବେ ଓଡ଼ିଶାର ଜନସାଧାରଣ କେତେ ସୁରକ୍ଷିତ? ବୋଲି ଅରୁଣ ସାହୁ ପ୍ରଶ୍ନ କରିଛନ୍ତି।

      ବିଧାୟକ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ନିଜେ ସ୍ୱୀକାର କରିଛନ୍ତି ଯେ ଫାଇଲ ହଜିବା ଘଟଣା ସତ୍ୟ ଏବଂ ଏଥିରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ସରକାର ତୁରନ୍ତ ନିଜ ପ୍ରତିଶ୍ରୁତି ପୂରଣ କରନ୍ତୁ।

      . ବିଜେଡି ବିଧାୟକ ଅରୁଣ ସାହୁଙ୍କ ମୁଖ୍ୟ ଦାବି ହେଉଛି, ଫାଇଲ ଗାୟବ ଘଟଣାରେ ସମ୍ପୃକ୍ତ ଅସଲ ଅପରାଧୀଙ୍କୁ ତୁରନ୍ତ ସାମ୍ନାକୁ ଅଣାଯାଉ।
      .  ଯଦି ସରକାର ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତେବେ ବିରୋଧୀ ଦଳ ହିସାବରେ ବିଜେଡି ଖୁବଶୀଘ୍ର ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବ ଏବଂ ଓଡ଼ିଶାର ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ।

      ବାରମ୍ବାର ମାଇଗ୍ରେନ୍? ହାର୍ଟ ଆଟାକ୍ ପାଇଁ ହୋଇପାରେ ସତର୍କ ସଙ୍କେତ!

      • Odisha
      • ସ୍ୱାସ୍ଥ୍ୟ
      Rupali Rupamita
      -
      June 7, 2026
      0
      ବାରମ୍ବାର ମାଇଗ୍ରେନ୍? ହାର୍ଟ ଆଟାକ୍ ପାଇଁ ହୋଇପାରେ ସତର୍କ ସଙ୍କେତ!
      ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ଅନେକ ଲୋକ ପ୍ରାୟତଃ ମାଇଗ୍ରେନ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାଧାରଣତଃ ଏହାକୁ ଏକ ଗୁରୁତର ମୁଣ୍ଡବିନ୍ଧା ବୋଲି ଧରି ନିଆଯାଏ, କିନ୍ତୁ ଏହାର ପ୍ରଭାବ କେବଳ ମୁଣ୍ଡ ମଧ୍ୟରେ ସୀମିତ ନୁହେଁ। ସ୍ପ୍ରିଙ୍ଗର ନେଚର୍‌ର ପ୍ରସିଦ୍ଧ ଜର୍ଣ୍ଣାଲ୍ “ଦି ଜର୍ଣ୍ଣାଲ୍ ଅଫ୍ ହେଡେକ୍ ଆଣ୍ଡ୍ ପେନ୍”ରେ ପ୍ରକାଶିତ ଏକ ସାମ୍ପ୍ରତିକ ଗବେଷଣା ଅନୁଯାୟୀ, ବାରମ୍ବାର ମାଇଗ୍ରେନ୍ ହେବା ଏବଂ ହୃଦ୍‌ରୋଗର ଆଶଙ୍କା ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି।

      ଯଦିଓ ଏହି ଅଧ୍ୟୟନ ମାଇଗ୍ରେନ୍‌କୁ ହୃଦ୍‌ରୋଗର ସିଧାସଳଖ କାରଣ ବୋଲି ପ୍ରମାଣ କରୁନାହିଁ, ତଥାପି ଏହା ଉଭୟଙ୍କ ମଧ୍ୟରେ ଥିବା ପରସ୍ପର ସମ୍ବନ୍ଧକୁ ସ୍ପଷ୍ଟ ଭାବେ ଇଙ୍ଗିତ କରୁଛି।

      ଗବେଷଣାରୁ ମିଳିଥିବା ମୁଖ୍ୟ ତଥ୍ୟ

      ବୈଜ୍ଞାନିକମାନେ ମାଇଗ୍ରେନ୍ ଏବଂ ହୃଦୟ ସ୍ୱାସ୍ଥ୍ୟର ବିଶ୍ଳେଷଣ କରି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି:

      • ଅଧିକ ବିପଦ: ମାଇଗ୍ରେନ୍ ରୋଗୀଙ୍କ କ୍ଷେତ୍ରରେ ହୃଦ୍‌ରୋଗ , କରୋନାରୀ ହୃଦରୋଗ ଏବଂ ଇସ୍କେମିକ୍ ଷ୍ଟ୍ରୋକର ଆଶଙ୍କା ଅଧିକ ଥାଏ। ଏହାର ଅର୍ଥ ମାଇଗ୍ରେନ୍ ଆମର ରକ୍ତବାହୀ ନଳୀର ସ୍ୱାସ୍ଥ୍ୟ ସହ ମଧ୍ୟ ଜଡ଼ିତ।

      • ମହିଳାମାନଙ୍କ ପ୍ରତି ଅଧିକ ବିପଦ: ଏହି ସମ୍ପର୍କ ବିଶେଷ କରି ୪୫ ବର୍ଷରୁ କମ୍ ବୟସ୍କ ମହିଳାମାନଙ୍କ ମଧ୍ୟରେ ଅଧିକ ଦୃଢ଼ ଭାବରେ ଦେଖାଯାଇଛି।

      • ଅନ୍ୟାନ୍ୟ କାରକ: ଯେଉଁମାନଙ୍କର ମାଇଗ୍ରେନ୍ ସହିତ ଧୂମପାନ ଅଭ୍ୟାସ, ମୋଟାପା, ଉଚ୍ଚ ରକ୍ତଚାପ  ଭଳି ସମସ୍ୟା ଥାଏ, ସେମାନଙ୍କ କ୍ଷେତ୍ରରେ ହୃଦଘାତର ଆଶଙ୍କା ଦୁଇଗୁଣ ବଢ଼ିଯାଏ।

      ମାଇଗ୍ରେନ୍ ଗମ୍ଭୀର ହେବାର ଲକ୍ଷଣ (କେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବେ?)

      ମାଇଗ୍ରେନ୍ ଯୋଗୁଁ ସାଧାରଣତଃ ମୁଣ୍ଡବିନ୍ଧା ସହ ବାନ୍ତି ହେବା, ଆଲୋକ ବା ଶବ୍ଦ ପ୍ରତି ଅସହ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଥାଏ। କିନ୍ତୁ ନିମ୍ନଲିଖିତ ଲକ୍ଷଣ ଦେଖାଗଲେ ଏହାକୁ ଆଦୌ ଅଣଦେଖା ନକରି ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଉଚିତ୍:

      • ମୁଣ୍ଡବିନ୍ଧା ହଠାତ୍ ଅତ୍ୟନ୍ତ ତୀବ୍ର ହେବା ଏବଂ ପୂର୍ବ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ଅନୁଭବ ହେବା।

      • କଥା କହିବାରେ କଷ୍ଟ ଅନୁଭବ କରିବା।

      • ଶରୀରର କୌଣସି ଗୋଟିଏ ପାର୍ଶ୍ୱ ବା ଅଂଶରେ ଦୁର୍ବଳତା କିମ୍ବା ଅସାଡ଼ତା ଦେଖାଯିବା।

      • ପ୍ରବଳ ମୁଣ୍ଡ ବୁଲାଇବା, ଦୃଷ୍ଟିଶକ୍ତି ଝାପ୍ସା ହେବା କିମ୍ବା ଚେତାଶୂନ୍ୟ ହୋଇଯିବା।

      • ନିୟମିତ ଔଷଧ ଖାଇବା ସତ୍ତ୍ୱେ ମୁଣ୍ଡବିନ୍ଧା ବାରମ୍ବାର ଫେରିଆସିବା ଏବଂ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି କରିବା।

      ମାଇଗ୍ରେନ୍ ରୋଗୀଙ୍କ ପାଇଁ ଜରୁରୀ ସତର୍କତା ଓ ଜୀବନଶୈଳୀ

      ଯଦି ଆପଣ ବାରମ୍ବାର ମାଇଗ୍ରେନ୍ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି, ତେବେ କେବଳ ପେନ୍-କିଲର୍ ଉପରେ ନିର୍ଭର ନକରି ନିଜ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣନ୍ତୁ:

      ୧. କାରଣ ଚିହ୍ନଟ କରନ୍ତୁ: କେଉଁ କାରଣ ଯୋଗୁଁ ଆପଣଙ୍କ ମୁଣ୍ଡବିନ୍ଧା ବଢୁଛି (ଯେପରିକି—କିଛି ନିର୍ଦ୍ଦିଷ୍ଟ ଖାଦ୍ୟ, ଅତ୍ୟଧିକ ଉଜ୍ଜ୍ୱଳ ଆଲୋକ, କିମ୍ବା ନିଦ୍ରା ଅଭାବ) ତାହା ଉପରେ ନଜର ରଖନ୍ତୁ ଏବଂ ସେଗୁଡ଼ିକରୁ ଦୂରେଇ ରୁହନ୍ତୁ।

      ୨. ନିୟମିତ ଦିନଚର୍ଯ୍ୟା: ପ୍ରତିଦିନ ସଠିକ୍ ସମୟରେ ପର୍ଯ୍ୟାପ୍ତ ନିଦ୍ରା (୭-୮ ଘଣ୍ଟା) ନେବା ଏବଂ ମାନସିକ ଚାପ (Stress) ପରିଚାଳନା ପାଇଁ ଯୋଗ ବା ଧ୍ୟାନ କରିବା ଆବଶ୍ୟକ।

      ୩. ସୁଷମ ଖାଦ୍ୟ ଓ ଜଳପାନ: ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଲେ ମଧ୍ୟ ମାଇଗ୍ରେନ୍ ବଢ଼ିଥାଏ, ତେଣୁ ପ୍ରଚୁର ପାଣି ପିଅନ୍ତୁ ଏବଂ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ।

      ବାରମ୍ବାର ମାଇଗ୍ରେନ ର ସମସ୍ୟା ଭୋଗୁଥିବା ରୋଗୀ ମାନେ  ନିଜ ମୁଣ୍ଡବିନ୍ଧାର ଚିକିତ୍ସା କରିବା ସହିତ ନିଜର ହୃଦୟର ସ୍ୱାସ୍ଥ୍ୟ (ଯେପରିକି ବ୍ଲଡ୍ ପ୍ରେସର ଓ କୋଲେଷ୍ଟ୍ରଲ୍) ଉପରେ ମଧ୍ୟ ନିୟମିତ ନଜର ରଖିବା ଉଚିତ୍। ପ୍ରାରମ୍ଭିକ ପରୀକ୍ଷା ଏବଂ ସଠିକ୍ ସମୟରେ ଚିକିତ୍ସା ଆପଣଙ୍କୁ ଯେକୌଣସି ବଡ଼ ବିପଦରୁ ରକ୍ଷା କରିପାରିବ।

      କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ଭୁବନେଶ୍ୱର

      • ଓଡ଼ିଶା
      • ତାଜା ଖବର
      • ମୁଖ୍ୟ ଖବର
      • ହାଇଲାଇଟ୍ ସମ୍ବାଦ
      Soloni Dash
      -
      June 7, 2026
      0
      କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ଭୁବନେଶ୍ୱର

      ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତକାଲି ଆସିଥିବା କାଳବୈଶାଖୀର ପ୍ରଭାବ ଏବେ ବି ଅନେକ ଅଞ୍ଚଳକୁ ଛିନଛତ୍ର କରି ରଖିଛି। ଝଡ଼-ତୋଫାନ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଧିମା ଚାଲିଥିବାରୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।

      କାଳବୈଶାଖୀ ଯୋଗୁଁ ସହରର ଅନେକ ପ୍ରମୁଖ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ଲାଇନ ଆସିନାହିଁ।

      ଗୋଟିଏ ପଟେ ଅସହ୍ୟ  ଖରା ଓ ଅନ୍ୟପଟେ ରାତିର ଗୁଳଗୁଳି ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିନା ବିଦ୍ୟୁତରେ ଗତକାଲି ରାତି ସାରା ରାଜଧାନୀବାସୀ ବହୁ କଷ୍ଟରେ ଅନିଦ୍ରା ହୋଇ ସମୟ ବିତାଇଛନ୍ତି।

      କାଳବୈଶାଖୀ ଝଡ଼ରେ ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଏବଂ ଡାଳପତ୍ର ଭାଙ୍ଗି ପଡ଼ି ରହିଥିବାବେଳେ ସେଗୁଡ଼ିକୁ ଏପର୍ଯ୍ୟନ୍ତ ସଫା କରାଯାଇ ନାହିଁ। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି ।

      ସାଇନ୍ସ ପାର୍କ ବସ୍ତିର ସ୍ଥିତି ସବୁଠୁ ଖରାପ: ବିଶେଷ କରି ଭୁବନେଶ୍ୱରର ସାଇନ୍ସ ପାର୍କ ବସ୍ତି ଅଞ୍ଚଳରେ ଅବସ୍ଥା ସଂଗୀନ ହୋଇପଡ଼ିଛି। ସେଠାରେ ନା ଅଛି ବିଦ୍ୟୁତ, ନା ରାସ୍ତା ସଫା ହୋଇଛି। ସ୍ଥାନୀୟ ବାସିନ୍ଦା ଏବେ ପ୍ରଶାସନର ସହାୟତାକୁ ଚାହିଁ ବସିଛନ୍ତି।

      ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାଳବୈଶାଖୀ ଆସିବାର ୨୪ ଘଣ୍ଟା ପରେ ବି ସ୍ଥିତି ସ୍ୱାଭାବିକ ନହେବା ପ୍ରଶାସନର ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଦ୍ୟୁତ ବିଭାଗ ଓ ପୌରପାଳିକା କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସେବା ସ୍ୱାଭାବିକ କରିବାକୁ ଦାବି ହେଉଛି।

      ଫ୍ରିଜ ବିନା ଆମ୍ବକୁ ଅଧିକ ଦିନ କିପରି ସତେଜ ରଖିବେ ? ଜାଣନ୍ତୁ….

      • Odisha
      • ଜୀବନଚର୍ଯ୍ୟା
      • ମୁଖ୍ୟ ଖବର
      Rakesh Mallick
      -
      June 7, 2026
      0
      ଫ୍ରିଜ ବିନା ଆମ୍ବକୁ ଅଧିକ ଦିନ କିପରି ସତେଜ ରଖିବେ ? ଜାଣନ୍ତୁ….

      ନନ୍ଦିଘୋଷ ବ୍ୟୁରୋ: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ବଜାରରେ ଫଳର ରାଜା ‘ଆମ୍ବ’ର ଚାହିଦା ବଢ଼ିଯାଏ। ଏହାର ଅପୂର୍ବ ସ୍ୱାଦ ଏବଂ ପୁଷ୍ଟିକର ଗୁଣ ଯୋଗୁଁ ଲୋକେ ଏହାକୁ ବହୁ ପରିମାଣରେ କିଣି ଘରକୁ ଆଣିଥାନ୍ତି। କିନ୍ତୁ ଅଧିକାଂଶ ସମୟରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଥାଏ – ଆମ୍ବକୁ ଫ୍ରିଜରେ ରଖିବା ଉଚିତ କି ନୁହେଁ?

      ଆସନ୍ତୁ ଜାଣିବା ଆମ୍ବକୁ ଦୀର୍ଘ ସମୟ ପାଇଁ ସତେଜ ଏବଂ ସ୍ୱାଦିଷ୍ଟ ରଖିବାର କିଛି ସହଜ ଓ ସଠିକ୍ ଉପାୟ।

      ୧. ଆମ୍ବକୁ କେବେ ଫ୍ରିଜରେ ରଖିବେ?

      ଅନେକ ଲୋକ ଆମ୍ବ କିଣିବା ମାତ୍ରେ ତାକୁ ସିଧାସଳଖ ଫ୍ରିଜରେ ରଖିଦିଅନ୍ତି, ଯାହା ଆଦୌ ସଠିକ୍ ପଦ୍ଧତି ନୁହେଁ। ଆମ୍ବ ଫ୍ରିଜରେ ରଖିବେ କି ନାହିଁ, ତାହା ଏହାର ପାଚିବା ଉପରେ ନିର୍ଭର କରେ:

      • କଞ୍ଚା କିମ୍ବା ଅର୍ଦ୍ଧପାଚି ଆମ୍ବ: ଏଗୁଡ଼ିକୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ। ଥଣ୍ଡା ତାପମାତ୍ରା ଯୋଗୁଁ ଆମ୍ବର ପ୍ରାକୃତିକ ପାଚିବା ପ୍ରକ୍ରିୟା ଧୀମା ହୋଇଯାଏ।

      • ପାଚିଲା ଆମ୍ବ: ଆମ୍ବ ସମ୍ପୂର୍ଣ୍ଣ ଭାବେ ପାଚିବା ପରେ ହିଁ ଏହାକୁ ଫ୍ରିଜରେ ରଖନ୍ତୁ। ତେବେ ମନେରଖନ୍ତୁ, ଅତ୍ୟଧିକ ଥଣ୍ଡା ଏହାର ପ୍ରାକୃତିକ ମିଠା ଓ ସ୍ୱାଦକୁ କମାଇ ଦେଇପାରେ।

      ୨. କୋଠରୀ ତାପମାତ୍ରାରେ ଆମ୍ବ ସଂରକ୍ଷଣର ସଠିକ୍ ତରିକା

      ଯଦି ଆପଣ କଞ୍ଚା ଆମ୍ବ କିଣିଛନ୍ତି, ତେବେ ତାକୁ ଘରେ ସତେଜ ରଖିବା ପାଇଁ ଏହି ଟିପ୍ସ ଆପଣାନ୍ତୁ:

      • ଖବରକାଗଜର ବ୍ୟବହାର: କଞ୍ଚା ଆମ୍ବକୁ ଖବରକାଗଜରେ ଗୁଡ଼ାଇ କିମ୍ବା ଏକ ବାୟୁରୋଧୀ (Air-tight) ଟୋକେଇରେ ରଖନ୍ତୁ। ଏହା ଦ୍ୱାରା ଆମ୍ବ ପ୍ରାକୃତିକ ଭାବେ ଏବଂ ଭଲ ଭାବରେ ପାଚିଥାଏ।

      • ଧୋଇବା ପରେ ସଙ୍ଗେ ସଙ୍ଗେ ରଖନ୍ତୁ ନାହିଁ: କଞ୍ଚା ଆମ୍ବକୁ ପାଣିରେ ଧୋଇବା ପରେ ସିଧାସଳଖ ସଂରକ୍ଷଣ କରନ୍ତୁ ନାହିଁ, ଏହାଦ୍ୱାରା ଫଳ ଶୀଘ୍ର ନଷ୍ଟ ହୋଇଯାଇପାରେ।

      • ସୂର୍ଯ୍ୟକିରଣରୁ ଦୂରେଇ ରଖନ୍ତୁ: ଆମ୍ବକୁ ସର୍ବଦା ସିଧାସଳଖ ସୂର୍ଯ୍ୟକିରଣରୁ ଦୂରରେ ଏବଂ ଥଣ୍ଡା, ଶୁଖିଲା ସ୍ଥାନରେ ରଖନ୍ତୁ। ପ୍ରବଳ ଉତ୍ତାପ ଯୋଗୁଁ ଆମ୍ବ ଶୀଘ୍ର ପଚିଯାଏ।

      ୩. କଟା ଆମ୍ବକୁ କିପରି ସତେଜ ରଖିବେ?

      ଯଦି ଆପଣ ଆମ୍ବ କାଟି ସାରିଛନ୍ତି, ତେବେ ତାକୁ କେବେ ବି ଖୋଲା ସ୍ଥାନରେ ଛାଡ଼ନ୍ତୁ ନାହିଁ

      • ସଠିକ୍ ଉପାୟ: କଟା ଆମ୍ବକୁ ସର୍ବଦା ଏକ ସଫା, ବାୟୁରୋଧୀ (Air-tight) ପାତ୍ରରେ ବନ୍ଦ କରି ଫ୍ରିଜରେ ରଖନ୍ତୁ। ଏହାଦ୍ୱାରା ଏହାର ଆର୍ଦ୍ରତା, ମିଠା ଏବଂ ସ୍ୱାଦ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରହେ।

      ୪. ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

      • ପାଚିଲା ଆମ୍ବକୁ ଆପଣ ପ୍ଲାଷ୍ଟିକ୍ ବ୍ୟାଗ୍ କିମ୍ବା ଏୟାରଟାଇଟ୍ ପାତ୍ରରେ ରଖି ୪ ରୁ ୫ ଦିନ ପର୍ଯ୍ୟନ୍ତ ଫ୍ରିଜରେ ସୁରକ୍ଷିତ ରଖିପାରିବେ।

      • ଫ୍ରିଜରୁ ବାହାର କରିବା ପରେ ଆମ୍ବକୁ ସଙ୍ଗେ ସଙ୍ଗେ ନଖାଇ, କିଛି ସମୟ କୋଠରୀ ତାପମାତ୍ରା (Room Temperature)କୁ ଆସିବାକୁ ଦିଅନ୍ତୁ ଏବଂ ତା’ପରେ ଏହାର ଭରପୂର ସ୍ୱାଦ ନିଅନ୍ତୁ।

      • ସର୍ବୋତ୍ତମ ସ୍ୱାଦ ଓ ଗୁଣବତ୍ତା ପାଇଁ ଆମ୍ବକୁ ଅମଳ ହେବାର ୧-୨ ଦିନ ମଧ୍ୟରେ ଖାଇବା ସବୁଠାରୁ ଭଲ।

      ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଶିଶୁପୁତ୍ର ଉଦ୍ଧାର

      • ଓଡ଼ିଶା
      • ତାଜା ଖବର
      • ମୁଖ୍ୟ ଖବର
      • ହାଇଲାଇଟ୍ ସମ୍ବାଦ
      Soloni Dash
      -
      June 7, 2026
      0
      ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଶିଶୁପୁତ୍ର ଉଦ୍ଧାର

      ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରୁ ଏକ ଶିଶୁପୁତ୍ର ଉଦ୍ଧାର କରାଯାଇଛି। ଷ୍ଟେସନର ପ୍ଲାଟଫୋର୍ମ ନମ୍ବର ୪ରେ ଲାଗିଥିବା ଝାନ୍ସୀ-ଖୋର୍ଦ୍ଧା ରୋଡ଼ ସ୍ପେଶାଲ ଟ୍ରେନରୁ ୨ ରୁ ୩ ମାସର ଶିଶୁପୁତ୍ରକୁ ଆରପିଏଫ (RPF) ଉଦ୍ଧାର କରିଛି।

      ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନର ଜେନେରାଲ ବଗିରେ କୌଣସି ଯାତ୍ରୀ ନଥିବା ବେଳେ ଶିଶୁ ପୁତ୍ରଟି ଏକାକୀ ଶୋଇଥିବା ଅବସ୍ଥାରେ ଆରପିଏଫ କର୍ମଚାରୀଙ୍କ ନଜରକୁ ଆସିଥିଲା। ଆରପିଏଫ ପକ୍ଷରୁ ପ୍ରଥମେ ଡାକବାଜି ଯନ୍ତ୍ର ମାଧ୍ୟମରେ ଷ୍ଟେସନରେ ଥିବା ଯାତ୍ରୀମାନଙ୍କୁ ଏ ସମ୍ପର୍କରେ ଜଣାଇ ପରିଜନଙ୍କୁ ଖୋଜାଖୋଜି କରାଯାଇଥିଲା।

      ଏହାପରେ ଶିଶୁପୁତ୍ରଟିକୁ ମେଡିକାଲ ନିଆଯାଇ ସେଠାରେ ତାର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଶୁ ପୁତ୍ରର କୌଣସି ପରିଜନ ବା ପରିବାରଲୋକ ସାମ୍ନାକୁ ନଆସିବାରୁ, ଶେଷରେ ଆରପିଏଫ ପକ୍ଷରୁ ଶିଶୁଟିକୁ ସି.ଡବ୍ଲ୍ୟୁ.ସି (CWC) କୁ ହସ୍ତାନ୍ତର କରାଯାଇଛି।

      ଇରାନ ବିରୋଧରେ ଟ୍ରମ୍ପଙ୍କ ମାଷ୍ଟର ପ୍ଲାନ୍: ଜବତ ସମ୍ପତ୍ତିରେ ହେବ…

      • ଅନ୍ତର୍ଜାତୀୟ
      • ତାଜା ଖବର
      • ମୁଖ୍ୟ ଖବର
      • ହାଇଲାଇଟ୍ ସମ୍ବାଦ
      Soloni Dash
      -
      June 7, 2026
      0
      ଇରାନ ବିରୋଧରେ ଟ୍ରମ୍ପଙ୍କ ମାଷ୍ଟର ପ୍ଲାନ୍: ଜବତ ସମ୍ପତ୍ତିରେ ହେବ…

      ନନ୍ଦିଘୋଷ ବ୍ୟୁରୋ : ଇରାନ ବିରୋଧରେ ଏକ ବଡ଼ ଏବଂ ଆଗ୍ରେସିଭ୍ ଆର୍ଥିକ ରଣନୀତି ଉପରେ କାମ କରୁଛି ଆମେରିକା। ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରେଜେରୀ ବିଭାଗ ଜବତ ହୋଇଥିବା ଇରାନୀ ସମ୍ପତ୍ତିକୁ ବ୍ୟବହାର କରିବାକୁ ଯୋଜନା କରୁଛି। ସଂଘର୍ଷ ଏବଂ ଆକ୍ରମଣ ଯୋଗୁଁ କ୍ଷତି ସହିଥିବା ଉପସାଗରୀୟ (Gulf) ଦେଶଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଏହି ଅର୍ଥ ବ୍ୟବହାର କରାଯିବ।

      ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଏକ ବିଶେଷ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିବା କୁହାଯାଉଛି। ଆମେରିକାର ସ୍ପଷ୍ଟ ଆଭିମୁଖ୍ୟ ହେଉଛି ଯେ, ଇରାନ ଦ୍ୱାରା ଅନ୍ୟ ଦେଶଗୁଡ଼ିକର ଯେଉଁ କ୍ଷତି ହୋଇଛି, ତାର ଆର୍ଥିକ ମୂଲ୍ୟ ଇରାନକୁ ହିଁ ଦେବାକୁ ପଡ଼ିବ।

      ସୂଚନା ଅନୁଯାୟୀ, ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏହି ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମରାମତି ଏବଂ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଜବତ ଇରାନୀ ସମ୍ପତ୍ତିକୁ କିପରି ଉପଯୋଗ କରାଯାଇପାରିବ, ସେଥିପାଇଁ ସମସ୍ତ ଆଇନଗତ ଏବଂ ପ୍ରଶାସନିକ ବିକଳ୍ପ ଅନୁସନ୍ଧାନ କରିବାକୁ ସେ କହିଛନ୍ତି। ଏଥିପାଇଁ, ଅର୍ଥ ବିଭାଗ ପକ୍ଷରୁ ଉପସାଗରୀୟ ଦେଶଗୁଡ଼ିକୁ ଯୁଦ୍ଧ ଏବଂ ଆକ୍ରମଣ ଯୋଗୁଁ ହୋଇଥିବା କ୍ଷତିର ସମ୍ପୂର୍ଣ୍ଣ ହିସାବ ମଗାଯାଇଛି। ରାସ୍ତାଘାଟ, କୋଠାବାଡ଼ି, ଶକ୍ତି ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ମରାମତି ପାଇଁ କେତେ ଖର୍ଚ୍ଚ ହେବ ଆମେରିକା ତାହାର ସଠିକ୍ ଆକଳନ ଜାଣିବାକୁ ଚାହୁଁଛି।

      ତେବେ ଇରାନର କେଉଁ କେଉଁ ସମ୍ପତ୍ତିକୁ ଟାର୍ଗେଟ କରାଯିବ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ତେବେ ଏଥିରେ ବିଦେଶରେ ଫ୍ରିଜ୍ ହୋଇ ରହିଥିବା ବ୍ୟାଙ୍କ ଆକାଉଣ୍ଟ, ନଗଦ ଟଙ୍କା କିମ୍ବା ଜବତ ହୋଇଥିବା ତୈଳ ଟ୍ୟାଙ୍କର୍ ଭଳି ସମ୍ପତ୍ତି ଅନ୍ତର୍ଭୁକ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି।

      ଆଲୋଚନା ମଧ୍ୟରେ ବଢ଼ିଲା ଚାପ:
      ବଡ଼ କଥା ହେଉଛି, ଆମେରିକାର ଏହି ନୂଆ ରଣନୀତି ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଉଭୟ ଦେଶ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି। ଇରାନ ଦାବି କରିଆସୁଛି ଯେ, ଯେକୌଣସି ଚୁକ୍ତି ପାଇଁ ତା’ ଉପରୁ ପ୍ରତିବନ୍ଧକ ହଟାଯାଉ ଏବଂ ବିଦେଶରେ ଗଚ୍ଛିତ ଥିବା କୋଟି କୋଟି ଡଲାରର ଇରାନୀ ପାଣ୍ଠିକୁ ମୁକ୍ତ କରାଯାଉ। ପ୍ରାୟ ୨୪ ବିଲିୟନ ଡଲାରର ଜମା ସମ୍ପତ୍ତି ଫେରସ୍ତ ପାଇଁ ଇରାନ ଅଡ଼ି ବସିଛି।

      ସୂଚନାଯୋଗ୍ୟ ଯେ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କୁଏତ, ବାହାରିନ, କତାର ଏବଂ ଓମାନ ଭଳି ଅନେକ ଉପସାଗରୀୟ ଦେଶ ଉପରେ ଇରାନ ପକ୍ଷରୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଏବେ ଆମେରିକାର ଏହି ପଦକ୍ଷେପ ଇରାନ ଉପରେ ଆର୍ଥିକ ସଙ୍କଟ ଆହୁରି ବଢ଼ାଇଦେବ ବୋଲି ଆଶଙ୍କା କରାଯାଉଛି।

      1...111112113...8,005Page 112 of 8,005

      Latest Stories

      ତ୍ରୁଟିପୂର୍ଣ୍ଣ ଟ୍ରେନ୍ ପାର୍ଟସ ଯୋଗାଣ କଲେ କମ୍ପାନୀ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ !

      କବର ମଧ୍ୟ ଶାନ୍ତିରେ ନାହିଁ:

      ଆସୁଛି ଖାଦ୍ୟ ଓ ସାର ସଙ୍କଟ !

      ଇରାନ ସହିତ ଲଢ଼ିବା ପାଇଁ ପାକିସ୍ତାନର ସାହସ ନାହିଁ !

      ସ୍ମାର୍ଟଫୋନ୍ କିଣୁଥିବା ଗ୍ରାହକଙ୍କୁ ଝଟକା! ଆଗକୁ ଆହୁରି ମହଙ୍ଗା ହେବା ଆଶଙ୍କା….

      ଆମେରିକାରେ କାର୍ ଶସ୍ତା ହେବ! ମାଇଲେଜ୍ ନିୟମ କୋହଳ କଲା ଟ୍ରମ୍ପ ପ୍ରଶାସନ

      Location

      Popular Tags

      Odisha16441NANDIGHOSHA TV5803INDIA3270BHUBANESWAR3067BJD2133Naveen Patnaik1905NandighoshaTv1876PURI1730BJP1620

      Contact us

      LogoNandighosha TV

      Facebook
      Instagram
      Twitter
      Youtube
      • Contact
      • Privacy Policy
      • Complaint Redressal